ସେୟାର
 
Comments
2014 ଅକ୍ଟୋବର 2 ତାରିଖରେ ନୂଆଦିଲ୍ଲୀର ରାଜପଥରେ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ‘ଏକ ନିର୍ମଳ ଭାରତ’ 2019 ମସିହାରେ ହେବାକୁ ଥିବା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀରେ ତାଙ୍କ ପ୍ରତି ସବୁଠୁ ଭଲ ଶ୍ରଦ୍ଧାଞ୍ଜଳି ହେବ । ଜାତୀୟ ଅଭିଯାନ ଭାବେ ସ୍ୱଚ୍ଛ ଭାରତ ମିଶନ ସମଗ୍ର ଦେଶର କୋଣଅନୁକୋଣରେ ଆରମ୍ଭ ହୋଇଛି ।
 
ସ୍ୱଚ୍ଛତାର ଏହି ସାମୁହିକ ଆନ୍ଦୋଳନର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତର ସ୍ୱପ୍ନ ପୂରଣ ପାଇଁ ଆହ୍ୱାନ ଦେଇଥିଲେ । ନରେନ୍ଦ୍ର ମୋଦୀ ନିଜେ ମନ୍ଦିର ମାର୍ଗ ଥାନାରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ଝାଡ଼ୁ ଧରି ଅଳିଆ ସଫା କରି ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶବ୍ୟାପୀ ସମୂହ ଆନ୍ଦୋଳନରେ ପରିଣତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକେ ଅଳିଆ କରନ୍ତୁ ନାହିଁ କି ଅନ୍ୟକୁ ଅଳିଆ କରିବାକୁ ଦିଅନ୍ତୁ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ‘ନା ଅଳିଆ କରିବା, ନା କରିବାକୁ ଦେବା’ ମନ୍ତ୍ର ଦେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ପାଇଁ ୯ଜଣଙ୍କୁ ଆମନ୍ତ୍ରଣ କରିଥିଲେ ଓ ସେମାନଙ୍କୁ ପ୍ରତ୍ୟେକ ୯ଜଣ ଲେଖାଁଏ ଏହି ଅଭିଯାନରେ ସାମିଲ କରିବାକୁ ଅନୁରୋଧ କରିଥିଲେ ।



ଏହି ଅଭିଯାନରେ ସାମିଲ ପାଇଁ ଲୋକଙ୍କୁ ଆମନ୍ତ୍ରଣ କରାଯିବା ଯୋଗୁଁ ସ୍ୱଚ୍ଛ ଭାରତ ଅଭିଯାନ ଏକ ଜାତୀୟ ଆନ୍ଦୋଳନର ରୂପ ନେଇଛି । ନିର୍ମଳ ଭାରତ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି ହୋଇଛି । ଦେଶବ୍ୟାପୀ ଏବେ ନାଗରିକମାନେ ସ୍ୱଚ୍ଛତା ଗତିବିଧିରେ ସକ୍ରିୟ ଭାଗିଦାରିତାରେ ମହାତ୍ମା ଗାନ୍ଧୀ ଦିନେ ଦେଖିଥିବା ‘ନିର୍ମଳ ଭାରତ’ର ସ୍ୱପ୍ନ ଏବେ ବାସ୍ତବ ରୂପ ନେବା ଆରମ୍ଭ କରିଛି ।
 
ସ୍ୱଚ୍ଛ ଭାରତର ସନ୍ଦେଶର ପ୍ରସାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସହାୟତା କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର କଥା ଓ କାର୍ଯ୍ୟରେ ଲୋକଙ୍କୁ ଆହ୍ୱାନ କରିଛନ୍ତି । ସେ ବାରଣାସୀରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଚଳାଇଥିଲେ । ବାରାଣାସୀର ଗଙ୍ଗା ନଦୀର ଅସିଘାଟରେ ସ୍ୱଚ୍ଛ ଭାରତ ମିଶନରେ ପ୍ରଧାନମନ୍ତ୍ରୀ ଏକ କୋଦାଳ ମଧ୍ୟ ଧରିଥିଲେ । ପରିଚ୍ଛନ୍ନତାର ମହତ୍ୱକୁ ବୁଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକକାଳୀନ ଭାବେ ଭାରତୀୟ ପରିବାରରେ ଶୌଚାଳୟ ଅଭାବକୁ ଦୂର କରିବାକୁ ପଦକ୍ଷେପ ନେଇଛନ୍ତି ।



ସମାଜର ବିଭିନ୍ନ ବର୍ଗର ଲୋକ ଏହି ସ୍ୱଚ୍ଛତା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସରକାରୀ ଅଧିକାରୀଙ୍କଠାରୁ ଯବାନ, ବଲିଉଡ ଅଭିନେତା, କ୍ରୀଡ଼ାବିତ୍, ଶିଳ୍ପପତି, ଧର୍ମଗୁରୁ ଆଦି ସମସ୍ତେ ଏହି ମହତ କାର୍ଯ୍ୟରେ ସାମିଲ ହୋଇଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ, ଏନଜିଓ ଏବଂ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର ଦ୍ୱାରା ଭାରତକୁ ସ୍ୱଚ୍ଛ ରଖିବା ପାଇଁ ହେଉଥିବା ପ୍ରୟାସରେ ଦେଶବ୍ୟାପୀ ଦିନକୁ ଦିନ ଲକ୍ଷ ଲକ୍ଷ ଲୋକ ସାମିଲ ହେଉଛନ୍ତି । ନାଟକ ଓ ସଙ୍ଗୀତ ମାଧ୍ୟମରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନର ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆୟୋଜନ କରାଯାଉଛି ।



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନକୁ ବିପୁଳ ଭାବେ ସଫଳ କରିବା ପାଇଁ ଦେଶବ୍ୟାପୀ ବିଭିନ୍ନ ସଂଗଠନ ଓ ବ୍ୟକ୍ତିଙ୍କ ସହାୟତାକୁ ବିଭିନ୍ନ ସମୟରେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଖୋଲାଖୋଲି ଭାବେ ଲୋକଙ୍କ ସହଭାଗିତାକୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି । ‘#MyCleanIndia’  ମଧ୍ୟ ଏକକାଳୀନ ସ୍ୱଚ୍ଛ ଭାରତ ଅଭିଯାନର ଅଂଶବିଶେଷ ଭାବେ ଆରମ୍ଭ ହୋଇଥିଲା ଯାହାକି ଦେଶବ୍ୟାପୀ ନାଗରିକଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକୁ କାର୍ଯ୍ୟକାରୀ କରାଯାଇଥିଲା ।
 
ସ୍ୱଚ୍ଛ ଭାରତ ଅଭିଯାନ ଏବେ ‘ଜନ ଆନ୍ଦୋଳନ’ ଭାବେ ଲୋକଙ୍କଠାରୁ ଦୃଢ ସମର୍ଥନ ପାଉଛି । ନାଗରିକମାନେ ମଧ୍ୟ ବହୁ ସଂଖ୍ୟାରେ ସ୍ୱଚ୍ଛ ଓ ନିର୍ମଳ ଭାରତ ପାଇଁ ଆଗେଇ ଆସୁଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପରେ ଲୋକମାନେ ରାସ୍ତା ସଫା ପାଇଁ ହାତରେ ଝାଡ଼ୁ ଧରୁଛନ୍ତି, ଅଳିଆ ସଫା କରୁଛନ୍ତି, ପରିଚ୍ଛନତା ଉପରେ ଧ୍ୟାନକେନ୍ଦ୍ରିତ କରି ଏକ ସୁସ୍ଥ ପରିବେଶ ନିମନ୍ତେ ଭାଗିଦାର ହେଉଛନ୍ତି । ‘ସ୍ଵଚ୍ଛତା ଦ୍ୱାରା ଈଶ୍ୱରପ୍ରାପ୍ତି’ ର ସନ୍ଦେଶକୁ ପ୍ରସାରିତ କରିବାରେ ଲୋକେ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି ।



More about Prime Minister’s Swachh Bharat Mission

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Over 26.69 crore Covid-19 vaccine doses provided to states, UTs: Health ministry

Media Coverage

Over 26.69 crore Covid-19 vaccine doses provided to states, UTs: Health ministry
...

Nm on the go

Always be the first to hear from the PM. Get the App Now!
...
PM Modi Adorns Colours of North East
March 22, 2019
ସେୟାର
 
Comments

The scenic North East with its bountiful natural endowments, diverse culture and enterprising people is brimming with possibilities. Realising the region’s potential, the Modi government has been infusing a new vigour in the development of the seven sister states.

Citing ‘tyranny of distance’ as the reason for its isolation, its development was pushed to the background. However, taking a complete departure from the past, the Modi government has not only brought the focus back on the region but has, in fact, made it a priority area.

The rich cultural capital of the north east has been brought in focus by PM Modi. The manner in which he dons different headgears during his visits to the region ensures that the cultural significance of the region is highlighted. Here are some of the different headgears PM Modi has carried during his visits to India’s north east!