ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନ ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀ ଶିଗେରୁ ଇଶିବାଙ୍କ ସହିତ ଜାପାନ ମିୟାଗି ପ୍ରଦେଶର ସେଣ୍ଡାଇ ଯାତ୍ରା କରିଛନ୍ତି। ସେଣ୍ଡାଇଠାରେ ଦୁଇ ନେତା ସେମିକଣ୍ଡକ୍ଟର କ୍ଷେତ୍ରର ଏକ ଅଗ୍ରଣୀ ଜାପାନୀ କମ୍ପାନୀ ଟୋକିଓ ଇଲେକ୍ଟ୍ରୋନ୍ ମିୟାଗି ଲିମିଟେଡ୍ (ଟେଲ ମିୟାଗି) କାରଖାନା ପରିଦର୍ଶନ କରିଥିଲେ। ବିଶ୍ୱ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଟେଲର ଭୂମିକା, ଏହାର ଉନ୍ନତ ଉତ୍ପାଦନ କ୍ଷମତା ଏବଂ ଭାରତ ସହିତ ଏହାର ଜାରି ରହିଥିବା ଏବଂ ଯୋଜନା କରାଯାଇଥିବା ସହଭାଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଏହି କାରଖାନା ପରିଦର୍ଶନ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ, ନିର୍ମାଣ ଏବଂ ପରୀକ୍ଷଣ କ୍ଷେତ୍ରରେ ସହଯୋଗ ସ୍ଥାପନ ପାଇଁ ଦୁଇ ଦେଶ ମଧ୍ୟରେ ରହିଥିବା ସୁଯୋଗ ବିଷୟରେ ନେତାମାନଙ୍କୁ ଏକ ବ୍ୟବହାରିକ ଦୃଷ୍ଟିକୋଣ ପ୍ରଦାନ କରିଥିଲା।

ସେଣ୍ଡାଇ ଗସ୍ତ ଭାରତର ବୃଦ୍ଧି ପାଉଥିବା ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମ ଏବଂ ଉନ୍ନତ ସେମିକଣ୍ଡକ୍ଟର ଉପକରଣ ଓ ପ୍ରଯୁକ୍ତିବିଦ୍ୟାରେ ଜାପାନର କ୍ଷମତା ମଧ୍ୟରେ ରହିଥିବା ସମାନତାକୁ ଉଜାଗର କରିଥିଲା। ଉଭୟ ପକ୍ଷ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସହଭାଗୀତା ଉପରେ ସହଯୋଗ ବୁଝାମଣା ନେଇ ସହମତ ହୋଇଥିଲେ। ଭାରତ-ଜାପାନ ଶିଳ୍ପ ପ୍ରତିଯୋଗିତାମୂଳକ ସହଭାଗୀତା ଏବଂ ଆର୍ଥିକ ସୁରକ୍ଷା ଆଲୋଚନା ଅଧୀନରେ ଚାଲୁଥିବା ଭାଗିଦାରୀକୁ ସୁଦୃଢ଼ କରି ଏ କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଉଭୟ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଇଶିବାଙ୍କ ଏହି ମିଳିତ ଗସ୍ତ ଭାରତ ଓ ଜାପାନର ଦୃଢ଼, ସ୍ଥିର ଏବଂ ବିଶ୍ୱସ୍ତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳ ବିକଶିତ କରିବାର ସହଭାଗୀ ଦୃଷ୍ଟିକୋଣକୁ ମଧ୍ୟ ଉଜାଗର କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତରେ ତାଙ୍କ ସହ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଇଶିବାଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଏହି ରଣନୀତିକ କ୍ଷେତ୍ରରେ ଜାପାନ ସହିତ ଘନିଷ୍ଠ ଭାବରେ କାମ କରିବା ପାଇଁ ଭାରତର ପ୍ରସ୍ତୁତିକୁ ପୁଣିଥରେ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଇଶିବା ସେଣ୍ଡାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ଏହି ଅବସରରେ ମିୟାଗି ପ୍ରଦେଶର ରାଜ୍ୟପାଳ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India