ଗୀତା ଆମକୁ ଚିନ୍ତା କରିବାକୁ ସୁଯୋଗ ଦିଏ, ପ୍ରଶ୍ନ ପଚାରିବାକୁ ପ୍ରେରଣା ଦିଏ ଏବଂ ବିତର୍କ ପାଇଁ ପ୍ରୋତ୍ସାହିତ କରେ ଓ ମନକୁ ମୁକ୍ତ ରଖେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଯୋଗେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ ସଂସ୍କରଣର ଶୁଭାରମ୍ଭ କରିଛନ୍ତି । ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର ଏହି ସଂସ୍କରଣର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯେଉଁମାନଙ୍କ ପ୍ରଚେଷ୍ଟାରେ ଏହି ଗୀତାର ଇ ସଂସ୍କରଣ ଆସିପାରିଛି ସେମାନେ ସମସ୍ତେ ଧନ୍ୟବାଦର ପାତ୍ର । କାରଣ ଏହା ଯୁବଗୋଷ୍ଠୀଙ୍କୁ ଗୀତା ସହ ଯୋଡ଼ିବାରେ ସହାୟକ ହୋଇାପରିବ । ଗୀତାର ଅମର ଓ ଆଦର୍ଶ ବାଣୀ ଯୁବ ସମାଜ ନିକଟରେ ପହଞ୍ଚିପାରିବ । ଏହା ଫଳରେ ପରମ୍ପରା ଓ ପ୍ରଯୁକ୍ତିର ଅପୂର୍ବ ମିଶ୍ରଣ ଘଟିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଇ- ବୁକ୍ ଗୀତାର ଅମର ବାଣୀକୁ ତାମିଲ ସଂସ୍କୃତି ସହ ଯୋଡ଼ିପାରିଛି ଏବଂ ତାହା ସାରା ବିଶ୍ୱରେ ପହଞ୍ଚିପାରିବ ଏବଂ ସମସ୍ତେ ତାହା ପାଠ କରିବାର ସୁଯୋଗ ପାଇପାରିବେ । ସମଗ୍ର ବିଶ୍ୱରେ ବିଭିନ୍ନ ରାଷ୍ଟ୍ରରେ ବସବାସ କରୁଥିବା ତାମିଲ ଲୋକମାନେ ଏହି ଇ ସଂସ୍କରଣର ସୁଯୋଗ ନେଇପାରିବେ । ତାମିଲ ଡାୟାସ୍ପୋରାକୁ ଏହି ଅବସରରେ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସେମାନେ ବିଭିନ୍ନ କ୍ଷେତ୍ରରେ ନୂତନ ଶୀର୍ଷ ହାସଲ କରିଛନ୍ତି ଏବଂ ସେମାନେ ଯେଉଁଠାରେ ଅବସ୍ଥାନ କରୁଥାନ୍ତୁ ନା କାହିଁକି ତାମିଲ ସଂସ୍କୃତିର ମହାନତାକୁ ସଦାସର୍ବଦା ନିଜ ସହ ବହନ କରିଥାନ୍ତି ।

 

ଏହି ଅବସରରେ ସ୍ୱାମୀ ଚିଦଭବାନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ମନ, ଶରୀର, ହୃଦୟ ଓ ଆତ୍ମାରେ ସ୍ୱାମୀ ଚିଦଭାବନାନନ୍ଦଜୀ ଭାରତର ପୁନରୁତ୍ଥାନ ନିମନ୍ତେ ସଦାବେଳେ ସମର୍ପିତ ରହିଥିଲେ । ସେ କହିଲେ ଯେ ସ୍ୱାମୀ ବିବେକାନନ୍ଦୀଜୀଙ୍କ ମାନ୍ଦ୍ରାଜ ଭାଷଣ ସ୍ୱାମୀ ଚିଦଭାବନାନନ୍ଦଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସେ ସର୍ବୋପରି ରାଷ୍ଟ୍ର ହିତ ବୋଲି ଚିନ୍ତା କରୁଥିଲେ ଏବଂ ଜନସେବାରେ ନିଜକୁ ବ୍ରତୀ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ପଟେ ସ୍ୱାମୀ ଚିଦଭବାନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ଅନ୍ୟ ପକ୍ଷରେ ସେ ନିଜର ଆଦର୍ଶ କର୍ମ ବଳରେ ସେ ସାରା ବିଶ୍ୱକୁ ପ୍ରେରଣା ପ୍ରଦାନ କରିଥିଲେ । ଶ୍ରୀରାମକୃଷ୍ଣ ମିଶନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜନସେବା, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଆଦର୍ଶ କର୍ମକୁ ଆଗକୁ ଆଗେଇ ନେବା ଦିଗରେ ଏହି ସଂଗଠନର ଭୂମିକା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ କହିଲେ ଯେ ଗୀତାର ଅମୃତ ବାଣୀ ଏହାର ଗଭୀରତା, ବିବିଧତା ଏବଂ ସରଳତା ଯୋଗୁ ସମସ୍ତଙ୍କ ହୃଦୟକୁ ଛୁଇଁଥାଏ । ସେ କହିଲେ ଯେ ଆଚାର୍ଯ୍ୟ ବିନୋବା ଭାବେ ଗାତୀକୁ ମାତା ବୋଲି ସମ୍ବୋଧନ କରି କହିଥିଲେ ଯେ ଏହା ଏପରି ଏକ ମାତା ଯିଏ ନିଜ ପ୍ରତ୍ୟେକ ମଣିଷ ଝୁଣ୍ଟି ପଡ଼ିବା ବେଳେ ତାକୁ ନିଜ କୋଳକୁ ଆପଣାଇ ନେଇଥାଏ । ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଲୋକମାନ୍ୟ ତିଲକ, ମହକବି ସୁବ୍ରମଣ୍ୟନ୍ ଭାରତୀ ଗୀତା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ସେ କହିଲେ ଯେ ଗୀତା ଆମକୁ ଚିନ୍ତା କରିବାକୁ ପ୍ରେରିତ କରିଥାଏ, ପ୍ରଶ୍ନ କରିବାକୁ ପ୍ରେରଣା ଯୋଗାଇଥାଏ ତର୍କ କରିବାକୁ ସାହସ ଦେଇଥାଏ ଏବଂ ଆମ ମନକୁ ସଦାସର୍ବଦା ମୁକ୍ତ ରଖିଥାଏ । ସେ କହିଲେ ଯେ କୌଣସି ବ୍ୟକ୍ତ ଯିଏ ଗୀତା ଦ୍ୱାରା ଅନୁପ୍ରାଣୀତ ହୋଇଥିବା ତାଙ୍କର ପ୍ରବୃତ୍ତି ସହାନୁଭୂତିଶୀଳ ଏବଂ ଚିନ୍ତନ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ପ୍ରଭାବିତ ହୋଇଥିବା ସୁନିଶ୍ଚିତ ।

 

ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ମଦ୍‌ଭଗବଦ୍ ଗୀତା ମାନବ ସମାଜର ବିବାଦ ଏବଂ ବିଷାଦ ଅବସ୍ଥାରେ ହିଁ ଜନ୍ମ ନେଇଥିଲା ଏବଂ ସେହିଭଳି ବିବାଦ ଏବଂ ଚାଲେଞ୍ଜର କଷଟି ପଥରରେ ଏପର୍ଯ୍ୟନ୍ତ ପରଖି ହୋଇ ଆସିଛି । ସେ କହିଲେ ଯେ ଭଗବଦ୍ ଗୀତା ହେଉଛି ଦିବ୍ୟ ଚିନ୍ତନର ଗନ୍ତାଘର ଯାହା ବିଷାଦରୁ ବିଜୟ ପର୍ଯ୍ୟନ୍ତ ଯାତ୍ରାକୁ ପ୍ରତିବିମ୍ବିତ କରେ । ସେ କହିଲେ ଯେ ଶ୍ରୀମଦ ଭଗବଦ୍ ଗୀତାଯେଉଁ ପଥ ପ୍ରଦର୍ଶନ କରିଛି ତାହା ଆଜିର ଏହି କୋଭିଡ଼୍ ସହ ଲଢ଼ୁଥିବା ବିଶ୍ୱ ଓ ସମାଜ ପାଇଁ ମଧ୍ୟ ସେତିକି ପ୍ରଯୁଜ୍ୟ ରହିଛି । ସେହିଭଳି ଏହାର ସୁଦୂରପ୍ରସାରୀ ଆର୍ଥିକ ଓ ସାମାଜିକ ପ୍ରଭାବ ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଲେ ଯେ ଶ୍ରୀମଦ୍ ଭଗବଦ୍ ଗୀତା ଆମକୁ ଆଜି ପୁଣି ଥରେ ଶକ୍ତି ଓ ଦିଶା ପ୍ରଦର୍ଶନ କରିବ ଆଜିର ବିଶ୍ୱ ସମାଜ ଯେଉଁସବୁ ଚାଲେଞ୍ଜର ମୁକାବିଲା କରୁଛି ସେଥିରେ ଆମକୁ ନିଶ୍ଚିତ ବିଜୟୀ କରାଇବ । ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ପିଅର୍ ରିଭ୍ୟୁ କାର୍ଡିଓଲୋଜି ଜର୍ଣ୍ଣାଲକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼ ବୈଶ୍ୱିକ ମହାମାରୀ କାଳରେ ଗୀତା କେତେ ମହତ୍ତ୍ୱ ବହନ କରେ ତାହା ସେଥିରେ ବର୍ଣ୍ଣନା କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରମଦ୍ ଭଗବଦ୍ ଗୀତାର ମୂଳ ବାର୍ତ୍ତା ହେଉଛି କର୍ମ । କାରଣ କର୍ମ ଦ୍ୱାରା ହିଁ ଅକର୍ମକୁ ଦୂର କରାଯାଇପାରିବ । ସେହିଭଳି ସେ କହିଲେ ଯେ ଆତ୍ମନିର୍ଭର ଭାରତର ମୂଳ ଉଦ୍ଦେଶ୍ୟ ହେଉଛି କେବଳ ଆମ ପାଇଁ ନୁହେଁ ସମଗ୍ର ମାନବ ଜାତି ପାଇଁ ସମ୍ପଦ ଓ ମୂଲ୍ୟ ସୃଷ୍ଟି କରିବା । ଆମେ ବିଶ୍ୱାସ କରୁ ଯେ ଆତ୍ମନିର୍ଭର ଭାରତ ସାରା ବିଶ୍ୱ ପାଇଁ ଉପକାରସିଦ୍ଧ ହେବ । ଏହି ଅବସରରେ ସେ ସ୍ମରଣ କରାଇ ଦେଇଥିଳେ ଯେ ଆମର ବୈଜ୍ଞାନିକମାନେ କିଭଳି ନିଜର ଅକ୍ଳାନ୍ତ ଶ୍ରମ ଓ ନିଷ୍ଠା ବଳରେ କୋଭିଡ଼ ୧୯ର ପ୍ରତିଷେଧକ ଟିକା ଉଦ୍ଭାବନ କରିପାରିଛନ୍ତି ଯାହା ସମଗ୍ର ମାନବସମାଜ ନିମନ୍ତେ ଉପଶମକାରୀ ଓ ପ୍ରାଣରକ୍ଷାକାରୀ ବୋଲି ସାବ୍ୟସ୍ତ ହୋଇପାରିଛି । ଏହା ମଧ୍ୟ ଗୀତାର ମୂଳ ଭାବନା ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଜଣାଇ କହିଲେ ଯେ ଆଜିର ସମାଜ ଏବଂ ବିଶେଷ କରି ଯୁବ ସମାଜ ଶ୍ରୀମଦ୍ ଭଗବଦ୍ ଗୀତାର ଉପଦେଶ ଯାହାକି ଅତି ମାତ୍ରାରେ ବାସ୍ତବ ଏବଂ ସମସ୍ତ କର୍ମ ସହିତ ସମ୍ପର୍କିତ, ତାହାକୁ ଗ୍ରହଣ କରିବା ଉଚିତ । ଆଜିର ଦ୍ରୁତ ପ୍ରଗତିଶୀଳ ଦୁନିଆରେ ଗୀତା ଅଶାନ୍ତ ମନକୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରିବାର ଏକ ମରୁଦ୍ଦ୍ୟାନ ସଦୃଶ ଏବଂ ଆମକୁ ପୁଣି ଥରେ କର୍ମଚଞ୍ଚଳ ହେବା ନିମନ୍ତେ ପ୍ରେରଣାର ଉତ୍ସ ବୋଲି ସେ ଦର୍ଶଇଥବଲେ । ଏହା ଆମ ସମସ୍ତଙ୍କ ମନକୁ ବିଫଳତାର ଭୟରୁ ମୁକ୍ତ କରିବ ଏବଂ କର୍ମ ଉପରେ ହିଁ ଧ୍ୟାନ କେନ୍ଦ୍ରୀତ କରିବ । ସେ କହିଲେ ଯେ ଗୀତାର ପ୍ରତ୍ୟେକ ଅଧ୍ୟାୟରେ ଆମମାନଙ୍କର ଗ୍ରହଣ କରିବାର କିଛି ନା କିଛି ଉପଦେଶ ରହିଛି ଏବଂ ଆମକୁ ଏକ ସକାରାତ୍ମକ ମନ ନେଇ ତାହାକୁ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future