Our country fought COvid-19 with collective strength and will, says PM Modi
The divisive forces who questioned Pulwama attack have been exposed: PM
India is now moving towards becoming Aatmanirbhar in the area of defence. We have hawk eyes on our borders: PM

ଆମେ ସମସ୍ତେ ଏବେ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟିରେ ଭରି ରହିଥିବା ବାଣୀକୁ ପ୍ରସାଦ ରୂପେ ପ୍ରାପ୍ତ କଲେ । ମୋ କଥା କହିବା ପୂର୍ବରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭାରତ ମାତାର ଜୟର ଜୟଘୋଷ କରାଇବି, ଆଉ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ, ୟୁନିଫର୍ମରେ ରହିଥିବା ଯୱାନମାନଙ୍କୁ ମୋର ଅନୁରୋଧ ଆଉ ଦୂର-ଦୂରାନ୍ତରେ ପାହାଡ ଉପରେ ବସି ରହିଥିବା ମୋର ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଗୋଟିଏ ହାତ ଉପରକୁ କରି ସଂପୂର୍ଣ୍ଣ ଶକ୍ତିର ସହିତ ସର୍ଦ୍ଦାର ସାହେବଙ୍କୁ ସ୍ମରଣ କରି ଆମେ ଭାରତ ମାତାର ଜୟ ଘୋଷ କରିବା । ମୁଁ ତିନି ଥର କରାଇବି, ପୁଲିସ ବଳର ବୀର ପୁଅ-ଝିଅଙ୍କ ନାମରେ-ଭାରତ ମାତା କୀ ଜୟ, କରୋନା ସମୟରେ ସେବାରତ କରୋନା ଯୋଦ୍ଧାଙ୍କ ନାମ-ଭାରତ ମାତା କୀ ଜୟ, ଆତ୍ମନିର୍ଭରଶୀଳତାର ସଂକଳ୍ପକୁ ସିଦ୍ଧ କରିବାରେ ସାମିଲ ହୋଇଥିବା କୋଟି କୋଟି ଲୋକଙ୍କ ନାମରେ ଭାରତ ମାତା କୀ ଜୟ, ମୁଁ କହିବି ସର୍ଦ୍ଦାର ପଟେଲ, ଆପଣମାନେ ଦୁଇଥର କହିବେ, ଅମର ରହେ, ସର୍ଦ୍ଦାର ପଟେଲ ଅମର ରହେ-ଅମର ରହେ, ସର୍ଦ୍ଦାର ପଟେଲ ଅମର ରହେ- ଅମର ରହେ, ସର୍ଦ୍ଦାର ପଟେଲ ଅମର ରହେ – ଅମର ରହେ, ସମସ୍ତ ଦେଶବାସୀଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀର ବହୁତ-ବହୁତ ଶୁଭକାମନା ।

ଦେଶର ଶହ ଶହ ଛୋଟ ଛୋଟ ରାଜ୍ୟକୁ, ରାଜ ରାଜୁଡାଙ୍କୁ ଏକାଠି କରି, ଦେଶର ବିବିଧତାକୁ ସ୍ୱାଧୀନ ଭାରତର ଶକ୍ତି କରି, ସର୍ଦ୍ଦାର ପଟେଲ ହିନ୍ଦୁସ୍ଥାନକୁ ବର୍ତ୍ତମାନର ସ୍ୱରୂପ ଦେଲେ ।

2014ରେ ଆମେ ସମସ୍ତେ ତାଙ୍କ ଜନ୍ମଦିନକୁ ଭାରତର ଏକତାର ପର୍ବ ରୂପେ ପାଳନ କରିବାର ଶୁଭାରମ୍ଭ କରିଥିଲେ । ଏହି 6 ବର୍ଷରେ ଦେଶର ଗାଁରୁ ନେଇ ମହାନଗର ପର୍ଯ୍ୟନ୍ତ, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତେ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସଂକଳ୍ପକୁ ପୂରଣ କରିବାର ପ୍ରୟାସ  କରିଛେ । ଆଜି ପୁଣି ଥରେ ଏହି ଦେଶ ମା’ ଭାରତୀର ମହାନ ସନ୍ତାନଙ୍କୁ, ଦେଶର ଲୌହ ପୁରୁଷଙ୍କୁ, ଶ୍ରଦ୍ଧା-ସୁମନ ସମର୍ପିତ କରୁଛି । ଆଜି ପୁଣି ଥରେ ଏହି ଦେଶ ସର୍ଦ୍ଦାର ପଟେଲଙ୍କ ଏହି ଗଗନ-ଚୁମ୍ବି ପ୍ରତିମାର ସାନିଧ୍ୟରେ, ତାଙ୍କ ଛାୟାରେ, ଦେଶ ପ୍ରଗତିର ମହାଯଜ୍ଞରେ ନିଜର ପ୍ରଣ ଦୋହରାଉଛି । ସାଥୀଗଣ, ମୁଁ କାଲି ଦ୍ୱିପହରରେ ହିଁ କେୱଡିଆରେ ପହଂଚିଯାଇଥିଲି । ଆଉ କେୱଡିଆରେ ପହଂଚିବା ପରେ କାଲିଠାରୁ ନେଇ ଏ ପର୍ଯ୍ୟନ୍ତ ଏଠାରେ କେୱଡିଆରେ ଜଙ୍ଗଲ ସଫାରୀ ପାର୍କ, ଏକତା ମଲ, ଶିଶୁ ପୋଷଣ ପାର୍କ ଏବଂ ଆରୋଗ୍ୟ ବନ ଭଳି ଅନେକ ନୂତନ ସ୍ଥଳର ଲୋକାର୍ପଣ ହୋଇଛି । ବହୁତ ହିଁ କମ୍ ସମୟରେ, ସର୍ଦ୍ଦାର ସରୋବର ଡ୍ୟାମ ସହିତ ଜଡିତ ଏହି ଭବ୍ୟ ନିର୍ମାଣ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ନୂତନ ଭାରତର ଭାବନାର, ନୂଆ ଭାରତର ପ୍ରଗତିର ତୀର୍ଥସ୍ଥଳ ପାଲଟି ଯାଇଛି । ଆଗାମୀ ସମୟରେ ମା’ ନର୍ମଦାର କୂଳରେ, କେବଳ ଭାରତ ହିଁ ନୁହେଁ ସମଗ୍ର ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ଏହା ନିଜର ସ୍ଥାନ ସୃଷ୍ଟି କରିବାକୁ ଯାଉଛି, ନିଜର ଆଧିପତ୍ୟ ଜାହିରି କରିବାକୁ ଯାଉଛି ।

