ଯେଉଁ ସମୟରେ ଆମର ପରମ୍ପରା ଓ ଆଧ୍ୟାତ୍ମିକତା ହଜି ଯିବାକୁ ବସିଥିଲା, ସେତେବେଳେ ସ୍ୱାମୀ ଦୟାନନ୍ଦ ଆମକୁ 'ବେଦକୁ ଫେରିଯିବା' ପାଇଁ ଆହ୍ୱାନ ଦେଇଥିଲେ
"ମହର୍ଷି ଦୟାନନ୍ଦ ସରସ୍ୱତୀ କେବଳ ଜଣେ ବୈଦିକ ଋଷି ନୁହଁନ୍ତି , ବରଂ ଜଣେ ଜାତୀୟ ଋଷି ମଧ୍ୟ ଥିଲେ "
ଭାରତ ପ୍ରତି ସ୍ୱାମୀଜୀଙ୍କର ଯେଉଁ ବିଶ୍ୱାସ ଥିଲା, ଆମକୁ ସେହି ବିଶ୍ୱାସକୁ ଅମୃତ କାଳରେ ଆମର ଆତ୍ମବିଶ୍ୱାସରେ ପରିଣତ କରିବାକୁ ପଡ଼ିବ
ସଚ୍ଚୋଟ ପ୍ରୟାସ ଏବଂ ନୂତନ ନୀତି ମାଧ୍ୟମରେ ଦେଶ ତା'ର କନ୍ୟା ମାନଙ୍କୁ ଆଗକୁ ବଢ଼ାଉଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମୋରବୀ ଠାରେ ଥିବା ଟଙ୍କରାସ୍ଥିତ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନରେ ତାଙ୍କର ୨୦୦ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ସ୍ୱାମୀଜୀଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଏବଂ ତାଙ୍କ ଶିକ୍ଷାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଆର୍ଯ୍ୟ ସମାଜ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଆନନ୍ଦ ପ୍ରକାଶ କରିଥିଲେ । ଗତ ବର୍ଷ ଏହି ମହୋତ୍ସବର ଉଦ୍‌ଘାଟନ ଉତ୍ସବରେ ଅଂଶଗ୍ରହଣ କରିବା ସମ୍ପର୍କରେ ସେ କହିଥିଲେ, ଯେତେବେଳେ ଜଣେ ମହାନ ଆତ୍ମାଙ୍କର ଅବଦାନ ଏତେ ଅସାଧାରଣ ହୋଇଥାଏ, ସେତେବେଳେ ତାଙ୍କ ସହ ଜଡ଼ିତ ଉତ୍ସବ ବ୍ୟାପକ ହେବା ସ୍ୱାଭାବିକ ।

ଏଭଳି ଉଲ୍ଲେଖନୀୟ ବ୍ୟକ୍ତିତ୍ୱଙ୍କ ପରମ୍ପରାକୁ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୋର ବିଶ୍ୱାସ ଯେ ଏହି କାର୍ଯ୍ୟକ୍ରମ ଆମର ନୂତନ ପିଢ଼ିକୁ ମହର୍ଷି ଦୟାନନ୍ଦଙ୍କ ଜୀବନ ସହିତ ପରିଚିତ କରାଇବା ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରିବ ।

ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ଏବଂ ହରିୟାନାରେ ସକ୍ରିୟ ଥିଲେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଉଭୟ ଅଞ୍ଚଳ ସହିତ ତାଙ୍କର ସମ୍ପର୍କ ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାମୀ ଦୟାନନ୍ଦଙ୍କର ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବକୁ ସ୍ୱୀକାର କରି କହିଥିଲେ ଯେ, “ତାଙ୍କ ଶିକ୍ଷା ମୋର ଦୃଷ୍ଟିକୋଣକୁ ଆକାର ଦେଇଛି ଏବଂ ତାଙ୍କର ପରମ୍ପରା ମୋ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ସ୍ୱାମୀଜୀଙ୍କ ଜୟନ୍ତୀ ଅବସରରେ ସେ ଉଭୟ ଭାରତ ଓ ବିଦେଶର ଲକ୍ଷ ଲକ୍ଷ ଅନୁଗାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱାମୀ ଦୟାନନ୍ଦଙ୍କ ଶିକ୍ଷାର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଇତିହାସରେ ଏମିତି କିଛି ମୁହୂର୍ତ୍ତ ଅଛି ଯାହା ଭବିଷ୍ୟତର ଗତିପଥ ବଦଳାଇ ଦେଇଥାଏ । ୨୦୦ ବର୍ଷ ପୂର୍ବେ ସ୍ୱାମୀ ଦୟାନନ୍ଦଙ୍କ ଜନ୍ମ ଏଭଳି ଏକ ଅଭୂତପୂର୍ବ ମୁହୂର୍ତ୍ତ ଥିଲା । ଭାରତକୁ ଅଜ୍ଞାନ ଓ ଅନ୍ଧବିଶ୍ୱାସର ବନ୍ଧନରୁ ଜାଗ୍ରତ କରିବାରେ ସ୍ୱାମୀଜୀଙ୍କ ଭୂମିକା ତଥା ବୈଦିକ ଜ୍ଞାନର ସାରକୁ ପୁନଃ ଆବିଷ୍କାର କରିବା କ୍ଷେତ୍ରରେ ଏକ ଆନ୍ଦୋଳନର ସେ ଯେଉଁ ନେତୃତ୍ୱ ନେଇଥିଲେ ତାହା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । 

"ଯେତେବେଳେ ଆମର ପରମ୍ପରା ଏବଂ ଆଧ୍ୟାତ୍ମିକତା ହଜିବାକୁ ବସିଥିଲା, ସେତେବେଳେ ସ୍ୱାମୀ ଦୟାନନ୍ଦ ଆମକୁ 'ବେଦକୁ ଫେରିଯିବାକୁ' ଆହ୍ୱାନ ଦେଇଥିଲେ," ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ବେଦ ଉପରେ ଜ୍ଞାନପୂର୍ଣ୍ଣ ମନ୍ତବ୍ୟ ଏବଂ ଯୁକ୍ତିଯୁକ୍ତ ବ୍ୟାଖ୍ୟା ପ୍ରଦାନ କରିବା ପାଇଁ ସ୍ୱାମୀଜୀଙ୍କ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ ସାମାଜିକ ମାନଦଣ୍ଡ ଉପରେ ସ୍ୱାମୀଜୀଙ୍କ ନିର୍ଭୀକ ସମାଲୋଚନା ଏବଂ ଭାରତୀୟ ଦର୍ଶନର ପ୍ରକୃତ ସାର ବିଷୟରେ ତାଙ୍କର ସ୍ପଷ୍ଟୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ସମାଜରେ ଆତ୍ମବିଶ୍ୱାସକୁ ଜାଗ୍ରତ କରିଥିଲା । ଏକତା ବୃଦ୍ଧି ଏବଂ ଭାରତର ପ୍ରାଚୀନ ଐତିହ୍ୟ ପ୍ରତି ଗର୍ବର ଭାବନା ସୃଷ୍ଟି କରିବାରେ ସ୍ୱାମୀ ଦୟାନନ୍ଦଙ୍କ ଶିକ୍ଷାର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ବ୍ରିଟିଶ ସରକାର ଆମକୁ ନିମ୍ନ ମାନ୍ୟତା ଦେବା ପାଇଁ ଆମର ସାମାଜିକ କୁସଂସ୍କାରକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରିଥିଲେ । କିଛି ଲୋକ ଏହାକୁ ସାମାଜିକ ପରିବର୍ତ୍ତନ ଭାବେ ଉଲ୍ଲେଖ କରି ବ୍ରିଟିଶ ଶାସନକୁ ଯୁକ୍ତିଯୁକ୍ତ ବୋଲି କହୁଥିଲେ । ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଆଗମନ ଏହି ଷଡ଼ଯନ୍ତ୍ରକୁ ଏକ ବଡ଼ ଝଟକା ଦେଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ଆର୍ଯ୍ୟ ସମାଜ ଦ୍ୱାରା ପ୍ରଭାବିତ ହୋଇ ଲାଲା ଲଜପତ ରାୟ, ରାମ ପ୍ରସାଦ ବିସମିଲ୍ ଏବଂ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଭଳି ଅନେକ ବିପ୍ଳବୀଙ୍କର ଆବିର୍ଭାବ ହୋଇଥିଲା । ତେଣୁ ଦୟାନନ୍ଦ ଜୀ କେବଳ ଜଣେ ବୈଦିକ ଋଷି ନୁହଁନ୍ତି ବରଂ ଜଣେ ଜାତୀୟ ଋଷି ମଧ୍ୟ ଥିଲେ ।

ଅମୃତ କାଳର ପ୍ରାରମ୍ଭିକ ବର୍ଷରେ ସ୍ୱାମିଜୀଙ୍କ ୨୦୦ ତମ ବାର୍ଷିକୀ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱାମୀ ଦୟାନନ୍ଦଙ୍କ ଦୃଷ୍ଟିଭଙ୍ଗୀକୁ ମନେ ପକାଇଥିଲେ । ଭାରତ ପ୍ରତି ସ୍ୱାମୀଜୀଙ୍କ ଯେଉଁ ବିଶ୍ୱାସ ଥିଲା, ସେହି ବିଶ୍ୱାସକୁ ଅମୃତ କାଳରେ ଆମର ଆତ୍ମବିଶ୍ୱାସରେ ପରିଣତ କରିବାକୁ ପଡ଼ିବ । ସ୍ୱାମୀ ଦୟାନନ୍ଦ ଆଧୁନିକତାର ଜଣେ ସମର୍ଥକ ଏବଂ ମାର୍ଗଦର୍ଶକ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମଗ୍ର ବିଶ୍ୱରେ ଆର୍ଯ୍ୟ ସମାଜ ଅନୁଷ୍ଠାନର ବ୍ୟାପକ ନେଟୱାର୍କକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "୨,୫୦୦ରୁ ଅଧିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟ ଏବଂ ୪୦୦ରୁ ଅଧିକ ଗୁରୁକୁଳ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରୁଥିବା ବେଳେ ଆର୍ଯ୍ୟ ସମାଜ ଆଧୁନିକତା ଏବଂ ମାର୍ଗଦର୍ଶନର ଏକ ଜୀବନ୍ତ ପ୍ରମାଣ । ଏକବିଂଶ ଶତାବ୍ଦୀରେ ଦେଶ ନିର୍ମାଣ ପଦକ୍ଷେପର ଦାୟିତ୍ୱ ନୂତନ ଉତ୍ସାହ ସହିତ ଗ୍ରହଣ କରିବାକୁ ସେ ସମୁଦାୟକୁ ଅନୁରୋଧ କରିଥିଲେ । ଡିଏଭି ଅନୁଷ୍ଠାନ ଗୁଡ଼ିକୁ 'ସ୍ୱାମୀଜୀଙ୍କ ଜୀବନ୍ତ ସ୍ମୃତି' ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ନିରନ୍ତର ସଶକ୍ତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସ୍ୱାମୀଜୀଙ୍କ ସ୍ୱପ୍ନକୁ ଆଗେଇ ନେଇ ଜାତୀୟ ଶିକ୍ଷା ନୀତି ବିଷୟରେ ଉଲ୍ଲେଖ କରିଥିଲେ । ସେ ଆର୍ଯ୍ୟ ସମାଜର ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ଗୁଡ଼ିକୁ ଭୋକାଲ୍ ଫର୍ ଲୋକାଲ , ଆତ୍ମନିର୍ଭର ଭାରତ, ମିଶନ ଲାଇଫ୍‌, ଜଳ ସଂରକ୍ଷଣ, ସ୍ୱଚ୍ଛ ଭାରତ, କ୍ରୀଡ଼ା ଏବଂ ଫିଟ୍‌ନେସ୍ କ୍ଷେତ୍ରରେ ଯୋଗଦାନ କରିବାକୁ କହିଥିଲେ । ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ମତଦାତାଙ୍କୁ ନିଜର ଦାୟିତ୍ୱ ବୁଝିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଆର୍ଯ୍ୟ ସମାଜ ପ୍ରତିଷ୍ଠାର ଆଗାମୀ ୧୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରକୁ ସାମୂହିକ ପ୍ରଗତି ଓ ସ୍ମୃତିର ସୁଯୋଗ ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ ।

ପ୍ରାକୃତିକ କୃଷିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସ୍ୱାମୀ ଦୟାନନ୍ଦଜୀଙ୍କ ଜନ୍ମସ୍ଥାନରୁ ଜୈବିକ କୃଷିର ବାର୍ତ୍ତା ଦେଶର ପ୍ରତ୍ୟେକ କୃଷକଙ୍କ ପାଖରେ ପହଞ୍ôଚବ ।

ମହିଳା ଅଧିକାର ପାଇଁ ସ୍ୱାମୀ ଦୟାନନ୍ଦଙ୍କ ସମର୍ଥନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆସିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ପ୍ରଶଂସା କରି କହିଥିଲେ, "ସଚ୍ଚୋଟ ପ୍ରୟାସ ଏବଂ ନୂତନ ନୀତି ମାଧ୍ୟମରେ ଦେଶ ତା'ର କନ୍ୟା ମାନଙ୍କୁ ଆଗକୁ ବଢ଼ାଉଛି । ମହର୍ଷି ଦୟାନନ୍ଦଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଭାବରେ ଏହି ସାମାଜିକ ପଦକ୍ଷେପ ମାଧ୍ୟମରେ ଲୋକଙ୍କୁ ଯୋଡ଼ିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ନିଜର ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଏଭି ନେଟୱାର୍କର ଯୁବକ ମାନଙ୍କୁ ନବଗଠିତ ଯୁବ ସଂଗଠନ 'ମାଇଁ -ଭାରତ' ରେ ଯୋଗ ଦେବା ପାଇଁ ଆହ୍ୱାନ ଦେଇ କହିଥିଲେ, "ମୁଁ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ସମସ୍ତ ଅନୁଗାମୀଙ୍କୁ ଅନୁରୋଧ କରୁଛି ଯେ , ଡିଏଭି ଏଜୁକେଶନାଲ ନେଟୱର୍କର ଛାତ୍ରଛାତ୍ରୀ ମାନଙ୍କୁ ମାଇଁ ଭାରତରେ ଯୋଗ ଦେବା ପାଇଁ ଉତ୍ସାହିତ କରନ୍ତୁ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”