ମହାସାଗର ହେଉଛି ଆମର ସମସ୍ତଙ୍କର ମିଳିତ ସମ୍ପଦ ଏବଂ ସାମୁଦ୍ରିକ ପଥ ହେଉଛି ଆମର ଆନ୍ତର୍ଜାତିକ ବାଣିଜ୍ୟର ଜୀବନରେଖା
ସାମୁଦ୍ରିକ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତରାଷ୍ଟ୍ରୀୟ ଆଇନ ବ୍ୟବସ୍ଥା ଆଧାରରେ ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ ମୋଦୀ
ଆମକୁ ପ୍ରାକୃତିକ ଆପଦା ଏବଂ ନନ୍‌-ଷ୍ଟେଟ୍‌ ଆକ୍ଟରମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ସାମୁଦ୍ରିକ ବିପଦକୁ ମିଳିମିଶି ସାମ୍ନା କରିବା ଆବଶ୍ୟକ ରହିଛି: ପ୍ରଧାନମନ୍ତ୍ରୀ

ମହାନୁଭବଗଣ,

ସାମୁଦ୍ରିକ ନିରାପତ୍ତା ସଂପର୍କୀତ ଏହି ବିଶେଷ ଆଲୋଚନାରେ ସାମିଲ ହୋଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ନିରାପତ୍ତା ପରିଷଦରେ ସକାରାତ୍ମକ ବାର୍ତ୍ତା ଏବଂ ୟୁଏନଓଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ସୂଚନା ପ୍ରଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । କଙ୍ଗୋ ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଭାବେ ନିଜର ବାର୍ତ୍ତା ଏହି କାର୍ଯ୍ୟକ୍ରମକୁ ପଠାଇଛନ୍ତି । ମୁଁ ବିଶେଷ ଭାବେ ତାଙ୍କ ପ୍ରତି କୃତଜ୍ଞ । ମୁଁ ରୁଷ ରାଷ୍ଟ୍ରପତି, କେନିଆ ରାଷ୍ଟ୍ରପତି ଏବଂ ଭିଏତନାମର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ନିମନ୍ତେ ହୃଦୟର ସହ ସେମାନଙ୍କ ପ୍ରତି ମଧ୍ୟ ମୋର କୃତଜ୍ଞତା ଜଣାଉଛି ।

ମହାନୁଭବଗଣ,

ସମୁଦ୍ର ଆମର ସମସ୍ତଙ୍କର ମିଳିତ ସମ୍ପଦ । ଆମର ସାମୁଦ୍ରିକ ପଥ ଆନ୍ତର୍ଜାତିକ ବାଣିଜ୍ୟର ଜୀବନରେଖା ଭାବେ ବିବେଚିତ ଏବଂ ସବୁଠାରୁ ବଡ଼ କଥାଟି ହେଲା ଏହାଯେ ସମୁଦ୍ର ଆମର ବିଶ୍ୱର ଭବିଷ୍ୟତ ନିମନ୍ତେ ମଧ୍ୟ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ ଆମର ଏହି ସାମୂହିକ ସାମୁଦ୍ରିକ ସମ୍ପଦକୁ ଆଜି ଅନେକ ପ୍ରକାର ଚାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । ପାଇରେସି ଏବଂ ଆତଙ୍କବାଦ ନିମନ୍ତେ ସାମୁଦ୍ରିକ ମାର୍ଗର ଦୁରୁପଯୋଗ ହୋଇଆସୁଛି । ଅନେକ ରାଷ୍ଟ୍ର ମଧ୍ୟରେ ସାମୁଦ୍ରିକ ବିବାଦ ମୁଣ୍ଡ ଟେକିଛି ଏବଂ ଜଳବାୟୁ ପରିବର୍ତ୍ତନ ତଥା ପ୍ରାକୃତିକ ବିପଦ ମଧ୍ୟ ସାମୁଦ୍ରିକ କ୍ଷେତ୍ର ସହିତ ଜଡ଼ିତ ହୋଇ ରହିଥିବା ପ୍ରସଙ୍ଗ ପାଲଟିଛି । ଏ ସଂପର୍କରେ, ସାର୍ବଜନୀନ ସାମୁଦ୍ରିକ ସମ୍ପଦର ସଂରକ୍ଷଣ ଏବଂ ଉପଯୋଗ ନିମନ୍ତେ ନିଜ ନିଜର ମୂଲ୍ୟବାନ ମତ ପ୍ରଦାନ, ପ୍ରତ୍ୟେକ ପ୍ରସଙ୍ଗକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ତଥା ଉପଯୋଗ କରିବା ସକାଶେ ସହଯୋଗର ଏକ ଢ଼ାଂଚା ଗଠନ କରିବାର ଅବସର ଏବେ ଉପସ୍ଥିତ । ସେଏକ ଢ଼ାଂଚା କୌଣସି ଗୋଟିଏ ରାଷ୍ଟ୍ର କଦାପି ଏକାକୀ ଗଠନ କରିପାରିବନାହିଁ । ତେଣୁ ଏଥିପାଇଁ ସମସ୍ତଙ୍କର ପ୍ରଯତ୍ନ ଆବଶ୍ୟକ ଏବଂ ତାହା ଦ୍ୱାରା ହିଁ ଏହାକୁ ସାକାର କରାଯାଇପାରିବ । ଏଭଳି ଚିନ୍ତାଧାରା ସହିତ ଆମେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସୁରକ୍ଷା ପରିଷଦ ସମ୍ମୁଖରେ ଆଣି ଉପସ୍ଥାପନ କରିଛୁ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଜିର ଏହି ଉଚ୍ଚସ୍ତରୀୟ ଆଲୋଚନା ଦ୍ୱାରା ବିଶ୍ୱକୁ ସାମୁଦ୍ରିକ ନିରାପତ୍ତା ପ୍ରସଙ୍ଗରେ ମାର୍ଗଦର୍ଶନ ଉପଲବ୍ଧ ହୋଇପାରିବ ।



ମହାନୁଭବଗଣ,

ଏହି ଆଲୋଚନାକୁ ରୂପ ପ୍ରଦାନ କରିବା ସକାଶେ ମୁଁ ଆପଣମାନଙ୍କ ସମକ୍ଷରେ ପାଞ୍ଚଟି ମୂଳଭୂତ ସିଦ୍ଧାନ୍ତ ଉପସ୍ଥାପନ କରିବାକୁ ଚାହେଁ । ପ୍ରଥମ ସିଦ୍ଧାନ୍ତଟି ହେଲା: ଆମକୁ ନ୍ୟାୟୋଚିତ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଇବା ଆବଶ୍ୟକ । ଆମ ସମସ୍ତଙ୍କ ସମୃଦ୍ଧି ସାମୁଦ୍ରିକ ବାଣିଜ୍ୟର ସକ୍ରିୟ ପ୍ରବାହ ଉପରେ ନିର୍ଭରଶୀଳ । ସେଥିପ୍ରତି ଆସୁଥିବା ସମସ୍ୟା ସଂପୂର୍ଣ୍ଣ ବୈଶ୍ୱିକ ଅର୍ଥବ୍ୟବସ୍ଥା ନିମନ୍ତେ ଚାଲେଞ୍ଜ ସୃଷ୍ଟି କରିପାରେ । ମୁକ୍ତ ସାମୁଦ୍ରିକ ବାଣିଜ୍ୟ ଭାରତର ସଭ୍ୟତା ସହିତ ପ୍ରାଚୀନ କାଳରୁ ଯୋଡ଼ିହୋଇ ରହିଆସିଛି । ହଜାର ହଜାର ବର୍ଷ ପୂର୍ବେ, ସିନ୍ଧୁ ଘାଟି ସଭ୍ୟତାର ଲୋଥାଲ ବନ୍ଦର ସାମୁଦ୍ରିକ ବ୍ୟାପାର ସହିତ ସଂଶ୍ଳିଷ୍ଟ ରହିଆସିଥିଲା । ପ୍ରାଚୀନ କାଳରେ ସ୍ୱତନ୍ତ୍ର ସାମୁଦ୍ରିକ ବାତାବରଣ ମାଧ୍ୟମରେ ହିଁ ଭଗବାନ ବୁଦ୍ଧଙ୍କ ଶାନ୍ତି ବାର୍ତ୍ତା ସମଗ୍ର ବିଶ୍ୱରେ ପ୍ରସାରିତ ହୋଇପାରିଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତ ଏହି ମୁକ୍ତ ଏବଂ ସମାବେଶୀ ଭାବନା ଆଧାରରେ “ସାଗର” –ସିକ୍ୟୁରିଟି ଆଣ୍ଡ ଗ୍ରୋଥ୍‌ ଫର୍‌ ଅଲ୍‌ ଇନ୍‌ ଦି ରିଜିଅନର ପରିକଳ୍ପନା ପ୍ରକଟ କରିଛି । ଏହି ପରିକଳ୍ପନା ମାଧ୍ୟମରେ ଆମେ ନିଜ ନିଜ କ୍ଷେତ୍ରରେ ସାମୁଦ୍ରିକ ନିରାପତ୍ତାର ଏକ ସମାବେଶୀ ଢ଼ାଂଚା ଗଠନ କରିବା ଉଚିତ । ଏହି ଦୂରଦୃଷ୍ଟିକୁ ଏକ ନିରାପଦ, ସୁରକ୍ଷିତ ତଥା ସୁଦୃଢ଼ ସାମୁଦ୍ରିକ କ୍ଷେତ୍ରରେ ପରିଣତ କରିବା ଆବଶ୍ୟକ । ମୁକ୍ତ ସାମୁଦ୍ରିକ ବାଣିଜ୍ୟ ନିମନ୍ତେ ଏହା ମଧ୍ୟ ଜରୁରି ଯେ ଆମେ ପରସ୍ପର ଦେଶର ନାବିକମାନଙ୍କ ଅଧିକାରକୁ ସଂପୂର୍ଣ୍ଣ ରୂପେ ସମ୍ମାନ ପ୍ରଦର୍ଶନ କରିବା ଉଚିତ ।

