The Sagarmala project is ushering not only development of ports but also port-led development: PM
The Government of India is devoting significant efforts towards the development of waterways: PM Modi
India's aviation sector is growing tremendously, this makes quality infrastructure in the aviation sector of prime importance: PM
Our Government had the honour of bringing an aviation policy that is transforming the sector: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବୀ ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦରର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଅବସରରେ ନବୀ ମୁମ୍ବାଇଠାରେ ଆୟୋଜିତ ଏକ ସମାରୋହରେ ସେ ଜବାହରଲାଲ ନେହେରୁ ବନ୍ଦର ଟ୍ରଷ୍ଟର ଚତୁର୍ଥ କଣ୍ଟେନର ଟର୍ମିନାଲକୁ ମଧ୍ୟ ଲୋକାର୍ପଣ କରିଥିଲେ ।

ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ମହାନୁଭବ ଶିବାଜୀ ମହାରାଜଙ୍କ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରକୁ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦାରୀକରଣ ଓ ବିଶ୍ୱିକରଣ ବର୍ତ୍ତମାନ ସମୟର ନିଚ୍ଛକ ବାସ୍ତବତା ଏବଂ ଆମ୍ଭମାନଙ୍କୁ ଏହା ସହିତ ତାଳ ଦେଇ ଚାଲିବାକୁ ହେଲେ ଉଚ୍ଚମାନର ଭିତ୍ତିଭୂମି ନିର୍ମାଣ କରିବାକୁ ପଡିବ । ସେ କହିଥିଲେ ଯେ ସାଗରମାଳା ପ୍ରକଳ୍ପ ଦ୍ୱାରା କେବଳ ବନ୍ଦରମାନଙ୍କର ବିକାଶ ହେଉନାହିଁ ବରଂ ବନ୍ଦର ଅଭିମୁଖୀ ଭିତ୍ତିଭୂମି ଏବଂ ବନ୍ଦର ଆଧାରିତ ବିକାଶ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଭିତରେ ଜଳପଥଗୁଡିକର ବିକାଶ ପାଇଁ ଭାରତ ସରକାର ମହତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ବର୍ଷ ଧରି ନବୀ ମୁମ୍ବାଇ ବିମାନ ବନ୍ଦର ପ୍ରକଳ୍ପ ପଡି ରହିଛି । ବିଳମ୍ବିତ ପ୍ରକଳ୍ପ ଅନେକ ସମସ୍ୟା ସୃଷ୍ଟ କରିଥାଏ । ସେ ଏବେ ପ୍ରଗତି ସମୀକ୍ଷା ଅଭିଯାନ ଆରମ୍ଭ କରିଛନ୍ତି ଏବଂ ତାହା ମାଧ୍ୟମରେ ବିଭିନ୍ନ ବିଳମ୍ବିତ ଓ ପଡି ରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟାରମ୍ଭ କରିବା ଦିଗରେ ଅଗ୍ରାଧିକାର ପଦକ୍ଷେପ ନେଉଛନ୍ତି ।

ସେ କହିଥିଲେ ଯେ ଭାରତର ବିମାନ ଚଳାଚଳ ଉଦ୍ୟୋଗର ତୀବ୍ର ଅଭିବୃଦ୍ଧି ଘଟୁଛି । ଅଧିକରୁ ଅଧିକ ଲୋକ ବିମାନ ଯାତ୍ରା କରୁଛନ୍ତି । ଏହାଦ୍ୱାରା ଏହି ଉଦ୍ୟୋଗରେ ଉଚ୍ଚ ମାନର ଭିତ୍ତିଭୂମି ନିର୍ମାଣକୁ ମହତ୍ୱ ଦିଆଯାଉଛି । କେନ୍ଦ୍ର ସରକାର ଦେଶରେ ଏକ ବିମାନ ଚଳାଚଳ ନୀତି ପ୍ରଣୟନ କରିଛନ୍ତି ଯାହାକି ଏହି ଉଦ୍ୟୋଗକୁ ପରିବର୍ତ୍ତିତ କରିବାକୁ ଯାଉଛି । ସେ କହିଥିଲେ ଯେ ଏକ ସୁଦୃଢ ବିମାନ ସେବା ଉଦ୍ୟୋଗ ଅଧିକ ଆର୍ଥିକ ସୁଯୋଗ ସୃଷ୍ଟି କରିଥାଏ । ଉନ୍ନତ ବିମାନ ସେବା ଦ୍ୱାରା ଭାରତକୁ ଅଧିକ ପର୍ଯ୍ୟଟକ ଆସିଥାଆନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Click here to rad full text of speech.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In A First, Indian Railways To Run Direct Festival Special Trains From September 11 To December 7

Media Coverage

In A First, Indian Railways To Run Direct Festival Special Trains From September 11 To December 7
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"