ଚିକିତ୍ସା ଭିତ୍ତିଭୂମିରେ ଘରୋଇ ନିବେଶକୁ ପ୍ରୋତ୍ସାହନ ମିଳିବ
ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ଚାଷୀ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ଆତ୍ମନିଯୁକ୍ତ ଲୋକଙ୍କ ପାଇଁ ଏକାଧିକ ପଦକ୍ଷେପ
ଏହି ପଦକ୍ଷେପଗୁଡ଼ିକ ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବ, ଉତ୍ପାଦନ ଓ ରପ୍ତାନିକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ
ସଂସ୍କାର ନିମନ୍ତେ ଆମ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଏହି ପଦକ୍ଷେପଗୁଡ଼ିକ ପ୍ରଦର୍ଶନ କରୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପଦକ୍ଷେପଗୁଡ଼ିକ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ ଓ ରପ୍ତାନିକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ଏଥିସହ ଛୋଟ ପିଲା, ଚାଷୀ, କ୍ଷୁଦ୍ର ଉଦ୍ୟୋଗୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କ ସ୍ୱାସ୍ଥ୍ୟ ସୁବିଧା ଲାଗି ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।

ଅନେକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ଘୋଷିତ ପଦକ୍ଷେପଗୁଡ଼ିକ ଦ୍ୱାରା ବିଶେଷ ଭାବେ ସେବା ଅଭାବ ଥିବା ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ସୁବିଧା ବଢ଼ିବ, ଚିକିତ୍ସା ଭିତ୍ତିଭୂମିରେ ଘରୋଇ ନିବେଶକୁ ପ୍ରୋତ୍ସାହନ ମିଳିବ ଏବଂ ଗୁରୁତ୍ୱପୂର୍ଣ୍ଣ ମାନବସମ୍ବଳରେ ବୃଦ୍ଧି ଘଟିବ । ଏଥିରେ ଆମ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକୁ ସୁଦୃଢ଼ କରିବା ଉପରେ ଜୋର ଦିଆଯାଇଛି ।

ଆମ ଚାଷୀମାନଙ୍କ ସହାୟତା ଲାଗି ଗୁରୁତ୍ୱ ପ୍ରଦାନ କରାଯାଇଛି । ଏମିତି ଅନେକ ପଦକ୍ଷେପ ଘୋଷଣା କରାଯାଇଛି, ଯାହା ସେମାନଙ୍କ ଚାଷ ବାବଦ ଖର୍ଚ୍ଚ କମାଇବ, ସେମାନଙ୍କ ଆୟ ବୃଦ୍ଧି କରିବ ଏବଂ କୃଷି ସଂକ୍ରାନ୍ତ କାର୍ଯ୍ୟକଳାପରେ ନମନୀୟତା ଓ ସ୍ଥାୟିତ୍ୱକୁ ସମର୍ଥନ ଦେବ ।

ଆମ କ୍ଷୁଦ୍ର ଉଦ୍ୟୋଗୀ ଓ ଆତ୍ମନିଯୁକ୍ତ ଲୋକମାନଙ୍କୁ ସେମାନଙ୍କ କାରବାର କାର୍ଯ୍ୟକଳାପକୁ ସୁଚାରୁ ଭାବେ ଜାରି ରଖିବା ଓ ତାହାର ସମ୍ପ୍ରସାରଣକୁ ସକ୍ଷମ ବନାଇବା ନିମନ୍ତେ ସହାୟତା ଘୋଷଣା କରାଯାଇଛି ।

ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ଆର୍ଥିକ କାର୍ଯ୍ୟକଳାପ ଗତିଶୀଳ ହେବ, ଉତ୍ପାଦନ ଓ ରପ୍ତାନି ବଢ଼ିବ ଏବଂ ନିଯୁକ୍ତି ସୃଷ୍ଟି ହେବ । ପରିଣାମ କୈନ୍ଦି୍ରକ ବିଦୁ୍ୟତ ବିତରଣ ଯୋଜନା ଓ ପିପିପି ପ୍ରକଳ୍ପ ଏବଂ ସମ୍ପତ୍ତି ମୁଦ୍ରୀକରଣ ପାଇଁ ବ୍ୟବସ୍ଥିତ ପ୍ରକ୍ରିୟାଗୁଡ଼ିକ ସଂସ୍କାର ଲାଗି ଆମ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।’’

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win