ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ଗୁଜରାଟ ନବସାରିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦିମାନଙ୍କ ସହିତ ମନ ଖୋଲି କଥା ହୋଇଛନ୍ତି। ଏହି ଅବସରରେ ସେ ମହିଳାସଶକ୍ତିକରଣ ଓ ସମାଜ ପ୍ରତି ମହିଳାଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଆଜି ମହିଳା ଦିବସ ପାଳନ କରୁଥିଲେ ମଧ୍ୟ ଆମ ପରମ୍ପରା ଓ ସଂସ୍କୃତିରେ ଏହା ଆରମ୍ଭ ହୋଇଥାଏ ମାଆ ପ୍ରତି ଥିବା ଆମର ସମ୍ମାନରୁ। ‘ମାଆ ହେଉଛନ୍ତି ଭଗବାନ’ । ଆମ ପାଇଁ ବର୍ଷର ପ୍ରତ୍ୟେକ ଦିନ ‘ମାଆ ହେଉଛନ୍ତି ଭଗବାନ’ ।

 

ଲକ୍ଷପତି ଦିଦିଙ୍କ ମଧ୍ୟରୁ ଜଣେ ମହିଳା ଶିବାନୀ ମହିଳା ମଣ୍ଡଳ ସହିତ କାମ କରିବାର ଅନୁଭୂତି ବାଣ୍ଟିଥିଲେ। ଶିବାନୀ ମହିଳା ମଣ୍ଡଳରେ ମହିଳାମାନେ ମୋତିକୁ ନେଇ ସୌରାଷ୍ଟ୍ର ଅଞ୍ଚଳର ଏକ ହସ୍ତକଳା ବିଡ୍ ଓ୍ୱାର୍କ କାମ କରନ୍ତି। ମହିଳା ଜଣକ କହିଥିଲେ, ସେମାନେ ୪୦୦ରୁ ଅଧିକ ଭଉଣୀଙ୍କୁ ବିଡ୍‌ଓ୍ୱାର୍କର ପ୍ରଶିକ୍ଷଣ ଦେଲେଣି । ଅନ୍ୟ ଭଉଣୀମାନେ ମାର୍କେଟିଂ ଓ ଆକାଉଣ୍ଟ କଥା ବୁଝନ୍ତି। ଗୁଜରାଟ ବାହାରକୁ ମଧ୍ୟ ଏହି ମହିଳାମାନେ ଯାଆନ୍ତି କି ବୋଲି ପ୍ରଧାନମନ୍ତ୍ରୀ ପଚାରିବାରୁ ମହିଳା ଜଣକ କହିଲେ, ସେମାନେ ଭାରତର ପ୍ରାୟ ସବୁ ସହରକୁ ଯାଆନ୍ତି। ଆଉ ଜଣେ ଲକ୍ଷପତି ଦିଦି ପାରୁଲ ବେନ୍‌ଙ୍କ କଥା ମଧ୍ୟ କହିଥିଲେ ମହିଳାମାନେ। ପାରୁଲ ବେନ୍ ମାସକୁ ୪୦ ହଜାର ଟଙ୍କା ରୋଜଗାର କରନ୍ତି। ମହିଳା ଜଣକ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ସଫଳତାକୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦି କହିଥିଲେ, ତାଙ୍କର ସ୍ୱପ୍ନ ଥିଲା ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା। କିନ୍ତୁ ୫ କୋଟି ଲକ୍ଷପତି ଦିଦି ସୃଷ୍ଟି ହେବାର ଆଶା ଦେଖାଦେଲାଣି। ଏଥିପାଇଁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଆଉ ଜଣେ ଲକ୍ଷପତି ଦିଦି କହିଥିଲେ, ୬୫ ଜଣ ମହିଳାଙ୍କୁ ନେଇ ଗଠିତ ତାଙ୍କର ଟିମ୍ ମିଶ୍ରିରୁ ସର୍ବତ ପ୍ରସ୍ତୁତ କରନ୍ତି। ସେମାନଙ୍କ ବାର୍ଷିକ କାରବାର ହେଉଛି ୨୫ରୁ ୩୦ଲକ୍ଷ ଟଙ୍କା । ସେ କହିଥିଲେ, ସରକାରଙ୍କ ସହଯୋଗ ଯୋଗୁଁ ଅସହାୟ ମହିଳାଙ୍କୁ ବହୁତ ସାହାଯ୍ୟ ମିଳୁଛି ଓ ସେମାନେ ନିଜ ପିଲାଙ୍କୁ ପାଠ ପଢ଼ାଇ ପାରୁଛନ୍ତି। ଏପରିକି କେତେକ ମହିଳା ମାର୍କେଟିଂ ପାଇଁ ଗାଡ଼ି କିଣିଲେଣି । ଶ୍ରୀ ମୋଦୀ କହିଥିଲେ, ସେ କେବେ ନା କେବେ ସମସ୍ତ ଲକ୍ଷପତି ଦିଦିଙ୍କ ଷ୍ଟଲ୍ ବୁଲି ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହୋଇଥାନ୍ତୁ ପଛକେ ତାଙ୍କର କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ତାଙ୍କ ପାଇଁ ସ୍ୱାଭାବିକ କଥା ବୋଲି କହିଥିଲେ ଶ୍ରୀ ମୋଦୀ ।

 

ଆଉ ଜଣେ ଲକ୍ଷପତି ଦିଦି କହିଥିଲେ, କଠିନ ପରିଶ୍ରମ ଦ୍ୱାରା ସେ କିଛି ବର୍ଷ ଭିତରେ କୋଟିପତି ଦିଦି ହେବେ। ସଫଳତାର ରାସ୍ତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଜଣେ ଡ୍ରୋନ୍ ଦିଦି କହିଥିଲେ, ତାଙ୍କ ରୋଜଗାର ହେଉଛି ପ୍ରାୟ ୨ ଲକ୍ଷ ଟଙ୍କା। ମହାରାଷ୍ଟ୍ରର ପୁଣେରୁ ଟ୍ରେନିଂ ନେଇଥିବା ଏହି ଡ୍ରୋନ୍ ଦିଦି କହିଥିଲେ, ତାଙ୍କ ପରିବାରର ସମସ୍ତେ ତାଙ୍କୁ ପାଇଲଟ୍ ବୋଲି ଡାକନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅନୁଭୂତିରୁ କହିଥିଲେ, ଜଣେ ମହିଳା ସାଇକଲ ଚଳାଇ ଜାଣନ୍ତି ନାହିଁ। କିନ୍ତୁ ସେ ଏବେ ଡ୍ରୋନ୍ ପାଇଲଟ। ଡ୍ରୋନ୍ ଦିଦି ହେବାର ସୁଯୋଗ ଦେଇଥିବାରୁ ଓ ତା ଫଳରେ ଲକ୍ଷପତି ହୋଇପାରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ସେହି ଡ୍ରୋନ୍ ଦିଦି। ଶ୍ରୀ ମୋଦୀ କହିଥିଲେ, ଡ୍ରୋନ୍ ଦିଦିମାନେ ଏବେ ନିଜ ଗାଁର ପରିଚୟ ପାଲଟିଛନ୍ତି।

 

 

ଏହା ପରେ ଜଣେ ବ୍ୟାଙ୍କ ସଖୀଙ୍କ ସହିତ  କଥା ହୋଇଥିଲେ ଶ୍ରୀମୋଦୀ। ସେହି ମହିଳା ଜଣକ ମାସକୁ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରନ୍ତି। ଆଉ ଜଣେ ମହିଳା କହିଥିଲେ, ସେ ଯେପରି ଲକ୍ଷପତି ଦିଦି ହୋଇପାରିଛନ୍ତି, ଅନ୍ୟ ମହିଳାମାନଙ୍କୁ ମଧ୍ୟ ସେ ଲକ୍ଷପତି ଦିଦି କରିବାକୁ ଚାହାନ୍ତି।

 

ଏହି ଅବସରରେ ଅନ୍‌ଲାଇନ୍ ବ୍ୟବସାୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ଏଥିପାଇଁ ସରକାର ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ, ବହୁତ ମହିଳା ଗାଁରେ ରହି ରୋଜଗାର କରୁଛନ୍ତି। ସାରା ଦୁନିଆ ଜାଣିବା ଉଚିତ ଯେ, ଭାରତର ମହିଳାମାନେ କେବଳ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁ ନାହାନ୍ତି, ବରଂ ସେମାନେ ଦେଶର ଅର୍ଥନୈତିକ ଶକ୍ତିରେ ପରିଣତ ହୋଇଛନ୍ତି। ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗାଁର ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ ଶ୍ରୀ ମୋଦୀ। ସେ କହିଥିଲେ, ମହିଳାମାନେ ତୁରନ୍ତ ନୂଆ ନୂଆ ଟେକ୍ନୋଲଜି ଶିଖି ପାରୁଛନ୍ତି। ନିଜର ଅନୁଭୂତିରୁ ସେ କହିଥିଲେ, ଜଣେ ମହିଳା ମନଧ୍ୟାନ ଦେଇ ଅଭ୍ୟାସ କରିବାରୁ ତିନି-ଚାରି ଦିନ ଭିତରେ ଡ୍ରୋନ୍ ଚଳାଇବା ଶିଖି ପାରିଥିଲେ। ଭାରତର ମହିଳାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନେ ସଂଘର୍ଷ କରିପାରନ୍ତି, କିଛି ନୂଆ ତିଆରି କରିପାରନ୍ତି, ସଂସ୍କାର କରିପାରନ୍ତି ଏବଂ ସଂପତ୍ତି ମଧ୍ୟ ଅର୍ଜନ କରିପାରନ୍ତି। ଭାରତୀୟ ମହିଳାଙ୍କ ଏହି ଶକ୍ତି ଦେଶକୁ ବହୁତ ଲାଭ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi