ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ସେପ୍ଟେମ୍ବର 2020 ମଧ୍ୟାହ୍ନ 12ଟାରେ ଭିଡିଓ କନଫରେନ୍ସ ଜରିଆରେ କୋଶୀ ରେଳ ମହାସେତୁ (ବିଶାଳ ସେତୁ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଏହା ବ୍ୟତୀତ ବିହାର ରାଜ୍ୟର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯାତ୍ରୀ ସୁବିଧା ସହ ଜଡ଼ିତ 12ଟି ରେଳ ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ରହିଛି କିଉଲ ନଦୀ ଉପରେ ଏକ ନୂଆ ରେଳ ସେତୁ, ଦୁଇଟି ନୂଆ ରେଳ ଲାଇନ, 5ଟି ବିଦ୍ୟୁତିକରଣ ପ୍ରକଳ୍ପ, ଗୋଟିଏ ବିଦ୍ୟୁତ ଲୋକୋମୋଟିଭ ଶେଡ ଏବଂ ବାଡ଼-ବଖତିୟାରପୁର ମଧ୍ୟରେ ତୃତୀୟ ରେଳ ଲାଇନ ପ୍ରକଳ୍ପ।

କୋଶି ରେଳ ମହାସେତୁ କାର୍ଯ୍ୟକ୍ଷମ ହେବା ଫଳରେ ବିହାର ଏବଂ ଉତ୍ତର ପୂର୍ବାଞ୍ଚଳକୁ ଯୋଡ଼ୁଥିବା ସମଗ୍ର କ୍ଷେତ୍ରର ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ। 1887ରେ ଏକ ମିଟର ଗଜ ଲିଙ୍କ ନିର୍ମଲି ଓ ଭାପ୍ତିଆହି (ସାରାଇଗଡ଼) ମଧ୍ୟରେ ନିର୍ମାଣ କରାଯାଇଥିଲା। 1934ରେ ପ୍ରବଳ ବନ୍ୟା ଏବଂ ଭାରତ ନେପାଳ ଭୂମିକମ୍ପ କାରଣରୁ ଏହି ରେଳ ଲିଙ୍କ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା। ସେବେଠାରୁ କୋଶୀ ନଦୀର ଅସ୍ଥିର ଗତି କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ରେଳ ଲିଙ୍କର ପୁନରୁଦ୍ଧାର ଲାଗି କୌଣସି ଉଦ୍ୟମ କରାଯାଇନଥିଲା।

2003-04ରେ ଭାରତ ସରକାର କୋଶି ମହାସେତୁ ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ। କୋଶି ରେଳ ମହାସେତୁର ଲମ୍ବ 1.9 କିମି ଏବଂ ଏହାର ନିର୍ମାଣ ଖର୍ଚ୍ଚ 516 କୋଟି ଟଙ୍କା। ଭାରତ-ନେପାଳ ସୀମାରେ ଥିବା ଏହି ସେତୁର ରଣନୈତିକ ଗୁରୁତ୍ୱ ରହିଛି। ଏହି ପ୍ରକଳ୍ପ କୋଭିଡ-ମହାମାରୀ ସମୟରେ ସମ୍ପୂର୍ଣ୍ଣ ହୋଇଛି ଯେଉଁଠି ପ୍ରବାସୀ ଶ୍ରମିକମାନେ ସେତୁ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି।

ଏହି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବା ପରେ ସ୍ଥାନୀୟ ଲୋକମାନଙ୍କର ଦୀର୍ଘ ପ୍ରତୀକ୍ଷା ଏବଂ 86 ବର୍ଷ ପୁରୁଣା ସ୍ୱପ୍ନ ପୂରଣ ହେବ। ମହାସେତୁ ଉଦଘାଟନ କରିବା ସହିତ ସହର୍ଷ-ଅସନପୁର କୁଫା ଡେମୋ ଟ୍ରେନକୁ ସୁପଲ ଷ୍ଟେସନରୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ନିୟମିତ ରେଳ ସେବା ଆରମ୍ଭ ହେବା ପରେ ଏହା ସୁପଲ, ଆରାରିୟା ଏବଂ ସହର୍ଷ ଜିଲ୍ଲା ପାଇଁ ବିଶେଷ ଲାଭଜନକ ହେବ। ଏହା ମଧ୍ୟ ଏହି ଅଞ୍ଚଳର ଲୋକମାନଙ୍କ ପାଇଁ କୋଲକାତା, ଦିଲ୍ଲୀ ଏବଂ ମୁମ୍ବାଇକୁ ଦୂରଯାତ୍ରା ସହଜ ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ନୂଆ ରେଳ ଲାଇନ ପ୍ରକଳ୍ପ ହାଜିପୁର-ଘୋସ୍ବର-ବୈଶାଳୀ ଏବଂ ଇସଲାମପୁର-ନଟେଶାରକୁ ଉଦଘାଟନ କରିବେ। ଏହାଛଡ଼ା ସେ କର୍ଣ୍ଣାଉଟି-ବଖତିୟାରପୁର ଲିଙ୍କ ବାଏପାସ ଏବଂ ବାଡ଼-ବଖତିୟାରପୁର ମଧ୍ୟରେ ତୃତୀୟ ଲାଇନକୁ ଉଦଘାଟନ କରିବେ।

ମୁଜାଫରପୁର-ସୀତାମାଢ଼ି, କଟିହାର-ନ୍ୟୁଜଲପାଇଗୁଡ଼ି, ସମସ୍ତିପୁର-ଦରଭଙ୍ଗା-ଜୟନଗର, ସମସ୍ତିପୁର-ଖଗଡ଼ିଆ, ଭାଗଲପୁର-ଶିବନାରାୟଣପୁର ସେକ୍ସନ ରେଳ ଲାଇନ ବିଦ୍ୟୁତିକରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth