Numerous measures undertaken in the last four years to enhance the quality of life of our citizens: PM Modi
Human rights should not be about only slogans but it should be an integral part of our values: PM Modi
For us, ‘Sabka Saath, Sabka Vikas’ is about serving the people: PM Modi
With focus on justice for all, the government is increasing the number of e-Courts, strengthening the National Judicial Data Grid: Prime Minister Modi
With the use of technology, we are making the system transparent and protecting the rights of citizens: PM Modi
To empower the Divyangs, we have strengthened the Rights of Persons with Disabilities Act: PM Modi

ମଞ୍ଚାସୀନ ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ରାଜନାଥ ସିଂହ ଜୀ, ଶ୍ରୀ ମନୋଜ ସିହ୍ନା ଜୀ, ଜାତୀୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍‌ ଏସ ଏଲ ଦତ୍ତୁ ଜୀ, ଆୟୋଗର ସଦସ୍ୟଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ, ଦେବୀ ଓ ସଜ୍ଜନମଣ୍ଡଳୀ !

ଋାଷ୍ଟ୍ରୀୟ ମାନବିକ ଅଧିକାର  ଆୟୋଗ ଆଜି ତା’ର ପ୍ରତିଷ୍ଠାର 25 ବର୍ଷ ପୂରଣ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ସହ ଆଜି ଆୟୋଗ ଏହି ସ୍ଥିତିରେ ପହଞ୍ଚିଥିବାରୁ ଆପଣମାନଙ୍କୁ, ଦେଶର ସମସ୍ତ ଜନସାଧାରଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କ ଗହଣରେ ଆଜି  ଏଠାରେ ଉପସ୍ଥିତ ରହି ମୁଁ ଖୁବ୍‌ ଆନନ୍ଦ ଅନୁଭବ କରୁଛି ।

ବନ୍ଧୁଗଣ, ବିଗତ ଅଢ଼େଇ ଦଶନ୍ଧି ମଧ୍ୟରେ ରାଷ୍ଟ୍ରୀୟ ମାନବିକ ଅଧିକାର  ଆୟୋଗ ଦେଶର ସାଧାରଣ ଜନତା ଯେଉଁଥିରେ ଗରିବ, ପୀଡ଼ିତ, ବଞ୍ଚିତ, ଶୋଷିତମାନଙ୍କ ସ୍ୱର ହୋଇ ରାଷ୍ଟ୍ର ନିର୍ମାଣକୁ ଦିଗଦର୍ଶନକରିଛି । ନ୍ୟାୟ ଏବଂ ନୀତିର ମାର୍ଗରେ ପରିଚାଳିତ ହୋଇ ଆୟୋଗ ଯେଉଁ ଭୂମିକା ନିର୍ବାହ କରିଛି,ଆପଣମାନେ ଏହା ସହ ସଂଶ୍ଳିଷ୍ଟ ହୋଇ ଯେଉଁ ଦାୟିତ୍ୱ ସଂପାଦନ କରିଛନ୍ତି, ସେଥିପାଇଁ ଅନ୍ତରାଷ୍ଟ୍ରୀୟ ମାନବିକ ଅଧିକାର  ପ୍ରତିଷ୍ଠାନମାନେ ଆପଣଙ୍କ ସଂସ୍ଥାକୁ “ଏ” ମାନ୍ୟତା ପ୍ରଦାନ କରିଆସିଛନ୍ତି । ଏହା ଭାରତ ପାଇଁ ଗର୍ବ ଓ ଗୌରବର କଥା ।

ବନ୍ଧୁଗଣ, ମାନବିକ ଅଧିକାରର ସୁରକ୍ଷା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆମର ପରମ୍ପରାରେ ସଦାସର୍ବଦା ବ୍ୟକ୍ତିର ଜୀବନ ନିମସ୍ତେ ସମତା, ସମାନତା , ଏହାର ଗରିମା ପ୍ରତି ସମ୍ମାନ ପ୍ରଦର୍ଶନକୁ ସ୍ୱୀକୃତି ପ୍ରଦାନ କରାଯାଇଆସିଛି । ଏବେ ଏଠାରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯେଉଁ ଶ୍ଳୋକର ଉଚ୍ଚାରଣ କରାଗଲା, ତାହା ସଂପର୍କରେ ରାଜନାଥ ଜୀ ତ ବିସ୍ତାରିତ ଭାବେ କହିଲେ- “ ସର୍ବେ ଭବନ୍ତୁ ସୁଖୀନ”-ଏହି ଭାବନା ଆମ ସଂସ୍କାରର ପ୍ରାଚୀନ କାଳରୁ ରହିଆସିଛି ।

ପରାଧୀନତାର ସୁଦୀର୍ଘ କାଳଖଣ୍ଡ ମଧ୍ୟରେ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ମଧ୍ୟ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ସୁପରିଚିତ ଥିଲା । ସାଥୀଗଣ, ସ୍ୱାଧୀନତା ପରେ ଏହି ଆଦର୍ଶର ସଂରକ୍ଷଣ ସକାଶେ ଏକ ମଜଭୁତ ତନ୍ତ୍ର ବିକଶିତ କରାଯାଇଥିଲା । ଆମର ଏଠାରେ ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ରହିଛି- ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ନ୍ୟାୟ ବ୍ୟବସ୍ଥ ରହିଛି, ସକ୍ରିୟ ଗଣମାଧ୍ୟମ ସଦା ଜାଗ୍ରତ ରହିଛି ଏବଂ ଏକ ଏକ ସକ୍ରିୟ ସିଭିଲ ସୋସାଇଟି ମଧ୍ୟ ରହିଛି । ଅଧିକାରକୁ ସୁନିଶ୍ଚିତ କରିବା ସକାଶେ ଜାତୀୟ ମାନବିକ ଅଧିକାର  କମିଶନ (ଏନଏଚଆରସି) ଭଳି ଅନେକ ସଂସ୍ଥାନ, କମିଶନ ଏବଂ ଟ୍ରିବୁନାଲ ରହିଛି । ଆମର ବ୍ୟବସ୍ଥା ସେହିସବୁ ସଂସ୍ଥାମାନଙ୍କ ନିକଟରେ ଋଣୀ ଯେଉଁମାନେ ଗରିବ, ମହିଳା,ଶିଶୁ, ପୀଡ଼ିତ, ବଂଚିତ, ଆଦିବାସୀ ସମେତ ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରିବା ସକାଶେ ପ୍ରତିବଦ୍ଧ ରହିଛି । ଆମର ପଞ୍ଚାୟତରାଜ ବ୍ୟବସ୍ଥା ଅଥବା ସ୍ଥାନୀୟ ଶାସନ ସହ ସଂଶ୍ଳିଷ୍ଟ ବ୍ୟବସ୍ଥା ମାନବିକ ଅଧିକାରର ସୁରକ୍ଷା ତନ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବିଶେଷ ହୋଇ ରହିଛି । ଏହିସବୁ ସଂସ୍ଥା ସାଧାରଣ ଜନତାଙ୍କ ସହ ଆମମାନଙ୍କ, ବିକାଶର ଲାଭକୁ, ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସକାଶେ ଗୁରୁତ୍ୱପୂ୍‌ର୍ଣ୍ଣ ଭୂମିକା ଗ୍ରହଣ କରିଅସୁଛନ୍ତି । ସେହିସବୁ ସଂସ୍ଥା ମହିଳା, ବଂଚିତ ବର୍ଗମାନଙ୍କ ସଶକ୍ତିକରଣ ଏବଂ ଭାଗୀଦାରୀ କରାଇବାରେ ବି ଖୁବ୍‌ ବଡ଼ ଯୋଗଦାନ କରି ଆସୁଛନ୍ତି ।

