" କାରଗିଲଠାରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ, କଚ୍ଛରୁ କାମରୂପ ପର୍ଯ୍ୟନ୍ତ, ଆପଣ ଯାତ୍ରା କରିବେ ତ ଜଣା ପଡ଼ିବ କି କେଉଁ ଗତିରେ ଆଉ କେତେ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି :ପ୍ରଧାନମନ୍ତ୍ରୀ ମୋଦୀ "
"ଭବିଷ୍ୟତ ପିଢି ଭିତ୍ତିଭୂମି ସୃଷ୍ଟି କରିବା ଉପରେ ଆମର ଧ୍ୟାନ :ପ୍ରଧାନମନ୍ତ୍ରୀ ମୋଦୀ "
"ପ୍ରଧାନମନ୍ତ୍ରୀ ମୋଦୀ 2022 ସୁଦ୍ଧା “ସମସ୍ତଙ୍କୁ ଆବାସ” ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି "
"ଲୋକମାନଙ୍କ ପାଇଁ 'ଇଜ ଅଫ ଲିଭିଂ' ଆମର ଲକ୍ଷ୍ୟ । ସମ୍ବଳ ସହରୀ କେନ୍ଦ୍ର ନିର୍ମାଣ ଦିଗରେ ସମର୍ପିତ ଯେଉଁଠି ବିକାଶ ସମଗ୍ର ଅଟେ :ପ୍ରଧାନମନ୍ତ୍ରୀ ମୋଦୀ "
"ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଅଟଳ ନବୋନ୍ମେଷ ମିଶନ ମାଧ୍ୟମରେ ଭାରତ ଭବିଷ୍ୟତର ଟେକ୍ନୋଲଜିର ଏକ ବଡ଼ କେନ୍ଦ୍ର ପାଲଟିବାରେ ଲାଗିଛି :ପ୍ରଧାନମନ୍ତ୍ରୀ ମୋଦୀ "
"ଦିଲ୍ଲୀରେ ଅଟଳ ଜୀଙ୍କ ସରକାରଙ୍କ ସମୟରେ ମେଟ୍ରୋ ଉପରେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଥିଲା; ଆଜି ପ୍ରାୟ ସଂପୂର୍ଣ୍ଣ ଦିଲ୍ଲୀ ମେଟ୍ରୋ ସହିତ ଯୋଡ଼ି ହୋଇଯାଇଛି :ପ୍ରଧାନମନ୍ତ୍ରୀ ମୋଦୀ "
ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ଆବଶ୍ୟକ ଭିତ୍ତିଭୂମି ଆମପାଖରେ ପ୍ରସ୍ତୁତ ହୋଇ ରହିଛି ଆଉ ଏଠାରେ ଉପସ୍ଥିତ ହଜାର ହଜାର ଯୁବ ସାଥୀମାନଙ୍କ ଭଳି, ଏକରୁ ବଳି ଅନେକ ନବସୃଜନ ଚିନ୍ତାଧାରା ଥିବା ମସ୍ତିଷ୍କର ଫୌଜ ଆମ ପାଖରେ ପ୍ରସ୍ତୁତ ହୋଇ ଅଛନ୍ତି :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଏଠାକୁ ଆସିଥିବା ଭାଇ ଓ ଭଉଣୀମାନେ, ମହାରାଷ୍ଟ୍ରରେ ଆଜି ଏହା ହେଉଛି ମୋର ଚତୁର୍ଥ କାର୍ଯ୍ୟକ୍ରମ । ଏହା ପୂର୍ବରୁ ମୁଁ ଥାଣେରେ ଥିଲି । ସେଠାରେ ମଧ୍ୟ ହଜାର ହଜାର କୋଟିର ବିକାଶ କାର୍ଯ୍ୟର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି ।

ଏଥିରେ ଗରିବମାନଙ୍କର ବାସଗୃହ ପ୍ରକଳ୍ପ ମଧ୍ୟ ଥିଲା ଏବଂ ମେଟ୍ରୋର ସମ୍ପ୍ରସାରଣ ସହିତ ଜଡିତ ପ୍ରକଳ୍ପ ମଧ୍ୟ ଥିଲା ।

କିଛି ସମୟ ପୂର୍ବରୁ ଏଠାରେ 8 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପୁଣେ ମେଟ୍ରୋ ଲାଇନର ତୃତୀୟ ପର୍ଯ୍ୟାୟର ଶିଳାନ୍ୟାସ ଏବେ କରିବା ପାଇଁ ମୋତେ ଅବସର ମିଳିଛି । ହିଞ୍ଜୱାଡୀରୁ ଶିବାଜୀନଗରକୁ ଯୋଡ଼ୁଥିବା ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଦେଶର ସବୁଠାରୁ ବ୍ୟସ୍ତ ଆଇଟିସେଣ୍ଟର ମଧ୍ୟରୁ ଏହା ହେଉଛି ଗୋଟିଏ, ଏହି ଅଞ୍ଚଳକୁ ମଧ୍ୟ ବହୁତ କିଛି ସୁବିଧା ମିଳିବ ।

ମହାରାଷ୍ଟ୍ର ଏବଂ ଦେଶର କୋଣ ଅନୁକୋଣରୁ ଏଠାରେ କାର୍ଯ୍ୟ କରିବା ପାଇଁ ପହଞ୍ଚିଥିବା ଆଇଟି ବୃତ୍ତିଧାରୀମାନଙ୍କର, ଏଠାକାର ସ୍ଥାନୀୟ ଲୋକଙ୍କ ଜୀବନ ଏହାଦ୍ୱାରା ସୁଗମ ହେବାକୁ ଯାଉଛି ।

ସାଥୀଗଣ, ଦୁଇ ବର୍ଷ ପୂର୍ବେ ମୋତେ ପୁଣେ ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ କରିବାର ସୌଭାଗ୍ୟ ମିଳିଥିଲା । ମୁଁ ବହୁତ ଖୁସି ଅନୁଭବ କରୁଛି କି ଦୁଇଟି କରିଡରର କାର୍ଯ୍ୟ ଆରମ୍ଭ କରାଯାଇଥିଲା,ସେଠାରେ ଦ୍ରୁତ ଗତିରେ କାମ ଚାଲୁଛି । ମୋର ବିଶ୍ୱାସ ରହିଛି କି ଆସନ୍ତା ବର୍ଷ ଶେଷ ସୁଦ୍ଧା ପୁଣେରେ 12 କିଲୋମିଟରର ରାସ୍ତାରେ ମେଟ୍ରୋ ଦୌଡ଼ିବାକୁ ଲାଗିବ ।

ଏବେ ଶିବାଜୀନଗରରୁ ତୃତୀୟ ପର୍ଯ୍ୟାୟର ଆଜି ଶୁଭାରମ୍ଭ ହୋଇଯାଇଛି । ଏମିତିରେ ଯେତେବେଳେ ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବ, ତ ଲୋକମାନଙ୍କୁ ପୁଣେ ଆଉ ପିମ୍ପରୀ ଛିନ୍ଦୱାଡ଼ାର ଚାରୋଟି ଭିନ୍ନ ଭିନ୍ନ କୋଣରୁ ହିଞ୍ଜୱଡ଼ୀ ଆଇଟି ପାର୍କ ପହଞ୍ଚିବାରେ ବହୁତ ସହଜ ହୋଇଯିବ ।

ଏଠାରେ ଉପସ୍ଥିତ ଆଇଟି କ୍ଷେତ୍ର ସହିତ ଜଡ଼ିତ ବୃତ୍ତିଧାରୀଙ୍କୁ ମୁଁ ଏଥିପାଇଁ ବିଶେଷ ଶୁଭେଚ୍ଛା ଜଣାଉଛି । ଆଜି ଏଠାରେ ଯେଉଁସବୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇଛି, ଏହା କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାରଙ୍କର ବ୍ୟାପକ ଦୃଷ୍ଟିଭଙ୍ଗୀର ହେଉଛି ଅଂଶବିଶେଷ, ଯାହାର କେନ୍ଦ୍ରରେ ରହିଛି ଭିତ୍ତିଭୂମି ଆଉ ମୌଳିକ ସୁବିଧା ।

ଆପଣମାନେ ବିଗତ ଚାରି-ସାଢ଼େ ଚାରି ବର୍ଷ ଧରି ନିରନ୍ତର ଦେଖୁଛନ୍ତି କି କିଭଳି ଭିତ୍ତିଭୂମି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସାରା ଦେଶରେ ଯୋଗାଯୋଗ, ଅର୍ଥାତ ରାଜପଥ, ରେଳପଥ,ବିମାନପଥ, ଜଳପଥ ଏବଂ ଆଇ-ୱେର ସମ୍ପ୍ରସାରଣକୁ ଗତି ଦେବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ସାଥୀଗଣ, କାରଗିଲଠାରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ, କଚ୍ଛରୁ କାମରୂପ ପର୍ଯ୍ୟନ୍ତ, ଆପଣ ଯାତ୍ରା କରିବେ ତ ଜଣା ପଡ଼ିବ କି କେଉଁ ଗତିରେ ଆଉ କେତେ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି ।

ଏସବୁ ଯଦି ହୋଇପାରୁଛି ତ, ଏହାର ପଛରେ ସରକାରଙ୍କର ପ୍ରତିବଦ୍ଧତା ହିଁ ରହିଛି, ସ୍ଥାନୀୟ ଲୋକଙ୍କର, କୃଷକମାନଙ୍କର, ଶ୍ରମିକମାନଙ୍କର, ବୃତ୍ତିଧାରୀମାନଙ୍କର ଇଚ୍ଛା-ଆକାଂକ୍ଷା ଏବଂ ସହଯୋଗ ମଧ୍ୟ ରହିଛି ।

ବିକାଶର ରାଜପଥଠାରୁ ଆଜି କେହି ମଧ୍ୟ ଅଛୁଆଁ ହୋଇ ରହିବାକୁ ଚାହାଁନ୍ତି ନାହିଁ । ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ କେହି କେତେ ମଧ୍ୟ ସମର୍ଥ ଏବଂ ଅସମର୍ଥ ହୁଅନ୍ତୁ ନା କାହିଁକି, କିନ୍ତୁ କେବଳ ଯାତାୟାତରେ ହିଁ ସେ ନିଜର ସମୟ ନଷ୍ଟ କରିବାକୁ ଚାହାଁନ୍ତି ନାହିଁ । ସେ ଚାହାଁନ୍ତି ନାହିଁ କି ଯୋଗାଯୋଗର ଅଭାବରୁ ତାଙ୍କର ଫସଲ ସବୁ, ଉତ୍ପାଦନ, ତାଙ୍କର ଦୁଗ୍ଧ-ଦହି, ତାଙ୍କର ଉତ୍ପାଦ ନଷ୍ଟ ହୋଇଯାଉ । ସେ ଚାହାନ୍ତି କି ସ୍କୁଲ ଯିବା ଆସିବାରେ ତାଙ୍କ ପିଲାମାନଙ୍କୁ କମ୍ ସମୟ ଲାଗୁ, ଫଳରେ ସେମାନେ ପାଠପଢା ଏବଂ ଖେଳକୁଦ ପାଇଁ ଅଧିକ ସମୟ ଦେଇ ପାରିବେ । ସେମାନେ ଘଣ୍ଟା ଘଣ୍ଟାଟ୍ରାଫିକ ଭିଡ଼ରେ ଫସି ଆଠ-ନଅ ଘଣ୍ଟାର ଅଫିସ ସମୟକୁ 12-13 ଘଣ୍ଟା ହେବାକୁ ଦେବା ପାଇଁ ଚାହାନ୍ତି ନାହିଁ । ସେମାନେ ନିଜର ପରିବାରର ସହିତ ସମୟ ବିତାଇବାକୁ ଚାହାନ୍ତି । ନିଜ ସମୟର ସଠିକ ଉପଯୋଗ କରିବାକୁ ଚାହାନ୍ତି । ଏହା ହେଉଛି କାରଣ କି ଆଜି ଗାଁଠାରୁ ନେଇ ସହର ପର୍ଯ୍ୟନ୍ତ ଭବିଷ୍ୟତ ପିଢି ଭିତ୍ତିଭୂମି ଏବଂ ପରିବହନ କ୍ଷେତ୍ରର ସମନ୍ୱୟ ଉପରେ ଧ୍ୟାନ ଦିଆଯାଉଛି ।

ସାଥୀଗଣ, ଏହି ଚିନ୍ତାଧାରା ସହିତ କେନ୍ଦ୍ର ସରକାର ଏଠାରେ ଦେବେନ୍ଦ୍ର ଫଡ଼ନବୀଶ ମହାଶୟଙ୍କ ସରକାରଙ୍କ ସହିତ ମିଳିମିଶି ମହାରାଷ୍ଟ୍ରର, ପୁଣେର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଲାଗିଛନ୍ତି ।

ହିଞ୍ଜୱାଡ଼ୀ-ଶୀବାଜୀନଗର ମେଟ୍ରୋ ଲାଇନ ତ ଆଉ ଏକ କାରଣରୁ ମଧ୍ୟ ହେଉଛି ସ୍ୱତନ୍ତ୍ର । ସରକାର ଦେଶରେ ମେଟ୍ରୋର ବିକାଶ ପାଇଁ ପ୍ରଥମ ଥର ଯେଉଁ ମେଟ୍ରୋ ନୀତି ପ୍ରସ୍ତୁତ କରିଛନ୍ତି, ତାହା ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ହେଉଛି ପ୍ରଥମ ପ୍ରକଳ୍ପ । ଏହି ପ୍ରକଳ୍ପ ପିପିପି ଅର୍ଥାତ ସରକାରୀ ଘରୋଇ ଭାଗୀଦାରୀରେ ନିର୍ମାଣ କରାଯାଉଛି ।

ଏକ ବର୍ଷ ପୂର୍ବେ ସରକାର ଯେଉଁ ନୂତନ ରେଳନୀତି ପ୍ରସ୍ତୁତ କରିଛନ୍ତି, ଏହା ଦେଶରେ ମେଟ୍ରୋର ସମ୍ପ୍ରସାରଣ ପ୍ରତି ଆମର ସଂକଳ୍ପକୁ ଦର୍ଶାଉଛି । ଏହି ନୀତି ଆସିବା ପରେ ମେଟ୍ରୋର ନିର୍ମାଣରେ ଗତି ଆସୁଛି, କାରଣ ନିୟମ ଏବଂ କାୟଦା କଟକଣା ସ୍ପଷ୍ଟ ହୋଇଛି ।

