ମହାମହିମ ରାଷ୍ଟ୍ରପତି ୱିଡୋଡୋ,

ମହାମହିମ ଗଣ,

ନମସ୍କାର

'ପୂର୍ବ ଏସିଆ ଶିଖର ସମ୍ମିଳନୀ’ରେ ପୁଣି ଥରେ ଅଂଶଗ୍ରହଣ କରି ମୁଁ ଆନନ୍ଦିତ। ମୁଁ ରାଷ୍ଟ୍ରପତି ୱିଡୋଡୋଙ୍କୁ ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ପାଇଁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହାବ୍ୟତୀତ ଏହି ବୈଠକରେ ମୁଁ ତିମୋର-ଲେଷ୍ଟର ପ୍ରଧାନମନ୍ତ୍ରୀ ମହାମହିମ ଜାନାନା ଗୁସ୍ମାଓଙ୍କୁ ପର୍ଯ୍ୟବେକ୍ଷକ ଭାବରେ ସ୍ୱାଗତ କରୁଛି ।

ପୂର୍ବ ଏସିଆ ଶିଖର ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୈତିକ ପ୍ରସଙ୍ଗରେ ଆଲୋଚନା ଓ ସହଯୋଗ ପାଇଁ ଏହା ଏକମାତ୍ର ନେତାଙ୍କ ନେତୃତ୍ୱାଧୀନ ବ୍ୟବସ୍ଥା ଅଟେ। ଏହାବ୍ୟତୀତ ଏହା ଏସିଆରେ ପ୍ରାଥମିକ ଆତ୍ମବିଶ୍ୱାସ ସୃଷ୍ଟି କାରୀ ବ୍ୟବସ୍ଥା ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏବଂ ଏହାର ସଫଳତାର ଚାବିକାଠି ହେଉଛି ଆସିଆନ କେନ୍ଦ୍ରୀୟତା ।

ମହାନୁଭବ, ମହାମହିମ

"ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍ ଆଉଟଲୁକ୍"କୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରେ । ଭାରତ-ପ୍ରଶାନ୍ତ ମହାସାଗରପାଇଁ ଭାରତ ଓ ଆସିଆନ୍ର ଦୃଷ୍ଟିକୋଣରେ ସାମଞ୍ଜସ୍ୟ ରହିଛି ଏବଂ ସେଥିପାଇଁ, ପୂର୍ବ ଏସିଆ ସମ୍ମିଳନୀ "ଭାରତ-ପ୍ରଶାନ୍ତ ମହାସାଗର ଇନିସିଏଟିଭ୍"କୁ କାର୍ଯ୍ୟକାରୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଅଟେ। କ୍ୱାଡ୍ର ଦୃଷ୍ଟିକୋଣରେ ଆସିଆନ ଏକ କେନ୍ଦ୍ରୀୟ ସ୍ଥାନ ଅଧିକାର କରିଛି । କ୍ୱାଡର ସକାରାତ୍ମକ ଏଜେଣ୍ଡା ଆସିଆନର ବିଭିନ୍ନ ବ୍ୟବସ୍ଥା ସହିତ ପରିପୂର୍ଣ୍ଣ ।

ମହାନୁଭବ, ମହାମହିମ

ବର୍ତ୍ତମାନ ବୈଶ୍ବିକ ପରିଦୃଶ୍ୟ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଏବଂ ଅନିଶ୍ଚିତତା ମଧ୍ୟରେ ଘେରି ହୋଇରହିଛି । ଆତଙ୍କବାଦ, ଉଗ୍ରବାଦ ଏବଂ ଭୂ-ରାଜନୈତିକ ସଂଘର୍ଷ ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ଏହାର ମୁକାବିଲା ପାଇଁ ବହୁପକ୍ଷବାଦ ଏବଂ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ଜରୁରୀ ଅଟେ।

ଅନ୍ତର୍ଜାତୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ପାଳନ ହେବା ଆବଶ୍ୟକ ଏବଂ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କର ପ୍ରତିବଦ୍ଧତା ଏବଂ ମିଳିତ ପ୍ରୟାସ ମଧ୍ୟ ଆବଶ୍ୟକ । ଯେପରି ମୁଁ ପୂର୍ବରୁ କହିସାରିଛି - ଆଜିର ଯୁଗ ଯୁଦ୍ଧର ନୁହେଁ । ଆଲୋଚନା ଓ କୂଟନୀତି ହିଁ ସମାଧାନର ଏକମାତ୍ର ମାର୍ଗ।

ମହାନୁଭବ, ମହାମହିମ

ମିଆଁମାରରେ ଭାରତର ନୀତି ଆସିଆନର ମତକୁ ବିଚାରକୁ ନେଇଥାଏ । ଏହା ସହିତ ପଡ଼ୋଶୀ ଦେଶ ଭାବରେ ସୀମାରେ ଶାନ୍ତି ଓ ନିରାପତ୍ତାକୁ ସୁନିଶ୍ଚିତ କରିବା; ଏବଂ ଭାରତ-ଆସିଆନ୍ ଯୋଗାଯୋଗ ବୃଦ୍ଧି ଉପରେ ମଧ୍ୟ ଆମର ଧ୍ୟାନ ରହିଛି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସମୃଦ୍ଧି ଆମ ସମସ୍ତଙ୍କ ସ୍ୱାର୍ଥରେ।

ସମୟର ଆବଶ୍ୟକତା ଏପରି ଯେ ଏକ ଏମିତି ଭାରତ-ପ୍ରଶାନ୍ତ ମହାସାଗର - ଯେଉଁଠାରେ ୟୁଏନସିଏଲଓଏସ୍ ସମେତ ଅନ୍ତର୍ଜାତୀୟ ଆଇନ ସବୁ ଦେଶ ପାଇଁ ସମାନ ଭାବରେ ଲାଗୁ ହେଉ; ଯେଉଁଠାରେ ନାଭିଗେସନ୍ ଏବଂ ଓଭରଫ୍ଲାଇଟ୍ର ସ୍ୱାଧୀନତା ଥିବ; ଏବଂ ଯେଉଁଠାରେ ସମସ୍ତଙ୍କ ହିତ ପାଇଁ ଅବାଧ ଆଇନଗତ ବାଣିଜ୍ୟ ଥିବ । ଦକ୍ଷିଣ ଚୀନ୍ ସାଗର ପାଇଁ ଆଚରଣ ବିଧି ୟୁଏନ୍ସିଏଲ୍ଓଏସ୍ ଅନୁଯାୟୀ ପ୍ରଭାବଶାଳୀ ହେବା ଉଚିତ ବୋଲି ଭାରତ ବିଶ୍ୱାସ କରେ। ଏହାବ୍ୟତୀତ ଆଲୋଚନାରେ ସିଧାସଳଖ ସମ୍ପୃକ୍ତ ନଥିବା ଦେଶଗୁଡ଼ିକର ସ୍ୱାର୍ଥକୁ ମଧ୍ୟ ବିଚାରକୁ ନିଆଯିବା ଆବଶ୍ୟକ ।

ମହାନୁଭବ, ମହାମହିମ

ଜଳବାୟୁ ପରିବର୍ତ୍ତନ, ସାଇବର ନିରାପତ୍ତା, ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶକ୍ତି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକୁ ବିଶେଷ ଭାବରେ ବିଶ୍ୱ ଦକ୍ଷିଣକୁ ପ୍ରଭାବିତ କରୁଛି । ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଗ୍ଲୋବାଲ ସାଉଥ୍ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଉପରେ ଧ୍ୟାନ ଦେଉଛୁ ।

ମହାନୁଭବ, ମହାମହିମ

ମୁଁ ପୁଣିଥରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ପ୍ରକ୍ରିୟା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ମୁଁ ଆଗାମୀ ଅଧ୍ୟକ୍ଷ ଲାଓ ପି.ଡି.ଆର.ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏବଂ ମୁଁ ସେମାନଙ୍କ ଅଧ୍ୟକ୍ଷତାକୁ ଭାରତର ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି ଦେଉଛି ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi