ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ଭୁଟାନ ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ 70ତମ ଜନ୍ମଦିନ ଅବସରରେ ମହାମହିମ ମହାରାଜା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ କୃତଜ୍ଞତାର ସହ ଅଭିବାଦନ ଗ୍ରହଣ କରିବା ସହ ଭୁଟାନର ପୂର୍ବତନ ରାଜା ତଥା ଭୁଟାନ ରାଜପରିବାରର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବିଶ୍ୱାସ ଏବଂ ସ୍ନେହର ଅନନ୍ୟ ସମ୍ପର୍କ ବିଷୟରେ ନେତାମାନେ କଥା ହୋଇଥିଲେ ଯାହା ଭାରତ ଏବଂ ଭୁଟାନକୁ ପଡ଼ୋଶୀ ଏବଂ ବନ୍ଧୁ ଭାବରେ ବାନ୍ଧି ରଖିଛି । ଏହି ବିଶେଷ ବନ୍ଧୁତ୍ୱ ପ୍ରତିପୋଷଣରେ ଭୁଟାନର ରାଜା ଯେଉଁ ଭୂମିକା ଗ୍ରହଣ କରିଛନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଭୁଟାନ ରାଜତନ୍ତ୍ରରେ କୋଭିଡ-19 ମହାମାରୀର ପ୍ରଭାବଶାଳୀ ପରିଚାଳନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଏ ଦିଗରେ ଭୁଟାନକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ମହାମହିମ ରାଜାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆପୋସ ସହମତିକ୍ରମେ ସୁବିଧାଜନକ ଦିନରେ ମହାରାଜା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭାରତରେ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ଥିବା ନିଜର ଆଗ୍ରହ ପ୍ରକାଶ କରିଥିଲେ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 4, 2026
July 04, 2026

PM Modi’s Viksit Bharat Vision in Action: Modern Infrastructure, Strategic Strength & Economic Progress