PM Modi dedicates multiple development projects worth Rs. 22,000 crores in Bhilai, Chhattisgarh
The expansion of Bhilai Steel Plant will further strengthen the foundation of a New India: PM Modi
Continuous efforts are being made to enhance water, land and air connectivity: PM Modi
Under UDAN Yojana, we are opening new airports at places where the previous government even refrained to construct roads: PM
Naya Raipur is now the country’s first Greenfield Smart City; be it electricity, water or transport, everything will be controlled from a single command centre: PM Modi
Development is necessary to eliminate any kind of violence: PM Modi

ଭାରତ ମାତା କୀ ଜୟ, ଭିଲାଇ ଇସ୍ପାତ କାରଖାନା ଛତିଶଗଡ଼ ମହତାରୀ କେ କୋରା ଅନ୍ମୋଲ ରତନ ହୈ ।

ଛତିଶଗଡ଼ ମହତାରୀ କେ ପ୍ରତାପ କେ ଚିହ୍ନାରୀ ହୈ ।

ଛତିଶଗଡ଼ର ଯଶସ୍ୱୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆମର ପୁରୁଣା ସାଥୀ ଡକ୍ଟର ରମଣ ସିଂହ ମହାଶୟ, କେନ୍ଦ୍ରରେ ମନ୍ତ୍ରିପରିଷଦରେ ମୋର ସାଥୀ ଚୌଧୁରୀ ବୀରେନ୍ଦର ସିଂହ ମହାଶୟ, ମନ୍ତ୍ରୀ ଶ୍ରୀ ମନୋଜ ସିହ୍ନା ମହାଶୟ, ଏହି ମାଟିର ସନ୍ତାନ କେନ୍ଦ୍ରରେ ମୋର ସାଥୀ ଶ୍ରୀ ବିଷ୍ଣୁଦେବ ସାଏ ମହାଶୟ, ଛତିଶଗଡ଼ ବିଧାନସଭାର ଅଧ୍ୟକ୍ଷ ଶ୍ରୀମାନ ଗୌରୀଶଙ୍କର ଅଗ୍ରୱାଲ ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ବରିଷ୍ଠ ମନ୍ତ୍ରୀଗଣ ଏବଂ

ଛତିଶଗଡ଼ର ମୋର ପ୍ରିୟ ଭାଇ ଓ ଭଉଣୀମାନେ

ଦୁଇ ମାସ ପୂର୍ବେ ମଧ୍ୟ ସେହି 14 ତାରିଖ ଥିଲା । ଆଜି ମଧ୍ୟ 14 ତାରିଖ । ମୋତେ ପୁଣି ଦ୍ୱିତୀୟ ଥର ପାଇଁ ଆପଣମାନଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୁଯୋଗ ମିଳିଛି ।

ଯେତେବେଳେ ମୁଁ 14 ଅପ୍ରେଲରେ ଆସିଥିଲି ଏହି ମାଟିରୁ ଆୟୂଷ୍ମାନ ଭାରତ ଯୋଜନାର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲି । ଆଜି ଦୁଇ ମାସ ପରେ 14 ତାରିଖରେ ଭିଲାଇରେ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାର ସୌଭାଗ୍ୟ ପୁଣି ଥରେ ମୋତେ ପ୍ରାପ୍ତ ହୋଇଛି ।

ଛତିଶଗଡ଼ର ଇତିହାସରେ, ଛତିଶଗଡ଼ର ଭବିଷ୍ୟତକୁ ସୁଦୃଢ଼ କରିବା ଭଳି ଏକ ସୁବର୍ଣ୍ଣ ଅଧ୍ୟାୟ ଆଜି ଯୋଡ଼ା ଯାଉଛି । ବର୍ତ୍ତମାନ ଠାରୁ କିଛି ସମୟ ପୂର୍ବରୁ ପ୍ରଥମେ ଭିଲାଇ ଇସ୍ପାତ କାରଖାନାର ସମ୍ପ୍ରସାରଣ ଏବଂ ଅଧୁନିକୀକରଣ, ଦ୍ୱିତୀୟରେ  ଜଗଦଲପୁର ବିମାନବନ୍ଦର, ନୂଆ-ରାୟପୁରରେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ,ଏଭଳି ଅନେକ ବିକାଶ କାର୍ଯ୍ୟ । ଏହା ବ୍ୟତୀତ ଭିଲାଇରେ ଆଇଆଇଟି କ୍ୟାମ୍ପସର ନିର୍ମାଣ ଏବଂ ରାଜ୍ୟରେ ଭାରତ-ନେଟ୍ ଦ୍ୱିତୀୟ ପର୍ଯ୍ୟାୟ ଉପରେ ମଧ୍ୟ ଆଜି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ପ୍ରାୟ 22 ହଜାର କୋଟିରୁ ଅଧିକ ଟଙ୍କାର ଯୋଜନା ଗୁଡ଼ିକର ଉପହାର ଆଜି ଛତିଶଗଡ଼ର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୁଁ ସମର୍ପଣ କରୁଛି । ଏହି ସମସ୍ତ ଯୋଜନା ଏଠାରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । ଶିକ୍ଷାର ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି । ଯାତାୟତର ଆଧୁନିକ ସାଧନ ଦେବା ଭଳି ଆଉ ଛତିଶଗଡ଼ର ଦୂର ଦୂରାନ୍ତ ଅଂଚଳକୁ ସୂଚନା କ୍ରାନ୍ତିର ଆଧୁନିକ କୌଶଳ ସହିତ ଯୋଡ଼ିବାକୁ ଯାଉଛି । କିଛି ବର୍ଷ ଧରି ଯେତେବେଳେ ହିନ୍ଦୁସ୍ଥାନରେ ବସ୍ତରର କଥା ଆସୁଥିଲା,ତ’ ବୋମା, ବନ୍ଧୁକ, ପିସ୍ତଲ ଏବଂ ହିଂସାର କଥା ଆସୁଥିଲା । ଆଜି ବସ୍ତରର କଥା ଜଗଦଲପୁରର ବିମାନବନ୍ଦର ସହିତ ଯୋଡ଼ି ହୋଇ ଯାଇଛି ।

ସାଥୀଗଣ, ଯେଉଁ ରାଜ୍ୟର ନିର୍ମାଣ ପଛରେ ଆମ ସମସ୍ତଙ୍କର ପୂଜ୍ୟ ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କର ଦୃଷ୍ଟିକୋଣ ରହିଛି । ମୋର ଛତିଶଗଡ଼ବାସୀଙ୍କର କଠୋର ପରିଶ୍ରମ ରହିଛି, ତପସ୍ୟା ରହିଛି । ସେହି ରାଜ୍ୟକୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାର ଦେଖିବା ଆମ ସମସ୍ତଙ୍କ ପାଇଁ ହେଉଛି ଏକ ସୁଖଦ ଅନୁଭବ । ଆନନ୍ଦ ଏବଂ ପ୍ରେରଣା ପ୍ରଦାନ କରିବା ଭଳି ଏକ ଅନୁଭବ ।

ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କର ଦୃଷ୍ଟିକୋଣକୁ ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାଶୟ ପୂର୍ଣ୍ଣ ପରିଶ୍ରମ ସହିତ ଆଗକୁ ବଢ଼ାଇଛନ୍ତି । ଯେତେବେଳେ ମଧ୍ୟ ମୁଁ ତାଙ୍କ ସହିତ କଥା ହୁଏ, ଟେଲିଫୋନରେ ତ ସବୁବେଳେ ଆଲୋଚନା କରି ଚାଲିଥାଉ । ଅନ୍ତରଙ୍ଗ ଭାବେ ସାକ୍ଷାତ ହୋଇଥାଏ । ପ୍ରତ୍ୟେକ ଥର ସେ କୌଣସି ଏକ ନୂତନ କଳ୍ପନା, ନୂତନ ଯୋଜନା, ନୂଆ କଥା ନେଇ କରି ଆସି  ଥାଆନ୍ତି ଆଉ ଏତେ ଉଦ୍ଦୀପନା ଏବଂ ଉତ୍ସାହର ସହିତ କଥା ହୁଅନ୍ତି । ଆଉ ସେ ତାହାକୁ କାର୍ଯ୍ୟକାରୀ କରି ସଫଳତାର ଶିଖରରେ ପହଂଚିବାର ଆତ୍ମବିଶ୍ୱାସ ତାଙ୍କର ପ୍ରତ୍ୟେକ କଥାରେ ଦୃଷ୍ଟିଗୋଚର ହୋଇଥାଏ ।

ସାଥୀଗଣ, ଆମେ ସବୁ ଜାଣିଛେ ବିକାଶ କରିବାର ଅଛି, ପ୍ରଗତି କରିବାର ଅଛି ତ, ଶାନ୍ତି, ଆଇନ ଶୃଙ୍ଖଳା ଏବଂ ସାଧାରଣ ଜୀବନ ବ୍ୟବସ୍ଥା ଗୁଡିକ ଉପରେ ଏହି ପ୍ରାଥମିକତା ରହିଥାଏ । ରମଣ ସିଂହ ସହାଶୟ ଗୋଟିଏ ପଟେ ଶାନ୍ତି, ସ୍ଥିରତା, ଆଇନ ଶୃଙ୍ଖଳା ବ୍ୟବସ୍ଥା ତାହା ଉପରେ ଗୁରୁତ୍ୱ ଦେଲେ । ତ’ ଅପର ପକ୍ଷରେ ବିକାଶର ନୂତନ ଶିଖରକୁ ଅତିକ୍ରମ କରିବା ପାଇଁ ଛତିଶଗଡ଼କୁ ଆଗେଇ ନେଇ ଚାଲିଛନ୍ତି । ନୂତନ କଳ୍ପନା ଗୁଡିକୁ, ନୂତନ ଯୋଜନା ଗୁଡିକୁ ନେଇ କରି ଆସୁଥିଲେ ଆଉ ବିକାଶର ଏହି ତୀର୍ଥଯାତ୍ରା ପାଇଁ ମୁଁ ରମଣ ସିଂହ ମହାଶୟ ଆଉ ତାଙ୍କର ଏଠାକାର ଅଢ଼େଇ କୋଟିରୁ ଅଧିକ ମୋର ଛତିଶଗଡ଼ର ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଶୁଭକାମନା ଜଣାଉଛି ।

ଭାଇ ଓ ଭଉଣୀମାନେ, ଏ ଅଂଚଳ ମୋ ପାଇଁ ନୂଆ ନୁହେଁ । ଯେତେବେଳେ ଛତିଶଗଡ଼ ସୃଷ୍ଟି ହୋଇ ନଥିଲା, ମଧ୍ୟପ୍ରଦେଶର ଏକ ଅଂଶ ଥିଲା, ମୁଁ କେବେ-କେବେ ଏହି ଅଂଚଳକୁ ଦୁଇଚକିଆ ଯାନରେ ଆସୁଥିଲି । ମୁଁ ସଂଗଠନର କାମ ପାଇଁ ଆସୁଥିଲି । ଏମାନେ ମୋର ସହଯୋଗୀ, ଆମେ ପାଞ୍ଚ-ପଚାଶ ଜଣ ଲୋକ ଏକାଠି ହେଉଥିଲୁ । ଦେଶର, ସମାଜର, ଛତିଶଗଡ଼ର, ମଧ୍ୟପ୍ରଦେଶରେ କୌଣସି ସମସ୍ୟା ଦେଖୁଥିଲୁ । କଥା ହେଉଥିଲୁ, ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ସମୟ ଆସି ନାହିଁ,ଯେତେବେଳେ ମୋର ଛତିଶଗଡ଼ ଠାରୁ ଦୂରେଇ ଯିବାର କୌଣସି କାରଣ ନଥିଲା । ଏତେ ଭଲ ପାଇବା ଆପଣମାନେ ଦେଇଛନ୍ତି । ପ୍ରତ୍ୟେକ ଥର ଆପଣମାନଙ୍କ ସହିତ ଯୋଡ଼ି ହୋଇ ରହିଛି । ବୋଧହୁଏ ଗତ 20, 22-25 ବର୍ଷ ହୋଇଥିବ । ଯେଉଁଥିରେ ଏଭଳି ଗୋଟିଏ ବର୍ଷ ନ ଥିବ କି ଯେଉଁଠାକୁ ହେଲେ ମଧ୍ୟ ଛତିଶଗଡ଼କୁ ମୋର ଆସିବା ହୋଇ ନ ଥିବ । ଆଉ ଏଠାକାର ଭଲ ପାଇବା ଏବଂ ଏଠାକାର ଲୋକଙ୍କର ପବିତ୍ରତାକୁ ମୁଁ ଭଲ ଭାବେ ଅନୁଭବ କରିଛି ।

ଭାଇ ଓ ଭଉଣୀମାନେ, ଆଜି ଏଠାକୁ ଆସିବା ପୂର୍ବରୁ ମୁଁ ଭିଲାଇ ଇସ୍ପାତ କାରଖାନାକୁ ଯାଇଥିଲି । 18 ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଏହି କାରଖାନାକୁ ଆହୁରି ଅଧିକ ଆଧୁନିକ କୌଶଳ ଏବଂ ନୂତନ କ୍ଷମତା ଯୁକ୍ତ କରାଯାଇଛି । ଆଉ ମୋର ସୌଭାଗ୍ୟ ହେଉଛି କି ଆଜି ମୋତେ ଏହି ପରିବର୍ତ୍ତିତ ଆଧୁନିକ କାରଖାନାକୁ ଲୋକାର୍ପଣ କରିବାର ମଧ୍ୟ ଅବସର ମିଳିଛି । ଏହା ଦେଖି ବହୁତ କମ୍ ଲୋକଙ୍କୁ ଏହା ଜଣାଥିବ କି କଚ୍ଛରୁ କଟକ ପର୍ଯ୍ୟନ୍ତ ଏବଂ କାରଗିଲରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସ୍ୱାଧୀନତା ପରେ ଯେଉଁ ରେଳ ଧାରଣା ସବୁ ବିଛାଯାଇଛି, ସେଥିମଧ୍ୟରୁ ଅଧିକାଂଶ ଏହି ମାଟିରୁ ଆପଣଙ୍କର ହିଁ ସ୍ୱେଦର ପ୍ରସାଦ ଭାବେ ପହଂଚିଛି । ନିଶ୍ଚିତ ଭାବେ ଭିଲାଇ କେବଳ ଇସ୍ପାତ ହିଁ ପ୍ରସ୍ତୁତ କରି ନାହିଁ ବରଂ ଭିଲାଇ ଜୀବନକୁ ମଧ୍ୟ ସଜେଇ ଦେଇଛି । ସମାଜକୁ ସଜେଇ ଦେଇଛି ଆଉ ଦେଶକୁ ମଧ୍ୟ ନିର୍ମାଣ କରିଛି ।

ଭିଲାଇର ଏଇ ଆଧୁନିକ ପରିବର୍ତ୍ତିତ ଇସ୍ପାତ କାରଖାନା ଏବେ ନିଉ ଇଣ୍ଡିଆର ମୂଳଦୁଆକୁ ମଧ୍ୟ ସୁଦୃଢ଼ କରିବାର କାର୍ଯ୍ୟ କରିବ । ସାଥୀଗଣ, ଭିଲାଇ ଏବଂ ଦୁର୍ଗ ମଧ୍ୟରେ ଆପଣ ନିଜେ ଅନୁଭବ କରିଛନ୍ତି, କି କିପରି ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ପରେ ଏଠାକାର ଛବି ବଦଳି ଯାଇଛି । ଏହି ବାତାବରଣକୁ ଦେଖି ମୋର ବିଶ୍ୱାସ ରହିଛି କି ବସ୍ତରର ନଗରରେ ଯେଉଁ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଛି, ତାହା ମଧ୍ୟ ବସ୍ତର ଅଂଚଳର ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବ ।

ଭାଇ ଓ ଭଉଣୀମାନେ, ଛତିଶଗଡ଼ର ପ୍ରଗତିକୁ ଗତି ଦେବାରେ ଏଠାକାର ଇସ୍ପାତ ପଥର, ଲୌହ ପଥର ଖନନ ବହୁତ ବଡ଼ ଭୂମିକା ତୁଲାଇଛି । ଏହା ଉପରେ ଆପଣ ମାନଙ୍କର ଏବଂ ବିଶେଷ କରି ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କର ଅଧିକାର ରହିଛି । ଏହା ହେଉଛି କାରଣ କି ଆମେ ସରକାରକୁ ଆସିବା ପରେ ଆଇନରେ ଏକ ବହୁତ ବଡ଼ ପରିବର୍ତ୍ତନ କରିଛୁ । ଆଉ ଆମେ ମଧ୍ୟ ସୁନିଶ୍ଚିତ କଲୁ କି ଯାହା ମଧ୍ୟ ଖଣିଜ ପଦାର୍ଥ ବାହାରିବ, ତାହାଠାରୁ ହେବାକୁ ଥିବା ଆୟର ଗୋଟିଏ ଭାଗ ସେଠାକାର ସ୍ଥାନୀୟ ନିବାସୀଙ୍କୁ ସେମାନଙ୍କର ବିକାଶ ପାଇଁ ଖର୍ଚ୍ଚ କରାଯିବ । ଏହା ଆମେ ଆଇନତଃ ସ୍ଥିର କରି ଦେଇଛୁ । ଆଉ ଏଥିପାଇଁ ଖନନ କରାଯାଉଥିବା ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଖଣିଜ ଫାଉଣ୍ଡେସନ ସ୍ଥାପନା କରାଗଲା ।

ଏହି ଆଇନରେ ପରିବର୍ତ୍ତନ ପରେ ଛତିଶଗଡ଼କୁ ତିନି ହଜାର କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ରାଶି ପ୍ରାପ୍ତ ହୋଇଛି । ଏହି ଟଙ୍କା ଏବେ ଖର୍ଚ୍ଚ ହେଉଛି । ଆପଣମାନଙ୍କ ପାଇଁ ଡାକ୍ତରଖାନା ନିର୍ମାଣ କରିବା ନିମନ୍ତେ, ସ୍କୁଲ ନିର୍ମାଣ କରିବା ପାଇଁ, ସଡ଼କ ନିର୍ମାଣ କରିବା ପାଇଁ, ଶୌଚାଳୟ ନିର୍ମାଣ କରିବା ପାଇଁ ।

ଭାଇ ଓ ଭଉଣୀମାନେ, ଯେତେବେଳେ ବିକାଶର କଥା କହୁ, ମେକ୍ ଇନ୍ ଇଣ୍ଡିଆର କଥା କହୁ, ତ’ ଏଥିପାଇଁ କୌଶଳ ବିକାଶ ଅର୍ଥାତ ଦକ୍ଷତା ବିକାଶ ମଧ୍ୟ ସେତିକି ହିଁ ହେଉଛି ଆବଶ୍ୟକ । ଭିଲାଇର ପରିଚୟ ତ ଦଶକ ଦଶକ ଧରି ଦେଶର ବଡ଼ ଶିକ୍ଷା କେନ୍ଦ୍ର ହିସାବରେ ପରିଗଣିତ । କିନ୍ତୁ ଏସବୁ ବ୍ୟବସ୍ଥା ଥିବା ପରେ ମଧ୍ୟ ଏଠାରେ ଆଇଆଇଟିର ଅଭାବ ଅନୁଭୂତ ହେଉଛି ।

ଆପଣଙ୍କର ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଗତ ସରକାରଙ୍କ ସମୟରେ ମଧ୍ୟ ଏହି କଥା ପାଇଁ ଲଗାତାର ଚେଷ୍ଟା କରୁଥିଲେ କି ଭିଲାଇକୁ ଆଇଆଇଟି ମିଳିବା ଦରକାର । କିନ୍ତୁ ସେମାନେ କେଉଁସବୁ ଲୋକ ଥିଲେ ଆପଣମାନେ ଭଲ ଭାବେ ଜାଣିଛନ୍ତି । ରମଣ ସିଂହ ମହାଶୟଙ୍କର ଦଶ ବର୍ଷର ପରିଶ୍ରମ ପାଣିରେ ପଡ଼ିଲା । କିନ୍ତୁ ଯେଉଁ ଛତିଶଗଡ଼ ଆମକୁ ଭରପୂର ଆଶୀର୍ବାଦ ପ୍ରଦାନ କରିଛି, ଯେତେବେଳେ ଆମର ପାଳି ପଡ଼ିଲା, ରମଣ ସିଂହ ମହାଶୟ ଆସିଲେ ଏବଂ ଆମେ ତୁରନ୍ତ ନିଷ୍ପତ୍ତି କରି ଦେଲୁ । ପାଂଚୋଟି ନୂଆ ଆଇଆଇଟି ଆଉ ଯେତେବେଳେ ପାଂଚୋଟି ନୂଆ ଆଇଆଇଟି ନିର୍ମାଣ ହେଲା ତ’ ଆଜି ଭିଲାଇରେ ହଜାର ହଜାର, କୋଟି କୋଟି ଟଙ୍କାର ଏକ ଆଧୁନିକ ଆଇଆଇଟିର କ୍ୟାମ୍ପସ ତାହାର ମଧ୍ୟ ଶିଳାନ୍ୟାସ ମଧ୍ୟ ହେଉଛି । ପ୍ରାୟ 1100 କୋଟି ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଆଇଆଇଟି କ୍ୟାମ୍ପସ ଛତିଶଗଡ଼ ଏବଂ ଦେଶର ମେଧାବୀ ଛାତ୍ରମାନଙ୍କ ପାଇଁ ପ୍ରାଦ୍ୟୋଗିକୀ ଏବଂ ବୈଷୟିକ ଶିକ୍ଷାର ତୀର୍ଥ ଭାବେ ପରିଗଣିତ ହେବ, ସେମାନଙ୍କୁ କିଛି ନୂଆ କରି ଦେଖାଇବା ପାଇଁ ସଦା ସର୍ବଦା ପ୍ରେରଣା ଦେଇ ଚାଲିବ ।

ସାଥୀଗଣ, ମୋତେ କିଛି ମିନିଟ ପୂର୍ବରୁ ଏହି ମଂଚ ଉପରେ ହିଁ କିଛି ଯୁବକଙ୍କୁ ଲେପଟପ୍ ଦେବାର ଅବସର ମିଳିଛି । ମୁଁ ଖୁସି ଯେ ଭାରତୀୟ ଜନତା ପାର୍ଟିର ସରକାର ସୂଚନା କ୍ରାନ୍ତି ଯୋଜନା ମାଧ୍ୟମରେ କମ୍ପ୍ୟୁଟର ଏବଂ ଟେକ୍ନୋଲଜିର ପାଠପଢ଼ା ଉପରେ ନିରନ୍ତର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ବୈଷୟିକ ଶିକ୍ଷା ସହିତ ଯେତେ ଅଧିକ ଲୋକଙ୍କୁ ଆମେ ଯୋଡ଼ି ପାରିବା ସେତିକି ହିଁ ଟେକ୍ନୋଲଜି ଦ୍ୱାରା ହେଉଥିବା ଲାଭକୁ ଜନ-ଜନଙ୍କ ପର୍ଯ୍ୟନ୍ତ ପହଂଚାଇ ପାରିବା । ଏହି ଦୃଷ୍ଟିଭଙ୍ଗୀ ସହିତ ବିଗତ ଚାରି ବର୍ଷ ମଧ୍ୟରେ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦିଆ ଯାଉଛି । ଛତିଶଗଡ଼ ସରକାର ମଧ୍ୟ ଏହି ଅଭିଯାନକୁ, ତାହାର ଲାଭକୁ ଘରେ-ଘରେ ପହଂଚାଇବା ଦିଗରେ ଲାଗି ପଡ଼ିଛନ୍ତି ।

ମୁଁ ଗତ ବର୍ଷ ଯେତେବେଳେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଆସିଥିଲି ତ ବସ୍ତରକୁ ଇଂଟରନେଟ ସହିତ ଯୋଡ଼ିବା ଭଳି ପ୍ରକଳ୍ପ ବସ୍ତର ନେଟ୍ ପର୍ଯ୍ୟାୟ-1 (ପ୍ରଥମ ପର୍ଯ୍ୟାୟ) ଲୋକାର୍ପଣର ସୁଯୋଗ ମିଳିଥିଲା । ଏବେ ଆଜିଠାରୁ ଏଠାରେ ଭାରତ ନେଟ୍ ପର୍ଯ୍ୟାୟ-2(ଦ୍ୱିତୀୟ ପର୍ଯ୍ୟାୟ), ଏହା ଉପରେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ପ୍ରାୟ ଅଢ଼େଇ ହଜାର କୋଟିର ଏହି ପ୍ରକଳ୍ପକୁ ଆଗାମୀ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାର ପ୍ରୟାସ କରାଯିବ । ଛତିଶଗଡ଼ର ଚାରି ହଜାର ପଂଚାୟତ ପର୍ଯ୍ୟନ୍ତ ତ ଆଗରୁ ଇଂଟରନେଟ୍ ପହଂଚି ସାରିଛି । ଏବେ ଅବଶିଷ୍ଟ ଛଅ ହଜାର ପର୍ଯ୍ୟନ୍ତ ମଧ୍ୟ ଆଗାମୀ ବର୍ଷ ମଧ୍ୟରେ ପହଂଚିଯିବ ।

ସାଥୀଗଣ, ଡିଜିଟାଲ ଭାରତ ଅଭିଯାନ, ଭାରତ-ନେଟ୍ ଏଠାରେ ରାଜ୍ୟ ସରକାରଙ୍କ ସଂଚାର କ୍ରାନ୍ତି ଯୋଜନା ପଚାଶ ଲକ୍ଷରୁ ଅଧିକ ସ୍ମାର୍ଟ ଫୋନର ବିତରଣ, 1200 ରୁ ଅଧିକ ମୋବାଇଲ ଟାୱାରର ସ୍ଥାପନ, ଏ ସମସ୍ତ ପ୍ରୟାସ ଗରିବ ମାନଙ୍କୁ, ଆଦିବାସୀମାନଙ୍କୁ, ଦରିଦ୍ର, ପୀଡ଼ିତ, ବଂଚିତ, ଶୋଷିତ ସେମାନଙ୍କର ସଶକ୍ତିକରଣର ଏକ ନୂତନ ମୂଳଦୁଆ ପ୍ରସ୍ତୁତ କରାଯାଉଛି । ଗୋଟିଏ ସୁଦୃଢ଼ ମୂଳଦୁଆ ପ୍ରସ୍ତୁତ ହେଉଛି । ଡିଜିଟାଲ ସଂଯୋଗ କେବଳ ଜାଗା ଗୁଡ଼ିକୁ ନୁହେଁ, କେବଳ ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନ ସହିତ ଯୋଡ଼ୁଛି ଏଭଳି ନୁହେଁ, ତାହା ଲୋକମାନଙ୍କୁ ମଧ୍ୟ ଯୋଡ଼ୁଛି ।

ଭାଇ ଓ ଭଉଣୀମାନେ, ଆଜି ଦେଶକୁ ଜଳ, ସ୍ଥଳ, ଆକାଶ, ପ୍ରତ୍ୟେକ ପ୍ରକାରରେ ଯୋଡ଼ିବା ପାଇଁ ଭରପୂର ପ୍ରୟାସ କରା ଯାଉଛି । ଏହାର ହେଉଛି ପରିଣାମ କି ପୁରୁଣା ସରକାର ଯେଉଁ ଅଂଚଳରେ ସଡ଼କ ନିର୍ମାଣ କରିବାରେ ମଧ୍ୟ ପଛଘୁଂଚା ଦେଉଥିଲେ, ସେଠାରେ ଆଜି ସଡ଼କ ସହିତ ବିମାନବନ୍ଦର ମଧ୍ୟ ନିର୍ମାଣ କରାଯାଉଛି ।

ଆଉ ମୁଁ କହିଲି କି ମୋର ସ୍ୱପ୍ନ ହେଉଛି କି ହୱାଇ ଚପଲ ପିନ୍ଧୁଥିବା ଲୋକ ମଧ୍ୟ ବିମାନ ଯାତ୍ରା କରି ପାରନ୍ତୁ ଏହି ଚିନ୍ତାଧାରା ସହିତ ଉଡ଼ାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଆଉ ସମଗ୍ର ଦେଶରେ ନୂତନ ବିମାନବନ୍ଦରର ନିର୍ମାଣ କରାଯାଉଛି । ଏହିଭଳି ଏକ ଉନ୍ନତ ତଥା ଅତ୍ୟାଧୁନିକ ବିମାନବନ୍ଦର ଆପଣଙ୍କ ଜଗଦଲପୁରରେ ନିର୍ମାଣ କରୁଛୁ । ଆଜି ଜଗଦଲପୁରରୁ ରାୟପୁର ପାଇଁ ଉଡ଼ାଣ ମଧ୍ୟ ଆରମ୍ଭ ହୋଇ ଯାଇଛି । ଏବେ ଜଗଦଲପୁରରୁ ରାୟପୁର ମଧ୍ୟରେ ଦ୍ୱିତୀୟ ଅର୍ଥରେ କହିବାକୁ ଗଲେ ଅର୍ଥାତ ରାୟପୁରରୁ ଜଗଦଲପୁରର ମଧ୍ୟରେ ଦୂରତା ଛଅରୁ ସାତ ଘଂଟା ବଦଳରେ କେବଳ 40 ମିନିଟ ହୋଇ ରହିଯାଇଛି ।

ସାଥୀଗଣ, ଏହା ହେଉଛି ସରକାରଙ୍କର ନୀତି ଗୁଡ଼ିକର ହିଁ ପ୍ରଭାବ କି ରେଳରେ ଶୀତତାପ ନିୟନ୍ତ୍ରିତ ବଗିରେ ଯାତ୍ରା କରୁଥିବା ଲୋକ ମାନଙ୍କ ଅପେକ୍ଷା ଅଧିକ ଯାତ୍ରୀ ଉଡ଼ାଜାହାଜରେ ଯାତ୍ରା କରୁଛନ୍ତି । ଗୋଟିଏ ସମୟ ଥିଲା, ଯେତେବେଳେ ରାୟପୁରରେ ତ ସାରା ଦିନ ମଧ୍ୟରେ କେବଳ ଛଅଟି ଉଡ଼ାଜାହାଜ ଆସୁଥିଲା । ଏବେ ସେଠାରେ ରାୟପୁର ବିମାନବନ୍ଦରରେ ଗୋଟିଏ ଦିନରେ ପଚାଶ ଉଡ଼ାଜାହାଜ ଯିବା ଆସିବା କରିବାରେ ଲାଗିଗଲାଣି । ଯାତାୟାତର ଏହି ନୂତନ ସାଧନ ଦ୍ୱାରା ନା କେବଳ ରାଜଧାନୀରୁ ଦୂରତା ହ୍ରାସ ହେବ ବରଂ ପର୍ଯ୍ୟଟନ ବୃଦ୍ଧି ହେବ, ଉଦ୍ୟୋଗ, ଧନ୍ଦା ବୃଦ୍ଧି ହେବ ଏବଂ ତା’ସହିତ ରୋଜଗାରର ନୂତନ ସୁଯୋଗ ମଧ୍ୟ ପ୍ରସ୍ତୁତ ହେବ ।

ସାଥୀଗଣ, ଆଜି ଛତିଶଗଡ଼ ଏକ ବହୁତ ବଡ଼ ଉପଲବ୍ଧ ହାସଲ କରିଛି । ନୂଆ ରାୟପୁର ସହର ଦେଶର ଗ୍ରୀନ ଫିଲ୍ଡ ସ୍ମାର୍ଟ ସିଟି ହୋଇ ଯାଇଛି । ଏହି ଶୃଙ୍ଖଳ ମୋତେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ କରିବାର ସୁଯୋଗ ମିଳିଛି ।

ପାଣି, ବିଜୁଳି, ରାସ୍ତାରେ ଆଲୋକ, ଜଳପଥ, ପରିବହନ ଏବେ ପୂରା ସହର ଉପରେ ନଜର ରଖିବାର କାମ ଏହି ଏକ ଛୋଟିଆ କେନ୍ଦ୍ରରୁ ହେଉଛି । ଆଧୁନିକ ଟେକ୍ନୋଲଜି ଏବଂ ଡାଟା ଆଧାରରେ ଏ ସମସ୍ତ ସୁବିଧା ସଂଚାଳିତ ହେଉଛି । ନୂଆ ରାୟପୁର ଏବେ ଦେଶର ଅନ୍ୟ ସ୍ମାର୍ଟ ସିଟି ମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ଭାବେ କାମ କରିବ ।

ଯେଉଁ ଛତିଶଗଡ଼ ପଛୁଆ, ଆଦିବାସୀମାନଙ୍କର ଜଙ୍ଗଲ ଏହା ତାହାର ପରିଚୟ ଥିଲା ସେହି ଛତିଶଗଡ଼ ଆଜି ଦେଶରେ ସ୍ମାର୍ଟ ସିଟି ମାନଙ୍କର ପରିଚୟ ସୃଷ୍ଟି କରୁଛି । ଏହାଠାରୁ ବଡ଼ ଗର୍ବର ବିଷୟ କ’ଣ ହୋଇପାରେ?

ସାଥୀଗଣ, ଆମର ପ୍ରତ୍ୟେକ ଯୋଜନା ଦେଶର ପ୍ରତ୍ୟେକ ଲୋକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସ୍ୱାଭିମାନର ଜୀବନ ଜୀଇଁବା ଆଡ଼କୁ ବଢ଼ି ଚାଲିଛି । ଏହା ହେଉଛି ଏକ ବଡ଼ କାରଣ କି ବିଗତ ଚାରି ବର୍ଷରେ ଛତିଶଗଡ଼ ସମେତ ଦେଶର ବଡ଼ ବଡ଼ ଅଂଚଳରେ ରେକର୍ଡ଼ ସଂଖ୍ୟାରେ ଯୁବକ ସମାଜର ମୁଖ୍ୟଧାରା ସହିତ ଯୋଡ଼ି ହୋଇଛନ୍ତି । ଦେଶର ବିକାଶ ସହିତ ଯୋଡ଼ି ହୋଇଛନ୍ତି ।

ମୁଁ ସ୍ୱୀକାର କରୁଛି କି କୌଣସି ପ୍ରକାରର ହିଂସାର, ପ୍ରତ୍ୟେକ ପ୍ରକାରର ଷଡ଼ଯନ୍ତ୍ରର ହେଉଛି ଗୋଟିଏ ହିଁ ଉତ୍ତର, ଗୋଟିଏ ହିଁ ଉତ୍ତର, ଗୋଟିଏ ହିଁ ଉତ୍ତର – ବିକାଶ, ବିକାଶ ଆଉ ବିକାଶ । ବିକାଶ ଦ୍ୱାରା ବିକଶିତ ହୋଇଥିବା ବିଶ୍ୱାସ ପ୍ରତ୍ୟେକ ପ୍ରକାରର ହିଂସାକୁ ସମାପ୍ତ କରି ଦେଇଥାଏ । ଆଉ ଏଥିପାଇଁ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଚାଲୁଥିବା ଏନଡିଏ ସରକାର ହୁଅନ୍ତୁ ଅଥବା ଛତିଶଗଡ଼ରେ ରମଣ ସିଂହ ମହାଶୟଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ସରକାର ହୁଅନ୍ତୁ । ଆମେ ବିକାଶ ମାଧ୍ୟମରେ ବିଶ୍ୱାସର ବାତାବରଣ ସୃଷ୍ଟି କରିବାର ପ୍ରୟାସ କରିଛୁ ।

ଭାଇ ଓ ଭଉଣୀମାନେ, ଯେତେବେଳେ ମୁଁ ଗତଥର ଛତିଶଗଡ଼ ଆସିଥିଲି, ସେତେବେଳେ ହିଁ ସାରା ଦେଶରେ ଗ୍ରାମ ସ୍ୱରାଜ ଅଭିଯାନର ଶୁଭାରମ୍ଭ ହୋଇ ସାରିଥିଲା । ବିଗତ ଦୁଇ ମାସରେ ଏହି ଅଭିଯାନର ବହୁତ ସକରାତ୍ମକ ପ୍ରଭାବ ପଡ଼ିଛି । ଏହି ଅଭିଯାନ ବିଶେଷ କରି ଦେଶର 115 ଆକାଂକ୍ଷିତ ଜିଲ୍ଲା ଅର୍ଥାତ Aspirational Districts ଚାଲୁ କରାଯାଉଛି । ଯିଏ ବିକାଶର ଦୌଡ଼ରେ ବିଗତ 70 ବର୍ଷ ମଧ୍ୟରେ ପଛରେ ପଡ଼ି ରହି ଯାଇଥିଲା । ଏଥିରେ ଛତିଶଗଡ଼ର ମଧ୍ୟ 12ଟି ଜିଲ୍ଲା ସାମିଲ ହୋଇଛନ୍ତି । ଏହି ଜିଲ୍ଲା ମାନଙ୍କରେ ବିକାଶର ଭିନ୍ନ-ଭିନ୍ନ ଦିଗକୁ ଧ୍ୟାନରେ ରଖି ନୂତନ ଉର୍ଜ୍ଜା ସହିତ କାମ କରାଯାଉଛି । ଗାଁରେ ସମସ୍ତଙ୍କ ପାଖରେ ବ୍ୟାଙ୍କର ଖାତା ରହୁ, ଗ୍ୟାସ ସଂଯୋଗ ରହୁ,ପ୍ରତ୍ୟେକଙ୍କ ଘରେ ବିଜୁଳି ସଂଯୋଗ ରହୁ, ସମସ୍ତଙ୍କର ଟୀକାକରଣ ହୋଇଥାଉ, ସମସ୍ତଙ୍କୁ ବୀମାର ସୁରକ୍ଷା କବଚ ମିଳି ଥାଉ, ପ୍ରତ୍ୟେକ ଘରେ ଏଲଇଡ଼ି ବଲ୍ବ ଥାଉ, ଏହା ସୁନିଶ୍ଚିତ କରାଯାଉଛି ।

ଗ୍ରାମ ସ୍ୱରାଜ ଅଭିଯାନ ଜନ ଭାଗିଦାରୀର ଏକ ବହୁତ ବଡ଼ ମାଧ୍ୟମ ହୋଇଛି । ଛତିଶଗଡ଼ର ବିକାଶରେ ମଧ୍ୟ ଏହି ଅଭିଯାନ ନୂତନ ମାଇଲ ଖୁଂଟ ସ୍ଥାପିତ କରିବ । ବିଶ୍ୱାସର ଏହି ପରିବେଶ ମଧ୍ୟରେ ଗରିବଙ୍କୁ, ଆଦିବାସୀଙ୍କୁ ଯେଉଁ ଶକ୍ତି ମିଳୁଛି ତାହାର ତୁଳନା କେବେ କରି ପାରିବା ନାହିଁ, ଏତେ ଶକ୍ତି ମିଳୁଛି ।

ଛତିଶଗଡ଼ରେ ଜନ-ଧନ ଯୋଜନା ମାଧ୍ୟମରେ, ଆଉ ମୁଁ ଏହା କେବଳ ଛତିଶଗଡ଼ର ପରିସଂଖ୍ୟାନ ଜଣାଉଛି, ସମଗ୍ର ଦେଶର ପରିସଂଖ୍ୟାନ ଜଣାଉନାହିଁ । ଛତିଶଗଡ଼ରେ ଜନ-ଧନ ଯୋଜନା ମାଧ୍ୟମରେ ଏକ କୋଟି ତିରିଶ ଲକ୍ଷରୁ ଅଧିକ ଗରିବଙ୍କର ବ୍ୟାଙ୍କ ଖାତା ଖୋଲା ଯାଇଛି । 37 ଲକ୍ଷରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଛି, 22 ଲକ୍ଷ ଗରିବ ପରିବାରଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ସଂଯୋଗ ମିଳିଛି, 26 ଲକ୍ଷରୁ ଅଧିକ ଲୋକଙ୍କୁ ମୁଦ୍ରା ଯୋଜନା ମାଧ୍ୟମରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ମିଳିଛି, 60 ଲକ୍ଷରୁ ଅଧିକ ଗରିବଙ୍କୁ 90 ପଇସା ପ୍ରତିଦିନ ଏବଂ ମାସିକ ଏକ ଟଙ୍କାରେ ବୀମାର ସୁରକ୍ଷା କବଚ ମିଳିଛି, ଏବଂ 13 ଲକ୍ଷ କୃଷକଙ୍କୁ ଫସଲ ବୀମା ଯୋଜନାର ଲାଭ ମିଳିବା ଦ୍ୱାରା ବିକାଶର ଏକ ନୂତନ ଗାଥା ଆଜି ଛତିଶଗଡ଼ର ମାଟିରେ ଲେଖା ଯାଇଛି ।

ଭାଇ ଓ ଭଉଣୀମାନେ, ଏଠାରେ ଛତିଶଗଡ଼ରେ 7 ଲକ୍ଷ ଘର ଏପରି ଥିଲେ ଯେଉଁଠାରେ ବିଜୁଳି ସଂଯୋଗ ନ ଥିଲା, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ମାଧ୍ୟମରେ ବର୍ଷକ ମଧ୍ୟରେ ହିଁ ଏମାନଙ୍କ ମଧ୍ୟରୁ ପ୍ରାୟ ଅଧା ଘରେ ଅର୍ଥାତ ସାଢ଼େ ତିନି ଲକ୍ଷ ଘରେ ବିଜୁଳି ସଂଯୋଗ ପହଂଚାଇବାର କାମ ସଂମ୍ପୂର୍ଣ୍ଣ କରି ଦିଆଯାଇଛି । ପ୍ରାୟ 1100 ଏଭଳି ଘର ଅଛି, ଯେଉଁଠାରେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବିଜୁଳି ପହଂଚି ନ ଥିଲା, ଏବେ ବିଜୁଳି ପହଂଚି ସାରିଛି । ଏହି ଉଜ୍ଜ୍ୱଳତା, ଏହି ପ୍ରକାଶ, ବିକାଶ ଏବଂ ବିଶ୍ୱାସକୁ ଘରେ-ଘରେ ଆଲୋକିତ କରୁଛି ।

ସାଥୀଗଣ, ଆମ ସରକାର ଦେଶର ପ୍ରତ୍ୟେକ ଗୃହହୀନଙ୍କୁ ଘର ଦେବାର ମିଶନ ନେଇ ମଧ୍ୟ କାର୍ଯ୍ୟ କରୁଛନ୍ତି । ବିଗତ ଚାରି ବର୍ଷରେ ଦେଶର ସହରୀ ଏବଂ ଗ୍ରାମୀଣ ଅଂଚଳରେ ଏକ କୋଟି 15 ଲକ୍ଷରୁ ଅଧିକ ଘରର ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ହିଁ ପୁରୁଣା ସରକାରଙ୍କ ସମୟର ଅଧାରେ ପଡି ରହି ଯାଇଥିବା ଗୃହଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ପୂରଣ କରିବାର କାମ ଆମେ ଆଗ କରିଛୁ । ଏଠାରେ ଛତିଶଗଡ଼ରେ ମଧ୍ୟ ପ୍ରାୟ ଛଅ ଲକ୍ଷ ଗୃହ ନିର୍ମାଣ କରାସରିଛି । ଏବେ ଦୁଇ ତିନି ଦିନ ଆଗରୁ ହିଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଉ ଏହା ମୁଁ ଛତିଶଗଡ଼ର, ମଧ୍ୟପ୍ରଦେଶର କିମ୍ବା ଆମ ଦେଶର ଅନ୍ୟ ଭୂଭାଗର ମଧ୍ୟମ ବର୍ଗୀୟ ପରିବାରଙ୍କୁ ବିଶେଷ ଭାବେ କହିବାକୁ ଚାହୁଁଛି । ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଯାହାଦ୍ୱାରା ମଧ୍ୟମ ବର୍ଗୀୟ ପରିବାରଙ୍କୁ ବହୁତ ବଡ଼ ଲାଭ ହେବାକୁ ଯାଉଛି । ସରକାର ସ୍ଥିର କରିଛନ୍ତି କି ମଧ୍ୟମ ବର୍ଗୀୟ ପରିବାରଙ୍କ ପାଇଁ ନିର୍ମାଣ କରାଯାଉଥିବା ଗୃହ ଋଣ ଉପରେ ସୁଧ ଦରରେ ଯେଉଁ ରିହାତି ଦିଆଯାଉଥିଲା । ସେହି ଘର ଲୋକଙ୍କ ପାଇଁ ବେଶ ଛୋଟ ହେଉଥିଲା । ଦାବି କରା ଯାଉଥିଲା କି ଟିକେ କ୍ଷେତ୍ରଫଳ ବୃଦ୍ଧି କରିବା ପାଇଁ ଅନୁମତି ମିଳିଯାଉ । ପରିସର ବଢ଼ାଇ ଦିଆଯାଉ । ଭାଇ ଓ ଭଉଣୀମାନେ,ମୋତେ ଗର୍ବ ଅନୁଭବ ହୋଇଥାଏ କି ଜନତା ଜନାର୍ଦ୍ଦନଙ୍କର ଏହି ଇଚ୍ଛାକୁ ମଧ୍ୟ ଆମେ ପୂରଣ କରି ଦେଇଛୁ । ଅର୍ଥାତ୍ ଏବେ ଅଧିକ ବଡ଼ ଘରେ ମଧ୍ୟ ସେହି ପରିମାଣରେ ରିହାତି ପ୍ରଦାନ କରାଯିବ । ସରକାରଙ୍କର ଏହି ନିଷ୍ପତ୍ତି ବିଶେଷ କରି ମଧ୍ୟମ ବର୍ଗଙ୍କୁ ବହୁତ ବଡ଼ ଆଶ୍ୱାସନା ଦେବାକୁ ଯାଉଛି ।

ଆଜି ଏଠାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଏଭଳି ଅନେକ ଯୋଜନା ଯେପରି ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା, ଉଜ୍ଜ୍ୱଳା, ମୁଦ୍ରା ଏବଂ ଷ୍ଟାଣ୍ଡ-ଅପ୍, ବୀମା ଯୋଜନାର ହିତାଧିକାରୀଙ୍କୁ ପ୍ରମାଣପତ୍ର ଏବଂ ଚେକ୍ ଦେବାର ସୁଯୋଗ ମୋତେ ମିଳିଛି । ମୁଁ ସମସ୍ତ ହିତାଧିକାରୀଙ୍କୁ ବହୁତ-ବହୁତ ଶୁଭକାମନା ଜଣାଉଛି ଏବଂ ସେମାନଙ୍କ ଉନ୍ନତ ଭବିଷ୍ୟତ ପାଇଁ ମଙ୍ଗଳ କାମନା କରୁଛି ।

ସାଥୀଗଣ, ଏହା କେବଳ ମାତ୍ର ଯୋଜନା ନୁହେଁ । ବରଂ ହେଉଛି ଗରିବ, ଆଦିବାସୀ, ବଂଚିତ, ଶୋଷିତଙ୍କର ବର୍ତ୍ତମାନ ଏବଂ ଭବିଷ୍ୟତ ଉଜ୍ଜ୍ୱଳ କରିବା ଭଳି ସଂକଳ୍ପ । ଆମ ସରକାର ଆଦିବାସୀ ଏବଂ ପଛୁଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କର ଆୟ ବଢ଼ାଇବା ପାଇଁ ମଧ୍ୟ ବିଶେଷ ଭାବେ କାର୍ଯ୍ୟ କରୁଛନ୍ତି ।

ଦୁଇ ମାସ ପୂର୍ବେ ହିଁ ବିଜାପୁରରୁ ମୁଁ ବନ-ଧନ ଯୋଜନାର ଶୁଭାରମ୍ଭ କରିଥିଲି । ଏବେ ଏହାର ବନ-ଧନ କେନ୍ଦ୍ର ଖୋଲା ଯାଉଛି । ଏହାକୁ ସୁନିଶ୍ଚିତ କରାଯାଇଛି କି ଜଙ୍ଗଲର ଉତ୍ପାଦଗୁଡ଼ିକର ଉପଯୁକ୍ତ ମୂଲ୍ୟ ବଜାରରେ ମିଳିବା ଦରକାର ।

ଏହି ବଜେଟରେ ସରକାର 22 ହଜାର ଗ୍ରାମୀଣ ହାଟକୁ ବିକଶିତ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏ ବର୍ଷ ଆମେ 5 ହଜାର ହାଟକୁ ବିକଶିତ କରୁଛୁ । ସରକାରଙ୍କର ପ୍ରୟାସ ହେଉଛି କି ମୋର ଆଦିବାସୀ ଭାଇମାନଙ୍କୁ, କୃଷକମାନଙ୍କୁ ଗାଁରୁ 5-6 କିଲୋମିଟର ପରିଧି ମଧ୍ୟରେ ଏଭଳି ବ୍ୟବସ୍ଥା ମିଳୁ, ଯାହା ସେମାନଙ୍କୁ ଦେଶର କୌଣସି ମଧ୍ୟ ମଣ୍ଡି ସହିତ ଟେକ୍ନୋଲଜି ଦ୍ୱାରା ସଂଯୋଗ କରିଦେବ ।

ଏହା ବ୍ୟତୀତ ଆଦିବାସୀଙ୍କର ହିତକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାର ଆଇନକୁ ଆହୁରି ଅଧିକ ଦୃଢ଼ତାର ସହିତ ଲାଗୁ କରା ଯାଉଛି । ବିଗତ ଚାରି ବର୍ଷରେ ଛତିଶଗଡ଼ରେ ପ୍ରାୟ ଏକ ଲକ୍ଷ ଆଦିବାସୀ, ଏବଂ ଆଦିବାସୀ ସମୁଦାୟଙ୍କୁ କୋଡ଼ିଏ ଲକ୍ଷ ଏକରରୁ ଅଧିକ ଜମିର ସ୍ଵତ୍ତ୍ଵ(ପଟ୍ଟା) ଦିଆ ଯାଇଛି ।

ସରକାର ବାଉଁଶ ସହିତ ଜଡ଼ିତ ଗୋଟିଏ ପୁରୁଣା ଆଇନରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି । ଏବେ କ୍ଷେତରେ ଚାଷ କରିଥିବା ବାଉଁଶକୁ ଆପଣ ସହଜରେ ବିକ୍ରି କରି ପାରିବେ । ଏହି ନିଷ୍ପତ୍ତି ଜଙ୍ଗଲରେ ରହୁଥିବା ଭାଇ ଓ ଭଉଣୀମାନଙ୍କୁ ଅତିରିକ୍ତ ଆୟର ଏକ ବଡ଼ ସାଧନ ଯୋଗାଇ ଦେଇଛି ।

ଭାଇ ଓ ଭଉଣୀମାନେ, ସରକାର ଆଦିବାସୀ ମାନଙ୍କର ଶିକ୍ଷା, ସ୍ୱାଭିମାନ ଏବଂ ସମ୍ମାନକୁ ଧ୍ୟାନରେ ରଖି ମଧ୍ୟ କାମ କରୁଛନ୍ତି । ଆଦିବାସୀ ପିଲା ମାନଙ୍କର ଶିକ୍ଷାର ସ୍ତରକୁ ଉପରକୁ ଉଠାଇବା ପାଇଁ ସମଗ୍ର ଦେଶରେ ଏକଲବ୍ୟ ବିଦ୍ୟାଳୟ ଖୋଲା ଯାଉଛି ।

ଏଠାରେ ଛତିଶଗଡ଼ରେ ମଧ୍ୟ ସେହି ପ୍ରତ୍ୟେକ ବ୍ଲକ ଯେଉଁଠାରେ ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କର ଜନ ସଂଖ୍ୟା ହେଉଛି ପଚାଶ ପ୍ରତିଶତରୁ ମଧ୍ୟ ଅଧିକ । କିମ୍ବା ଅତି କମରେ 20 ହଜାର ଲୋକ ଏହି ଶ୍ରେଣୀର ରହୁଥିବେ ସେଠାରେ ଏକଲବ୍ୟ ମଡେଲ ସ୍କୁଲକୁ ଆବାସିକ ସ୍କୁଲ କରାଯିବ ।

ଏହା ବ୍ୟତୀତ ଦେଶର ସ୍ୱଧୀନତା ସଂଗ୍ରାମରେ 1857ରୁ ନେଇ ଆଦିବାସୀମାନଙ୍କର ଯୋଗଦାନ ସମ୍ପର୍କରେ ଦେଶ ଏବଂ ଦୁନିଆକୁ ଜାଗ୍ରତ କରିବା ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ସ୍ୱାଧୀନତା ଆନ୍ଦୋଳନରେ ନିଜ ଜୀବନକୁ ଆହୁତି ଦେଇଥିବା ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଦେବାରେ, ଭିନ୍ନ-ଭିନ୍ନ ରାଜ୍ୟରେ ସଂଗ୍ରହାଳୟ ନିର୍ମାଣ କରାଯାଉଛି ।

ଛତିଶଗଡ଼ର ଆର୍ଥିକ ଏବଂ ସାମାଜିକ ଭିତ୍ତିଭୂମିକୁ ବୃଦ୍ଧି କରୁଥିବା ଏହି ଯୋଜନା ଗୁଡ଼ିକ ଦ୍ୱାରା ବସ୍ତରରୁ ସରଗୁଜା ପର୍ଯ୍ୟନ୍ତ ଏବଂ ରାୟଗଡ଼ରୁ ରାଜନନ୍ଦ ଗାଁ ପର୍ଯ୍ୟନ୍ତ ଆର୍ଥିକ ଏବଂ ସାମାଜିକ ବିକାଶରେ ସମାନତା  ମଧ୍ୟ ଆସିବ । ପ୍ରଦେଶରେ ଆଂଚଳିକ ଅସମାନତାକୁ ସମାପ୍ତ କରିବାର ଅଭିଯାନ ମଧ୍ୟ ଦ୍ରୁତ ଗତିରେ ପୂରଣ ହେବ ।

ଆଉ ଆଜି ଛତିଶଗଡ଼ରେ, ମୁଁ ଯେତେବେଳେ ଭିଲାଇ କାରଖାନାକୁ ଯାଉଥିଲି । ଛତିଶଗଡ଼ ଯେଉଁ ଭଳି ଭାବେ ମୋର ସ୍ୱାଗତ ସମ୍ମାନ କଲା, ଯେପରି ସମଗ୍ର ହିନ୍ଦୁସ୍ଥାନ ଛତିଶଗଡ଼ର ସଡ଼କ ଉପରେ ଛାଇ ହୋଇ ରହିଥିଲେ । ହିନ୍ଦୁସ୍ଥାନର କୌଣସି ଏଭଳି କୋଣ ନ ଥିବ ଯାହାର ଆଜି ମୋତେ ଦର୍ଶନ ହୋଇ ନଥିବ । ଯାହାଙ୍କର ଆଶୀର୍ବାଦ ଆଜି ମୋତେ ମିଳି ନ ଥିବ ।

ମୁଁ ଗୋଟିଏ କ୍ଷୁଦ୍ର ଭାରତ ଏ ମୋର ଭିଲାଇ ଏବଂ ଦୁର୍ଗ ସମଗ୍ର ଦେଶରୁ ଏଠାରେ ବସବାସ କରୁଥିବା ଲୋକ ଆଜି ଯେଉଁ ଦେଶର ଏକତାର ବାତାବରଣ ମୋ ସମ୍ମୁଖରେ ପ୍ରସ୍ତୁତ କଲେ, ଦେଶର ବିବିଧତାର ବାତାବରଣ ପରିବେଶ ପ୍ରସ୍ତୁତ କଲେ । ନିଜ-ନିଜ ରାଜ୍ୟର ପରମ୍ପରା ଆଧାରରେ ଆଶୀର୍ବାଦ ଦେଲେ । ମୁଁ ଏହି ସମସ୍ତ ଲୋକମାନଙ୍କୁ,ଛତିଶଗଡ଼କୁ, ଦୁର୍ଗକୁ ଆଉ ମୋର ଏହି ଭିଲାଇକୁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ବ୍ୟକ୍ତ କରୁଛି ।

ମେଁହା ଯବ-ଯବ ଛତିଶଗଡ଼ ଆଥୟା, ତବ-ତବ ୟହାଁ ନୱା-ନୱା କାମ ହୋତାନୱା-ନୱା ନିର୍ମାଣ କେ କାମ ହର ପଇ କୁଛ ନବା କୁଛ ବେହତର ଦେଖେ ଭର ମିଲତେ ଛତିଶଗଡ଼ ହର ଏକ କୀର୍ତ୍ତିମାନ ରଚେ କେ ବାଦ ଖୁଦ ନୱା ଲକ୍ଷ୍ୟ ତୟ କର ଲେତେ ଇସି କାରଣ ୟହାଁ ବିକଟ ବିକାଶ ହୋୱତ ହେଁ ।

ଭାଇ ଓ ଭଉଣୀମାନେ, ନୂତନ ଛତିଶଗଡ଼ 2022ରେ ନିଉ ଇଣ୍ଡିଆର ରାସ୍ତାକୁ ପ୍ରଶସ୍ତ କରିବ । ମୋର ବିଶ୍ୱାସ ରହିଛି କି ଆପଣମାନଙ୍କ ଆଶୀର୍ବାଦରୁ, ଆପଣମାନଙ୍କର ଯୋଗଦାନ କରିବା ଦ୍ୱାରା ନିଉ ଇଣ୍ଡିଆର ସଂକଳ୍ପ ନିଶ୍ଚୟ ସିଦ୍ଧ ହେବ, ଏହି କାମନା ସହିତ ମୁଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି, ଛତିଶଗଡ଼ ସରକାରଙ୍କୁ ଶୁଭେଚ୍ଛା ଜଣାଇ ମୋ ବକ୍ତବ୍ୟକୁ ପରିସମାପ୍ତି କରୁଛି ।

ବହୁତ-ବହୁତ ଧନ୍ୟବାଦ ।    

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.