ନମସ୍ତେ!

ଏହା ଅତି ଖୁସିର କଥା ଯେ ଆମେ ଆଜି “ପ୍ରବୁଦ୍ଧ ଭାରତ”ର 125ତମ ଜୟନ୍ତୀ ପାଳନ କରୁଛେ । ଏହା କୌଣସି ଏକ ସାଧାରଣ ପତ୍ରିକା ନୁହେଁ । ସ୍ୱାମୀ ବିବେକାନନ୍ଦଙ୍କ ପରି ମହାନ ସାଧୁଙ୍କ ଦ୍ୱାରା 1896 ମସିହାରେ ଏହି ପତ୍ରିକା ପ୍ରକାଶନ ଆରମ୍ଭ କରାଯାଇଥିଲା । ତାହା ପୁଣି ତାଙ୍କ ଯୁବାବସ୍ଥାରେ ଅର୍ଥାତ, ତାଙ୍କୁ ଯେତେବେଳେ ମାତ୍ର ତେତିଶ ବର୍ଷ ବୟସ ହୋଇଥିଲା । ଏହା ଦେଶର ସର୍ବାଧିକ ସମୟ ଧରି ପ୍ରକାଶ ପାଇ ଆସୁଥିବା ପତ୍ରିକାମାନଙ୍କ ମଧ୍ୟରୁ ଅନ୍ୟତମ ।

“ପ୍ରବୁଦ୍ଧ ଭାରତ” ନାମକରଣ ପଛରେ ଏକ ଶକ୍ତିଶାଳୀ ଚିନ୍ତାଧାରା ନିହିତ ରହିଛି । ସ୍ୱାମୀ ବିବେକାନନ୍ଦ ଏହି ପତ୍ରିକାର ନାମ ପ୍ରବୁଦ୍ଧ ଭାରତ ଦେଇଥିବା ଅର୍ଥ ହେଲା ଏହା ହେଉଛି ଆମର ରାଷ୍ଟ୍ର ପ୍ରତି ମନରେ ଥିବା ଭାବନାର ପରିପ୍ରକାଶ । ସେ ଏକ “ଜାଗ୍ରତ ଭାରତ” ସୃଷ୍ଟି କରିବା ପାଇଁ ଚାହୁଁଥିଲେ । ଯେଉଁମାନେ ଭାରତକୁ ଉତ୍ତମ ରୂପେ ବୁଝିଛନ୍ତି ସେମାନେ ଜାଣନ୍ତି ଯେ ଏହା କେବଳ ଏକ ରାଜନୈତିକ କିମ୍ବା କ୍ଷେତ୍ରୀୟ ଭୂଖଣ୍ଡକୁ ବୁଝାଏନାହିଁ । ସ୍ୱାମୀ ବିବେକାନନ୍ଦ ଏହି କଥାକୁ ବେଶ୍‍ ଦୃପ୍ତ କଣ୍ଠରେ ଏବଂ ଗର୍ବର ସହ ପ୍ରକାଶ କରିଥିଲେ । ସେ ଭାରତକୁ ଏକ ସାଂସ୍କୃତିକ ଜାଗରଣ ଭାବେ ଦେଖିଥିଲେ ଯାହା ଏକ ଜୀବନ୍ତ ସତ୍ତା ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଏହା ନିଃଶ୍ୱାସ ପ୍ରଶ୍ୱାସ ନେଇଚାଲିଛି । ଏକ ଭାରତ ଯାହା ପ୍ରତ୍ୟେକ ବିପଦକୁ ସାମ୍ନା କରି କେବଳ ଦିନକୁ ଦିନ ଦୃଢ଼ରୁ ଦୃଢ଼ତର ହୋଇଚାଲିଛି, ଯଦ୍ୟପି ତାହାକୁ ନାନା ପ୍ରକାର ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିଥିଲା । ସ୍ୱାମୀ ବିବେକାନନ୍ଦ ଭାରତକୁ “ପ୍ରବୁଦ୍ଧ”ରେ ପରିଣତ କରିବାକୁ ଚାହିଁଥିଲେ ଯାହାର ଅର୍ଥ ହେଲା ଜାଗ୍ରତ । ସେ ଚାହୁଁଥିଲେ ରାଷ୍ଟ୍ର ଭାବେ ଆମର ଆତ୍ମବିଶ୍ୱାସ ଜାଗ୍ରତ ହେଉ ଯାହାକି ଆମର ମହାନତା ପାଇଁ ଏକ ଆକାଂକ୍ଷା ହେବ ।

ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦଙ୍କ ମନରେ ଦରିଦ୍ରମାନଙ୍କ ପାଇଁ ବିଶେଷ ଅନୁକମ୍ପା ଥିଲା । ସେ ବାସ୍ତବରେ ବିଶ୍ୱାସ କରୁଥିଲେ ଯେ ଦାରିଦ୍ର‌୍ୟ ହେଉଛି ଭାରତର ପ୍ରତ୍ୟେକ ସମସ୍ୟାର ମୂଳ କାରଣ । ତେଣୁ, ଦେଶର ଦାରିଦ୍ର‌୍ୟକୁ ହଟାଇବାକୁ ପଡ଼ିବ । ସେଇଥିପାଇଁ ସେ “ଦରିଦ୍ର ନାରାୟଣ”ଙ୍କ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଥିଲେ ।

ଆମେରିକାରୁ ସ୍ୱାମୀ ବିବେକାନନ୍ଦ ଅନେକ ପତ୍ର ଲେଖିଥିଲେ । ମୁଁ ସେହିସବୁ ପତ୍ରମାନଙ୍କ ସଂପର୍କରେ ଆଜି ଏଠାରେ କିଛି ସୂଚନା ଦେବାକୁ ଚାହୁଁଛି ଯାହା ସେ ମହୀଶୂର ମହାରାଜା ଏବଂ ସ୍ୱାମୀ ରାମକୃଷ୍ଣାନନ୍ଦଜୀଙ୍କ ନିକଟକୁ ପଠାଇଥିଲେ । ସେହିସବୁ ପତ୍ରଗୁଡ଼ିକରେ ସ୍ୱାମୀଜୀଙ୍କର ଦୁଇଟି ଚିନ୍ତାଧାରା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା ଯାହାକି ଗରିବ ଲୋକଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରଥମତଃ, ସେ ଚାହୁଁଥିଲେ ଯେ ସଶକ୍ତିକରଣକୁ କିଭଳି ଭାବେ ଗରିବ ଲୋକଙ୍କ ନିକଟରେ ପହଞ୍ଚାଯାଇପାରିବ, ଯଦି ଗରିବ ଲୋକମାନେ ସହଜରେ ସଶକ୍ତିକରଣ ପାଖରେ ପହଞ୍ଚି ନପାରନ୍ତି । ଦ୍ୱିତୀୟରେ, ସେ ଭାରତର ଗରିବ ଲୋକମାନଙ୍କ ସଂପର୍କରେ କହିଥିଲେ, ‘ସେମାନଙ୍କୁ ନୂଆ ନୂଆ ଚିନ୍ତାଧାରା ଦେବାକୁ ହେବ; ସେମାନଙ୍କର ଆଖିକୁ ଖୋଲିବାକୁ ପଡ଼ିବ ଯେ ସେମାନଙ୍କ ଚତୁଃପାଶ୍ୱର୍ରେ, ବାହାର ଦୁନିଆରେ କିପ୍ରକାର ଘଟଣାମାନ ଘଟିଚାଲିଛି; ଏବଂ ଏହାପରେ ସେମାନେ ନିଜେ ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ଆରମ୍ଭ କରିପାରିବେ ।’

ଏହି କାର୍ଯ୍ୟଧାରାରେ ହିଁ ଆଜିର ଭାରତ ଆଗକୁ ଆଗେଇ ଚାଲିଛି । ଯଦି ଗରିବ ଲୋକମାନେ ବ୍ୟାଙ୍କ ନିକଟରେ କୌଣସି କାରଣରୁ ପହଞ୍ଚି ନପାରନ୍ତି, ତେବେ ବ୍ୟାଙ୍କ୍‍ ନିଶ୍ଚିତ ଭାବେ ଗରିବମାନଙ୍କ ପାଖରେ ପହଞ୍ôଚବ । ଜନ ଧନ ଯୋଜନା ମାଧ୍ୟମରେ ତାହା ହିଁ କରାଯାଇଛି । ଯଦି ଗରିବ ଲୋକମାନେ ବୀମା କମ୍ପାନୀଙ୍କ ନିକଟରେ ନପହଞ୍ôଚଲେ, ତେବେ ବୀମା କମ୍ପାନୀମାନେ ଗରିବ ଲୋକଙ୍କ ପାଖରେ ପହଞ୍ôଚବାକୁ ବାଧ୍ୟ । ଏହା ହିଁ ଜନ ସୁରକ୍ଷା ଯୋଜନାମାନଙ୍କ ମାଧ୍ୟମରେ କରାଯାଇଛି । ଯଦି ଗରିବ ଲୋକମାନେ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ପହଞ୍ôଚ ନପାରନ୍ତି, ତେବେ ସ୍ୱାସ୍ଥ୍ୟସେବା ସେମାନଙ୍କ ଦ୍ୱାରଦେଶରେ ପହଞ୍ôଚବ । ଆୟୁଷ୍ମାନ ଭାରତ ଯୋଜନା ତାହା ହିଁ କରି ଦେଖାଇଛନ୍ତି । ସଡ଼କ, ଶିକ୍ଷା, ବିଜୁଳି ଏବଂ ଇଣ୍ଟରନେଟ୍‍ ସଂଯୋଗ ଏବେ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚାଯାଇଛି, ବିଶେଷ କରି ଗରିବ ଜନସାଧାରଣଙ୍କ ନିକଟରେ । ତାହା ହିଁ ଗରିବ ଲୋକଙ୍କ ମନରେ ଆଶା ଆକାଂକ୍ଷା ଜାଗ୍ରତ କରିଛି । ଏବଂ, ଏହିସବୁ ଆକାଂକ୍ଷା ହିଁ ଦେଶର ବିକାଶ ଧାରାକୁ ଆଗକୁ ଆଗେଇ ନେଉଛି ।

ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦ କହିଥିଲେ, ‘ଦୁର୍ବଳତାର ସମାଧାନ କେବଳ ଏହି କଥାକୁ ସଦାବେଳେ ଭାବିହେବା ନୁହେଁ, ବରଂ ସାମର୍ଥ୍ୟ ବୃଦ୍ଧି କଥା ଚିନ୍ତା କରିବା ।’ ଆମେ ଯେତେବେଳେ ପ୍ରତିବନ୍ଧକ ମାନସିକତା ନେଇ ଚିନ୍ତା କରୁଛେ, ତାହା ଭିତରେ ଆମେ ପୋତି ହୋଇଯାଉଛେ । କିନ୍ତୁ ଆମେ ଯେତେବେଳେ ସୁଯୋଗ ଦୃଷ୍ଟିଭଙ୍ଗୀ ନେଇ ଏହି କଥାକୁ ଚିନ୍ତା କରୁ, ଆମେ ଆଗକୁ ଅଗ୍ରସର ହେବାର ମାର୍ଗଟି ହିଁ ଆବିଷ୍କାର କରିଥାଉ । ବୈଶ୍ୱିକ ମହାମାରୀ କୋଭିଡ଼ 19 କୁ ଉଦାହରଣ ଭାବେ ନିଆଯାଉ । ଭାରତ କ’ଣ କରି ଦେଖାଇଲା? ଭାରତ କେବଳ କରୋନାକୁ ଏକ ସମସ୍ୟା ଦୃଷ୍ଟିରେ ଦେଖିନଥିଲା ଓ ନିଜକୁ ହସହାୟ ଭାବି ହାତପାଦ ବାନ୍ଧି ବସିରହି ନଥିଲା । ଭାରତ ଏହାର ସମାଧାନ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଥିଲା । ପିପିଇ କିଟ୍‍ ଉତ୍ପାଦନ ଠାରୁ ଆରମ୍ଭ କରି ସାରା ବିଶ୍ୱ ପାଇଁ ଔଷଧ ଉତ୍ପାଦନର ପ୍ରାଣକେନ୍ଦ୍ରରେ ପରିଣତ ହୋଇଥିଲା । ଆମ ଦେଶର ସାମର୍ଥ୍ୟ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିଲା । ଏଭଳି ସଂକଟର ଘଡ଼ିରେ ଭାରତ ସାରା ବିଶ୍ୱ ପାଇଁ ସହାୟତାର ଏକ ଉତ୍ସ ପାଲଟିଥିଲା। ଭାରତ ଏବେ କୋଭିଡ଼ 19 ପ୍ରତିଷେଧକ ଟିକା ବିକାଶରେ ସାରା ବିଶ୍ୱରେ ସର୍ବାଗ୍ରେ ରହିଛି । ମାତ୍ର କିଛି ଦିନ ପୂର୍ବରୁ ଭାରତରେ ବିଶ୍ୱର ସର୍ବବୃହତ୍‍ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆମେ ସେହି ସାମର୍ଥ୍ୟକୁ ଉପଯୋଗ କରି ଅନ୍ୟ ରାଷ୍ଟ୍ରକୁ ମଧ୍ୟ ସହାୟତା ଯୋଗାଇ ଦେଉଛୁ ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ହେଉଛି ଅନ୍ୟତମ ବୃହତ୍‍ ପ୍ରତିବନ୍ଧକ ଯାହା ସମଗ୍ର ବିଶ୍ୱ ଏବେ ସାମ୍ନା କରୁଛି । କିନ୍ତୁ, ଆମେ ଏହି ସମସ୍ୟା ପ୍ରତି କୌଣସି ପ୍ରତିବାଦ ପ୍ରକଟ କରିନଥିଲୁ । ଆମେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ ମାଧ୍ୟମରେ ଏହାର ଏକ ସମାଧାନ ସୂତ୍ର ବାହାର କଲୁ । ଆମେ ଅକ୍ଷୟ ଶକ୍ତିର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଆସୁଛୁ । ସ୍ୱାମୀ ବିବେକାନନ୍ଦଙ୍କ ପ୍ରବୁଦ୍ଧ ଭାରତର ଏହା ହେଉଛି ପରିକଳ୍ପନା ଯାହାକି ଏବେ ଦେଶରେ ନିର୍ମିତ ହୋଇଛି । ଏହା ହେଉଛି ସେହି ଭାରତ ଯାହା ବିଶ୍ୱର ସମସ୍ୟାବଳୀର ସମାଧାନ ସୂତ୍ର ବାହାର କରୁଛି ।

ବନ୍ଧୁଗଣ,

ଭାରତ ପାଇଁ ସ୍ୱାମୀ ବିବେକାନନ୍ଦଙ୍କର ବିରାଟ ସ୍ୱପ୍ନ ଥିଲା । କାରଣ ଭାରତର ଯୁବସମାଜ ଉପରେ ସ୍ୱାମୀଜୀଙ୍କର ପ୍ରବଳ ଆସ୍ଥା ଥିଲା । ସେ ଭାରତର ଯୁବଶକ୍ତିଙ୍କ ଠାରେ କୌଶଳ ଓ ଆତ୍ମବିଶ୍ୱାସର ଶକ୍ତିକେନ୍ଦ୍ର ଦେଖିପାରିଥିଲେ । ସେ କହିଥିଲେ, ‘ମୋତେ ଶହେଜଣ ଉତ୍ସାହୀ ଯୁବକଙ୍କ ଦିଅ ଓ ମୁଁ ଭାରତକୁ ବଦଳାଇଦେବି।’ ଆଜି ଆମେ ସେହି ମାନସିକତା ଭାରତର ବ୍ୟବସାୟିକ ନେତୃବର୍ଗ, କ୍ରୀଡ଼ାବିଦ୍‍, ଟେକ୍ନୋକ୍ରାଟ, ପ୍ରଫେସନାଲ, ବୈଜ୍ଞାନିକ, ଇନୋଭେଟର ଏବଂ ଆହୁରି ଅନେକଙ୍କ ଠାରେ ଦେଖିପାରୁଛୁ । ସେମାନେ ନିଜର ସ୍ୱାଭାବିକ ସୀମାରେଖା ଡେଇଁ ଅସମ୍ଭବକୁ ସମ୍ଭବ କରି ଦେଖାଉଛନ୍ତି ।

କିନ୍ତୁ ଆମର ଯୁବଗୋଷ୍ଠୀଙ୍କ ମନରେ ଏଭଳି ମାନସିକତାକୁ କିଭଳି ଭାବେ ଅଧିକ ମାତ୍ରାରେ ପ୍ରବେଶ କରାଯାଇପାରିବ? ପ୍ରାକ୍ଟିକାଲ୍‍ ବେଦାନ୍ତ ଭାଷଣରେ ସ୍ୱାମୀ ବିବେକାନନ୍ଦ ଏହା ଉପରେ କେତେକ ଗଭୀର ଚିନ୍ତାଧାରା ପ୍ରକଟ କରିଥିଲେ । ସେ ସଦାବେଳେ ବିଫଳତାକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱାରୋପ କରୁଥିଲେ ଏବଂ ତାହାକୁ ଏକ ଅଧ୍ୟୟନର ବକ୍ରରେଖା ଭାବେ ଦେଖୁଥିଲେ । ଦ୍ୱିତୀୟ କଥାଟି ଯାହା ଲୋକମାନଙ୍କ ମନରେ ସଦାବେଳେ ବଦ୍ଧମୂଳ ହେବା ଉଚିତ, ତାହା ହେଲା: ନିର୍ଭୟ ହେବା ଏବଂ ଆତ୍ମବିଶ୍ୱାସରେ ସଦାବେଳେ ଉଦ୍‍ବୁଦ୍ଧ ହେବା । ନିର୍ଭୟ ହେବାର ଶିକ୍ଷା ଆମେ ସ୍ୱାମୀ ବିବେକାନନ୍ଦଙ୍କ ନିଜ ଜୀବନରୁ ହିଁ ଶିଖିଥାଉ । ସେ ଯାହା କିଛି କରୁଥିଲେ, ସେଥିରେ ସେ ଆତ୍ମ ବିଶ୍ୱାସର ଆଗକୁ ହିଁ ଯାଇ ପାରୁଥିଲେ। କାରଣ ନିଜ ଉପରେ ତାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା । ସେ ଦୃଢ଼ବିଶ୍ୱାସୀ ଥିଲେ ଯେ ସେ ଯେଉଁ ଭାବନାରେ ଉଦବୁଦ୍ଧ ତାହା ଶତାବ୍ଦୀ ଶତାବ୍ଦୀ ଧରି ପ୍ରାଚୀନ ।

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ବାଣୀ ଶାଶ୍ୱତ । ଏବଂ, ଆମେ ସଦାବେଳେ ଏହି ବାଣୀକୁ ସ୍ମରଣ ରଖିବାକୁ ପଡ଼ିବ: ଜଗତ ପାଇଁ କିଛି ମୂଲ୍ୟବୋଧଭିତ୍ତିକ ମହାନ କାର୍ଯ୍ୟ କରି ହିଁ ବାସ୍ତବ ଅମରତ୍ୱ ହାସଲ କରାଯାଇପାରିବ । ସେହି କର୍ମ ହିଁ ଆମ ଜୀବନ ଠାରୁ ଅଧିକ କାଳ ବଞ୍ôଚ ରହିବ । ଆମର ପୁରାଣରେ ଥିବା ଆଖ୍ୟାନ ଆମମାନଙ୍କୁ ଅନେକ ମୂଲ୍ୟବାନ କଥା ଶିକ୍ଷା ଦେଇଥାଏ । ଆମର ପୁରାଣଶାସ୍ତ୍ର ଆମକୁ ଶିକ୍ଷା ଦେଇଥାଏଯେ ଯେଉଁମାନେ ଅମରତ୍ୱ ସନ୍ଧାନରେ ଥାଆନ୍ତି, ସେମାନେ ତାହା କଦାପି ପାଇନଥାନ୍ତି । କିନ୍ତୁ ଅନ୍ୟମାନଙ୍କ ସେବା କରିବାକୁ ଯେଉଁମାନେ ନିଜର ଧର୍ମ ବୋଲି ଗ୍ରହଣ କରିଥାନ୍ତି ସେହିମାନେ ହିଁ ଅମର ହୋଇଥାନ୍ତି । ଯେମିତି ସ୍ୱାମୀଜୀ ନିଜେ ହୋଇପାରିଛନ୍ତି । ସ୍ୱାମୀଜୀ କହିଥିଲେ, ‘ସେଇମାନେ ହିଁ ବଞ୍ôଚରହନ୍ତି, ଯେଉଁମାନଙ୍କ ଜୀବନ ଅନ୍ୟ ପାଇଁ ସମର୍ପିତ ।’ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରୁ ମଧ୍ୟ ତାହା ଉଦାହରଣ ଭାବେ ଦେଖାଯାଇପାରିବ । ସେ ନିଜ ପାଇଁ କିଛି ହାସଲ କରିବା ସକାଶେ କେବେ କୌଣସି କାର୍ଯ୍ୟରେ ଅଗ୍ରସର ହୋଇନଥିଲେ । ତାଙ୍କ ହୃଦୟର ପ୍ରତିଟି ସ୍ପନ୍ଦନ ଗରିବ ଲୋକଙ୍କ ପାଇଁ ସ୍ପନ୍ଦିତ ହେଉଥିଲ । ଶୃଙ୍ଖଳରେ ଆବଦ୍ଧ ଭାରତମାତାର ମୁକ୍ତି ପାଇଁ ତାଙ୍କର ହୃଦୟ ସ୍ପନ୍ଦିତ ହେଉଥିଲା

