ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯୁବପିଢ଼ିଙ୍କୁ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ ୨.୦ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି । ସେ ଏହାକୁ ରାଷ୍ଟ୍ର ନିର୍ମାଣରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାର ଏକ ମୂଲ୍ୟବାନ ସୁଯୋଗ ଭାବରେ ବର୍ଣ୍ଣନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ସମସ୍ତ ଯୁବ ନାଗରିକମାନଙ୍କୁ ଏହି ପଦକ୍ଷେପ ସହିତ ଜଡିତ ହେବାକୁ ଏବଂ ଏକ ବିକଶିତ ଭାରତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ଶେୟାର କରିବାକୁ ଅନୁରୋଧ କରିଛନ୍ତି । ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଏକ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏହି ଆଲୋଚନାରେ ଯୋଗ ଦେବାକୁ ସେ ଯୁବପିଢ଼ିଙ୍କୁ ଉତ୍ସାହିତ କରିଛନ୍ତି ।
ଏକ୍ସରେ ତାଙ୍କ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍ ୨.୦ ଆମ ଯୁବପିଢ଼ିଙ୍କ ପାଇଁ ରାଷ୍ଟ୍ର ନିର୍ମାଣରେ ଯୋଗ ଦେବାର ଏକ ସ୍ୱତନ୍ତ୍ର ସୁଯୋଗ । ଆମ ଯୁବପିଢ଼ିଙ୍କ ଚିନ୍ତାଧାରା ଏବଂ ଅନ୍ତର୍ଦୃଷ୍ଟି ଏକ ବିକଶିତ ଭାରତ ଗଠନର ପଥ ପ୍ରଶସ୍ତ କରିପାରିବ ।
ଏହି ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମେ ସ୍ୱତନ୍ତ୍ର ଭାବରେ ନିର୍ମିତ ଏହି କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏପରି ଅନୁରୋଧ କରୁଛି ...
Viksit Bharat Young Leaders Dialogue 2.0 is a great opportunity for our youth to contribute towards nation building. The ideas and insights of our youth can show the way in building a Viksit Bharat.
— Narendra Modi (@narendramodi) October 27, 2025
The way to take part in this Dialogue is to first participate in this specially…


