SVAMITVA Scheme helps in making rural India self-reliant: PM Modi
Ownership of land and house plays a big role in the development of the country. When there is a record of property, citizens gain confidence: PM
SVAMITVA Scheme will help in strengthening the Panchayati Raj system for which efforts are underway for the past 6 years: PM

ଆଜି ଯେଉଁ ଏକ ଲକ୍ଷ ଲୋକଙ୍କୁ ନିଜ ଘରର ସ୍ୱାମିତ୍ୱ ପତ୍ର ବା ସମ୍ପତ୍ତି କାର୍ଡ ମିଳିଛି, ଯେଉର୍ମାନେ ନିଜ କାର୍ଡ ଡାଉନଲୋଡ କରିଛନ୍ତି, ସେମାନଙ୍କୁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଜି ଯେତେବେଳେ ଆପଣ ନିଜର ପରିବାର ସହିତ, ସନ୍ଧ୍ୟାରେ ଯେତେବେଳେ ଖାଦ୍ୟ ଖାଉଥିବେ…ତେବେ ମୋତେ ଜଣାଅଛି ଯେ ପୂର୍ବରୁ କେବେ ଏତେ ଖୁସି ହୋଇ ନ ଥିବେ, ଯେତେ ଖୁସି ଆଜି ଆପଣମାନେ ଆଜି ହେଉଥିବେ । ଆପଣ ନିଜ ପିଲାମାନଙ୍କୁ ଗର୍ବର ସହିତ କହିପାରିବେ ଯେ ଦେଖ, ଆମେ ବିଶ୍ୱାସର ସହିତ କହିପାରିବା ଏହା ହେଉଛି ଆପଣଙ୍କର ସମ୍ପତ୍ତି, ଆପଣଙ୍କୁ ଏହା ପରମ୍ପରା ଅନୁସାରେ ମିଳିବ । ଆମର ପୂର୍ବପୁରୁଷମାନେ ଯାହା ଦେଇଥିଲେ, ତାହାର ଦସ୍ତାବେଜ ନଥିଲା, ଆଜି କାଗଜପତ୍ର ମିଳିବା ଦ୍ୱାରା ଆମର ଶକ୍ତି ବୃଦ୍ଧି ପାଇଛି । ଆଜିର ସନ୍ଧ୍ୟା ଆପଣଙ୍କ ପାଇଁ ହେଉଛି ବହୁତ ଖୁସିର ସନ୍ଧ୍ୟା, ନୂଆ-ନୂଆ ସ୍ୱପ୍ନ ଦେଖିବାର ସନ୍ଧ୍ୟା ଏବଂ ନୂଆ-ନୂଆ ସ୍ୱପ୍ନ ବିଷୟରେ ପିଲାଙ୍କ ସହିତ କଥା ହେବାର ସନ୍ଧ୍ୟା । ଏଥିପାଇଁ ଆଜି ଯେଉଁ ଅଧିକାର ମିଳିଛି, ସେଥିପାଇଁ ଆପଣମାନଙ୍କୁ ମୋ ତରଫରୁ ବହୁତ-ବହୁତ ଶୁଭେଚ୍ଛା ।

ଏହି ଅଧିକାର ହେଉଛି ଗୋଟିଏ ପ୍ରକାରରେ ଆଇନଗତ ଦସ୍ତାବେଜ । ଆପଣଙ୍କ ଘର ହେଉଛି ଆପଣଙ୍କର, ଆପଣଙ୍କ ଘରେ ହିଁ ଆପଣ ରହିବେ । ଆପଣଙ୍କ ଘରର କିଭଳି ଉପଯୋଗ କରିବାର ଅଛି, ଏହାର ନିଷ୍ପତ୍ତି ଆପଣ ହିଁ କରିବେ । ନା ସରକାର କିଛି ଦଖଲ କରି ପାରିବେ, ନା ପାଖ ପଡ଼ିଶାର ଲୋକ ।

ଏହି ଯୋଜନା ଆମ ଦେଶର ଗାଁରେ ଐତିହାସିକ ପରିବର୍ତ୍ତନ ଆଣିବାକୁ ଯାଉଛି । ଆମେ ସମସ୍ତେ ଏହାର ସାକ୍ଷୀ ହେବାକୁ ଯାଉଛେ ।

ଆଜି ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନରେନ୍ଦ୍ର ସିଂହ ତୋମର ମହାଶୟ ଅଛନ୍ତି, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହରଲାଲ ମହାଶୟ ଅଛନ୍ତି, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ୟନ୍ତ ଚୌତାଲା ମହାଶୟ ଅଛନ୍ତି । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ ଅଛନ୍ତି, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ ଅଛନ୍ତି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମହାଶୟ ଅଛନ୍ତି, ବିଭିନ୍ନ ରାଜ୍ୟର ମନ୍ତ୍ରୀଗଣ ମଧ୍ୟ ଅଛନ୍ତି, ସ୍ୱାମିତ୍ୱ ଯୋଜନାର ଅନ୍ୟ ହିତାଧିକାରୀ ସାଥୀ ମଧ୍ୟ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି । ଆଉ ଯେପରି ନରେନ୍ଦ୍ର ସିଂହ ମହାଶୟ କହୁଥିଲେ… ଏକ କୋଟି ପଚିଶ ଲକ୍ଷରୁ ଅଧିକ ଲୋକ, ଯେଉଁମାନେ ପଞ୍ଜିକରଣ କରାଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଛନ୍ତି । ଅର୍ଥାତ ଆଜି ଏହି ଭର୍ଚୁଆଲ ସଭାରେ ଗ୍ରାମାଞ୍ଚଳର ଏତେ ଲୋକ ସାମିଲ ହେବା, ଏହି ସ୍ୱାମିତ୍ୱ ଯୋଜନାର କେତେ ଆକର୍ଷଣ ଅଛି, କେତେ ଶକ୍ତି ଅଛି ଏବଂ ହେଉଛି କେତେ ମହତ୍ୱପୂର୍ଣ୍ଣ, ହେଉଛି ଏହାର ପ୍ରମାଣ ।

ଆତ୍ମନିର୍ଭର ଭାରତ ଅଭିଯାନରେ ଆଜି ଦେଶ ଆଉ ଏକ ବଡ଼ ପଦକ୍ଷେପ ଉଠାଇଛି । ସ୍ୱାମିତ୍ୱ ଯୋଜନା, ଗାଁରେ ରହୁଥିବା ଆମର ଭାଇ ଭଉଣୀଙ୍କୁ ଆତ୍ମନିର୍ଭର କରିବାରେ ବହୁତ ସାହାଯ୍ୟ କରିବାକୁ ଯାଉଛି । ଆଜି ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର ହଜାର-ହଜାର ପରିବାରଙ୍କୁ ଓ ସେମାନଙ୍କର ଘରର ଆଇନଗତ ଦସ୍ତାବେଜ ଦିଆ ଯାଇଛି । ଆଗାମୀ ତିନି-ଚାରି ବର୍ଷରେ ଦେଶର ପ୍ରତ୍ୟେକ ଗାଁରେ, ପ୍ରତ୍ୟେକ ଘରକୁ ଏହିଭଳି ସମ୍ପତ୍ତି ପତ୍ର ଦେବାର ପ୍ରୟାସ କରାଯିବ ।

ଆଉ ସାଥୀଗଣ, ମୁଁ ବହୁତ ଖୁସି ଯେ ଆଜି ଏତେ ବିଶାଳ କାର୍ଯ୍ୟ ଏକ ଏଭଳି ଦିନରେ ହେଉଛି… ଏହି ଦିବସ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଆଜିର ଦିନ ହିନ୍ଦୁସ୍ଥାନର ଇତିହାସରେ ମଧ୍ୟ ବହୁତ ବଡ଼ ମହତ୍ୱ ରଖୁଛି । ଆଉ ତାହା ହେଉଛି ଆଜି ଦେଶର ଦୁଇ-ଦୁଇ ଜଣ ମହାନ ସନ୍ତାନଙ୍କର ଜନ୍ମ ଜୟନ୍ତୀ । ଜଣେ ଭାରତରତ୍ନ ଲୋକନାୟକ ଜୟପ୍ରକାଶ ନାରାୟଣ ଏବଂ ଅନ୍ୟ ଜଣେ ଭାରତରତ୍ନ ନାନାଜୀ ଦେଶମୁଖ । ଏହି ଦୁଇ ମହାପୁରୁଷଙ୍କ କେବଳ ଜନ୍ମଦିନ ହିଁ ଗୋଟିଏ ତାରିଖରେ ପଡ଼ି ନଥାଏ, ବରଂ ଏହି ଦୁଇ ମହାପୁରୁଷ ଦେଶରେ ଭ୍ରଷ୍ଟାଚାର ବିରୁଦ୍ଧରେ, ଦେଶରେ ସଚ୍ଚୋଟତା ପାଇଁ, ଦେଶରେ ଗରିବଙ୍କର, ଗାଁର କଲ୍ୟାଣ ହେଉ, ଏଥିପାଇଁ ଉଭୟଙ୍କ ଚିନ୍ତାଧାରା ସମାନ ଥିଲା… ଦୁହିଁଙ୍କର ଆଦର୍ଶ ଏକ ଥିଲା…ଉଭୟଙ୍କର ଗୋଟିଏ ପ୍ରୟାସ ଥିଲା ।

ଜୟପ୍ରକାଶ ବାବୁ ଯେତେବେଳେ ସଂପୂର୍ଣ୍ଣ କ୍ରାନ୍ତିର ଆହ୍ୱାନ ଦେଲେ, ବିହାରର ମାଟିରୁ ସେ ସ୍ୱର ଉଠିଥିଲା, ଯେଉଁ ସ୍ୱପ୍ନ ଜୟପ୍ରକାଶ ମହାଶୟ ଦେଖିଥିଲେ…ଯେଉଁ ସ୍ୱପ୍ନର ଆଦର୍ଶ ପାଲଟି ନାନାଜୀ ଦେଶମୁଖ କାର୍ଯ୍ୟକଲେ । ଯେତେବେଳେ ନାନାଜୀ ଗାଁର ବିକାଶ ପାଇଁ ନିଜ କାର୍ଯ୍ୟର ସମ୍ପ୍ରସାରଣ କଲେ, ତେବେ ଜୟପ୍ରକାଶ ବାବୁ ନାନାଜୀଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ ।

ଏବେ ଦେଖନ୍ତୁ କେତେ ବଡ଼ ଅଦ୍ଭୁତ ସଂଯୋଗ ହେଉଛି, ଗାଁ ଏବଂ ଗରିବର ସ୍ୱରକୁ ସୁଦୃଢ଼ କରିବା, ଜୟପ୍ରକାଶ ବାବୁ ଏବଂ ନାନାଜୀଙ୍କ ଜୀବନର ମିଳିତ ସଂକଳ୍ପ ରହିଥିଲା ।

ମୁଁ କେଉଁଠାରେ ପଢ଼ିଥିଲି ଯେତେବେଳ ଡକ୍ଟର କଲାମ, ଚିତ୍ରକୁଟରେ ନାନାଜୀ ଦେଶମୁଖଙ୍କ ସହିତ ସାକ୍ଷାତ କଲେ, ସେତେବେଳେ ନାନାଜୀ ତାଙ୍କୁ କହିଥିଲେ ଯେ ଆମର ଏଠାରେ ଆଖପାଖର ଡଜନ-ଡଜନ ଗାଁ, ମୋକଦ୍ଦମାରୁ ସଂପୂର୍ଣ୍ଣ ମୁକ୍ତ ଅଛନ୍ତି ଅର୍ଥାତ କୌଣସି କୋର୍ଟ-କଚେରୀ ନାହିଁ, କାହା ବିରୁଦ୍ଧରେ କୌଣସି ଏଫଆଇଆର ନାହିଁ । ନାନାଜୀ କହୁଥିଲେ, ଯେତେବେଳେ ଗାଁର ଲୋକ ବିବାଦରେ ଫସି ରହିବେ, ସେତେବେଳେ ନା ନିଜର ବିକାଶ କରିପାରିବେ ଆଉ ନା ହିଁ ସମାଜର । ମୋର ବିଶ୍ୱାସ ରହିଛି, ସ୍ୱାମିତ୍ୱ ଯୋଜନା ମଧ୍ୟ ଆମ ଗାଁରେ ଅନେକ ବିବାଦକୁ ସମାପ୍ତ କରିବାରେ ବହୁତ ବଡ଼ ମାଧ୍ୟମ ପାଲଟିବ ।

ସାଥୀଗଣ, ସଂପୂର୍ଣ୍ଣ ବିଶ୍ୱରେ ବଡ଼-ବଡ଼ ବିଶେଷଜ୍ଞ ଏହି କଥା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି ଯେ, ଜମି ଏବଂ ଘରର ମାଲିକାନା ହିଁ ଗୋଟିଏ ଦେଶର ବିକାଶରେ ବଡ଼ ଭୂମିକା ତୁଲାଇଥାଏ । ଯେତେବେଳେ ସମ୍ପତ୍ତିର ରେକର୍ଡ ହୋଇଥାଏ, ଯେତେବେଳେ ସମ୍ପତ୍ତିର ଅଧିକାର ମିଳିଥାଏ, ତେବେ ସମ୍ପତ୍ତି ମଧ୍ୟ ସୁରକ୍ଷିତ ରହିଥାଏ ଏବଂ ନାଗରିକର ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ଏବଂ ନାଗରିକର ଆତ୍ମବିଶ୍ୱାସ ଅନେକ ଗୁଣ ବୃଦ୍ଧି ପାଇଥାଏ । ଯେତେବେଳେ ସମ୍ପତ୍ତିର ରେକର୍ଡ ହୋଇଥାଏ, ସେତେବେଳେ ନିବେଶ ପାଇଁ, ନୂଆ-ନୂଆ ସାହସ କରିବା ପାଇଁ, ଆର୍ଥôକ ଉପାର୍ଜନର ନୂଆ-ନୂଆ ଯୋଜନା ପ୍ରସ୍ତୁତ କରିବା ପାଇଁ ବହୁତ ଗୁଡ଼ିଏ ପଥ ଉନ୍ମୁକ୍ତ ହୋଇଥାଏ ।

ସମ୍ପତ୍ତିର ରେକର୍ଡ ହେବାପରେ ବ୍ୟାଙ୍କରୁ ସହଜରେ ଋଣ ମିଳିଥାଏ, ରୋଜଗାର-ସ୍ୱରୋଜଗାରର ପଥ ସୃଷ୍ଟି ହୋଇଥାଏ । କିନ୍ତୁ ଏହା ହେଉଛି ଅସୁବିଧା ଯେ ଆଜି ବିଶ୍ୱରେ ଏକ-ତୃତୀୟାଂଶ ଜନସଂଖ୍ୟା ପାଖରେ ଆଇନଗତ ଏହା ନାହିଁ । ଏଭଳି ସ୍ଥିତିରେ ଭାରତ ଭଳି ବିକାଶଶୀଳ ଦେଶ ପାଇଁ ବହୁତ ଆବଶ୍ୟକ ହେଉଛି ଯେ ଲୋକଙ୍କ ପାଖରେ ନିଜ ସମ୍ପତ୍ତିର ସଠିକ ରେକର୍ଡ ରହୁ । ଆଉ ଯେଉଁମାନଙ୍କ ଭାଗ୍ୟରେ ବୃଦ୍ଧାବସ୍ଥା ଆସିଯାଇଛି, ଲେଖା-ପଢ଼ା ଜାଣି ନାହାଁନ୍ତି, ଖୁବ୍ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି କିନ୍ତୁ ଏବେ ଏହା ଆସିବା ପରେ ଏକ ନୂତନ ବିଶ୍ୱାସରେ ଭରା ଜୀବନ ସେମାନେ ଆରମ୍ଭ କରିବାକୁ ଯାଉଛନ୍ତି ।

ସ୍ଵାମିତ୍ୱ ଯୋଜନା ଏବଂ ଏହା ଅଧୀନରେ ମିଳିବାକୁ ଯାଉଥିବା ସମ୍ପତ୍ତି କାର୍ଡ ଏହି ଦିଗରେ, ଏହି ଚିନ୍ତାଧାରା ସହିତ ପିଡ଼ୀତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, ବଞ୍ଚିତ ହୁଅନ୍ତୁ, ଗାଁରେ ରହୁଥାଆନ୍ତୁ… ସେମାନଙ୍କ ଭଲ ପାଇଁ ଏତେ ବଡ଼ ପଦକ୍ଷେପ ଉଠାଯାଇଛି ।

ସମ୍ପତ୍ତି କାର୍ଡ, ଗାଁର ଲୋକଙ୍କୁ ବିନା କୌଣସି ବିବାଦରେ ସମ୍ପତ୍ତି କିଣିବା ଓ ବିକ୍ରି କରିବାର ପଥ ପରିଷ୍କାର କରିବ । ସମ୍ପତ୍ତି କାର୍ଡ ମିଳିବା ପରେ ଗାଁର ଲୋକ ନିଜ ଘର ଉପରେ ଅଧିକାର କରିବାର ଯେଉଁ ଭୟ ରହୁଥିଲା, ସେଥିରୁ ମୁକ୍ତ ହୋଇଯିବେ । କେହି ଆସି ନିଜର ଅଧିକାର ସାବ୍ୟସ୍ତ କରିବ… ମିଥ୍ୟା କାଗଜପତ୍ର ଦେଇଯିବ… ନେଇଯିବ…ସବୁକିଛି ବନ୍ଦ । ସମ୍ପତ୍ତି କାର୍ଡ ମିଳିବା ପରେ ଗାଁରେ ଘରପାଇଁ ସହଜରେ ବ୍ୟାଙ୍କଋଣ ମିଳିଯିବ ।

ସାଥୀଗଣ, ଆଜି ଗାଁରେ ଆମର ଯେତେ ଯୁବକ ଅଛନ୍ତି, ଯେଉଁମାନେ ନିଜ ବଳରେ କିଛି କରିବାକୁ ଚାହୁଁଛନ୍ତି । ଆତ୍ମବିଶ୍ୱାସର ସହିତ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛନ୍ତି । କିନ୍ତୁ ଘର ଥାଇ ମଧ୍ୟ, ଜମି ଖଣ୍ଡକ ନିଜ ପାଖରେ ଥାଇ ମଧ୍ୟ କାଗଜପତ୍ର ନଥିଲା, କୌଣସି ସରକାରୀ ଦସ୍ତାବେଜ ନଥିଲା । ଦୁନିଆରେ କେହି ତାଙ୍କ କଥା ମାନିବାକୁ ପ୍ରସ୍ତୁତ ନଥିଲେ, ତାଙ୍କୁ କିଛି ମିଳୁ ନଥିଲା । ଏବେ ତାଙ୍କ ପାଇଁ ଋଣ ପାଇବାର ଅଧିକାର ସହିତ ମାଗିବାର ଏହି କାଗଜ ତାଙ୍କ ହାତକୁ ଆସିଯାଇଛି । ଏବେ ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରସ୍ତୁତ ସମ୍ପତ୍ତି କାର୍ଡକୁ ଦେଖାଇ, ବ୍ୟାଙ୍କରୁ ବହୁତ ସହଜରେ ଋଣ ମିଳିବା ସୁନିଶ୍ଚିତ ହୋଇଛି ।

ସାଥୀଗଣ, ଏହି ସ୍ୱାମିତ୍ୱ ପତ୍ରର ଆଉ ଏକ ଲାଭ ଗାଁରେ ନୂତନ ବ୍ୟବସ୍ଥାର ନିର୍ମାଣକୁ ନେଇ ହେବାକୁ ଯାଉଛି । ଡ୍ରୋନ ପରି ନୂତନ ଟେକ୍ନୋଲୋଜି ଦ୍ୱାରା ଯେଉଁଭଳି ଭାବରେ ମ୍ୟାପିଂ ଏବଂ ସର୍ଭେ କରାଯାଉଛି, ତାହାଦ୍ୱାରା ପ୍ରତ୍ୟେକ ଗାଁର ସଠିକ ଜମି ରେକର୍ଡ ମଧ୍ୟ ହୋଇପାରିବ । ଆଉ ମୁଁ ଯେତେବେଳେ ଅଧିକାରୀମାନଙ୍କ ସହିତ କଥା ହେଉଥିଲି… ଯେତେବେଳେ ପ୍ରକଳ୍ପ ଆରମ୍ଭ ହେଲା… ସେତେବେଳେ ମୋତେ ଅଧିକାରୀମାନେ କହିଥିଲେ କି ଗାଁରେ ଆମେ ଯେତେବେଳେ ସମ୍ପତ୍ତି ଲାଗି ଡ୍ରୋନ ଚଲାଉଛୁ, ସେତେବେଳେ ଗ୍ରାମବାସୀଙ୍କର ନିଜ ଜମି ଉପରେ ଆଗ୍ରହ ବୃଦ୍ଧି ପାଇବା ହେଉଛି ବହୁତ ସ୍ୱାଭାବିକ… କିନ୍ତୁ ସମସ୍ତଙ୍କର ଇଚ୍ଛା ରହୁଥିଲା ଯେ ଡ୍ରୋନ ଦ୍ୱାରା ଆମକୁ ଆମ ଗାଁର ସଂପୂର୍ଣ୍ଣ ଚିତ୍ର ଦେଖାନ୍ତୁ, ଆମ ଗାଁ କିଭଳି ଦିଶୁଛି, ଆମ ଗାଁ କେତେ ସୁନ୍ଦର ଦିଶୁଛି । ଆଉ ଆମର ସେହି ଅଧିକାରୀମାନେ କହୁଥିଲେ ଯେ ଆମକୁ କିଛି ସମୟ ସମସ୍ତ ଗ୍ରାମବାସୀଙ୍କୁ ନିଜ ଗାଁକୁ ଉପରୁ ଦେଖାଇବା ବାଧ୍ୟତାମୂଳକ ହୋଇଯାଇଥିଲା । ଗାଁ ପ୍ରତି ଭଲ ପାଇବା ଜାଗ୍ରତ ହୋଇ ଯାଇଥିଲା ।

ଭାଇ ଓ ଭଉଣୀମାନେ, ଏ ପର୍ଯ୍ୟନ୍ତ ଅଧିକାଂଶ ଗାଁରେ ସ୍କୁଲ, ହସ୍ପିଟାଲ, ବଜାର ତଥା ଅନ୍ୟାନ୍ୟ ସାର୍ବଜନିକ ସୁବିଧାଗୁଡ଼ିକ କେଉଁଠାରେ କରିବା… କିପରି କରିବା… କେଉଁଠାରେ ସୁବିଧା ମିଳିବ… ଜମି କେଉଁଠାରେ ଅଛି… କୌଣସି ହିସାବ ହିଁ ନଥିଲା । ଯେଉଁଠାରେ ଇଚ୍ଛା ସେହିଠାରେ… ଯେଉଁ ବାବୁ ସେଠାରେ ବସିଥିବେ… ଅବା ଯିଏ ଗାଁର ପ୍ରଧାନ ଥିବେ ଆଉ ଯେ କେହି ଦମଦାର ବ୍ୟକ୍ତି ଥିବେ… ଯାହା ଚାହୁଁଥିବେ କରି ନେଉଥିବେ । ଏବେ ସମସ୍ତ କାଗଜ ଉପରେ ନକ୍ସା ପ୍ରସ୍ତୁତ ହୋଇଛି… ଏବେ କେଉଁ ଜିନିଷ କେଉଁଠାରେ ନିର୍ମାଣ ହେବ ବଡ଼ ସହଜରେ ସ୍ଥିର ହେବ… ବିବାଦ ମଧ୍ୟ ରହିବ ନାହିଁ… ଆଉ ସଠିକ୍ ଜମି ରେକର୍ଡ ହେବା ଦ୍ୱାରା ଗାଁର ବିକାଶ ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ବଡ଼ ସହଜରେ ହେବ ।

ସାଥୀଗଣ, ବିଗତ 6 ବର୍ଷରେ ଆମର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଅନେକ ପ୍ରୟାସ ଚାଲୁ ରହିଛି, ଆଉ ସେମାନଙ୍କୁ ମଧ୍ୟ ସ୍ୱାମିତ୍ୱ ଯୋଜନା ସୁଦୃଢ଼ କରିବ । ଅନେକ ଯୋଜନାଗୁଡ଼ିକର ପ୍ଲାନିଂ ଠାରୁ ନେଇ ସେଗୁଡ଼ିକୁ ବାସ୍ତବତାର ରୂପ ଦେବା ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ଗ୍ରାମ ପଞ୍ଚାୟତ ପାଖରେ ଅଛି । ଏବେ ଗାଁର ଲୋକ ସ୍ୱୟଂ ନିଜେ ସ୍ଥିର କରୁଛନ୍ତି କି ସେଠାକାର ବିକାଶ ପାଇଁ କ’ଣ ଆବଶ୍ୟକତା ଅଛି ଏବଂ ସେଠାକାର ସମସ୍ୟାଗୁଡ଼ିକର ସମାଧାନ କିଭଳି କରାଯାଇ ପାରିବ ।

ପଞ୍ଚାୟତର କାର୍ଯ୍ୟକଳାପକୁ ମଧ୍ୟ ଏବେ ଅନ୍ ଲାଇନ୍ କରାଯାଉଛି । ଏତିକି ନୁହେଁ, ପଞ୍ଚାୟତ ବିକାଶର ଯାହା ମଧ୍ୟ କାର୍ଯ୍ୟ କରୁଛି, ତାହାର ଜିଓ ଟ୍ୟାଗିଂକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୂଅ ଖୋଳିବାର ଅଛି ତେବେ ଅନ୍ ଲାଇନ୍ ସେଠାରୁ ମୋ ଅଫିସ ପର୍ଯ୍ୟନ୍ତ ସୂଚନା ମିଳି ପାରୁଛି ଯେ କେଉଁ କୋଣରେ କୂଅ ଖୋଳା ଯାଉଛି । ଏହା ହେଉଛି ଟେକ୍ନୋଲୋଜିର କୃପା । ଆଉ ଏହା ହେଉଛି ବାଧ୍ୟତାମୂଳକ । ଶୌଚାଳୟ ନିର୍ମାଣ ହେଉଛି ତେବେ ଜିଓ ଟ୍ୟାଗିଂ ହେବ । ସ୍କୁଲ ନିର୍ମାଣ ହେଉଛି ତେବେ ଜିଓ ଟ୍ୟାଗିଂ ହେବ । ପାଣି ପାଇଁ ଛୋଟ ପୋଖରୀ ଖୋଳା ଯାଉଛି ତେବେ ଜିଓ ଟ୍ୟାଗିଂ ହେବ । ଏହି କାରଣରୁ ସମସ୍ତ ଅର୍ଥ ଗାୟବ ହେବାର କାର୍ଯ୍ୟ ବନ୍ଦ, ଦେଖାଇବାକୁ ପଡ଼ିବ ଏବଂ ଦେଖା ଯାଇ ପାରିବ ।

ସାଥୀଗଣ, ସ୍ୱାମିତ୍ୱ ଯୋଜନାରୁ ଆମର ଗ୍ରାମପଞ୍ଚାୟତଗୁଡ଼ିକ ପାଇଁ ମଧ୍ୟ ନଗରପାଳିକା ଏବଂ ନଗର-ନିଗମ ଭଳି ବ୍ୟବସ୍ଥିତ ଢଙ୍ଗରେ ଗାଁର ପରିଚାଳନା ମଧ୍ୟ ସହଜ ହେବ । ସେମାନେ ଗାଁଗୁଡ଼ିକର ସୁବିଧା ପାଇଁ ସରକାରଙ୍କଠାରୁ ମିଳୁଥିବା ସାହାଯ୍ୟ ସହିତ, ଗାଁରେ ହିଁ ସଂସାଧନ ଯୋଗାଡ଼ କରି ପାରିବେ । ଏକ ପ୍ରକାରରେ ଗାଁରେ ରହୁଥିବା ଲୋକଙ୍କୁ ମିଳୁଥିବା ଦସ୍ତବେଜ ଗ୍ରାମ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବାରେ ମଧ୍ୟ ବହୁତ ସାହାଯ୍ୟ କରିପାରିବ ।

ସାଥୀଗଣ, ଆମର ଏଠାରେ ସବୁବେଳେ କୁହାଯାଇଥାଏ ଯେ ଭାରତର ଆତ୍ମା ଗାଁରେ ରହିଥାଏ, କିନ୍ତୁ ଏହା ହେଉଛି ସତ୍ୟ ଯେ ଭାରତର ଗାଁଗୁଡ଼ିକୁ ନିଜ ନିଜ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା । ଶୌଚାଳୟର ଅସୁବିଧା ସବୁଠାରୁ ଅଧିକ କେଉଁଠାରେ ଥିଲା? ଗାଁରେ ଥିଲା । ବିଜୁଳିର ଅସୁବିଧା ସବୁଠାରୁ ଅଧିକ କେଉଁଠାରେ ଥିଲା? ଗାଁରେ ଥିଲା । ଅନ୍ଧାରରେ କହାକୁ କାଳ କାଟିବାକୁ କରିବାକୁ ପଡ଼ୁଥିଲା- ଗାଁବାଲାଙ୍କୁ । କାଠ ଚୂଲି-ଧୂଆଁରେ ଖାଦ୍ୟ ରାନ୍ଧିବାର ଅସହାୟତା କେଉଁଠାରେ ଥିଲା? ଗାଁରେ ଥିଲା… । ବ୍ୟାଙ୍କିଙ୍ଗ ବ୍ୟବସ୍ଥାଠାରୁ ସବୁଠାରୁ ଅଧିକ ଦୂରତା କାହାକୁ ଥିଲା? ଗାଁ ଲୋକମାନଙ୍କୁ ଥିଲା ।

