In the Information era, first-mover does not matter, the best-mover does : PM
It is time for tech-solutions that are Designed in India but Deployed for the World :PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ ବେଙ୍ଗାଲୁରୁ ପ୍ରଯୁକ୍ତି ସମ୍ମିଳନୀର ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଉଦ୍ଭାବନ ଏବଂ ବୈଷୟିକ ସମିତି, କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା, ଜୈବ ପ୍ରଯୁକ୍ତି ବିଦ୍ୟା ଓ ଷ୍ଟାର୍ଟଅପ ଭିଜନ ଗ୍ରୁପ, ସପ୍ଟୱେୟାର ଟେକ୍ନୋଲଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ଏବଂ ଏମଏମ ଆକ୍ଟିଭ ସାଇନ୍ସ ଟେକ କମ୍ୟୁନିକେସନ୍ସ ମିଳିତ ଭାବେ ଏହାର ଆୟୋଜନ କରିଛନ୍ତି । ଚଳିତ ବର୍ଷ ଶିଖର ସମ୍ମିଳନୀର ବିଷୟ ରଖାଯାଇଛି ଦି ନେକ୍ସଟ ଇଜ୍ ନାଓ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂର ସଂଞ୍ଚାର ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବିଏସ ୟେଦ୍ୟୁରାପ୍ପା ଏହି ଅବସରରେ ଉପସ୍ଥିତ ଥିଲେ ।

ଆଜି ଡିଜିଟାଲ ଇଣ୍ଡିଆ କେବଳ ସରକାରୀ ପଦକ୍ଷେପରେ ସୀମିତ ହୋଇ ରହିନାହିଁ ବରଂ ଏହା ବିଶେଷ କରି ଗରିବ ଓ ବଞ୍ଚିତ ଏବଂ ସରକାରରେ ଯେଉଁମାନେ ଅଛନ୍ତି ସେମାନଙ୍କର ଏକ ଜୀବନଧାରାରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଯୋଗୁ ଆମ ଦେଶର ବିକାଶରେ ଏକ ମାନବୀୟ ଦିଗ ଉନ୍ମୋଚିତ ହୋଇଛି । ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଯୋଗୁ ନାଗରିକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହ ଏହାର ସୁଫଳ ସର୍ବଜନବିଦିତ ହୋଇଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଡିଜିଟାଲ ଓ ବୈଷୟିକ ସମାଧାନ ସରକାର କେବଳ ସୃଷ୍ଟି କରିନାହାନ୍ତି ବରଂ ଏହା ସମସ୍ତ ଯୋଜନାର ଅଂଶ ବିଶେଷ ହୋଇପାରିଛି । ସେ ପୁଣି କହିଛନ୍ତି ଯେ, ସରକାର ବୈଷୟିକ ମଡେଲ ପ୍ରଶାସନରେ ଉପଯୋଗ କରିବା ଫଳରେ ଏହା କୋଟି କୋଟି ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ସହ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତକୁ ସଫଳତାର ସହ କାର୍ଯ୍ୟକାରୀ କରାଇପାରିଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଦେଶର ଗରିବ ଜନସାଧାରଣ ଉପଯୁକ୍ତ ଓ ଶୀଘ୍ର ସହାୟତା ଲକଡାଉନ କାଳରେ ପାଇପାରିଛନ୍ତି । ଏହି ସଫଳତାର କେହି ସମକକ୍ଷ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ସରକାର ତଥ୍ୟ ବିଶ୍ଳେଷଣକୁ ଆଧାର କରି ଦକ୍ଷତା ସହ ସେବା ଯୋଗାଇ ଦେଇ ପାରିଛନ୍ତି । ବୈଷୟିକ ଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ଯୋଗୁ ଯୋଜନା ଗୁଡିକ ଫାଇଲ ମଧ୍ୟରେ ସୀମାବଦ୍ଧ ନହୋଇ ଦ୍ରୁତ ଗତିରେ ଜନସାଧାରଣଙ୍କ ବିକାଶରେ ସହାୟକ ହୋଇପାରିଛି । ପ୍ରଯୁକ୍ତି ବିଦ୍ୟା ଯୋଗୁ ଆମେ ସମସ୍ତଙ୍କୁ ବିଜୁଳି ଶକ୍ତି ଯୋଗାଇ ଦେଇଛୁ । ଟୋଲବୁଥ ଗୁଡିକୁ ଗତିଶୀଳ କରିବା ସହ ଖୁବ କମ ସମୟ ମଧ୍ୟରେ ବିଶାଳ ଜନସଂଖ୍ୟାଙ୍କ ମଧ୍ୟରେ ଟୀକାକରଣ ପାଇଁ ଆମକୁ ସାହସ ମିଳିଛି ।

ମହାମାରୀ କାଳରେ ପ୍ରଯୁକ୍ତି କ୍ଷେତ୍ର ଯେଭଳି ନମନୀୟତା ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । ଦେଶରେ ଗୋଟିଏ ଯୁଗରେ ବୈଷୟିକ ଜ୍ଞାନର ଯେତିକି ଉପଯୋଗ ହୋଇନଥିଲା ମାତ୍ର ଅଳ୍ପ କିଛି ମାସ ମଧ୍ୟରେ ତାହା କିପରି ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ତାହା ଉପରେ ଆଲୋକପାତ କରିଥିଲେ । ଯେ କୌଣସି ଜାଗାରୁ କାମ କରିବା ବର୍ତ୍ତମାନ ଏକ ଧାରାରେ ପଡିଯାଇଛି ଓ ଏହା ବଳବତ୍ତର ମଧ୍ୟ ରହିବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ବଜାର କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଅଧିକ ପ୍ରୟୋଗ ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ଯୁଗର ସଫଳତା ବର୍ତ୍ତମାନ ଅତୀତରେ ପରିଣତ ହୋଇଛି । ଆମେ ବର୍ତ୍ତମାନ ସୂଚନା ଯୁଗର ମଧ୍ୟ ଭାଗରେ ଅଛେ । ସେ କହିଛନ୍ତି ଯେ, ଶିଳ୍ପ ଯୁଗରେ ପରିବର୍ତ୍ତନ ଖୁବ ମନ୍ଥର ହୋଇଥିବାବେଳେ ସୂଚନା ଯୁଗରେ ଏହା ଦୃତ ହୋଇଛି । ଶିଳ୍ପ ଯୁଗରେ କିଏ ଆଗକୁ ଯିବ ତାହାକୁ ମହତ୍ୱ ଦିଆଯାଉଥିବା ବେଳେ ବର୍ତ୍ତମାନ ସୂଚନା ଯୁଗରେ କିଏ ସବୁଠାରୁ ଭଲ ପ୍ରଦର୍ଶନ କରିପାରିବ ତାହା ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଯେ କେହି ଯେ କୌଣସି ସମୟରେ କିଛି ଜିନିଷ ତିଆରି କରିପାରିବ, ଯାହାକି ବଜାରର ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସୂଚନା ଯୁଗରେ ଭାରତ ଏକ ଅନନ୍ୟ ସ୍ଥାନରେ ରହିଛି । ଭାରତର ଉତ୍ତମ ମେଧା ଓ ବିଶାଳ ବଜାର ରହିଛି । ଆମର ସ୍ଥାନୀୟ ବୈଷୟିକ ସମାଧାନ ସୂତ୍ର ବିଶ୍ୱବ୍ୟାପୀ କାର୍ଯ୍ୟକ୍ଷମ ହେବାର କ୍ଷମତା ରଖିଛି । ସରକାରଙ୍କର ନୀତିଗତ ନିଷ୍ପତି ଉଦ୍ଭାବନ ଓ ପ୍ରଯୁକ୍ତି ବିଦ୍ୟା ସପକ୍ଷରେ ରହିଛି । ନିକଟରେ ଆଇଟି ଶିଳ୍ପର ଅସୁବିଧା ଲାଘବ କରିବା ପାଇଁ ନିଷ୍ପତିମାନ ନିଆଯାଇଛି । ପ୍ରଯୁକ୍ତି ଶିଳ୍ପରେ ଭାରତ ସରକାର ସବୁବେଳେ ଭାଗିଦାରିତାକୁ ପସନ୍ଦ କରିଛନ୍ତି । ଯେପରି ଭବିଷ୍ୟତ ପାଇଁ ଏକ ସୁରକ୍ଷିତ ଭାରତ ଗଠିତ ହେବ ସେହି ଅନୁସାରେ ନୀତି ନିର୍ଦ୍ଧାରଣ କରାଯାଇଛି ।

ଯେ କୌଣସି ସାମଗ୍ରୀର ସଫଳତା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି । ୟୁପିଆଇ, ନ୍ୟାସନାଲ ଡିଜିଟାଲ ହେଲଥ ମିଶନ, ସ୍ୱାମୀତ୍ୱ ଯୋଜନା ଇତ୍ୟାଦି ଏ ଦିଗରେ ଗୋଟିଏ ଗୋଟିଏ ବଳିଷ୍ଠ ପଦକ୍ଷେପ । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି । ତେବେ ତଥ୍ୟର ସୁରକ୍ଷା ଏବଂ ସାଇବର ସୁରକ୍ଷା କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ପ୍ରୟୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଦେଶର ଯୁବଗୋଷ୍ଠୀ ଏକ ମଜବୁତ ସାଇବର ସୁରକ୍ଷା ସମାଧାନ ପାଇଁ ବିରାଟ ଭୂମିକା ଗ୍ରହଣ କରିପାରିବେ ଓ ସାଇବର ଏବଂ ଭାଇରସ ଆକ୍ରମଣରୁ ଡିଜିଟାଲ ବସ୍ତୁଗୁଡିକୁ ସୁରକ୍ଷା ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୈବ ବିଜ୍ଞାନ ଓ ଇଂଜିନିୟରିଂ ଭଳି କ୍ଷେତ୍ରରେ ଉଦ୍ଭାବନର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭାବନ ବିକାଶର ଚାବିକାଠି ହୋଇଥିବାବେଳେ ଭାରତରେ ଆମ ଯୁବଶକ୍ତିର ମେଧା ଓ ଉତ୍ସାହ ଏ ଦିଗରେ ଖୁବ ସହାୟକ ହେବ । ଆମ ଯୁବଗୋଷ୍ଠୀଙ୍କର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୀମ ଦକ୍ଷତା ରହିଛି ।  ସେମାନଙ୍କୁ ଏ ଦିଗରେ ନିୟୋଜିତ କରିବା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ । ଆମର ଆଇଟି କ୍ଷେତ୍ର ଆମକୁ ଗର୍ବିତ କରିବ ବୋଲି ସେ ଆଶାପୋଷଣ କରିଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small merchants built UPI's reach. Here's what government data shows

Media Coverage

Small merchants built UPI's reach. Here's what government data shows
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire tragedy in Birbhum, West Bengal
August 17, 2026
Prime Minister announces ex-gratia from PMNRF for the victims of the mishap in Birbhum, West Bengal

Prime Minister Shri Narendra Modi today expressed deep anguish over the loss of lives due to a fire tragedy in Birbhum, West Bengal.

The Prime Minister extended his condolences to those who have lost their loved ones and prayed for the early recovery of the injured. He added that the local administration is actively assisting those affected in the mishap.

In a post on X, the Prime Minister's Office shared:

"Anguished to hear about the loss of lives due to a fire tragedy in Birbhum, West Bengal. I extend my condolences to those who have lost their loved ones. May the injured recover soon. The local administration is assisting those affected in the mishap: PM @narendramodi"

Prime Minister Shri Narendra Modi has announced an ex-gratia from the Prime Minister's National Relief Fund (PMNRF) of Rs. 2 lakh for the next of kin of each deceased, along with Rs. 50,000 for those injured in the mishap in Birbhum, West Bengal.

In a post on X, the Prime Minister's Office shared:

"In the wake of the mishap in Birbhum, West Bengal, PM @narendramodi has announced Rs. 2 lakh from PMNRF for the next of kin of each deceased and Rs. 50,000 for those injured."