ଛୋଟ ସହର ନୂଆ ଭାରତର ଆଧାର;

Published By : Admin | February 6, 2020 | 20:29 IST

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ବୃହତ ଚିନ୍ତା କରି ଆଗେଇବାକୁ ପଡିବ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି, ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି । ଭାରତ ତୀବ୍ର ଗତି ତଥା ପୂର୍ଣ୍ଣ ଦକ୍ଷତାର ସହ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସ୍ୱପ୍ନର ପିଛା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସ୍ୱପ୍ନ ପୂରଣ କରିବାକୁ ସରକାର ଗାଁ ଓ ସହରର ଭିତ୍ତିଭୂମି, ଏମଏସଏମଇ, ବୟନ, ପ୍ରଯୁକ୍ତି ଓ ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ କ୍ଷେତ୍ରକୁ ଆଗେଇ ନେବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି । ମେକ୍ ଇନ୍ ଇଣ୍ଡିଆକୁ ତ୍ୱରାନ୍ୱିତ କରିବାକୁ ଟିକସ ବ୍ୟବସ୍ଥା ଭଳି ସମସ୍ତ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି । ଏସବୁ ପଦକ୍ଷେପ ଦ୍ୱାରା ନିର୍ମାଣ କ୍ଷେତ୍ରରେ ଦେଶରେ ନୂଆ ଉତ୍ସାହ ସୁନିଶ୍ଚିତ ହେବ । ବ୍ୟାଙ୍କ କ୍ଷେତ୍ରରେ ବିଲୟ ନୀତି ସାର୍ଥକ ପରିଣାମ ଦେବା ଆରମ୍ଭ କଲାଣି ।

ଛୋଟ ସହର ନୂଆ ଭାରତର ଆଧାର

ଦେଶର ଅଧିକାଂଶ ଆକାଂକ୍ଷୀ ଯୁବ ପିଢ଼ି ଛୋଟ ସହରରେ ରହୁଛନ୍ତି ଯାହା ନୂଆ ଭାରତର ଆଧାର । ଏବେ ଦେଶର ଅର୍ଦ୍ଧାଧିକ ଡିଜିଟାଲ ନେଣଦେଣ ଛୋଟ ସହରଗୁଡ଼ିକରେ ହେଉଛି । ଦେଶରେ ପଞ୍ଜିକୃତ ହୋଇଥିବା ଅର୍ଦ୍ଧେକ ଷ୍ଟାର୍ଟ ଅପ ଟାୟାର- 2 ଓ ଟାୟାର- 3 ସହରରେ ରହିଛି । ସେଥିପାଇଁ ଆମେ ଟାୟାର-2 ଓ ଟାୟାର-3 ସହରରେ ତୀବ୍ର ଗତିରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ଦେଉଛୁ । ରାଜପଥ ଓ ରେଳ ଯୋଗାଯୋଗର ଦ୍ରୁତ ଉନ୍ନତି ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

2024 ସୁଦ୍ଧା ଅଧିକ 100 ବିମାନବନ୍ଦର

ନିକଟରେ ଉଡାନ୍ ଯୋଜନା ଅଧୀନରେ 250ତମ ବିମାନ ମାର୍ଗ ଉନ୍ମୋଚିତ ହୋଇଛି । ଏହା ଭାରତର 250ଟି ଛୋଟ ସହରକୁ ବିମାନ ଯାତ୍ରା ଶସ୍ତା ଓ ସୁଲଭ କରିଛି । ସ୍ୱାଧୀନତା ପରଠାରୁ 2014 ପର୍ଯ୍ୟନ୍ତ ଦେଶରେ ମାତ୍ର 65ଟି କାର୍ଯ୍ୟକ୍ଷମ ବିମାନ ବନ୍ଦର ଥିବା ବେଳେ ଗତ ପାଞ୍ଚ ବର୍ଷରେ ଏହି ସଂଖ୍ୟା 1 ଶହରୁ ଅଧିକ ହୋଇଛି । 2024 ସୁଦ୍ଧା 100ଟି ଅଧିକ ବିମାନ ବନ୍ଦର ଟାୟାର-2 ଓ ଟାୟାର-3 ସହରରେ ବିକଶିତ କରିବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 17, 2026
June 17, 2026

PM Narendra Modi's Dual Legacy: Commanding Global Respect While Delivering Health Miracles, Rail Revolution & Digital Leadership