ଦ୍ୱିତୀୟ ସିଦ୍ଧାନ୍ତ: ସାମୁଦ୍ରିକ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତରାଷ୍ଟ୍ରୀୟ ଆଇନ ବ୍ୟବସ୍ଥା ଆଧାରରେ ହେବା ଆବଶ୍ୟକ । ପାରସ୍ପରିକ ଆସ୍ଥା ଏବଂ ବିଶ୍ୱାସ ନିମନ୍ତେ ଏହା ଅତି ମାତ୍ରାରେ ଜରୁରି । ଏହାରି ମାଧ୍ୟମରେ ଆମେ ବୈଶ୍ୱିକ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିପାରିବା । ଭାରତ ଏହି ଚିନ୍ତାଧାରାରେ ବିଶ୍ୱାସୀ ଏବଂ ସାମୁଦ୍ରିକ ସହିତ ନିଜର ପ୍ରତିବେଶୀ ରାଷ୍ଟ୍ର ବାଂଲାଦେଶ ସହିତ ନିଜର ସାମୁଦ୍ରିକ ସୀମାରେଖାର ସମାଧାନ କରିପାରିଛି ।

ତୃତୀୟ ସିଦ୍ଧାନ୍ତ: ଆମକୁ ପ୍ରାକୃତିକ ଆପଦା ଏବଂ ନନ୍‌-ଷ୍ଟେଟ୍‌ ଆକ୍ଟରମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ସାମୁଦ୍ରିକ ବିପଦକୁ ମିଳିମିଶି ସାମ୍ନା କରିବା ଆବଶ୍ୟକ । ଏହି ପ୍ରସଙ୍ଗ ଉପରେ କ୍ଷେତ୍ରୀୟ ସହଯୋଗ ସଂପର୍କୀତ ସାମୁଦ୍ରିକ ଆପଦା ନିମନ୍ତେ ଆମେ ଫାଷ୍ଟ-ରେସ୍ପଣ୍ଡର ଅଥବା ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣକାରୀ ହୋଇଛୁ । ପାଇରେସିକୁ ରୋକିବା ସକାଶେ ଭାରତୀୟ ନୌସେନା ୨୦୦୮ ମସିହାରୁ ହିଁ ଭାରତ ମହାସାଗରରେ ପହରା ଦେଇ ଆସୁଛନ୍ତି ଭାରତର ହ୍ୱାଇଟ୍‌ ସିପିଂ ସୂଚନା ଫ୍ୟୁଜନ୍‌ କେନ୍ଦ୍ର ଆମ କ୍ଷେତ୍ରରେ ସାମୂହିକ ସାମୁଦ୍ରିକ ଡୋମେନ୍‌ ସଚେତନତାକୁ ବୃଦ୍ଧି କରୁଛି । ଆମେ ଅନେକ ରାଷ୍ଟ୍ରଙ୍କୁ ହାଇଡ୍ରୋଗ୍ରାଫିକ୍‌ ସର୍ଭେ ସହାୟତା ଏବଂ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରିଛୁ । ଭାରତ ସହାସାଗର କ୍ଷେତ୍ରରେ ଭାରତର ଭୂମିକା ଏକ ସାମଗ୍ରିକ ନିରାପତ୍ତା ଯୋଗାଣକାରୀ ଭାବେ ରହିଆସିଛି ।

ଚତୁର୍ଥ ସିଦ୍ଧାନ୍ତ: ଆମମାନଙ୍କୁ ସାମୁଦ୍ରିକ ପରିବେଶ ଏବଂ ସାମୁଦ୍ରିକ ସମ୍ପଦକୁ ସଂଯୋଗ କରି ରଖିବାକୁ ପଡ଼ିବ । ଆମେ ଯାହା ଜାଣିଛୁ, ସମୁଦ୍ରର ଜଳବାୟୁ ଉପରେ ସିଧା ସଳଖ ପ୍ରତ୍ୟକ୍ଷ ପ୍ରଭାବ ରହିଛି । ଏବଂ ସେଥିପାଇଁ ଆମମାନଙ୍କୁ ନିଜ ନିଜର ସାମୁଦ୍ରିକ ପରିବେଶକୁ ପ୍ଲାଷ୍ଟିକ୍‌ ତଥା ତୈଳ ପ୍ରବାହ ଭଳି ପ୍ରଦୂଷଣରୁ ମୁକ୍ତ ରଖିବାକୁ ହେବ । ଏବଂ ମାତ୍ରାଧିକ ମାଛମରା ଓ ସାମୁଦ୍ରିକ ହତ୍ୟା (ପୋଚିଂ) ବିରୁଦ୍ଧର ସାମୂହିକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ଏଥି ସହିତ, ଆମକୁ ସାମୁଦ୍ରିକ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ । ଭାରତ ଏକ ମହତ୍ତ୍ୱାକାଂକ୍ଷା “ଡିପ୍‌ ଓସନ୍‌ ମିଶନ”ର ଶୁଭାରମ୍ଭ କରିଛି । ଆମେ ପୋଷଣୀୟ ମାଛ ମାରିବା ଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛୁ ।

ପଞ୍ଚମ ସିଦ୍ଧାନ୍ତ: ଆମମାନଙ୍କୁ ଦାୟିତ୍ୱବାନ୍‌ ସାମୁଦ୍ରିକ ସଂଯୋଗୀକରଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଉଚିତ । ଏହା ସ୍ପଷ୍ଟ ହୋଇସାରିଛି ଯେ ସାମୁଦ୍ରିକ ବ୍ୟାପାରକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଭିତ୍ତିଭୂମିର ନିର୍ମାଣ ଏକାନ୍ତ ଜରୁରି । କିନ୍ତୁ, ଏଭଳି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିର ବିକାଶ ଦ୍ୱାରା ରାଷ୍ଟ୍ରମାନଙ୍କ ଆର୍ଥିକ ପୋଷଣୀୟତା ଏବଂ ଆହରଣ କ୍ଷମତା ଉପରେ ମଧ୍ୟ ଧ୍ୟାନ ଦିଆଯିବା ବାଂଛନୀୟ । ଏଥିପାଇଁ ଆମମାନଙ୍କୁ ଉଚିତ ବୈଶ୍ୱିକ ନିୟମ ଓ ମାନ ସୃଷ୍ଟି କରିବା ଜରୁରି ।

ମହାନୁଭବଗଣ,

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ପାଞ୍ଚଗୋଟି ସିଦ୍ଧାନ୍ତ ଆଧାରରେ ସାମୁଦ୍ରିକ ନିରାପତ୍ତା ସହଯୋଗର ଏକ ବୈଶ୍ୱିକ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇପାରିବ । ଆଜିର ଏହି ମୁକ୍ତ ଆଲୋଚନାର ଉଚ୍ଚ ଏବଂ ସକ୍ରିୟ ଅଂଶଗ୍ରହଣ ଏହା ଦର୍ଶାଉଛି ଯେ ଏହି ବିଷୟ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟମାନଙ୍କ ଲାଗି ମହତ୍ତ୍ୱ ବହନ କରେ । ଏତିକି କହି, ମୁଁ ପୁଣି ଥରେ ଆପଣମାନଙ୍କ ଉପସ୍ଥିତି ନିମନ୍ତେ ଆପଣମାନଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds India’s 7.8% GDP growth
August 31, 2026

The Prime Minister, Shri Narendra Modi has termed India’s 7.8% GDP growth in first quarter of FY 2026-27 a “herculean feat”. Shri Modi said that the achievement reflects the collective strength and resilience of the people of India, despite oil price shocks, supply chain disruptions and global uncertainties.

Shri Modi posted on X:

India’s exemplary GDP growth of 7.8% during Q1 of FY 2026-27 is a herculean feat.

The collective strength of our people ensured India delivered such growth despite oil price shocks and supply chain issues in the midst of global uncertainties.

Doomsayers were doomed and India bloomed…yet again!