ଶ୍ରୀମାନ୍ ଭିନିତ୍ ଜୈନ

ଦେଶବିଦେଶର ବିଶିଷ୍ଟ ଅତିଥିଗଣ

ଆପଣମାନଙ୍କୁ ସମସ୍ତଙ୍କୁ ଏକ ଶୁଭ ସକାଳ

ଗ୍ଲୋବାଲ ବିଜନେସ ସମିଟରେ ପୁଣିଥରେ ଆପଣମାନଙ୍କ ପାଖକୁ ଆସି ଖୁସି ଅନୁଭବ କରୁଛି ।

ଏହି ବ୍ୟବସାୟିକ ଶିଖର ସମ୍ମିଳନୀର ବିଷୟବସ୍ତୁର ପ୍ରଥମ ଶବ୍ଦ ଭାବେ ଆପଣମାନେ ସାମାଜିକ ଶବ୍ଦ ଚୟନ କରିଥିବାରୁ ଅଭିନନ୍ଦନ ଜଣାଉଛି ।

ମୋତେ ଆହୁରି ବି ଜାଣି ଖୁସି ଲାଗୁଛି ଯେ ଏଠାରେ ଉପସ୍ଥିତ ବ୍ୟକ୍ତିମାନେ ବିକାଶକୁ ଚିରସ୍ଥାୟୀ କିଭଳି କରିହେବ ସେ ବିଷୟବସ୍ତୁ ଉପରେ ଆଲୋଚନା କରୁଛନ୍ତି, ଯାହାକି ସମ୍ଭବତଃ ଆପଣମାନଙ୍କ ପ୍ରସଙ୍ଗର ଦ୍ୱିତୀୟ ଶବ୍ଦ ।

ଆଉ ଯେତେବେଳେ ଆପଣମାନେ ‘ସୋପାନ’ ପ୍ରସଙ୍ଗରେ କଥା ହେଉଛନ୍ତି, ଯାହାକି ଏହି ସମିଟର ବିଷୟବସ୍ତୁର ତୃତୀୟ ଶବ୍ଦ । ଏହା ମୋ ଭିତରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି ଯେ ବାସ୍ତବରେ ଆପଣମାନେ ଭାରତ ପାଇଁ ସମାଧାନ ଉପରେ ଆଲୋଚନା କରୁଛନ୍ତି ।

ବନ୍ଧୁଗଣ,

2013ର ଦ୍ୱିତୀୟ ଷଡ଼ମାସିକ ଓ 2014ର ଆରମ୍ଭରେ ଦେଶ ସମ୍ମୁଖରେ ଯେଉଁ ଚ୍ୟାଲେଞ୍ଜ ଥିଲା,ସେ ସମ୍ପର୍କରେ ଆପଣମାନଙ୍କଠୁ ଅଧିକ ବେଶୀ କିଏବା ଜାଣିଥିବ ।

ଆକାଶଛୁଆ ଦରଦାମ ବୃଦ୍ଧି ପ୍ରତ୍ୟେକ ପରିବାରର ମେରୁଦଣ୍ଡକୁ ଦୋହଲାଇ ଦେଉଥିଲା ।

କରେଣ୍ଟ ଆକାଉଣ୍ଟ କ୍ଷତି ଓ ଉଚ୍ଚ ବିତ୍ତୀୟ ନିଅଣ୍ଟ ବୃଦ୍ଧି ଯୋଗୁ ଦେଶର ମାକ୍ରୋ-ଇକୋନୋମି ସ୍ଥିରତା ପ୍ରତି ବିପଦ ସୃଷ୍ଟି ହୋଇଥିଲା ।

ଏସବୁ ମାନଦଣ୍ଡ ଏକ ନିରାଶ ଭବିଷ୍ୟତର ସଙ୍କେତ ଦେଉଥିଲା ।

ଦେଶ ମୋଟାମୋଟି ଭାବେ ନୀତିଗତ ପକ୍ଷାଘାତର ସମ୍ମୁଖୀନ ହୋଇଥିଲା ।

ଏହା ଅର୍ଥବ୍ୟବସ୍ଥାକୁ ସେହି ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ପ୍ରତିବନ୍ଧକ ସାଜୁଥିଲା ଯେଉଁଥିପାଇଁ ତାହା ଯୋଗ୍ୟ ଥିଲା ।

ବିଶ୍ୱ ସମୁଦାୟ ମଧ୍ୟ ଏହି ପାଞ୍ଚ ସଦସ୍ୟ ବିଶିଷ୍ଟ କ୍ଲବର ସ୍ଥିତିକୁ ନେଇ ଚିନ୍ତିତ ରହିଥିଲା ।

ସେତେବେଳର ପରିସ୍ଥିତି ଆଗରେ ଆତ୍ମସମର୍ପଣ କରିଯାଇଥିବା ଭଳି ଧାରଣା ସୃଷ୍ଟି ହୋଇଥିଲା ।

ବନ୍ଧୁଗଣ,

ସେତେବେଳେ ଏହି ପୃଷ୍ଠଭୂମିରେ ଲୋକଙ୍କ ସେବା କରିବା ପାଇଁ ଆମର ସରକାର ଆସିଥିଲା ଓ ଏବେ ପରିବର୍ତ୍ତନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ।

2014 ମସିହା ପରେ, ସଂଶୟକୁ ଆଶାରେ ପରିବର୍ତ୍ତନ କରିଦିଆଯାଇଛି ।

ପ୍ରତିବନ୍ଧକକୁ ଆଶାବାଦରେ ପୁର୍ନସ୍ଥାପିତ କରାଯାଇଛି ।

ଏବଂ

ସମସ୍ୟାକୁ ପ୍ରୟାସରେ ପରିବର୍ତ୍ତନ କରାଯାଇଛି ।

2014 ମସିହା ପରେ, ଭାରତ ପ୍ରାୟ ସମସ୍ତ ଆନ୍ତର୍ଜାତିକ ସୂଚକାଙ୍କରେ ଉଲ୍ଲେଖନୀୟ ସୁଧାର କରିପାରିଛି ।

ଏହା ନା କେବଳ ଭାରତ କିଭଳି ପରିବର୍ତ୍ତନ ହେଉଛି ତାହା ଦର୍ଶାଉଛି ବରଂ ଭାରତ ସମ୍ପର୍କରେ ବିଶ୍ୱର ଧାରଣା କିଭଳି ବଦଳୁଛି ତାହା ମଧ୍ୟ ଦର୍ଶାଉଛି ।

ମୁଁ ଜାଣେ ଯେ, ଏଭଳି କିଛି ଅଛନ୍ତି ଯେଉଁମାନେ ଏପରି ଦ୍ରୁତ ଗତିରେ ସୁଧାରକୁ ପ୍ରଶଂସା କରିପାରିବେ ନାହିଁ ।

ସେମାନେ କୁହନ୍ତି କି ରାଙ୍କିଙ୍ଗର ସୁଧାର କେବଳ କାଗଜପତ୍ରରେ ହେଉଛି, କିନ୍ତୁ ସ୍ଥଳ ବିଶେଷରେ କିଛି ବି ପରିବର୍ତ୍ତନ ହୋଇନି ।

ମୁଁ ଭାବୁଛି ଏହା ସତ୍ୟଠୁ ବହୁ ଦୂରରେ ।

ରାଙ୍କିଙ୍ଗ ହେଉଛି ପଛରେ ରହିବାର ଅଧିକାଂଶ ମାନଦଣ୍ଡ ।

ଯେକୌଣସି କ୍ଷେତ୍ରରେ ପ୍ରଥମେ ସ୍ଥଳବିଶେଷରେ ପରିବର୍ତ୍ତନ ଅନୁଭୂତ ହୋଇଥାଏ, ଯାହା କିଛି ସମୟ ଅନ୍ତରାଳରେ ଏହା ରାଙ୍କିଙ୍ଗରେ ପ୍ରତିଫଳିତ ହୋଇଥାଏ ।

ଉଦାହରଣସ୍ୱରୂପ, ଇଜ ଅଫ ଡୁଇଙ୍ଗ୍ ବିଜିନେସ ରାଙ୍କିଙ୍ଗ ।

ଆମର ରାଙ୍କିଙ୍ଗ 4ବର୍ଷ ମଧ୍ୟରେ 142ତମ ସ୍ଥାନରୁ 77ତମ ସ୍ଥାନକୁ ଉନ୍ନୀତ ହୋଇଥିଲା ।

କିନ୍ତୁ ରାଙ୍କିଙ୍ଗରେ ପରିବର୍ତ୍ତନ ସ୍ଥଳବିଶେଷରେ ସୁଧାରର ବହୁ ପରେ ହୋଇଥିଲା ।

 

ଏବେ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ କନଷ୍ଟ୍ରକ୍ସନ ପରମିଟ୍ ଦ୍ରୁତ ଗତିରେ ମିଳୁଛି,  ଓ ସେହିପରି ବିଦ୍ୟୁତ ସଂଯୋଗ ଏବଂ ଅନ୍ୟ ଅନୁମୋଦନଗୁଡ଼ିକ ।

ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ, ଅନୁପାଳନ ସହଜ ହୋଇଗଲାଣି ।

ଏବେ 40ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଟର୍ଣ୍ଣଓଭର ଥିବା ବ୍ୟବସାୟୀଙ୍କୁ ଜିଏସଟି ନିମନ୍ତେ ପଞ୍ଜିକରଣ କରିବାକୁ ପଡ଼ିବ ନାହିଁ ।

ବାର୍ଷିକ 60ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣଓଭର ଥିବା ବ୍ୟବସାୟ ପାଇଁ ଆୟକର ମଧ୍ୟ ଦେବାକୁ ପଡ଼ିବ ନାହିଁ ।

ଏବେ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଟର୍ଣ୍ଣଓଭର ଥିବା ବ୍ୟବସାୟ ଅତ୍ୟନ୍ତ ସାମାନ୍ୟ ଟିକସ ହାର ସହ କମ୍ପୋଜିସନ ସ୍କିମ୍ ପାଇଁ ଯୋଗ୍ୟ ହେଉଛି ।

ଏଭଳି ଭାବେ, ୱାଲର୍ଡ ଟ୍ରାଭେଲ ଆଣ୍ଡ ଟୁରିଜିମର ପ୍ରତିଯୋଗିତାମୂଳକ ଇଣ୍ଡେକ୍ସରେ ଭାରତ ରାଙ୍କିଙ୍ଗ୍ 2013ର 65ତମ ସ୍ଥାନରୁ ବୃଦ୍ଧି ପାଇଁ 2017ରେ 40ତମ ସ୍ଥାନରେ ପହଞ୍ଚିଛି ।

ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ପ୍ରାୟ 45 ପ୍ରତିଶତ ବୃଦ୍ଧି ଓ ଅନୁମୋଦିତ ହୋଟେଲଗୁଡ଼ିକର ସଂଖ୍ୟାରେ 50 ପ୍ରତିଶତ ବୃଦ୍ଧି ହୋଇଛି ।

ପର୍ଯ୍ୟଟନ କ୍ଷେତ୍ରରେ ବିଦେଶୀ ମୁଦ୍ରା ଆୟ ମଧ୍ୟ 2013ରୁ 2017 ମସିହା ମଧ୍ୟରେ 50 ପ୍ରତିଶତ ବୃଦ୍ଧି ପାଇଛି ।

ସେହିପରି, ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ ଭାରତର ରାଙ୍କିଙ୍ଗ୍ 2014ରେ 66ତମ ସ୍ଥାନରୁ ବୃଦ୍ଧି ପାଇଁ 2018ରେ 55ତମରେ ପହଞ୍ଚିଛି ।

ଇନୋଭେସନରେ ଏହି ବୃଦ୍ଧି ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି ।

ସଂସ୍କୃତିରେ ଏହି ସୁଧାର ମଧ୍ୟ ପ୍ରତିଫଳିତ ହେଉଛି ।

ଦାଖଲ ହୋଇଥିବା ପେଟେଣ୍ଟ ଓ ଟ୍ରେଡ୍ ମାର୍କର ପରିମାଣରେ ମଧ୍ୟ ବେଶ୍ ବୃଦ୍ଧି ହୋଇଛି ।

ବନ୍ଧୁଗଣ,

ଶାସନର ନୂଆ ଶୈଳୀ ଯୋଗୁ ଏହି ପରିବର୍ତ୍ତନ ହୋଇଛି ଓ ଏହା ବିଭିନ୍ନ ସମୟରେ ମଜାଦାର ଶୈଳୀରେ ଦୃଶ୍ୟମାନ ହେଉଛି ।

ମୁଁ ଆପଣମାନଙ୍କୁ ଏକ ମଜାଦାର ଉଦାହରଣ ଦେବାକୁ ଚାହୁଁଛି କି 2014 ମସିହା ପରେ ସ୍ଥିତି କିଭଳି ପରିବର୍ତ୍ତନ ହୋଇଛି ।

ଏବେ ଆମେ ପ୍ରତିଯୋଗିତାର ବିଭିନ୍ନ ରୂପକୁ ଦେଖୁଛୁ ।

ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା,

ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା,

ବିକାଶକୁ ନେଇ ପ୍ରତିଯୋଗିତା,

ଲକ୍ଷ୍ୟ ହାସଲ ପାଇଁ ପ୍ରତିଯୋଗିତା,

ଏବେ,ଏଭଳି ପ୍ରତିଯୋଗିତା ଚାଲିଛି କି ଭାରତ ପ୍ରଥମେ 100% ସ୍ୱଚ୍ଛତା ହାସଲ କରିବ ନା 100% ବିଦ୍ୟୁତିକରଣ ।

ସମସ୍ତ ଜନବସତିକୁ ପ୍ରଥମେ ସଡ଼କ ମାର୍ଗ ସହ ଯୋଡ଼ାଯିବ ନା ସମସ୍ତ ଘରକୁ ଗ୍ୟାସ ସଂଯୋଗ ମିଳିବ,ତାକୁ ନେଇ ଏବେ ପ୍ରତିଯୋଗିତା ଚାଲିଛି ।

କେଉଁ ରାଜ୍ୟ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବ ତାକୁ ନେଇ ପ୍ରତିଯୋଗିତା ଚାଲିଛି ।

କେଉଁ ରାଜ୍ୟରେ ଗରିବଙ୍କ ପାଇଁ ସବୁଠୁ ଦ୍ରୁତ ଗତିରେ ଘର ନିର୍ମାଣ ହୋଇପାରିବ, ତାକୁ ନେଇ ପ୍ରତିଯୋଗିତା ଚାଲିଛି ।

କେଉଁ ଆକାଂକ୍ଷା ଜିଲ୍ଲା ପ୍ରଥମେ ଦ୍ରୁତତମ ବିକାଶ କରିବ ତାକୁ ନେଇ ପ୍ରତିଯୋଗିତା ଚାଲିଛି ।

2014 ମସିହା ପୂର୍ବରୁ ମଧ୍ୟ, ଆମେ ପ୍ରତିଯୋଗିତା କଥା ଶୁଣୁଥିଲୁ, ଅବଶ୍ୟ ତାହା ଭିନ୍ନ ଧରଣର ଥିଲା ।

ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା,

ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରତିଯୋଗିତା,

ଦୁର୍ନୀତି ପାଇଁ ପ୍ରତିଯୋଗିତା,

ବିଳମ୍ବ ପାଇଁ ପ୍ରତିଯୋଗିତା

କିଏ ବେଶୀ ଦୁର୍ନୀତି କରିପାରିବ ତାକୁ ନେଇ ପ୍ରତିଯୋଗିତା ହେଉଥିଲା

କିଏ ଦ୍ରୁତତମ ଦୁର୍ନୀତି କରିପାରିବ ତାକୁ ନେଇ ପ୍ରତିଯୋଗିତା ହେଉଥିଲା

କିଏ ସର୍ବାଧିକ ନୂଆ ଶୈଳୀରେ ଦୁର୍ନୀତି କରିପାରିବ ତାକୁ ନେଇ ପ୍ରତିଯୋଗିତା ହେଉଥିଲା

କୋଇଲାକୁ ଅଧିକ ଟଙ୍କା ମିଳିବ ନା ସ୍ପେକ୍ଟ୍ରମକୁ ଅଧିକ ଟଙ୍କା ମିଳିବ ତାକୁ ନେଇ ପ୍ରତିଯୋଗିତା ହେଉଥିଲା

ସିଡବ୍ଲ୍ୟୁଜି ଅଧିକ ଟଙ୍କା ପାଇବ ନା ପ୍ରତିରକ୍ଷା ଡିଲରେ ଅଧିକ ଟଙ୍କା ମିଳିବ ତାକୁ ନେଇ ପ୍ରତିଯୋଗିତା ହେଉଥିଲା

ଆମେ ସମସ୍ତେ ଦେଖିଛେ ଓ ଜାଣିଛେ ଯେ ଏହି ପ୍ରତିଯୋଗିତାରେ ସାମିଲ ମୁଖ୍ୟ ଖେଳାଳୀ କିଏ ଥିଲେ ।

ତେଣୁ ଆପଣମାନେ କେଉଁଭଳି ପ୍ରକାରର ପ୍ରତିଯୋଗିତା ପସନ୍ଦ କରୁଛନ୍ତି ତାହା ନିର୍ଦ୍ଧାରଣ କରିବା କାର୍ଯ୍ୟ ମୁଁ ଆପଣମାନଙ୍କ ଉପରେ ଛାଡ଼ୁଛି ।

ବନ୍ଧୁଗଣ,

ଦଶନ୍ଧି ଧରି, ଗୋଟିଏ କଥା କୁହାଯାଉଥିଲା ଯେ ଭାରତରେ କିଛି କଥା ପ୍ରାୟ ଅସମ୍ଭବ ।

2014 ପରଠୁ ଆମ ଦେଶ ଯେଉଁ ବିକାଶ ଲକ୍ଷ୍ୟ ହାସଲ କରିଛି ସେଥିରୁ ମୋର ବିଶ୍ୱାସ ଅଛି ଯେ 130 କୋଟି ଭାରତୀୟଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ।

ଅସମ୍ଭବ ଏବେ ସମ୍ଭବ ହେଉଛି ।

କୁହାଗଲା କି ସ୍ୱଚ୍ଛ ଭାରତ ନିର୍ମାଣ କରିବା ଅସମ୍ଭବ ଥିଲା, କିନ୍ତୁ ଭାରତର ଲୋକମାନେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ।

କୁହାଯାଉଥିଲା ଯେ ଭାରତରେ ଦୁର୍ନୀତିମୁକ୍ତ ସରକାର ଅସମ୍ଭବ, କିନ୍ତୁ ଭାରତର ଲୋକମାନେ ଏହାକୁ ସମ୍ଭବ କରିଦେଖାଇଲେ ।

କୁହାଯାଉଥିଲା ଯେ ଲୋକଙ୍କୁ ସେମାନଙ୍କ ହକ୍ ଦେବାର ପ୍ରକ୍ରିୟାରୁ ଦୁର୍ନୀତିକୁ ହଟାଇବା ଅସମ୍ଭବ, କିନ୍ତୁ ଭାରତର ଲୋକମାନେ ଏହାକୁ ସମ୍ଭବପର କରାଇଛନ୍ତି ।

କୁହାଯାଉଥିଲା କି ଗରିବ ଲୋକମାନେ ପ୍ରଯୁକ୍ତବିଦ୍ୟାର ଶକ୍ତିର ଫାଇଦା ଉଠାଇବା ଅସମ୍ଭବ, କିନ୍ତୁ ଭାରତର ଲୋକମାନେ ଏହାକୁ ସମ୍ଭବପର କରାଇଛନ୍ତି ।

କୁହାଯାଉଥିଲା କି ନୀତି ପ୍ରଣୟନବେଳେ ବିବେକ ଓ ସ୍ୱେଚ୍ଛାଚାରିତା ଦୂର କରିବା ଅସମ୍ଭବ, କିନ୍ତୁ ଭାରତ ଲୋକେ ଏହାକୁ ସମ୍ଭବପର କରାଇଛନ୍ତି ।

କୁହାଯାଉଥିଲା କି ଭାରତରେ ଆର୍ଥିକ ସୁଧାର ଅସମ୍ଭବ, କିନ୍ତୁ ଭାରତର ଲୋକ ଏହାକୁ ସମ୍ଭବପର କରାଇଛନ୍ତି ।

କୁହାଯାଉଥିଲା କି ସରକାର ଏକକାଳୀନ ବିକାଶ ଓ ଗରିବଙ୍କ ସ୍ୱାର୍ଥରେ କାର୍ଯ୍ୟ କରିପାରିବ ନାହିଁ, କିନ୍ତୁ ଭାରତର ଲୋକେ ଏହାକୁ ସମ୍ଭବପର କରାଇଛନ୍ତି ।

ମୋତେ ଆହୁରି ମଧ୍ୟ କୁହାଯାଇଥିଲା କି, ଗୋଟିଏ ଧାରଣା ଅବା ସିଦ୍ଧାନ୍ତ ହେଉଛି, ଗୋଟିଏ ବିକାଶଶୀଳ ଅର୍ଥବ୍ୟବସ୍ଥା ମୁଦ୍ରାସ୍ପୀତିର ସମସ୍ୟାର ସମ୍ମୁଖୀନ ନହୋଇ ଦୀର୍ଘ ଅବଧି ପାଇଁ ଉଚ୍ଚହାରରେ ଅଭିବୃଦ୍ଧି କରିପାରିବ ନାହିଁ ।

1991 ମସିହା ପରର ଉଦାରୀକରଣ ପରେ, ଆମ ଦେଶରେ ଗଠିତ ପ୍ରାୟ ସମସ୍ତ ସରକାରଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା- ଯାହାକୁ ଅନେକ ବିଶେଷଜ୍ଞ ସ୍ୱଳ୍ପ ଅବଧିର ଅଭିବୃଦ୍ଧି ପରେ ଅର୍ଥବ୍ୟବସ୍ଥାର ‘ଓଭର-ହିଟିଂ’ ବୋଲି କହୁଥିଲେ ।

ଏହାର ପରିଣାମ ସ୍ୱରୂପ ଆମ ପାଖରେ ଚିରସ୍ଥାୟୀ ଉଚ୍ଚ ଅଭିବୃଦ୍ଧି ହାର ନଥିଲା ।

 

ଆପଣମାନେ ସ୍ମରଣ କରିପାରନ୍ତି ଯେ, 1991ରୁ 1996 ପର୍ଯ୍ୟନ୍ତ ଆମର ସରକାର ଥିଲା । ଯେତେବେଳେ ହାରାହାରି ଅଭିବୃଦ୍ଧି ହାର ପ୍ରାୟ 5 ପ୍ରତିଶତ ଥିଲା । କିନ୍ତୁ ସେତେବେଳେ ହାରାହାରି ମୁଦ୍ରାସ୍ପୀତି 10 ପ୍ରତିଶତରୁ ଅଧିକ ରହୁଥିଲା ।

2009ରୁ 2014 ମସିହା ମଧ୍ୟରେ ଆମ ଆଗରେ ଥିବା ସରକାରରେ ହାରାହାରି ଅଭିବୃଦ୍ଧି ହାର ପ୍ରାୟ ସାଢ଼େ 6 ପ୍ରତିଶତ ସମେତ ହାରାହାରି ମୁଦ୍ରାସ୍ପୀତି ଦୁଇଅଙ୍କ ବିଶିଷ୍ଟ ରହିଥିଲା ।

ବନ୍ଧୁଗଣ,

2014ରୁ 2019 ମସିହା ମଧ୍ୟରେ, ଦେଶରେ ହାରାହାରି ଅଭିବୃଦ୍ଧି ହାର 7.4 ପ୍ରତିଶତ ଓ ହାରାହାରି ମୁଦ୍ରାସ୍ପୀତି ସାଢ଼େ 4 ପ୍ରତିଶତରୁ କମ୍ ରହିଛି ।

ଭାରତୀୟ ଅର୍ଥବ୍ୟବସ୍ଥାର ଉଦାରୀକରଣ ପରେ, ଏହା କୌଣସି ସରକାରର ଅବଧିରେ ହାରାହାରି ଅଭିବୃଦ୍ଧି ହାର ସର୍ବାଧିକ ଓ ହାରାହାରି ମୁଦ୍ରାସ୍ପୀତି ସର୍ବନିମ୍ନ ଦେଖିବାକୁ ମିଳିଛି ।

ଏସବୁ ପରିବର୍ତ୍ତନ ଓ ସୁଧାର ସମେତ, ଆମର ଅର୍ଥବ୍ୟବସ୍ଥା ଏବେ ରୂପାନ୍ତରଣ ଦିଗରେ ଗତିଶୀଳ ଅଛି ।

ଭାରତୀୟ ଅର୍ଥବ୍ୟବସ୍ଥା ନିଜର ଆର୍ଥିକ ସମ୍ବଳର ଗୁଚ୍ଛର ସମ୍ପ୍ରସାରଣ କରିଛି ।

ଏହା ନିବେଶର ଆବଶ୍ୟକତା ପାଇଁ ବ୍ୟାଙ୍କର ଋଣ ଉପରେ ଅଧିକ ନିର୍ଭରଶୀଳ ହୋଇ ରହିନାହିଁ ।

ପୁଞ୍ଜି ବଜାରରୁ ପାଣ୍ଠି ସଂଗ୍ରହର ଏକ ଉଦାହରଣ ନିଆଯାଉ ।

2011-12ରୁ 2013-14 ମସିହା ମଧ୍ୟରେ ଅର୍ଥାତ ଏହି ସରକାରର 3ବର୍ଷ ପୂର୍ବରୁ, ଇକ୍ୱିଟି ମାଧ୍ୟମରେ ସଂଗ୍ରହ କରାଯାଇଥିବା ପାଣ୍ଠିର ହାରାହାରି ପରିମାଣ ପ୍ରତିବର୍ଷ ପ୍ରାୟ 14ହଜାର କୋଟି ଟଙ୍କା ଥିଲା ।

ଗତ 4ବର୍ଷ ମଧ୍ୟରେ ଏହା ପ୍ରତିବର୍ଷ ହାରାହାରି 43ହଜାର କୋଟି ଟଙ୍କା ହୋଇଛି ।,

ଏହା  ପ୍ରାୟ 3ଗୁଣ ।

2011ରୁ 2014 ମସିହା ମଧ୍ୟରେ ସଂଗ୍ରହ ହୋଇଥିବା ବିକଳ୍ପ ନିବେଶ ପାଣ୍ଠି 4ହଜାର କୋଟି ଟଙ୍କାରୁ କମ୍ ।

ଆମ ସରକାର ଅର୍ଥବ୍ୟବସ୍ଥାରେ ଅର୍ଥସଂଗ୍ରହର ଏହି ସ୍ରୋତକୁ ବିକଶିତ କରିବା ପାଇଁ କେତେକ ପଦକ୍ଷେପ ନେଇଛି ।

ଆଉ, ଆପଣମାନେ ତାର ଫଳ ଦେଖିପାରୁଥିବେ ।

2014ରୁ 2018 ମସିହା 4ବର୍ଷ ପର୍ଯ୍ୟନ୍ତ, ବିକଳ୍ପ ନିବେଶ ପାଣ୍ଠି ଦ୍ୱାରା ସଂଗ୍ରହ ହୋଇଥିବା ମୋଟ ରାଶି 81ହଜାର କୋଟି ଟଙ୍କାରୁ ଅଧିକ ।

ଏହା 20ଗୁଣ ଅଧିକ ହୋଇଛି ।

ସେହିପରି, କର୍ପୋରେଟ୍ ବଣ୍ଡରେ ପ୍ରାଇଭେଟ୍ ପ୍ଲେସମେଣ୍ଟର ଉଦାହରଣ ଦେଖିବା ଆସନ୍ତୁ ।

2011ରୁ 2014 ମସିହା ମଧ୍ୟରେ ପାଣ୍ଠିର ହାରାହାରି ପରିମାଣ ପ୍ରାୟ 3ଲକ୍ଷ କୋଟି ଟଙ୍କା ଅବା ପ୍ରାୟ 40 ବିଲିୟନ ଡଲାର ଥିଲା ।

ଏବେ ଗତ 4 ବର୍ଷ ମଧ୍ୟରେ ହାରାହାରି 5.25 ଲକ୍ଷ କୋଟି ଟଙ୍କା ଅବା ପ୍ରାୟ 75 ବିଲିୟନ ଡଲାର ହୋଇଛି ।

ଏହା ପ୍ରାୟ 75 ପ୍ରତିଶତ ଅଧିକ ହୋଇଛି ।

ଏସବୁ ଭାରତୀୟ ଅର୍ଥବ୍ୟବସ୍ଥାରେ ଦୃଶ୍ୟମାନ ହେଉଥିବା ଆତ୍ମବିଶ୍ୱାସର ଉଦାହରଣ ।

ଏବେ ଏହି ଦୃଢ଼ବିଶ୍ୱାସ ନା କେବଳ ଘରୋଇ ନିବେଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ବରଂ ସମଗ୍ର ବିଶ୍ୱର ନିବେଶକଙ୍କ ମଧ୍ୟରେ ବି ରହିଛି ।

ଆଉ ଭାରତରେ ଦୃଶ୍ୟମାନ ହୋଇଥିବା ଏହି ଦୃଢ଼ ବିଶ୍ୱାସ ଜାରି ରହିଛି, ନିର୍ବାଚନ ପୂର୍ବ ବର୍ଷରେ ଦେଖିବାକୁ ମିଳୁଥିବା ପରମ୍ପରାକୁ ମଧ୍ୟ ଭଙ୍ଗ କରିଛି ।

ଗତ 4ବର୍ଷ ମଧ୍ୟରେ, ଭାରତକୁ ଯେତିକି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ମିଳିଛି, ତାହା 2014 ମସିହା ପୂର୍ବରୁ 7 ବର୍ଷ ମଧ୍ୟରେ ମିଳିଥିବା ପରିମାଣ ସହ ସମାନ ।

ଏସବୁ ହାସଲ କରିବା ପାଇଁ, ଭାରତକୁ ପରିବର୍ତ୍ତନ ନିମନ୍ତେ ସୁଧାରର ଆବଶ୍ୟକତା ଥିଲା ।

ଆଉ ଦେବାଳିଆ ସଂହିତା , ଜିଏସଟି, ରିଏଲ ଇଷ୍ଟେଟ୍ ଆଇନ ଭଳି କିଛି ନାଁ ଥିବାରୁ ଆଗାମୀ ଦଶନ୍ଧି ପାଇଁ ଉଚ୍ଚ ଅଭିବୃଦ୍ଧି ହାରର ମୂଳଦୁଆ ପଡ଼ିଛି ।

4 ବର୍ଷ ପୂର୍ବରୁ, କିଏ ବିଶ୍ୱାସ କରୁଥିଲା ଯେ  ଆର୍ଥିକ ଓ ପରିଚାଳନାକାରୀ ଋଣଦାତାଙ୍କୁ ଖିଲାପୀ ଋଣଗ୍ରହୀତାମାନେ ପ୍ରାୟ 3 ଲକ୍ଷ କୋଟି ଟଙ୍କା ପ୍ରାୟ 40 ବିଲିୟନ ଡଲାର ଅର୍ଥ ଫେରସ୍ତ କରିବେ?

ଏହା ଦେବାଳିଆପଣ ଓ ଦେବାଳିଆ ସଂହିତାର ପ୍ରଭାବ ଯୋଗୁ ହୋଇପାରିଛି ।

ଏହାଦ୍ୱାରା ଦେଶର ଆର୍ଥିକ ସମ୍ବଳକୁ ଅଧିକ ପ୍ରଭାବଶାଳୀ ଭାବେ ଆବଣ୍ଟନ କରିବାରେ ସହାୟତା ମିଳିବ ।

ଆମେ ଅର୍ଥବ୍ୟବସ୍ଥା ଉପରେ ପ୍ଲବିଙ୍ଗ କାମରେ ସାମିଲ ହେଉଛୁ, ଯାହାକି ବହୁ ବର୍ଷ ଧରି ଅଛୁଆ ହୋଇ ରହିଥିଲା । ଆମେ ନିଷ୍ପତ୍ତି ନେଲୁ ଯେ ‘ଧିମା ଗତିରେ କାମ କର, ଆଗକୁ ବଢ଼’ ଭଳି ସତର୍କତା ରଖିବୁ ନାହିଁ ।

ଏସବୁ ସଂସ୍କାରକୁ ସମାଜର ବୃହତ୍ ବର୍ଗଙ୍କ ମଙ୍ଗଳ ପାଇଁ କାମକୁ ବନ୍ଦ ନ ରଖି ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା ।

ବନ୍ଧୁଗଣ,

ଭାରତ ହେଉଛି 130କୋଟି ଆକାଂକ୍ଷାର ଦେଶ ଏବଂ ବିକାଶ ଓ ପ୍ରଗତି ପାଇଁ ଏକକ ଦୃଷ୍ଟିକୋଣ କଦାପି ହୋଇପାରିବ ନାହିଁ ।

ନୂଆ ଭାରତ ଗଠନ କ୍ଷେତ୍ରରେ ଆମର ଦୃଷ୍ଟିକୋଣ ସମସ୍ତ ବର୍ଗ, ସେମାନଙ୍କର ଆର୍ଥିକ ରୂପରେଖା,ସେମାନଙ୍କର ଜାତି, ବର୍ଣ୍ଣ, ଭାଷା ଓ ଧର୍ମକୁ ଦୃଷ୍ଟିରେ ନରଖି ମଧ୍ୟ ପୂରଣ ହେଉଛି ।

ଆମେ ଏକ ନୂଆ ଭାରତ ଗଠନ ନିମନ୍ତେ କଠିନ ପରିଶ୍ରମ କରିଛୁ, ଯାହା 130 କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନକୁ ପୂରଣ କରିବ ।

ଆମ ଦୃଷ୍ଟିକୋଣରେ ନୂଆ ଭାରତ ହେଉଛି ଅତୀତର ସମସ୍ୟାର ସମାଧାନ କରି ଭବିଷ୍ୟତର ଚ୍ୟାଲେଞ୍ଜକୁ ମୁକାବିଲା କରିବା ମଧ୍ୟ ସାମିଲ ଅଛି ।

ତେଣୁ ଆଜି, ଯେତେବେଳେ ଭାରତ ନିଜର ଦ୍ରୁତତମ ଟ୍ରେନ ନିର୍ମାଣ କରୁଛି, ସେତେବେଳେ ସମସ୍ତ ମାନବବିହୀନ ରେଳବାଇ କ୍ରସିଂକୁ ମଧ୍ୟ ସମାପ୍ତ କରିଦେଇଛି ।

ଏବେ ଯେତେବେଳେ ଭାରତ ଦ୍ରୁତ ଗତିରେ ଆଇଆଇଟି ଓ ଏମ୍ସ ନିର୍ମାଣ କରୁଛି, ସମଗ୍ର ଦେଶରେ ସମସ୍ତ ସ୍କୁଲରେ ଶୌଚାଳୟ ମଧ୍ୟ ନିର୍ମାଣ କରୁଛି ।

ଏବେ ଯେତେବେଳେ ଭାରତ ସମଗ୍ର ଦେଶରେ 100ଟି ସ୍ମାର୍ଟ ସିଟି ନିର୍ମାଣ କରୁଛି, 100ରୁ ଅଧିକ ଆକାଂକ୍ଷା ଜିଲ୍ଲାରେ ଦ୍ରୁତଗତିରେ ବିକାଶ ସୁନିଶ୍ଚିତ ପାଇଁ ମଧ୍ୟ କାର୍ଯ୍ୟ କରୁଛି ।

ଏବେ ଭାରତ ବିଦ୍ୟୁତର ରପ୍ତାନୀକାରୀ ପାଲଟିଥିବାବେଳେ ସ୍ୱାଧୀନତା ପରେ ଅନ୍ଧାରରେ ରହୁଥିବା କୋଟିକୋଟି ପରିବାରରେ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରାଇଛି ।

ଏବେ ଭାରତ ମଙ୍ଗଳ ଗ୍ରହରେ ଅବତରଣ ପାଇଁ ଲକ୍ଷ୍ୟ ରଖିଥିବାବେଳେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡରେ ଛାତଟିଏ ମଧ୍ୟ ସୁନିଶ୍ଚିତ କରୁଛି ।

