ପୋଷ୍ଟ ହୋଇଛି : ୨୩ ଅଗଷ୍ଟ ୨୦୨୩, ଅପରାହ୍ନ ୪:୨୩, ପିଆଇବି , ଦିଲ୍ଲୀ

ମହାମହିମ ରାଷ୍ଟ୍ରପତି ରାମାଫୋସା,

ମହାମହିମ ରାଷ୍ଟ୍ରପତି ଲୁଲା ଡି ସିଲଭା,

ମହାମହିମ ରାଷ୍ଟ୍ରପତି ପୁଟିନ,

ମହାମହିମ ରାଷ୍ଟ୍ରପତି ସି,

ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ଏବଂ ଆତିଥେୟତା ପାଇଁ ମୁଁ ପୁଣି ଥରେ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ରାମାଫୋସାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଉଛି ।

ଜୋହାନ୍ସବର୍ଗ ଭଳି ଏକ ସୁନ୍ଦର ସହରକୁ ପୁଣି ଥରେ ଆସିବା ମୋ ପାଇଁ ଏବଂ ମୋର ପ୍ରତିନିଧି ଦଳ ନିମନ୍ତେ ଅତ୍ୟନ୍ତ ଆନନ୍ଦର ବିଷୟ ।

ଭାରତର ଜନସାଧାରଣ ଏବଂ ଭାରତର ଇତିହାସ ସହିତ ଏହି ସହରର ଗଭୀର ସମ୍ପର୍କ ରହିଛି ।

ଏଠାରୁ କିଛି ଦୂରରେ ରହିଛି ଟଲଷ୍ଟୟ ଫାର୍ମ, ଯାହା୧୧୦ ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ଭାରତ, ୟୁରେସିଆ ଏବଂ ଆଫ୍ରିକାର ମହାନ ଚିନ୍ତାଧାରାକୁ ଏକତ୍ର କରି ମହାତ୍ମା ଗାନ୍ଧୀ ଆମର ଏକତା ଏବଂ ପାରସ୍ପରିକ ସୌହାର୍ଦ୍ଦ୍ୟ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିଥିଲେ ।

ମହାମହିମ,

ଗତ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ବ୍ରିକ୍ସ ଏକ ବହୁତ ଲମ୍ବା ଏବଂ ଗୌରବମୟ ଯାତ୍ରା ଅତିକ୍ରମ କରିଛି ।

ଏହି ଯାତ୍ରାରେ ଆମେ ଅନେକ ମାଇଲଖୁଣ୍ଟ ହାସଲ କରିଛୁ ।

ଆମର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଦକ୍ଷିଣ ବିଶ୍ୱର ଦେଶ ଗୁଡ଼ିକର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଆକସ୍ମିକ ରିଜର୍ଭ ବ୍ୟବସ୍ଥା ଜରିଆରେ ଆମେ ଏକ ଆର୍ଥିକ ନିରାପତ୍ତା ବଳୟ ସୃଷ୍ଟି କରିଛୁ ।

 

ବ୍ରିକ୍ସ ଉପଗ୍ରହ ମଣ୍ଡଳ, ଟିକା ଗବେଷଣା ଓ ବିକାଶ କେନ୍ଦ୍ର, ଫାର୍ମା ଉତ୍ପାଦ ଗୁଡିକର ପାରସ୍ପରିକ ସ୍ୱୀକୃତି ଭଳି ପଦକ୍ଷେପ ମାଧ୍ୟମରେ ଆମେ ବ୍ରିକ୍ସ ଦେଶର ସାଧାରଣ ନାଗରିକ ମାନଙ୍କର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛୁ ।

ଯୁବ ସମ୍ମିଳନୀ, ବ୍ରିକ୍ସ କ୍ରୀଡ଼ା, ଥିଙ୍କଟ୍ୟାଙ୍କ୍ ପରିଷଦ ଭଳି ପଦକ୍ଷେପ ମାଧ୍ୟମରେ ଆମେ ସବୁ ଦେଶ ମଧ୍ୟରେ ଲୋକମାନଙ୍କ ଭିତରେ ସମ୍ପର୍କକୁ ସୁଦୃଢ଼ କରୁଛୁ ।

ବ୍ରିକ୍ସ କାର୍ଯ୍ୟସୂଚୀକୁ ଏକ ନୂଆ ଦିଗ ଦେବା ପାଇଁ ଭାରତ ରେଳ ଗବେଷଣା ନେଟୱାର୍କ, ଏମଏସଏମଇ ମଧ୍ୟରେ ଘନିଷ୍ଠ ସହଯୋଗ, ଅନଲାଇନ ବ୍ରିକ୍ସ ଡାଟାବେସ, ଷ୍ଟାର୍ଟଅପ୍ ଫୋରମ ଭଳି କିଛି ପରାମର୍ଶ ଦେଇଥିଲା ।

ମୁଁ ଖୁସି ଯେ ଏହି ବିଷୟ ଗୁଡ଼ିକରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।

ମହାମହିମ,

ଆମର ଘନିଷ୍ଠ ସହଯୋଗକୁ ଆହୁରି ବ୍ୟାପକ କରିବା ପାଇଁ ମୁଁ ଆପଣଙ୍କ ସହିତ କିଛି ପରାମର୍ଶ ବାଣ୍ଟିବାକୁ ଚାହୁଁଛି ।

ପ୍ରଥମଟି ହେଉଛି ମହାକାଶ କ୍ଷେତ୍ରରେ ସହଯୋଗ । ବ୍ରିକ୍ସ ଉପଗ୍ରହ ମଣ୍ଡଳ ଉପରେ ଆମେ କାର୍ଯ୍ୟ କରୁଛୁ ।

ଆଉ ଏକ ପାଦ ଆଗକୁ ଯାଇ , ଆମେ ବ୍ରିକ୍ସ ମହାକାଶ ଅନୁସନ୍ଧାନ କନସୋର୍ଟିୟମ ଗଠନ କରିବାକୁ ବିଚାର କରି ପାରିବା ।

ଏହା ଅଧୀନରେ ଆମେ ମହାକାଶ ଗବେଷଣା, ପାଣିପାଗ ନିରୀକ୍ଷଣ ଭଳି କ୍ଷେତ୍ରରେ ବିଶ୍ୱସ୍ତରୀୟ ଉନ୍ନତି ପାଇଁ କାର୍ଯ୍ୟ କରି ପାରିବା ।

ମୋର ଦ୍ୱିତୀୟ ପରାମର୍ଶ ହେଉଛି ଶିକ୍ଷା, ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗ ।

ବ୍ରିକ୍ସକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସଂଗଠନ କରିବାକୁ ହେଲେ ଆମକୁ ଆମ ସମାଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ । ଏଥିରେ ବୈଷୟିକ ଜ୍ଞାନକୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଭାରତରେ, ଆମେ ଦୁର୍ଗମ ଅଂଚଳର ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ଜ୍ଞାନ ଅଂଶୀଦାର ମଂଚ ନିମନ୍ତେ ଦୀକ୍ଷା ଅର୍ଥାତ୍ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିଛୁ ।

ଏଥିସହ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସାରା ଦେଶରେ ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସୃଷ୍ଟି କରିଛୁ ।

ଭାଷା ସମ୍ବନ୍ଧୀୟ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଭାରତରେ ଏଆଇ ଭିତ୍ତିକ ଭାଷା ପ୍ଲାଟଫର୍ମ ଭାଷିଣୀ ବ୍ୟବହାର କରାଯାଉଛି ।

ଟିକାକରଣ ପାଇଁ କୋୱିନ୍ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି ।

ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଅର୍ଥାତ୍ ଇଣ୍ଡିଆ ଷ୍ଟେକ୍ ଜରିଆରେ ଜନସେବା ପ୍ରଦାନରେ ବୈପ୍ଳବିକ ପରିବର୍ତ୍ତନ କରାଯାଉଛି ।

ବିବିଧତା ହେଉଛି ଭାରତର ଏକ ମହାନ ଶକ୍ତି ।

ଭାରତର ଯେ କୌଣସି ସମସ୍ୟାର ସମାଧାନ ଏହି ବିବିଧତାର ପରୀକ୍ଷାରୁ ହିଁ ହୋଇଥାଏ ।

ତେଣୁ ଏହି ସମାଧାନକୁ ବିଶ୍ୱର ଯେ କୌଣସି କୋଣରେ ସହଜରେ କାର୍ଯ୍ୟକାରୀ କରାଯାଇପାରିବ ।

ଏହି ପରିପ୍ରେକ୍ଷୀରେ ଭାରତରେ ବିକଶିତ ଏହି ସବୁ ପ୍ଲାଟଫର୍ମକୁ ବ୍ରିକ୍ସ ସହଯୋଗୀଙ୍କ ସହ ବାଣ୍ଟିବାକୁ ଆମେ ଆନନ୍ଦ ଅନୁଭବ କରିବୁ ।

ମୋର ତୃତୀୟ ପରାମର୍ଶ ହେଉଛି ଯେ ଆମେ ପରସ୍ପରର ଶକ୍ତିକୁ ଚିହ୍ନଟ କରିବା ପାଇଁ ଏକାଠି ସ୍କିଲ୍ ମ୍ୟାପିଂ କରି ପାରିବା ।

ଏହା ମାଧ୍ୟମରେ ଆମେ ବିକାଶ ଯାତ୍ରାରେ ପରସ୍ପରର ପରିପୂରକ ହୋଇ ପାରିବା । ମୋର ଚତୁର୍ଥ ପରାମର୍ଶ ହେଉଛି ବିଗ୍ କ୍ୟାଟ୍ସ (ବଡ ବିଲେଇ) ବିଷୟରେ ।

ବ୍ରିକ୍ସର ପାଞ୍ଚଟି ଦେଶରେ ବହୁ ସଂଖ୍ୟକ ବଡ଼ ପ୍ରଜାତିର ବଡ଼ ବିଲେଇ ଦେଖିବାକୁ ମିଳେ ।

ଆନ୍ତର୍ଜାତିକ ବିଗ୍ କ୍ୟାଟ୍ ଆଲାଏନ୍ସ (ବୃହତ୍ ବିରାଡି ସଙ୍ଗଠନ) ଅଧୀନରେ ଆମେ ସେମାନଙ୍କ ସୁରକ୍ଷା ପାଇଁ ମିଳିତ ପ୍ରୟାସ କରି ପାରିବା ।

ପାରମ୍ପରିକ ଔଷଧ ବିଷୟକୁ ନେଇ ରହିଛି ମୋର ପଞ୍ଚମ ପରାମର୍ଶ ।

ଆମ ସମସ୍ତଙ୍କର ଦେଶରେ ପାରମ୍ପରିକ ଔଷଧର ଏକ ପାରିବେଶିକ ବ୍ୟବସ୍ଥା ରହିଛି ।

ଆମେ ମିଳିତ ଭାବେ ପାରମ୍ପରିକ ଔଷଧର ଭଣ୍ଡାର ସୃଷ୍ଟି କରିପାରିବା କି?

ମହାମହିମ,

ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ବ୍ରିକ୍ସରେ ଦକ୍ଷିଣ ବିଶ୍ୱର ଦେଶ ମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଆମେ ଏହାକୁ ହୃଦୟରୁ ସ୍ୱାଗତ କରୁଛୁ ।

ଏହା କେବଳ ବର୍ତ୍ତମାନର ଆଶା ନୁହେଁ ବରଂ ଆବଶ୍ୟକତା ମଧ୍ୟ ।

ଜି-୨୦ ଅଧ୍ୟକ୍ଷତାରେ ଭାରତ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି ।

'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଉଦ୍ଦେଶ୍ୟରେ ଆମେ ସବୁ ଦେଶ ସହ ମିଶି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛୁ ।

ଚଳିତ ବର୍ଷ ଜାନୁଆରୀ ମାସରେ ଅନୁଷ୍ଠିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ (ଦକ୍ଷିଣ ବିଶ୍ୱର ସ୍ୱର) ଶିଖର ସମ୍ମିଳନୀରେ ୧୨୫ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ନିଜର ଚିନ୍ତା ଓ ପ୍ରାଥମିକତା ଗୁଡିକ ସମ୍ପର୍କରେ ଜଣାଇଥିଲେ ।

ଆଫ୍ରିକୀୟ ସଂଘକୁ ଜି- ୨୦ର ସ୍ଥାୟୀ ସଦସ୍ୟତା ଦେବାକୁ ମଧ୍ୟ ଆମେ ପ୍ରସ୍ତାବ ଦେଇଛୁ ।

ମୋର ବିଶ୍ୱାସ ଯେ ଜି- ୨୦ରେ ସମସ୍ତ ବ୍ରିକ୍ସ ସହଯୋଗୀ ମଧ୍ୟ ଏକାଠି ଅଛନ୍ତି । ଏବଂ ସମସ୍ତେ ଆମର ପ୍ରସ୍ତାବକୁ ସମର୍ଥନ କରିବେ ।

ବ୍ରିକ୍ସରେ ଏହି ସବୁ ପ୍ରୟାସକୁ ସ୍ୱତନ୍ତ୍ର ସ୍ଥାନ ଦେବା ଦ୍ୱାରା ଦକ୍ଷିଣ ବିଶ୍ୱର ଦେଶ ମାନଙ୍କର ଆତ୍ମବିଶ୍ୱାସ ଆହୁରି ବୃଦ୍ଧି ପାଇବ ।

ମହାମହିମ,

ବ୍ରିକ୍ସ ସଦସ୍ୟତା ସମ୍ପ୍ରସାରଣକୁ ଭାରତ ସମ୍ପୂର୍ଣ୍ଣ ସମର୍ଥନ କରୁଛି । ଏବଂ ଏଥିରେ ସହମତି ଆଧାରରେ ଆଗକୁ ବଢିବାକୁ ସ୍ୱାଗତ ଜଣାଊଛି ।

୨୦୧୬ରେ, ଭାରତର ଅଧ୍ୟକ୍ଷତା ସମୟରେ ଆମେ ବ୍ରିକ୍ସକୁ ଉତ୍ତରଦାୟୀ, ଅନ୍ତର୍ଭୁକ୍ତି ଏବଂ ସାମୂହିକ ସମାଧାନ ନିର୍ମାଣ ଭାବରେ ବ୍ୟାଖ୍ୟା କରିଥିଲୁ ।

ସାତ ବର୍ଷ ପରେ ଆମେ କହିପାରିବା ଯେ, ବ୍ରିକ୍ସ ପ୍ରତିବନ୍ଧକ ଗୁଡିକୁ ଭାଙ୍ଗିବା, ଅର୍ଥନୀତିକୁ ପୁନର୍ଜୀବିତ କରିବା, ଉଦ୍ଭାବନକୁ ପ୍ରେରଣା ଦେବା, ସୁଯୋଗ ସୃଷ୍ଟି କରିବା ଏବଂ ଭବିଷ୍ୟତକୁ ଆକାର ଦେବା ଭଳି କାର୍ଯ୍ୟ କରୁଛି ।

ଆମେ ସମସ୍ତ ବ୍ରିକ୍ସ ସହଯୋଗୀଙ୍କ ସହ ମିଶି ଏହି ନୂତନ ସଂଜ୍ଞାକୁ ଅର୍ଥପୂର୍ଣ୍ଣ କରିବା ଦିଗରେ ସକ୍ରିୟ ଭାବରେ ଯୋଗଦାନ ଜା

ରି ରଖିବୁ ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi