ମହାମହିମଗଣ

ମୋ ବନ୍ଧୁ ବୋରିସ ମୋତେ ଉପଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମୋର ମତ ରଖିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ।

ବୈଶ୍ୱିକ ଜଳବାୟୁ ଆଲୋଚନାରେ ତୀବ୍ରତା ହ୍ରାସ ଯେପରି ଗୁରୁତ୍ୱ ପାଇଛି, ଉପଯୋଗୀକରଣ ତାହା ପାଇନାହିଁ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ବିକାଶମୁଖୀ ଦେଶମାନଙ୍କ ନିମନ୍ତେ ଏହା ଏକ ଅନ୍ୟାୟ ।

ଭାରତ ସମେତ ଅନେକ ବିକାଶମୁଖୀ ରାଷ୍ଟ୍ରରେ ଜଳବାୟୁ ପରିବର୍ତ୍ତନ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଥାଏ । ପ୍ରମୁଖ ପ୍ରଣାଳୀରେ ପରିବହନ, ଅସମୟ ବର୍ଷା, ବନ୍ୟା ଓ ଝଡ଼ ଯୋଗୁଁ ଫସଲ ନଷ୍ଟ ହୋଇଥାଏ । ପାନୀୟ ଜଳ ଉତ୍ସଠାରୁ କମ ମୂଲ୍ୟ ଘର ପର୍ଯ୍ୟନ୍ତ ସବୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନମନୀୟ ହୋଇପଡେ ।

ମହାମହିମଗଣ

ଏ ସମ୍ପର୍କରେ ମୋର ତିନିଟି ମତ ରହିଛି । ପ୍ରଥମ ହେଲା ଆମକୁ ଉପଯୋଗୀକରଣକୁ ଆମ ବିକାଶ ନୀତି ଓ ପ୍ରକଳ୍ପରେ ମୁଖ୍ୟ ସ୍ଥାନ ଦେବାକୁ ପଡିବ । ନଲ ସେ ଜଲ ବା  ସମସ୍ତଙ୍କ ନିମନ୍ତେ ଟ୍ୟାପପାଣି, ସ୍ୱଚ୍ଛ ଭାରତ- ନିର୍ମଳ ଭାରତ ଅଭିଯାନ ଓ ଉଜ୍ଜ୍ୱଳା, ସ୍ୱଚ୍ଛ ରୋଷେଇ ଇନ୍ଧନ ଭାରତରେ କେବଳ ଉପଯୋଗୀକରଣ ସୁବିଧା ନୁହଁ ବରଂ ନାଗରିକମାନଙ୍କ ଜୀବନରେ ମଧ୍ୟ ଗୁଣାତ୍ମକ ପରିବର୍ତ୍ତନ ଆଣିଛି । ଦ୍ୱିତୀୟ ଅନେକ ପରମ୍ପରାଗତ ଗୋଷ୍ଠୀଙ୍କ ପ୍ରକୃତି ସହ ତାଳ ଦେଇ ଜୀବନ ଜୀଇଁବାର ମଧ୍ୟ ଅଭିଜ୍ଞତା ରହିଛି ।

ଏହି ପାରମ୍ପରିକ ଅଭ୍ୟାସଗୁଡିକୁ ଆମର ଉପଯୋଗୀକରଣ ନୀତିର ନାଯ୍ୟ ଗୁରୁତ୍ୱ ଦେବାକୁ ପଡିବ । ଏହି ଜ୍ଞାନର ସ୍ରୋତ ମଧ୍ୟ ବିଦ୍ୟାଳୟ ପାଠ୍ୟକ୍ରମରେ ନିଶ୍ଚିତ ସାମିଲ ହେବା ଆବଶ୍ୟକ । ତାହା ହେଲେ ଯାଇ ଏହା ନୂତନ ବଂଶଧରମାନଙ୍କୁ ପ୍ରସନ୍ନ କରିବ । ସ୍ଥାନୀୟ ପରିସ୍ଥିତି ଅନୁସାରେ ଜୀବନଧାରଣକୁ ଆପଣାଇଲେ ଏହା ଉପଯୋଗୀକରଣର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବିବେଚିତ ହେବ । ତୃତୀୟତଃ ଉପଯୋଗୀକରଣ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ହୋଇପାରେ, ମାତ୍ର ଅନଗ୍ରସର ଦେଶଗୁଡିକ ନିମନ୍ତେ ବୈଶ୍ୱିକ ସହାୟତା ପ୍ରଦାନ କରାଯିବା ଉଚିତ ।

ସ୍ଥାନୀୟ ଉପଯୋଗୀକରଣର ବୈଶ୍ୱିକ ସହାୟତା ଦୃଷ୍ଟିରୁ ଭାରତ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ସମନ୍ୱିତ ଧାରାକୁ ଗ୍ରହଣ କରିଛି । ଏହି ପଦକ୍ଷେପ ପ୍ରତ୍ୟେକ ଆପଣାଇବାକୁ ମୁଁ ଅନୁରୋଧ କରୁଛି ।

ଧନ୍ୟବାଦ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains fastest-growing major economy, domestic investors power market resilience

Media Coverage

India remains fastest-growing major economy, domestic investors power market resilience
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 14, 2026
March 14, 2026

Heartening Resolve Meets Bold Action: PM Modi's Transformative Push for a Developed Assam.