ବନ୍ଧୁଗଣ, ସ୍ୱାମୀ ବିବେକାନନ୍ଦ ଆଧ୍ୟତ୍ମିକ ଓ ଆର୍ଥିକ ପ୍ରଗତିକୁ ପାରସ୍ପରିକ ଠାରୁ ପୃଥକ୍‍ ବୋଲି କେବେ ଦେଖିନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଯେଉଁଠାରେ ଦାରିଦ୍ର‌୍ୟକୁ ଲୋକମାନେ ଗୌରବର ସହ ବଖାଣିଥାନ୍ତି ସେ ତାହାର ଘୋର ବିରୋଧୀ ଥିଲେ । ପ୍ରାକ୍ଟିକାଲ୍‍ ବେଦାନ୍ତ ଶିକ୍ଷାଦାନ ବେଳେ ସେ କହିଥିଲେ, ‘ଧର୍ମ ଓ ଜୀବନ ମଧ୍ୟରେ ଯେଉଁ କାଳ୍ପନିକ ବୈଷମ୍ୟଟି ରହିଛି ତାହା ଦୂର ହେବା ଉଚିତ, କାରଣ ବେଦାନ୍ତ କେବଳ ଏକତ୍ୱ ହିଁ ଶିକ୍ଷା ଦେଇଥାଏ ।’

ସ୍ୱାମୀଜୀ ଜଣେ ମହାନ୍‍ ଆଧ୍ୟାତ୍ମିକ ପ୍ରତିଭାଧାରୀ ବ୍ୟକ୍ତି ଥିଲେ, ଜଣେ ଅତି ମାତ୍ରାରେ ଉନ୍ନତ ଆତ୍ମା । ତଥାପି, ସେ ଗରିବ ଲୋକଙ୍କ ପାଇଁ ଆର୍ଥିକ ପ୍ରଗତି କଥା କହିବାକୁ ସୁଦ୍ଧା ଭୁଲି ନଥବଲେ । ସ୍ୱାମୀଜୀ ନିଜେ ଥିଲେ ଜଣେ ସନ୍ନ୍ୟାସୀ । ସେ ନିଜ ପାଇଁ କୌଣସି ଠାରେ ଗୋଟିଏ ପାହୁଲା ସୁଦ୍ଧା ହାତ ପତାଇ ମାଗିନଥିଲେ । କିନ୍ତୁ. ଏକ ବିରାଟ ଅନୁଷ୍ଠାନ ଗଠନ ନିମନ୍ତେ ସେ ପାଣ୍ଠି ସଂଗ୍ରହକୁ ସହଯୋଗ କରିଥିଲେ । ଏହିସବୁ ଅନୁଷ୍ଠାନ ଦାରିଦ୍ର‌୍ୟ ବିରୋଧରେ ସଂଗ୍ରାମ କରିଛି ଏବଂ ଅଭିନବତ୍ୱକୁ ପ୍ରୋତ୍ସାହନ ଯୋଗାଇଛି ।

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ଏଭଳି ଅସଂଖ୍ୟ କାହାଣୀ ରହିଛି ଯାହା ଆମମାନଙ୍କୁ ପ୍ରେରଣା ଯୋଗାଇ ପାରିବ । ପ୍ରବୁଦ୍ଧ ଭାରତ 125 ବର୍ଷ ଧରି ପ୍ରକାଶ ପାଇ ଆସୁଛି ଏବଂ ସ୍ୱାମୀଜୀଙ୍କ ଆଦର୍ଶକୁ ପ୍ରଚାର କରୁଛି । ତାହା ଯୁବକମାନଙ୍କୁ ଶିକ୍ଷିତ କରିବାରେ, ଏବଂ ରାଷ୍ଟ୍ରକୁ ଜାଗ୍ରତ କରିବାରେ ତାଙ୍କର ପରିକଳ୍ପନାକୁ ଆଦର୍ଶ ରୂପେ ଗ୍ରହଣ କରିଛି । ସ୍ୱାମୀ ବିବେକାନନ୍ଦଙ୍କ ଶାଶ୍ୱତ ଚିନ୍ତାଧାରାକୁ ପ୍ରସାରିତ କରିବାରେ ଏହାର ଯଥେଷ୍ଟ ଅବଦାନ ରହିଛି । ମୁଁ ପ୍ରବୁଦ୍ଧ ଭାରତର ଭବିଷ୍ୟତର ସକଳ ପ୍ରୟାସର ସର୍ବ ଶୁଭ କାମନା କରୁଛି ।

ଆପଣମାନଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi