ଆର୍ଯ୍ୟ ସମାଜର ୧୫୦ତମ ବାର୍ଷିକୀ କେବଳ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ସଂଗଠନ ପାଇଁ ଏକ ଅବସର ନୁହେଁ, ଏହା ସମଗ୍ର ଜାତିର ବୈଦିକ ପରିଚୟ ସହିତ ଗଭୀର ଭାବରେ ଜଡିତ ଏକ ଉତ୍ସବ: ପ୍ରଧାନମନ୍ତ୍ରୀ
ଆର୍ଯ୍ୟ ସମାଜ ନିର୍ଭୀକ ଭାବରେ ଭାରତୀୟତାର ସାରକୁ ବଜାୟ ରଖିଛି ଏବଂ ପ୍ରୋତ୍ସାହିତ କରିଚାଲିଛି: ପ୍ରଧାନମନ୍ତ୍ରୀ
ସ୍ୱାମୀ ଦୟାନନ୍ଦଜୀ ଜଣେ ଦୂରଦୃଷ୍ଟିସମ୍ପନ୍ନ ଏବଂ ମହାନ ବ୍ୟକ୍ତି ଥିଲେ: ପ୍ରଧାନମନ୍ତ୍ରୀ
ଭାରତ ସ୍ଥାୟୀ ବିକାଶର ଲକ୍ଷ୍ୟରେ ଏକ ପ୍ରମୁଖ ବିଶ୍ୱ ସ୍ୱର ଭାବରେ ଉଭା ହୋଇଛି: ପ୍ରଧାନମନ୍ତ୍ରୀ

ଗୁଜରାଟ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ , ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ,ଜ୍ଞାନ ଜ୍ୟୋତି ମହୋତ୍ସବ ଆୟୋଜନ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଆର୍ଯ୍ୟ ,ଡିଏଭି କଲେଜ ପରିଚାଳନା କମିଟିର ସଭାପତି ପୁନମ ସୁରୀ , ବରିଷ୍ଠ ଆର୍ଯ୍ୟ ସନ୍ୟାସୀ ସ୍ୱାମୀ ଦେବବ୍ରତ ସରସ୍ୱତୀ , ବିଭିନ୍ନ ଆର୍ଯ୍ୟ ପ୍ରତିନିଧି ସଭାର ସଭାପତି ଏବଂ ଉପାଧ୍ୟକ୍ଷ, ଦେଶ ଏବଂ ବିଶ୍ୱର ସମସ୍ତ ଆର୍ଯ୍ୟ ସମାଜ ଭକ୍ତ, ମହିଳା ଓ  ସଜ୍ଜନମାନେ।
ସର୍ବପ୍ରଥମେ, ମୁଁ ବିଳମ୍ବରେ ପହଞ୍ଚିଥିବା ପାଇଁ କ୍ଷମା ପ୍ରାର୍ଥନା କରୁଛି । ଆଜି ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀ ଥିଲା, ତାଙ୍କର ୧୫୦ତମ ଜନ୍ମବାର୍ଷିକୀ। ଏକତା ନଗରର ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା ଏବଂ ସେଥିପାଇଁ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ। ଏଥିପାଇଁ ମୁଁ ପୁନର୍ବାର କ୍ଷମା ପ୍ରାର୍ଥନା କରୁଛି। ଆରମ୍ଭରେ ଆମେ ସମସ୍ତେ ଯେଉଁ ମନ୍ତ୍ରଗୁଡ଼ିକ ଶୁଣିଥିଲୁ, ସେହି ମନ୍ତ୍ରଗୁଡିକର ଶକ୍ତି ଏବେ ମଧ୍ୟ ଆମେ  ଅନୁଭବ କରୁଛେ । ଯେତେବେଳେ ମୋତେ ଆପଣମାନଙ୍କ ପାଖକୁ ଆସିବାର  ସୁଯୋଗ ମିଳେ  ଏବଂ ଯେବେ ଯେବେ  ମୁଁ ଏଠାକୁ ଆସିଛି ଦିବ୍ୟ ଅଭିଜ୍ଞତା ଏବଂ  ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇଛି ।  ସ୍ୱାମୀ ଦୟାନନ୍ଦଙ୍କ ଆଶୀର୍ବାଦ, ତାଙ୍କ ଆଦର୍ଶ ପ୍ରତି ଆମର ଶ୍ରଦ୍ଧା ଏବଂ ଆପଣମାନଙ୍କ ସହିତ ଦଶନ୍ଧି ଧରି ରହିଥିବା ସମ୍ପର୍କ ମୋତେ ବାରମ୍ବାର ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ଦେଉଛି। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ ଭେଟିଥାଏ ଏବଂ ଆପଣମାନଙ୍କୁ ସହିତ କଥାବାର୍ତ୍ତା କରେ, ମୁଁ ଏକ ଅନନ୍ୟ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହୋଇଯାଏ।  ମୋତେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଏହିପରି ନଅଟି ସଭାଗୃହ ନିର୍ମାଣ  କରାଯାଇଛି, ଯେଉଁଠାରେ ଆମର ସମସ୍ତ ଆର୍ଯ୍ୟ ସମାଜର ସଦସ୍ୟ ଭିଡିଓ ଲିଙ୍କ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି। ଯଦିଓ ମୁଁ ସେମାନଙ୍କୁ ଦେଖିପାରୁ ନାହିଁ, ମୁଁ ଏଠାରୁ ମଧ୍ୟ ସେମାନଙ୍କୁ ମୋର ପ୍ରଣାମ ଜଣାଉଛି।
ବନ୍ଧୁଗଣ,
ଗତ ବର୍ଷ, ଗୁଜୁରାଟର ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଁ ଭିଡିଓ ବାର୍ତ୍ତା ମାଧ୍ୟମରେ ସେହି କାର୍ଯ୍ୟକ୍ରମରେ  ଅଂଶଗ୍ରହଣ କରିଥିଲି। ଏହା ପୂର୍ବରୁ, ମୁଁ ଦିଲ୍ଲୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦  ତମ ଜନ୍ମବାର୍ଷିକୀ ସମାରୋହକୁ ଉଦଘାଟନ କରିବାର ସୌଭାଗ୍ୟ ପାଇଥିଲି। ବୈଦିକ ମନ୍ତ୍ର ଜପର ଶକ୍ତି, ହୋମର ବିଧି, ସତେ ଯେମିତି  ଗତକାଲି ହେଲା  ପରି ଅନୁଭବ ହେଉଛି  ।
ବନ୍ଧୁଗଣ,
ସେହି କାର୍ଯ୍ୟକ୍ରମରେ, ଆମେ ସମସ୍ତେ ୨୦୦  ତମ ଜନ୍ମବାର୍ଷିକୀ ପାଳନକୁ ଦୁଇ ବର୍ଷ ପାଇଁ ଏକ ଚିନ୍ତାପ୍ରବଣ ଉତ୍ସବ ଭାବରେ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲୁ। ମୁଁ ଖୁସି ଯେ ଏହି ଅଖଣ୍ଡ ଚିନ୍ତାପ୍ରବଣ ଉତ୍ସବ ଦୁଇ ବର୍ଷ ଧରି ଅବିରତ ଭାବରେ ଜାରି ରହିଛି। ସମୟ ସମୟରେ, ମୋତେ ଆପଣଙ୍କ ପ୍ରୟାସ ଏବଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ମିଳିଥାଏ ।  ଆଜି, ପୁଣି ଥରେ, ଆର୍ଯ୍ୟ ସମାଜର ୧୧୫୦  ତମ ପ୍ରତିଷ୍ଠା ବର୍ଷ ପାଳନ କରାଯାଉଥିବା  ଏହି କାର୍ଯ୍ୟକ୍ରମରେ ମୋତେ ଆଉ ଏକ ଭାବନାକୁ ଉତ୍ସର୍ଗ କରିବାର ସୁଯୋଗ ମିଳିଛି । ମୁଁ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ପାଦ ତଳେ ପ୍ରଣାମ କରୁଛି ଏବଂ ତାଙ୍କୁ ମୋର ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ମୁଁ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭକାମନା ଜଣାଉଛି। ଏହି ଅବସରରେ ଆମକୁ ଏକ ବିଶେଷ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବାର ସୌଭାଗ୍ୟ ମଧ୍ୟ ମିଳିଛି ।
 

ବନ୍ଧୁଗଣ,
ଆର୍ଯ୍ୟ ସମାଜ ପ୍ରତିଷ୍ଠାର ୧୫୦ ବର୍ଷ ପରେ, ଏହି ସୁବର୍ଣ୍ଣ ଅବସର କେବଳ ସମାଜର ଗୋଟିଏ ଅଂଶ କିମ୍ବା ଏକ ସମ୍ପ୍ରଦାୟ ମଧ୍ୟରେ ସୀମିତ ନୁହେଁ। ଏହା ସମଗ୍ର ଭାରତର ବୈଦିକ ପରିଚୟ ସହିତ ସଂପୃକ୍ତ ନୁହେଁ । ଏହି ସୁଯୋଗ ଭାରତର ଚିନ୍ତାଧାରା ସହିତ ଜଡିତ, ଯାହା ଗଙ୍ଗା ନଦୀର ପ୍ରବାହ ପରି ନିଜକୁ ପରିଷ୍କାର କରିବାର ଏବଂ  ଆତ୍ମ-ଶୁଦ୍ଧ କରିବାର ଶକ୍ତି ମଧ୍ୟ ରଖିଥାଏ । ଏହି ଅବସର ସେହି ମହାନ ପରମ୍ପରା ସହିତ ଜଡିତ ଯାହା ସାମାଜିକ ସଂସ୍କାରର ମହାନ ପରମ୍ପରାକୁ ନିରନ୍ତର ଆଗକୁ ବଢ଼ାଉଛି, ଯାହା ସ୍ୱାଧୀନତା ସଂଗ୍ରାମରେ ଅଗଣିତ ସଂଗ୍ରାମୀଙ୍କୁ ବୈଚାରିକ ଶକ୍ତି ଯୋଗାଇଥିଲା। ଲାଲା ଲଜପତ ରାୟ, ଶହୀଦ ରାମପ୍ରସାଦ ବିସମିଲ ଏବଂ ଅଗଣିତ ଅନ୍ୟ କ୍ରାନ୍ତିକାରୀ ଆର୍ଯ୍ୟ ସମାଜ ଦ୍ୱାରା ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଥିଲେ। ଦୁର୍ଭାଗ୍ୟବଶତଃ, ରାଜନୈତିକ କାରଣ ପାଇଁ  ସ୍ୱାଧୀନତା ସଂଗ୍ରାମରେ ଆର୍ଯ୍ୟ ସମାଜର ଭୂମିକାକୁ ଉପଯୁକ୍ତ ସ୍ୱୀକୃତି ମିଳି ନଥିଲା ।
ବନ୍ଧୁଗଣ,
ଆର୍ଯ୍ୟ ସମାଜ ଏହାର ପ୍ରତିଷ୍ଠାଦିନ ଠାରୁ ଆଜି ପର୍ଯ୍ୟନ୍ତ ସଦାସର୍ବଦା  ଦେଶପ୍ରେମୀଙ୍କ ଏକ ସଂଗଠନ ଭାବେ ରହିଆସିଅଛି । ଏହା ନିର୍ଭୀକ ଭାବରେ ଭାରତୀୟତାକୁ ସମର୍ଥନ କରିଆସିଛି। ଏହା ଭାରତ ବିରୋଧୀ ଚିନ୍ତାଧାରା ହେଉ, ବିଦେଶୀ ଚିନ୍ତାଧାରା ଲଦି ଦେଉଥିବା ଲୋକ, ବିଭାଜନକାରୀ ମାନସିକତା କିମ୍ବା ସାଂସ୍କୃତିକ ପ୍ରଦୂଷଣର ମନ୍ଦ ପ୍ରୟାସ ହେଉ, ଆର୍ଯ୍ୟ ସମାଜ ସର୍ବଦା ସେମାନଙ୍କୁ ଆହ୍ବାନ କରିଆସିଛି। ମୁଁ ଅତ୍ୟନ୍ତ  ଖୁସି  ଯେ ଆଜି, ଆର୍ଯ୍ୟ ସମାଜ ଏହାର ୧୫୦ ତମ ବାର୍ଷିକୀ ପାଳନ କରୁଥିବା ସମୟରେ, ସମାଜ ଏବଂ ରାଷ୍ଟ୍ର ଦୟାନନ୍ଦ ସରସ୍ୱତୀଙ୍କ ମହାନ ଚିନ୍ତାଧାରାକୁ ଶ୍ରଦ୍ଧାଞ୍ଜଳି ଦେଉଛି।
ବନ୍ଧୁଗଣ,
ଆର୍ଯ୍ୟ ସମାଜର ଅନେକ ଋଷି, ସ୍ୱାମୀ ଶ୍ରଦ୍ଧାନନ୍ଦ, ଯେଉଁମାନେ ଧାର୍ମିକ ଜାଗରଣ ମାଧ୍ୟମରେ ଇତିହାସର ଗତିକୁ ଆକାର ଦେଇଥିଲେ, ଏହି ଐତିହାସିକ ମୁହୂର୍ତ୍ତରେ ସେମାନଙ୍କର ଶକ୍ତି ଏବଂ ଆଶୀର୍ବାଦ ମଧ୍ୟ ଆମକୁ ମିଳୁଛି  । ଏହି ମଞ୍ଚରୁ, ମୁଁ କୋଟି କୋଟି ସଦଗୁଣ ଆତ୍ମାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ସେମାନଙ୍କ ସ୍ମୃତିକୁ ପ୍ରଣାମ କରୁଛି।
ବନ୍ଧୁଗଣ,
ଆମର ଭାରତ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର। ଏହି ଭୂମି, ଏହାର ସଭ୍ୟତା, ଏହାର ବୈଦିକ ପରମ୍ପରା ଯୁଗ ଯୁଗ ଧରି ଅମର। କାରଣ, ଯେକୌଣସି ଯୁଗରେ, ଯେତେବେଳେ ନୂତନ ସମସ୍ୟା  ଆସେ ଏବଂ ସମୟ ନୂତନ ପ୍ରଶ୍ନ ପଚାରେ, କିଛି ମହାନ ବ୍ୟକ୍ତିତ୍ୱ ଉତ୍ତର ସହିତ ଆବିର୍ଭୂତ ହୁଅନ୍ତି। କିଛି ଋଷି, ମହର୍ଷି ଏବଂ ବୁଦ୍ଧିଜୀବୀ ଆମ ସମାଜକୁ ଏକ ନୂତନ ଦିଗ ଦେଖାଇଥାନ୍ତି। ଦୟାନନ୍ଦ ସରସ୍ୱତୀ ମଧ୍ୟ ଏହି ମହାନ ପରମ୍ପରାର ଜଣେ ମହର୍ଷି ଥିଲେ। ସେ ଦାସତ୍ୱର ସମୟରେ ଜନ୍ମଗ୍ରହଣ କରିଥିଲେ। ଶତାବ୍ଦୀର ଶତାବ୍ଦୀ ଧରି ଦାସତ୍ୱ ସମଗ୍ର ଦେଶ ଏବଂ ସମାଜକୁ ଭାଙ୍ଗି ଦେଇଥିଲା। କପଟ ଏବଂ କୁପ୍ରଥା ଚିନ୍ତାଧାରା କୁକର୍ମରେ ପରିବର୍ତ୍ତିତ ହୋଇଥିଲା । ଇଂରେଜମାନେ ଆମକୁ, ଆମର ପରମ୍ପରାକୁ ଏବଂ ଆମର ବିଶ୍ୱାସକୁ ଅପମାନିତ କରୁଥିଲେ । ଆମକୁ ନିଚ୍ଚ ଦେଖାଇ ସେମାନେ ଭାରତର ଦାସତ୍ୱକୁ ଯଥାର୍ଥ ବୋଲି ଦର୍ଶାଉଥିଲେ । ଏପରି ପରିସ୍ଥିତିରେ, ସମାଜ ନୂତନ, ମୌଳିକ ଚିନ୍ତାଧାରା ପ୍ରକାଶ କରିବାର ସାହସ ହରାଉଥିଲା।  ଏପରି କଷ୍ଟକର ସମୟରେ, ଜଣେ ଯୁବ ସନ୍ୟାସୀ ଆସିଲେ । ସେ ହିମାଳୟର ନିର୍ଜନ ଏବଂ କଷ୍ଟକର ସ୍ଥାନରେ ଧ୍ୟାନ ଅଭ୍ୟାସ କରନ୍ତି, ତପସ୍ୟା ମାଧ୍ୟମରେ ନିଜକୁ ପରୀକ୍ଷା କରନ୍ତି। ସେଠାରୁ  ଫେରିବା ପରେ, ସେ ହୀନମାନ୍ୟତାରେ ବୁଡ଼ି ରହିଥିବା ଏକ ଭାରତୀୟ ସମାଜକୁ ଝଟକା  ଦିଅନ୍ତି। ଯେତେବେଳେ ସମଗ୍ର ଇଂରେଜ  ସରକାର ଭାରତୀୟ ପରିଚୟକୁ ଅପମାନିତ କରିବାରେ ବ୍ୟସ୍ତ ଥିଲା, ଯେତେବେଳେ କ୍ଷୟଶୀଳ ସାମାଜିକ ଆଦର୍ଶ ଏବଂ ନୈତିକତାର ପାଶ୍ଚାତ୍ୟକରଣକୁ ଆଧୁନିକୀକରଣ ଭାବରେ ଉପସ୍ଥାପିତ କରାଯାଉଥିଲା, ସେହି ସମୟରେ ସେ ଆତ୍ମବିଶ୍ୱାସୀ ଋଷି ତାଙ୍କ ସମ୍ପ୍ରଦାୟକୁ କହୁଥିଲେ : "ବେଦକୁ ଫେରିଯାଅ! ବେଦକୁ ଫେରିଯାଅ!" ସ୍ୱାମୀ ଦୟାନନ୍ଦଙ୍କ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଏପରି ଥିଲା! ସେ ସେହି ଦାସତ୍ୱର ସମୟରେ ଦମନ କରାଯାଇଥିବା ଏକ ଜାତିର ଚେତନାକୁ ପୁନର୍ବାର ଜାଗ୍ରତ କରିଥିଲେ।
 