ବନ୍ଧୁଗଣ, ମାନବିକ ଅଧିକାର  ପ୍ରତି ଏଭଳି ସମର୍ପଣ ଭାବ ଦେଶକୁ 70 ଦଶକରେ ବହୁତ ବଡ଼ ସଂକଟରୁ ରକ୍ଷା କରିଥିଲା । ଏମର୍ଜେନ୍ସି , ଅର୍ଥାତ, ଜରୁରୀକାଳୀନ ପରିସ୍ଥିତିର ସେହି କାଳଖଣ୍ଡରେ ଜୀବନର ଅଧିକାର ଛିନ୍ନ କରି ନିଆଯାଇଥିଲା । ବାକି ସବୁ ଅଧିକାର କଥା କ’ଣ ଅବା କହିବା?ସେତେବେଳେ କ୍ଷମତାରେ ଥିବା ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ହଜାର ହଜାର,ଲକ୍ଷ ଲକ୍ଷ ଲୋକଙ୍କ ଜେଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଭାରତୀୟ ନାଗରିକ ନିଜର ପରିପାଟୀର ଏହି ମହତ୍ତ୍ୱପୂର୍ଣ୍ଣ ଆୟୁଧକୁ, ମାନବିକ ଅଧିକାର କୁ ପୁଣି ଥରେ ନିଜସ୍ୱ ଉଦ୍ୟମରେ ହାସଲ କରିପାରିଥିଲେ । ମାନବ ଅଧିକାର, ମୂଳ ଅଧିକାରର ଶ୍ରେଷ୍ଠତାକୁ ପୁଣି ଥରେ ସଂସ୍ଥାପିତ କରିଥିବା ସେହିସବୁ ସଂସ୍ଥାଗଣଙ୍କୁ, ସେଥିସହ ସଂଶ୍ଳିଷ୍ଟ ସମସ୍ତ ବ୍ୟକ୍ତିଙ୍କୁ ମୁଁ ଆଜିର ଏହି ପବିତ୍ର ଅବସରରେ ଆଦରପୂର୍ବକ ନମସ୍କାର କରୁଛି ।

ବନ୍ଧୁଗଣ, ମାନବିକ ଅଧିକାର  କେବଳ ଏକ ସ୍ଳୋଗାନରେ ସୀମିତ ହେବା ଉଚିତ ନୁହେଁ, ଏହା ଏକ ସଂସ୍କାର ହେବା ଆବଶ୍ୟକ । ଲୋକନୀତିର ଏହା ଆଧାରଶିଳା ହେବା ବାଞ୍ଛନୀୟ । ମୁଁ ମାନୁଛି ଯେ ଗତ ସାଢ଼େ ଚାରିବର୍ଷ ଭିତରେ ଏହା ଏକ ବିରାଟ ଉପଲବ୍ଧୀ ରହିଛି ଯେ ଏହି ସମୟ ମଧ୍ୟରେ ଗରିବ,ବଂଚିତ, ଶୋଷିତ ସମାଜରେ ଚାପିଚୁପି ହୋଇ ରହିଥିବା ବ୍ୟକ୍ତିମାନଙ୍କ ଗରିମାକୁ, ସେମାନଙ୍କର ଜୀବନ ସ୍ତରକୁ ଉପରକୁ ଉଠାଇବାବ ସକାଶେ ଗମ୍ଭୀର ପ୍ରୟାସ କରାଯାଇଛି । ବିଗତ ଚାରି ବର୍ଷ ଭିତରେ ଯେଉଁସବୁ ପଦକ୍ଷେପ ଉଠାଯାଇଛି, ଯେତେଯେତେ ଅଭିଯାନ ଚଲାଯାଇଛି, ଯେତେଯେତେ ଯୋଜନା ପ୍ରସ୍ତୁତ କରାଯାଇଛି, ସେସବୁଗୁଡ଼ିକର ଲକ୍ଷ୍ୟ ହେଲା ଏଇଆ ଏବଂ ତାହା ହାସଲ କରାଯିବାର ଉଦ୍ଦେଶ୍ୟ ବି ଏକ ।

ସରକାରଙ୍କ ଗୁରୁତ୍ୱ ଏହି କଥା ଉପରେ ନିବଦ୍ଧ ରହିଛି ଯେ ସାଧାରଣ ଜନତାଙ୍କ ମୌଳିକ ଆବଶ୍ୟକତାଗୁଡ଼ିକର ପୂରଣ କେବଳ ସେମାନଙ୍କ ଠାରେ ନିହିତ ଥିବା ଶକ୍ତି ଦ୍ୱାରା ନୁହେଁ, ବରଂ କେବଳ ଭାରତୀୟ ହୋଇଥିବାରୁ ହିଁ ସ୍ୱାଭାବିକ ରୂପେ ହେବା ଆବଶ୍ୟକ । ଆମର ସରକାର“ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ବିକାଶ” ଏହି ମନ୍ତ୍ରକୁ ସେବାର ମାଧ୍ୟମ ବୋଲି ମାନି କାର୍ଯ୍ୟକାରୀ କରାଯାଉଛି । ଏହା ମଧ୍ୟ ମାନବ ଅଧିକାର ସୁରକ୍ଷାର ଗ୍ୟାରେଣ୍ଟି ସକାଶେ କାର୍ଯ୍ୟକରୁଛି ।

ସାଥୀଗଣ, ଆପଣମାନେ ସମସ୍ତେ ଏକଥା ସହ ଭଲଭାବେ ସୁପରିଚିତ ରହିଆସିଛନ୍ତି ଯେ କନ୍ୟାସନ୍ତାନମାନଙ୍କ ଜୀବନର ଅଧିକାରକୁ ନେଇ କେତେ କେତେ ପ୍ରଶ୍ନ ମନରେ ଥିଲା । କନ୍ୟା ସନ୍ତାନଙ୍କୁ ଅବାଂଛିତ ମନେକରି ଗର୍ଭରୁ ହିଁ ହତ୍ୟା କରିବାର ବିକୃତ ମାନସିକତା ସମାଜର କିଛି ସଂକୁଚିତ- ସୀମିତି ଚିନ୍ତାଧାରାସମ୍ପନ୍ନ ଲୋକମାନଙ୍କ ମଧ୍ୟରେ ରହି ଆସିଥିଲା ।

ଆଜି ମୁଁ ଗର୍ବର ସହ କହିପାରିବି ଯେ “ବେଟୀ ବଚାଓ- ବେଟୀ ପଢ଼ାଓ” ଅଭିଯାନ ଦ୍ୱାରା ହରିୟାଣା,ରାଜସ୍ଥାନ ସମେତ ଅନେକ ରାଜ୍ୟରେ କନ୍ୟା ସନ୍ତାନମାନଙ୍କ ସଂଖ୍ୟାରେ ଢ଼େର୍‌ ବୃଦ୍ଧି ଘଟିପାରିଛି । ଅନେକ ନିରିହ ଶିଶୁଙ୍କୁ ଜୀବନର ଅଧିକାର ମିଳିପାରିଛି । ଜୀବନର ଅର୍ଥ କେବଳ ନିଃଶ୍ୱାସପ୍ରଶ୍ୱାସ ନେବା ନୁହେଁ, ସମ୍ମାନ ମଧ୍ୟ ଜୀବନ ପାଇଁ ସେତିକି ମହତ୍ତ୍ୱ ବହନ କରେ ଯେତିକି ନିଃଶ୍ୱାସ ପ୍ରଶ୍ୱାସ ନେବା ।

ମୋତେ ଏକଥା ଜାଣି ବେଶ୍‌ ପ୍ରସନ୍ନତା ମିଳୁଛି ଯେ ଦିବ୍ୟାଙ୍ଗ, ଏହି ‘ଦିବ୍ୟାଙ୍ଗ’ ଶବ୍ଦ ଆଜି କିଛି ଭାରତୀୟମାନଙ୍କ ସକାଶେ ସମ୍ମାନର ସୂଚକ ପାଲଟି ଯାଇଛି । କେବଳ ସେତିକି ନୁହେଁ, ସେମାନଙ୍କର ଜୀବନକୁ ସୁଗମ କରିବା ସକାଶେ “ସୁଗମ୍ୟ ଭାରତ” ଅଭିଯାନ ମାଧ୍ୟମରେ ସରକାରୀ ଭବନ ହେଉ,ଏୟାରପୋର୍ଟ ହେଉ, ରେଳ ଷ୍ଟେସନ୍‌ ହେଉ ସେଠାରେ ବିଶେଷ ସୁବିଧା ଓ ବ୍ୟବସ୍ଥା କରାଯାଉଛି । ଗରିବ ଲୋକମାନଙ୍କ ମୁକ୍ତାକାଶ ତଳେ ଝୁପୁଡ଼ିରେ ଜୀବନ ବିତାଇବାକୁ ପଡ଼ୁଛି, ମୌସୁମୀ ବର୍ଷର ମାଡ଼ ସେମାନଙ୍କୁ ସହ୍ୟ କରିବାକୁ ପଡ଼ୁଛି, ସେଥିରେ ବି ତ ସେମାନଙ୍କର ଅଧିକାର ହନନ ହେଉଛି, ବ୍ୟାହତ ହେଉଛି । ସେଭଳି ସ୍ଥିତିରୁ ସେମାନଙ୍କୁ ବାହାର କରିବା ସକାଶେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା”ମାଧ୍ୟମରେ ପ୍ରତ୍ୟେକ ବାସହୀନ ଗରିବ ଲୋକଙ୍କୁ ବାସଗୃହ  ଯୋଗାଇ ଦେବାର ଅଭିଯାନ ଏବେ ଚାଲୁ ରହିଛି । ଏବଂ ଆମର ସ୍ୱପ୍ନ ଯେ 2022 ମସିହା ସୁଦ୍ଧା ଯେତେବେଳେ କି ଦେଶ ସ୍ୱାଧନତା ଲାଭ କରିବାର 75 ବର୍ଷ ପୂରଣ ହେବ, ଭାରତର ପ୍ରତ୍ୟେକ ନାଗରିକଙ୍କୁ ବାସଗୃହ ମିଳିବା ଆବଶ୍ୟକ । ପ୍ରତ୍ୟେକଙ୍କ ମୁଣ୍ଡ ଉପରେ ନିଜର ଛାତ ରହିଥିବ । ଏପର୍ଯ୍ୟନ୍ତ ଏହି ଯୋଜନାରେ 125 କୋଟି ଭାଇ ଭଉଣୀଙ୍କୁ ବାସଗୃହ ଯୋଗାଇ ଦିଆଯାଇସାରିଛି ।

ସାଥୀଗଣ, ବାସଗୃହ ବ୍ୟତୀତ ‘ଉଜ୍ଜ୍ୱଳା ଯୋଜନା’ ମାଧ୍ୟମରେ ମାଗଣାରେ ଗ୍ୟାସ ସଂଯୋଗ ମଧ୍ୟ ଯୋଗାଇ ଦିଆଯାଇଛି । ଏହି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ମାତ୍ର ନୁହେଁ । ଏହାର ସଂପର୍କ ସାମାଜିକ ସମାନତା ସହ ମଧ୍ୟ ସଂଶ୍ଳିଷ୍ଟ, ଗରିମାର ସହ ଜୀବନଯାପନ କରିବା ସହିତ ସଂଯୁକ୍ତ । ଏହା ମାଧ୍ୟମରେ ଦେଶର ସାଢ଼େ ପାଞ୍ଚକୋଟିରୁ ଅଧିକ ଗରିବ ମା’ ଓ ଭଉଣୀଙ୍କୁ ଆଜି ସଫାସୁତରା,ଧୂଆଁମୁକ୍ତ ରୋଷେଇର ଅଧିକାର ପ୍ରଦାନ କରାଯାଇପାରିଛି । ଏହିସବୁ ପରିବାର ଏହି ଅଧିକାରରୁ କେବଳ ବଞ୍ଚିତ ଥିଲେ କାରଣ ସେମାନଙ୍କର ସାମର୍ଥ୍ୟ ନଥିଲା, ସେମାନଙ୍କର ପକେଟରେ ଗ୍ୟାସ କିଣିବା ଲାଗି ଅର୍ଥ ନଥିଲା ।

କେବଳ ସେତିକି ନୁହେଁ, ଯେତେବେଳେ ଦେଶରେ ବିଜୁଳି ଯୋଗାଣର ବ୍ୟବସ୍ଥା ରହିଛି, ବିଜୁଳିଶକ୍ତି ଉତ୍ପାଦନ ହେଉଛି, ସେତେବେଳେ ସୁଦ୍ଧା ହଜାର ହଜାର ଗାଁ , କୋଟି କୋଟି ପରିବାର ଅନ୍ଧକାର ଭିତରେ ଥିଲେ । ଏହାର କାରଣ କେବଳ ଏଇଆ ଯେ ସେମାନେ ଗରିବ ଥିଲେ । ଦୂର ଦୂରାନ୍ତରେ ସେମାନଙ୍କର ଘରଥିଲା । ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ ଯେ ବେଶ କମ ସମୟ ଭିତରେ ସେହିଭଳି ଦେଶର 18 ହଜାର ଗ୍ରାମକୁ ବିଜୁଳି ପହଞ୍ଚାଯାଇପାରିଛି । ଦେଶ ସ୍ୱାଧୀନତାର ଏତେ ବର୍ଷ ପରେ ସୁଦ୍ଧା ଅଷ୍ଟାଦଶ ଶତାବ୍ଦୀର ଅବସ୍ଥା ଭିତରେ ସେମାନେ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଥିଲେ ।

କେବଳ ସେତିକି ନୁହେଁ, “ସୌଭାଗ୍ୟ ଯୋଜନା’ ମାଧ୍ୟମରେ 10 -11 ମାସ ଭିତରେ ହିଁ ଦେଢ଼ କୋଟିରୁ ଅଧିକ ପରିବାରଙ୍କୁ ଆଲୋକରେ ସମ୍ମାନିତ କରାଯାଇପାରିଛି । ସେମାନଙ୍କୁ ବିଜୁଳି ଶକ୍ତି ଯୋଗାଇ ଦିଆଯାଇଛି ।ଏବେ ସେମାନଙ୍କ ଘରେ ବିଜୁଳି ଆଲୁଅ ଢ଼େଉ ଭାଙ୍ଗୁଛି ।

ସାଥୀଗଣ, ଅନ୍ଧକାର ସହ ମୁକ୍ତାକାଶ ତଳେ ଶୌଚର ସମସ୍ୟା ବି ଗରିମାପୂର୍ଣ୍ଣ ଜୀବନର ରାସ୍ତାରେ ଏକ ବହୁତ ବଡ଼ ସମସ୍ୟା ହୋଇ ଠିଆ ହୋଇଥିଲା । ଶୌଚାଳୟ ନଥିବାରୁ ବାଧ୍ୟ ହୋଇ ଗରିବଙ୍କ ଭିତରେ ଯେଉଁ ଅପମାନ ସହ୍ୟ କରିବାର ଜ୍ୱାଳା ଥିଲା ଏବଂ ତାହାରି ମଧ୍ୟରେ ସେମାନେ ଜୀବନ ବଞ୍ଚୁଥିଲେ ପ୍ରତି ମୁହୂର୍ତ୍ତରେ ସେମାନେ ଏହାକୁ ଅନୁଭବ କରିଆସୁଥିଲେ । କିନ୍ତୁ ସେମାନେ ତାହା କାହାକୁ କହିପାରୁନଥିଲେ । ବିଶେଷ କରି ମୋ ଦେଶର କୋଟି କୋଟି ଭଉଣୀ ଓ କନ୍ୟାମାନେ,ସେମାନଙ୍କ ଲାଗି ଆତ୍ମସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାର ତ ହନନ ହେଉଥିଲା, ତା’ ସହିତ ଜିଇଁବାର ଅଧିକାରକୁ ନେଇ ସେମାନଙ୍କ ମନରେ ଗମ୍ଭୀର ପ୍ରଶ୍ନ ବି ଉଠୁଥିଲା । ବିଗତ ଚାରି ବର୍ଷ ଭିତରେ ଦେଶବ୍ୟାପୀ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଉଁ 9.25 କୋଟି ରୁ ଅଧିକ ଶୌଚାଗାର ନିର୍ମାଣ କରାଯାଇଛି, ସେଥିରୁ ଗରିବ ଭାଇ ଭଉଣୀମାନଙ୍କ ପାଇଁ ସ୍ୱଚ୍ଛତା ବ୍ୟତୀତ ସମ୍ମାନର ସହ ଜୀବନ ବଞ୍ଚିବାର ଅଧିକାର ସୁନିଶ୍ଚିତ ହୋଇପାରିଛି । ଏବଂ ଉତ୍ତର ପ୍ରଦେଶ ସରକାର ତ ସେ ରାଜ୍ୟରେ ଏହାକୁ “ଇଜ୍ଜତଘର” ବୋଲି ନାମକରଣ କରିଛନ୍ତି । ଶୌଚାଗାର ଆଗରେ ଏହାକୁ “ଇଜ୍ଜତଘର”ବୋଲି ବଡ଼ ବଡ଼ ଅକ୍ଷରରେ ଲେଖିଛନ୍ତି ।

ଗରିବର ଜୀବନ, ସେମାନଙ୍କର ସ୍ୱାସ୍ଥ୍ୟ ସହ ସଂଯୁକ୍ତ ଆଉ ଏକ ଅଧିକାର, ଯାହା ନିକଟରେ ସେମାନଙ୍କୁ ପ୍ରାପ୍ତ ହୋଇଛି ଏବଂ ଯାହାର ଆଲୋଚନା ଶ୍ରୀମାନ ରାଜନାଥ ଜୀ ଏବେ କରିଛନ୍ତି, ତାହା ହେଉଛି ପିଏମଜେଏୱାଇ ଅର୍ଥାତ୍‌ ଆୟୁଷ୍ମାନ ଭାରତ ଯୋଜନା । ଏହା ଏତେ ବଡ଼ ଅଧିକାର ଯାହାର ପ୍ରମାଣ ଆପଣମାନଙ୍କୁ ପ୍ରତି ଦିନ ମିଳିଚାଲିଛି । ଗଣମାଧ୍ୟମରେ ଦେଶର କୋଣ ଅନୁକୋଣରୁ ଆସୁଥିବା ଖବର ବେଶ୍‌ ସନ୍ତୋଷଜନକ  । ଉତ୍ତର ହସ୍ପିଟାଲ ସୁବିଧା ହେବା ପରେ ବି ଯେଉଁ ବ୍ୟକ୍ତି ସମ୍ବଳ ଅଭାବରୁ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଆସୁଥିଲେ ସେମାନଙ୍କୁ ଆଜି ଚିକିତ୍ସା ସୁବିଧାର ହକ୍‌ ମିଳିପାରିଛି । ଏହି ଯୋଜନାର ଶୁଭାରମ୍ଭ ହେବାର ମାତ୍ର ଦୁଇ କିମ୍ବା ଅଢ଼େଇ ସପ୍ତାହ ଭିତରେ 50 ହଜାରରୁ ଅଧିକ ଭାଇ ଭଉଣୀ ଏହାରି ମାଧ୍ୟମରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ତ ପାଇଛନ୍ତି , ତା’ଠାରୁ ଅଧିକ ଲୋକଙ୍କ ଚିକିତ୍ସା ଏବେ ବି ଚାଲିଛି ।

ସାଥୀଗଣ, ସ୍ୱାସ୍ଥ୍ୟ ସହ ଦେଶ ସ୍ୱାଧୀନତାର ଅନେକ ଦଶକ ପର୍ଯ୍ୟନ୍ତ କୋଟି କୋଟି ଦେଶବାସୀଙ୍କ ଆର୍ଥିକ ସ୍ୱାଧୀନତା ଏକା କ୍ଷୁଦ୍ର ପରିବେଶ ମଧ୍ୟରେ ସୀମିତ ରହିଆସିଥିଲା । ମାତ୍ର କେତେକ ଲୋକ ବ୍ୟାଙ୍କର ଉପଯୋଗ କରିପାରୁଥିଲେ । ଋଣ ନେଇ ପାରୁଥିଲେ । କିନ୍ତୁ ଦେଶର ଏକ ବିଶାଳ ଜନସଂଖ୍ୟା ନିଜର ଛୋଟ ଛୋଟ ସଂଚୟ ନିଜ ରୋଷେଇ ଘରେ ଡ଼ବା ଭିତରେ ଲୁଚାଇ ରଖିବାକୁ ବାଧ୍ୟ ହେଉଥିଲେ । ଆମେ ଏଭଳି ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରିଥିଲୁ । “ଜନଧନ ଅଭିଯାନ”ଆରମ୍ଭ କଲୁ । ଏବଂ ଆଜି ଦେଖୁ ଦେଖୁ ପ୍ରାୟ 35 କୋଟି ଦେଶବାସୀ ବ୍ୟାଙ୍କ ସହ ଯୋଡ଼ି ହୋଇପାରିଛନ୍ତି ଏବଂ ଆର୍ଥିକ ସ୍ୱାଧୀନତାର ଅଧିକାର ସେମାନଙ୍କୁ ସୁନିଶ୍ଚିତ କରାଯାଇପାରିଛି ।

କେବଳ ଏତିକି ନୁହେଁ, “ମୁଦ୍ରା ଯୋଜନା” ମାଧ୍ୟମରେ ସେହିସବୁ ଲୋକଙ୍କୁ ସ୍ୱରୋଜଗାର ପାଇଁ ବ୍ୟାଙ୍କଠାରୁ ଏବେ ଗ୍ୟାରେଣ୍ଟିମୁକ୍ତ ମାଗଣା ଋଣ ମିଳିବାର ବ୍ୟବସ୍ଥା କରାଯାଇଛି । ଦିନେ ସେମାନେ କେବଳ ସାହୁକାର ଉପରେ ନିର୍ଭର କରି କୌଣସି ଋଣ ନେଇ ନାନା ପ୍ରକାର ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ।

ଭାଇ ଓ ଭଉଣୀମାନେ, ଆମ ସରକାର ଆଇନ ବ୍ୟବସ୍ଥା ମାଧ୍ୟମରେ ନିଜର ନୀତି ଏବଂ ନିର୍ଣ୍ଣୟରେ ବି ନିରନ୍ତର ମାନବିକ ଅଧିକାରକୁ ସୁନିଶ୍ଚିତ କରି ଆସିଛନ୍ତି । ସେମାନଙ୍କୁ ଆହୁରି ମଜଭୁତ କରିବା ସକାଶେ ପ୍ରଚେଷ୍ଟା କରିଛନ୍ତି । ଏବେ ନିକଟରେ ମୁସଲିମ ମହିଳାମାନଙ୍କୁ “ତିନି ତଲାକ”ରୁ ମୁକ୍ତି ଦେବାପାଇଁ ଉଦ୍ଦିଷ୍ଟ ଆଇନ ଏଭଳି ପ୍ରୟାସର ଅଂଶବିଶେଷ । ମୋର ବିଶ୍ୱାସ ଯେ ମୁସଲମାନ ବର୍ଗର ମହିଳାମାନଙ୍କ ଅଧିକାର ସହ ସଂଯୁକ୍ତ ଏଭଳି ଅଭିନବ ପ୍ରୟାସକୁ ସଂସଦର ସ୍ୱୀକୃତି ଖୁବ୍‌ ଶୀଘ୍ର ମିଳିପାରିବ ।

ଗର୍ଭବତୀ ମହିଳାମାନଙ୍କ ସବେତନ ମାତୃତ୍ଵ ଅବକାଶକୁ 12ପକ୍ଷରୁ ବଢ଼ାଇ 26 ପକ୍ଷ କରିବାର ନିଷ୍ପତ୍ତି ଆମର ଏଭଳି ଚିନ୍ତନର ଅଂଶବିଶେଷ । ଏକପ୍ରକାର ସେମାନେ ନବଜାତ ଶିଶୁଙ୍କ ଅଧିକାରକୁ ଆମେ ରକ୍ଷା କରିଛୁ । ତା’ ନିକଟରେ ତା’ର ମା’ 6 ମାସ ପର୍ଯ୍ୟନ୍ତ ରହିପାରିବେ । ଏହା ଏକ ବଡ଼ ନିଷ୍ପତ୍ତି ବୋଲି ମୁଁ ଅନୁଭବ କରେ । ବିଶ୍ୱର ଅନେକ ପ୍ରଗତିଶୀଳ ରାଷ୍ଟ୍ରରେ ଏଭଳି ବ୍ୟବସ୍ଥା ହେବାକୁ ଏବେସୁଦ୍ଧା ବାକି ଅଛି ।

ଆମର କର୍ମଜୀବୀ ମହିଳାମାନଙ୍କୁ ରାତି ସିଫ୍ଟରେ କାର୍ଯ୍ୟ  କରିବାରେ ଆଇନରେ ଥିବା ସମସ୍ୟାଗୁଡ଼ିକୁ ଦୂର କରିବା ଦିଗରେ ଇତି ମଧ୍ୟରେ ପର୍ଯାପ୍ତ ସୁବିଧା ପ୍ରାପ୍ତ ହୋଇଛି । ଏହି ଦାୟିତ୍ୱ ବି ସରକାର ସଂପୂର୍ଣ୍ଣ କରିଛନ୍ତି ।

ଦିବ୍ୟାଙ୍ଗମାନଙ୍କ ଅଧିକାରକୁ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ “ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର” ଆଇନ ସେମାନଙ୍କ ପାଇଁ ଚାକିରୀ କ୍ଷେତ୍ରରେ ଆରକ୍ଷଣକୁ ବୃଦ୍ଧି କରିବା ଏବଂ ପୁଣି ଟ୍ରାନ୍ସଜେଣ୍ଡର ବ୍ୟକ୍ତି ସୁରକ୍ଷା ଅଧିକାର ବିଲ୍‌, ମାନବିକ ଅଧିକାର  ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି ନିଶ୍ଚିତ ରୂପେ କୁହାଯାଇପାରେ ।

ଏଚଆଇଭି ପୀଡ଼ିତ ଲୋକମାନଙ୍କ ସହ କୌଣସି ପ୍ରକାର ଭେଦଭାବ ନ ରହିବା, ସେମାନଙ୍କୁ ସମ୍ମାନର ସହ ଉପଚାର ସୁବିଧା ମିଳିପାରିବ, ସେମାନଙ୍କ ପାଇଁ ଆଇନ ଦ୍ୱାରା ସେସବୁ ସୁନିଶ୍ଚିତ କରିବା ଦିଗରେ ଆମେ କାର୍ଯ୍ୟ କରିଛୁ ।

ନ୍ଧୁଗଣ, ନ୍ୟାୟ ପାଇବାର ଅଧିକାରକୁ ଆହୁରି ମଜଭୁତ କରିବା ସକାଶେ ସରକାର ଇ-କୋର୍ଟର ସଂଖ୍ୟ ବୃଦ୍ଧି କରୁଛନ୍ତି, ଯାହା ଜାତୀୟ ବିଚାରବିଭାଗ ଡ଼ାଟା ଗ୍ରୀଡ଼କୁ ସଶକ୍ତ କରୁଛି । ଜାତୀୟବିଚାରବିଭାଗ ଡ଼ାଟା ଗ୍ରୀଡ଼ରେ ଏପର୍ଯ୍ୟନ୍ତ ଦେଶର 17 ହଜାରରୁ ଅଧିକ ଅଦାଲତଙ୍କୁ ଯୋଡ଼ା ଯାଇସାରିଛି । ମାମଲା ସମ୍ବନ୍ଧିତ ସକଳ ପ୍ରକାର ସୂଚନା, ରାୟ ସମ୍ବନ୍ଧିତ ସମସ୍ତ ପ୍ରକାର ସୂଚନା ଅନଲାଇନ ହେବ ଦ୍ୱାରା ନ୍ୟାୟିକ ପ୍ରକ୍ରିୟାରେ ଢ଼େର ବ୍ୟଗ୍ରତା ଆସିଛି ଏବଂ ଦୀର୍ଘଦିନ ଧରି ଫଇସଲା ହୋଇନପାରି ପଡ଼ି ରହିଥିବା ମାମଲା ସଂଖ୍ୟ ହ୍ରାସ ପାଇଛି । ଦେଶର ଦୂର ଦୂରାନ୍ତ କ୍ଷେତ୍ରରେ ରହୁଥିବା ଲୋକଙ୍କ ଟେଲି-ଆଇନ ଯୋଜନା ମାଧ୍ୟମରେ ଆଇନ ସହାୟତା ଯୋଗାଇ ଦିଆଯାଇପାରୁଛି ।

