ଭାରତରେ ବିଗତ 10 ବର୍ଷ ମଧ୍ୟରେ, ପାଖାପାଖି 3 ନିୟୁତ ହେକ୍ଟର ଜଙ୍ଗଲ ସୃଷ୍ଟି ହୋଇଛି, ଦେଶର ମୋଟ ଭୂଖଣ୍ଡର ପ୍ରାୟ ଏକ ଚତୁର୍ଥାଂଶ ଭାଗରେ ମିଳିତ ଜଙ୍ଗଲ ଘନତ୍ୱ ବଢ଼ିଛି : ପ୍ରଧାନମନ୍ତ୍ରୀ
ମୃତ୍ତିକା କ୍ଷୟ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଏହାର ଜାତୀୟ ପ୍ରତିବଦ୍ଧତାକୁ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ : ପ୍ରଧାନମନ୍ତ୍ରୀ
2030 ସୁଦ୍ଧା 2.5ରୁ 3 ବିଲିୟନ ଟନ୍ ଅଙ୍ଗାରକାମ୍ଳ ସହ ସମାନ ଅତିରିକ୍ତ ଅଙ୍ଗାରକ ହ୍ରାସ ଲକ୍ଷ୍ୟ ହାସଲ ଲାଗି ଅବକ୍ଷୟ ହୋଇଥିବା 26 ମିଲିୟନ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ମୃତ୍ତିକା କ୍ଷୟ ପ୍ରସଙ୍ଗ ଦିଗରେ ଏକ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି
ଭବିଷ୍ୟତର ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ମରୁଭୂମିକରଣର ମୁକାବିଲା ପାଇଁ ମିଳିତ ଜାତିସଂଘର ସମ୍ମିଳନୀ (ୟୁଏନସିସିଡି)ର ଦଳଗୁଡ଼ିକର ସମ୍ମିଳନୀ (କନଫରେନ୍ସ ଅଫ ପାର୍ଟିଜ୍)ର 14ତମ ଅଧିବେଶନରେ ଅଧ୍ୟକ୍ଷ ଭାବେ ନିଜର କ୍ଷମତା ବଳରେ ଉଦଘାଟନୀ ଭାଗରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।

ଶ୍ରୀ ମୋଦୀ ଭୂମିକୁ ସମସ୍ତ ଜୀବନ ଓ ଜୀବିକାର ମୌଳିକ ନିର୍ମାଣ ଆଧାର ଭାବେ ଅଭିହିତ କରିବା ସହିତ ଭୂମି ଏବଂ ଏହାର ଉତ୍ସ ଉପରେ ପଡ଼ୁଥିବା ପ୍ରବଳ ଚାପ ହ୍ରାସ କରିବା ନିମନ୍ତେ ଆହ୍ୱାନ କରିଥିଲେ। “ସ୍ପଷ୍ଟ ଭାବେ, ଆମ ସମ୍ମୁଖରେ ଅନେକଗୁଡ଼ିଏ କାର୍ଯ୍ୟ ରହିଛି। କିନ୍ତୁ ଆମେ ଏହାକୁ କରିପାରିବା। ଆମେ ମିଳିତ ଭାବେ ଏହାକୁ କରିପାରିବା”, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ମୃତ୍ତିକା ଅବକ୍ଷୟ ସମସ୍ୟାର ସମାଧାନ ଲାଗି ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକର ତାଲିକା ଦେଇଥିଲେ। ଅନ୍ତର୍ଜାତୀୟ ମଞ୍ଚରେ ମୃତ୍ତିକା ଅବକ୍ଷୟ ପ୍ରସଙ୍ଗକୁ ଉପସ୍ଥାପନ କରିବାରେ ଭାରତ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ଦିଲ୍ଲୀ ଘୋଷଣାନାମା 2019ରେ ଭୂମିର ଉନ୍ନତ ଉପଲବ୍ଧତା ଓ ପରିଚାଳନା ନିମନ୍ତେ ଆହ୍ୱାନ କରାଯାଇଥିଲା ଏବଂ ଲିଙ୍ଗ ସମ୍ବେଦନଶୀଳ ପରିବର୍ତ୍ତନଶୀଳ ପ୍ରକଳ୍ପଗୁଡିକ ଉପରେ ଜୋର ଦିଆଯାଇଥିଲା। ଭାରତରେ ଗତ 10 ବର୍ଷ ମଧ୍ୟରେ, ପାଖାପାଖି 3 ନିୟୁତ ହେକ୍ଟର ଭୂମିରେ ଜଙ୍ଗଲ ସୃଷ୍ଟି ହୋଇଛି। ଏହା ମିଳିତ ଜଙ୍ଗଲ ଘନତ୍ୱକୁ ଦେଶର ମୋଟ ଭୂଖଣ୍ଡର ପ୍ରାୟ ଏକ ଚତୁର୍ଥାଂଶ ଭାଗ ପର୍ଯ୍ୟନ୍ତ ପ୍ରସାରିତ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଭାରତ ମୃତ୍ତିକା ଅବକ୍ଷୟ ସମ୍ପୂର୍ଣ୍ଣ ବନ୍ଦ ନିମନ୍ତେ ଏହାର ଜାତୀୟ ପ୍ରତିବଦ୍ଧତାକୁ ହାସଲ କରିବା ଦିଗରେ ଅଗ୍ରସର ହେଉଛି। “ଆମେ ମଧ୍ୟ 2030 ସୁଦ୍ଧା ଅବକ୍ଷୟପ୍ରାପ୍ତ 26 ନିୟୁତ ହେକ୍ଟର ଭୂମିର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରୁଛୁ। ଏହା ମଧ୍ୟ 2.5ରୁ 3 ବିଲିୟନ ଟନ୍ ଅଙ୍ଗାରକାମ୍ଳ ସହ ସମାନ ଅତିରିକ୍ତ ଅଙ୍ଗାରକ ହ୍ରାସ ଲକ୍ଷ୍ୟ ହାସଲ ଲାଗି ଭାରତର ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ସହାୟକ ହେବ”, ପ୍ରଧାନମନ୍ତ୍ରୀ କହିଥିଲେ।

ଭୂମିର ପୁନରୁଦ୍ଧାର କିପରି ଭାବେ ଭଲ ମୃତ୍ତିକା ସ୍ୱାସ୍ଥ୍ୟ, ବର୍ଦ୍ଧିତ ଭୂମି ଉତ୍ପାଦକତା, ଖାଦ୍ୟ ସୁରକ୍ଷା ଏବଂ ବିକଶିତ ଜୀବିକା ନିର୍ବାହର ପାଇଁ ଏକ ଗୁଣାତ୍ମକ ଚକ୍ରର ଆରମ୍ଭ କରିପାରେ ତାହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ଗୁଜରାଟ କଚ୍ଛର ରଣରେ ଥିବା ବନ୍ନୀ ଅଞ୍ଚଳ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବନ୍ନୀ ଅଞ୍ଚଳରେ, ଘାସ ଜମି ବିକଶିତ କରାଯାଇ ଭୂମି ପୁନରୁଦ୍ଧାର କରାଯାଇଥିଲା ଯାହା ମୃତ୍ତିକା ଅବକ୍ଷୟ ବନ୍ଦ କରିବାରେ ସହାୟକ ହୋଇଥିଲା। ଏହା ମଧ୍ୟ ପଶୁପାଳନକୁ ପ୍ରୋତ୍ସାହନ ଯୋଗାଇ ଦେବା ସହିତ ଗୋଚାରଣ ଗତିବିଧି ଓ ଜୀବିକାକୁ ସମର୍ଥନ ଯୋଗାଇଥିଲା। “ଏହି ଭାବନା ନେଇ, ଆମକୁ ସ୍ୱଦେଶୀ କୌଶଳର ପ୍ରୋତ୍ସାହନ ସହିତ ଭୂମି ପୁନରୁଦ୍ଧାର ପାଇଁ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାକୁ ପଡିବ”, ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

ଦକ୍ଷିଣ-ଦକ୍ଷିଣ ସହଯୋଗ ଭାବନା ନେଇ, ଭାରତ ଭୂମି ପୁନରୁଦ୍ଧାର ରଣନୀତି ବିକଶିତ କରିବା ଲାଗି ଅନ୍ୟ ସହଯୋଗୀ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସହାୟତା ଯୋଗାଇ ଦେଉଛି। ମୃତ୍ତିକା କ୍ଷୟ ପ୍ରସଙ୍ଗ ଦିଗରେ ଏକ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, “ମାନବୀୟ ଗତିବିଧି ଯୋଗୁ ଭୂମି ପ୍ରତି ପହଞ୍ଚିଥିବା କ୍ଷତିକୁ ଭରଣା କରିବା ମାନବଜାତିର ମିଳିତ ଉତ୍ତରଦାୟିତ୍ୱ। ଭବିଷ୍ୟତର ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ।” 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub