PM Modi is a ‘Vikas Avtar’, says Swami Avdheshananda #NarmadaSevaYatra 
India will become a ‘Vishwaguru’ under PM Modi’s leadership, says MP Chief Minister Shivraj Singh Chouhan #NarmadaSevaYatra 
#NarmadaSevaYatra is a unique move in history: PM Modi
Maa Narmada is a life giver, says PM Modi #NarmadaSevaYatra 
Success of Swachh Bharat Mission is not due to governments but efforts of people: PM Modi

ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଆମ ଶାସ୍ତ୍ରରେ ଗୋଟିଏ ମାନ୍ୟତା ସ୍ଥାପିତ ହୋଇଛି ଯେ ଯଦି ଆମେ ଯାତ୍ରା କରି ପାରୁନାହେଁ, କିନ୍ତୁ କୌଣସି ଯାତ୍ରୀଙ୍କୁ ଯଦି ପ୍ରଣାମ କରିଦେବା ତେବେ ଯାତ୍ରାର ପୁଣ୍ୟ ପ୍ରାପ୍ତ ହୋଇଥାଏ । ତ ମୁଁ ମଧ୍ୟ ଆପଣ ସମସ୍ତ ଯାତ୍ରୀଙ୍କୁ ପ୍ରଣାମ କରି, ଯେଉଁ ପୁଣ୍ୟ ଆପଣ ଅର୍ଜନ କରିଛନ୍ତି; ସେଥିରୁ ଆପଣଙ୍କଠାରୁ କିଛି ଭାଗ ମାଗୁଛି । କିନ୍ତୁ ସେହି ଭାଗ ମୁଁ ମୋ ପାଇଁ ମାଗୁନାହିଁ, ଆପଣଙ୍କ ଏହି ଯାତ୍ରାରୁ ଅର୍ଜନ କରିଥିବା ପୁଣ୍ୟ ମାଆ ଭାରତୀର କାମରେ ଆସୁ, ଶହେ ପଚିଶି କୋଟି ଭାରତୀୟଙ୍କ କାମରେ ଆସୁ, ଏହି ଦେଶର ଗରିବରୁ ଗରିବ ଲୋକର ଜୀବନରେ ପରିବର୍ତ୍ତନ ଆଣିବା କାମରେ ଆସୁ । ଆଉ ମୋର ବିଶ୍ୱାସ ନର୍ମଦା ଯାତ୍ରା ହିଁ ହେଉଛି ସେହି ଯାତ୍ରା ଯାହାକୁ ନର୍ମଦା ପରିକ୍ରମା ସହ ଯୋଡ଼ା ଯାଇଛି । ଆଉ ମୁଁ ଏହି ଶାସ୍ତ୍ର ସହିତ ଭଲ ଭାବେ ପରିଚିତ, ମୁଁ ସେହି ଦୁନିଆରେ ବଞ୍ଚିବାର ଚେଷ୍ଟା କେବେ କରିଥିଲି, ଆଉ ସେଥିରେ ମତେ ଜଣା ଅଛି ଯେ ଯେବେ ନର୍ମଦା ପରିକ୍ରମା କରନ୍ତି, ସେତେବେଳେ ଅହଙ୍କାର କିଭଳି ଭାଙ୍ଗି ଚୂନା ହୋଇଯାଇଥାଏ; ଅହଙ୍କାର କିଭଳି ମାଟିରେ ମିଶିଯାଇଥାଏ । ଆଉ ପରିକ୍ରମା କରୁଥିବା ବ୍ୟକ୍ତିକୁ ମାଆ ନର୍ମଦା ମାଟିରେ ଆଣି ଠିଆ କରିଦେଇଥାନ୍ତି । ସମସ୍ତ ବନ୍ଧନରୁ ମୁକ୍ତ କରିଦେଇଥାଆନ୍ତି । ସମସ୍ତ ପଦ ଉପାଧିରେ ଅଭିଭୂଷିତ ହୋଇ ଥାଆନ୍ତି, ତାଙ୍କୁ ମଧ୍ୟ ପରିକ୍ରମା ମଧ୍ୟରେ ମୁକ୍ତି ମିଳି ଯାଇଥାଏ । ମାଆ ନର୍ମଦା ଏବଂ ନର୍ମଦା ସେବକଙ୍କ ମଧ୍ୟରେ କୌଣସି ଆସୁରିକ ଭାବନା ବଂଚି ରହି ନଥାଏ, ଗୋଟିଏ

ଅଦ୍ୱୈତର ଅନୁଭୂତି ହୋଇଥାଏ । ଆପଣ ମଧ୍ୟ ଆଜି ମାଆ ନର୍ମଦାଙ୍କ ଏହି ମହାନ ସେବା କରିବାର ସଂକଳ୍ପ ନେଇଛନ୍ତି ।

ଯେବେ ସମୟ ପରିବର୍ତ୍ତନ ହୁଏ, ତ କେଉଁଠୁ କେଉଁଠିକୁ ପହଞ୍ଚାଇ ଦିଏ । ଆଉ ଯେବେ ଅତିକାର ଭାବ ପ୍ରବଳ ହୋଇଯାଏ, କର୍ତ୍ତବ୍ୟ ଭାବ କ୍ଷୀଣ ହୋଇଯାଏ, ସେତେବେଳେ ଏହି ସମସ୍ୟାଗୁଡ଼ିକ ସୃଷ୍ଟି ହୋଇଥାଏ; ଯେଉଁଥି ପାଇଁ ଆଜି ଆମକୁ ନର୍ମଦା ସେବାପାଇଁ ବାହାରିବାକୁ ପଡ଼ିଲା । ଇଏ ତ ହେଉଛନ୍ତି ସେହି ମାଆ ନର୍ମଦା ଯିଏ ହଜାର ହଜାର ବର୍ଷଧରି ଆମକୁ ବଞ୍ଚାଇଛନ୍ତି, ଆମକୁ ଜୀବନ ଦେଇଛନ୍ତି, ଆମ ପୂର୍ବପୁରୁଷଙ୍କୁ ରକ୍ଷା କରିଛନ୍ତି, କିନ୍ତୁ ଆମେ ଆମ ଅଧିକାର ବୋଲି ମାନିନେଲୁ, ଆମେ କର୍ତ୍ତବ୍ୟରୁ ବିମୁଖ ହୋଇଗଲୁ, ଆଉ ମାଆ ନର୍ମଦାଠାରୁ ଯେତିକି ଲୁଟିନେଇ ପାରିବା ଲୁଟି ଚାଲିଲୁ । ନିଜର ସ୍ୱାର୍ଥ ବଶତଃ ନିଜର ଆବଶ୍ୟକତା ଅନୁସାରେ ମାଆ ନର୍ମଦାର ତ ଖାତିର ନ କରି, ଆମେ ନିଜର ଆବଶ୍ୟକତାକୁ ନିଶ୍ଚିତ କଲୁ । ମନରେ ସେହି ଅଧିକାର ଭାବନା ଥିଲା ଯେ ମୋର ମାଆ ନର୍ମଦାଠାରେ ତ ଅଧିକାର ଅଛି, ମୁଁ ତେଣୁ ଯେମିତି ଚାହିଁବି ସେମିତି ତା’କୁ ଉପଭୋଗ କରିପାରିବି, ଆଉ ତାହାର ପରିଣାମ ହେଲା ଯେ ଯେଉଁ ମାଆ ନର୍ମଦା ଆମକୁ ବଞ୍ଚାଇଥିଲେ, ଆଜି ସେହି ମାଆ ନର୍ମଦାଙ୍କୁ ବଞ୍ଚାଇବାକୁ ଆମକୁ ଝାଳ ବୁହାଇବାକୁ ପଡ଼ୁଛି, ପରିସ୍ଥିତି ଏଭଳି ଆସିଛି । ଯଦି କର୍ତ୍ତବ୍ୟ ଭାବରୁ ଆମେ ବିମୁଖ ହୋଇ ନଥା’ନ୍ତେ, ମାଆ ପ୍ରତି କର୍ତ୍ତବ୍ୟକୁ ଆମେ ପାଳନ କରିଥାନ୍ତେ ତା’ହେଲେ ମାଆ ନର୍ମଦା, ତାଙ୍କୁ ବଞ୍ଚାଇବାର ସ୍ଥିତି ମନୁଷ୍ୟ ହାତରେ ନଥାନ୍ତା । ଆଉ ଏଥିପାଇଁ ସମୟ ଥାଉ ଥାଉ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ମଧ୍ୟପ୍ରଦେଶର ଜନତା ସଜାଗ ହୋଇଗଲେ ।

ହିନ୍ଦୁସ୍ଥାନରେ କେତେ ନଦୀ ଅଛନ୍ତି, ମାନଚିତ୍ରରେ ଚିହ୍ନ ରହିଛି, ପାଣିର ନାଁ-ଗନ୍ଧ ନାହିଁ । କେତେ ନଦୀ ଇତିହାସ ଗର୍ତ୍ତରେ ଶେଷ ହୋଇଯାଇଛନ୍ତି । ଆମ ଦେଶର କେରଳରେ ଏକ ନଦୀ ଅଛି, ବୋଧହୁଏ ଏହା ଗୋଟିଏ ହିଁ ନଦୀ ଯାହାର ନାମ ଭାରତରେ ଅଛି; ଭାରତ ପୂଜା । ସେହି କେରଳର ନଦୀ ବଞ୍ଚିକରି ରହିବ କି ନ ରହିବ, ଏହା ଚିନ୍ତାର ବିଷୟ । ଏଭଳି ତ ନୁହେଁ ଯେ ପାଣି ବ୍ୟବହାର କରିବା ଯୋଗୁଁ ନଦୀ ଶେଷ ହୋଇଛି । ନଦୀର ରକ୍ଷା ପାଇଁ ଯେଉଁ ତତ୍ତ୍ଵଗୁଡ଼ିକ ସହିତ ରକ୍ଷା କରିବାର ଦାୟିତ୍ୱ ରହିଥାଏ, ତାହା ଯଦି ଆମେ ପାଳନ ନ କରିବା ତ ମାନବ ଜାତିକୁ କେତେବଡ଼ କ୍ଷତି ହେବ ।


ଆମେ ଭଲ ଭାବରେ ଜାଣୁ ଯେ ମାଆ ନର୍ମଦା ବରଫ ପାହାଡ଼ରୁ ଆସନ୍ତି ନାହିଁ, ବରଫ ଚଟାଣରୁ ତରଳି କରି ଆସନ୍ତି ନାହିଁ । ମା ନର୍ମଦା ଗୋଟିଏ ଗୋଟିଏ ଗଛର ପ୍ରସାଦରୁ ପ୍ରକଟ ହୋଇଥାନ୍ତି ଆଉ ଯିଏ ଆମମାନଙ୍କୁ ଆଜ୍ଞା, ଆମମାନଙ୍କ ଜୀବନକୁ ପୁଲକିତ କରିଥାଆନ୍ତି । ଆଉ ଏଥିପାଇଁ ମଧ୍ୟପ୍ରଦେଶ ସରକାର ମାଆ ନର୍ମଦାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ମାଆ ନର୍ମଦାଙ୍କର ଗ୍ୟାରେଣ୍ଟି ପାଇଁ, ସବୁଠାରୁ ପ୍ରମୁଖ କାମ ହାତକୁ ନେଇଛନ୍ତି, ତା ହେଉଛି ଗଛ ଲଗାଇବାର; ବୃକ୍ଷରୋପଣ । ଯେବେ ଆମେ ଗଛ ଲଗାଇବା ତେବେ ଆମକୁ ମଧ୍ୟ ଅନୁମାନ ହେବ ନାହିଁ ଯେ ଆମେ ଆଗାମୀ ପିଢ଼ୀଙ୍କ ପାଇଁ କେତେ ବଡ଼ ସେବା କରୁଅଛୁ । ଆମ ପୂର୍ବ ପୁରୁଷ ଯେଉଁ ତପସ୍ୟା କରିଥିଲେ, ସାଧନା କରିଥିଲେ, ସେବା କରିଥିଲେ, ତାହାର ଇଏ ପରିଣାମ ହେଉଛି ଆଜି ଆମେ ମାଆ ନର୍ମଦାଙ୍କ ଲାଭ ଉଠାଇ ପାରୁଛେ । ଆଜି ଆମେ ଯେଉଁ ପୁରୁଷାର୍ଥ କରିବା, ଆଗାମୀ କେତେ ପିଢ଼ୀ ଆମକୁ ମନେ ରଖିବେ ଯେ କୌଣସି ଏକ ସମୟ ଥିଲା, ଯେବେ ମାଆ ନର୍ମଦାଙ୍କୁ ବଞ୍ଚାଇବା ପାଇଁ ଗଛ ଲତାଙ୍କର ସାହାଯ୍ୟ ନେଇ ପୁଣି ଥରେ ମାଆ ନର୍ମଦାଙ୍କୁ ପୁର୍ନଜୀବନ ଦିଆ ଯାଇଥିଲା ।

ପାଖାପାଖି ଦେଢ଼ ଶହ ଦିନର ଯାତ୍ରା ଏହା ହେଉଛି ଅସମ୍ଭବ କାର୍ଯ୍ୟ, କିନ୍ତୁ ଆମ ଦେଶର ଦୁର୍ଭାଗ୍ୟ ଏହି ଯେ ଯେଉଁଠି ସରକାର ଯୋଡ଼ି ହୋଇଯାଆନ୍ତି, ଯେଉଁଠି ରାଜନେତା ଯୋଡ଼ି ହୋଇଯାଆନ୍ତି, ତ ସବୁର ମହାତ୍ମ୍ୟକୁ ଖଣ୍ଡିତ କରିବାର ହିଁ ଚେଷ୍ଟା ହୋଇଥାଏ । ନହେଲେ ଏ ହେଉଛି ଏଭଳି ଘଟଣା, ଆଉ ମୁଁ ମଧ୍ୟପ୍ରଦେଶର ଜନତାଙ୍କୁ ନର୍ମଦା ଯାତ୍ରା ସହିତ ଯୋଡ଼ି ହୋଇଥିବା, ଏହି ସେବା ଯାତ୍ରା ସହିତ ଯୋଡ଼ି ହୋଇଥିବା, ଲକ୍ଷାଧିକ ଲୋକଙ୍କୁ, ନର୍ମଦା ତଟରେ ବସବାସ କରୁଥିବା ପ୍ରତ୍ୟେକ ନାଗରିକଙ୍କୁ ହୃଦୟର ସହିତ ବଧାଇ ଦେଉଛି । ଏହା ଏଭଳି ଘଟଣା ଯେ ଦୁନିଆର କୌଣସି ଦେଶରେ ନଦୀର ରକ୍ଷା ପାଇଁ ଦେଢ଼ ଶହ ଦିନ ପର୍ଯ୍ୟନ୍ତ ଏତିକି ତପସ୍ୟା କରାଯାଇଥାନ୍ତା ତ ସାରା ବିଶ୍ୱରେ ତାହାର ଚର୍ଚ୍ଚା ହୋଇଥାଆନ୍ତା, ସାରା ବିଶ୍ୱରେ ତାହାର ଜୟ ଜୟକାର ହୋଇଥାଆନ୍ତା, ଦୁନିଆର ବଡ଼ ବଡ଼ ଟିଭି ଚ୍ୟାନେଲ୍ ଏହି ଘଟଣାକୁ ଅଙ୍କିତ କରିବା ପାଇଁ ଦୌଡ଼ି ପଡ଼ିଥାନ୍ତେ । କିନ୍ତୁ ଏହା ଆମ ଦେଶର ଦୁର୍ଭାଗ୍ୟ ଯେ ଆମେ ଆମର ନିଜର ଏଇ ଚେଷ୍ଟାର ବିଶ୍ୱସ୍ତରୀୟ ସାମର୍ଥ୍ୟ କ’ଣ ଅଛି, ନା ତାକୁ ଜାଣି ପାରନ୍ତି ନା ବୁଝି ପାରନ୍ତି, ଆଉ ସୁଯୋଗ ହରାଇ ଦିଅନ୍ତି ।

ଆଜି କେଉଁଠାରେ ଏକ ସୌର ପାର୍କ ତିଆରି ହୋଇଯାଏ ତା’ର ମଧ୍ୟ ସାରା ଦୁନିଆରେ

ଚର୍ଚ୍ଚା ହୋଇଥାଏ ଯେ ସେହି ଦେଶର ସେହି ଅଞ୍ଚଳରେ ମାନବତାର ରକ୍ଷା ପାଇଁ ସୌର ପାର୍କ ତିଆରି ହୋଇଛି । ଏହା ନଦୀ ବଞ୍ଚାଇବାର ଏତେ ବଡ଼ କାମ ହୋଇଛି, ପର୍ଯ୍ୟାବରଣ ରକ୍ଷାର ଏତେ ବଡ଼ କାମ ହୋଇଛି, 25 ଲକ୍ଷରୁ ଅଧିକ ଲୋକ ସଂକଳ୍ପ ନେଇଛନ୍ତି, କୋଟି କୋଟି ଜନତା ଏଥିରେ ଯୋଡ଼ି ହୋଇଛନ୍ତି, ଶରୀରକୁ କଷ୍ଟ ଦେଇଛନ୍ତି, ଦିନଗୁଡ଼ିକ କଠିନତା ସହ ବିତିଛି, ସ୍ୱୟଂ ପରିଶ୍ରମ କରି, ପାଦରେ ଚାଲି, ମାଆ ପୃଥିବୀର ରକ୍ଷା ପାଇଁ, ନଦୀର ରକ୍ଷା ପାଇଁ, ପର୍ଯ୍ୟାବରଣ ରକ୍ଷା ପାଇଁ, ମାନବତାର ରକ୍ଷା ପାଇଁ, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ଆଉ ଏହାର ନେତୃତ୍ୱ ନେବା ପାଇଁ ମୁଁ ଶିବରାଜଜୀଙ୍କୁ, ତାଙ୍କର ପୂରା ଟିମକୁ, ଆଉ ମଧ୍ୟପ୍ରଦେଶର ଜନତାଙ୍କୁ ବଧାଇ ଜଣାଉଛି ।

ମୋର ଜନ୍ମ ହେଉଛି ଗୁଜୁରାଟରେ । ନର୍ମଦାର ଗୋଟିଏ ଗୋଟିଏ ବୁନ୍ଦା ପାଣିର ମୂଲ୍ୟ କ’ଣ, ତାହା ଗୁଜୁରାଟର ଲୋକମାନେ ଭଲ ଭାବରେ ଜାଣନ୍ତି । ଆଉ ଆଜି ଯେବେ ଆପଣ ନର୍ମଦାର ଭବିଷ୍ୟତ ପାଇଁ ଏତେ ବଡ଼ ପଦକ୍ଷେପ ଉଠାଇଛନ୍ତି, ତ ମୁଁ ଗୁଜୁରାଟର ଗାଁରୁ, କୃଷକଙ୍କ ତରଫରୁ, ସେଠାକାର ନାଗରିକଙ୍କ ତରଫରୁ; ରାଜସ୍ଥାନର ଗାଁ ତରଫରୁ, କୃଷକଙ୍କ ତରଫରୁ, ସେଠାକାର ନାଗରିକଙ୍କ ତରଫରୁ; ମହାରାଷ୍ଟ୍ରର ଗାଁ ତରଫରୁ, ମହାରାଷ୍ଟ୍ରର କୃଷକଙ୍କ ତରଫରୁ, ମହାରାଷ୍ଟ୍ରର ନାଗରିକଙ୍କ ତରଫରୁ, ମଧ୍ୟପ୍ରଦେଶର ଜନତାଙ୍କୁ, ମଧ୍ୟପ୍ରଦେଶର ସରକାରଙ୍କୁ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି, ତାଙ୍କୁ ଧନ୍ୟବାଦ ଜଣାଉଛି ।

ଏଇ କିଛି ଦିନ ହେବ ଦେଶରେ ସ୍ୱଚ୍ଛତା ଅଭିଯାନ, ତାକୁ ଏବେ ଢାଂଚାଗତ ବ୍ୟବସ୍ଥା ମିଳିଛି । ଲଗାତାର ତୃତୀୟ ପକ୍ଷ ଦ୍ୱାରା ହିନ୍ଦୁସ୍ଥାନରେ ମୂଲ୍ୟାୟନ ହେଉଛି । କେଉଁ ରାଜ୍ୟରେ ସ୍ୱଚ୍ଛତାର କ’ଣ ଚାଲୁଛି, କେଉଁ ସହର ହେଉଛି ସ୍ୱଚ୍ଛ । ଜନ ଭାଗିଦାରୀ ହେଉଛି ଲୋକତନ୍ତ୍ରର ସବୁଠାରୁ ବଡ଼ ଶକ୍ତି । ଆଉ ଯଦି ଆମେ ଜନ ସାମର୍ଥ୍ୟ, ଜନ ଶକ୍ତି, ଜନ ଭାଗିଦାରୀ, ଏହାର ଉପେକ୍ଷା କରିବା ତ ସରକାରମାନେ କିଛି ବି କରିବାରେ ସମର୍ଥ ହୁଅନ୍ତି ନାହିଁ । କେତେ ହିଁ ଭଲ ବିଚାର ହେଉ ନା କାହିଁକି, କେତେ ହିଁ ଭଲ ନେତୃତ୍ୱ ହେଉ ନା କାହିଁକି, କେତେ ହିଁ ଭଲ ବ୍ୟବସ୍ଥା ହେଉ ନା କାହିଁକି, କିନ୍ତୁ ଜନ ସମର୍ଥନ ବିନା କେବେ ବି କୌଣସି ଜିନିଷ ସଫଳ ହୁଏ ନାହିଁ । ଆଉ ଜନ ସମର୍ଥନ ଦ୍ୱାରା କିଭଳି ସଫଳ ହୋଇଥାଏ, ଏହାର ଉତ୍ତମ ଉଦାହରଣ ମଧ୍ୟପ୍ରଦେଶ ପ୍ରସ୍ତୁତ କରିଛି ।

ଗତ ଥର ଯେବେ ସର୍ବେକ୍ଷଣ ହୋଇଥିଲା ତେବେ ସ୍ୱଚ୍ଛତା ଦିଗରେ ମଧ୍ୟ ପ୍ରଦେଶର ନାମ ବଦନାମ୍ ସୀମାରେ ଆସି ଯାଇଥିଲା, କିନ୍ତୁ ମଧ୍ୟ ପ୍ରଦେଶ ମନରେ ଦୃଢ଼ କରିନେଇଥିଲା, ଏ କଳଙ୍କ ଲିଭାଇବାର ସଙ୍କଳ୍ପ କଲା, ଜନ ଜାଗରଣ କଲେ, ଜନ ଭାଗିଦାରୀ ବଢ଼ାଇଲା, ଜନ-ଜନଙ୍କୁ ଯୋଡ଼ିଲା, ଆଉ ଆଜି ମୁଁ ମଧ୍ୟପ୍ରଦେଶକୁ ବହୁତ ବହୁତ ବଧାଇ ଜଣାଉଛି । ଦେଶରେ ଯେଉଁ ଶହେଟି ସହର ସଫାଇ ପାଇଁ ଆକଳନ କରାଯାଇଥିଲା, ସେହି ଶହେଟି ସହର ମଧ୍ୟରେ, 100ରେ 22 ଟି ମଧ୍ୟପ୍ରଦେଶର ଅଟେ । ଇଏ ହେଉଛି ବହୁତ ବଡ଼ ସିଦ୍ଧି । ହିନ୍ଦୁସ୍ଥାନର ଅନ୍ୟ ରାଜ୍ୟଙ୍କୁ ପ୍ରେରଣା ଦେବାଭଳି କାମ, ସ୍ୱଚ୍ଛତା ଦିଗରେ ମଧ୍ୟପ୍ରଦେଶ ଜନଭାଗିଦାରୀ ଦ୍ୱାରା କରି ଦେଖାଇଲେ । ଇନ୍ଦୋର ଏବଂ ଭୋପାଳ ହିନ୍ଦୁସ୍ଥାନର ଶୀର୍ଷରେ ପ୍ରଥମ ଆଉ ଦ୍ୱିତୀୟ ସ୍ଥାନରେ ରହିଲେ ।


100 ରୁ 22 ଟି ସହର ସ୍ୱଚ୍ଛତା ଭିତରେ ଆଗ ଧାଡ଼ିରେ ଆସିଯାଆନ୍ତି, ଏହାର ଅର୍ଥ ଏହା ହେଲା ଯେ ସାରା ରାଜ୍ୟରେ ପ୍ରଶାସନ, ଶାସନ, ଜନତା ଜନାର୍ଦ୍ଦନ ଏହାକୁ ନିଜର କାମ ବୋଲି ମାନିନେଲେ । ଆଉ ଏହାର ପରିଣାମ ହେଉଛି ଏହି ନର୍ମଦା ଯୋଜନା ସେବା ଯାତ୍ରାର ସଫଳତା । ଏହି ସଫଳତା ମଧ୍ୟ ସରକାରଙ୍କ ଶକ୍ତି ଭରସାରେ ହୋଇନାହିଁ, ଏହି ଜନତା ଜନାର୍ଦ୍ଦନଙ୍କ ଶକ୍ତି ଭରସାରେ ହୋଇଛି । ଆଉ ଜନତାଙ୍କ ଶକ୍ତି ଯେବେ ଯୋଡ଼ି ହୋଇଥାଏ ତ କେତେ ବଡ଼ ପରିଣାମ ଆସିଥାଏ; ଶିବରାଜଜୀ 6 କୋଟିର ଲକ୍ଷ ରଖିଛନ୍ତି, 2 ଜୁଲାଇରେ ଗଛ ଲଗାଇବାର । ଆଉ ସେ ଏହି 6 କୋଟି ଗଛର ବ୍ୟବସ୍ଥା ପାଇଁ ଗତ ଦେଢ଼ ବର୍ଷ ହେଲା ଲଗାତାର କାମ କରୁଛନ୍ତି; ଏହା ଯାହା ହେଉଛି ଏହା ଅଚାନକ ହେଉନାହିଁ । ଏଥିପାଇଁ ନର୍ସରି ଭିତରେ ସବୁ ବ୍ୟବସ୍ଥା କରାଯାଏ, ତେବେ ଯାଇ କରି ହୋଇଥାଏ । କିନ୍ତୁ ଆମେ ଯେପରି ପରିବାରରେ ଗୋଟିଏ ସନ୍ତାନର ଦେଖା ଶୁଣା କରୁଛେ, ସେମିତି ହିଁ ଏହି ନୂଆ ଲଗାଯାଇଥିବା ଗଛ ଲତାର ଯତ୍ନ କରିବା, ଚିନ୍ତା କରିବା, ତେବେ ଯାଇ ସେହି ବଟବୃକ୍ଷ ପ୍ରସ୍ତୁତ ହେବ ।

ଆମର ଏଠି ଶାସ୍ତ୍ରରେ କୁହାଯାଏ ଯିଏ ଏକ ବର୍ଷ ପାଇଁ ଚିନ୍ତା କରେ ସେ ଧାନ ବୁଣିଥାଏ, କିନ୍ତୁ ଯିଏ ଆଗକୁ, ଭବିଷ୍ୟତ ପାଇଁ ଚିନ୍ତା କରିଥାଏ, ସେ ଫଳଦେବା ବୃକ୍ଷ ଲଗାଇଥାଏ । ଏଇ ଫଳଦେବା ବୃକ୍ଷ ଲଗାଇବାର କାମ, ଏହା ଆଗାମୀ ଦିନ ମାନଙ୍କରେ ଅନେକ ପରିବାରର ଆର୍ଥିକ ଗ୍ୟାରେଣ୍ଟିର କାରଣ ମଧ୍ୟ ହେବାକୁ ଯାଉଛି । ମୋର ବିଶ୍ୱାସ ଯେ ମଧ୍ୟପ୍ରଦେଶ ସରକାର ଯେଉଁ ଦାୟିତ୍ୱ ଉଠାଇଛନ୍ତି ଆଉ ସେ ଯେଉଁ କାର୍ଯ୍ୟ ଯୋଜନା ତିଆରି କରିଛନ୍ତି ସେହି କାର୍ଯ୍ୟ ଯୋଜନାର ପୁସ୍ତକ ସେ ମୋ ପାଖରେ ଆଗରୁ ପହଁଚାଇଥିଲେ, ମୁଁ ତାହାର ଅଧ୍ୟୟନ କଲି; ପ୍ରତ୍ୟେକଙ୍କ ପାଇଁ ସେଥିରେ କାମ ଅଛି, ସବୁ ଜାଗା ପାଇଁ ସେଥିରେ କାମ ଅଛି; କେବେ କରିବା, କିଭଳି କରିବା, ତାହାର ବିଧି ବିଧାନ ଅଛି; କିଏ କେଉଁ କାମକୁ ଦେଖିବ ଏହାର ସଂପୂର୍ଣ୍ଣ ସ୍ୱରୂପ ଅଛି; ଗୋଟିଏ ପ୍ରକାରରେ ଭବିଷ୍ୟତ ଦୃଷ୍ଟିକୋଣରୁ ଏହା ହେଉଛି ସଂପୂର୍ଣ୍ଣ ତଥ୍ୟ । ମୁଁ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିବି ଏବଂ ଶିବରାଜଜୀଙ୍କୁ ମଧ୍ୟ ଅନୁରୋଧ କରିବି କି ହିନ୍ଦୁସ୍ଥାନର ସମସ୍ତ ରାଜ୍ୟ ଗୁଡ଼ିକୁ ଗୋଟିଏ ପୁସ୍ତକ ପଠାନ୍ତୁ ଆଉ ପ୍ରାକୃତିକ ସଂସାଧନ ଗୁଡ଼ିକୁ ସୁରକ୍ଷିତ କରିବାର କ’ଣ କୌଶଳ ଅଛି; ମଧ୍ୟପ୍ରଦେଶକୁ ଏକ ନମୁନା ଭାବେ, ଏକ ଉଦାହରଣ ଭାବେ ନେଇ ସମସ୍ତେ ନିଜ ନିଜର ଯୋଜନା ତିଆରି କରନ୍ତୁ ।

ଜଳ ହିଁ ହେଉଛି ଜୀବନ, ଏହା ତ ଆମେ କହିଥାଉ; ନଦୀ ହେଉଛି ମାଆ, ଏହା ଆମେ କହିଥାଉ; କିନ୍ତୁ ସଂପୂର୍ଣ୍ଣ ଅର୍ଥ ବ୍ୟବସ୍ଥା ତାହାରି ଉପରେ ଆଧାରିତ ହୋଇଥାଏ । ତାହା ବିନା ଅର୍ଥ ବ୍ୟବସ୍ଥା ଫମ୍ଫା ହୋଇଯାଇଥାଏ । ଯଦି ଆଜି ମଧ୍ୟପ୍ରଦେଶରେ କୃଷି ବିକାଶ 20 ପ୍ରତିଶତରେ ପହଂଚିଛି ତ ସେଥିରେ ସବୁଠାରୁ ବଡ଼ ଯୋଗଦାନ ହେଉଛି ନର୍ମଦା ନଦୀର । ଏହି ଶକ୍ତି ହେଉଛି, କୃଷକର ଜୀବନ ବଦଳେଇବାର ଶକ୍ତି, ଏହା ମାତା ନର୍ମଦାଙ୍କ ଠାରେ ଅଛି ।

2022 ପର୍ଯ୍ୟନ୍ତ ହିନ୍ଦୁସ୍ଥାନର କୃଷକଙ୍କ ଆୟ ଦୁଇଗୁଣା କରିବାର ସଂକଳ୍ପ ନେଇ କରି ସଂପୂର୍ଣ୍ଣ ଦେଶରେ କାମ ଚାଲୁଅଛି, ମଧ୍ୟପ୍ରଦେଶ ତା’ର ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରି ଦେଇଛି । ଆଉ ତାହାର ଲାଭ କୃଷକମାନଙ୍କର ସହଯୋଗରେ ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁକୁ ମିଳିବ, ଏହା ହେଉଛି ମୋର ବିଶ୍ୱାସ ।

ଭାଇ ଓ ଭଉଣୀମାନେ, 2022, ସ୍ୱାଧୀନତାର 75 ବର୍ଷ ହେଉଛି । କ’ଣ ହିନ୍ଦୁସ୍ଥାନର ଶହେ ପଚିଶ କୋଟି ଦେଶବାସୀ ପ୍ରତିକ୍ଷଣରେ 2022କୁ ସ୍ମରଣ କରି ପାରିବେ ନାହିଁ ? ପ୍ରତି କ୍ଷଣରେ ସ୍ୱାଧୀନତାର 75 ବର୍ଷକୁ ସ୍ମରଣ କରି ପାରିବେ ନାହିଁ ? ଯେଉଁ ମହାପୁରୁଷମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି, ଜୀବନ ଦେଇ ଦେଲେ, ଯୁବାବସ୍ଥା ଜେଲରେ କାଟିଲେ, କେତେଜଣ ଫାଶୀ ଖୁଣ୍ଟରେ ଚଢିଗଲେ, ଯେଉଁମାନେ ନିଜ ଜୀବନ ଠାରୁ ବଳି ପରିବାରକୁ ନଷ୍ଟ କରିଦେଲେ; ମାଆ ଭାରତୀର ସ୍ୱାଧୀନତା ପାଇଁ କ’ଣ ସେମାନଙ୍କର ସ୍ୱପ୍ନକୁ ସ୍ମରଣ କରି ଆମେ ସଂକଳ୍ପ କରି ପାରିବା ନାହିଁ କି 2022 ପର୍ଯ୍ୟନ୍ତ, ବ୍ୟକ୍ତି ଭାବରେ ମୁଁ ଦେଶ ପାଇଁ ଏତିକି କରିବି, ପରିବାର ହିସାବରେ ଏତିକି କରିବି, ସମାଜ ହିସାବରେ ଏତିକି କରିବି । ଆମେ ଗାଁ ଲୋକ ମିଶି ଏହା କରିବା; ଆମେ ସହରର ଲୋକ ମିଶି କରି ଏହା କରିବା; ଆମେ ସଂସ୍ଥା ହିସାବରେ ଏହି କାମ

କରିବା, ଆମେ ସମାଜ ହିସାବରେ ଏହି କାର୍ଯ୍ୟ କରିବା, ଆମେ ରାଜ୍ୟ ହିସାବରେ, ଦେଶ ହିସାବରେ ଏହି ସଂକଳ୍ପ କରିବା । 2022, ‘ନବ ଭାରତ’ ନିର୍ମାଣ କରିବାର ସ୍ୱପ୍ନ ନେଇ ଚାଲିବାର ଅଛି । ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କୁ ଯୋଡିବାର ଅଛି । ସ୍ୱାଧୀନତା ଆନ୍ଦୋଳନରେ ଯେପରି ଯୋଡି ହୋଇଥିଲେ; ଦେଶକୁ ନୂଆ ଶିଖରକୁ ନେଇ ଯିବା ପାଇଁ, ‘ନବ ଭାରତ’ ନିର୍ମାଣ କରିବା ପାଇଁ ପ୍ରତ୍ୟେକ ଦେଶବାସୀଙ୍କୁ ଯୋଡିବାର ଅଛି । ଆଉ ଏଥିପାଇଁ ମୁଁ ଅନୁରୋଧ କରିବି; ଦେଶବାସୀଙ୍କୁ ଅନୁରୋଧ କରିବି, ମଧ୍ୟପ୍ରଦେଶର ସମସ୍ତ ସଂଗଠନକୁ ଅନୁରୋଧ କରିବି; ଆପଣ ମଧ୍ୟ ମିଳିମିଶି ବସି ସ୍ଥିର କରନ୍ତୁ କି 2022 ପର୍ଯ୍ୟନ୍ତ ଦେଶ ପାଇଁ ଆପଣଙ୍କ ସଂସ୍ଥା, ଆପଣଙ୍କ ପରିବାର, ଆପଣଙ୍କ ସମାଜ, ଆପଣଙ୍କ ସଂଗଠନ, ଆପଣଙ୍କ ଦଳ କଣ କରିବ; ଆପଣମାନେ ସ୍ଥିର କରନ୍ତୁ । ଥରେ ଦେଶରେ ପରିବେଶ ତିଆରି ହେଉ, ଏବେ ଆମର ପାଞ୍ଚ ବର୍ଷ ଅଛି । ପାଞ୍ଚ ବର୍ଷରେ ଆମେ ଦେଶକୁ କେଉଁଠାରୁ ନେଇ କେଉଁଠାରେ ପହଂଚାଇ ପାରିବା । ମୋର ବିଶ୍ୱାସ ଅଛି ଯଦି ଶହେ ପଚିଶ କୋଟି ଦେଶବାସୀ ଗୋଟିଏ ପାଦ ଦେଶ ପାଇଁ ଆଗକୁ ଚାଲିବେ ତ ଦେଶ ପାଞ୍ଚ ବର୍ଷ ଭିତରେ ଶହେ ପଚିଶ କୋଟି ପାଦ ଆଗକୁ ଚାଲି ଯିବ । ଆଉ ଏଥିପାଇଁ ଆମେ ଏହି ସଂକଳ୍ପକୁ ନେଇ କରି ଚାଲିବା ।

ମୁଁ ଆଜି ପୂଜ୍ୟ ଅବଧେଶାନନ୍ଦଜୀଙ୍କ ନିକଟରେ ବିଶେଷ କୃତଜ୍ଞ, ଯେଉଁ ଆଶୀର୍ବଚନ ସେ ମୋ ପାଇଁ କହିଛନ୍ତି, ଯେଉଁ ଭାବ ସେ ପ୍ରକଟ କରିଛନ୍ତି; ମୁଁ ଈଶ୍ୱରଙ୍କ ନିକଟରେ ସେହି ପ୍ରାର୍ଥନା କରିବି କି ଆମ ସମସ୍ତଙ୍କ ମଧ୍ୟରେ ସେହି କ୍ଷମତା ଆସୁ, ସେହି ଇଚ୍ଛା ଶକ୍ତି ଆସୁ, ସେହି ସମର୍ପଣର ଭାବ ଆସୁ, ଫଳରେ ଦେଶର ପ୍ରକୃତ ସେବା କରିବା ପାଇଁ ଆମେ ନିଜକୁ ନିଜେ ଯୋଗ୍ୟ ଭାବୁ, ଯୋଗ୍ୟ ହୋଇପାରୁ । ମୁଁ ତାଙ୍କର ଏହି ଆଶୀର୍ବଚନ ପାଇଁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି ଆଉ ତାଙ୍କୁ ପ୍ରଣାମ କରୁଛି ।

ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟର ସହିତ ବଧାଇ ଦେଉଛି, ଆଉ ଯେମିତି ଶିବରାଜ ଜୀ କହିଲେ, ଯାତ୍ରାର ଏଇଠି ବିରାମ ହେଉଛି; କିନ୍ତୁ ଏବେ ଯାତ୍ରାରେ ଯାହା ଚିନ୍ତା କଲେ, ଯାହା ମଧ୍ୟ ଦେଖିଲେ, ଯାହା ମଧ୍ୟ କଲେ, ଏହାକୁ ଚରିତାର୍ଥ କରିବାର ଯଜ୍ଞ ଆରମ୍ଭ ହେଉଅଛି । ଏହା ସେବାର ଯଜ୍ଞ ଆରମ୍ଭ ହେଉଅଛି । ଯାତ୍ରା ଶେଷ ହେଲା, ଯଜ୍ଞ ଆରମ୍ଭ ହେଲା । ଯଜ୍ଞରେ ଆହୁତି ଦେବାକୁ ପଡେ, ସମୟ ଦେବାକୁ ପଡେ, ନିଜର

ସମସ୍ତ ଇଚ୍ଛା-ଆକାଂକ୍ଷା ଗୁଡିକୁ ସମାଜ ପାଇଁ ଆହୁତି ଦେବାକୁ ପଡେ । ମୋର ବିଶ୍ୱାସ ଏ ନର୍ମଦାର ଉଜ୍ଜ୍ୱଳ ଭବିଷ୍ୟତର ଯଜ୍ଞ ଆପଣ ସମସ୍ତଙ୍କର ସଫଳ ପ୍ରଚେଷ୍ଟା ଦ୍ୱାରା ଅବଶ୍ୟ ନୂତନ ଶିଖରକୁ ଛୁଇଁବ । ଏହି ଏକ ଭାବନା ସହିତ ଆପଣ ସମସ୍ତେ ମୋ ସହିତ କହିବେ - ଦୁଇ ମୁଠା ବନ୍ଦ କରି, ହାତ ଉପରକୁ କରି କହିବେ- ମୁଁ କହିବି ନର୍ମଦେ, ଆପଣ କହିବେ ସର୍ବଦେ ।

ନର୍ମଦେ-ସର୍ବଦେ

ସ୍ୱର ମା’ ନର୍ମଦାଙ୍କ ସେ କୂଳ ପର୍ଯ୍ୟନ୍ତ ପହଂଚିବା ଦରକାର, ଖମ୍ବାତ ର ତଟ ପର୍ଯ୍ୟନ୍ତ ।

ନର୍ମଦେ-ସର୍ବଦେ

ନର୍ମଦେ-ସର୍ବଦେ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 3, 2026
March 03, 2026

Citizens Express Their Appreciation on Heartfelt Leadership, Historic Gains: PM Modi’s India Shines in Conservation, Commerce, and Clean Energy