ଭାରତରେ ବିଗତ 10 ବର୍ଷ ମଧ୍ୟରେ, ପାଖାପାଖି 3 ନିୟୁତ ହେକ୍ଟର ଜଙ୍ଗଲ ସୃଷ୍ଟି ହୋଇଛି, ଦେଶର ମୋଟ ଭୂଖଣ୍ଡର ପ୍ରାୟ ଏକ ଚତୁର୍ଥାଂଶ ଭାଗରେ ମିଳିତ ଜଙ୍ଗଲ ଘନତ୍ୱ ବଢ଼ିଛି : ପ୍ରଧାନମନ୍ତ୍ରୀ
ମୃତ୍ତିକା କ୍ଷୟ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଏହାର ଜାତୀୟ ପ୍ରତିବଦ୍ଧତାକୁ ହାସଲ କରିବା ଦିଗରେ ଅଗ୍ରସର ହେଉଛି ଭାରତ : ପ୍ରଧାନମନ୍ତ୍ରୀ
2030 ସୁଦ୍ଧା 2.5ରୁ 3 ବିଲିୟନ ଟନ୍ ଅଙ୍ଗାରକାମ୍ଳ ସହ ସମାନ ଅତିରିକ୍ତ ଅଙ୍ଗାରକ ହ୍ରାସ ଲକ୍ଷ୍ୟ ହାସଲ ଲାଗି ଅବକ୍ଷୟ ହୋଇଥିବା 26 ମିଲିୟନ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ମୃତ୍ତିକା କ୍ଷୟ ପ୍ରସଙ୍ଗ ଦିଗରେ ଏକ ବୈଜ୍ଞାନିକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ଲାଗି ଭାରତରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି
ଭବିଷ୍ୟତର ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଆମର ପବିତ୍ର କର୍ତ୍ତବ୍ୟ : ପ୍ରଧାନମନ୍ତ୍ରୀ

ମହାନୁଭବ, ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ,

ମହାନୁଭବ, ଭଦ୍ରବ୍ୟକ୍ତି ଓ ଭଦ୍ରମହିଳାଗଣ,

ନମସ୍ତେ ।

ମିଳିତ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଯେ ଏଭଳି ପ୍ରସଙ୍ଗ ଉପରେ ସେ ଏକ ଉଚ୍ଚସ୍ତରୀୟ ଆଲୋଚନା ଆହୂତ କରିଛନ୍ତି ।

ବିଶ୍ୱରେ ସମସ୍ତ ଜୀବ ଓ ଜୀବନକୁ ବଞ୍ଚାଇ ରଖିବା ନିମନ୍ତେ ମାଟି ହେଉଛି ମୌଳିକ ଆଧାର । ଏବଂ ଆମେ ସଭିଏଁ ଉତ୍ତମ ରୂପେ ଏକଥା ଜାଣୁ ଯେ ଆମ ଜୀବନର ଜଟିଳ ଜାଲଟି ଏହି ବ୍ୟବସ୍ଥା ସହିତ ଓତଃପ୍ରୋତ ଭାବେ ବିଭିନ୍ନ ଦିଗରୁ ସଂଯୁକ୍ତ ହୋଇ ରହିଛି । ପରିତାପର ବିଷୟ, ଭୂମିର ଅବକ୍ଷୟ ଆଜି ବିଶ୍ୱର ଦୁଇ ତୃତୀୟାଂଶରୁ ଅଧିକ ଭାଗକୁ ଆକ୍ରାନ୍ତ କରୁଛି । ଯଦି ଏହାକୁ ନିୟନ୍ତ୍ରଣବିହୀନ ଭାବେ ଛାଡ଼ି ଦିଆଯାଏ ତେବେ ଏହା ଆମ ସମାଜ, ଅର୍ଥନୀତି, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଜୀବନର ଗୁଣାତ୍ମକ ମାନ ରକ୍ଷାକୁ ଆକ୍ରାନ୍ତ କରିବ । ତେଣୁ, ଆମକୁ ମାଟି ଉପରେ ପଡ଼ୁଥିବା ବ୍ୟାପକ ଚାପକୁ ଆମକୁ ହ୍ରାସ କରିବାକୁ ପଡ଼ିବ ଏବଂ ଏହାର ପ୍ରାକୃତିକ ଗୁଣବତ୍ତାକୁ ସୁରକ୍ଷିତ ରଖିବାକୁ ହେବ । ତେଣୁ ଆମମାନଙ୍କ ସମ୍ମୁଖରେ ଅନେକ କାର୍ଯ୍ୟ କରିବାର ଅଛି , ତାହା ସ୍ପଷ୍ଟ । କିନ୍ତୁ ଆମେ ତାହା ସାକାର କରିପାରିବା । ଆମେ ସାମୂହିକ ଭାବେ ଏହି ଏହା ହାସଲ କରିପାରିବା ।