ସାଥୀଗଣ, ଏତେ ବର୍ଷ ପର୍ଯ୍ୟନ୍ତ ଯେଉଁ ଲୋକମାନେ କ୍ଷମତାରେ ରହିଲେ, ସେମାନେ  ବହୁତ ବଡ଼-ବଡ଼ କଥା କହିଲେ, ସେମାନେ ଗାଁ ଏବଂ ଗାଁର ଗରିବଙ୍କୁ ଏହିପରି ଅସୁବିଧା ସହିତ ଛାଡି ଦେଇଥିଲେ । ମୁଁ ଏଭଳି କରିପାରିବି ନାହିଁ… ଆପଣମାନଙ୍କ ଆଶୀର୍ବାଦରୁ ଯେତିକି ମଧ୍ୟ ହୋଇପାରିବ ମୋତେ କରିବାର ଅଛି… ଆପଣମାନଙ୍କ ପାଇଁ କରିବାର ଅଛି… ଗାଁ ପାଇଁ କରିବାର ଅଛି, ଗରିବମାନଙ୍କ ପାଇଁ କରିବାର ଅଛି । ପୀଡିତ, ଶୋଷିତ, ବଞ୍ଚôତଙ୍କ ପାଇଁ କରିବାର ଅଛି… ଫଳରେ ସେମାନଙ୍କୁ କାହା ଉପରେ ନିର୍ଭର କରିବାକୁ ନ ପଡୁ, ଅନ୍ୟର ଇଚ୍ଛାର ବଶବର୍ତି ନ ହେବା ଉଚିତ ।

କିନ୍ତୁ ସାଥୀଗଣ, ବିଗତ 6 ବର୍ଷରେ ଏଭଳି ସମସ୍ତ ପୁରୁଣା ତ୍ରୁଟିକୁ ଦୂର କରିବା ପାଇଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଆରମ୍ଭ କରାଗଲା ଏବଂ ଗାଁ ପର୍ଯ୍ୟନ୍ତ ନେଇ ଗଲୁ, ଗରିବଙ୍କ ଘର ପର୍ଯ୍ୟନ୍ତ ନେଇଗଲୁ । ଆଜି ଦେଶରେ ବିନା କୌଣସି ଭେଦଭାବରେ, ସମସ୍ତଙ୍କର ବିକାଶ ହେଉଛି, ସଂପୂର୍ଣ୍ଣ ପାରଦର୍ଶିତାର ସହିତ ସମସ୍ତଙ୍କୁ ଯୋଜନାର ଲାଭ ମିଳି ପାରୁଛି ।

ଯଦି ସ୍ୱାମିତ୍ୱ ଭଳି ଯୋଜନା ପୂର୍ବରୁ ହୋଇ ପାରି ଥାଆନ୍ତା… ଠିକ୍ ଅଛି ସେହି ସମୟରେ ଡ୍ରୋନ ନଥିବ… କିନ୍ତୁ ଗାଁ ଲୋକଙ୍କ ସହିତ ମିଶି-ବୈଠକ କରି କୌଣସି ରାସ୍ତା ବାହାର କରାଯାଇ ପାରି ଥାଆନ୍ତା… କିନ୍ତୁ ହେଲା ନାହିଁ । ଯଦି ଏହା ହୋଇ ଯାଇ ଥାଆନ୍ତା ନା ମଧ୍ୟସ୍ଥି ଥାଆନ୍ତେ ନା ଦୁର୍ନିତିଗ୍ରସ୍ତ ହୋଇ ଥାଆନ୍ତେ, ନା ଏହି ଦଲାଲ ଥାଆନ୍ତେ, ନା ଏଭଳି ବାଧ୍ୟବାଧକତା ଥାଆନ୍ତା । ଏବେ ଏହି ଯୋଜନା ପ୍ରସ୍ତୁତ ହୋଇଛି, ତାହାର ଶକ୍ତି ହେଉଛି ଟେକ୍ନୋଲୋଜି-ଡ୍ରୋନ । ପ୍ରଥମେ ଜମିର ମ୍ୟାପିଂରେ ଦଲାଲଙ୍କ ଦୃଷ୍ଟି ଭାରି ପଡ଼ୁଥିଲା, ଏବେ ଡ୍ରୋନ ଦୃଷ୍ଟିରେ ମ୍ୟାପିଂ ହେଉଛି ଯାହା ଡ୍ରୋନ ଦେଖିଲା, ତାହା କାଗଜରେ ଲିପିବଦ୍ଧ ହୋଇ ଯାଉଛି ।

ସାଥୀଗଣ, ଭାରତରେ, ଗାଁଗୁଡ଼ିକ ପାଇଁ, ଗାଁରେ ରହୁଥିବା ଲୋକଙ୍କ ପାଇଁ ଯେତେ କାର୍ଯ୍ୟ ବିଗତ 6 ବର୍ଷରେ କରାଯାଇଛି, ତାହା ସ୍ୱାଧୀନତାର 6 ଦଶକରେ ମଧ୍ୟ ହୋଇ ନଥିଲା । 6 ଦଶକ ପର୍ଯ୍ୟନ୍ତ ଗାଁର କୋଟି-କୋଟି ଲୋକ ବ୍ୟାଙ୍କରେ ଖାତା ଖୋଲିବାରୁ ବଞ୍ଚôତ ଥିଲେ । ଏହି ଖାତା ଏବେ ଯାଇ ଖୋଲିଛି । 6 ଦଶକ ପର୍ଯ୍ୟନ୍ତ ଗାଁର କୋଟି-କୋଟି ଲୋକଙ୍କ ଘରେ ବିଜୁଳି ସଂଯୋଗ ନଥିଲା । ଆଜି ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ପହଞ୍ଚି ସାରିଛି । 6 ଦଶକ ପର୍ଯ୍ୟନ୍ତ ଗାଁର କୋଟି-କୋଟି ପରିବାର ଶୌଚାଳୟରୁ ବଞ୍ଚିତ ଥିଲେ । ଆଜି ଘରେ-ଘରେ ମଧ୍ୟ ଶୌଚାଳୟ ନିର୍ମାଣ କରାଯାଇଛି ।

ସାଥୀଗଣ, ଦଶକ-ଦଶକ ପର୍ଯ୍ୟନ୍ତ ଗାଁର ଗରିବ ଲୋକ ଗ୍ୟାସ ସଂଯୋଗ ପାଇଁ ମଧ୍ୟ ଚିନ୍ତା କରି ପାରୁ ନଥିଲେ । ଆଜି ଗରିବଙ୍କ ଘରେ ମଧ୍ୟ ଗ୍ୟାସ ସଂଯୋଗ ପହଞ୍ଚି ଯାଇ ସାରିଛି । ଦଶକ-ଦଶକ ପର୍ଯ୍ୟନ୍ତ ଗାଁର କୋଟି-କୋଟି ପରିବାରଙ୍କ ପାଖରେ ନିଜର ଘର ନଥିଲା । ଆଜି ପ୍ରାୟ 2 କୋଟି ଗରିବ ପରିବାରଙ୍କୁ ପକ୍କା ଘର ମିଳି ସାରିଛି ଏବଂ ଆଗାମୀ ବହୁତ କମ୍ ସମୟରେ ଯେଉଁମାନେ ବାକି ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ପକ୍କା ଘର ମିଳୁ, ଏଥିପାଇଁ ମୁଁ ମନପ୍ରାଣ ଦେଇ କାର୍ଯ୍ୟ କରିବାରେ ଲାଗିଛି । ଦଶକ-ଦଶକ ପର୍ଯ୍ୟନ୍ତ ଗାଁର ଘରଗୁଡ଼ିକୁ ପାଇପ ଯୋଗେ ପାଣି… କେହି ଚିନ୍ତା କରି ପାରୁ ନଥିଲେ… ତିନି-ତିନି କିଲୋମିଟର ପର୍ଯ୍ୟନ୍ତ ଆମର ମାଆ-ଭଉଣୀମାନଙ୍କୁ ମୁଣ୍ଡରେ ଏତେ ବଡ଼ ବୋଝ ଉଠାଇ ପାଣି ଆଣିବାକୁ ଯିବାକୁ ପଡୁଥିଲା । ଏବେ ପ୍ରତ୍ୟେକ ଘରେ ପାଣି ପହଞ୍ଚିଯାଇଛି । ଆଜି ଦେଶର ଏଭଳି 15 କୋଟି ଘର ପର୍ଯ୍ୟନ୍ତ ପାଇପରେ ପାଣି ପହଞ୍ଚାଇବା ପାଇଁ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରାଯାଉଛି ।

ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଞ୍ଚାଇବାର ବଡ଼ ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି । ପୂର୍ବରୁ ଲୋକ କହୁଥିଲେ ବିଜୁଳି ଆସୁଛି-ଯାଉଛି… ଏବେ ଲୋକ ଅଭିଯୋଗ କରୁଥିଲେ ମୋବାଇଲ ଫୋନରେ କନେକ୍ସନ୍ ଆସୁଛି-ଚାଲିଯାଉଛି । ଏହି ସମସ୍ୟାର ସମାଧାନ ଅପ୍ଟିକାଲ ଫାଇବରରେ ରହିଛି ।

ସାଥୀଗଣ, ଯେଉଁଠାରେ ଅଭାବ ରହିଥାଏ, ସେଠାରେ ଏଭଳି-ଏଭଳି ଶକ୍ତିର ପ୍ରଭାବ ଏବଂ ଏମିତି-ଏମିତି ଶକ୍ତିର ଚାପ ବିବ୍ରତ କରି ଦେଇଥାଏ । ଆଜି ଗାଁ ଏବଂ ଗରିବଙ୍କୁ ଅଭାବରେ ରଖିବା କିଛି ଲୋକଙ୍କର ରାଜନୈତିକ ଆଧାର ହୋଇ ରହିଛି- ଏହା ଇତିହାସ ବତାଇଥାଏ । ଆମେ ଗରିବଙ୍କୁ ଅଭାବରୁ ମୁକ୍ତି ଦେବାର ଅଭିଯାନ ଚଲାଇଛୁ ।

ଭାଇ ଓ ଭଉଣୀମାନେ, ଏଭଳି ଲୋକଙ୍କୁ ଲାଗୁଛି ଯେ, ଯଦି ଗାଁ, ଗରିବ, କୃଷକ,  ଆଦିବାସୀ ସଶକ୍ତ ହୋଇଯିବେ ତେବେ ସେମାନଙ୍କୁ କିଏ ପଚାରିବ, ସେମାନଙ୍କର ଦୋକାନ ଚାଲିବ ନାହିଁ, କିଏ ତାଙ୍କର ଗୋଡ-ହାତ ଧରିବ? କିଏ ସେମାନଙ୍କ ଆଗକୁ ଆସି ମୁଣ୍ଡ ନୁଆଁଇବ? ଏଥିପାଇଁ ସେମାନଙ୍କର ଏହି ଲକ୍ଷ୍ୟ ଏହା ଥିଲା ଯେ, ଗାଁରେ ସମସ୍ୟାଗୁଡିକ ଲାଗି ରହିଥାଉ, ଲୋକମାନଙ୍କର ସମସ୍ୟା ଲାଗି ରହିଥାଉ, ଫଳରେ ସେମାନଙ୍କ କାମ ଚାଲୁଥାଉ । ଏଥିପାଇଁ କାର୍ଯ୍ୟକୁ ଅଟକାଇବା, ଲଟକାଇ ରଖିବା, ଭ୍ରମିତ କରିବା ଏହା ସେମାନଙ୍କର ଅଭ୍ୟାସ ହୋଇଯାଇଥିଲା ।

ଆଜିକାଲି ଏହି ଲୋକଙ୍କୁ ଚାଷ ସହିତ ଜଡିତ ଯେଉଁ ଐତିହାସିକ ସଂସ୍କାର କରାଯାଇଛି, ତାହା ଦ୍ୱାରା ମଧ୍ୟ ଅସୁବିଧା ହେଉଛି । ସେମାନେ ବିଚଳିତ ହୋଇଯାଇଛନ୍ତି । ଏହି ବିଚଳିତ ହେବା କିନ୍ତୁ କୃଷକମାନଙ୍କ ପାଇଁ ନୁହେଁ, ଏବେ ସୁଧଖୋର, ଦେଶ ବୁଝିବାରେ ଲାଗିଛି ନା ଏଥିରେ ସମସ୍ୟା ଅଛି । ପିଢି ପରେ ପିଢି, ମଧ୍ୟସ୍ଥି, ସୁଧଖୋର, ଦଲାଲଙ୍କର ମନ୍ତ୍ର ଠିଆ କରାଇ ଯେଉଁମାନେ ଗୋଟିଏ ପ୍ରକାରରେ ମାୟାଜାଲ ସୃଷ୍ଟି କରି ରଖି ଦେଇଥିଲେ । ଦେଶର ଲୋକମାନେ ଏମାନଙ୍କର ମାୟାଜାଲକୁ, ସେମାନଙ୍କର ଉଦ୍ଦେଶ୍ୟକୁ ଭାଙ୍ଗିବା ଆରମ୍ଭ କରି ଦେଇଛନ୍ତି ।

କୋଟି କୋଟି ଭାରତୀୟଙ୍କ ବାହୁବଳ ଯେଉଁଠି ଗୋଟିଏ ପଟେ ଭାରତର ନବନିର୍ମାଣରେ ଲାଗି ପଡ଼ିଛି, ସେଠାରେ ଏଭଳି ଲୋକମାନଙ୍କର ସତ୍ୟତା ମଧ୍ୟ ଉଜାଗର ହେଉଛି । ଦେଶକୁ ଲୁଟି ଚାଲୁଥିବା ଲୋକମାନଙ୍କୁ ଏବେ ଦେଶ ଚିହ୍ନିବାକୁ ଲାଗିଛି । ଏଥିପାଇଁ ହିଁ ଏହି ଲୋକମାନେ ଆଜିକାଲି ପ୍ରତ୍ୟେକ କଥାକୁ ବିରୋଧ କରୁଛନ୍ତି । ଏମାନଙ୍କୁ ନା ହିଁ ଗରିବମାନଙ୍କର ଚିନ୍ତା ଅଛି, ନା ଗାଁର ଚିନ୍ତା ଅଛି, ନା ଦେଶର ଚିନ୍ତା ଅଛି । ସେମାନଙ୍କୁ ପ୍ରତ୍ୟେକ ଭଲ କାର୍ଯ୍ୟରେ କିଛି ଅସୁବିଧା ପରିଲକ୍ଷିତ ହେଉଛି । ଏହି ଲୋକମାନେ ଦେଶର ବିକାଶକୁ ରୋକିବାକୁ ଚାହୁଁଛନ୍ତି । ଏହି ଲୋକମାନେ ଚାହୁଁ ନାହାଁନ୍ତି କି ଆମର ଗାଁ, ଗରିବ, ଆମର କୃଷକ, ଆମର ଶ୍ରମିକ ଭାଇ ଓ ଭଉଣୀମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୁଅନ୍ତୁ । ଆଜି ଆମେ ଦେଢ଼ ଗୁଣା ଏମଏସପି କରି ଦେଖାଇଛୁ, ସେମାନେ କରି ପାରି ନଥିଲେ ।

ଛୋଟ ଛୋଟ ଚାଷୀ, ପଶୁପାଳକ, ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ କାର୍ଡ ମିଳିବାରୁ ଯାହାଙ୍କର କଳା ରୋଜଗାରର ରାସ୍ତା ବନ୍ଦ ହୋଇ ଯାଇଛି, ସେମାନଙ୍କୁ ଆଜି ସମସ୍ୟା ହେଉଛି । ୟୁରିଆର ନିମ ଲେପନ ଫଳରେ ଯାହାଙ୍କର ବେଆଇନ କାର୍ଯ୍ୟଶୈଳୀ ବନ୍ଦ ହୋଇଗଲା, ସେମାନଙ୍କୁ ଅସୁବିଧା ହେଉଛି । କୃଷକମାନଙ୍କର ବ୍ୟାଙ୍କ ଖାତାରେ ସିଧାସଳଖ ପଇସା ପହଞ୍ଚିବା ଦ୍ୱାରା ଯେଉଁମାନଙ୍କୁ ଅସୁବିଧା ହେଉଛି, ସେମାନେ ଆଜି ବିଚଳିତ ହେଉଛନ୍ତି । କୃଷକ ଏବଂ ଚାଷଜମି ଥିବା ଶ୍ରମିକମାନଙ୍କୁ ମିଳୁଥିବା ବୀମା, ପେନସନ ଭଳି ସୁବିଧା ଦ୍ୱାରା ଯେଉଁମାନଙ୍କୁ ଅସୁବିଧା ହେଉଛି, ସେମାନେ ଆଜି କୃଷି ସଂସ୍କାରକୁ ବିରୋଧ କରୁଛନ୍ତି । କିନ୍ତୁ କୃଷକମାନେ ସେମାନଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ନୁହଁନ୍ତି, କୃଷକ ସେମାନଙ୍କୁ ଚିହ୍ନି ସାରିଛନ୍ତି ।

ସାଥୀଗଣ, ଦଳିତ, ମଧ୍ୟସ୍ଥି, କମିଶନବାଜଙ୍କ ବଳରେ ରାଜନୀତି କରୁଥିବା ଲୋକମାନେ କେବେ ହେଲେ ମଧ୍ୟ ଚାହାଁନ୍ତୁ, କେବେ ହେଲେ ମଧ୍ୟ ସ୍ୱପ୍ନ ଦେଖନ୍ତୁ, କେତେ ହେଲେ ମଧ୍ୟ ମିଥ୍ୟା ଅପପ୍ରଚାର କରନ୍ତୁ, କିନ୍ତୁ ଦେଶ ରହିଯିବା ଭଳି ନୁହେଁ । ଦେଶ ସ୍ଥିର କରି ନେଇଛି ଯେ ଗାଁ ଏବଂ ଗରିବଙ୍କୁ ଆତ୍ମନିର୍ଭର କରିବା, ଭାରତର ସାମର୍ଥ୍ୟର ପରିଚୟ ସୃଷ୍ଟି କରିବାର ଅଛି ।

ଏହି ସଂକଳ୍ପକୁ ସିଦ୍ଧି କରିବା ପାଇଁ ସ୍ୱାମିତ୍ୱ ଯୋଜନାର ବହୁତ ବଡ଼ ଭୂମିକା ରହିଛି । ଆଉ ଏଥିପାଇଁ ଆଜି ଯେଉଁ ଏକ ଲକ୍ଷ ପରିବାରଙ୍କୁ ଏତେ କମ୍ ସମୟ ମଧ୍ୟରେ ସ୍ୱାମିତ୍ୱ ଯୋଜନାର ଲାଭ ମିଳି ସାରିଛି । ଆଉ ମୁଁ ଆଜି ବିଶେଷ ଭାବେ ନରେନ୍ଦ୍ର ସିଂହ ମହାଶୟ ଏବଂ ତାଙ୍କର ସଂପୂର୍ଣ୍ଣ ଟିମକୁ ଶୁଭେଚ୍ଛା ଦେବି । କାମ କିଛି ଛୋଟ ନୁହେଁ, ଗାଁ-ଗାଁ ଯିବା ଆଉ ତାହା ମଧ୍ୟ ଏହି ଲକ୍ ଡାଉନ୍ ସମୟରେ ଯିବା ଆଉ ଏତେ ବଡ଼ କାର୍ଯ୍ୟ କରିବା । ଏହି ଲୋକମାନଙ୍କୁ ଯେତେ ଅଭିନନ୍ଦନ ଜଣାଇବା, ତାହା କମ୍ ହେବ ।

ଆଉ ମୋର ବିଶ୍ୱାସ ରହିଛି ଆମ ସରକାରଙ୍କର ଏ ଯେଉଁ ଛୋଟ-ବଡ଼ କର୍ମଚାରୀମାନେ ଯେଉଁ କାର୍ଯ୍ୟ କରିଛନ୍ତି, ମୋତେ ଏହା ଲାଗୁ ନାହିଁ କି ଚାରି ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଯଦି ସେମାନେ ଚାହିଁବେ ତ ସମଗ୍ର ଦେଶକୁ ଏହା ପୂର୍ବରୁ ମଧ୍ୟ ହୁଏତ ଦେଇ ଦେଇ ପାରନ୍ତି । କାରଣ ଏତେ ବଡ଼-ଏତେ ବଡ଼ କାର୍ଯ୍ୟ …. ଆଉ ଯେତେବେଳେ ମୁଁ ଅପ୍ରେଲ ମାସରେ ଏହି କଥା କହିଥିଲି, ସେତେବେଳେ ମୋତେ ଲାଗୁଥିଲା କି ମୁଁ ଟିକେ ଅଧିକ କହି ଦେଉଛି । ମୁଁ ଦେଖିଲି, ମୁଁ ଯେତିକି କହିଲି ତା’ଠାରୁ ମଧ୍ୟ ଅଧିକ କରିଦେଲେ । ଆଉ ଏଥିପାଇଁ ଏହି ସଂପୂର୍ଣ୍ଣ ଟିମ୍‌ ନରେନ୍ଦ୍ର ସିଂହ ମହାଶୟ ଆଉ ତାଙ୍କ ବିଭାଗର ସମସ୍ତ ଲୋକ ହେଉଛନ୍ତି ବହୁତ-ବହୁତ ଶୁଭେଚ୍ଛାର ପାତ୍ର । ଆଉ ଏହା ସହିତ ଯେଉଁମାନଙ୍କୁ ଆଜି ଏହି ଲାଭ ମିଳିଛି ସେହି ପରିବାରମାନଙ୍କର ଏକ ସ୍ୱାମିତ୍ୱ ଜାଗି ଉଠିଛି, ଆତ୍ମବିଶ୍ୱାସ ଜାଗ୍ରତ ହୋଇ ଯାଇଛି, ଆପଣମାନଙ୍କର ମୁଖମଣ୍ଡଳର ଖୁସି ହେଉଛି ମୋ ପାଇଁ ସର୍ବାଧିକ ଖୁସି, ଆପଣଙ୍କର ଆନନ୍ଦ ମୋ ଆନନ୍ଦର ହେଉଛି କାରଣ । ଆପଣଙ୍କ ଜୀବନରେ ଭବିଷ୍ୟତର ସ୍ୱପ୍ନ ସଂଯୋଜନା କରିବାର ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ମୋର ସ୍ୱପ୍ନକୁ ସାକାର କରୁଥିବାର ମୋତେ ଦେଖା ଯାଉଛି ।

ଆଉ ଏଥିପାଇଁ ଭାଇ ଭଉଣୀମାନେ ଆପଣମାନେ ଯେତିକି ଖୁସି ହେଉଛନ୍ତି ତା’ଠାରୁ ଅଧିକ ଖୁସି ମୁଁ ହେଉଛି କାରଣ ଆଜି ମୋର ଏକ ଲକ୍ଷ ପରିବାର ଆତ୍ମବିଶ୍ୱାସର ସହିତ, ଆତ୍ମସମ୍ମାନର ସହିତ ନିଜ ସମ୍ପତ୍ତିର କାଗଜ ସହିତ ଦୁନିଆ ସମ୍ମୁଖରେ ବିଶ୍ୱାସର ସହ ଠିଆ ହୋଇଛନ୍ତି । ଏହା ହେଉଛି ବହୁତ ଉତ୍ତମ ଅବସର । ଆଉ ତାହା ମଧ୍ୟ ହେଉଛି ଜେପିଙ୍କ ଜନ୍ମଦିନ ଅବସରରେ, ନାନାଜୀଙ୍କର ଜନ୍ମଦିନ ଅବସରରେ । ଏହାଠାରୁ ବଡ଼ ଆନନ୍ଦ ଆଉ କ’ଣ ହୋଇପାରେ ।

ମୋର ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା, କିନ୍ତୁ ଏହା ସହିତ ଏହି ଦିନମାନଙ୍କରେ ଆମେ ସାରା ଦେଶରେ ଏକ ଅଭିଯାନ ଚଲାଉଛେ । ଏହି କରୋନା କାଳରେ ମାସ୍କ ପିନ୍ଧିବା ପାଇଁ, ଦୁଇ ଗଜର ଦୂରତା ରକ୍ଷା କରିବା ପାଇଁ, ବାରମ୍ବାର ହାତ ସାବୁନରେ ଧୋଇବା ପାଇଁ… ଆଉ ଆପଣମାନେ ମଧ୍ୟ ରୋଗରେ ନ ପଡ଼ନ୍ତୁ, ଆପଣଙ୍କ ପରିବାରର କେହି ମଧ୍ୟ ରୋଗରେ ନ ପଡ଼ନ୍ତୁ, ଆପଣଙ୍କ ଗାଁରେ ମଧ୍ୟ ରୋଗ ପ୍ରବେଶ କରି ନ ପାରୁ, ଏଥିପାଇଁ ଆମ ସମସ୍ତଙ୍କୁ ଚିନ୍ତା କରିବାର ଅଛି ଆଉ ଆମେ ସମସ୍ତେ ଜାଣିଛେ ଏହା ହେଉଛି ଏମିତି ଏକ ରୋଗ ଯାହାର କୌଣସି ଔଷଧ ପ୍ରସ୍ତୁତ ହୋଇ ନାହିଁ ।

ଆପଣମାନେ ହେଉଛନ୍ତି ମୋର ପରିବାରବର୍ଗ… ଆଉ ଏଥିପାଇଁ ଆଗ୍ରହର ସହିତ ଆପଣଙ୍କୁ କହୁଛି ‘ଯେ ପର୍ଯ୍ୟନ୍ତ ଔଷଧ ନାହିଁ, ସେ ପର୍ଯ୍ୟନ୍ତ ଢ଼ିଲା ଦେବା ନାହିଁ’, ଏହି ମନ୍ତ୍ରକୁ ଭୁଲନ୍ତୁ ନାହିଁ ଏବଂ ସଂପୂର୍ଣ୍ଣ ଭାବେ ଚିନ୍ତା କରନ୍ତୁ । ଏହି ଗୋଟିଏ ବିଶ୍ୱାସର ସହିତ ମୁଁ ପୁଣି ଆଉ ଥରେ ଆଜି ବହୁତ ହିଁ ଆନନ୍ଦଦାୟୀ କ୍ଷଣ, ସୁଖଦ ମୁହୁର୍ତ୍ତ, ସ୍ୱପ୍ନର କ୍ଷଣ, ସଂକଳ୍ପର କ୍ଷଣ, ଅନେକ-ଅନେକ ଶୁଭକାମନା ଜଣାଉଛି ।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Walmart says India sourcing has crossed $40 billion amid export push

Media Coverage

Walmart says India sourcing has crossed $40 billion amid export push
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates newly sworn-in Ministers in Bihar Government
May 07, 2026
Prime Minister expresses gratitude for warm welcome and support from people of Bihar

The Prime Minister, Shri Narendra Modi, congratulated all those who took oath as Ministers in the Government of Bihar and conveyed his best wishes to them.

The Prime Minister said that he was confident that their commitment towards the all-round development of the state would take Bihar to new heights of prosperity. He also called upon everyone to work together to realise the resolve of building a strong Bihar and a developed India.

The Prime Minister also expressed gratitude for the affection and blessings received from the people of Bihar during his visit to Patna.

He said that he was overwhelmed by the warm welcome extended to him and thanked the people for their support and enthusiasm. The Prime Minister noted that the unprecedented enthusiasm among the people reflected strong public support for the Government’s commitment towards development and public service.

The Prime Minister wrote on X;

“बिहार की एनडीए सरकार में मंत्री के रूप में शपथ लेने वाले सभी साथियों को हार्दिक बधाई एवं ढेरों शुभकामनाएं! मुझे पूर्ण विश्वास है कि राज्य के चौतरफा विकास के लिए आपकी प्रतिबद्धता हमारे इस प्रदेश को समृद्धि की नई ऊंचाइयों पर ले जाएगी। आइए, हम सब मिलकर एक सशक्त बिहार और विकसित भारत के निर्माण के संकल्प को साकार करें।”

“पटना में बिहार के अपने परिवारजनों का स्नेह और आशीर्वाद पाकर अभिभूत हूं! इस स्वागत के लिए आप सभी का हृदय से आभार। आपके अभूतपूर्व उत्साह से साफ है कि विकास और जनसेवा के हमारे संकल्प को जनता-जनार्दन का भरपूर समर्थन मिल रहा है।”