ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ଆମ ଇତିହାସରେ ଜୁଲାଇ ୨୨ର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି କାରଣ ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ

ହର ଘର ତିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିଛନ୍ତି । ଆମ ତିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତିରଙ୍ଗା ସମ୍ପର୍କରେ ସେ କିଛି ମଜାଦାର କଥା ମଧ୍ୟ ଜଣାଇଛନ୍ତି । ଆମ ଇତିହାସରେ ଜୁଲାଇ ୨୨ର ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି କାରଣ, ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ ବୋଲି ସେ କହିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ବର୍ଷ ଆମେ ଯେତେବେଳେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଛୁ, ଆସନ୍ତୁ ହର ଘର ତିରଙ୍ଗା ଆନ୍ଦୋଳନକୁ ମଜବୁତ କରିବା । ଅଗଷ୍ଟ ୧୩ ଓ ୧୫ ମଧ୍ୟରେ ନିଜ ଘରେ ତିରଙ୍ଗା ଉତ୍ତୋଳନ କରନ୍ତୁ ବା ପ୍ରଦର୍ଶିତ କରନ୍ତୁ । ଏହି ଆନ୍ଦୋଳନ ଜାତୀୟ ପତାକା ସହ ଆମ ସମ୍ପର୍କକୁ ମଜବୁତ କରିବ ।”

“ଆଜିର ଦିନ, ଜୁଲାଇ ୨୨ର ଆମ ଇତିହାସରେ ସ୍ୱତନ୍ତ୍ର ତାତ୍ପର୍ଯ୍ୟ ରହିଛି । ୧୯୪୭ର ଆଜିର ଦିନରେ ଆମେ ଜାତୀୟ ପତାକା ଆପଣାଇଥିଲୁ । ଆମ ତିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତିରଙ୍ଗା ସମ୍ପର୍କରେ କିଛି ମଜାଦାର କଥା ଶେୟାର କରୁଛି ।”

“ଆଜି ଆମେ ଔପନିବେଶିକ ଶାସନ ବିରୋଧରେ ଲଢେଇ ବେଳେ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କର ଅଦମ୍ୟ ସାହସ ଓ ପ୍ରୟାସକୁ ସ୍ମରଣ କରିବା । ସେମାନଙ୍କ କଳ୍ପନା ପୂରଣ କରିବା ସହ ସ୍ୱପ୍ନର ଭାରତ ଗଢିବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇବା ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi