ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ନୂତନ ଗତି ଆଣିବ ବୋଲି କହିଲେ ପ୍ରଧାନମନ୍ତ୍ରୀ
ଶ୍ରୀଲଙ୍କା ଗସ୍ତ ଏବଂ ରାଷ୍ଟ୍ରପତି ଦିସାନାୟକଙ୍କ ସହ ଆଲୋଚନାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା
ଦୁଇ ଦେଶର ସହଭାଗିତାରେ ଏକାଠି କାମ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦିସାନାୟକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ନିରନ୍ତର ସମ୍ପର୍କ ସ୍ଥାପନ ଉପରେ ଦେଲେ ଗୁରୁତ୍ୱ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରସୁରିଆ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷତ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇ କହିଛନ୍ତି ଯେ, ତାଙ୍କ ଗସ୍ତ ଐତିହାସିକ ଏବଂ ବହୁମୁଖୀ ଭାରତ-ଶ୍ରୀଲଙ୍କା ସମ୍ପର୍କକୁ ନୂତନ ପ୍ରେରଣା ଦେବ।

 

ଶ୍ରୀ ମୋଦୀ ଚଳିତ ବର୍ଷ ଏପ୍ରିଲରେ ତାଙ୍କର ଶ୍ରୀଲଙ୍କା ଗସ୍ତକୁ ମନେ ପକାଇଛନ୍ତି, ଏହି ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକଙ୍କ ସହ ସହଯୋଗର ସମସ୍ତ କ୍ଷେତ୍ର ଉପରେ ଫଳପ୍ରଦ ଆଲୋଚନା କରିଥିଲେ।

 

ଦୁଇ ନେତା ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନବସୃଜନ ବିକାଶ ସହଯୋଗ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ସମେତ ଅନେକ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।

 

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୁଇ ଦେଶର ସହଭାଗୀ ବିକାଶ ଯାତ୍ରାରେ ଏକାଠି କାମ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।

 

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଦିସାନାୟକଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଏବଂ କହିଥିଲେ ଯେ, ସେ ସେମାନଙ୍କ ନିରନ୍ତର ସମ୍ପର୍କ ପାଇଁ ଅପେକ୍ଷା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2026
March 13, 2026

Resilient India Under PM Modi: Diplomatic Mastery, Youth Power, and Unstoppable Progress