ଅଧ୍ୟକ୍ଷ ମହୋଦୟ,

ଭାରତରେ, ଆମେ ସଦାବେଳେ ମାଟିକୁ ଗୁରୁତ୍ୱ ପ୍ରଦାନ କରିଆସୁଛୁ ଏବଂ ପୃଥିବୀକୁ ଆମର ମାତା ଭାବେ ବିବେଚନା କରୁ । ଭାରତ ମୃତ୍ତିକା ଅବକ୍ଷୟକୁ ରୋକିବା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବା ଦିଗରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଫୋରମରେ ନେତୃତ୍ୱ ଗ୍ରହଣ କରିଆସୁଛି । ଦିଲ୍ଲୀ ଘୋଷଣାନାମା ୨୦୧୯ରେ ଭୂମି ଆମ ପାଇଁ ଅଧିକ ସହଜରେ ଉପଲବ୍ଧ ହେବା ଏବଂ ଏହାର ସୁରକ୍ଷା ନିମନ୍ତେ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବା ତଥା ଲିଙ୍ଗଗତ ଭେଦଭାବ ବିନା ସଂସ୍କ୍‍ାରମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଭାରତରେ, ଗତ ୧୦ ବର୍ଷ ଭିତରେ ପ୍ରାୟ ୩୦ ନିୟୁତ ହେକ୍ଟର ଜମିକୁ ବନୀକରଣ କରାଯାଇପାରିଛି । ଏହା ଫଳରେ ଦେଶର ମୋଟ ଜଙ୍ଗଲ କ୍ଷେତ୍ର ସହ ଆଉ ଏକ ଚତୁର୍ଥାଂଶ  ଜଙ୍ଗଲ ସଂଯୋଗ କରାଯାଇପାରିଛି ।

ଆମେ ଭୂମି ଅବକ୍ଷୟକୁ ରୋକିବା ଦିଗରେ ଆମର ରାଷ୍ଟ୍ରୀୟ ପ୍ରତିବଦ୍ଧତା ଲକ୍ଷ୍ୟ ହାସଲ କରିବା ଦିଗରେ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହୋଇଚାଲିଛୁ । ୨୦୩୦ ମସିହା ସୁଦ୍ଧା ଦେଶର ୨୬ ନିୟୁତ ହେକ୍ଟର ପତିତ ଜମିକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛୁ । ଏହା ୨.୫ ରୁ ୩ ବିଲିୟନ୍‍ ଟନ୍‍ ଅଙ୍ଗାରକାମ୍ଳ ତୁଲ୍ୟ ଅତିରିକ୍ତ କାର୍ବନ ସିଙ୍କ୍‍ ହାସଲ ନିମନ୍ତେ ଭାରତର ପ୍ରତିବଦ୍ଧତା ଲକ୍ଷ୍ୟ ହାସଲ ନିମନ୍ତେ ଏହା ସହାୟକ ହୋଇପାରିବ ।

ଆମର ଦୃଢ଼ ବିଶ୍ୱାସ ଯେ ଭୂମିର ସ୍ୱଭାବିକ ଗୁଣବତ୍ତା ସୁରକ୍ଷିତ ରହିପାରିଲେ ଏହା ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା, ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା ଏବଂ ଜୀବନଧାରଣର ମାନରେ ଉନ୍ନତି ଭଳି ବିଭିନ୍ନ କ୍ଷେତ୍ରରେ ଆମେ ସୁଫଳ ହାସଲ କରିପାରିବା । ଏଥିପାଇଁ ଆମେ ନୂଆ ନୂଆ ଉପାୟମାନ ଅବଲମ୍ବନ କରିପାରିବା । ଏହାର ମାତ୍ର ଗୋଟିଏ ଉଦାହରଣ ହେଲା ଗୁଜରାଟର ରାନ୍‍ କର୍ଦ୍ଦମାକ୍ତ କ୍ଷେତ୍ରରେ ଥିବା ବନ୍ନୀ । ଏଠାରେ ପୂର୍ବରୁ ମୃତ୍ତିକାର ଗୁଣାତ୍ମକ ମାନ ଅତି ନିମ୍ନ ମାନର ଥିଲା ଏବଂ ସେଠାରେ ଖୁବ୍‍ କମ୍‍ ବୃଷ୍ଟିପାତ ହୁଏ । ସେହି କ୍ଷେତ୍ରରେ, ଚାରଣଭୂମି ସୃଷ୍ଟି କରାଯାଇ ମୃତ୍ତିକା ସଂରକ୍ଷଣ କାର୍ଯ୍ୟ ହାସଲ କରାଯାଇପାରିଛି ଯାହାକି ଭୂଅବକ୍ଷୟକୁ ରୋକିବାରେ ସହାୟକ ହୋଇପାରିଛି । ଏହା ମଧ୍ୟ ସ୍ଥାନୀୟ ଲୋକମାନଙ୍କୁ ଗୋଚାରଣ କାର୍ଯ୍ୟରେ ସହାୟକ ହେଉଛି ଏବଂ ପରିଣାମସ୍ୱରୂପ ଗୋପ୍ରଜନନ ତଥା ଜୀବନଜୀବିକା ପାଇଁ ମଧ୍ୟ ଏହା ଉପାଦେୟ ସାବ୍ୟସ୍ତ ହୋଇଛି । ଅନୁରୂପ ମନୋଭାବର ସହ ଆମେ ଆହୁରି ନୂଆ ନୂଆ ରଣନୀତିମାନ ବାହାର କରିପାରିବା ଯାହାକି ଭୂଅବକ୍ଷୟ ରୋକିବା ଦିଗରେ ସହାୟକ ହେବ ଏବଂ ନିଜସ୍ୱ ଉପାୟକୁ ମଧ୍ୟ ଜନ୍ମଦେବ ।

ଅଧ୍ୟକ୍ଷ ମହୋଦୟ,

ଭୂ-ଅବକ୍ଷୟ ବିଶେଷ ଭାବେ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ସମସ୍ୟା ରୂପେ ଦେଖାଦେଇଛି । ସାଉଥ- ସାଉଥ୍‍ ସହଯୋଗ ଭାବନା ଆଧାରରେ, ଭାରତ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ସେମାନଙ୍କ ଭୂଅବକ୍ଷୟ ରୋକିବା ନିମନ୍ତେ ବିଭିନ୍ନ ରଣନୀତି ଗ୍ରହଣ କରିବା ଦିଗରେ ସହଯୋଗ କରୁଛି । ଏଥିପାଇଁ ଭାରତରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଉଛି ଯାହା ବୈଜ୍ଞାନିକ ପଦ୍ଧତିରେ ସକଳ ପ୍ରକାର ଭୂଅବକ୍ଷୟ ସମସ୍ୟାର ସମାଧାନ କରିବା ନିମନ୍ତେ ସହାୟତା ଯୋଗାଇଦେ

ଅଧ୍ୟକ୍ଷ ମହୋଦୟ,

ମାନବୀୟ କାର୍ଯ୍ୟକଳାପ ଦ୍ୱାରା ଏବେସୁଦ୍ଧା ହୋଇଥିବା ଭୂ-ଅବକ୍ଷୟକୁ ରୋକିବା ଦିଗରେ କାର୍ଯ୍ୟ କରିବା ହେଉଛି ମାନବ ସମାଜର ସାମୂହିକ ଦାୟିତ୍ୱ । ତେଣୁ ଆମର ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ଏକ ସୁରକ୍ଷିତ ବିଶ୍ୱ ଛାଡ଼ିଯିବା ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କର ପବିତ୍ର କର୍ତ୍ତବ୍ୟ । ସେମାନଙ୍କ ପାଇଁ ତଥା ଆମମାନଙ୍କ ନିମନ୍ତେ, ଉଚ୍ଚ ସ୍ତରରେ ଫଳପ୍ରସୂ ଆଲୋଚନା ନିମନ୍ତେ ମୁଁ ମୋର ଶୁଭ କାମନା ବ୍ୟକ୍ତ କରୁଛି ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler exports seen rising up to 20% as Africa demand recovers: Ind-Ra

Media Coverage

Two-wheeler exports seen rising up to 20% as Africa demand recovers: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub