‘‘ବିଗତ ୧୦ ବର୍ଷ ମଧ୍ୟରେ ଦେଶ ସେବା ପାଇଁ ଆମ ସରକାରଙ୍କ ପ୍ରୟାସକୁ ଭାରତବାସୀ ହୃଦୟରୁ ସମର୍ଥନ କରିଛନ୍ତି ଏବଂ ଆଶୀର୍ବାଦ ଦେଇଛନ୍ତି’’
‘‘ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଦିଆଯାଇଥିବା ସମ୍ବିଧାନ ହିଁ ମୋ ଭଳି ଶୂନ୍ୟ ରାଜନୈତିକ ବଂଶର ଲୋକଙ୍କୁ ରାଜନୀତିରେ ପ୍ରବେଶ କରି ଏଭଳି ସ୍ଥିତିରେ ପହଞ୍ଚିବାକୁ ଅନୁମତି ଦେଇଛି’’
‘‘ଆମ ସମ୍ବିଧାନ ଆମକୁ ଲାଇଟ୍ ହାଉସ୍ ପରି ମାର୍ଗଦର୍ଶନ କରୁଛି’’
‘‘ଆମେ ଭାରତର ଅର୍ଥବ୍ୟବସ୍ଥାକୁ ତୃତୀୟ ବୃହତ୍ତମ କରିବୁ ବୋଲି ଭରସା ଓ ଦୃଢ଼ ବିଶ୍ୱାସ ସହିତ ଲୋକମାନେ ଆମକୁ ତୃତୀୟ ଥର ଜନାଦେଶ ଦେଇଛନ୍ତି’’
‘‘ଆଗାମୀ ୫ ବର୍ଷ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ’’
‘‘ଆମେ ଏହି ଯୁଗକୁ ସୁଶାସନ ସହାୟତାରେ ମୌଳିକ ଆବଶ୍ୟକତାର ଯୁଗରେ ପରିଣତ କରିବାକୁ ଚାହୁଁଛୁ’’
‘‘ଆମେ ଏଠାରେ ଅଟକିବାକୁ ଚାହୁଁନାହୁଁ। ଆଗାମୀ ୫ ବର୍ଷ ପାଇଁ ଆମେ ନୂତନ କ୍ଷେତ୍ରରେ ଉପୁଜିଥିବା ସମସ୍ୟାଗୁଡ଼ିକର ଅଧ୍ୟୟନ କରି ସମାଧାନ କରିବାକୁ ଚେଷ୍ଟା କରୁଛୁ’’
‘‘ପ୍ରତ୍ୟେକ ପର୍ଯ୍ୟାୟରେ ମାଇକ୍ରୋ ପ୍ଲାନିଂ ଜରିଆରେ ଚାଷୀଙ୍କୁ ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଏକ ସୁଦୃଢ଼ ବ୍ୟବସ୍ଥା ଯୋଗାଇଦେବାକୁ ଆମେ ଯଥାସମ୍ଭବ ପ୍ରୟାସ କରିଛୁ’’
‘‘ଭାରତ ମହିଳାଙ୍କ ନେତୃତ୍ବାଧୀନ ବିକାଶକୁ କେବଳ ଏକ ସ୍ଲୋଗାନ୍ ଭାବେ ଗ୍ରହଣ କରିନାହିଁ ବରଂ ଅତୁଟ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି’’
‘‘ଜରୁରୀକାଳୀନ ପରିସ୍ଥିତି କେବଳ ଏକ ରାଜନୈତିକ ପ୍ରସଙ୍ଗ ନଥିଲା ବରଂ ଏହା ଭାରତର ଗଣତନ୍ତ୍ର, ସମ୍ବିଧାନ ଏବଂ ମାନବିକତା ପାଇଁ ଚିନ୍ତାର ବିଷୟ ଥିଲା’’
‘‘ଜମ୍ମୁ-କଶ୍ମୀରବାସୀ ଭାରତର ସମ୍ବିଧାନ, ଏହାର ଗଣତନ୍ତ୍ର ଏବଂ ନିର୍ବାଚନ ଆୟୋଗକୁ ଅନୁମୋଦନ କରିଛନ୍ତି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି ।

ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରେରଣାଦାୟକ ଏବଂ ଉତ୍ସାହଜନକ ଅଭିଭାଷଣ ପାଇଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରାୟ ୭୦ ଜଣ ସଦସ୍ୟ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଦେଶର ଗଣତାନ୍ତ୍ରିକ ଯାତ୍ରା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୬୦ ବର୍ଷ ପରେ ଭାରତର ମତଦାତାମାନେ କ୍ରମାଗତ ତୃତୀୟ ଥର ପାଇଁ ସରକାରକୁ ଫେରାଇ ଆଣିଛନ୍ତି ଏବଂ ଏହା ଏକ ଐତିହାସିକ ସଫଳତା ବୋଲି ସେ କହିଥିଲେ । ମତଦାତାଙ୍କ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ବିରୋଧୀଙ୍କ ପଦକ୍ଷେପକୁ ନିନ୍ଦା କରି ଶ୍ରୀ ମୋଦୀ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ସେ ଦେଖିଛନ୍ତି ଯେ ସମାନ ଲୋକ ନିଜ ପରାଜୟ ଏବଂ ତାଙ୍କ ବିଜୟକୁ ଭାରୀ ହୃଦୟରେ ସ୍ୱୀକାର କରିଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ବର୍ତ୍ତମାନର ସରକାର ନିଜ ଶାସନର ମାତ୍ର ଏକ ତୃତୀୟାଂଶ ଅର୍ଥାତ ୧୦ ବର୍ଷ ପୂରଣ କରିଛନ୍ତି ଏବଂ ଦୁଇ ତୃତୀୟାଂଶ ବା ୨୦ ବର୍ଷ ବାକି ଅଛି । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଗତ ୧୦ ବର୍ଷ ମଧ୍ୟରେ ଦେଶର ସେବା କରିବା ପାଇଁ ଆମ ସରକାରଙ୍କ ପ୍ରୟାସକୁ ଭାରତବାସୀ ହୃଦୟରୁ ସମର୍ଥନ କରିଛନ୍ତି ଏବଂ ଆଶୀର୍ବାଦ ଦେଇଛନ୍ତି । ଯେଉଁ ନାଗରିକମାନେ ମିଥ୍ୟା ପ୍ରଚାରକୁ ପରାସ୍ତ କରିଛନ୍ତି, ପ୍ରଦର୍ଶନକୁ ପ୍ରାଥମିକତା ଦେଇଛନ୍ତି, ଭ୍ରମ ସୃଷ୍ଟି କରିବାର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ବିଶ୍ୱାସର ରାଜନୀତି ଉପରେ ବିଜୟର ମୋହର ଲଗାଇଛନ୍ତି, ସେମାନଙ୍କ ରାୟ ପାଇଁ ପ୍ରଧାନମନ୍ତ୍ରୀ ଗର୍ବ ପ୍ରକଟ କରିଥିଲେ।

ଭାରତ ସମ୍ବିଧାନର ୭୫ତମ ବର୍ଷରେ ପ୍ରବେଶ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ବିଶେଷ ପର୍ଯ୍ୟାୟ, କାରଣ ଭାରତୀୟ ସଂସଦ ମଧ୍ୟ ୭୫ ବର୍ଷ ପୂରଣ କରିବାକୁ ଯାଉଛି, ଏହା ଏକ ଆନନ୍ଦଦାୟକ ସୌଭାଗ୍ୟ। ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଦତ୍ତ ଭାରତୀୟ ସମ୍ବିଧାନକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ କହିଥିଲେ ଯେ ଯେଉଁମାନେ ଭାରତରେ ରାଜନୈତିକ କ୍ଷେତ୍ର ସହ ଜଡ଼ିତ ପରିବାରର କୌଣସି ସଦସ୍ୟ ନଥିଲେ ସେମାନେ ସମ୍ବିଧାନରେ ଥିବା ଅଧିକାର ଯୋଗୁଁ ଦେଶ ସେବା କରିବାର ସୁଯୋଗ ପାଉଛନ୍ତି। ‘‘ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଦିଆଯାଇଥିବା ସମ୍ବିଧାନ ହିଁ ମୋ ଭଳି ଶୂନ୍ୟ ରାଜନୈତିକ ବଂଶର ଲୋକଙ୍କୁ ରାଜନୀତିରେ ପ୍ରବେଶ କରି ଏଭଳି ସ୍ଥିତିରେ ପହଞ୍ଚିବାକୁ ଅନୁମତି ଦେଇଛି,’’ ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଏବେ ଲୋକମାନେ ଅନୁମୋଦନର ମୋହର ଲଗାଇଥିବା ବେଳେ ସରକାର କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି। ଭାରତର ସମ୍ବିଧାନ କେବଳ ପ୍ରବନ୍ଧର ସଂକଳନ ନୁହେଁ ବରଂ ଏହାର ଭାବନା ଓ ଛାପ ଅତ୍ୟନ୍ତ ମୂଲ୍ୟବାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ତାଙ୍କ ସରକାର ପ୍ରସ୍ତାବ ଦେବା ପରେ ତୀବ୍ର ବିରୋଧ ହୋଇଥିଲା ବୋଲି ଶ୍ରୀ ମୋଦୀ ସ୍ମରଣ କରିଥିଲେ। ସେ କହିଥିଲେ, ସମ୍ବିଧାନ ଦିବସ ପାଳନ ପାଇଁ ସେମାନଙ୍କ ନିଷ୍ପତ୍ତି ସମ୍ବିଧାନର ଭାବନାକୁ ଆହୁରି ପ୍ରସାରିତ କରିଥିଲା। କାହିଁକି ଏବଂ କେଉଁ କାରଣରୁ ସମ୍ବିଧାନରେ କେତେକ ବ୍ୟବସ୍ଥାକୁ ସାମିଲ କରାଗଲା ଓ ବାଦ୍ ଦିଆଗଲା ସେ ବିଷୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଯୁବବର୍ଗଙ୍କ ମଧ୍ୟରେ ଆଲୋଚନା ଏବଂ ବିଚାର ବିମର୍ଶ କରିବାରେ ଏହି ଦିବସ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବିତର୍କ ଏବଂ ବକ୍ତୃତା ଭଳି ପ୍ରତିଯୋଗିତା ଆୟୋଜନ କରିବା ଦ୍ୱାରା ସମ୍ବିଧାନ ବିଷୟରେ ଆସ୍ଥା ଭାବନା ଏବଂ ବିକଶିତ ବୁଝାମଣା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ସମ୍ବିଧାନ ହିଁ ଆମର ସବୁଠାରୁ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସମ୍ବିଧାନ ଏହାର ପ୍ରତିଷ୍ଠାର ୭୫ ତମ ବର୍ଷରେ ପ୍ରବେଶ କରୁଥିବାବେଳେ ତାଙ୍କ ସରକାର ଦେଶବ୍ୟାପୀ ଏହାର ପ୍ରଚାରପ୍ରସାରକୁ ସୁନିଶ୍ଚିତ କରିବା ପାଇଁ ଏହାକୁ ‘‘ଜନ ଉତ୍ସବ’’ ଭାବରେ ପାଳନ କରିବାକୁ ଯୋଜନା କରିଛନ୍ତି । ଦେଶର କୋଣ ଅନୁକୋଣରେ ଯେପରି ସମ୍ବିଧାନର ଭାବନା ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯିବ ସେଥିପାଇଁ ସେମାନେ ପ୍ରୟାସ କରିବେ ବୋଲି ସେ କହିଛନ୍ତି।

ମତଦାତାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତବାସୀ ‘ବିକଶିତ ଭାରତ’ ଏବଂ ‘ଆତ୍ମନିର୍ଭର ଭାରତ’ ମାଧ୍ୟମରେ ବିକାଶ ଓ ନିର୍ଭରଶୀଳତାର ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କ ସରକାରକୁ ତିନିଥର ଭୋଟ୍ ଦେଇ କ୍ଷମତାକୁ ଆଣିଛନ୍ତି। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଏହି ନିର୍ବାଚନୀ ବିଜୟ କେବଳ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର ନେଇଥିବା ନିଷ୍ପତ୍ତି ଉପରେ ନାଗରିକଙ୍କ ଅନୁମୋଦନର ମୋହର ନୁହେଁ, ବରଂ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ଓ ଆକାଂକ୍ଷା ପୂରଣ ପାଇଁ ଏକ ଜନାଦେଶ। ଏପରି ଜନାଦେଶକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଦେଶର ଜନତା ଆମକୁ ସେମାନଙ୍କ ଭବିଷ୍ୟତ ସଂକଳ୍ପକୁ ସଫଳ କରିବାର ସୁଯୋଗ ଦେଇଛନ୍ତି ବୋଲି ସେ କହିଥିଲେ।

ବୈଶ୍ୱିକ ବିଶୃଙ୍ଖଳା ଏବଂ ମହାମାରୀ ଭଳି ଆହ୍ୱାନ ସତ୍ତ୍ୱେ ଗତ ଦଶ ବର୍ଷ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥା ଦଶମରୁ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ରୂପେ ଉନ୍ନତି ହାସଲ ପାଇଥିବା ଦେଶ ଦେଖିଛି ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ । ଅର୍ଥବ୍ୟବସ୍ଥାକୁ ବର୍ତ୍ତମାନର ପଞ୍ଚମ ସ୍ଥାନରୁ ତୃତୀୟ ସ୍ଥାନକୁ ନେବା ପାଇଁ ଏହି ଜନାଦେଶ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ବିଗତ ୧୦ ବର୍ଷ ମଧ୍ୟରେ ବିକାଶର ଗତି ଏବଂ ପରିସରକୁ ବ୍ୟାପକ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ସରକାର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ। ସୁଶାସନ ସହାୟତାରେ ଆମେ ଏହି ଯୁଗକୁ ମୌଳିକ ଆବଶ୍ୟକତାର ଯୁଗରେ ପରିଣତ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଦାରିଦ୍ର୍ୟ ବିରୋଧରେ ଲଢ଼େଇ ପାଇଁ ଆଗାମୀ ୫ ବର୍ଷ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋକପାତ କରିବା ସହ ଗତ ୧୦ ବର୍ଷର ଅଭିଜ୍ଞତାକୁ ଆଧାର କରି ଦାରିଦ୍ର୍ୟ ବିରୋଧରେ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲି କହିଥିଲେ।  ଏହାକୁ ଦୂର କରିବା ପାଇଁ ଗରିବଙ୍କ ସାମୂହିକ ସାମର୍ଥ୍ୟ ଉପରେ ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଲୋକଙ୍କ ଜୀବନର ପ୍ରତ୍ୟେକ ଦିଗରେ ଭାରତ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାର ପ୍ରଭାବ ବିଷୟରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ପରିସ୍ଥିତି ବିଶ୍ୱ ଦୃଶ୍ୟପଟରେ ମଧ୍ୟ ଅଭୂତପୂର୍ବ ପ୍ରଭାବ ପକାଇବ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡିକର ବିଶ୍ୱସ୍ତରୀୟ ପୁନରୁତ୍ଥାନ ଏବଂ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ଉଭା ହୋଇଥିବା ଟିୟର ୨ ଏବଂ ଟିୟର ୩ ସହରଗୁଡିକର ଆବିର୍ଭାବ ବିଷୟରେ ସେ ଆଲୋଚନା କରିଥିଲେ ।

ସାମ୍ପ୍ରତିକ ଶତାବ୍ଦୀକୁ ପ୍ରଯୁକ୍ତି ଭିତ୍ତିକ ଶତାବ୍ଦୀ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ପରିବହନ ଭଳି ଅନେକ ନୂତନ କ୍ଷେତ୍ରରେ ନୂତନ ବୈଷୟିକ ପାଦଚିହ୍ନ ବିଷୟରେ କହିଥିଲେ। ଚିକିତ୍ସା, ଶିକ୍ଷା କିମ୍ବା ଉଦ୍ଭାବନ ଭଳି କ୍ଷେତ୍ରରେ ଛୋଟ ସହରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

କୃଷକ, ଗରିବ, ନାରୀ ଶକ୍ତି ଏବଂ ଯୁବକମାନଙ୍କର ଚାରିଟି ସ୍ତମ୍ଭକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିକାଶର ଯାତ୍ରାରେ ଏହି ସବୁ କ୍ଷେତ୍ର ଉପରେ ସରକାରଙ୍କ ଧ୍ୟାନ ଗୁରୁତ୍ୱପୂର୍ଣ୍ଣ ।

କୃଷି ଏବଂ କୃଷକମାନଙ୍କ ପାଇଁ ପରାମର୍ଶ ପାଇଁ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ମଧ୍ୟରେ କୃଷିକୁ କୃଷକମାନଙ୍କ ପାଇଁ ଲାଭଦାୟକ କରିବା ପାଇଁ ସରକାରଙ୍କ ପ୍ରୟାସ ବିଷୟରେ ସ୍ମରଣ କରିଥିଲେ । ଋଣ, ବିହନ, ସୁଲଭ ସାର, ଫସଲ ବୀମା, ଏମଏସପି କ୍ରୟ ସୁନିଶ୍ଚିତ କରିବାକୁ ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆମେ ପ୍ରତ୍ୟେକ ପର୍ଯ୍ୟାୟରେ ମାଇକ୍ରୋ ପ୍ଲାନିଂ ମାଧ୍ୟମରେ କୃଷକମାନଙ୍କୁ ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରଦାନ କରିବାକୁ ଯଥାସମ୍ଭବ ପ୍ରୟାସ କରିଛୁ ।’’

ପ୍ରଧାନମନ୍ତ୍ରୀ ମୋଦୀ କିଷାନ କ୍ରେଡିଟ୍ କାର୍ଡର ଲାଭ ଉପରେ ଆଲୋକପାତ କରି କହିଲେ ଯେ ଏହା କ୍ଷୁଦ୍ର କୃଷକମାନଙ୍କ ପାଇଁ ଋଣ ପାଇବା ପ୍ରକ୍ରିୟାକୁ ସରଳ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଷାନ କ୍ରେଡିଟ୍ କାର୍ଡର ଲାଭ ମତ୍ସ୍ୟଜୀବୀ ଏବଂ ପଶୁପାଳକମାନଙ୍କୁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କ୍ଷୁଦ୍ର ଚାଷୀମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ପିଏମ କିଷାନ ସମ୍ମାନ ନିଧି ବିଷୟରେ ଆଲୋକପାତ କରିଥିଲେ ଯାହା ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରି ୧୦ କୋଟି କୃଷକଙ୍କୁ ଉପକୃତ କରିଛି । ପ୍ରଧାନମନ୍ତ୍ରୀ ପୂର୍ବ ସରକାରଗୁଡ଼ିକରେ ଋଣ ଛାଡ଼ ଯୋଜନାର ଅପାରଗତା ଏବଂ ବିଶ୍ୱସନୀୟତାର ଅଭାବକୁ ମଧ୍ୟ ଦର୍ଶାଇଥିଲେ ଏବଂ ବର୍ତ୍ତମାନର ସରକାରଙ୍କ କୃଷକ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

ବିରୋଧୀଙ୍କ କକ୍ଷ ତ୍ୟାଗ ପରେ ନିଜର ଭାଷଣ ଜାରି ରଖି ପ୍ରଧାନମନ୍ତ୍ରୀ ଗୃହ ଅଧ୍ୟକ୍ଷଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ କହିଥିଲେ, ‘‘ଲୋକଙ୍କ ସେବକ ହେବା ମୋର କର୍ତ୍ତବ୍ୟ। ମୁଁ ମୋ ସମୟର ପ୍ରତ୍ୟେକ ମୁହୂର୍ତ୍ତ ପାଇଁ ଲୋକଙ୍କ ନିକଟରେ ଉତ୍ତରଦାୟୀ ।’’ ଗୃହର ପରମ୍ପରାକୁ ଅସମ୍ମାନ କରୁଥିବାରୁ ବିରୋଧୀଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ତାଙ୍କ ସରକାର ଗରିବ କୃଷକମାନଙ୍କୁ ସାର ପାଇଁ ୧୨ ଲକ୍ଷ କୋଟି ଟଙ୍କାର ସବସିଡି ଦେଇଛନ୍ତି, ଯାହା ସ୍ୱାଧୀନତା ପରଠାରୁ ସର୍ବାଧିକ। ଶ୍ରୀ ମୋଦୀ କହିଥିଲେ ଯେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କ ସରକାର କେବଳ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ରେକର୍ଡ ବୃଦ୍ଧି ଘୋଷଣା କରିନାହାନ୍ତି ବରଂ ସେମାନଙ୍କଠାରୁ କ୍ରୟ କରିବାରେ ମଧ୍ୟ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବ ସରକାରଙ୍କ ସହ ତୁଳନା କରି ସେ ଦର୍ଶାଇଛନ୍ତି ଯେ ତାଙ୍କ ସରକାର ଗତ ୧୦ ବର୍ଷ ମଧ୍ୟରେ ଧାନ ଓ ଗହମ ଚାଷୀଙ୍କୁ ଅଢ଼େଇ ଗୁଣା ଅଧିକ ଅର୍ଥ ପ୍ରଦାନ କରିଛନ୍ତି। ‘‘ଆମେ ଏଠାରେ ଅଟକିବାକୁ ଚାହୁଁନାହୁଁ। ଆଗାମୀ ୫ ବର୍ଷ ପାଇଁ ଆମେ ନୂତନ କ୍ଷେତ୍ରରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଅଧ୍ୟୟନ କରି ସମାଧାନ କରିବାକୁ ଚେଷ୍ଟା କରୁଛୁ । ଆମେ ବର୍ତ୍ତମାନ ଖାଦ୍ୟ ସଂରକ୍ଷଣ ପାଇଁ ବିଶ୍ୱର ସର୍ବବୃହତ ଅଭିଯାନ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି, କେନ୍ଦ୍ରୀୟ ବ୍ୟବସ୍ଥା ଅଧୀନରେ ଲକ୍ଷ ଲକ୍ଷ ଶସ୍ୟ ଭଣ୍ଡାର ନିର୍ମାଣ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି।

ଉଦ୍ୟାନ କୃଷି କୃଷିର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ଏହାର ସୁରକ୍ଷିତ ସଂରକ୍ଷଣ, ପରିବହନ ଏବଂ ବିକ୍ରୟ ପାଇଁ ଭିତ୍ତିଭୂମି ବୃଦ୍ଧି ପାଇଁ ତାଙ୍କ ସରକାର ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

‘‘ସବକା ସାଥ ସବକା ବିକାଶ’’ର ମୂଳ ମନ୍ତ୍ର ସହିତ ସରକାର ଭାରତର ବିକାଶ ଯାତ୍ରାର ପରିସରକୁ କ୍ରମାଗତ ଭାବରେ ବିସ୍ତାର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନାଗରିକମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଥିଲେ। ସ୍ୱାଧୀନତା ପରେ ଦଶନ୍ଧି ଧରି ଅବହେଳିତ ଥିବା ଲୋକମାନେ କେବଳ ଯତ୍ନ ନେଉନାହାନ୍ତି ବରଂ ଆଜି ସମ୍ମାନ ମଧ୍ୟ ପାଉଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ସମସ୍ୟାକୁ ମିଶନ ମୋଡରେ ଏବଂ ତୃଣମୂଳ ସ୍ତରରେ ସମାଧାନ କରାଯାଇଛି । ସେମାନେ ଯେପରି ଅନ୍ୟମାନଙ୍କ ଉପରେ ସର୍ବନିମ୍ନ ନିର୍ଭରଶୀଳତା ଆବଶ୍ୟକ କରି ସମ୍ମାନର ସହ ଜୀବନ ଯାପନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ତାଙ୍କ ସରକାରଙ୍କ ସାମଗ୍ରିକ ପ୍ରକୃତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ଏହା ସମାଜର ଏକ ଅବହେଳିତ ବର୍ଗ କିନ୍ନରମାନଙ୍କ ପାଇଁ ଏକ ଆଇନ କାର୍ଯ୍ୟକାରୀ କରିବା ପାଇଁ କାମ କରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ଆଜି ଭାରତର ପ୍ରଗତିଶୀଳ ପ୍ରକୃତିକୁ ଗର୍ବର ସହ ଦେଖୁଛନ୍ତି। ସେ ଜୋର ଦେଇ କହିଥିଲେ ଯେ ତାଙ୍କ ସରକାର ବର୍ତ୍ତମାନ କିନ୍ନରମାନଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି ।

ସେହିଭଳି ଯାଯାବର ଓ ଅର୍ଦ୍ଧଯାଯାବର ସମ୍ପ୍ରଦାୟ ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯାଇଛି। ଜନମନ ଯୋଜନାରେ ୨୪ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିବାରୁ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଏହାଦ୍ୱାରା ଉପକୃତ ହେବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ,  ସରକାର ଭୋଟ ରାଜନୀତି ପରିବର୍ତ୍ତେ ବିକାଶର ରାଜନୀତି କରୁଛନ୍ତି, ଏଥିରୁ ତାହାର ଏକ ସଙ୍କେତ ମିଳୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିଶ୍ୱକର୍ମାମାନଙ୍କ ବିଷୟରେ ମଧ୍ୟ କହିଥିଲେ, ଯେଉଁମାନେ ଭାରତର ବିକାଶ ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ସୂଚନା ଦେଇଥିଲେ ଯେ ସରକାର ପ୍ରାୟ ୧୩ ହଜାର କୋଟି ସହାୟତାରେ ବୃତ୍ତିଗତ ପରିବେଶ ସୃଷ୍ଟି କରି ଏବଂ ଦକ୍ଷତା ବିକାଶ ପାଇଁ ସମ୍ବଳ ପ୍ରଦାନ କରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି । ସେ ପିଏମ ସ୍ୱନିଧି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ରାସ୍ତା କଡ଼ରେ ଥିବା ଉଠାଦୋକାନୀମାନଙ୍କୁ ବ୍ୟାଙ୍କ ଋଣ ପାଇବା ଏବଂ ସେମାନଙ୍କ ଆୟକୁ ଆହୁରି ବଢ଼ାଇବାରେ ସହାୟକ ହୋଇଥିଲା। ‘‘ଗରିବ ହୁଅନ୍ତୁ, ଦଳିତ ହୁଅନ୍ତୁ, ପଛୁଆ ସମ୍ପ୍ରଦାୟ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ କିମ୍ବା ମହିଳା, ସେମାନେ ଆମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି,’’ ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ମହିଳାଙ୍କ ନେତୃତ୍ବାଧୀନ ବିକାଶର ଭାରତର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏ ଦିଗରେ ଦେଶ କେବଳ ସ୍ଲୋଗାନ୍ ଭାବରେ ନୁହେଁ ବରଂ ଅତୁଟ ପ୍ରତିବଦ୍ଧତାର ସହ ଗତି କରୁଛି ବୋଲି ସେ କହିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ କୁ ନେଇ ଶ୍ରୀମତୀ ସୁଧା ମୂର୍ତ୍ତିଙ୍କ ହସ୍ତକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ପରିବାରରେ ମା’ଙ୍କ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ମହିଳାଙ୍କ ସ୍ୱାସ୍ଥ୍ୟ, ପରିମଳ ଏବଂ ସୁସ୍ଥତା ଉପରେ ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହି ଦିଗରେ ଶୌଚାଳୟ, ସାନିଟାରୀ ପ୍ୟାଡ୍, ଟିକାକରଣ, ରନ୍ଧନ ଗ୍ୟାସ୍ ଆଦି ପ୍ରମୁଖ ପଦକ୍ଷେପ ବୋଲି ସେ ଉଲ୍ଲେଖ କରିଥିଲେ । ଗରିବଙ୍କୁ ହସ୍ତାନ୍ତର କରାଯାଇଥିବା ୪ କୋଟି ଘର ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି। ମୁଦ୍ରା ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଯୋଜନା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯାହା ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରି ସେମାନଙ୍କୁ ସ୍ୱାଧୀନ କରିବା ସହ ନିଷ୍ପତ୍ତି ନେବାର ଅଂଶ ହେବା ପାଇଁ ସ୍ୱର ପ୍ରଦାନ କରିଛି । ବର୍ତ୍ତମାନ ସୁଦ୍ଧା ଛୋଟ ଛୋଟ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ୧ କୋଟି ମହିଳା ଲକ୍ଷପତି ଦିଦି ହୋଇଥିବା ବେଳେ ଚଳିତ କାର୍ଯ୍ୟକାଳରେ ସେମାନଙ୍କ ସଂଖ୍ୟା ୩ କୋଟି ବୃଦ୍ଧି କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ।

ପ୍ରତ୍ୟେକ ନୂତନ କ୍ଷେତ୍ରରେ ମହିଳାମାନଙ୍କୁ ନେତୃତ୍ୱ ଦେବା ଏବଂ ପ୍ରତ୍ୟେକ ନୂତନ ଜ୍ଞାନକୌଶଳ ପ୍ରଥମେ ମହିଳାଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ । ‘‘ଆଜି ନମୋ ଡ୍ରୋନ୍ ଦିଦି ଅଭିଯାନ ଗାଁରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ ମହିଳାମାନେ ଆଗରେ ଅଛନ୍ତି।’’ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ, ଡ୍ରୋନ୍ ଚଳାଉଥିବା ମହିଳାମାନଙ୍କୁ ‘ପାଇଲଟ୍ ଦିଦି' ବୋଲି କୁହାଯାଏ ଏବଂ ଏଭଳି ମାନ୍ୟତା ମହିଳାମାନଙ୍କ ପାଇଁ ଏକ ପ୍ରେରଣା ଶକ୍ତି ଅଟେ ।

ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହିତ ମହିଳାଙ୍କ ପ୍ରସଙ୍ଗରେ ବାଛବିଚାରପୂର୍ଣ୍ଣ ମନୋଭାବକୁ ସମାଲୋଚନା କରିଥିଲେ।

ଦେଶର ନୂତନ ବୈଶ୍ୱିକ ଭାବମୂର୍ତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଦେଶୀ ପୁଞ୍ଜିନିବେଶକୁ ସ୍ୱାଗତ କରୁଥିବାରୁ ‘କିନ୍ତୁ ପରନ୍ତୁ’ର ଯୁଗ ଆଜି ଶେଷ ହୋଇଯାଇଛି ଯାହା ଏହାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇଁ ମାର୍ଗ ପ୍ରଶସ୍ତ କରୁଛି ଏବଂ ସେମାନଙ୍କର ସାମର୍ଥ୍ୟ ଓ ପ୍ରତିଭାକୁ ଏକ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଆଜିର ବିଜୟ ସେହି ନିବେଶକମାନଙ୍କ ପାଇଁ ଆଶା ଆଣିଛି ଯେଉଁମାନେ ବିଶ୍ୱ ଅର୍ଥବ୍ୟବସ୍ଥାରେ ସନ୍ତୁଳନ ପାଇଁ ଆଶା ରଖିଛନ୍ତି । ସ୍ୱଚ୍ଛତା କ୍ଷେତ୍ରରେ ଆଜି ଭାରତ ଏକ ଆଶାଜନକ ଦେଶ ଭାବେ ଉଭା ହେଉଛି ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ପ୍ରଧାନମନ୍ତ୍ରୀ ୧୯୭୭ ଲୋକସଭା ନିର୍ବାଚନର ସମୟକୁ ମନେ ପକାଇଥିଲେ ଯେତେବେଳେ ଛାପା ଗଣମାଧ୍ୟମ ଓ ରେଡିଓକୁ ବନ୍ଦ କରାଯାଇଥିଲା ଏବଂ ଲୋକଙ୍କ ସ୍ୱରକୁ ଚାପି ଦିଆଯାଇଥିଲା । ଭାରତୀୟ ସମ୍ବିଧାନର ସୁରକ୍ଷା ଓ ଗଣତନ୍ତ୍ରକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ମତଦାତାମାନେ ଭୋଟ୍ ଦେଇଥିବା ବେଳେ ଆଜି ସମ୍ବିଧାନକୁ ବଞ୍ଚାଇବାର ଏହି ଲଢ଼େଇରେ ଭାରତବାସୀଙ୍କ ପ୍ରଥମ ପସନ୍ଦ ହେଉଛି ବର୍ତ୍ତମାନର ସରକାର। ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶ ଉପରେ ହୋଇଥିବା ଅତ୍ୟାଚାର ଉପରେ ମଧ୍ୟ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ସଂଶୋଧନ କରାଯାଇଥିବା ୩୮ତମ, ୩୯ତମ ଏବଂ ୪୨ତମ ସାମ୍ବିଧାନିକ ସଂଶୋଧନ ସହିତ ଆଉ କେତୋଟି ଧାରା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ, ଯାହା ସମ୍ବିଧାନର ଭାବନାକୁ କ୍ଷତିଗ୍ରସ୍ତ କରିଥିଲା। କ୍ୟାବିନେଟ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଉଲ୍ଲଂଘନ କରିବାର କ୍ଷମତା ଥିବା ଜାତୀୟ ପରାମର୍ଶଦାତା ପରିଷଦ (ଏନ୍ଏସି)ର ନିଯୁକ୍ତି ଏବଂ ନିର୍ଦ୍ଧାରିତ ପ୍ରୋଟୋକଲ୍ କୁ ଅଣଦେଖା କରି ଗୋଟିଏ ପରିବାରକୁ ଦିଆଯାଉଥିବା ଅଗ୍ରାଧିକାରକୁ ମଧ୍ୟ ଶ୍ରୀ ମୋଦୀ ସମାଲୋଚନା କରିଥିଲେ। ଜରୁରୀକାଳୀନ ପରିସ୍ଥିତି ଉପରେ ଆଲୋଚନାକୁ ଏଡ଼ାଇବା ପାଇଁ ବିରୋଧୀମାନେ ବ୍ୟବହାର କରୁଥିବା ଟାଳଟୁଳ ନୀତିକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ସମାଲୋଚନା କରିଥିଲେ ।

ଜରୁରୀକାଳୀନ ପରିସ୍ଥିତି କେବଳ ଏକ ରାଜନୈତିକ ପ୍ରସଙ୍ଗ ନଥିଲା ବରଂ ଏହା ଭାରତର ଗଣତନ୍ତ୍ର, ସମ୍ବିଧାନ ଏବଂ ମାନବିକତା ପାଇଁ ଚିନ୍ତାର ବିଷୟ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଜେଲରେ ଥିବା ତତ୍କାଳୀନ ବିରୋଧୀ ଦଳ ନେତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ସ୍ୱର୍ଗତ ଜୟ ପ୍ରକାଶ ନାରାୟଣଜୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ଯିଏ କି ଜେଲରୁ ମୁକୁଳିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ମୁଜାଫରନଗର ଏବଂ ତୁର୍କମନ ଗେଟ୍ ରେ ସଂଖ୍ୟାଲଘୁଙ୍କ ସ୍ଥିତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରି କହିଥିଲେ, ‘‘ଯେଉଁମାନେ ଘରୁ ବାହାରିଥିଲେ ସେମାନେ ଜରୁରୀକାଳୀନ ପରିସ୍ଥିତି ପରେ ଆଉ ଘରକୁ ଫେରି ନଥିଲେ।’’

ବିରୋଧୀ ଦଳର କେତେକ ଗୋଷ୍ଠୀ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେବାର ପ୍ରବୃତ୍ତି କୁ ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ। ବିରୋଧୀ ଦଳ ଦ୍ୱାରା ପରିଚାଳିତ ବିଭିନ୍ନ ସରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଦୁର୍ନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକର ଅପବ୍ୟବହାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ। ଦୁର୍ନୀତି ବିରୋଧରେ ଲଢ଼େଇ କ୍ଷେତ୍ରରେ ଦୋହରା ମାନଦଣ୍ଡକୁ ମଧ୍ୟ ସେ ସମାଲୋଚନା କରିଥିଲେ। ପୂର୍ବ ସରକାରଗୁଡ଼ିକରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର ର ଉଦାହରଣ ମଧ୍ୟ ସେ ବର୍ଣ୍ଣନା କରିଥିଲେ। ‘‘ଦୁର୍ନୀତି ବିରୋଧରେ ଲଢ଼େଇ ମୋ ପାଇଁ ନିର୍ବାଚନୀ ପ୍ରସଙ୍ଗ ନୁହେଁ, ବରଂ ଏହା ମୋ ପାଇଁ ଏକ ମିଶନ,’’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ୨୦୧୪ରେ ନୂଆ ସରକାର ଆସିବା ସମୟରେ ଗରିବଙ୍କ ପ୍ରତି ସମର୍ପଣ ଏବଂ ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦୁଇଟି ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ବିଶ୍ୱର ସର୍ବବୃହତ ଗରିବ କଲ୍ୟାଣ ଯୋଜନା ସମେତ ବେନାମୀ ଓ କଳାଧନ ବିରୋଧରେ ଆଇନ,  ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଓ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଲାଭ ହସ୍ତାନ୍ତର ସୁନିଶ୍ଚିତ କରିବା ଭଳି ଦୁର୍ନୀତି ବିରୋଧୀ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଥିଲେ। ‘‘ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ।

ନିକଟରେ ହୋଇଥିବା ପେପର ଲିକ୍ କୁ ନେଇ ରାଷ୍ଟ୍ରପତିଙ୍କ ଚିନ୍ତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ସରକାର ଦେଶର ଭବିଷ୍ୟତ ସହ ଖେଳୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବଂ ସେମାନଙ୍କୁ ଦଣ୍ଡ ନଦେଇ ଛାଡ଼ିବାକୁ ଦେବେ ନାହିଁ । ‘‘ଯୁବପିଢ଼ିଙ୍କୁ ଯେପରି କୌଣସି ପ୍ରକାର ସନ୍ଦେହରେ ବଞ୍ଚିବାକୁ ପଡ଼ିବ ନାହିଁ ଏବଂ ଆତ୍ମବିଶ୍ୱାସର ସହ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ପଡ଼ିବ ସେଥିପାଇଁ ଆମେ ସମଗ୍ର ବ୍ୟବସ୍ଥାକୁ ସୁଦୃଢ଼ କରୁଛୁ,’’ ପ୍ରଧାନମନ୍ତ୍ରୀ କହିଥିଲେ।

ଜମ୍ମୁ-କଶ୍ମୀରରେ ନିକଟରେ ହୋଇଥିବା ଲୋକସଭା ନିର୍ବାଚନର ମତଦାନ ତଥ୍ୟକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନେ ବିଗତ ଚାରି ଦଶନ୍ଧିର ରେକର୍ଡ ଭାଙ୍ଗି ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ବାହାରିଛନ୍ତି। ଜମ୍ମୁ-କଶ୍ମୀରବାସୀ ଭାରତର ସମ୍ବିଧାନ, ଗଣତନ୍ତ୍ର ଏବଂ ନିର୍ବାଚନ ଆୟୋଗକୁ ଅନୁମୋଦନ କରିଛନ୍ତି। ଦେଶର ନାଗରିକଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ବୋଲି ଶ୍ରୀ ମୋଦୀ କହିଥିଲେ। କେନ୍ଦ୍ର ଶାସିତ ଅଞ୍ଚଳର ଭୋଟରମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ଦଶନ୍ଧି ମଧ୍ୟରେ ଜମ୍ମୁ-କଶ୍ମୀରରେ ଏକାଧିକ ବନ୍ଦ, ବିକ୍ଷୋଭ, ବିସ୍ଫୋରଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଗଣତନ୍ତ୍ରକୁ ପ୍ରଭାବିତ କରିଥିଲା । ତେବେ ଜମ୍ମୁ-କଶ୍ମୀରବାସୀ ସମ୍ବିଧାନ ଉପରେ ଅତୁଟ ଆସ୍ଥା ପ୍ରକଟ କରି ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିଛନ୍ତି। ଏକ ପ୍ରକାରରେ ଆମେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧରେ ଲଢ଼େଇର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ। ଅବଶିଷ୍ଟ ଆତଙ୍କୀ ନେଟୱାର୍କକୁ ଧ୍ୱଂସ କରିବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ ବୋଲି ସେ କହିଛନ୍ତି। ଏହି ଲଢେଇରେ କେନ୍ଦ୍ର ଶାସିତ ଅଞ୍ଚଳର ଲୋକମାନେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ମାର୍ଗଦର୍ଶନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳ ଦ୍ରୁତ ଗତିରେ ଦେଶର ପ୍ରଗତି ପାଇଁ ପ୍ରବେଶ ଦ୍ୱାର ପାଲଟିଛି । ଗତ କିଛି ବର୍ଷ ମଧ୍ୟରେ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ବର୍ଣ୍ଣନା କରିଥିଲେ। ସେ ଉତ୍ତର-ପୂର୍ବାଞ୍ଚଳରେ ଭିତ୍ତିଭୂମିର ଅଭୂତପୂର୍ବ ଅଭିବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ରାଜ୍ୟମାନଙ୍କ ମଧ୍ୟରେ ସୀମା ବିବାଦକୁ ସହମତି ଏବଂ ଅର୍ଥପୂର୍ଣ୍ଣ ଢଙ୍ଗରେ ସମାଧାନ କରାଯାଉଛି । ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଚାଲିଥିବା ପ୍ରୟାସର ଦୀର୍ଘସ୍ଥାୟୀ ପ୍ରଭାବ ପଡ଼ିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ରାଜ୍ୟସଭାର ପୂର୍ବ ଅଧିବେଶନରେ ମଣିପୁର ସମ୍ପର୍କରେ ତାଙ୍କ ବିସ୍ତୃତ ଭାଷଣକୁ ମନେ ପକାଇ ଶ୍ରୀ ମୋଦୀ ଦୋହରାଇଥିଲେ ଯେ ମଣିପୁରରେ ପରିସ୍ଥିତିକୁ ସୁଧାରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଣିପୁରରେ ଅଶାନ୍ତି ସମୟରେ ଏବଂ ପରେ ୧୧,୦୦୦ରୁ ଅଧିକ ଏଫଆଇଆର ରୁଜୁ ହୋଇଛି ଏବଂ ୫୦୦ରୁ ଅଧିକ ଆଇନ ଉଲ୍ଲଙ୍ଘନକାରୀ ଗିରଫ କରାଯାଇଛି। ମଣିପୁରରେ ହିଂସାକାଣ୍ଡ କ୍ରମାଗତ ଭାବେ ହ୍ରାସ ପାଉଥିବା କଥାକୁ ଆମେ ସ୍ୱୀକାର କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାର ଅର୍ଥ ହେଉଛି ମଣିପୁରରେ ଶାନ୍ତିର ଆଶା ଏକ ନିଶ୍ଚିତ ସମ୍ଭାବନା । ଶ୍ରୀ ମୋଦୀ ଗୃହକୁ ସୂଚନା ଦେଇଥିଲେ ଯେ ଆଜି ମଣିପୁରରେ ସ୍କୁଲ, କଲେଜ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି । ଏପରିକି ପିଲାମାନଙ୍କ ପ୍ରଗତି ଯାତ୍ରା ମଧ୍ୟ କୌଣସି ପ୍ରକାର ବାଧାପ୍ରାପ୍ତ ହୋଇନାହିଁ ବୋଲି ସେ କହିଛନ୍ତି। ମଣିପୁରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗୃହମନ୍ତ୍ରୀ ନିଜେ ମଣିପୁରରେ ରହି ଶାନ୍ତି ପ୍ରୟାସର ନେତୃତ୍ୱ ନେଇଥିଲେ ବୋଲି ସେ ଆଲୋକପାତ କରିଥିଲେ। ଏପରିକି ସମସ୍ୟାର ସମାଧାନ ଏବଂ ଶାନ୍ତି ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ମଣିପୁରରେ କଠିନ ବନ୍ୟା ପରିସ୍ଥିତି ବିଷୟରେ ଚିନ୍ତା ପ୍ରକଟ କରିଥିଲେ । ବନ୍ୟା ରିଲିଫ୍ କାର୍ଯ୍ୟ ପାଇଁ ଏନଡିଆରଏଫର ୨ କମ୍ପାନୀ ନିୟୋଜିତ ହୋଇଥିବା ଗୃହକୁ ସୂଚନା ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାର ରିଲିଫ ପ୍ରୟାସରେ ରାଜ୍ୟ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି । ମଣିପୁରରେ ଶାନ୍ତି ଏବଂ ସ୍ୱାଭାବିକ ସ୍ଥିତି ସୁନିଶ୍ଚିତ କରିବା ପାଇଁ ରାଜନୈତିକ ଏବଂ ଦଳୀୟ ଧାରଣାକୁ ଅନୁସରଣ କରିବା ସମସ୍ତ ଅଂଶୀଦାରଙ୍କ ସମୟ ଏବଂ କର୍ତ୍ତବ୍ୟ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ମଣିପୁରର ସୁରକ୍ଷା ପରିସ୍ଥିତିକୁ ଆହୁରି ବିପଦରେ ପକାଇବା ଏବଂ ଉତ୍ତେଜିତ କରିବା ବନ୍ଦ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ବିଦ୍ରୋହୀମାନଙ୍କୁ ଅନୁରୋଧ କରିଥିଲେ । ମଣିପୁରରେ ସାମାଜିକ ସଂଘର୍ଷ ଏକ ଦୀର୍ଘ ଇତିହାସ ସହିତ ଗଭୀର ଭାବରେ ଜଡ଼ିତ ଏବଂ ଏଠାରେ ସ୍ୱାଧୀନତା ପରଠାରୁ ୧୦ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ବୋଲି ସେ ଗୃହକୁ ସ୍ମରଣ କରାଇ ଦେଇଥିଲେ। ୧୯୯୩ ମସିହାରୁ ମଣିପୁରରେ ୫ ବର୍ଷ ଧରି ଚାଲିଥିବା ସାମାଜିକ ସଂଘର୍ଷକୁ ଦୃଷ୍ଟିରେ ରଖି ଶ୍ରୀ ମୋଦୀ କହିଥିଲେ ଯେ ପରିସ୍ଥିତିକୁ ବୁଦ୍ଧି ଓ ଧୈର୍ଯ୍ୟର ସହ ପରିଚାଳନା କରିବାର ଆବଶ୍ୟକତା ରହିଛି। ମଣିପୁରରେ ସ୍ୱାଭାବିକ ସ୍ଥିତି ଏବଂ ଶାନ୍ତି ସୁନିଶ୍ଚିତ କରିବା ପାଇଁ ତାଙ୍କ ପ୍ରୟାସରେ ସାହାଯ୍ୟ କରିବାକୁ ସେ ସମସ୍ତ ସମାନ ଚିନ୍ତାଧାରାର ଲୋକଙ୍କୁ ଆମନ୍ତ୍ରଣ କରିଥିଲେ ।

ଲୋକସଭାରେ ପାଦ ଦେବା ଏବଂ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାରୁ ଅଭିଜ୍ଞତାରୁ ସଂଘୀୟ ବ୍ୟବସ୍ଥାର ମହତ୍ତ୍ୱ ଶିଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ସହଯୋଗୀ ଏବଂ ପ୍ରତିଯୋଗିତାମୂଳକ ସଂଘବାଦକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦୀ ତାଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ରାଜ୍ୟ ଓ ଏହାର ସାମର୍ଥ୍ୟକୁ ବିଶ୍ୱସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଦେଶର ପ୍ରତ୍ୟେକ ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଜି-୨୦ କାର୍ଯ୍ୟକ୍ରମ ଆୟୋଜନ କରିବା ବିଷୟରେ ଉଲ୍ଲେଖ କରିଥିଲେ । କୋଭିଡ ମହାମାରୀ ସମୟରେ ରାଜ୍ୟ ଓ କେନ୍ଦ୍ର ଭିତରେ ରେକର୍ଡ ସଂଖ୍ୟକ ଆଲୋଚନା ଓ ବିଚାର ବିମର୍ଶ ହୋଇଥିବା ସେ ସୂଚନା ଦେଇଥିଲେ ।

ରାଜ୍ୟସଭା ହେଉଛି ରାଜ୍ୟଗୁଡ଼ିକର ସଦନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ପରବର୍ତ୍ତୀ ବିପ୍ଳବକୁ ଭାରତ ଆଗେଇ ନେଉଛି । ଏହି ପରିପ୍ରେକ୍ଷୀରେ ବିକାଶ, ସୁଶାସନ, ନୀତି ଗଠନ, ନିଯୁକ୍ତି ସୃଷ୍ଟି ଏବଂ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ଦିଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ଭାରତର ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ଯେତେବେଳେ ବିଶ୍ୱ ଭାରତର ଦ୍ୱାରକୁ ଟକ୍କର ଦେଉଛି ସେତେବେଳେ ଭାରତର ପ୍ରତ୍ୟେକ ରାଜ୍ୟ ପାଖରେ ସୁଯୋଗ ଅଛି । ଭାରତର ଅଭିବୃଦ୍ଧି ରେ ଯୋଗଦାନ କରିବା ଏବଂ ଏହାର ସୁଫଳ ଉଠାଇବା ପାଇଁ ସେ ସମସ୍ତ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଯୁବଗୋଷ୍ଠୀଙ୍କୁ ବହୁତ ସାହାଯ୍ୟ କରିବ କାରଣ ଏହାଦ୍ୱାରା ନୂତନ ସୁଯୋଗ ସୃଷ୍ଟି ହେବ । ଉତ୍ତର-ପୂର୍ବରେ ଆସାମର ଉଦାହରଣ ଦେଇ ସେ କହିଥିଲେ ଏଠାରେ ସେମିକଣ୍ଡକ୍ଟର ସମ୍ବନ୍ଧୀୟ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ।

ମିଳିତ ଜାତିସଂଘ ଦ୍ୱାରା ୨୦୨୩ ବର୍ଷକୁ 'ମିଲେଟ୍ ବର୍ଷ' ଭାବେ ଘୋଷଣା କରାଯିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର କ୍ଷୁଦ୍ର ଚାଷୀଙ୍କ ଶକ୍ତିର ପ୍ରତୀକ। ମିଲେଟ୍‌ ବା ଶ୍ରୀଅନ୍ନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ପ୍ରସ୍ତୁତ କରିବା ଏବଂ ଏହାକୁ ବିଶ୍ୱ ବଜାରରେ ସ୍ଥାନ ଦେବା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମାଣ୍ଡିଆ, ବାଜରା ଭଳି ଶ୍ରୀଅନ୍ନ ବିଶ୍ୱର ପୋଷଣ ବଜାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ଏବଂ ପୁଷ୍ଟିହୀନ ଜନସଂଖ୍ୟା ଥିବା ଅଞ୍ଚଳରେ ଏକ ମୁଖ୍ୟ ଖାଦ୍ୟ ରେ ପରିଣତ ହୋଇପାରେ ।

ନାଗରିକମାନଙ୍କ ମଧ୍ୟରେ ‘ସହଜ ଜୀବନଧାରଣ’କୁ ବଢ଼ାଇବା ପାଇଁ ନୀତି ପ୍ରଣୟନ ଏବଂ ଆଇନ ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ପଞ୍ଚାୟତ, ନଗର ପାଳିକା, ମହାନଗର ପାଳିକା, ତହସିଲ କିମ୍ବା ଜିଲ୍ଲା ପରିଷଦ ସବୁ ସ୍ତରରେ ଦୁର୍ନୀତି ବିରୋଧରେ ଲଢ଼େଇକୁ ବଢ଼ାଇବାର ଆବଶ୍ୟକତା ପ୍ରକାଶ କରିବା ସହ ରାଜ୍ୟଗୁଡ଼ିକୁ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଭାରତକୁ ଏକବିଂଶ ଶତାବ୍ଦୀର ବ୍ଲୁ ପ୍ରିଣ୍ଟରେ ପରିଣତ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ନେବା, ବିତରଣ ଏବଂ ଶାସନ ମଡେଲରେ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟର ଗତିକୁ ପ୍ରୋତ୍ସାହନ ମିଳିବ । ଦକ୍ଷତା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିଥାଏ, ଯାହା ଦ୍ୱାରା ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖାଯାଇଥାଏ, ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରାଯାଏ ଏବଂ ‘କିନ୍ତୁ ଓ ପରନ୍ତୁ’କୁ ଦୂର କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ।

ନାଗରିକମାନଙ୍କ ଜୀବନରେ ସରକାରଙ୍କ ହସ୍ତକ୍ଷେପ ହ୍ରାସ କରିବା ସହ ଆବଶ୍ୟକ ଲୋକଙ୍କ ପାଇଁ ସରକାରୀ ସମର୍ଥନ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଜଳବାୟୁ ପରିବର୍ତ୍ତନ କୁ ନେଇ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି । ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ଆଗେଇ ଆସିବାକୁ ସେ ଉତ୍ସାହିତ କରିଥିଲେ। ସମସ୍ତଙ୍କୁ ପାନୀୟ ଜଳ ଯୋଗାଇବା ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ। ରାଜନୈତିକ ଇଚ୍ଛା ଶକ୍ତି ବଳରେ ଏହି ମୌଳିକ ଲକ୍ଷ୍ୟ ହାସଲ କରାଯାଇପାରିବ ଏବଂ ଏଥିରେ ପହଞ୍ଚିବା ପାଇଁ ପ୍ରତ୍ୟେକ ରାଜ୍ୟ ଆଗେଇ ଆସି ସହଯୋଗ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ବର୍ତ୍ତମାନର ଶତାବ୍ଦୀ ଭାରତର ଶତାବ୍ଦୀ ହେବାକୁ ଯାଉଛି ବୋଲି ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଆମେ ଏହି ସୁଯୋଗକୁ ହାତଛଡ଼ା କରିପାରିବୁ ନାହିଁ । ଭାରତ ଅନେକ ସୁଯୋଗ ହାତଛଡ଼ା କରିଥିବାରୁ ଏଭଳି ଅନେକ ଦେଶ ବିକଶିତ ହୋଇପାରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ସଂସ୍କାରକୁ ଏଡ଼ାଇବାର କୌଣସି ଆବଶ୍ୟକତା ନାହିଁ ଏବଂ ଅଧିକ ନିଷ୍ପତ୍ତି ନେବାର କ୍ଷମତା ନାଗରିକଙ୍କୁ ହସ୍ତାନ୍ତର ହେବା ସହିତ ପ୍ରଗତି ଓ ଅଭିବୃଦ୍ଧି ନିଶ୍ଚିତ ବୋଲି ସେ କହିଥିଲେ।

ଏହି ଲକ୍ଷ୍ୟ ହାସଲ ପାଇଁ ଏକତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ବିକଶିତ ଭାରତ ହେଉଛି ୧୪୦ କୋଟି ନାଗରିକଙ୍କ ମିଶନ’’। ଭାରତର ସାମର୍ଥ୍ୟରେ ପୁଞ୍ଜିନିବେଶ କରିବାକୁ ସମଗ୍ର ବିଶ୍ୱ ପ୍ରସ୍ତୁତ ବୋଲି ସେ ଦୋହରାଇବା ସହ କହିଥିଲେ, ଭାରତ ହେଉଛି ବିଶ୍ୱର ପ୍ରଥମ ପସନ୍ଦ । ଏହି ସୁଯୋଗର ଫାଇଦା ଉଠାଇବାକୁ ସେ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ ଏବଂ ତାଙ୍କ ଅଭିଭାଷଣରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇ ଶେଷ କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rolls-Royce joins with HAL at the wheel to make India a major aerospace hub

Media Coverage

Rolls-Royce joins with HAL at the wheel to make India a major aerospace hub
NM on the go

Nm on the go

Always be the first to hear from the PM. Get the App Now!
...
List of Outcomes: Prime Minister’s Visit to the UAE
May 15, 2026

S.No.

MoU/Agreement

Objectives

1.

MoU on Strategic Collaboration between Indian Strategic Petroleum Reserves Limited (ISPRL) and Abu Dhabi National Oil Company (ADNOC)

(a) Potential ADNOC crude oil storage in India’s Strategic Petroleum Reserves upto 30 million barrels, including through its participation in facilities in Vishakhapatnam, Andhra Pradesh; and development of reserve facilities in Chandikol, Odisha.

(b) Potential storage of crude oil in Fujairah, UAE, to form part of the Indian strategic petroleum reserve;

(c) Potential collaboration in Liquid Natural Gas and Liquid Petroleum Gas storage facilities in India

2.

Strategic Collaboration Agreement between Indian Oil Limited (IOCL) Company and Abu Dhabi National Oil Company (ADNOC) on supplies of Liquified Petroleum gas (LPG)

Explore potential opportunities in the sale and purchase of LPG, including long term supply of LPG, and entry into a long-term LPG sale and purchase agreement between ADNOC Gas Limited and IOCL.

3.

Framework for the Strategic Defence Partnership

A Strategic Framework for Defence Industrial collaboration, innovation and advanced technology, training, exercises, education and doctrine, special operations and interoperability, maritime security, cyber defence, secure communications and information exchange.

4.

MoU between Cochin Shipyard Limited (CSL) and Drydocks World (DDW) on setting up Ship Repair Cluster at Vadinar

 

Cooperation for setting up a Ship Repair Cluster at Vadinar, including offshore fabrication, under the Maritime Development Fund Scheme launched by the Government of India.

5.

MoU between Cochin Shipyard Limited (CSL), Drydocks World (DDW) and Centre of Excellence in Maritime & Shipbuilding (CEMS) on Skill Development in Ship Repair

The tripartite agreement establishes a framework to mobilize, train and employ skilled maritime workforce. The MoU seeks to enhance capabilities of Indian maritime workforce and position India as a hub for skilled shipbuilding and ship repair professionals.

6.

Term Sheet for setting up 8 Exaflop Super Computing Cluster in partnership between CDAC, India and G-42, UAE

 

Pave the way for collaboration between CDAC and G-42 to set up super computing cluster as part of AI Mission India.

Announcement

7.

Investment from UAE to India

(i) Abu Dhabi Investment Authority (ADIA) and National Infrastructure & Investment Fund (NIIF) of India to explore investments upto US$ 1 bn in India’s infrastructure sector.

(ii) Emirates New Development Bank (ENBD) to invest US$ 3 billion in RBL BANK of India

(iii) International Holding Company to invest US$ 1 billion in Sammaan Capital of India.