ବନ୍ଧୁଗଣ,
ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜାଣିଥିଲେ ଯେ, ଯଦି ଭାରତକୁ ପ୍ରଗତି କରିବାକୁ ହୁଏ, ତେବେ କେବଳ ଦାସତ୍ୱର ଶୃଙ୍ଖଳକୁ ଭାଙ୍ଗିବା ଆବଶ୍ୟକ ନୁହେଁ ବରଂ ଆମ ସମାଜକୁ ବାନ୍ଧି ରଖିଥିବା ଶୃଙ୍ଖଳକୁ ମଧ୍ୟ ଭାଙ୍ଗିବାକୁ ପଡିବ। ତେଣୁ, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜାତିପ୍ରଥା, ଅସ୍ପୃଶ୍ୟତା ଏବଂ ଭେଦଭାବକୁ ନିନ୍ଦା କରୁଥିଲେ। ସେ ଅସ୍ପୃଶ୍ୟତାକୁ ମୂଳରୁ ଦୂର କରିବା ପାଇଁ ଆହ୍ୱାନ ଦେଇଥିଲେ। ସେ ନିରକ୍ଷରତା ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଯେଉଁମାନେ ଆମର ବେଦ ଏବଂ ଶାସ୍ତ୍ରର ଭୁଲ ବ୍ୟାଖ୍ୟା ଓ  ମିଶ୍ରଣ କରିଥିଲେ ସେମାନଙ୍କୁ ସେ ଆହ୍ବାନ କରିଥିଲେ। ସେ ବିଦେଶୀ କାହାଣୀକୁ ମଧ୍ୟ ଆହ୍ବାନ କରିଥିଲେ ଏବଂ ଶାସ୍ତ୍ରାର୍ଥର ପୁରୁଣା ପରମ୍ପରା ମାଧ୍ୟମରେ, ସେ ସତ୍ୟକୁ ପ୍ରତିଷ୍ଠା କରିଥିଲେ।
ବନ୍ଧୁଗଣ,
ସ୍ୱାମୀ ଦୟାନନ୍ଦ ଜଣେ ଦୂରଦୃଷ୍ଟିସମ୍ପନ୍ନ ଏବଂ ମହାନ ପୁରୁଷ ଥିଲେ। ସେ ବୁଝିଥିଲେ ଯେ, ବ୍ୟକ୍ତିଗତ ବିକାଶ ହେଉ କିମ୍ବା ସାମାଜିକ ବିକାଶ, ମହିଳାମାନେ ନେତୃତ୍ୱ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ସେ ଏହି ଧାରଣାକୁ ଆହ୍ବାନ କରିଥିଲେ ଯେ ମହିଳାମାନେ ଘରର ସୀମା ମଧ୍ୟରେ ସୀମିତ। ସେ ଆର୍ଯ୍ୟ ସମାଜ ବିଦ୍ୟାଳୟରେ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେହି ସମୟରେ ଜଳନ୍ଧରରେ ଆରମ୍ଭ ହୋଇଥିବା ବାଳିକା ବିଦ୍ୟାଳୟ ଶୀଘ୍ର ଏକ "କନ୍ୟା ମହାବିଦ୍ୟାଳୟ" ପାଲଟିଥିଲା। ସମାନ ଆର୍ଯ୍ୟ ସମାଜ କଲେଜରେ ପଢ଼ୁଥିବା ଲକ୍ଷ ଲକ୍ଷ ଝିଅ ଆଜି ଦେଶର ଅଗ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ।
ବନ୍ଧୁଗଣ,
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି  ମଞ୍ଚରେ ଉପସ୍ଥିତ ଅଛନ୍ତି। ମାତ୍ର ଦୁଇ ଦିନ ପୂର୍ବରୁ ଆମର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଥିଲେ, ଏବଂ ତାଙ୍କ ସାଥୀ ଥିଲେ ସ୍କ୍ବାଡ୍ରନ୍ ଲିଡର ଶିବାଙ୍ଗୀ ସିଂହ। ଆଜି, ଆମର ଝିଅମାନେ ଯୁଦ୍ଧ ବିମାନ ଉଡ଼ାଉଛନ୍ତି ଏବଂ ଡ୍ରୋନ୍ ଦିଦି ଭାବରେ, ଆଧୁନିକ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି। ଆମେ ଗର୍ବର ସହିତ କହିପାରିବା ଯେ ବିଶ୍ୱରେ ଭାରତର ସର୍ବାଧିକ ସଂଖ୍ୟକ ମହିଳା  ଷ୍ଟିମ୍ ସ୍ନାତକ କରିଛନ୍ତି । ମହିଳାମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ୱ ଭୂମିକା ଗ୍ରହଣ କରୁଛନ୍ତି। ଆଜି, ଦେଶର ଶ୍ରେଷ୍ଠ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକରେ ମହିଳା ବୈଜ୍ଞାନିକମାନେ ମଙ୍ଗଳୟାନ, ଚନ୍ଦ୍ରାୟଣ ଏବଂ ଗଗନୟାନ ଭଳି ମହାକାଶ ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ପରିବର୍ତ୍ତନ ସୂଚାଇ ଦିଏ ଯେ ଦେଶ ସଠିକ୍ ପଥରେ ଆଗକୁ ବଢ଼ୁଛି। ଦେଶ ସ୍ୱାମୀ ଦୟାନନ୍ଦ ଜୀଙ୍କ ସ୍ୱପ୍ନ ପୂରଣ କରୁଛି।
ବନ୍ଧୁଗଣ,
ମୁଁ ପ୍ରାୟତଃ ସ୍ୱାମୀ ଦୟାନନ୍ଦ ଜୀଙ୍କ ଗଭୀର ଚିନ୍ତାଧାରା ମଧ୍ୟରୁ ଗୋଟିଏ ଚିନ୍ତାଧାରା ଉପରେ ଚିନ୍ତା  କରେ ଏବଂ ମୁଁ ଅନେକ ଲୋକଙ୍କ ସହିତ ମଧ୍ୟ ଏହା ଆଲୋଚନା  କରିଛି। ସ୍ୱାମୀ ଜୀ କହିଥିଲେ: "ଯେଉଁ ବ୍ୟକ୍ତି ସବୁଠାରୁ କମ୍ ନିଅନ୍ତି ଏବଂ ସର୍ବାଧିକ ଯୋଗଦାନ ଦିଅନ୍ତି ସେ ପ୍ରକୃତରେ ପରିପକ୍ୱ।" ଏହି କିଛି ଶବ୍ଦରେ ଏକ ଅସାଧାରଣ ଧାରଣା ରହିଛି, ଯେ ଏହାକୁ ବ୍ୟାଖ୍ୟା କରିବା ପାଇଁ ହୁଏତ ଅନେକ ପୁସ୍ତକ ଲେଖାଯାଇପାରିବ। କିନ୍ତୁ ଏକ ଚିନ୍ତାଧାରାର ପ୍ରକୃତ ଶକ୍ତି କେବଳ ଏହାର ଅର୍ଥରେ ନୁହେଁ, ବରଂ ଏହା କେତେ ଦିନ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିଥାଏ  ଏବଂ କେତେ ଜୀବନକୁ ପରିବର୍ତ୍ତନ କରେ ତାହା ଉପରେ ପର୍ଯ୍ୟବେଶିତ ଅଟେ ।  ଯେତେବେଳେ ଆମେ ଏହି ସ୍ତରରେ ମହର୍ଷି ଦୟାନନ୍ଦଙ୍କ ଚିନ୍ତାଧାରାକୁ  ପରୀକ୍ଷା କରୁ, ଯେତେବେଳେ ଆମେ ଆର୍ଯ୍ୟ ସମାଜର ସମର୍ପିତ ଅନୁଗାମୀମାନଙ୍କୁ ଦେଖୁ, ଆମେ ଅନୁଭବ କରୁ ଯେ ତାଙ୍କର ଚିନ୍ତାଧାରା ସମୟ ସହିତ କେବଳ ଉଜ୍ଜ୍ୱଳ ଏବଂ ଅଧିକ ଶକ୍ତିଶାଳୀ ହୋଇଛି।
 

ଭାଇ ଓ ଭଉଣୀମାନେ,
ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୀ ତାଙ୍କ ଜୀବନକାଳ ମଧ୍ୟରେ ପରୋପକାରିଣୀ ସଭା ପ୍ରତିଷ୍ଠା କରିଥିଲେ। ସେ ଯେଉଁ ମଞ୍ଜି ବୁଣିଥିଲେ ତାହା ଏବେ ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି, ଯାହାର ଶାଖା ଅଗଣିତ ସଂଖ୍ୟାରେ ବିସ୍ତାର କରିଛି। ଗୁରୁକୁଳ କାଙ୍ଗ୍ରି, ଗୁରୁକୁଳ କୁରୁକ୍ଷେତ୍ର, ଡିଏଭି ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ନିଜ କ୍ଷେତ୍ରରେ ସମର୍ପିତ ଭାବରେ ସେବା କରିଆସୁଛନ୍ତି। ଯେତେବେଳେ ବି ଦେଶ କୌଣସି ସଙ୍କଟର ସମ୍ମୁଖୀନ ହୋଇଛି, ଆର୍ଯ୍ୟ ସମାଜର ଲୋକମାନେ ସର୍ବଦା ଦେଶବାସୀଙ୍କ ସେବା ପାଇଁ ନିଜକୁ ନିସ୍ୱାର୍ଥପର ଭାବରେ ଉତ୍ସର୍ଗ କରିଛନ୍ତି। ଭାରତର ବିଭାଜନର ଦୁଃଖଦ ସମୟରେ, ଆର୍ଯ୍ୟ ସମାଜ ସର୍ବସ୍ୱ ହରାଇଥିବା ଶରଣାର୍ଥୀଙ୍କୁ ସାହାଯ୍ୟ, ପୁନର୍ବାସ ଏବଂ ଶିକ୍ଷା ଦେବାରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ଆଜି ମଧ୍ୟ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ, ଆର୍ଯ୍ୟ ସମାଜ ସଙ୍କଟରେ ପଡ଼ିଥିବା ଲୋକଙ୍କ ସେବା କରିବାରେ ପ୍ରଥମ ସ୍ଥାନରେ ରହିଛି।
ଭାଇ ଓ ଭଉଣୀମାନେ,
ଆର୍ଯ୍ୟ ସମାଜ ପ୍ରତି ରାଷ୍ଟ୍ରର ଋଣୀ କାର୍ଯ୍ୟ ମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଦେଶର ଗୁରୁକୂଳ ପରମ୍ପରାକୁ ଜୀବିତ ରଖିବା ପାଇଁ ଏହାର ପ୍ରୟାସ । ଗୋଟିଏ ସମୟରେ, ଭାରତ କେବଳ ଗୁରୁକୂଳର ଶକ୍ତି ମାଧ୍ୟମରେ ଜ୍ଞାନ ଏବଂ ବିଜ୍ଞାନର ଶୀର୍ଷରେ ଥିଲା। ଦାସତ୍ୱ ସମୟରେ, ଏହି ବ୍ୟବସ୍ଥାକୁ ଜାଣିଶୁଣି ଆକ୍ରମଣ କରାଯାଇଥିଲା। ଏହା ଆମର ଜ୍ଞାନ, ଆମର ମୂଲ୍ୟବୋଧକୁ ନଷ୍ଟ କରିଦେଇଥିଲା ଏବଂ ନୂତନ ପିଢ଼ିକୁ ଦୁର୍ବଳ କରିଦେଇଥିଲା। ଆର୍ଯ୍ୟ ସମାଜ ଆଗକୁ ବଢ଼ି ଛିଡ଼ା ହୋଇଥିଲା ଏବଂ ଭୁଶୁଡ଼ି ପଡ଼ିଥିବା ଗୁରୁକୂଳ ପରମ୍ପରାକୁ ରକ୍ଷା କରିଥିଲା। ଏହା ବ୍ୟତୀତ, ଆର୍ଯ୍ୟ ସମାଜର ଗୁରୁକୂଳମାନେ ମଧ୍ୟ ସମୟ ଅନୁସାରେ ନିଜକୁ ପରିଷ୍କୃତ କରିଥିଲେ, ଆଧୁନିକ ଶିକ୍ଷାକୁ ସେମାନଙ୍କର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଥିଲେ। ଆଜି, ଯେତେବେଳେ ରାଷ୍ଟ୍ର ପୁଣି ଥରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାକୁ ମୂଲ୍ୟବୋଧ ଏବଂ ଚରିତ୍ର ଗଠନ ସହିତ ଯୋଡୁଛି, ମୁଁ ଭାରତର ଏହି ପବିତ୍ର ଜ୍ଞାନ ପରମ୍ପରାକୁ ସୁରକ୍ଷା ଦେବା ପାଇଁ ଆର୍ଯ୍ୟ ସମାଜ ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି।
ବନ୍ଧୁଗଣ,
ଆମର ବେଦରେ କୁହାଯାଇଛି, "କୃଣ୍ୱନ୍ତୋ ବିଶ୍ୱମାର୍ୟମ୍," ଅର୍ଥାତ୍, "ଆସନ୍ତୁ ଆମେ ସମଗ୍ର ବିଶ୍ୱକୁ ଉତ୍ତମ କରି ଏହାକୁ ମହାନ ଚିନ୍ତାଧାରା ଆଡ଼କୁ ନେଇଯିବା।" ସ୍ୱାମୀ ଦୟାନନ୍ଦ  ଏହି ବୈଦିକ କଥାକୁ ଆର୍ଯ୍ୟ ସମାଜର ମୂଳମନ୍ତ୍ର ଭାବେ ଗ୍ରହଣ କରିଥିଲେ। ଆଜି, ଏହି ବୈଦିକ ଆଦର୍ଶ ଭାରତର ବିକାଶ ଯାତ୍ରାର ମାର୍ଗଦର୍ଶକ ନୀତି ପାଲଟିଛି: ଭାରତର ପ୍ରଗତି ମାଧ୍ୟମରେ ବିଶ୍ୱର କଲ୍ୟାଣ; ଭାରତର ସମୃଦ୍ଧି ମାଧ୍ୟମରେ ମାନବତାର ସେବା।ଭାରତ ଆଜି ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ସ୍ୱର ଭାବରେ ଉଭା ହୋଇଛି। ଯେପରି ସ୍ୱାମୀ  ଥରେ ଲୋକମାନଙ୍କୁ "ବେଦକୁ ଫେରିବାକୁ" ଆହ୍ୱାନ କରିଥିଲେ, ସେହିପରି ଭାରତ ଆଜି ବିଶ୍ୱକୁ ବୈଦିକ ଜୀବନଶୈଳୀକୁ ଫେରିବାକୁ ଆହ୍ୱାନ କରୁଛି। ଆମେ ମିଶନ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଆରମ୍ଭ କରିଛୁ, ଯାହାକୁ ବିଶ୍ୱବ୍ୟାପୀ ସମର୍ଥନ ମିଳୁଛି। "ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ୍" ଦୃଷ୍ଟିକୋଣ ମାଧ୍ୟମରେ, ଆମେ ସ୍ୱଚ୍ଛ ଶକ୍ତିକୁ ଏକ ବିଶ୍ୱ ଆନ୍ଦୋଳନରେ ପରିଣତ କରୁଛୁ। ଆମର ଯୋଗ ମଧ୍ୟ ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ ୧୯୦  ରୁ ଅଧିକ ଦେଶରେ ପହଞ୍ଚିସାରିଛି। ଯୋଗର ଏହି ବିଶ୍ୱସ୍ତରୀୟ ଆଲିଙ୍ଗନ, ଏକ ସନ୍ତୁଳିତ, ସଚେତନ ଜୀବନଯାପନ କରିବାର ପ୍ରତିବଦ୍ଧତା ଏବଂ ଲାଇଫ୍  ଭଳି ପରିବେଶଗତ ମିଶନ ପାଇଁ ବିଶ୍ୱବ୍ୟାପୀ ଉତ୍ସାହ, ଆର୍ଯ୍ୟ ସମାଜର ଲୋକମାନେ ଦୀର୍ଘ ସମୟ ଧରି ସେମାନଙ୍କ ଦୈନନ୍ଦିନ ଜୀବନରେ ଯେଉଁ ମୂଲ୍ୟବୋଧକୁ ଗ୍ରହଣ କରିଆସିଛନ୍ତି ତାହାର ପ୍ରକାଶନ ଅଟେ । ଆର୍ଯ୍ୟ ସମାଜର ଲୋକମାନେ ଏକ ସରଳ ଜୀବନଶୈଳୀ, ସେବାର ଭାବନା, ଭାରତୀୟ ପୋଷାକ, ସଂସ୍କୃତିକୁ ପସନ୍ଦ କରିବା, ପରିବେଶ ପ୍ରତି ଚିନ୍ତା କରିବା ଏବଂ ଭାରତୀୟ ମୂଲ୍ୟବୋଧର ପ୍ରୋତ୍ସାହନକୁ ପ୍ରୋତ୍ସାହିତ କରିଚାଲିଛନ୍ତି।
ସେଥିପାଇଁ ଭାଇ ଏବଂ ଭଉଣୀମାନେ,
ଯେତେବେଳେ ଭାରତ "ସର୍ବେ ଭବନ୍ତୁ ସୁଖିନଃ" (ସମସ୍ତ ପ୍ରାଣୀ ଖୁସି ହୁଅନ୍ତୁ) ର ପ୍ରାଚୀନ ନୀତି ସହିତ ଆଗକୁ ବଢ଼ୁଛି, ମାନବତାର କଲ୍ୟାଣ ପାଇଁ ବିଶ୍ୱସ୍ତରୀୟ ପ୍ରୟାସର ନେତୃତ୍ୱ ନେଉଛି, ଏବଂ ଭାରତ 'ବିଶ୍ୱ ବନ୍ଧୁ' (ବିଶ୍ୱର ପ୍ରକୃତ ବନ୍ଧୁ) ଭାବରେ ନିଜର ଭୂମିକାକୁ ସୁଦୃଢ଼ କରୁଛି।  ଆର୍ଯ୍ୟ ସମାଜର ପ୍ରତ୍ୟେକ ସଦସ୍ୟ ଏହାକୁ ନିଜର ଲକ୍ଷ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ, ମୁଁ ଆପଣ ସମସ୍ତଙ୍କୁ ଗଭୀର ଭାବରେ ପ୍ରଶଂସା  କରୁଛି ଏବଂ କୃତଜ୍ଞତା ଜଣାଉଛି ।
ବନ୍ଧୁଗଣ,
ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ମଶାଲ, ଗତ ୧୫୦  ବର୍ଷ ଧରି ଆର୍ଯ୍ୟ ସମାଜର କାର୍ଯ୍ୟ ମାଧ୍ୟମରେ ସମାଜକୁ ଆଲୋକିତ କରିଆସୁଛି। ମୁଁ ବିଶ୍ୱାସ କରେ ସ୍ୱାମୀ  ଆମ ସମସ୍ତଙ୍କ ଭିତରେ ଏକ ଗଭୀର ଦାୟିତ୍ୱବୋଧ ଜାଗ୍ରତ କରିଥିଲେ ଏବଂ ଏହି ଦାୟିତ୍ୱ ହେଉଛି ନୂତନ ଚିନ୍ତାଧାରା ଆଗକୁ ବଢାଇବା, ସ୍ଥିର ପରମ୍ପରାକୁ ଭାଙ୍ଗିବା ଏବଂ ଆବଶ୍ୟକ ସ୍ଥାନରେ ସଂସ୍କାର ଆରମ୍ଭ କରିବା। ଆପଣମାନେ ସମସ୍ତେ ମୋ ପ୍ରତି ଏତେ ସ୍ନେହ ଦେଖାଇଛନ୍ତି, ଏବଂ ସେଥିପାଇଁ ମୁଁ ଆଜି ଆପଣଙ୍କୁ କିଛି ମାଗିବାକୁ, ଅନୁରୋଧ କରିବାକୁ ଆସିଛି। ମୁଁ ଆପଣଙ୍କଠାରୁ କିଛି ମାଗିପାରିବି କି? ହଁ, ମୁଁ ଜାଣେ ଆପଣ ଏହାକୁ ସହୃଦୟର ସହିତ ଦେବେ! ଆପଣ ରାଷ୍ଟ୍ର ନିର୍ମାଣର ଏହି ମହାଯଜ୍ଞରେ ପୂର୍ବରୁ ଅତ୍ୟଧିକ ଯୋଗଦାନ ଦେଉଛନ୍ତି, କିନ୍ତୁ ମୁଁ ଆପଣଙ୍କ ସମ୍ମୁଖରେ ଦେଶର ବର୍ତ୍ତମାନର କିଛି ପ୍ରାଥମିକତାକୁ ପୁନର୍ବାର ଦୋହରାଇବାକୁ ଚାହୁଁଛି। ଉଦାହରଣ ସ୍ୱରୂପ, ସ୍ୱଦେଶୀ ଆନ୍ଦୋଳନ ଐତିହାସିକ ଭାବରେ ଆର୍ଯ୍ୟ ସମାଜ ସହିତ ଗଭୀର ଭାବରେ ଜଡିତ। ଆଜି, ଯେତେବେଳେ ଦେଶ ପୁଣି ଥରେ ସ୍ୱଦେଶୀର ଆହ୍ୱାନ ଗ୍ରହଣ କରୁଛି, "ଲୋକାଲ ଫର  ଭୋକାଲ" ହୋଇଯାଉଛି, ଏହି ପ୍ରୟାସରେ ଆପଣଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି।
ବନ୍ଧୁଗଣ,
ଆପଣମାନେ ମନେ ରଖିଥିବେ ଯେ କିଛି ସମୟ ପୂର୍ବରୁ, ଦେଶ ଜ୍ଞାନ ଭାରତମ୍ ମିଶନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ୍ ଏବଂ ସଂରକ୍ଷଣ କରିବା। ଅସୀମ ଜ୍ଞାନର ଏହି ଅମୂଲ୍ୟ ଭଣ୍ଡାରକୁ କେବଳ ସେତେବେଳେ ସୁରକ୍ଷିତ କରାଯାଇପାରିବ ଯେତେବେଳେ ଯୁବ ପିଢ଼ି ସେମାନଙ୍କ ସହିତ ସଂଯୋଗ ସ୍ଥାପନ କରିବେ ଏବଂ ସେମାନଙ୍କର ଗୁରୁତ୍ୱକୁ  ବୁଝିବେ। ତେଣୁ, ମୁଁ ଆର୍ଯ୍ୟ ସମାଜକୁ ନିବେଦନ କରୁଛି । ଆପଣ ଭାରତର ପବିତ୍ର ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ଆବିଷ୍କାର ଏବଂ ସଂରକ୍ଷଣ କରିବା ପାଇଁ ୧୫୦ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ପିଢ଼ି ପରେ ପିଢ଼ି, ଆର୍ଯ୍ୟ ସମାଜର ଅନୁଗାମୀମାନେ ଆମର ଶାସ୍ତ୍ରଗୁଡ଼ିକୁ ସେମାନଙ୍କର ମୂଳ ରୂପରେ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜ୍ଞାନ ଭାରତମ୍ ମିଶନ୍ ଏବେ ଏହି ପ୍ରୟାସକୁ ଜାତୀୟ ସ୍ତରରେ ଆଗକୁ ବଢ଼ାଇବ। ଏହାକୁ ଆପଣଙ୍କର ନିଜସ୍ୱ ଅଭିଯାନ ଭାବରେ ବିବେଚନା କରନ୍ତୁ, ଏଥିରେ ଯୋଗଦାନ ଦିଅନ୍ତୁ, ଏବଂ ଆପଣଙ୍କର ଗୁରୁକୁଳ ଓ ଅନୁଷ୍ଠାନ ମାଧ୍ୟମରେ, ଯୁବପିଢ଼ିଙ୍କୁ ଏହି ପାଣ୍ଡୁଲିପିଗୁଡ଼ିକର ଅଧ୍ୟୟନ ଏବଂ ଗବେଷଣା କରିବାକୁ ଉତ୍ସାହିତ କରନ୍ତୁ।
ବନ୍ଧୁଗଣ,
ମହର୍ଷି ଦୟାନନ୍ଦଙ୍କ ୨୦୦ ତମ ଜନ୍ମବାର୍ଷିକୀ ଅବସରରେ, ମୁଁ 'ଯଜ୍ଞ' (ପବିତ୍ର ରୀତିନୀତି) ରେ ବ୍ୟବହୃତ ଶସ୍ୟ ବିଷୟରେ କହିଥିଲି। ଆମେ ସମସ୍ତେ ଜାଣୁ ଯେ ଯଜ୍ଞରେ ଶ୍ରୀ ଅନ୍ନ କେତେ ଗୁରୁତ୍ୱପୂର୍ଣ୍ଣ। ଏପରି ରୀତିନୀତିରେ ବ୍ୟବହୃତ ଶସ୍ୟକୁ ବିଶେଷ ଭାବରେ ଶୁଦ୍ଧ ବୋଲି ବିବେଚନା କରାଯାଏ। ଏହା ସହିତ, ଆମକୁ ଆମର ପ୍ରାଚୀନ ସ୍ଥୂଳ ଶସ୍ୟ ପରମ୍ପରା, ଆମର ଶ୍ରୀ ଅନ୍ନ ଐତିହ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ପଡିବ। ଏହି ଶସ୍ୟଗୁଡ଼ିକର ଏକ ଉଲ୍ଲେଖନୀୟ ଦିଗ ହେଉଛି ଯେ, ସେଗୁଡ଼ିକ ପ୍ରାକୃତିକ ଭାବରେ ଚାଷ କରାଯାଏ। ପ୍ରାକୃତିକ କୃଷି, ଯାହାକୁ ଆଚାର୍ଯ୍ୟ ଜୀ ବିସ୍ତାରିତ ଭାବରେ ବୁଝାଇଥିଲେ, ଥରେ ଭାରତର ଅର୍ଥନୀତିର ଏକ ପ୍ରମୁଖ ଭିତ୍ତିଭୂମି ଥିଲା। ଆଜି, ବିଶ୍ୱ ପୁଣି ଥରେ ଏହାର ମୂଲ୍ୟକୁ ସ୍ୱୀକାର କରୁଛି। ମୁଁ ଆର୍ଯ୍ୟ ସମାଜକୁ ପ୍ରାକୃତିକ କୃଷିର ଆର୍ଥିକ ଏବଂ ଆଧ୍ୟାତ୍ମିକ ଦିଗ ବିଷୟରେ ସଚେତନତା ବୃଦ୍ଧି କରିବାକୁ ଅନୁରୋଧ କରୁଛି।

 

ବନ୍ଧୁଗଣ,
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜଳ ସଂରକ୍ଷଣ। ଆଜି ଦେଶ ପ୍ରତ୍ୟେକ ଗାଁରେ ସ୍ୱଚ୍ଛ ଜଳ ପହଞ୍ଚାଇବା ପାଇଁ ଜଳ ଜୀବନ ମିଶନ ମାଧ୍ୟମରେ କାମ କରୁଛି। ଜଳ ଜୀବନ ମିଶନ ବିଶ୍ୱର ସବୁଠାରୁ ଅନନ୍ୟ ଅଭିଯାନ ମଧ୍ୟରୁ ଗୋଟିଏ। ତଥାପି, ଆମକୁ ମନେ ରଖିବାକୁ ହେବ ଯେ ଭବିଷ୍ୟତ ପିଢ଼ି ପାଇଁ ପର୍ଯ୍ୟାପ୍ତ ପାଣି ବଳକା ରହିଲେ ଜଳ ସମ୍ପଦ କେବଳ ପ୍ରଭାବଶାଳୀ ହେବ। ଏଥିପାଇଁ, ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ କୃଷିକୁ ପ୍ରୋତ୍ସାହିତ କରୁଛୁ। ଦେଶ ସାରା ୬୦,୦୦୦ ରୁ ଅଧିକ ଅମୃତ ସରୋବର ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ସରକାରୀ ପ୍ରୟାସ ସହିତ, ସମାଜକୁ ମଧ୍ୟ ଆଗକୁ ଆସିବାକୁ ପଡିବ। ପାରମ୍ପରିକ ଭାବରେ, ପ୍ରତ୍ୟେକ ଗାଁରେ ପୋଖରୀ, ହ୍ରଦ, କୂପ ଏବଂ ପାଣି ଟାଙ୍କି ଥିଲା, କିନ୍ତୁ ପରିବର୍ତ୍ତନ ସମୟ ସହିତ, ସେମାନଙ୍କ ମଧ୍ୟରୁ ଅନେକ ଅବହେଳିତ ହୋଇ ଶୁଖିଗଲା। ଏହି ପ୍ରାକୃତିକ ଜଳ ଉତ୍ସଗୁଡ଼ିକୁ ପୁନରୁଦ୍ଧାର ଏବଂ ସୁରକ୍ଷା କରିବାର ଆବଶ୍ୟକତା ବିଷୟରେ ଆମକୁ ନିରନ୍ତର ଲୋକଙ୍କୁ ସଚେତନ କରିବାକୁ ପଡିବ। "କ୍ୟାଚ୍ ଦି ରେନ୍", ଯାହା ଏକ ସରକାରୀ ଅଭିଯାନ, ରିଚାର୍ଜିଂ କୂପ ନିର୍ମାଣ କରିବା ଏବଂ ଭୂତଳ ଜଳ ପୁନଃଚାର୍ଜ ପାଇଁ ବର୍ଷା ବ୍ୟବହାର କରିବା ସମୟର ଆବଶ୍ୟକତା।
 

ବନ୍ଧୁଗଣ,
ବହୁତ ଦିନ ହେଲାଣି , "ଏକ ପେଡ୍ ମା କେ ନାମ" (ମା'ଙ୍କ ନାମରେ ଗୋଟିଏ ଗଛ) ଅଭିଯାନ ମଧ୍ୟ ଅତ୍ୟନ୍ତ ସଫଳ ହୋଇଛି। ଏହା କିଛି ଦିନ କିମ୍ବା କିଛି  ବର୍ଷ ପାଇଁ ଏକ ଅଭିଯାନ ନୁହେଁ। ବୃକ୍ଷରୋପଣ ଏକ ନିରନ୍ତର ମିଶନ ହେବା ଉଚିତ। ଆର୍ଯ୍ୟ ସମାଜ ମଧ୍ୟ ଏହି ମହତ ଉଦ୍ଦେଶ୍ୟ ସହିତ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିପାରିବ।
ଆମର ବେଦ ଆମକୁ ଶିଖାଏ, "ସଙ୍ଗଚ୍ଛଧ୍ଵମ୍ ସମ୍ବାଦଧ୍ଵମ୍ ସମ ଭୋ ମାନଂସି ଜନ୍ତାମ୍।" ଅର୍ଥାତ୍, ଆମେ ଏକାଠି ଚାଲିବା, ଏକାଠି କହିବା ଏବଂ ପରସ୍ପରର ମନକୁ ବୁଝିବା। ଅର୍ଥାତ୍, ଆମେ ପରସ୍ପରର ଚିନ୍ତାଧାରାକୁ ସମ୍ମାନ କରିବା ଉଚିତ। ଆମେ ବେଦର ଏହି ଆହ୍ୱାନକୁ ରାଷ୍ଟ୍ର ପାଇଁ ଏକ ଆହ୍ୱାନ ଭାବରେ ମଧ୍ୟ ଦେଖିବା ଉଚିତ। ଆମକୁ ଦେଶର ସଂକଳ୍ପକୁ ନିଜର ସଂକଳ୍ପ କରିବାକୁ ପଡିବ। ଆମକୁ ଜନସାଧାରଣଙ୍କ ସହଭାଗୀତାର ଭାବନା ସହିତ ସାମୂହିକ ପ୍ରୟାସକୁ ଆଗକୁ ବଢାଇବାକୁ ପଡିବ। ୧୫୦  ବର୍ଷ ଧରି, ଆର୍ଯ୍ୟ ସମାଜ ଏହି ଭାବନା ସହିତ କାମ କରିଛି। ଆମକୁ ଏହି ଭାବନାକୁ ନିରନ୍ତର ମଜବୁତ କରିବାକୁ ପଡିବ। ମୁଁ ନିଶ୍ଚିତ ଯେ, ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଚିନ୍ତାଧାରା ମାନବତାର କଲ୍ୟାଣ ପାଇଁ ପଥ ପ୍ରଶସ୍ତ କରିବ। ମୁଁ ପୁଣି ଥରେ ଆର୍ଯ୍ୟ ସମାଜର ୧୫୦  ତମ ବାର୍ଷିକୀରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rashtrapati Bhavan replaces colonial-era texts with Indian literature in 11 classical languages

