ଗତ ୧୧ ବର୍ଷ ମଧ୍ୟରେ, ଏନଡିଏ ସରକାର ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃପରିଭାଷିତ କରିଛି: ପ୍ରଧାନମନ୍ତ୍ରୀ
ସ୍ୱଚ୍ଛ ଭାରତ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଜରିଆରେ ଆମର ନାରୀ ଶକ୍ତିକୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିକଶିତ ଭାରତ ଦିଗରେ ଜାରି ରହିଥିବା ଯାତ୍ରାରେ ମହିଳାମାନେ ଗ୍ରହଣ କରିଥିବା ପରିବର୍ତ୍ତନକାରୀ ଭୂମିକା ଉପରେ ଆଲୋକପାତ କରିଛନ୍ତି। ଏଥିସହିତ ସେ ଗତ ୧୧ ବର୍ଷ ମଧ୍ୟରେ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ମା’, ଭଉଣୀ ଏବଂ ଝିଅମାନେ ଏପରି ସମୟ ଦେଖିଛନ୍ତି, ଯେତେବେଳେ ସେମାନଙ୍କୁ ପ୍ରତ୍ୟେକ ପଦକ୍ଷେପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ଆଜି ସେମାନେ କେବଳ ଏକ ବିକଶିତ ଭାରତର ସଂକଳ୍ପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁନାହାନ୍ତି, ବରଂ ଶିକ୍ଷା ଠାରୁ ବ୍ୟବସାୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଉଦାହରଣ ମଧ୍ୟ ସୃଷ୍ଟି କରୁଛନ୍ତି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଗତ ୧୧ ବର୍ଷରେ ନାରୀ ଶକ୍ତିର ସଫଳତା ସମସ୍ତ ନାଗରିକଙ୍କ ପାଇଁ ଗର୍ବର ବିଷୟ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏନଡିଏ ସରକାର ପ୍ରଭାବଶାଳୀ ପଦକ୍ଷେପର ଏକ ଶୃଙ୍ଖଳା ମାଧ୍ୟମରେ ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃପରିଭାଷିତ କରିଛି। ଏଥିରେ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ତୃଣମୂଳ ସ୍ତରରେ ସଶକ୍ତିକରଣ ଅନ୍ତର୍ଭୁକ୍ତ।

ସେ ଉଜ୍ଜ୍ୱଳା ଯୋଜନାକୁ ଏକ ମାଇଲଖୁଣ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯାହା ଅନେକ ପରିବାରକୁ ଧୂଆଁମୁକ୍ତ ରୋଷେଇ ଘର ଯୋଗାଇ ଦେଇଛି। ସେ ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ମୁଦ୍ରା ଋଣ ଲକ୍ଷ ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ହେବା ଏବଂ ସ୍ୱାଧୀନ ଭାବରେ ସେମାନଙ୍କର ସ୍ୱପ୍ନ ପୂରଣ କରିବାରେ ସକ୍ଷମ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହିଳାମାନଙ୍କ ନାମରେ ଘର ଯୋଗାଇ ଦେବା ମଧ୍ୟ ସେମାନଙ୍କର ସୁରକ୍ଷା ଏବଂ ସଶକ୍ତୀକରଣ ଭାବନା ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି।

ପ୍ରଧାନମନ୍ତ୍ରୀ ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନର ବିଷୟରେ ଉଲ୍ଲେଖ କରି ଏହାକୁ ସେ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଏକ ଜାତୀୟ ଆନ୍ଦୋଳନ ଭାବରେ ବର୍ଣ୍ଣନା କରିଥିଲେ।

ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, ଯେ ବିଜ୍ଞାନ, ଶିକ୍ଷା, କ୍ରୀଡା, ଷ୍ଟାର୍ଟଅପ୍ ଏବଂ ସଶସ୍ତ୍ର ବାହିନୀ ସମେତ ସମସ୍ତ କ୍ଷେତ୍ରରେ ମହିଳାମାନେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପ୍ରେରଣା ଦେଉଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସରେରେ ପୋଷ୍ଟର ଏକ ଶୃଙ୍ଖଳା ମାଧ୍ୟମରେ ଲେଖିଛନ୍ତି,

‘‘ଗତ ୧୧ ବର୍ଷ ମଧ୍ୟରେ, ଏନଡିଏ ସରକାର ମହିଳା ନେତୃତ୍ୱାଧୀନ ବିକାଶକୁ ପୁନଃ ପରିଭାଷିତ କରିଛନ୍ତି।

ସ୍ୱଚ୍ଛ ଭାରତ ମାଧ୍ୟମରେ ମର୍ଯ୍ୟାଦା ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟ ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଜରିଆରେ ଆମର ନାରୀ ଶକ୍ତିକୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଇଛି। ଉଜ୍ଜ୍ୱଳା ଯୋଜନା ଅନେକ ପରିବାରକୁ ଧୂଆଁମୁକ୍ତ ରୋଷେଇ ଘର ଦେଇଛି । ମୁଦ୍ରା ଋଣ ଲକ୍ଷ ଲକ୍ଷ ମହିଳା ଉଦ୍ୟୋଗୀଙ୍କୁ ନିଜସ୍ୱ ସ୍ୱପ୍ନ ପୂରଣ କରିବାରେ ସକ୍ଷମ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କ ନାମରେ ଘର ମିଳିବା ମଧ୍ୟ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି।

ବେଟୀ ବଚାଓ ବେଟୀ ପଢ଼ାଓ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଏକ ଜାତୀୟ ଆନ୍ଦୋଳନକୁ ପ୍ରଜ୍ଜ୍ୱଳିତ କରିଛି।

ବିଜ୍ଞାନ, ଶିକ୍ଷା, କ୍ରୀଡା, ଷ୍ଟାର୍ଟଅପ୍ ଏବଂ ସଶସ୍ତ୍ର ବାହିନୀ ସମେତ ସମସ୍ତ କ୍ଷେତ୍ରରେ ମହିଳାମାନେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛନ୍ତି ଏବଂ ଅନେକ ଲୋକଙ୍କୁ ପ୍ରେରଣା ଦେଉଛନ୍ତି।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.