ଭାଇ ଓ ଭଉଣୀମାନେ, ନାଗରିକମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ସକାଶେ ସରକାର ଆଧୁନିକ ଟେକ୍ନୋଲଜିର ଉପଯୋଗ ଏବଂ ଏହି ବ୍ୟବସ୍ଥାର ପାରଦର୍ଶିତା ବୃଦ୍ଧି କରିବା ସକାଶେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ୟୁଆଇଡ଼ିଏଆଇ ଆଇନ, ଏହାକୁ ନେଇ ସରକାର କେବଳ ଆଧାରକୁ ଆଇନଗତ ଭାବେ ମଜଭୁତ କରିନାହାନ୍ତି, ଅପରନ୍ତୁ ଆଧାରର ଉପଯୋଗ ବୃଦ୍ଧି ଦେଶର ଗରିବ ଲୋକମାନଙ୍କ ପର୍ଯ୍ୟନ୍ତ ସରକାରୀ ଯୋଜନାଗୁଡ଼ିକର ସଂପୂର୍ଣ୍ଣ ଲାଭ ପହଞ୍ଚାଇବାର ପ୍ରୟାସ ସଫଳତାପୂର୍ବକ କରି ପାରିଛନ୍ତି । ଏବେ ଆଧାର ମାଧ୍ୟମରେ ଏହା ଦେଶର ସବୁଠାରୁ ବଡ଼ ଟେକ୍ନୋଲଜି ଆଧାରିତ ସଶକ୍ତିକରଣ କାର୍ଯ୍ୟକ୍ରମରେ ପରିଣତ ହୋଇଯାଇଛି । ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କ କାର୍ଯ୍ୟର ପ୍ରଶଂସା ବି କରିଛନ୍ତି । ଏହି ଭଳି ଭାବେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଟେକ୍ନୋଲଜି ଦ୍ୱାରା ପାରଦର୍ଶୀ କରି ସରକାର ଗରିବ  ଲୋକମାନଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ ଉପଲବ୍ଧ କରିବା କାର୍ଯ୍ୟ ସୁନିଶ୍ଚିତ କରିଛନ୍ତି । ଅନ୍ୟଥା, ପୂର୍ବରୁ କ’ଣ ହେଉଥିଲା, କିପରି ହେଉଥିଲା, ସେକଥା ଆମ ସମସ୍ତଙ୍କୁ ଭଲ ଭାବେ ଜଣାଅଛି ।

ଏହିଭଳି ଭାବେ ଜନସାଧାରଣଙ୍କୁ ସେମାନଙ୍କର ଅଧିକାର ପ୍ରାପ୍ତ ହେବା ପ୍ରକ୍ରିୟା ଯେଭଳି ସମସ୍ୟାରହିତ ହୋଇପାରିବ, ସେଥିପାଇଁ ଅନେକ ପ୍ରକ୍ରିୟାରେ ବି ସୁଧାର ଅଣାଯାଇଛି । ଅନେକ ନିୟମରେ ସଂଶୋଧନ କରାଯାଇଛି । ଆତ୍ମ-ପ୍ରମାଣନକୁ ପ୍ରୋତ୍ସାହିତ କରାଯିବା ହେଉ ବା ଭାରତୀୟ ସଶସ୍ତ୍ର ସେନାରେ ସର୍ଟ ସର୍ଭିସ କମିଶନ ମାଧ୍ୟମରେ ନିଯୁକ୍ତ ମହିଳା ଅଧିକାରୀମାନଙ୍କୁ ପୁରୁଷଙ୍କ ସମକକ୍ଷ କରିବା ପାଇଁ ସ୍ଥାୟୀ କମିଶନ କରାଯିବାର ନିଷ୍ପତ୍ତି ହୋଇଥାଉ ସରକାରଙ୍କ ପ୍ରଗତିଶୀଳ କାର୍ଯ୍ୟଧାରାର ସେସବୁ ଅଂଶବିଶେଷ  ।

ଆଇନରେ ଅଣା ଯାଇଥିବା ଏଭଳି ଅନେକ ଛୋଟ ଛୋଟ ପରିବର୍ତ୍ତନ ଅନେକ ବଡ଼ ବଡ଼ ସ୍ତରରେ ପ୍ରଭାବ ପକାଇ ପାରିଛି । ଯେମିତି ବାଉଁଶର ପରିଭାଷା ବଦଳାଯିବା ଦ୍ୱାରା ଦେଶର ଦୂର ଦୂରାନ୍ତ ଇଲାକାରେ ରହୁଥିବା ଆଦିବାସୀ ଭାଇ ଉଭଣୀମାନେ ଏବେ ବାଉଁଶ କାଟିବା ଏବଂ ବାଉଁଶର ପରିବହନର ଅଧିକାର ପାଇ ପାରିଛନ୍ତି । ଏହା ଦ୍ୱାରା ସେମାନଙ୍କ ଜୀବନଧାରଣ ପ୍ରକ୍ରିୟାରେ ଢ଼େର୍‌ ପରିବର୍ତ୍ତନ ଆଣିପାରିଛି ।

ସାଥୀଗଣ, ସମସ୍ତଙ୍କୁ ପାଇଁ ରୋଜଗାର, ସମସ୍ତଙ୍କୁ ଶିକ୍ଷାଦାନର ସୁଯୋଗ ପ୍ରଦାନ, ସମସ୍ତଙ୍କୁ ଔଷଧ ଯୋଗାଣ ଏବଂ ସମସ୍ତଙ୍କ କଥା ଶୁଣିବା, ଏହି ଲକ୍ଷ୍ୟର ସହ ଏଭଳି ଅନେକ କାର୍ଯ୍ୟ ସରକାର କରିଛନ୍ତି ଯାହା ଦ୍ୱାରା କୋଟି କୋଯି ଭାରତୀୟ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତି ପାଇପାରିଛନ୍ତି । ଦେଶ ବେଶ୍‌ କ୍ଷିପ୍ର ଗତିରେ ମଧ୍ୟବର୍ଗର ବହୁତ ବଡ଼ ବ୍ୟବସ୍ଥା ଆଡ଼େ ଅଗ୍ରଗତି କରିଚାଲିଛି । ଏଭଳି ସଫଳତା ଯଦି ପ୍ରାପ୍ତ ହୋଇଛି ତା’ହେଲେ ତାହା ପଛରେ ସରକାରଙ୍କ ପ୍ରୟାସ ତ ରହିଛି ଏବଂ ତା’ଠାରୁ ଅଧିକ ରହିଛି ଜନ ଭାଗୀଦାରୀ । ଦେଶର କୋଟି କୋଟି ଜନସାଧାରଣ ସେମାନଙ୍କର କର୍ତ୍ତବ୍ୟକୁ ଭଲ ଭାବେ ବୁଝିଛନ୍ତି । ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିଛନ୍ତି ଏବଂ ତଦ୍ୱାରା ସେମାନେ ପ୍ରଭାବିତ ହୋଇଛନ୍ତି ।

ଭାଇ ଓ ଭଉଣୀମାନେ, ଆମର ନିର୍ଣ୍ଣୟ, ଆମର କାର୍ଯ୍ୟକ୍ରମ ସେତିକିବେଳେ ସ୍ଥାୟୀରୂପରେ ସଫଳ ହୋଇପାରିବ ଯେତେବେଳେ ଜନତା ସେକଥା ଶୁଣିବେ, ଏହା ସହ ଯୋଡ଼ିହେବେ । ମୁଁ ମୋର ନିଜର ଅନୁଭବ ଆଧାରରେ କହିପାରିବି ଯେ ଜନ ଭାଗୀଦାରୀ ଠାରୁ ବଡ଼ ସଫଳତା ମନ୍ତ୍ର ଆଉ କିଛି ଥାଇନପାରେ ।

ମୁଁ ଶୁଣିଛି ଯେ ନିଜର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ଅବସରରେ ଜାତୀୟ ମାନବିକ ଅଧିକାର  କମିଶନ ଦ୍ୱାରା ସାରା ଦେଶରେ ଜନ ଜାଗରଣ ସକାଶେ ଅନେକ ଅଭିଯାନ ଆରମ୍ଭ କରାଯାଇଛି । ସେଥିରେ ପ୍ରଯୁକ୍ତିର ସହାୟତା ନିଆଯାଇଛି । କିଛି ସମୟ ପୂର୍ବରୁ ଏକ ଡ଼ାକଟିକଟର ଲୋକାର୍ପଣ କରାଯାଇଛି । ଏନଏଚଆରସିର ୱେବସାଇଟର ନୂଆ ଭର୍ସନର ବି ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ସେହିସବୁ ଲୋକମାନଙ୍କୁ ନିଶ୍ଚିତ ଭାବେ ସୁବିଧା ହେବ ଯେଉଁମାନଙ୍କ ସହାୟତାର ଆବଶ୍ୟକତା ରହିଛି । ମୋର ପରାମର୍ଶ ଯେ ସୋସିଆଲ ମିଡ଼ିଆ ମାଧ୍ୟମରେ ଏନଏଚଆରସି ବ୍ୟାପକ ଫାଇଦା ଉଠାଇବା ଉଚିତ । ମାନବିକ ଅଧିକାର  ପ୍ରତି ସଚେତନତା ବୃଦ୍ଧିର ଆବଶ୍ୟକତା ତ ରହିଛି,ଏଥି ସହ ନାଗରିକମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱକୁ ମଧ୍ୟ ଚେତାଇ ଦେବା ଜରୁରି । ଯେଉଁ ବ୍ୟକ୍ତି ନିଜର ଦାୟିତ୍ୱକୁ ଭଲ ଭାବେ ବୁଝିଛନ୍ତି, ସେମାନେ ଅନ୍ୟମାନଙ୍କ ଅଧିକାରକୁ ବି ସମ୍ମାନ ପ୍ରଦର୍ଶନ କରିବା ଜାଣିଛନ୍ତି ।

ମୋର ହୃଦବୋଧ ହୁଏ ଯେ ଆପଣମାନଙ୍କ ନିକଟକୁ ଢ଼େର ସଂଖ୍ୟକ ଅଭିଯୋଗ ଆସୁଥିବ, ଯେଉଁଥିରୁ ଅନେକ ବେଶ୍‌ ଗମ୍ଭୀର ହୋଇଥିବ । ଆପଣମାନେ ସେଭଳି ଅଭିଯୋଗର ଶୁଣାଣି କରିଥାନ୍ତି,ସେସବୁର ଫଇସଲା କରିଥାନ୍ତି । କିନ୍ତୁ ଏହା କଣ ସମ୍ଭବ ଯେ – ଯେଉଁ ବର୍ଗ ବା ଯେଉଁ କ୍ଷେତ୍ର ସହିତ ଯୋଡ଼ି ହେଇଥିବା ଅଭିଯୋଗ ଆସିଥାଏ ସେ ସଂପର୍କରେ ଏକ ଡ଼ାଟାବେସ୍‌ ପ୍ରସ୍ତୁତ କରାଯାଇପାରିବ । ତାହାର ଏକ ବିସ୍ମୃତ ଅଧ୍ୟୟନ କରାଯାଇପାରିବ । ମୋର ବିଶ୍ୱାସ ଯେ ଏହି ପ୍ରକ୍ରିୟା ମାଧ୍ୟମରେ ଏଭଳି କିଛି ସମସ୍ୟା ବିଳିବ ଯାହାର ଏକ ବ୍ୟାପକ ସମାଧାନ ସମ୍ଭବପର ।

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ସକାଶେ ଆଜି ସରକାର ଯେଉଁସବୁ ପ୍ରୟାସ କରୁଛନ୍ତି,ସେଥିମଧ୍ୟରେ ଏନଏଚଆରସିର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କ ପରାମର୍ଶକୁ ସରକାର ସଦାବେଳେ ସ୍ୱାଗତ କରିଆସିଛନ୍ତି । ଦେଶବାସୀଙ୍କ  ଜୀବନକୁ ଅଧିକ ଉତ୍ତମ କରିବା ସକାଶେ,ସେମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ଲାଗି ସରକାର ପ୍ରତି ମୁହୂର୍ତ୍ତରେ ପ୍ରତିବଦ୍ଧ । ପୁଣି ଥରେ ଏନଏଚଆରସିକୁ, ଆପଣମାନଙ୍କୁ ସମସ୍ତଙ୍କୁ ରୌପ୍ୟ ଜୟନ୍ତୀର ଏହି ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି । ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଦେଶରେ ରଚନାତ୍ମକ ପରିବର୍ତ୍ତନ ପାଇଁ ଆମେ ସମସ୍ତେ ମିଳିମିଶି ଆଗକୁ ବଢ଼ିଚାଲିବା ।

ଏହି କାମନାର ସହ ଆପଣମାନଙ୍କୁ ସମସ୍ତଙ୍କୁ ପୁଣିଥରେ ଧନ୍ୟବାଦ ଅର୍ପଣ କରି ରହୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”