ଆଜି ସର୍ଦ୍ଦାର ସରୋବରରୁ ସାବରମତୀ ନଦୀକୂଳ(ରିଭର ଫ୍ରଣ୍ଟ) ପର୍ଯ୍ୟନ୍ତ ସି-ପ୍ଲେନ ସେବାର ମଧ୍ୟ ଶୁଭାରମ୍ଭ ହେବାକୁ ଯାଉଛି । ଏହା ଦେଶର ପ୍ରଥମ ଏବଂ ନିଜକୁ ନିଜ ମଧ୍ୟରେ ହେଉଛି ଅନନ୍ୟ ସି-ପ୍ଲେନ ସେବା । ସର୍ଦ୍ଦାର ସାହେବଙ୍କ ଦର୍ଶନ ପାଇଁ, ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବା ପାଇଁ ଦେଶବାସୀଙ୍କୁ ଏବେ ସି-ପ୍ଲେନ ସେବାର ମଧ୍ୟ ବିକଳ୍ପ ମିଳିବ । ଏହି ସମସ୍ତ ପ୍ରୟାସ ଏହି କ୍ଷେତ୍ରରେ ପର୍ଯ୍ୟଟନକୁ ମଧ୍ୟ ବହୁତ ଅଧିକ ପ୍ରୋତ୍ସାହନ ଦେବ । ଏହାଦ୍ୱାରା ଏଠାକାର ଲୋକଙ୍କୁ, ମୋର ଆଦିବାସୀ ଭାଇ-ଭଉଣୀଙ୍କୁ ରୋଜଗାରର ମଧ୍ୟ ନୂତନ ସୁଯୋଗ ମିଳୁଛି ।

ଏହି ଉପଲବ୍ଧଗୁଡିକ ପାଇଁ ମଧ୍ୟ ମୁଁ ଗୁଜରାଟ ସରକାରଙ୍କୁ, ଗୁଜରାଟର ସମସ୍ତ ନାଗରିକଙ୍କୁ ଆଉ ସମସ୍ତ 130 କୋଟି ଦେଶବାସୀମାନଙ୍କୁ ଶୁଭେଚ୍ଛା ଜଣାଉଛି ।              

ସାଥୀଗଣ, କାଲି ଯେତେବେଳେ ମୁଁ ସମସ୍ତ ଅଂଚଳକୁ ସାରା ଦିନ ଯାଉଥିଲି ଆଉ ସେଠାରେ ଗାଇଡ୍ ଭାବେ ଏହି ଆଖ ପାଖର ଗାଁରେ ଆମର ଝିଅମାନେ ଯେଉଁ ଆତ୍ମ ବିଶ୍ଵାସର ସହିତ, ଯେଉଁ ଗଭୀରତାର ସହିତ, ସମସ୍ତ ପ୍ରଶ୍ନର ସୂଚନା ସହିତ ତ୍ୱରିତ ଉତର ସହିତ ମୋତେ ଗାଇଡ୍ କରୁଥିଲେ । ମୁଁ ସତ କହୁଛି ମୋର ମୁଣ୍ଡ ଉଚ୍ଚ ହୋଇଗଲା । ମୋ ଦେଶର କି ଗାଁ, କି ଆଦିବାସୀ କନ୍ୟାମାନଙ୍କର ଏହି ସାମର୍ଥ୍ୟ, ତାଙ୍କର ଦକ୍ଷତା, ଅଭିଭୂତ କରିବା ଭଳି ଥିଲା । ମୁଁ ସେହି ସମସ୍ତ ପିଲାମାନଙ୍କୁ ଯେଉଁମାନେ ଏତେ କମ୍ ସମୟରେ ସେ ମହାରଥ ହାସଲ କରିଛନ୍ତି । ଆଉ ଏଥିରେ ନୂଆ ଏକ ପ୍ରକାରରେ ବିଶେଷତ୍ୱକୁ ଯୋଡିଛନ୍ତି, ବୃତ୍ତିକୁ ସାମିଲ କରିଛନ୍ତି । ମୁଁ ସେମାନଙ୍କୁ ମଧ୍ୟ ଆଜି ହୃଦୟର ସହିତ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, ଏହା ବି ମଧ୍ୟ ଅଦ୍ଭୁତ ସଂଯୋଗ ହେଉଛି ଯେ ଆଜି ମଧ୍ୟ ମହର୍ଷି ବାଲ୍ମିକୀ ଜୟନ୍ତୀ । ଆଜି ଆମେ ଭାରତର ଯେଉଁ ସାଂସ୍କୃତିକ ଏକତାର ଦର୍ଶନ କରୁଛନ୍ତି, ଯେଉଁ ଭାରତକୁ ଅନୁଭବ କରୁଛନ୍ତି, ତାହାଙ୍କୁ ଆହୁରି ଜୀବନ୍ତ ଏବଂ ଉର୍ଜ୍ଜାବାନ କରିବାର କାର୍ଯ୍ୟ ଶତାବ୍ଦୀ ପୂର୍ବରୁ ଆଦିକବି ମହର୍ଷି ବାଲ୍ମିକୀ ହିଁ କରିଥିଲେ ।

ଭଗବାନ ରାମଙ୍କର ଆଦର୍ଶ, ରାମଙ୍କର ସଂସ୍କାର ଯଦି ଆଜି ଭାରତର କୋଣ-ଅନୁକୋଣରେ ଆମକୁ ଜଣଙ୍କୁ ଅନ୍ୟଜଣଙ୍କ ସହିତ ଯୋଡ଼ିଛନ୍ତି, ତେବେ ଏହାର ବହୁତ ବଡ଼ ଶ୍ରେୟ ମଧ୍ୟ ମହର୍ଷି ବାଲ୍ମିକୀଙ୍କର ଯେଉଁ ଉଦ୍ଘୋଷ ଥିଲା, ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ’ ଏ ଯେଉଁ ମନ୍ତ୍ର ଥିଲା, ତାହା ଆଜି ରାଷ୍ଟ୍ର ପ୍ରଥମ ‘ଇଣ୍ଡିଆ ଫାଷ୍ଟ’ର ସଂକଳ୍ପର ହେଉଛି ଦୃଢ଼ ଆଧାର । ମୁଁ ସମସ୍ତ ଦେଶବାସୀଙ୍କୁ ମହର୍ଷି ବାଲ୍ମିକୀଙ୍କ ଜୟନ୍ତିର ମଧ୍ୟ ହୃଦୟର ସହିତ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ସାଥୀଗଣ, ତାମିଲ ଭାଷାରେ ମହାକବି ଏବଂ ସ୍ୱାଧୀନତା ସଂଗ୍ରାମୀ ସୁବ୍ରମଣିୟମ୍ ଭାରତୀ ଲେଖିଥିଲେ- ମନ୍ନୁମ୍ ୟମୟମଲେ ଏଂଙ୍ଗଲ ମଲୟେ, ମାନିଲ ମିଧୁ ଇଧୁ ବୋଲ ପିରିଧୁ ଇଲ୍ଲୟେ, ଇନ୍ନରୁ ନୀର ଗଙ୍ଗୈ ଆରୈଙ୍ଗଲ ଆରେ ଇଂଗିଥନ୍ ମାନ୍ୱିର ଏଧିରେଧୁ ୱେରେ, ପନ୍ନରୁମ ଉପନିଟ୍ ନୁଲେଙ୍ଗଲ ନୁଲେ, ପାର ମିଶେ ଏଧୋରୁ ନୁଲ ଇଧୁ ପୋଲେ, ପୋନନୋନୋଲିର ଭାରତ ନାଂଡେଗଲ ନାଡେ ପୋଟୋ ରୁବମ୍ ଇଂଲେ ପୋଟ ରୁବୋମ ଇଂତୈ ଏମକ୍କିଲ୍ଲେ ଇଡେ । ସୁବ୍ରମଣିୟମ ଭାରତୀଙ୍କ ଯେଉଁ କବିତାରୁ ଯାହା ମିଳିଛି, ତାହାର ଭାବାର୍ଥ ହିନ୍ଦିରେ ଯାହା ମିଳୁଛି, ଦୂର-ସୁଦୂର ଅଂଚଳ ବିଷୟରେ ଯେଉଁ ସବୁ ବର୍ଣ୍ଣନା ଅଛି, ତାହା ମଧ୍ୟ ସେତିକି ହିଁ ହେଉଛି ପ୍ରେରଣାଦାୟୀ ।

ସୁବ୍ରମଣିୟମ ଭାରତୀ ମହାଶୟ ଯେଉଁ ଭାବକୁ ପ୍ରକଟ କରିଛନ୍ତି, ଦୁନିଆର ସବୁଠାରୁ ପୁରାତନ ଭାଷା ତାମିଲ ଭାଷାରେ କରିଛନ୍ତି, ଆଉ କ’ଣ ଅଦ୍ଭୁତ ମାଆ ଭାରତୀଙ୍କର ବର୍ଣ୍ଣନା କରିଛନ୍ତି । ସୁବ୍ରମଣିୟମ ଭାରତୀ ମହାଶୟଙ୍କ ସେହି କବିତାର ଭାବ ହେଉଛି, ଚମକୁଥିବା ଉତୁଙ୍ଗ ହିମାଳୟ, ଏହା ହେଉଛି ଆମର ନଗରାଜ । ଧରଣୀ ଉପରେ ଯିଏ ଯୋଡ଼ି ହୋଇନାହିଁ, ସେହି ନଗରାଜ ହିଁ ହେଉଛି ଆମରି । ଆମର ନଦୀ ହେଉଛି ଗଙ୍ଗା, ଧରଣୀକୁ ସୁଧା ରସରେ ପ୍ଳାବିତ କରୁଛି, କାହିଁ ଅନ୍ୟ କେଉଁଠାରେ ମଧ୍ୟ ପ୍ରବାହିତ ହେଉଛି, ଏଭଳି ପବିତ୍ର କଳ-କଳ ଧାରା? ସାରା ବିଶ୍ୱରେ ଯାହା ସମ୍ମାନିତ, ଯାହାର ବହୁତ ମହିମା ରହିଛି, ଯଦି ତାହା ଆମ ସମସ୍ତଙ୍କର ଗ୍ରନ୍ଥ, ଏହା ହେଉଛି ଉପନିଷଦର ଦେଶ । ଗଙ୍ଗା ଏହା ଆମ ସମସ୍ତଙ୍କର ଯଶ, ଏହା ହେଉଛି ଆମର ସ୍ୱର୍ଣ୍ଣିମ ଦେଶ, ଜଗତରେ ଆମଠାରୁ କିଏ ଆଗରେ ଅଛି, ପରାଧୀନତାର କାଳଖଣ୍ଡରେ ମଧ୍ୟ ସୁବ୍ରମଣିୟମ ଭାରତୀ ମହାଶୟଙ୍କର ବିଶ୍ୱାସ ଦେଖନ୍ତୁ, ସେ ଭାବ ପ୍ରକଟ କରିଛନ୍ତି, ଜଗତରେ ଆମଠାରୁ କିଏ ଆଗରେ ଅଛି, ଏହା ହେଉଛି ଭାରତ ଦେଶ ଆମର ।’

ଭାରତ ପାଇଁ ଏହି ଅଦ୍ଭୁତ ଭାବନାକୁ ଆଜି ଆମେ ଏଠାରେ ନର୍ମଦା କୂଳରେ, ସର୍ଦ୍ଦାର ସାହେବଙ୍କ ଭବ୍ୟ ପ୍ରତିମୂର୍ତ୍ତିର ଛାୟାରେ ଆହୁରି ନିକଟରୁ ଅନୁଭବ କରି ପାରୁଛୁ ।

ଭାରତର ଏହି ଶକ୍ତି, ଆମକୁ ପ୍ରତ୍ୟେକ ବିପଦରୁ, ପ୍ରତ୍ୟେକ ବିପର୍ଯ୍ୟୟ ସହିତ ଲଢିବା ଶିଖାଇଛି, ଆଉ ଜିତିବା ମଧ୍ୟ ଶିଖାଇଛି ।

ଆପଣ ଦେଖନ୍ତୁ ବିଗତ ବର୍ଷରୁ ହିଁ ଯେତେବେଳେ ଆମେ ଆଜିର ଦିନ ଏକତା ଦୌଡରେ ସାମିଲ ହୋଇଥିଲେ, ସେତେବେଳେ କେହି କଳ୍ପନା କରି ନଥିଲେ, ଯେ ବିଶ୍ୱର ସଂପୂର୍ଣ୍ଣ ମାନବ ଜାତିକୁ କରୋନା ଭଳି ବୈଶ୍ୱିକ ମହାମାରୀର ସାମ୍ନା କରିବାକୁ ପଡ଼ିବ । ଏହି ବିପର୍ଯ୍ୟୟ ଅଚାନକ ଆସିଲା, ଏହା ସଂପୂର୍ଣ୍ଣ ବିଶ୍ୱରେ ମାନବ ଜୀବନକୁ ପ୍ରଭାବିତ କରିଛି, ଆମର ଗତିକୁ ପ୍ରଭାବିତ କରିଛି । କିନ୍ତୁ ଏହି ମହାମାରୀ ଆଗରେ ଦେଶ, 130 କୋଟି ଦେଶବାସୀ ଯେଭଳି ଭାବେ ନିଜର ସାମୁହିକ ସାମର୍ଥ୍ୟକୁ, ନିଜର ସାମୁହିକ ଇଚ୍ଛାଶକ୍ତିକୁ, ସାବ୍ୟସ୍ତ କରିଛନ୍ତି, ଏହା ହେଉଛି ଅଦ୍ଭୁତପୂର୍ବ । ଇତିହାସରେ ଏହାର କୌଣସି ଉଦାହରଣ ନାହିଁ ।

କରୋନା ଯୋଦ୍ଧାଙ୍କ ସମ୍ମାନରେ 130 କୋଟି ଦେଶବାସୀ ଏକାଠି ହୋଇ କଶ୍ମୀରରୁ କନ୍ୟାକୁମାରୀ, ଲେହରୁ ଲାକ୍ଷାଦ୍ୱୀପ, ଅଟକରୁ କଟକ, କଚ୍ଛରୁ କୋହିମା, ତ୍ରିପୁରାରୁ ସୋମନାଥ, 130 କୋଟି ଦେଶବାସୀ ଏକାଠି ହୋଇ ଯେଉଁ ଉଦ୍ଦୀପନା ଦେଖାଇଛନ୍ତି, ଏକତାର ଯେଉଁ ସନ୍ଦେଶ ଦେଇଛନ୍ତି, ସେଥିରେ 8 ମାସ ଧରି ଆମେ ଏହି ସଂକଟର ସାମ୍ନାରେ ଯୁଝିବା ପାଇଁ, ଲଢ଼େଇ କରିବା ପାଇଁ ଏବଂ ବିଜୟ ପଥରେ ଆଗକୁ ବଢ଼ିବାର ଶକ୍ତି ଦେଇଛି । ଦେଶ ସେମାନଙ୍କ ସମ୍ମାନ ପାଇଁ ଦୀପ ଜଳାଇଲା, ସମ୍ମାନ ବ୍ୟକ୍ତ କଲା, ଆମର କରୋନା ଯୋଦ୍ଧା, ଆମ ପୁଲିସର ଅନେକ ବାହାଦୁର ସାଥୀମାନେ ଅନ୍ୟର ଜୀବନ ବଂଚାଇବାକୁ ଯାଇ ନିଜ ଜୀବନର ବଳୀଦାନ ଦେଇଦେଲେ । ସ୍ୱାଧୀନତା ପରେ ମାନବ ସେବା ପାଇଁ, ସୁରକ୍ଷା ପାଇଁ ଜୀବନ ଦେବା ଏହି ଦେଶର ପୁଲିସଙ୍କର ବଡ଼ ବିଶେଷତ୍ୱ ରହିଛି । ପ୍ରାୟ 35 ହଜାର ମୋର ପୁଲିସ ବଳର ଯୱାନ ମାନେ ସ୍ୱାଧୀନତା ପରେ ବଳୀଦାନ ଦେଇଛନ୍ତି । କିନ୍ତୁ ଏହି କରୋନା ସମୟରେ ସେବା ପାଇଁ, ଅନ୍ୟର ଜୀବନ ବଂଚାଇବା ପାଇଁ ମୋର ପୁଲିସ ବଳର ଯୱାନମାନେ, ଅନେକ ସେବା କରୁ-କରୁ ନିଜକୁ ହିଁ ସମର୍ପିତ କରି ଦେଇଛନ୍ତି । ଇତିହାସ କେବେ ମଧ୍ୟ ଏହି ସ୍ୱର୍ଣ୍ଣିମ କ୍ଷଣକୁ ଭୁଲି ପାରିବ ନାହିଁ ଏବଂ ପୁଲିସ ବଳର ଯୱାନମାନଙ୍କୁ ମଧ୍ୟ ନୁହେଁ । 130 କୋଟି ଦେଶବାସୀଙ୍କୁ ପୁଲିସ ବାହିନୀର ବୀରମାନଙ୍କର ଏହି ସମର୍ପଣ ଭାବ ପାଇଁ ସର୍ବଦା ନତ ମସ୍ତକ ହେବା ନିମନ୍ତେ ପ୍ରେରଣା ଯୋଗାଇବ ।

ସାଥୀଗଣ, ଏହା  ଦେଶର ଏକତାର ଶକ୍ତି ଥିଲା ଯେ, ଯେଉଁ ମହାମାରୀ ବିଶ୍ୱର ବଡ଼-ବଡ଼ ଦେଶକୁ ଅସହାୟ କରି ଦେଇଛି, ଭାରତ ତାହାକୁ ଶକ୍ତିର ସହିତ ମୁକାବିଲା କରିଛି । ଆଜି ଦେଶ କରୋନାରୁ ମୁକୁଳିବାରେ ଲାଗିଛି ଆଉ ଏକାଠି ହୋଇ ଆଗକୁ ମଧ୍ୟ ବଢ଼ୁଛି । ତାହା ଏହିଭଳି ଭାବରେ ମଧ୍ୟ ହେଉଛି ଐକ୍ୟବଦ୍ଧତା, ଯାହାର କଳ୍ପନା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କରିଥିଲେ । ଆମ ସମସ୍ତଙ୍କର ଐକ୍ୟବଦ୍ଧତା କରୋନାର ଏହି ସଙ୍କଟକାଳରେ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି ।