Media Coverage

Rashtrapati Bhavan replaces colonial-era texts with Indian literature in 11 classical languages
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets citizens on National Voters’ Day
January 25, 2026
PM calls becoming a voter an occasion of celebration, writes to MY-Bharat volunteers

The Prime Minister, Narendra Modi, today extended greetings to citizens on the occasion of National Voters’ Day.

The Prime Minister said that the day is an opportunity to further deepen faith in the democratic values of the nation. He complimented all those associated with the Election Commission of India for their dedicated efforts to strengthen India’s democratic processes.

Highlighting the importance of voter participation, the Prime Minister noted that being a voter is not only a constitutional privilege but also a vital duty that gives every citizen a voice in shaping India’s future. He urged people to always take part in democratic processes and honour the spirit of democracy, thereby strengthening the foundations of a Viksit Bharat.

Shri Modi has described becoming a voter as an occasion of celebration and underlined the importance of encouraging first-time voters.

On the occasion of National Voters’ Day, the Prime Minister said has written a letter to MY-Bharat volunteers, urging them to rejoice and celebrate whenever someone around them, especially a young person, gets enrolled as a voter for the first time.

In a series of X posts; Shri Modi said;

“Greetings on #NationalVotersDay.

This day is about further deepening our faith in the democratic values of our nation.

My compliments to all those associated with the Election Commission of India for their efforts to strengthen our democratic processes.

Being a voter is not just a constitutional privilege, but an important duty that gives every citizen a voice in shaping India’s future. Let us honour the spirit of our democracy by always taking part in democratic processes, thereby strengthening the foundations of a Viksit Bharat.”

“Becoming a voter is an occasion of celebration! Today, on #NationalVotersDay, penned a letter to MY-Bharat volunteers on how we all must rejoice when someone around us has enrolled as a voter.”

“मतदाता बनना उत्सव मनाने का एक गौरवशाली अवसर है! आज #NationalVotersDay पर मैंने MY-Bharat के वॉलंटियर्स को एक पत्र लिखा है। इसमें मैंने उनसे आग्रह किया है कि जब हमारे आसपास का कोई युवा साथी पहली बार मतदाता के रूप में रजिस्टर्ड हो, तो हमें उस खुशी के मौके को मिलकर सेलिब्रेट करना चाहिए।”