ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ମିଃ ମହମ୍ମଦ ଅଶରଫ ଘନୀଙ୍କ ସହିତ ଟେଲିଫୋନରେ କଥାବାର୍ତ୍ତା ହୋଇଛନ୍ତି । ସମ୍ପୂର୍ଣ୍ଣ ସୌହାର୍ଦ୍ଦ୍ୟ ଏବଂ ସୌଜନ୍ୟମୂଳକ ବାତାବରଣ ମଧ୍ୟରେ ଏହି ଆଲୋଚନା ହୋଇଥିଲା ଯାହା ଦୁଇ ନେତା ଏବଂ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରତିପାଦିତ କରିଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିକଟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ପାଇଁ ରାଷ୍ଟ୍ରପତି ଘନୀଙ୍କୁ ଅଭିନନ୍ଦନ ଜଣାଇଥିଲେ । କଠିନ ଆହ୍ୱାନ ସତ୍ୱେ ସଫଳ ନିର୍ବାଚନ ସମ୍ପାଦନ ପାଇଁ ଆଫଗାନିସ୍ତାନର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ଯାହା ଆଫଗାନିସ୍ତାନରେ ଗଣତନ୍ତ୍ରର ମୂଳଦୁଆ ସୁଦୃଢ଼ ହେବାର ପ୍ରତୀକ  ।

ଏକ ନିବିଡ଼ ବନ୍ଧୁ ଏବଂ ପଡ଼ୋଶୀ ଭାବେ ଏକ ସଂଗଠିତ, ସାର୍ବଭୌମ, ଗଣତାନ୍ତ୍ରିକ, ସମୃଦ୍ଧ ତଥା ଶାନ୍ତିପୂର୍ଣ୍ଣ ଆଫଗାନିସ୍ତାନ ଲାଗି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇବା ସହିତ ପ୍ରଧାନମନ୍ତ୍ରୀ ଆଫଗାନିସ୍ତାନରେ ଆଫଗାନ ନେତୃତ୍ୱାଧୀନ, ଆଫଗାନ ପରିଚାଳିତ ଓ ଆଫଗାନ ନିୟନ୍ତ୍ରିତ ଶାନ୍ତି ପ୍ରକ୍ରିୟା ପ୍ରତି ଭାରତର ଦୃଢ଼ ସମର୍ଥନ ବ୍ୟକ୍ତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଆଫଗାନିସ୍ତାନର ଏକ ରଣନୈତିକ ସହଯୋଗୀ ଭାବେ ଭାରତ ବିକାଶ, ସୁରକ୍ଷା ଏବଂ ଆତଙ୍କବାଦ ସହ ଲଢ଼ିବାରେ ଆଫଗାନିସ୍ତାନକୁ ନିବିଡ଼ ସହଯୋଗ ଯୋଗାଇ ଦେବ ।

ଆଫଗାନିସ୍ତାନରେ ଗଣତନ୍ତ୍ର ଏବଂ ବିକାଶ ଲାଗି ନିରନ୍ତର ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀ ଓ ଭାରତର ଜନସାଧାରଣଙ୍କୁ ରାଷ୍ଟ୍ରପତି ଘନୀ ଧନ୍ୟବାଦ ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ସମସ୍ତ କ୍ଷେତ୍ରରେ ସହଯୋଗ ଉପରେ ସେ ନିଜର ଆଗ୍ରହ ବ୍ୟକ୍ତ କରିଥିଲେ ।

ଉଭୟ ନେତା ପରସ୍ପରକୁ ଆଗାମୀ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ ।

ଆପୋସ ସୁବିଧା ଅନୁଯାୟୀ ଯଥାଶୀଘ୍ର ଭାରତ ଗସ୍ତ କରିବା ଲାଗି ରାଷ୍ଟ୍ରପତି ଘନୀଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ । ସେ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi