ଆହ୍ୱାନକୁ ଅତିକ୍ରମ କରି ଆତ୍ମବିଶ୍ୱାସର ସହ ପ୍ରତିଭା ଏବଂ ରାଷ୍ଟ୍ରୀୟ ଗୌରବ ପ୍ରଦର୍ଶନ କରିଥିବାରୁ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
କଠିନ ପରିଶ୍ରମ କ୍ରୀଡ଼ା ମଇଦାନ ସହିତ ଜୀବନରେ ମଧ୍ୟ ସଫଳତାକୁ ସୁନିଶ୍ଚିତ କରିଥାଏ: ପ୍ରଧାନମନ୍ତ୍ରୀ
ଟିମର ଏହି ଉପଲବ୍ଧି ସମସ୍ତଙ୍କୁ ପ୍ରେରଣା ଦେବା ସହ ଦେଶର ଯୁବପିଢ଼ିଙ୍କ ଶକ୍ତି ଓ ଦୃଢ଼ତାକୁ ଉଜାଗର କରୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ୭, ଲୋକକଲ୍ୟାଣ ମାର୍ଗରେ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ଟିମ ସହ ଭାବ ବିନିମୟ କରିଛନ୍ତି । ଶ୍ରୀ ମୋଦୀ ଖେଳାଳିଙ୍କ ସହ ଉତ୍ସାହର ସହ ଆଲୋଚନା କରିଥିଲେ, ସେମାନଙ୍କ ଦୃଢ଼ ସଂକଳ୍ପର ପ୍ରଶଂସା କରିଥିଲେ  ଏବଂ ଆତ୍ମବିଶ୍ୱାସ ତଥା ଦୃଢ଼ତାର ସହ ଭବିଷ୍ୟତରେ ମଧ୍ୟ ଏପରି ଖେଳ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । ସେ କହିଥିଲେ, କଠିନ ପରିଶ୍ରମରେ ଆଗକୁ ବଢ଼ୁଥିବା ଖେଳାଳି କେବଳ ଖେଳ ମଇଦାନରେ ନୁହେଁ ବରଂ ଜୀବନରେ କେବେ ବି ବିଫଳ ହୋଇ ନଥାଏ । ସେ କହିଛନ୍ତି, ଖେଳାଳିମାନେ ନିଜର ସ୍ୱତନ୍ତ୍ର ପରିଚୟ ବନାଇ ପାରିଛନ୍ତି, ଯାହାଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇପାରିଛି ।

 

ବନ୍ଦେ ମାତରମର ୧୫୦ତମ ବର୍ଷର ମହତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ,ଟିମର ଭାବନା ଓ ଏକତା ରାଷ୍ଟ୍ରୀୟ ଗୌରବର ମୂଲ୍ୟକୁ ଦର୍ଶାଉଛି । ସେ ଟିମର ଜଣେ ଖେଳାଳିଙ୍କ ସଙ୍ଗୀତ ପ୍ରତିଭାର ପ୍ରଶଂସା କରିଥିଲେ, ଯିଏ କି ଭକ୍ତି ସଙ୍ଗୀତ ଗାଇଥିଲେ ଏବଂ ଏହାକୁ କାଶୀ ସହ ଥିବାର ନିଜର ସମ୍ପର୍କ ସହ ଯୋଡ଼ିଥିଲେ ଶ୍ରୀ ମୋଦୀ ।

 

ପ୍ରଧାନମନ୍ତ୍ରୀ ମଜାଦାର ଢଙ୍ଗରେ ଟିମର ବହୁମୁଖୀ ପ୍ରତିଭାର ତୁଳନା ରାଜନୀତି ସହ କରିଥିଲେ ଏବଂ କହିଥିଲେ କି ଯେଉଁଭଳି ରାଜନୀତିରେ ଲୋକମାନେ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ଭଳି ବିଭିନ୍ନ ଭୂମିକା ନିଭାଇଥାନ୍ତି ସେହିପରି ଖେଳାଳିମାନେ ବହୁମୁଖୀ ପ୍ରତିଭାସମ୍ପନ୍ନ ।

 

ଖେଳାଳିମାନେ ସାମାଜିକ ବାଧାବନ୍ଧନ, ବିଭିନ୍ନ ପ୍ରକାର ଆହ୍ୱାନ ଏବଂ ପାରିବାରିକ କଷ୍ଟକୁ ଅତିକ୍ରମ କରିବା ଦିଗରେ ନିଜର ଅନୁଭବ ବଖାଣିଥିଲେ । ଜଣେ ଖେଳାଳି ନିଜ ଦିବଙ୍ଗତ ପିତାଙ୍କ ସ୍ୱପ୍ନକୁ ସ୍ମରଣ କରିଥିଲେ, ଯିଏ କି ତାଙ୍କୁ ସଫଳ ହେବା ଦେଖିବାକୁ ଚାହୁଁଥିଲେ, ଏବେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ପରେ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିଛି ।

 

ପ୍ରଧାନମନ୍ତ୍ରୀ ଟିମକୁ କହିଥିଲେ,ସେମାନଙ୍କର ଏହି ସଫଳତା କେବଳ ଦିବ୍ୟାଙ୍ଗମାନଙ୍କ ପାଇଁ ନୁହେଁ,ବରଂ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏକ ପ୍ରେରଣା । ସେ କହିଥିଲେ କି, ସେମାଙ୍କ ଉପଲବ୍ଧ ଦେଶର ଯୁବପିଢ଼ିଙ୍କ ଶକ୍ତି ଓ ଦୃଢ଼ତାକୁ ଦର୍ଶାଉଛି । ସେ ଏହା ଉପରେ ଗର୍ବ କରିଥିଲେ କି ଦେଶ ନିଜ ସନ୍ତାନମାନଙ୍କ ଏଭଳି ସଂକଳ୍ପ ଏବଂ ସାହସ ସହିତ ଆଗକୁ ବଢ଼ୁଛି ।

 

ଶ୍ରୀ ମୋଦୀ ଆଲୋଚନା ଶେଷରେ ଟିମକୁ ଶୁଭକାମନା ଜଣାଇଥିଲେ ଏବଂ ବୈଶ୍ୱିକ ସ୍ତରରେ ଭାରତର ଛବିକୁ ବଢ଼ାଇଥିବାରୁ ପ୍ରଶଂସା କରିଥିଲେ । ସେ ଏହା ମଧ୍ୟ କହିଥିଲେ କି ଏହି ଖେଳାଳିମାନଙ୍କ ସମର୍ପଣ ଏବଂ ଉତ୍ସାହ ଅଗଣିତ ଲୋକଙ୍କୁ ପ୍ରେରଣା ଦେଇଛି ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future