ଏବେ ଭାରତ ସବୁଠୁ ଦ୍ରୁତତମ ବିଶ୍ୱ ଅର୍ଥବ୍ୟବସ୍ଥା ପାଲଟିଥିବାବେଳେ,ଦେଶରୁ ଦ୍ରୁତ ଗତିରେ ଦାରିଦ୍ର୍ୟ ମଧ୍ୟ ଦୂର କରୁଛି ।

ବନ୍ଧୁଗଣ,

ଆମେ ଏ,ବି,ସି ମାନସିକତାରୁ ଉଦ୍ଧ୍ୱର୍କୁ ଉଠିଯାଇଛୁ ।- ଯାହାକି

‘ଏ’ ହେଉଛି ଆଭଏଡ୍ (ଦୂରେଇବା)

‘ବି’ ହେଉଛି ବରୁଇଙ୍ଗ୍ (କବର ଦେବା)

‘ସି’ ହେଉଛି କନଫ୍ୟୁଜିଙ୍ଗ୍ (ବିଭ୍ରାନ୍ତମୂଳକ ବା ଦ୍ୱନ୍ଦ୍ୱାତ୍ମକ)

 

କୌଣସି ପ୍ରସଙ୍ଗକୁ ଏଡ଼ାଇବା ବା ଦୂରେଇବା ପରିବର୍ତ୍ତେ ଆମେ ତା’ର ସମାଧାନ ବା ମୁକାବିଲା କରୁଛୁ

କୌଣସି ପ୍ରସଙ୍ଗକୁ କବର ଦେବା ପରିବର୍ତ୍ତେ ଆମେ ତାକୁ ଖୋଳୁଛୁ ଓ ଲୋକଙ୍କୁ ଅବଗତ କରାଉଛୁ ।

ଆଉ

ବ୍ୟବସ୍ଥାକୁ ବିଭ୍ରାନ୍ତ କରିବା ପରିବର୍ତ୍ତେ ଏକ ସମାଧାନ ସମ୍ଭବପର ବୋଲି ଆମେ କରି ଦେଖାଉଛୁ ।

ଏସବୁ ଯୋଗୁ ଆମକୁ ସାମାଜିକ କ୍ଷେତ୍ରରେ ନିଜର ସକାରାତ୍ମକ ହସ୍ତକ୍ଷେପକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଦୃଢ଼ ବିଶ୍ୱାସ ମିଳିଛି ।

ଆମେ 12କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ 6ହଜାର ଟଙ୍କା ସୁବିଧା ପ୍ରଦାନ କରୁଛୁ । ଆସନ୍ତା 10ବର୍ଷ ମଧ୍ୟରେ ଆମର ଚାଷୀଙ୍କୁ ପ୍ରାୟ 7.5 ଲକ୍ଷ କୋଟି ଟଙ୍କା ଅବା ପ୍ରାୟ ଶହେ ବିଲିୟନ ଡଲାର ହସ୍ତାନ୍ତର କରାଯିବ ।

ଆମେ ଆମର ଅଣସଂଗଠିତ କ୍ଷେତ୍ରର କୋଟି କୋଟି ଶ୍ରମିକଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରୁଛୁ ।

ଆମ ସରକାର ପାଇଁ ବିକାଶର ଇଞ୍ଜିନ ଦୁଇଟି ସମାନ୍ତରାଳ ଲାଇନରେ ଚାଲିଛି – ଗୋଟିଏ ସମସ୍ତଙ୍କ ପାଇଁ ବିଶେଷ କରି ସାମାଜିକ ଭିତ୍ତିଭୂମି ପ୍ରଦାନ କରୁଛି ଯେଉଁମାନେ କି ବାଦ ପଡ଼ିଯାଇଥିଲେ । ଆଉ ଅନ୍ୟଟି ସମସ୍ତଙ୍କ ପାଇ ବାସ୍ତବିକ ଭିତ୍ତିଭୂମି ଉପଲବ୍ଧ କରାଉଛି ଓ ବିଶେଷ କରି ଆଗାମୀ ପିଢ଼ି ପାଇଁ ସେମାନଙ୍କ ସ୍ୱପ୍ନ ଅନୁସାରେ ସେମାନଙ୍କର ଭବିଷ୍ୟତକୁ ସାକାର ରୂପ ଦେବା ।

ଅତୀତରେ କ’ଣ ହୋଇଥିଲା ତାହା ଆମ ହାତରେ ନାହିଁ କିନ୍ତୁ ଭବିଷ୍ୟତରେ ଯାହା ହେବ ତାହା ଆମ ହାତରେ ରହିଛି ।

ଆମେ ସର୍ବଦା ଅତୀତର ଉଦ୍ୟୋଗିକ କ୍ରାନ୍ତିକୁ ସ୍ମରଣ କରିବା ପାଇଁ ବିଳାପ କରୁଛୁ କିନ୍ତୁ ଏବେ ଏହା ଗର୍ବର କଥା ଯେ ଭାରତ ଚତୁର୍ଥ ଉଦ୍ୟୋଗିକ କ୍ରାନ୍ତିରେ ସକ୍ରିୟ ଭାଗୀଦାର ।

ଆମର ଭାଗିଦାରୀର ସୀମା ଓ ପରିମାଣ ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରିବ ।

ମୋର ଆହୁରି ମଧ୍ୟ ବିଶ୍ୱାସ ଅଛି ଯେ ଭାରତ ପ୍ରଥମ 3ଟି ଉଦ୍ୟୋଗିକ କ୍ରାନ୍ତି ସମୟରେ ବସଟି ହାତଛଡ଼ା ହୋଇଯାଇଥିବ, କିନ୍ତୁ ଏଥର ଏହା ଏଭଳି ଏକ ବସ୍ ଯେଉଁଥିରେ ଭାରତ ନା କେବଳ ଯାତ୍ରା କରୁଛି, ବରଂ ତା’ର ଡ୍ରାଇଭର ମଧ୍ୟ ହେବ ।

 

ନବପ୍ରବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଏହି ପୁନରୁଥାନର ଆଧାର ପାଲଟିବ ।

ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଓ ଇନୋଭେଟ୍ ଇଣ୍ଡିଆ ଉପରେ ଆମର ଧ୍ୟାନକେନ୍ଦ୍ରିତ ହେବାର ଫଳ ସମୃଦ୍ଧ ଲାଭାଂଶକୁ ପରିବର୍ତ୍ତିତ ଓ ପୁନଃ ଏକତ୍ରିତ କରାଇବ ।

ଆପଣମାନେ ଜାଣନ୍ତି କି, 2013 ଓ 2014 ମସିହାରେ ଯେତେବେଳେ 4ହଜାର ପେଣ୍ଟେଟ ଅନୁମୋଦନ ହେଉଥିଲା 2017-18ରେ 13 ହଜାର ପେଣ୍ଟେଟ ଅନୁମୋଦନ ହେଉଛି ।

ଏହା 3ଗୁଣ ବୃଦ୍ଧି ପାଇଛି ।

ସେହିପରି, ଆପଣମାନେ ଜାଣନ୍ତି କି 2013-14ରେ ପ୍ରାୟ 68 ହଜାର ଟ୍ରେଡ୍ ମାର୍କ ପଞ୍ଜିକରଣ ହେଉଥିବାବେଳେ ଏହା 2016-17ରେ ପ୍ରାୟ 2.5 ଲକ୍ଷକୁ ବୃଦ୍ଧି ପାଇଛି ।

ଏହା ପ୍ରାୟ 4ଗୁଣ ବୃଦ୍ଧି ପାଇଛି ।

ଆପଣମାନେ ଜାଣି ଖୁସି ହେବେ ଯେ, ଏବେ ଭାରତରେ 44% ପଞ୍ଜିକୃତ ଷ୍ଟାର୍ଟଅପ୍ ହେଉଛି ଟାୟାର-2 ଓ ଟାୟାର-3 ସହରର ।

ଦେଶବ୍ୟାପୀ ଶହ ଶହ ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ ନେଟୱାର୍କ ଆସିବାର ଅଛି ଓ ନବପ୍ରବର୍ତ୍ତନ ପରିବେଶକୁ ପ୍ରୋତ୍ସାହିତ କରିବାରେ ଏହା ସହାୟକ ହେବ ।

ଏହା ଆମର ଛାତ୍ରଛାତ୍ରୀଙ୍କୁ ନବପ୍ରବର୍ତ୍ତକ ହେବାରେ ସହାୟତା କରିବା ପାଇଁ ଏକ ଠୋସ୍ ମୂଳଦୁଆ ଦେବ ।

ଗୋଟିଏ ସାପୁଆ କେଳା ସମୁଦାୟର ଜଣେ ଯୁବତୀ ଆକର୍ଷକ ଢଙ୍ଗରେ ମାଉସ୍ ଚଳାଉଛି ଓ ଡିଜିଟାଲ ଇଣ୍ଡିଆର ସର୍ବାଧିକ ଫାଇଦା ଉଠାଉଥିଲା, ତାହା ଦେଖି ମୁଁ ପ୍ରଭାବିତ ହୋଇଛି ।

ଏହା ମଧ୍ୟ ସେହିଭଳି ଉଲ୍ଲାସର କଥା କି ଗାଁରେ ଯୁବକଯୁବତୀମାନେ କିଭଳି ୱାଇଫାଇ ଓ ଡିଜିଟାଲ ଉପକରଣର ଫାଇଦା ଉଠାଉଛନ୍ତି, ଯାହା ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସହାୟକ ହେଉଛି ।

ଏହା ଏଭଳି ପ୍ରଯୁକ୍ତ ବିଦ୍ୟା, ଯାହା ଆମର ଦେଶରେ ଥିଲା ବାଲା ଓ ନଥିଲା ବାଲା ମଧ୍ୟରେ ଥିବା ତାରତମ୍ୟକୁ ଦୂର କରୁଛି ।

ଏସବୁ କାହାଣୀ ଭାରତର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ୁଛି ।

ବନ୍ଧୁଗଣ,

ଲୋକଙ୍କ ସମର୍ଥନ ଓ ଭାଗିଦାରୀରେ ଭାରତ 2014 ମସିହା ପରଠୁ ଦ୍ରୁତ ଗତିରେ ପ୍ରଗତି କରିଛି।

ଜନଭାଗିଦାରୀ ବିନା ଏହା ସମ୍ଭବ ହୋଇପାରିନଥାନ୍ତା ।

ଏହି ଅଭିଜ୍ଞତା ଆମକୁ ଦୃଢ଼ବିଶ୍ୱାସ କରାଯାଇଛି ଯାହାକି ଆମ ଦେଶର ସମସ୍ତ ନାଗରିକଙ୍କୁ ବିକାଶ,ସମୃଦ୍ଧି ଓ ଉତ୍କୃଷ୍ଟତା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଇପାରିବ ।

ଆମେ ଭାରତକୁ 10 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ଭାବେ ବିକଶିତ କରିବା ପାଇଁ ତତ୍ପର ।

ଆମେ ଭାରତକୁ ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା କରିବା ପାଇଁ ତତ୍ପର ।

ଆମେ ଭାରତକୁ ଅଗଣିତ ଷ୍ଟାର୍ଟଅପ୍ସର ଦେଶ କରାଇବାକୁ ଚାହୁଁଛୁ ।

ଆମେ ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ୱ ଅଭିଯାନର ନେତୃତ୍ୱ ନେବାକୁ ଚାହୁଁଛୁ ।

ଆମେ ନିଜର ଲୋକମାନଙ୍କୁ ଶକ୍ତି ସୁରକ୍ଷା ଦେବାକୁ ଚାହୁଁଛୁ ।

ଆମେ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚାହୁଁଛୁ ।

ଆମେ ଭାରତକୁ ଇଲେକ୍ଟ୍ରିକ ବାହନ ଓ ଶକ୍ତି ସଂରକ୍ଷଣ ଉପକରଣରେ ବିଶ୍ୱରେ ଅଗ୍ରଣୀ କରାଇବାକୁ ଚାହୁଁଛୁ ।

ଏସବୁ ଲକ୍ଷ୍ୟକୁ ଦୃଷ୍ଟିକୁ ରଖି ଆସନ୍ତୁ ଆମେ ଆମର ସ୍ୱପ୍ନକୁ ନୂଆ ଭାରତ ଗଠନ ନିମନ୍ତେ ପୁଣିଥରେ ସମର୍ପିତ କରିବା ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump