ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 12, 2019 ତାରିଖ ଦିନ ହରିୟାଣାର କୁରୁକ୍ଷେତ୍ର ଗସ୍ତରେ ଯିବେ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସେଠାରେ ଆୟୋଜିତ ସ୍ୱଚ୍ଛ ଶକ୍ତି 2019 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ଦେଶର ମହିଳା ସରପଞ୍ଚମାନଙ୍କ ଏକ ଜାତୀୟ ସମାବେଶ ଏବଂ ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାର ପ୍ରଦାନ କରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ଆୟୋଜିତ ଏକ ସ୍ୱଚ୍ଛ ସୌଚାଳୟ ପ୍ରଦର୍ଶନୀ ସ୍ଥଳ ପ୍ରଦର୍ଶନ କରିବ ଏବଂ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ହରିୟାଣା ଗସ୍ତ କାଳରେ ରାଜ୍ୟର କେତେକ ଉନ୍ନୟନମୂଳକ ଯୋଜନାର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବା ସହ ଅନ୍ୟ କେତେକର ଶିଳାନ୍ୟାସ କରିବେ ।

ସ୍ୱଚ୍ଛ ଶକ୍ତି 2019 ଏକ ଜାତୀୟ କାର୍ଯ୍ୟକ୍ରମ ଯାହା ଗ୍ରାମାଞ୍ଚଳ ମହିଳାମାନଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଗ୍ରହଣ କରାଯାଇଥିବା ପ୍ରମୁଖ ଭୂମିକାକୁ ପ୍ରତିପାଦିତ କରେ । ସାରା ଦେଶର ମହିଳା ସରପଞ୍ଚ ଏବଂ ପଞ୍ଚମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । କୁରୁକ୍ଷେତ୍ର ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ 15,000 ମହିଳା ଚଳିତ ବର୍ଷ ଯୋଗ ଦେଉଛନ୍ତି । ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଏହା ଏକ ବଳିଷ୍ଠ ପ୍ରୟାସ ।
କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ହରିୟାଣା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଶକ୍ତି 2019 କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗ୍ରାମାଞ୍ଚଳରେ ବସମାସ କରୁଥିବା ସମାଜର ତଳ ସ୍ତରର ମହିଳାମାନେ ଏହି ଅବସରରେ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ବଣ୍ଟନ କରିବାର ସୁଯୋଗ ପାଇବେ । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଏଭଳି ସଫଳତାକୁ ସମସ୍ତଙ୍କ ନିକଟରେ ପ୍ରଦର୍ଶନ କରାଯିବ । ନିକଟରେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ଅଭିଯାନକୁ ବିଶ୍ୱର ଅନ୍ୟତମ ଆଦର୍ଶ ଓ ଅଭିନବ ତଥା ଏକମାତ୍ର ସଫଳ ପ୍ରୟାସ ଭାବେ ମାନ୍ୟତା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମକୁ 2017 ମସିହାରେ ପ୍ରଥମ ଥର ପାଇଁ ଗୁଜରାଟର ଗାନ୍ଧୀନଗର ଠାରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର 6000 ସରପଞ୍ଚ ସାମିଲ ହୋଇଥିଲେ ଏବଂ ଆର୍ନ୍ତଜାତିକ ମହିଳା ଦିବସ ଅବସରରେ ସେମାନେ ସ୍ୱଚ୍ଛ ଶକ୍ତି 2017 ବ୍ୟାନର ଧାରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ସେମାନଙ୍କୁ ସମ୍ମାନିତ କରିଥିଲେ । ଦ୍ୱିତୀୟ ସ୍ୱଚ୍ଛ ଶକ୍ତି 2018କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ହୋଇଥିଲା ଯେଉଁଥିରେ ଦେଶର 8000 ପର୍ଯ୍ୟନ୍ତ ମହିଳା ସରପଞ୍ଚ ଯୋଗଦାନ କରିଥିଲେ । ସେମାନଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ଅବଦାନକୁ ବିଚାରକୁ ନେଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ସମାଜର ତୃଣମୂଳ ସ୍ତରରେ , ଗ୍ରାମାଞ୍ଚଳ ମହିଳା ମାନେ ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି ଏବଂ ଭବିଷ୍ୟତରେ ତାହାକୁ ଆହୁରି ଆଗକୁ ଆଗେଇ ନେଇ ପାରିବେ ତାହା ପ୍ରଦର୍ଶିତ କରିବା ଓ ସେମାନଙ୍କୁ ସମ୍ମାତିନ କରି ପ୍ରୋତ୍ସାହିତ କରିବା ହେଉଛି ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ସ୍ୱଚ୍ଛ ଭାରତ ଅଭିଯାନର ଏହା ଅଂଶବିଶେଷ । ସ୍ୱଚ୍ଛ ଭାରତ ଅଭିଯାନ 2014 ମସିହା ଅକ୍ଟୋବର 2 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । 2019 ଅକ୍ଟୋବର 2 ତାରିଖ ସୁଦ୍ଧା ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ଏଥିରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s annual food exports nearing Rs 5 lakh crore mark: Piyush Goyal

Media Coverage

India’s annual food exports nearing Rs 5 lakh crore mark: Piyush Goyal
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on the triumph of truth
March 12, 2026

The Prime Minister Shri Narendra Modi, paid homage to all the great personalities who participated in the Dandi March, which began on this very day in 1930.

The Prime Minister shared a Sanskrit Subhashitam emphasising on the triumph of truth:

“सत्यमेव जयति नानृतं सत्येन पन्था विततो देवयानः।

येनाक्रमन्त्यृषयो ह्याप्तकामा यत्र तत्सत्यस्य परमं निधानम्॥”

The Subhashitam conveys that, truth always prevails and falsehood is ultimately destroyed. Therefore, one should follow the path on which the Sages attained bliss and realised the supreme truth.

The Prime Minister wrote on X;

“सन् 1930 में आज ही के दिन दांडी मार्च की शुरुआत हुई थी। इसमें शामिल सभी विभूतियों का श्रद्धापूर्वक स्मरण!

सत्यमेव जयति नानृतं सत्येन पन्था विततो देवयानः।

येनाक्रमन्त्यृषयो ह्याप्तकामा यत्र तत्सत्यस्य परमं निधानम्॥”