ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ର ବାୟୁ ପ୍ରଦୂଷଣର ମୁକାବିଲା କରିବା ପାଇଁ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ସରକାରଙ୍କ ସହିତ ଆଜି ସଂଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବାୟୁ ପ୍ରଦୂଷଣ ବୃଦ୍ଧି ହେବା ଫଳରେ ଏନସିଆରରେ ଜରୁରିକାଳୀନ ପରିସ୍ଥିତି ଉତ୍ପନ୍ନ ହେବା ଯୋଗୁ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଶସ୍ୟଜାତ ବର୍ଜ୍ୟ ଜାଳିବା, ନିର୍ମାଣ କାର୍ଯ୍ୟ, ଶିଳ୍ପଜାତ ବର୍ଯ୍ୟବସ୍ତୁ ପୋଡି ଏବଂ ଯାନ ବାହାନରୁ ନିର୍ଗତ ପ୍ରଦୂଷଣ ଯୋଗୁ ସୃଷ୍ଟ ସ୍ଥିତିର ମୁକାବିଲା ନେଇ ଏହି ବୈଠକରେ ସମୀକ୍ଷା କରାଯାଇଥିଲା ।  କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୁଆବା ଏହି ରାଜ୍ୟଗୁଡିକରେ ଦୈନଦିନ ପରିସ୍ଥିତିର ଯାଞ୍ଚ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ 24 ଘଣ୍ଟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟଗୁଡିକର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ଗତ ତିନି ଦିନ ମଧ୍ୟରେ ପ୍ରତିକୂଳ ପାଣିପାଗ ଯୋଗୁ ଉତ୍ପନ୍ନ ଅଗ୍ନିକାଣ୍ଡ ଏବଂ ଧୂଳିକଣାର ମାତ୍ରା କମ କରିବାକୁ ପଡୋଶୀ ରାଷ୍ଟ୍ରମାନଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ରାଜ୍ୟଗୁଡିକର ପ୍ରମୁଖ ସଚିବମାନେ ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ।

ବାୟୁ ପ୍ରଦୂଷଣ ଜନିତ ସମସ୍ୟାର ମୁକାବିଲା କରିବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରାୟ 300ଟି ଦଳକୁ ମୁତୟନ କରାଯାଇଛି । 7ଟି ଶିଳ୍ପ କ୍ଲଷ୍ଟର ଏବଂ ଏନସିଆରର ପ୍ରଧାନ ଟ୍ରାଫିକ କରିଡ଼ର ଉପରେ ମୁଖ୍ୟତଃ ଗୁରୁତ୍ୱ ପ୍ରଦାନ କରାଯାଇଛି । ସେହିପରି ପଞ୍ଜାବ ଓ ହରିଆଣାରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ଏବଂ ଏହି ରାଜ୍ୟଗୁଡିକୁ ଆବଶ୍ୟକ ଯାନ୍ତ୍ରିକ ଉପକରଣ ପ୍ରଦାନ କରାଯାଇଛି ।

ଅକ୍ଟୋବର 24, 2019ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଦ୍ୱାରା ଯେଉଁ ବୈଠକର ଆୟୋଜନ କରାଯାଇଥିଲା ଆଜିର ବୈଠକ ଥିଲା ଏହାର ଏକ ପରବର୍ତ୍ତୀ ପର୍ଯ୍ୟାୟ । ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟଗୁଡିକ ଆଶ୍ୱାସନା ପ୍ରଦାନ କରିଛନ୍ତି । ଅକ୍ଟୋବର 4, 2019ରେ କ୍ୟାବିନେଟ ସଚିବଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପରେ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ରହିବା ନେଇ କେନ୍ଦ୍ର ଏକାଧିକ ବୈଠକର ଆୟୋଜନ କରିଥିଲା ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ପିକେ ସିହ୍ନା, କ୍ୟାବିନେଟ ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ସଚିବ, କୃଷି ସଚିବ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ, ପଞ୍ଜାବ, ହରିଆଣା ଓ ଦିଲ୍ଲୀର ପ୍ରମୁଖ ସଚିବଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ଆଜିର ବୈଠକରେ ଭାଗ ନେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Smartphone PLI plan exceeds targets, value addition quadruples': Industry informs govt

Media Coverage

'Smartphone PLI plan exceeds targets, value addition quadruples': Industry informs govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 8, 2026
July 08, 2026

1,000 Years of Heritage, One Future of Partnership: PM Modi Strengthens India-Indonesia Bonds in Jakarta