ସାଥୀଗଣ, ବିପର୍ଯ୍ୟୟ ସମୟରେ ଏବଂ ଆହ୍ୱାନ ମଧ୍ୟରେ ମଧ୍ୟ ଦେଶ କିଛି ଏଭଳି କାର୍ଯ୍ୟ କରିଛି, ଯାହାକୁ କେବେ ଅସମ୍ଭବ ଧରି ନିଆ ଯାଇଥିଲା । ଏହି କଠିନ ସମୟରେ ଧାରା-370 ଉଚ୍ଛେଦ କରିବା ପରେ, ଧାରା-370 ଉଚ୍ଛେଦ ହେବା ପରେ କଶ୍ମୀରରେ ସମାବେଶର ଏକବର୍ଷ ପୂରଣ ହୋଇଛି । 31 ଅକ୍ଟୋବରକୁ ହିଁ ଆଜିଠାରୁ ଏକ ବର୍ଷପୂର୍ବେ ଏହା କାର୍ଯ୍ୟକାରୀ ହୋଇଥିଲା । ସର୍ଦ୍ଦାର ସାହେବ ଜୀବିତ ଥାଆନ୍ତେ । ବାକି ରାଜା-ରାଜପରିବାର ସହିତ ଏହି କାର୍ଯ୍ୟ ମଧ୍ୟ ଯଦି ତାଙ୍କ ଦାୟିତ୍ୱରେ ହୋଇଥାଆନ୍ତା, ତେବେ ସ୍ୱାଧୀନତାର ଏତେ ବର୍ଷ ପରେ ଏହି କାର୍ଯ୍ୟ କରିବାର ଦାୟିତ୍ୱ ମୋ ଉପରକୁ ଆସି ନ ଥାନ୍ତା । କିନ୍ତୁ ସର୍ଦ୍ଦାର ସାହେବଙ୍କ ସେହି କାର୍ଯ୍ୟ ଅସଂପୂର୍ଣ୍ଣ ଥିଲା, ତାଙ୍କ ପ୍ରେରଣାରେ 130 କୋଟି ଦେଶବାସୀଙ୍କର ସେହି କାର୍ଯ୍ୟକୁ ମଧ୍ୟ ସଂପୂର୍ଣ୍ଣ କରିବାର ସୌଭାଗ୍ୟ ମିଳିଛି । କଶ୍ମୀରର ବିକାଶରେ ଯେଉଁ ପ୍ରତିବନ୍ଧକ ଆସୁଥିଲା, ତାକୁ ପଛରେ ପକାଇ ଏବେ କଶ୍ମୀର ବିକାଶର ନୂତନ ପଥରେ ଅଗ୍ରସର ହୋଇ ଚାଲିଛି । ଉତ୍ତର-ପୂର୍ବାଂଚଳରେ ଶାନ୍ତି ସ୍ଥାପନା ହେଉ ଅବା ଉତ୍ତର-ପୂର୍ବାଂଚଳର ବିକାଶ ପାଇଁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ଆଜି ଦେଶର ଏକତା କ୍ଷେତ୍ରରେ ଏକ ନୂଆ କିର୍ତ୍ତୀସ୍ତମ୍ଭ ସ୍ଥାପିତ କରିଛି । ସୋମନାଥଙ୍କର ପୁନଃ ନିର୍ମାଣ ଦ୍ୱାରା ସର୍ଦ୍ଦାର ପଟେଲ ଭାରତର ସାଂସ୍କୃତିକ ଗୌରବକୁ ଫେରାଇ ଆଣିବାର ଯେଉଁ ଯଜ୍ଞ ଆରମ୍ଭ କରିଥିଲେ, ତାହାର ବିସ୍ତାର ଦେଶ ଅଯୋଧ୍ୟାରେ ମଧ୍ୟ ଦେଖିଛି । ଆଜି ଦେଶ ରାମ ମନ୍ଦିରକୁ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିର ସାକ୍ଷୀ ପାଲଟିଛି, ଆଉ ଭବ୍ୟ ରାମ ମନ୍ଦିର ନିର୍ମାଣକୁ ମଧ୍ୟ ଦେଖୁଛି ।

ସାଥୀଗଣ, ଆଜି ଆମେ 130 କୋଟି ଦେଶବାସୀ ମିଳିମିଶି ଏକ ଏଭଳି ରାଷ୍ଟ୍ରର ନିର୍ମାଣ କରୁଛେ, ଯାହା ହେଉଛି ସଶକ୍ତ ଏବଂ ସକ୍ଷମ ମଧ୍ୟ । ଯେଉଁଥିରେ ମାନବତା ମଧ୍ୟ ରହିଛି ଏବଂ ଭାବନାଗୁଡ଼ିକ ମଧ୍ୟ ରହିଛି । ସର୍ଦ୍ଦାର ସାହେବ ମଧ୍ୟ କହୁଥିଲେ, ଆଉ ସର୍ଦ୍ଦାର ସାହେବଙ୍କ ଶବ୍ଦ ‘ହେଉଛି ବିଶ୍ୱର ଆଧାର ହେଉଛନ୍ତି କୃଷକ ଏବଂ ଶ୍ରମିକ, ମୁଁ ଚିନ୍ତା କରୁଛି କି କିଭଳି କୃଷକଙ୍କୁ ଗରିବ ଏବଂ ଦୁର୍ବଳ ରହିବାକୁ ଦେବି ନାହିଁ । କିଭଳି ସେମାନଙ୍କୁ ସୁଦୃଢ଼ କରିବି ଆଉ ମୁଣ୍ଡ ଉଠାଇ ଚାଲିବା ଭଳି କରିଦେବି ।’

ସାଥୀଗଣ, କୃଷକ, ଶ୍ରମିକ, ଗରିବ, ସେତେବେଳେ ସଶକ୍ତ ହେବେ, ଯେତେବେଳେ ସେମାନେ ଆତ୍ମନିର୍ଭର ହେବେ । ସର୍ଦ୍ଦାର ସାହେବଙ୍କର ଏହି ସ୍ୱପ୍ନ ଥିଲା, ସେ କହୁଥିଲେ, ସାଥୀଗଣ, କୃଷକ, ଶ୍ରମିକ, ଗରିବ ସେତେବେଳେ ସଶକ୍ତ ହେବେ, ଯେତେବେଳେ ସେମାନେ ଆତ୍ମନିର୍ଭର ହେବେ । ଆଉ ଯେତେବେଳେ କୃଷକ, ଶ୍ରମିକ ଆତ୍ମନିର୍ଭର ହେବେ, ସେତେବେଳେ ଦେଶ ଆତ୍ମନିର୍ଭର ହେବ । ସାଥୀଗଣ, ଆତ୍ମନିର୍ଭର ଦେଶ ହିଁ ନିଜ ପ୍ରଗତିର ସହିତ, ନିଜ ସୁରକ୍ଷା ପାଇଁ ମଧ୍ୟ ଆଶ୍ୱସ୍ତ ରହିପାରିବ । ଆଉ ଏଥିପାଇଁ ଆଜି ଦେଶ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହେଉଛି । କେବଳ ଏତିକି ନୁହେଁ, ସୀମାରେ ମଧ୍ୟ ଭାରତର ଦୃଷ୍ଟି ଏବଂ ଦୃଷ୍ଟିକୋଣ ଏବେ ବଦଳି ଯାଇଛି । ଆଜି ଭାରତର ଭୂମି ଉପରେ ଦୃଷ୍ଟି ନିକ୍ଷେପ କଲେ, ଦୃଷ୍ଟି ନିକ୍ଷେପ କଲା ବାଲାଙ୍କୁ ଉପଯୁକ୍ତ ଜବାବ ଦେବାର ଶକ୍ତି ଆମର ବୀର ଜୱାନଙ୍କ ହାତରେ ଅଛି । ଆଜି ଭାରତ ସୀମାନ୍ତରେ ଶହ-ଶହ କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ କରୁଛି, ଡଜନ-ଡଜନ ସେତୁ, ଅନେକ ସୁଢ଼ଙ୍ଗ କ୍ରମାଗତ ଭାବେ ନିର୍ମାଣ କରି ଚାଲିଛି । ନିଜର ସମ୍ପ୍ରଭୃତା ଏବଂ ସମ୍ମାନର ରକ୍ଷା ପାଇଁ ଆଜିର ଭାରତ ସଂପୂର୍ଣ୍ଣ ଭାବେ ସଜ୍ଜିତ ଅଛି, ପ୍ରତିବଦ୍ଧ ଅଛି, କଟିବଦ୍ଧ ଅଛି, ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି ।

କିନ୍ତୁ ସାଥୀଗଣ, ପ୍ରଗତିର ଏହି ପ୍ରୟାସ ମଧ୍ୟରେ, ଅନେକ ଏଭଳି ଆହ୍ୱାନ ମଧ୍ୟ ଅଛି, ଯାହାର ସାମ୍ନା ଆଜି ଭାରତ ଏବଂ ସଂପୂର୍ଣ୍ଣ ବିଶ୍ୱ କରୁଛି । ବିଗତ କିଛି ସମୟ ମଧ୍ୟରେ ବିଶ୍ୱରେ ଅନେକ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଭଳି ଭାବେ କିଛି ଲୋକ ଆତଙ୍କବାଦର ସମର୍ଥନରେ ଖୋଲାଖୋଲି ଭାବେ ଆଗକୁ ଆସି ଯାଇଛନ୍ତି, ତାହା ଆଜି ମାନବତା ପାଇଁ ବିଶ୍ୱ ପାଇଁ, ଶାନ୍ତିର ଉପାସକମାନଙ୍କ ପାଇଁ ଏକ ବୈଶ୍ୱିକ ଚିନ୍ତାର କାରଣ ପାଲଟି ଯାଇଛି । ଆଜିର ବାତାବରଣରେ ଦୁନିଆର ସମସ୍ତ ଦେଶକୁ, ସମସ୍ତ ସରକାରଙ୍କୁ, ସମସ୍ତ ସମ୍ପ୍ରଦାୟଙ୍କୁ, ଆତଙ୍କବାଦ ବିରୁଦ୍ଧରେ ଏକାଠି ହେବାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି । ଶାନ୍ତି-ଭାଇଚାରା ଏବଂ ପରସ୍ପର ଆଦରର ଭାବ ହିଁ ହେଉଛି ମାନବ ଜାତିର ପ୍ରକୃତ ପରିଚୟ । ଶାନ୍ତି, ଏକତା, ଏବଂ ସଦଭାବ ତାହା ହିଁ ହେଉଛି ତାହାର ପଥ । ଆତଙ୍କବାଦ-ହିଂସା ଦ୍ୱାରା କେବେ ମଧ୍ୟ କାହାର କଲ୍ୟାଣ ହୋଇ ପାରିବ ନାହିଁ । ଭାରତ ବିଗତ ଅନେକ ଦଶକ ଧରି ଆତଙ୍କବାଦର ଭୁକ୍ତଭୋଗୀ ରହିଛି, ପିଡ଼ୀତ ରହିଛି । ଭାରତ ନିଜର ହଜାର-ହଜାର ବୀର ଜୱାନଙ୍କୁ ହରାଇଛି, ନିଜର ହଜାର-ହଜାର ନିର୍ଦ୍ଦୋଷ ନାଗରିକଙ୍କୁ ହରାଇଛି, ଅନେକ ମାତାଙ୍କର ସନ୍ତାନଙ୍କୁ ହରାଇଛି, ଅନେକ ଭଉଣୀଙ୍କର ଭାଇକୁ ହରାଇଛି । ଆତଙ୍କର ପିଡ଼ାକୁ ଭାରତ ଭଲ ଭାବେ ଜାଣିଛି, ଭାରତ ଆତଙ୍କବାଦକୁ ସର୍ବଦା ନିଜର ଏକତା ଦ୍ୱାରା, ନିଜର ଦୃଢ଼ ଇଚ୍ଛାଶକ୍ତିର ସହିତ ଜବାବ ଦେଇଛି । ଆଜି ସଂପୂର୍ଣ୍ଣ ବିଶ୍ୱକୁ ମଧ୍ୟ ଏକାଠି ହୋଇ ସେହିଭଳି ସମସ୍ତ ଶକ୍ତିକୁ ହରାଇବାର ଅଛି, ଯେଉଁମାନେ ଆତଙ୍କ ସହିତ ଅଛନ୍ତି, ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ।

ସାଥୀଗଣ, ଭାରତ ପାଇଁ ଏକତାର ଅର୍ଥର ସଂପ୍ରସାରଣ ସଦା ସର୍ବଦା ବହୁତ ଅଧିକ ରହିଛି । ଆମେମାନେ ହେଉଛୁ ସେହି ଲୋକ, ଯେଉଁମାନଙ୍କୁ ଏହି ପ୍ରେରଣା ମିଳିଛି- ‘ସର୍ବେ ଭବନ୍ତୁ ସୁଖୀନଃ’ । ଆମେ ହେଉଛୁ ସେହି ଲୋକ ଯେଉଁମାନେ ଅଭ୍ୟସ୍ତ ହୋଇଛୁ ‘ବସୁଧୈବ କୁଟୁମ୍ବକମ୍’, ଏହା ହିଁ ହେଉଛି ଆମର ଜୀବନଧାରା । ଭଗବାନ ବୁଦ୍ଧଙ୍କଠାରୁ ନେଇ ମହାତ୍ମାଗାନ୍ଧିଙ୍କ ପର୍ଯ୍ୟନ୍ତ ଭାରତ ସମଗ୍ର ବିଶ୍ୱକୁ ଶାନ୍ତି ଏବଂ ଏକତାର ସନ୍ଦେଶ ଦେଇଛି । ସାଥୀଗଣ, ରାଷ୍ଟ୍ରକବି ରାମଧାରୀ ସିଂହ ଦୀନକର ମହାଶୟ ଲେଖିଛନ୍ତି- ‘ଭାରତ ଏକ ବିଚାର, ସ୍ୱର୍ଗକୁ ଧରଣୀ ଉପରକୁ ଆଣିବା ଭଳି । ଭାରତ ହେଉଛି ଏକ ଭାବ, ଯାହାକୁ ପାଇ ମନୁଷ୍ୟ ଜାଗ୍ରତ ହୋଇଥାଏ ।’ ଆମର ଏହି ରାଷ୍ଟ୍ର ଆମର ବିଚାର ଦ୍ୱାରା, ଆମର ଭାବନା ଦ୍ୱାରା, ଆମର ଚେତନା ଦ୍ୱାରା, ଆମର ପ୍ରୟାସ ଦ୍ୱାରା, ଆମ ସମସ୍ତଙ୍କ ସହିତ ମିଳିମିଶି ହିଁ ସୃଷ୍ଟି ହୋଇଥାଏ । ଆଉ ଏହାର ବହୁତ ବଡ଼ ଶକ୍ତି, ହେଉଛି ଭାରତର ବିବିଧତା । ଏତେ ଉପଭାଷା, ଏତେ ଭାଷା, ଭିନ୍ନ-ଭିନ୍ନ ଧରଣର ଖାଦ୍ୟପେୟ, ରୀତି-ନୀତି, ମାନ୍ୟତା, ଏହା କୌଣସି ଅନ୍ୟ ଦେଶରେ ମିଳିବା ହେଉଛି କଷ୍ଟକର । ଆମର ବେଦବାକ୍ୟରେ ମଧ୍ୟ କୁହାଯାଇଛି- ଜନଂ ବିଭତି ବହୁଧା ବିବାଚସଂ ନାନାଧର୍ମାଣଂ ପୃଥ୍ୱୀବୀ ୟଥୌକସମ୍ । ସହସ୍ତ୍ରଂ ଧାରା ଦ୍ରବିଣସ୍ୟ ମେଁ ଦୁହାଂ ଧୁବେବ ଧେନୁରନ୍-ପସ୍ଫୁରନ୍ତି । ଅର୍ଥାତ, ଆମର ଏହି ମାତୃଭୂମି ଭିନ୍ନ-ଭିନ୍ନ ଭାଷା କହୁଥିବା ଲୋକ, ଭିନ୍ନ-ଭିନ୍ନ ଆଚାର, ବିଚାର, ବ୍ୟବହାର କରୁଥିବା ଭଳି ଲୋକଙ୍କୁ ଗୋଟିଏ ଘର ପରିବାର ଭଳି ଧାରଣ କରିଛି । ଏଥିପାଇଁ, ଆମର ଏହି ବିବିଧତା ହିଁ ହେଉଛି ଆମର ଅସ୍ତିତ୍ୱ । ଏହି ବିବିଧତାରେ ଏକତାକୁ ଜୀବନ୍ତ ରଖିବା ହିଁ ରାଷ୍ଟ୍ର ପ୍ରତି ହେଉଛି ଆମର କର୍ତ୍ତବ୍ୟ । ଆମକୁ ସ୍ମରଣ ରଖିବାକୁ ହେବ ଯେ, ଆମେ ହେଉଛୁ ଏକ, ତେବେ ଆମେ ହେଉଛୁ ଅପରାଜୟ । ଆମେ ହେଉଛେ ଏକ, ତେବେ ହେଉଛୁ ଅସାଧାରଣ । ଆମେ ହେଉଛୁ ଏକ, ତେବେ ଆମେ ହେଉଛୁ ଅଦ୍ୱିତୀୟ । କିନ୍ତୁ ସାଥୀଗଣ, ଆମକୁ ଏହା ମଧ୍ୟ ସ୍ମରଣ ରଖିବାକୁ ହେବ ଯେ ଭାରତର ଏହି ଏକତା, ଏହି ଶକ୍ତି, ଅନ୍ୟମାନଙ୍କ ପାଇଁ ମଧ୍ୟ ଅସହ୍ୟବୋଧ ହୋଇଛି । ଆମର ଏହି ବିବିଧତାକୁ ସେମାନେ ଆମର ଦୁର୍ବଳତା ଭାବୁଛନ୍ତି । ଆମର ଏହି ବିବିଧତାକୁ ଆଧାର କରି ସେମାନେ ଜଣେ-ଅନ୍ୟ ଜଣଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଭଳି ଶକ୍ତିକୁ ଚିହ୍ନିବାର ଆବଶ୍ୟକତା ରହିଛି, ଏଭଳି ଶକ୍ତି ପ୍ରତି ପ୍ରତ୍ୟେକ ଭାରତୀୟଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ଅଛି ।

ସାଥୀଗଣ, ଆଜି ଏଠାରେ ଯେତେବେଳେ ମୁଁ ଅର୍ଦ୍ଧସୈନିକ ବଳଙ୍କ ପରେଡ଼ ଦେଖୁଥିଲି, ଆପଣ ସମସ୍ତେ ମଧ୍ୟ ଅଦ୍ଭୁତ କୌଶଳକୁ ଦେଖୁଥିଲେ, ସେତେବେଳେ ମନରେ ଆଉ ଏକ ଚିତ୍ର ଥିଲା, ଏହି ଚିତ୍ର ଥିଲା, ପୁଲୱାମା ଆକ୍ରମଣର, ସେହି ଆକ୍ରମଣରେ ଆମର ପୁଲିସ ବଳର, ଆମର ଯେଉଁ ବୀର ସାଥୀ ସହିଦ ହେଲେ, ସେମାନେ ଅର୍ଦ୍ଧ ସୈନିକ ବଳ ହିଁ ଥିଲେ । ଦେଶ କେବେ ଭୁଲି ପାରିବ ନାହିଁ ଯେ ନିଜ ବୀର ପୁତ୍ରଙ୍କୁ ହରାଇ ସଂପୂର୍ଣ୍ଣ ଦେଶ ଦୁଃଖୀ ଥିଲା, ସେତେବେଳେ କିଛି ଲୋକ ସେହି ଦୁଃଖରେ ସାମିଲ ହୋଇ ନଥିଲେ, ସେମାନେ ପୁଲୱାମା ଆକ୍ରମଣରେ ମଧ୍ୟ ନିଜର ରାଜନୈତିକ ସ୍ୱାର୍ଥ ଖୋଜୁଥିଲେ । ନିଜର ରାଜନୈତିକ ସ୍ୱାର୍ଥ ଦେଖୁଥିଲେ । ଦେଶ ଭୁଲି ପାରିବ ନାହିଁ, ସେତେବେଳେ କେଉଁ ପ୍ରକାରର କଥା ସବୁ କୁହାଗଲା, କେଉଁଭଳି ବୟାନ ଦିଆଗଲା । ଦେଶ ଭୁଲିବ ନାହିଁ ଯେ, ଯେତେବେଳେ ଦେଶ ଉପରେ କେତେ ବଡ଼ ଆଘାତ ଲାଗିଥିଲା, ସେତେବେଳେ ସ୍ୱାର୍ଥ ଏବଂ ଅହଂକାରରେ ପରିପୂର୍ଣ୍ଣ ଭ୍ରଷ୍ଟ ରାଜନୀତି କେତେ ଚରମ ସୀମାରେ ଥିଲା । ଆଉ ସେହି ସମୟରେ ସେହି ବୀରଙ୍କ ଆଡକୁ ଦେଖି ମୁଁ ବିବାଦଠାରୁ ଦୂରରେ ରହି ସମସ୍ତ ଅଭିଯୋଗକୁ ସହୁଥିଲି । ଅତି ନିମ୍ନ ସ୍ତରର କଥାସବୁକୁ ଶୁଣୁଥିଲି । ମୋ ହୃଦୟରେ ବୀର ଶହୀଦଙ୍କ ପାଇଁ ଗଭୀର କ୍ଷତ ଥିଲା । କିନ୍ତୁ ବିଗତ କିଛି ଦିନରେ ପଡୋଶୀ ଦେଶରୁ ଯେଉଁ ଖବର ଆସିଛି, ଯେଭଳି ଭାବେ ସେଠାକାର ସଂସଦରେ ସତ୍ୟକୁ ସ୍ୱୀକାର କରାଯାଇଛି, ସେଥିରେ ଏହି ଲୋକଙ୍କର ଅସଲ ଚେହେରାକୁ ଦେଶ ସାମ୍ନାରେ ରଖି ଦେଇଛି । ନିଜର ନିହିତ ସ୍ୱାର୍ଥ ପାଇଁ ରାଜନୈତିକ ସ୍ୱାର୍ଥ ପାଇଁ ଏହି ଲୋକ କେଉଁ ସ୍ତର ପର୍ଯ୍ୟନ୍ତ ଯାଇ ପାରନ୍ତି, ପୁଲୱାମା ଆକ୍ରମଣ ପରେ ହୋଇଥିବା ରାଜନୀତି ହେଉଛି ଏହାର ବହୁତ ବଡ଼ ଉଦାହରଣ । ମୁଁ ଏଭଳି ରାଜନୈତିକ ଦଳକୁ, ଏଭଳି ଲୋକଙ୍କୁ ଅନୁରୋଧ କରିବି ଆଉ ଆଜିର ସମୟରେ ମୁଁ ଟିକେ ବିଶେଷ ଅନୁରୋଧ କରିବି ଆଉ ସର୍ଦ୍ଦାର ସାହେବଙ୍କ ପ୍ରତି ଯଦି ଆପଣଙ୍କର ଶ୍ରଦ୍ଧା ଅଛି, ତେବେ ଏହି ମହାପୁରୁଷଙ୍କର ଏହି ବିରାଟ ପ୍ରତିମା ସାମ୍ନାରେ ଆପଣଙ୍କୁ ଅନୁରୋଧ କରିବି ଯେ ଦେଶ ହିତରେ, ଦେଶର ସୁରକ୍ଷାର ହିତରେ ଆମର ସୁରକ୍ଷା ବଳର ମନୋବଳ ପାଇଁ, ଦୟାକରି ଏଭଳି ରାଜନୀତି କରନ୍ତୁ ନାହିଁ, ଏଭଳି କଥାରୁ ଦୂରେଇ ରୁହନ୍ତୁ । ନିଜ ସ୍ୱାର୍ଥ ପାଇଁ, ଜଣାତରେ-ଅଜଣାତରେ ଆପଣ ଦେଶ ବିରୋଧୀ ଶକ୍ତିର, ତାଙ୍କ ହାତରେ ଖେଳଣା ସାଜି, ତାଙ୍କର ଗୋଟି ପାଲଟି, ନା ଆପଣ ଦେଶର ହିତ କରି ପାରିବେ ଏବଂ ନା ହିଁ ନିଜ ଦଳର ।

ସାଥୀଗଣ, ଆମକୁ ସର୍ବଦା ଏହା ମନେ ରଖିବାକୁ ଅଛି ଯେ ଆମେ ସମସ୍ତଙ୍କ ପାଇଁ କେଉଁକଥା ସର୍ବୋଚ୍ଚ ସ୍ଥାନରେ ଅଛି, ତେବେ ତାହା ହେଉଛି ସର୍ବୋଚ୍ଚ ହିତ-ହେଉଛି ଦେଶର ହିତ । ଯେତେବେଳେ ଆମେ ସମସ୍ତଙ୍କର ହିତ କଥା ଚିନ୍ତା କରିବା, ସେତେବେଳେ ଆମର ମଧ୍ୟ ପ୍ରଗତି ହେବ, ସେତେବେଳେ ଆମର ମଧ୍ୟ ଉନ୍ନତି ହେବ । ଭାଇ ଓ ଭଉଣୀମାନେ, ଆଜି ସୁଯୋଗ ହେଉଛି ଏହି ବିରାଟ, ଭବ୍ୟ ବ୍ୟକ୍ତିତ୍ୱଙ୍କ ଚରଣରେ ଆମେ ସେହି ଭାରତର ନିର୍ମାଣର ସଂକଳ୍ପ ଦୋହରାଇବା, ଯାହାର ନିର୍ମାଣର ସ୍ୱପ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଖିଥିଲେ । ଏକ ଏଭଳି ଭାରତ, ଯାହା ସଶକ୍ତ ହେବ, ସମୃଦ୍ଧ ହେବ ଏବଂ ଆତ୍ମନିର୍ଭର ହେବ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସମସ୍ତେ ପୁଣିଥରେ ରାଷ୍ଟ୍ର ପ୍ରତି ନିଜର ସମର୍ପଣକୁ ଦୋହରାଇବା । ଆସନ୍ତୁ, ସର୍ଦ୍ଦାର ପଟେଲଙ୍କ ଚରଣରେ ନତମସ୍ତକ ହୋଇ ଆମେ ଏହି ପ୍ରତିଜ୍ଞା କରିବା ଯେ ଦେଶର ଗୌରବ ଏବଂ ମାନ ବଢ଼ାଇବା, ଏହି ଦେଶକୁ ନୂତନ ଶୀଖର ପର୍ଯ୍ୟନ୍ତ ନେଇଯିବା ।

ଏହି ସଂକଳ୍ପ ସହିତ, ସମସ୍ତ ଦେଶବାସୀଙ୍କୁ ଏକତା ପର୍ବର ପୁଣି ଥରେ ବହୁତ-ବହୁତ ଶୁଭକାମନା ଜଣାଉଛି । ଆଦରପୂର୍ବକ ସର୍ଦ୍ଦାର ସାହେବଙ୍କୁ ପ୍ରଣାମ କରି ଶ୍ରଦ୍ଧାପୂର୍ବକ ସର୍ଦ୍ଦାର ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଁ ଦେଶବାସୀଙ୍କୁ ବାଲ୍ମିକୀ ଜୟନ୍ତିର ଶୁଭକାମନା, ସର୍ଦ୍ଦାର ସାହେବଙ୍କ ଜୟନ୍ତିର ଶୁଭକାମନା ସହିତ ମୋ ବାଣୀକୁ ବିରାମ ଦେଉଛି ।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"