ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି । ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ ।

 

ପ୍ରଧାନମନ୍ତ୍ରୀ X  ରେ ଏକ ପୋଷ୍ଟ କରିଛନ୍ତି :

ଗୁଜରାଟ ସାଇନ୍ସ ସିଟିର ଚମତ୍କାର ଆକର୍ଷଣକୁ ଅନୁସନ୍ଧାନ କରିବା ପାଇଁ ସକାଳର କିଛି ସମୟ ବିତାଇଥିଲି । ଏହା ରୋବୋଟିକ୍ସ ଗ୍ୟାଲେରୀରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ରୋବୋଟିକ୍ସର ଅସୀମ ସମ୍ଭାବନାକୁ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି । ଏହି ଜ୍ଞାନକୌଶଳ କିପରି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରୁଛି ତାହା ଦେଖି ଆନନ୍ଦିତ ।

 

ରୋବୋଟିକ୍ସ ଗ୍ୟାଲେରୀରେ ଡିଆରଡିଓ ରୋବୋଟ, ମାଇକ୍ରୋବଟ, ଏକ କୃଷି ରୋବୋଟ, ମେଡିକାଲ ରୋବଟ, ମହାକାଶ ରୋବଟ ଏବଂ ଆହୁରି ଅନେକ କିଛି ରହିଛି । ଏହି ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି ।

ଏହା ସହିତ ରୋବୋଟିକ୍ସ ଗ୍ୟାଲେରୀରେ ଥିବା କାଫେରେ ରୋବୋଟ୍ ମାନଙ୍କ ଦ୍ୱାରା ପରିବେଷିତ ଏକ କପ୍ ଚା'ର ମଜା ନେଇଥିଲେ ।

 

ସେ କହିଛନ୍ତି, ଗୁଜରାଟ ସାଇନ୍ସ ସିଟି ଭିତରେ ଥିବା ଏକ ଶାନ୍ତ ଓ ଆକର୍ଷଣୀୟ ସ୍ଥାନ ହେଉଛି ନେଚର ପାର୍କ । ପ୍ରକୃତିପ୍ରେମୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ପାଇଁ ଏହା ଦେଖିବା  ନିହାତି ଜରୁରୀ । ଏହି ପାର୍କ କେବଳ ଜୈବ ବିବିଧତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଲୋକ ମାନଙ୍କ ପାଇଁ ଏକ ଶିକ୍ଷାଗତ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ ।

 

"ସଠିକ ପାଦଚଲା ରାସ୍ତା ବାଟରେ ବିଭିନ୍ନ ଅନୁଭୂତି ପ୍ରଦାନ କରିଥାଏ । ଏହା ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀତା ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ । କ୍ୟାକଟସ୍ ଗାଡେନ୍‌, ବ୍ଲକ୍ ପ୍ଲାଣ୍ଟେସନ୍‌, ଅକ୍ସିଜେନ୍ ପାର୍କ ଭଳି ଅନ୍ୟାନ୍ୟ ଆକର୍ଷଣକୁ ମଧ୍ୟ ବୁଲି ଦେଖନ୍ତୁ ।

 

ସାଇନ୍ସ ସିଟିରେ ଥିବା ଆକ୍ୱାଟିକ୍ ଗ୍ୟାଲେରୀ ଜଳଜ ଜୈବ ବିବିଧତା ଏବଂ ସାମୁଦ୍ରିକ ଆଶ୍ଚର୍ଯ୍ୟର ଏକ ଉତ୍ସବ । ଏହା ଆମ ଜଳୀୟ ପରିବେଶର ସୂକ୍ଷ୍ମ ତଥା ଗତିଶୀଳ ସନ୍ତୁଳନ ଉପରେ ଆଲୋକପାତ କରେ । ଏହା କେବଳ ଏକ ଶିକ୍ଷଣୀୟ ଅନୁଭୂତି ନୁହେଁ,  ବରଂ ତରଙ୍ଗ ତଳେ ଥିବା ବିଶ୍ୱ ପ୍ରତି ସଂରକ୍ଷଣ ଏବଂ ଗଭୀର ସମ୍ମାନ ର ଆହ୍ୱାନ ମଧ୍ୟ ।

 

ଶାର୍କ ଟନେଲ ହେଉଛି ଏକ ଆନନ୍ଦଦାୟକ ଅନୁଭୂତି ଯାହା ବିଭିନ୍ନ ଶାର୍କ ପ୍ରଜାତିର ପ୍ରଦର୍ଶନ କରୁଛି । ସୁଡ଼ଙ୍ଗ ଦେଇ ଯିବା ବେଳେ ସାମୁଦ୍ରିକ ଜୀବନର ବିବିଧତା ଦେଖି ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ପ୍ରକୃତରେ ଆକର୍ଷଣୀୟ ।

"ଏହା ସୁନ୍ଦର"

 

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s startup game-changer? ₹10,000 crore FoF 2.0 set to attract investors

Media Coverage

India’s startup game-changer? ₹10,000 crore FoF 2.0 set to attract investors
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 26, 2026
April 26, 2026

One Radio Address, Many Milestones: PM Modi Links Clean Energy, Culture & Citizen Power in Mann Ki Baat

Citizens Celeberate Clean Skies, Maritime Might & Defence Milestones: How PM Modi is Scripting India’s Infrastructure Success Story