ସହରରେ ପରିବହନ କ୍ଷେତ୍ରର ଭିନ୍ନ ଭିନ୍ନ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟର ବିଧି ବ୍ୟବସ୍ଥା ସ୍ଥିର କରାଯାଇଛି । ଏହି ମେଟ୍ରୋ ରେଳ ନୀତିକୁ ସଂସ୍କାରଧର୍ମୀ କରାଯାଇଛି । ଏହା ସୁନିଶ୍ଚିତ କରାଯାଉଛି କି କେବଳ ମେଟ୍ରୋ ଟ୍ରେନ ସହିତ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଫିଡର ବସଗୁଡ଼ିକ, ନୂତନ ପାଦଚଲା ରାସ୍ତା, ନୂତନ ଚଲା-ରାସ୍ତାକୁ ମଧ୍ୟ ଏହା ସହିତ ବିକଶିତ କରାଯାଉଛି ।

ଏବେ ମେଟ୍ରୋରେ ସଂଯୁକ୍ତ ସହରାଞ୍ଚଳ ପରିବହନ ପ୍ରାଧିକରଣ ମାଧ୍ୟମରେ ଏକକ କମାଣ୍ଡ ବ୍ୟବସ୍ଥା (single command system ) ଅଧୀନରେ କାର୍ଯ୍ୟ ହେଉଛି । ଏହାଦ୍ୱାରା ଲୋକଙ୍କ ପ୍ରକୃତ ଆବଶ୍ୟକତା ବିଷୟରେ ଜଣାପଡ଼ୁଛି, ଅସୁବିଧାଗୁଡ଼ିକୁ ମଧ୍ୟ ହ୍ରାସ କରାଯାଉଛି ।

ଭାଇ ଓ ଭଉଣୀମାନେ, ମେଟ୍ରୋ ଆଜି ଦେଶର ସହରଗୁଡ଼ିକର ଜୀବନରେଖା ପାଲଟିଯାଇଛି । ବିଗତ ଚାରି ବର୍ଷରେ ସରକାର ଦେଶରେ ଏକ ଡଜନ ସହର ପର୍ଯ୍ୟନ୍ତ ଏହାର ସମ୍ପ୍ରସାରଣ କରିଛନ୍ତି,ଆଉ ଆଗାମୀ ସମୟରେ ଆହୁରି ଅନେକ ସହର ଏଥିରେ ଯୋଡ଼ି ହେବେ ।

ବିଗତ ଚାରି ବର୍ଷରେ 300 କିଲୋମିଟରର ନୂତନ ଲାଇନର ଶୁଭାରମ୍ଭ କରି ଦିଆଯାଇଛି । ଆଉ 200 କିଲୋମିଟରର ନୂତନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି । ଏହାର ପରିଣାମ ହେଉଛି କି ବର୍ତ୍ତମାନ ସମୟରେ ଦେଶରେ 500 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ ଚାଲୁ ରହିଛି ଏବଂ ପ୍ରାୟ 650 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ ସଂପୂର୍ଣ୍ଣ ହେବାକୁ ଯାଉଛି ।

ମହାରାଷ୍ଟ୍ରରେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିମିଶି 200 କିଲୋମିଟରରୁ ଅଧିକ ମେଟ୍ରୋ ଲାଇନର ନିର୍ମାଣ କରୁଛନ୍ତି ।

ଭାଇ ଓ ଭଉଣୀମାନେ, ଆଜି ଦେଶରେ ମେଟ୍ରୋ ଯାହାର ମଧ୍ୟ ସମ୍ପ୍ରସାରଣ ହେଉଛି, ତାକୁ ସଠିକ ଢ଼ଂଗରେ ଅଟଳ ମହାଶୟଙ୍କ ସରକାର ଗତି ଦେଇଥିଲେ । ସହର ଏବଂ ଗାଁରେ ଭିତ୍ତିଭୂମି ଉପରେ ଅଟଳ ମହାଶୟ ଅଧିକ ଗୁରୁତ୍ୱ ଦେଇଥିଲେ, ତାହାକୁ 10 ବର୍ଷ ପରେ ଆମ ସରକାର ଗତି ମଧ୍ୟ ଦେଇଛନ୍ତି ଏବଂ ମାତ୍ରା ମଧ୍ୟ ବୃଦ୍ଧି କରିଛନ୍ତି ।

ମୋତେ କହିବାକୁ ଟିକେ ମଧ୍ୟ ସଂକୋଚ ଲାଗୁନାହିଁ ଯେ, ଯଦି ଅଟଳ ମହାଶୟଙ୍କ ସରକାରଙ୍କୁ ଆଉ କିଛି ସମୟ ମିଳିଥାଆନ୍ତା ତ ବୋଧହୁଏ ଆଜି ମୁମ୍ବାଇ ଏବଂ ଏହାର ଆଖପାଖର ଅଞ୍ଚଳକୁ,ମହାରାଷ୍ଟ୍ରର ଅନେକ ସହରକୁ ମେଟ୍ରୋ ସହିତ ଯୋଡ଼ାଯାଇ ସାରିଥା’ନ୍ତା ।

ଦିଲ୍ଲୀରେ ଅଟଳ ମହାଶୟଙ୍କ ସରକାରଙ୍କ ସମୟରେ ମେଟ୍ରୋ ଉପରେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ପ୍ରାୟ ସଂପୂର୍ଣ୍ଣ ଦିଲ୍ଲୀ ମେଟ୍ରୋ ସହିତ ଯୋଡ଼ି ହୋଇଯାଇଛି ।

ସାଥୀଗଣ, ପ୍ରଥମେ ଯେଉଁ ସରକାର ଥିଲେ, ସେମାନଙ୍କର ପ୍ରାଥମିକତାରେ ପରିବହନ ଏବଂ ଭିତ୍ତିଭୂମି ସେତେ ପରିମାଣରେ ନଥିଲା, ଯେତିକି ରହିବା କଥା ।

ସାଥୀଗଣ, ସେମାନଙ୍କୁ ନିଜସ୍ୱ ଚିନ୍ତାଧାରା ପାଇଁ ଅଭିନନ୍ଦନ, ଆମର ଚିନ୍ତା ହେଉଛି ଦେଶର କୋଣ-ଅନୁକୋଣ, ପ୍ରତିଟି ଅଂଶ ଯୋଡ଼ି ହେଉ, ଦେଶର ସନ୍ତୁଳିତ ବିକାଶ ହେଉ । ଆମେ ହେଉଛୁ ଏକ ଭାରତ-ଶ୍ରେଷ୍ଠ ଭାରତ ନିର୍ମାଣ କରିବା ପାଇଁ ଏହି ମିଶନରେ ବାହାରିଥିବା ଲୋକ ।

