ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ ଇ-ରୁପି ଭାଉଚର : ପ୍ରଧାନମନ୍ତ୍ରୀ
ଡିବିଟିକୁ ଅଧିକ ପ୍ରଭାବୀ କରିବ ଏବଂ ଡିଜିଟାଲ ପ୍ରଶାସନକୁ ଏକ ନୂଆ ରୂପ ଦେବ ଇ-ରୁପି ଭାଉଚର: ପ୍ରଧାନମନ୍ତ୍ରୀ
ଗରିବଙ୍କୁ ସହାୟତା କରିବା ସହିତ ସେମାନଙ୍କ ପ୍ରଗତି ପାଇଁ ଏକ ଉପକରଣ ଭାବେ ଆମେ ପ୍ରଯୁକ୍ତିକୁ ଗ୍ରହଣ କରିଛୁ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଏକ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା। ଇ-ରୁପି ହେଉଛି ଡିଜିଟାଲ ଅର୍ଥପଇଠ ପାଇଁ ଏକ ନଗଦମୁକ୍ତ ଓ ସ୍ପର୍ଶବିହୀନ ଉପକରଣ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ରୁପି ଭାଉଚର ଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)କୁ ଅଧିକ ପ୍ରଭାବୀ କରିବା ସହିତ ଡିଜିଟାଲ ପ୍ରଶାସନକୁ ଏକ ନୂଆ ରୂପ ଦେବ। ଏହା ପ୍ରତ୍ୟେକଙ୍କୁ ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ। ସେ କହିଥିଲେ ଯେ ପ୍ରଯୁକ୍ତି ମାଧ୍ୟମରେ ଲୋକମାନଙ୍କୁ ଯୋଡ଼ିବା ଜରିଆରେ ଭାରତ କିପରି ପ୍ରଗତି ହାସଲ କରୁଛି ତାହାର ଏକ ପ୍ରତୀକ ହେଉଛି ଇ-ରୁପି । ଦେଶ ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମ୍ରିତ ମହୋତ୍ସବ ପାଳନ କରାଯିବା ସମୟରେ ଏପରି ସଂସ୍କାରମୂଳକ ଯୋଜନା ଆରମ୍ଭ କରାଯିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ।

ସେ କହିଥିଲେ ଯେ ସରକାରଙ୍କ ସହିତ, ଯଦି କୌଣସି ସଂଗଠନ ଚିକିତ୍ସା, ଶିକ୍ଷା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ କାହାକୁ ସହାୟତା କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ନଗଦ ଟଙ୍କା ବଦଳରେ ଇ-ରୁପି ଭାଉଚର ଦେଇପାରିବେ। ଏହା ଫଳରେ ଯେଉଁ ଉଦ୍ଦେଶ୍ୟ ପାଇଁ ଅର୍ଥ ପ୍ରଦାନ କରାଯାଇଛି ସେହି ଉଦ୍ଦେଶ୍ୟରେ ଅର୍ଥର ବିନିଯୋଗ ହେବା ସୁନିଶ୍ଚିତ ହୋଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଇ-ରୁପି ହେଉଛି ବ୍ୟକ୍ତି ସହିତ ଏକ ଉଦ୍ଦେଶ୍ୟ ନିର୍ଦ୍ଧାରିତ ବ୍ୟବସ୍ଥା। ଇ-ରୁପି ମାଧ୍ୟମରେ ପଇଠ କରାଯାଉଥିବା ଅର୍ଥ ଯେକୌଣସି ସହାୟତା କିମ୍ବା କୌଣସି ଲାଭର ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ହିଁ ବିନିଯୋଗ ହୋଇପାରିବ।

ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ପ୍ରଯୁକ୍ତି କେବଳ ଗରିବ ଲୋକଙ୍କ ପରିସରରେ ସୀମିତ ରହୁଥିଲା ଏବଂ ଭାରତ ଭଳି ଏକ ଗରିବ ରାଷ୍ଟ୍ରରେ ଏଥିପାଇଁ କୌଣସି ସୁଯୋଗ ନଥିଲା। ସେ ସ୍ମରଣ କରି କହିଥିଲେ ଯେତେବେଳେ ଏହି ସରକାର ପ୍ରଯୁକ୍ତିକୁ ଏକ ଲକ୍ଷ୍ୟ ଭାବେ ଗ୍ରହଣ କଲେ, ବିଭିନ୍ନ ରାଜନୈତିକ ନେତା ଏବଂ କେତେକ ନିର୍ଦ୍ଦିଷ୍ଟ ବିଶେଷଜ୍ଞମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଆହୁରି କହିଥିଲେ ଯେ ଆଜି ଦେଶ ସେହି ଲୋକମାନଙ୍କର ଚିନ୍ତାଧାରାକୁ କେବଳ ନାକଚ କରିନାହିଁ, ବରଂ ସେମାନଙ୍କୁ ଭୁଲ ବୋଲି ପ୍ରମାଣିତ କରିଛି। ଆଜି ଦେଶ ଏକ ଭିନ୍ନ, ନୂତନ ଚିନ୍ତାଧାରା ନେଇ ଆଗକୁ ବଢ଼ୁଛି। ଆଜି ଗରିବଙ୍କୁ ସହାୟତା, ସେମାନଙ୍କ ପ୍ରଗତି ପାଇଁ ପ୍ରଯୁକ୍ତିକୁ ଏକ ଉପକରଣ ଭାବେ ବିବେଚନା କରାଯାଉଛି।

ପ୍ରଧାନମନ୍ତ୍ରୀ ଏହା ଉଲ୍ଲେଖ କରିଥିଲେ ଯେ, କିପରି ଭାବେ ପ୍ରଯୁକ୍ତି ଅର୍ଥ କାରବାର କ୍ଷେତ୍ରରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ଆଣିଛି ଏବଂ ଗରିବ ଲୋକଙ୍କ ଏହାର ଲାଭ ପହଞ୍ଚାଇବା ସହିତ ନୂତନ ସୁଯୋଗ ସୃଷ୍ଟି କରିପାରିଛି। ସେ କହିଥିଲେ ଯେ ଆଜିର ଅଭିନବ ଉତ୍ପାଦ ପ୍ରସ୍ତୁତ କରିବା ଲାଗି, ମୋବାଇଲ ଓ ଆଧାରକୁ ଯୋଡ଼ି ଜାମ ବ୍ୟବସ୍ଥା କିଛି ବର୍ଷ ଧରି ବିକଶିତ କରାଯାଉଥିଲା। ଜାମର ଲାଭ ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି କିଛି ସମୟ ନେଇଥିଲା ଏବଂ ଆମେ ଦେଖିଲୁ ଯେ କିପରି ଭାବେ ଆମେ ଏହା ମାଧ୍ୟମରେ ଲକଡାଉନ ସମୟରେ ଲୋକମାନଙ୍କୁ ସହାୟତା କରିପାରିଲୁ। ଅନ୍ୟପଟେ ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଲୋକମାନଙ୍କୁ ସହାୟତା କରିବା ଲାଗି ସଂଘର୍ଷ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଭାରତରେ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ସିଧାସଳଖ ଲୋକମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସାଢ଼େ ସତୁରି ଲକ୍ଷ କୋଟି ଟଙ୍କାରୁ ଅର୍ଥ ହସ୍ତାନ୍ତର କରାଯାଇପାରିଛି। ତିନି ଶହରୁ ଅଧିକ ଯୋଜନାରେ ଡିବିଟିର ଉପଯୋଗ କରାଯାଉଛି। 90 କୋଟି ଭାରତୀୟ ଏଲପିଜି, ରାସନ, ଚିକିତ୍ସା, ବୃତ୍ତି, ଭତ୍ତା କିମ୍ବା ମଜୁରି ଆଦି ପଇଠ କ୍ଷେତ୍ରରେ ଭିନ୍ନ ଭିନ୍ନ ମାର୍ଗରେ ଲାଭବାନ ହେଉଛନ୍ତି। ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1 ଲକ୍ଷ 35 ହଜାର କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି। ସରକାର ଗହମ କ୍ରୟ ପାଇଁ ଏହି ବ୍ୟବସ୍ଥା ମାଧ୍ୟମରେ 85 ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି। “ଏସବୁ ବ୍ୟତୀତ ଏହାର ସବୁଠାରୁ ବଡ଼ ଲାଭ ହେଉଛି 1 ଲକ୍ଷ 78 ହଜାର କୋଟି ଟଙ୍କା ଦଲାଲଙ୍କ ହାତକୁ ଯିବାରୁ ବଞ୍ଚି ପାରିଛି”, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତରେ ଡିଜିଟାଲ କାରବାରର ବିକାଶ ଫଳରେ ଗରିବ ଓ ବଞ୍ଚିତ, କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଆଦିବାସୀ ଜନଜାତିଙ୍କ ସଶକ୍ତିକରଣ ହୋଇପାରିଛି। ଏହା  ଜୁଲାଇ ମାସରେ ହୋଇଥିବା ଡିଜିଟାଲ କାରବାର ରେକର୍ଡରୁ ଜଣାପଡ଼ିଥାଏ। ଏହି ମାସରେ 6 ଲକ୍ଷ କୋଟି ଟଙ୍କା ମୂଲ୍ୟର 300 କୋଟି ୟୁପିଆଇ କାରବାର ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ପ୍ରଯୁକ୍ତିକୁ ଗ୍ରହଣ କରିବା ଏବଂ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆମେ କାହାଠାରୁ ପଛରେ ନାହୁଁ ବୋଲି ଭାରତ ଏହା ବିଶ୍ୱ ଆଗରେ ପ୍ରମାଣିତ କରିପାରିଛି। ନବୋନ୍ମେଷ, ସେବା ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ନିକଟରେ ବିଶ୍ୱର ଅନ୍ୟ ବୃହତ ରାଷ୍ଟ୍ରଗୁଡ଼ିକ ସହିତ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବାର କ୍ଷମତା ରହିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଦେଶର ଛୋଟ ସହର ଏବଂ ବଡ଼ ସହରରେ ଥିବା 23 ଲକ୍ଷରୁ ଊର୍ଦ୍ଧ୍ବ ଉଠାଦୋକାନୀମାନଙ୍କୁ ସହାୟକ ହୋଇଛି। ମହାମାରୀ ସମୟରେ, ପାଖାପାଖି 2300 କୋଟି ଟଙ୍କା ସେମାନଙ୍କୁ ବିତରଣ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଡିଜିଟାଲ ଭିତ୍ତିଭୂମି ଓ ଡିଜିଟାଲ କାରବାର ପାଇଁ ବିଗତ 6-7 ବର୍ଷ ମଧ୍ୟରେ କରାଯାଇଥିବା କାର୍ଯ୍ୟର ପ୍ରଭାବକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି। ବିଶେଷ କରି ଭାରତରେ, ଫିନଟେକ୍ (ଅର୍ଥପ୍ରଯୁକ୍ତି) ପାଇଁ ଏକ ବ୍ୟାପକ ଆଧାର ସୃଷ୍ଟି କରାଯାଉଛି ଯାହାକି ବିକଶିତ ରାଷ୍ଟ୍ରରେ‍ ମଧ୍ୟ ନାହିଁ, ସେ କହିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership