ସେପ୍ଚେମ୍ବର ୨୦୨୫ରେ ବାରାଣାସୀରେ ହୋଇଥିବା ବୈଠକ ପରଠାରୁ ଦ୍ବିପାକ୍ଷିକ ସହଯୋଗରେ ଆସିଥିବା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ଦୁଇ ନେତା
ସେମାନେ ଭାରତ-ମରିସସ୍ ବର୍ଦ୍ଧିତ ରଣନୈତିକ ସହଭାଗୀତାକୁ ଆହୁରି ବୃଦ୍ଧି କରିବା ପାଇଁ ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଲେ
ମରିସସର ବିକାଶ ପ୍ରାଥମିକତା କ୍ଷେତ୍ରରେ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଭାରତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ନିମନ୍ତେ ଘନିଷ୍ଠ ଭାବରେ କାମ କରିବାକୁ ଉଭୟ ନେତା ସହମତ ହୋଇଥିଲେ
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଏଆଇ ପ୍ରଭାବ ସମ୍ମିଳନୀ ନିମନ୍ତେ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମାନନୀୟ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା କରିଛନ୍ତି।

ଦୁଇ ନେତା ସେପ୍ଟେମ୍ବର ୨୦୨୫ରେ ବାରାଣସୀରେ ହୋଇଥିବା ଶେଷ ବୈଠକ ପରଠାରୁ ବ୍ୟାପକ ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିରେ ବିକାଶ ସହଭାଗୀତା, କ୍ଷମତା ନିର୍ମାଣ ଏବଂ ଲୋକ-ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଉଭୟ ଦେଶର ଲୋକମାନଙ୍କ ଲାଭ ପାଇଁ ଭାରତ ଏବଂ ମରିସସ ମଧ୍ୟରେ ବର୍ଦ୍ଧିତ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ କରିବା ପାଇଁ ସେମାନେ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଭିଜନ ମହାସାଗର, ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ବିଶ୍ୱ ଦକ୍ଷିଣ ପ୍ରତି ସହଭାଗୀ ପ୍ରତିବଦ୍ଧତା ସହିତ ମରିସସର ବିକାଶ ପ୍ରାଥମିକତାଗୁଡ଼ିକ ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ।

ଭାରତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାର ସହଭାଗୀ ଉଦ୍ଦେଶ୍ୟ ହାସଲ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ଦୁଇ ନେତା ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ଦିଲ୍ଲୀରେ ହେବାକୁ ଥିବା ଏଆଇ ପ୍ରଭାବ ସମ୍ମିଳନୀ ନିମନ୍ତେ ତାଙ୍କୁ ସ୍ୱାଗତ କରିବାକୁ ସେ ଅପେକ୍ଷା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 28 big listed realty firms clock ₹1.95 trn pre-sales in FY26

Media Coverage

India's 28 big listed realty firms clock ₹1.95 trn pre-sales in FY26
NM on the go

Nm on the go

Always be the first to hear from the PM. Get the App Now!
...
Mr. Andy Jassy meets the Prime Minister
June 25, 2026

CEO of Amazon, Mr. Andy Jassy met with the Prime Minister Shri Narendra Modi, today, at New Delhi. Shri Modi remarked that Amazon's record $48 billion investment in India shows the growing interest across the world to invest in India.

The Prime Minister posted on X;

A great meeting with Mr. Andy Jassy. I welcome Amazon's record $48 billion investment in India. This will create new opportunities for our youth. At the same time, it shows the growing interest across the world to invest in India!

@amazon