ହଁ, ଏତିକି ମୁଁ ନିଶ୍ଚିତ ମନେପକାଇ ଦେବି କି 2004 ରୁ 2014ର ସମୟ ଏବଂ 2018ରେ, ଗୋଟିଏ ପିଢିର ବ୍ୟବଧାନ ଆସିଯାଇଛି, ଚିନ୍ତଧାରାରେ ପ୍ରଭେଦ ଆସିଯାଇଛି, ଆକାଂକ୍ଷାଗୁଡ଼ିକ ମଧ୍ୟରେ ଅନ୍ତର ଆସିଯାଇଛି ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାରଙ୍କ ପ୍ରାଥମିକତା ହେଉଛି ସହାବସ୍ଥାନରେ ସୁଗମତା ଏବଂ ବ୍ୟବସାୟ ସୁଗମତା ସୁନିଶ୍ଚିତ କରିବା । ଏହା ହେଉଛି କାରଣ କି ସାରା ଦେଶରେ ପ୍ରାୟ ଶହେ ସ୍ମାର୍ଟ ସିଟି ବିକଶିତ କରାଯାଉଛି ।

ପୁଣେ ସମେତ ମହାରାଷ୍ଟ୍ରରେ ମଧ୍ୟ 8ଟି ସହରକୁ ସ୍ମାର୍ଟ କରାଯାଉଛି । ସାରା ଦେଶରେ ଏହି ମିଶନ ଅଧୀନରେ 5 ହଜାରରୁ ଅଧିକ ପ୍ରକଳ୍ପକୁ ମନୋନୀତ କରାଯାଇଛି ।

ଏହି ପ୍ରକଳ୍ପରେ ଆଗାମୀ ଦିନରେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ । 10 ହଜାର କୋଟିର ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯାଇଛି ଆଉ 53 ହଜାର କୋଟି ଟଙ୍କାର 1700 ପ୍ରକଳ୍ପକୁ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି ।

ସାଥୀଗଣପୁଣେ ସମେତ ମହାରାଷ୍ଟ୍ରର 8ଟି ସହରରେ ସ୍ମାର୍ଟ ସିଟି ମିଶନ ଅଧୀନରେ ପ୍ରାୟ ଦେଢ଼ ହଜାର କୋଟି ଟଙ୍କାର କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି ଯେତେବେଳେ କି ସାଢ଼େ ତିନି ହଜାର କୋଟିର କାର୍ଯ୍ୟ ଦ୍ରୁତ ଗତିରେ ସଂପୂର୍ଣ୍ଣ କରାଯାଉଛି ।  ।

ପୁଣେରେ ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ ଆରମ୍ଭ ହୋଇଯାଇଛି । ଏହିଠାରୁ ଏବେ ସମଗ୍ର ସହରର ବ୍ୟବସ୍ଥାଗୁଡ଼ିକର ନିରୀକ୍ଷଣ କାର୍ଯ୍ୟ କରାଯାଉଛି ।

କେବଳ ଏତିକି ହିଁ ନୁହେଁ, ଅମୃତ ମିଶନ ଅଧୀନରେ ମହାରାଷ୍ଟ୍ରର 41ରୁ ଅଧିକ ସହରରେ ମଧ୍ୟ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ସଡ଼କ, ବିଜୁଳି, ପାଣି, ସିୱେଜ, ଏଭଳି ପ୍ରାଥମିକ ସୁବିଧା ସହିତ ଜଡ଼ିତ ପ୍ରାୟ 6 ହଜାର କୋଟି ଟଙ୍କାର ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ ହେବା ସ୍ଥିତିରେ ଅଛି ।

ଏହା ସହିତ ସହରକୁ ଆଲୋକିତ କରିବା ପାଇଁ, ସେଗୁଡ଼ିକର ସୁନ୍ଦରତାକୁ ବୃଦ୍ଧି କରିବା ପାଇଁ କମ୍ ବିଜୁଳିରେ ଅଧିକ ଆଲୋକ ପାଇଁ LED Street Lights ଲଗାଯାଉଛି ।

ମହାରାଷ୍ଟ୍ରରେ ପ୍ରାୟ ଏକ ଲକ୍ଷ ଏଭଳି Street Lights ଭିନ୍ନ ଭିନ୍ନ ସହରରେ ଲଗାଯାଇ ସାରିଛି । ଏହାଦ୍ୱାରା ଶହ ଶହ କୋଟି ଟଙ୍କାର ବିଜୁଳି ସଞ୍ଚୟ ହେଉଛି ।

ସାଥୀଗଣ, ସାଧାରଣ ଜନତାଙ୍କର ସଞ୍ଚୟ ହେଉ, ଏହା ସହିତ ସରକାରୀ ସେବା ପର୍ଯ୍ୟନ୍ତ ସେ ସହଜରେ ପହଞ୍ଚିପାରୁ, ଏଥିପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନ ବ୍ୟାପକ ସ୍ୱରୂପ ନେଇ ସାରିଛି ।

ଆଜି ଜନ୍ମ ପ୍ରମାଣପତ୍ରଠାରୁ ନେଇ ଜୀବନ ପ୍ରମାଣପତ୍ର ପର୍ଯ୍ୟନ୍ତ, ଏପରି ଶହ ଶହ ସୁବିଧା ଅନଲାଇନରେ ଅଛି ।

ବିଜୁଳି, ପାଣିର ବିଲଠାରୁ ନେଇ ହାସପାତାଳରେ ନିଯୁକ୍ତି, ବ୍ୟାଙ୍କରେ ଲୋନ୍ ଦେବା, ପେନସନ,ଭବିଷ୍ୟନିଧି ପାଣ୍ଠି, ନାମଲେଖା, ସଂରକ୍ଷଣ, ପ୍ରାୟ ପ୍ରତ୍ୟେକ ସୁବିଧାକୁ ଅନଲାଇନ୍ କରାଯାଇଛି । କାରଣ ଧାଡି ନ ଲାଗୁ ଏବଂ ଭ୍ରଷ୍ଟାଚାରର ଆଶଙ୍କା କମ୍ ରହୁ ।

ଏବେ ଡିଜି-ଲକରରେ ଆପଣଙ୍କର ସମସ୍ତ ପ୍ରମାଣପତ୍ର ସୁରକ୍ଷିତ ରହି ପାରିବ । ପ୍ରାୟ ଦେଢ କୋଟି ଖାତା ସାରା ଦେଶରେ ଖୋଲାଯାଇଛି । ଏତିକି ହିଁ ନୁହେଁ, ଏବେ ଡ୍ରାଇଭିଂ ଲାଇସେନ୍ସ ସମେତ ଅନ୍ୟ ସମସ୍ତ ଦସ୍ତାବେଜକୁ ସାଙ୍ଗରେ ରଖିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ । ମୋବାଇଲ ଫୋନରେ ଏହାର ସଫ୍ଟ କପି ବା’ ପୁଣି ଡିଜି-ଲକରରେ ହିଁ କାମ ଚଳିଯିବ ।

ଭାଇ ଓ ଭଉଣୀମାନେସରକାରଙ୍କର ପ୍ରୟାସ ହେଉଛି କି ଆମର ବୃତ୍ତିଧାରୀମାନେ, ସେମାନଙ୍କର ଦିନଚର୍ଯ୍ୟା ଆମର ଉଦ୍ୟୋଗ ଗୁଡିକ ଏବଂ ଦେଶର ନୂତନ ଆବଶ୍ୟକତା ହିସାବରେ ଆଇନ-କାନୁନ ତିଆରି ହେଉ ଏବଂ ବଦଳାଯାଉ । ନିୟମ ସରଳ ମଧ୍ୟ ହେଉ ଏବଂ ସୁଗମତା ଓ ପାରଦର୍ଶିତା ମଧ୍ୟ ସୁନିଶ୍ଚିତ କରନ୍ତୁ ।

ଡିଜିଟାଲ ଇଣ୍ଡିଆ ଏବଂ ମେକ୍ ଇନ ଇଣ୍ଡିଆ ସରକାରଙ୍କର ଏହି ପ୍ରୟାସକୁ ଗତି ଦେଇଛି । ଆଜି ଯଦି ସାଧାରଣରୁ ଅତି ସାଧାରଣ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଜ୍ଞାନ କୌଶଳ ପହଞ୍ଚି ପାରୁଛି ତ ଶସ୍ତା ମୋବାଇଲ ଫୋନ, ଶସ୍ତା ଏବଂ ଦ୍ରୁତ ଗତିର ଇଣ୍ଟରନେଟ ଡାଟା ବଡ଼ ଭୂମିକା ତୁଲାଉଛି ।

ମୋବାଇଲ ଫୋନ ଏଥିପାଇଁ ଶସ୍ତା ହେଲା, କାରଣ ଏବେ ଭାରତ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ଼ ମୋବାଇଲ ଫୋନ ନିର୍ମାଣ କରିଲାବାଲା ଦେଶ ପାଲଟି ଯାଇଛି । ପ୍ରାୟ ଶହେ ପଚିଶ ମୋବାଇଲ ଫୋନ ନିର୍ମାଣ ୟୁନିଟ ସାରା ଦେଶରେ ଚାଲୁଛି । ଯେତେବେଳେ କି ଚାରି ବର୍ଷ ପୂର୍ବେ କେବଳ-କେବଳ ମାତ୍ର ଏଭଳି ଦୁଇଟି ନିର୍ମାଣକାରୀ କାରଖାନା ଥିଲା । ସଢ଼େ ଚାରିରୁ ପାଞ୍ଚ ଲକ୍ଷ ଯୁବକ ଏହି କଂପାନୀଗୁଡିକରେ କାର୍ଯ୍ୟ କରୁଛନ୍ତି । ଏବେ ଏଥିରେ ଆହୁରି ସଂପ୍ରସାରଣ ହେବ । ମୋବାଇଲ ସମେତ ସଂମ୍ପୂର୍ଣ୍ଣ ଇଲେକଟ୍ରୋନିକ୍ସ ଉତ୍ପାଦନର ଭାରତ ଏକ ବଡ଼ ହବ୍ ପାଲଟିବାକୁ ଯାଉଛି ।

ସାଥୀଗଣ, ହାଡୱେୟର ସହିତ ଶସ୍ତା ଏବଂ ଦ୍ରୁତ ଗତି ଡାଟାକୁ ଗାଁ-ଗାଁ ଗଳି-କନ୍ଦି ପର୍ଯ୍ୟନ୍ତପହଞ୍ଚାଇବାର କାର୍ଯ୍ୟ ଚାଲୁ ରହିଛି । ସାରା ଦେଶରେ ପ୍ରାୟ ଶହେ ପଚିଶ ଲକ୍ଷ ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ଅପଟିକାଲ ଫାଇବର ନେଟୱାର୍କ ପହଞ୍ଚା ଯାଇସାରିଛି ।

ତିନି ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର ଗାଁମାନଙ୍କରେ କାର୍ଯ୍ୟ କରୁଛି । ଏଥିରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ଲକ୍ଷ ଯୁବକ, ଗାଁଗୁଡିକୁ ଅନଲାଇନ୍ ସୁବିଧା ଯୋଗାଉଛନ୍ତି ।

ଦେଢ଼ ଲକ୍ଷରୁ ଅଧିକ ପୋଷ୍ଟ ଅଫିସ ଏବେ ଅନଲାଇନ୍ ବ୍ୟାଙ୍କିଙ୍ଗର ମାଧ୍ୟମ ତ ପାଲଟିଛନ୍ତି, ହୋମ୍ ଡେଲିଭରି ବା ଘରେ ପହଞ୍ଚାଇବା ସେବାର ମଧ୍ୟ କେନ୍ଦ୍ର ପାଲଟିବାକୁ ଯାଉଛି ।

ଦେଶରେ ପ୍ରାୟ 700 ରେଳ ଷ୍ଟେସନରେ ମାଗଣା ୱାଇ-ଫାଇର ସୁବିଧା ଦିଆଯାଉଛି ।

ସାଥୀଗଣ, 2014 ପୂର୍ବରୁ ଦେଶରେ ଯେଉଁ ଡିଜିଟାଲ କାରବାର ଥିଲା, ତାହା ଏବେ 6 ଗୁଣରୁ ଅଧିକ ବୃଦ୍ଧି ପାଇଛି । ଦେଶରେ ଏ ପର୍ଯ୍ୟନ୍ତ 50 କୋଟିରୁ ଅଧିକ ରୂପେ, ଡେବିଟ କାର୍ଡ, ବିତରଣ କରାଯାଇ ସାରିଛି । କେବଳ ବିଗତ 2 ବର୍ଷ ମଧ୍ୟରେ ହିଁ ୟୁପିଆଇ, ଭୀମ୍ ଏବଂ ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନେଣଦେଣ ଲକ୍ଷ ଲକ୍ଷ ଗୁଣରେ ବୃଦ୍ଧି ପାଇଛି ।

ଭାଇ ଓ ଭଉଣୀମାନେ, ପୁଣେ ହେଉଛି – ଶିକ୍ଷା, ଆଇଟି, ଇଂଜିନିୟରିଂ ଏବଂ ବ୍ୟବସାୟର କେନ୍ଦ୍ର ମଧ୍ୟ । ଏହା ହେଉଛି ଜ୍ଞାନର କେନ୍ଦ୍ର, ଟେକ୍ନିକର କେନ୍ଦ୍ର । ଏହା ନ୍ୟୁ ଇଣ୍ଡିଆର ପରିଚୟ ହେବାକୁ ଯାଉଛି।

ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ଆବଶ୍ୟକ ଭିତ୍ତିଭୂମି ଆମପାଖରେ ପ୍ରସ୍ତୁତ ହୋଇ ରହିଛି ଆଉ ଏଠାରେ ଉପସ୍ଥିତ ହଜାର ହଜାର ଯୁବ ସାଥୀମାନଙ୍କ ଭଳି, ଏକରୁ ବଳି ଅନେକ ନବସୃଜନ ଚିନ୍ତାଧାରା ଥିବା ମସ୍ତିଷ୍କର ଫୌଜ ଆମ ପାଖରେ ପ୍ରସ୍ତୁତ ହୋଇ ଅଛନ୍ତି ।

ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଅଟଳ ନବୋନ୍ମେଷ ମିଶନ ମାଧ୍ୟମରେ ଭାରତ ଭବିଷ୍ୟତର ଟେକ୍ନୋଲଜିର ଏକ ବଡ଼ କେନ୍ଦ୍ର ପାଲଟିବାରେ ଲାଗିଛି । ଷ୍ଟାର୍ଟ ଅପ୍ ବିଷୟରେ ଭାରତ ଦୁନିଆର ଦ୍ୱିତୀୟ ବଡ଼ ଇକୋ-ସିଷ୍ଟମ ପାଲଟି ଯାଇଛି । ଦେଶରେ ପ୍ରାୟ 500 ଜିଲ୍ଲାରେ 14 ହଜାରରୁ ଅଧିକ ଷ୍ଟାର୍ଟ ଅପ୍ସଙ୍କୁ ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନ ଅଧୀନରେ ସ୍ୱୀକୃତି ଦିଆଯାଇ ସାରିଛି ।

ଆମ ଦେଶରେ ଚିନ୍ତାଧାରାର କେବେ ଅଭାବ ନଥିଲା । ଅଭାବ ଥିଲା ତ’ କେବଳ ସେମାନଙ୍କୁ ମାର୍ଗଦର୍ଶନ ଦେବାର, ହାତଧରି ଆଗକୁ ବଢ଼ାଇବାର, ହାତଧରି ସାହାଯ୍ୟ କରିବାର ।

କମ୍ ବୟସରେ ହିଁ ଟେକ୍ନୋଲଜି ପାଇଁ ମାନସିକତା ବିକଶିତ କରାଯାଉଛି । ସ୍କୁଲମାନଙ୍କରେ ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯାଉଛି ତ ଷ୍ଟାର୍ଟ ଅପ୍ ପାଇଁ ଅଟଳ ପ୍ରୟୋଗଶାଳା ସାରା ଦେଶରେ ଖୋଲା ଯାଉଛି ।

ନ୍ୟୁ ଇଣ୍ଡିଆର ନୂତନ କେନ୍ଦ୍ରଗୁଡ଼ିକରେ ସାରା ଦେଶର ଭବିଷ୍ୟତ ବଂଶଧର ମାନଙ୍କୁ ପ୍ରସ୍ତୁତ କରାଯାଉଛି । ଦୁନିଆର ସବୁଠାରୁ ବଡ଼ ପ୍ରତିଭା ଶୃଙ୍ଖଳ (talent pool) ପ୍ରସ୍ତୁତ ହେବ । ନୂତନ ଭାରତର ନିର୍ମାଣରେ ଆପଣ ସମସ୍ତଙ୍କର, ପୁଣେର, ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବାକୁ ଯାଉଛି ।

ଏହି ବିଶ୍ୱାସର ସହିତ ଆଉ ଥରେ ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ମେଟ୍ରୋ ଲାଇନର କାମ ଆରମ୍ଭ ହେବା ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି । ଆଉ ଏତେ ବଡ଼ ସଂଖ୍ୟାରେ ଆପଣମାନେ ଆଶୀର୍ବାଦ ଦେବାପାଇଁ ଆସିଲେ, ଏଥିପାଇଁ ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।

ବହୁତ – ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt directs faster processing of city gas projects, hikes commercial LPG allocation to ease supply stress

Media Coverage

Govt directs faster processing of city gas projects, hikes commercial LPG allocation to ease supply stress
NM on the go

Nm on the go

Always be the first to hear from the PM. Get the App Now!
...
This is the New India that leaves no stone unturned for development: PM Modi
March 23, 2026
Today, India is moving forward with a new confidence; Now India faces challenges head-on: PM
From the Gulf to the Global West and from the Global South to neighbouring countries, India is a trusted partner for all: PM
What gets measured gets improved and ultimately gets transformed: PM
This is the new India, It is leaving no stone unturned for development: PM

नमस्कार!

पिछले कुछ समय में मुझे एक-दो बार टीवी9 भारतवर्ष देखने का मौका मिला है। नॉर्मली भी युद्धों और मिसाइलों पर आपका बहुत फोकस होता है और आजकल तो आपको कंटेंट की ओवरफीडिंग हो रही है। बड़े-बड़े देश टीवी9 को इतना सारा कंटेंट देने पर तुले हुए हैं, लेकिन On a Serious Note, आज विश्व जिन गंभीर परिस्थितियों से गुजर रहा है, वो अभूतपूर्व है और बेहद गंभीर है। और इन स्थितियों के बीच, आज टीवी-9 नेटवर्क ने विचारों का एक बेहद महत्वपूर्ण मंच बनाया है। आज इस समिट में आप सभी India and the world, इस विषय पर चर्चा कर रहे हैं। मैं आप सबको बधाई देता हूं। इस समिट के लिए अपनी शुभकामनाएं देता हूं। सभी अतिथियों का अभिनंदन करता हूं।

साथियों,

आज जब दुनिया, conflicts के कारण उलझी हुई है, जब इन conflicts के दुष्प्रभाव पूरी दुनिया पर दिख रहे हैं, तब India and the world की बात करना बहुत ही प्रासंगिक है। भारत आज वो देश है, जिसकी अर्थव्यवस्था तेजी से आगे बढ़ रही है। 2014 के पहले की स्थितियों को पीछे छोड़कर के आज भारत एक नए आत्मविश्वास के साथ आगे बढ़ रहा है। अब भारत चुनौतियों को टालता नहीं है बल्कि चुनौतियों से टकराता है। आप बीते 5-6 साल में देखिए, कोरोना की महामारी के बाद चुनौतियां एक के बाद एक बढ़ती ही गई हैं। ऐसा कोई साल नहीं है, जिसने भारत की, भारतीयों की परीक्षा न ली हो। लेकिन 140 करोड़ देशवासियों के एकजुट प्रयास से भारत हर आपदा का सामना करते हुए आगे बढ़ रहा है। इस समय युद्ध की परिस्थितियों में भी भारत की नीति और रणनीति देखकर, भारत का सामर्थ्य देखकर दुनिया के अनेकों देश हैरान हैं। हमारे यहां कहावत है, सांच को आंच नहीं। 28 फरवरी से दुनिया में जो उथल-पुथल मची है, इन कठोर विपरीत परिस्थितियों में भी भारत प्रगति के, विकास के, विश्वास के संकल्प के साथ आगे बढ़ रहा है। इन 23 दिनों में भारत ने अपनी Relationship Building Capacity दिखाई है, Decision Making Capacity दिखाई है और Crisis Management Capacity दिखाई है।

साथियों,

आज जब दुनिया इतने सारे खेमों में बंटी हुई है, भारत ने अभूतपूर्व और अकल्पनीय bridges बनाए हैं। Gulf से लेकर Global West तक, Global South से लेकर पड़ोसी देशों तक भारत सभी का trusted partner है। कुछ लोग पूछते हैं, हम किसके साथ हैं? तो उनको मेरा जवाब यही है कि हम भारत के साथ हैं, हम भारत के हितों के साथ हैं, शांति के साथ हैं, संवाद के साथ हैं।

साथियों,

संकट के इसी समय में जब global supply chains डगमगा रही हैं, भारत ने diversification और resilience का मॉडल पेश किया है। Energy हो, fertilizers हों या essential goods अपने नागरिकों को कम से कम परेशानी हो, इसके लिए भारत ने निरंतर प्रयास किया है और आज भी कर रहे है।

साथियों,

जब राष्ट्रनीति ही राजनीति का मुख्य आधार हो, तब देश का भविष्य सर्वोपरि होता है। लेकिन जब राजनीति में व्यक्तिगत स्वार्थ हावी हो जाता है, तब लोग देश के फ्यूचर के बजाय अपने फ्यूचर के बारे में सोचते हैं। आप ज़रा याद कीजिए 2004 से 2010 के बीच क्या हुआ था? तब कांग्रेस सरकार के समय पेट्रोल-डीजल और गैस की कीमतों का संकट आया था और तब कांग्रेस ने देश की नहीं बल्कि अपनी सत्ता की चिंता की। उस वक्त कांग्रेस ने एक लाख अड़तालीस हज़ार करोड़ रुपए के ऑयल बॉन्ड जारी किए थे और प्रधानमंत्री मनमोहन सिंह जी ने खुद कहा था कि वो आने वाली पीढ़ी पर कर्ज का बोझ डाल रहे हैं। यह जानते हुए भी कि ऑयल बॉन्ड का फैसला गलत है, जो रिमोट कंट्रोल से सरकार चला रहे थे, उन लोगों ने अपनी सत्ता बचाने के लिए यह गलत निर्णय किया क्योंकि जवाबदेही उस समय नहीं होनी थी, उस बॉन्ड पर री-पेमेंट 2020 के बाद होनी थी।

साथियों,

बीते 5-6 वर्षों में हमारी सरकार ने कांग्रेस सरकार के उस पाप को धोने का काम किया है, और इस धुलाई का खर्चा कम नहीं आया है, ऐसी लाँड्री आपने देखी नहीं होगी। 1 लाख 48 हज़ार करोड़ रुपए की जगह, देश को 3 लाख करोड़ रुपए से अधिक की पेमेंट करनी पड़ी क्योंकि इसमें ब्याज भी जुड़ गया था। यानी हमने करीब-करीब दोगुनी राशि चुकाने के लिए मजबूर हुए। आजकल कांग्रेस के जो नेता बयानों की मिसाइलें दाग रहे हैं, मिसाइल आई तो टीवी9 को मजा आएगा, उनकी इस विषय का जिक्र आते ही बोलती बंद हो जाती है।

साथियों,

पश्चिम एशिया में बनी परिस्थितियों पर मैंने आज लोकसभा में अपना वक्तव्य दिया है। दुनिया में जहां भी युद्ध हो रहे हैं, वो भारत की सीमा से दूर हैं। लेकिन आज की व्यवस्थाओं में कोई भी देश युद्धों से दुष्प्रभाव से दूर रहे, ऐसा संभव नहीं होता। अनेक देशों में तो स्थिति बहुत गंभीर हो चुकी है। और इन हालातों में हम देख रहे हैं कि राजनीतिक स्वार्थ से भरे कुछ लोग, कुछ दल, संकट के इस समय में भी अपने लिए राजनीतिक अवसर खोज रहे हैं। इसलिए मैं टीवी9 के मंच से फिर कहूंगा, यह समय संयम का है, संवेदनशीलता का है। हमने कोरोना महासंकट के दौरान भी देखा है, जब देशवासी एकजुट होकर संकट का सामना करते हैं, तो कितने सार्थक परिणाम आते हैं। इसी भाव के साथ हमें इस युद्ध से बनी परिस्थितियों का सामना करना है।

साथियों,

दुनिया की हर उथल-पुथल के बीच, भारत ने अपनी प्रगति की गति को भी बनाए रखा है। अगर मैं 28 फरवरी को युद्ध शुरू होने के बाद, बीते 23 दिनों का ही ब्यौरा दूं, तो पूरब से पश्चिम तक, उत्तर से दक्षिण तक देश में हजारों करोड़ के डेवलपमेंट प्रोजेक्ट्स का काम हुआ है। दिल्ली मेट्रो रेल के महत्वपूर्ण कॉरिडोर्स का लोकार्पण, सिलचर का हाई स्पीड कॉरिडोर का शिलान्यास, कोटा में नए एयरपोर्ट का शिलान्यास, मदुरै एयरपोर्ट को इंटरनेशनल एयरपोर्ट का दर्जा देना, ऐसे अनेक काम बीते 23 दिनों में ही हुए हैं। बीते एक महीने के दौरान ही औद्योगिक विकास को गति देने के लिए भव्य स्कीम को मंजूरी दी गई है। इसके तहत देशभर में 100 plug-and-play industrial parks विकसित किए जाएंगे। देश में Small Hydro Power Development Scheme को भी हरी झंडी दी गई है। इससे आने वाले वर्षों में 1,500 मेगावाट नई hydro power capacity जोड़ी जाएगी। इसी दौरान जल जीवन मिशन को साल 2028 तक बढ़ाने का निर्णय लिया गया है। किसानों के हित में भी अनेक बड़े निर्णय लिए गए हैं। बीते एक महीने में ही पीएम किसान सम्मान निधि के तहत 18 हजार करोड़ रुपए से अधिक सीधे किसानों के खातों में ट्रांसफर किए गए हैं। और जो हमारे MSMEs हैं, जो हमारे निर्यातक हैं, उनके लिए भी करीब 500 करोड़ रुपए के राहत पैकेज की भी घोषणा की गई है। यह सारे कदम इस बात का प्रमाण हैं कि विकसित भारत बनाने के लिए देश कितनी तेज गति से काम कर रहा है।

साथियों,

Management की दुनिया में एक सिद्धांत कहा जाता है - What gets measured, gets managed. लेकिन मैं इसमें एक बात और जोड़ना चाहता हूं, What gets measured, gets improved और ultimately, gets transformed. क्योंकि आकलन जागरूकता पैदा करता है। आकलन जवाबदेही तय करता है और सबसे महत्वपूर्ण आकलन संभावनाओं को जन्म देता है।

साथियों,

अगर आप 2014 से पहले के 10-11 साल और 2014 के बाद के 10-11 साल का आप आकलन करेंगे, तो यही पाएंगे कि कैसे इसी सिद्धांत पर चलते हुए, भारत ने हर सेक्टर को Transform किया है। जैसे पहले हाईवे बनते थे, करीब 11-12 किलोमीटर प्रति दिन की रफ्तार से, आज भारत करीब 30 किलोमीटर प्रतिदिन की स्पीड से हाईवे बना रहा है। पहले पोर्ट्स पर शिप का Turnaround Time, 5-6 दिन का होता था। आज वही काम, करीब-करीब 2 दिन से भी कम समय में पूरा हो रहा है। पहले Startup Culture के बारे में चर्चा ही नहीं होती थी। 2014 से पहले, हमारे देश में 400-500 स्टार्ट अप्स ही थे। आज भारत में 2 लाख से ज्यादा रजिस्ट्रर्ड स्टार्ट अप्स हैं। पहले मेडिकल education में सीटें भी सीमित थीं, करीब 50-55 हजार MBBS seats थीं, आज यह बढ़कर सवा लाख से ज्यादा हो चुकी हैं। पहले देश के Banking system से भी करोड़ों लोग बाहर थे। देश में सिर्फ 25 करोड़ के आसपास ही बैंक account थे। वहीं जनधन योजना के माध्यम से 55 करोड़ से ज्यादा बैंक अकाउंट खुले हैं। पहले हमारे देश में airports की संख्या भी 70 से कम थी। आज एयरपोर्ट्स की संख्या भी बढ़कर 160 से ज्यादा हो चुकी है।

साथियों,

पहले भी योजनाएं तो बनती थीं, लेकिन आज फर्क है, आज परिणाम दिखते हैं। पहले गति धीमी थी, आज भारत fastrack पर है। पहले संभावनाएं भी अंधकार में थीं, आज संकल्प सिद्धियों में बदल रहे हैं। इसलिए दुनिया को भी यह संदेश मिल रहा है कि यह नया भारत है। यह अपने विकास के लिए कोई कोर-कसर बाकी नहीं छोड़ रहा है।

साथियों,

आज हमारा प्रयास है कि अतीत में विकास का जो असंतुलन पैदा हो गया था, उसको अवसरों में बदला जाए। अब जैसे हमारा पूर्वी भारत है। हमारा पूर्वी भारत संसाधनों से समृद्ध है, दशकों तक वहां जिन्होंने सरकारें चलाई हैं, उनकी उपेक्षा ने पूर्वी भारत के विकास पर ब्रेक लगा दी थी। अब हालात बदल रहे हैं। जिस असम में कभी गोलियों की आवाज सुनाई देती थी, आज वहां सेमीकंडक्टर यूनिट बन रही है। ओडिशा में सेमीकंडक्टर से लेकर पेट्रोकेमिकल्स तक अनेक नए-नए सेक्टर का विकास हो रहा है। जिस बिहार में 6-7 दशक में गंगा जी पर एक बड़ा पुल बन पाया था एक, उस बिहार में पिछले एक दशक में 5 से ज्यादा नए पुल बनाए गए हैं। यूपी में कभी कट्टा मैन्युफैक्चरिंग की कहानियां कही जाती थीं, आज यूपी, मोबाइल फोन मैन्युफैक्चरिंग में दुनिया में अपनी पहचान बना रहा है।

साथियों,

पूर्वी भारत का एक और बड़ा राज्य पश्चिम बंगाल है। पश्चिम बंगाल, एक समय में भारत के कल्चर, एजुकेशन, इंडस्ट्री और ट्रेड का हब होता था। बीते 11 वर्षों में केंद्र सरकार ने पश्चिम बंगाल के विकास के लिए बड़ी मात्रा में निवेश किया है। लेकिन दुर्भाग्य से, आज वहां एक ऐसी निर्मम सरकार है, जो विकास पर ब्रेक लगाकर बैठी है। TV9 बांग्ला के जो दर्शक हैं, वो जानते हैं कि बंगाल में आयुष्मान योजना पर निर्मम सरकार ने ब्रेक लगाया हुआ है। पीएम सूर्यघर मुफ्त बिजली योजना पर ब्रेक लगाया हुआ है। पीएम आवास योजना पर ब्रेक लगाया हुआ है। चाय बागान श्रमिकों के लिए शुरू हुई योजना के लिए ब्रेक लगाया हुआ है। यानी विकास और जनकल्याण से ज्यादा प्राथमिकता निर्मम सरकार अपने राजनीतिक स्वार्थ को दे रही है।

साथियों,

देश में इस तरह की राजनीति की शुरुआत जिस दल ने की है, वो अपने गुनाहों से बच नहीं सकती और वो पार्टी है - कांग्रेस। कांग्रेस पार्टी की राजनीति का एक ही लक्ष्य रहा है, किसी भी तरह विकास का विरोध और कांग्रेस यह तब से कर रही है, जब मैं गुजरात में था। गुजरात में वर्षों तक जनता ने हमें आशीर्वाद दिया, तो कांग्रेस ने उस जनादेश को स्वीकार नहीं किया। उन्होंने गुजरात की छवि पर सवाल उठाए, उसकी प्रगति को कटघरे में खड़ा किया और जब यही विश्वास पूरे देश में दिखाई दिया, तो कांग्रेस का विरोध भी रीजनल से नेशनल हो गया।

साथियों,

जब राजनीति में विरोध, विकास के विरोध में बदल जाए, जब आलोचना देश की उपलब्धियों पर सवाल उठाने लगे, तब यह सिर्फ सरकार का विरोध नहीं रह जाता, यह देश की प्रगति से असहज होने की मानसिकता बन जाती है। आज कांग्रेस इसी मानसिकता की गुलाम बन चुकी है। आज स्थिति यह है कि देश की हर सफलता पर प्रश्न उठाया जाता है, हर उपलब्धि में कमी खोजी जाती है और हर प्रयास के असफल होने की कामना की जाती है। कोविड के समय, देश ने अपनी वैक्सीन बनाई, तो कांग्रेस ने उस पर भी संदेह जताया। Make in India की बात हुई, तो कहा गया कि यह सफल नहीं होगा, बब्बर शेर कहकर इसका मजाक उड़ाया गया। जब देश में डिजिटल इंडिया अभियान शुरू हुआ, तो उसका मजाक उड़ाया गया। लेकिन हर बार यह कांग्रेस का दुर्भाग्य और देश का सौभाग्य रहा कि भारत ने हर चुनौती को सफलता में बदला। आज भारत दुनिया की सबसे बड़ी वैक्सीनेशन ड्राइव का उदाहरण है। भारत डिजिटल पेमेंट्स में दुनिया का अग्रणी देश है। भारत मैन्युफैक्चरिंग और स्टार्टअप्स में नई ऊंचाइयों को छू रहा है।

साथियों,

लोकतंत्र में विरोध जरूरी होता है। लेकिन विरोध और विद्वेष के बीच एक रेखा होती है। सरकार का विरोध करना लोकतांत्रिक अधिकार है। लेकिन देश को बदनाम करना, यह कांग्रेस की नीयत पर सवाल खड़ा करता है। जब विरोध इस स्तर तक पहुंच जाए कि देश की उपलब्धियां भी असहज करने लगें, तो यह राजनीति नहीं, यह दृष्टिकोण की समस्या है। अभी हमने ग्लोबल AI समिट में भी देखा है। जब पूरी दुनिया भारत में जुटी हुई थी, तो कांग्रेस के लोग कपड़े फाड़ने वहां पहुंच गए थे। इन लोगों को देश की इज्जत की कितनी परवाह है, यह इसी से पता चलता है। इसलिए आज आवश्यकता है कि देशहित को, दलहित से ऊपर रखा जाए क्योंकि अंत में राजनीति से ऊपर, राष्ट्र होता है, राष्ट्र का विकास होता है।

साथियों,

आज का यह दिन भी हमें यही प्रेरणा देता है। आज के ही दिन शहीद भगत सिंह, शहीद राजगुरु और शहीद सुखदेव ने देश के लिए सर्वोच्च बलिदान दिया था। आज ही, समाजवादी आंदोलन के प्रखर आदर्श डॉ. राम मनोहर लोहिया जी की जयंती भी है। यह वो प्रेरणाएं हैं, जिन्होंने देश को हमेशा स्व से ऊपर रखा है। देशहित को सबसे ऊपर रखने की यही प्रेरणा, भारत को विकसित भारत बनाएगी। यही प्रेरणा भारत को आत्मनिर्भर बनाएगी। मुझे पूरा विश्वास है कि टीवी9 की यह समिट भी भारत के आत्मविश्वास और दुनिया के भरोसे पर, भारतीयों पर जो भरोसा है, उस भरोसे को और सशक्त करेगी। आप सभी को मेरी तरफ से बहुत-बहुत शुभकामनाएं हैं और आपके बीच आने का अवसर दिया, आप सबसे मिलने का मौका लिया, इसलिए बहुत-बहुत धन्यवाद!

नमस्‍कार!