“ହଜାର ହଜାର ବର୍ଷର ଉତଥାନପତନର ସାମ୍ନା କରି ମଧ୍ୟ ଭାରତ ମଜଭୁତ ହୋଇ ଛିଡା ହେବାରେ ଆମର ସଭ୍ୟତା ଓ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି”
“ପ୍ରଭୁ ହନୁମାନ ହେଉଛନ୍ତି ଏକ ଭାରତ ଶ୍ରେଷ୍ଠ ଭାରତର ଏକ ମୁଖ୍ୟ ସୂତ୍ର”
“ଆମର ବିଶ୍ୱାସ ଓ ଆମ ସଂସ୍କୃତିର ପ୍ରବାହ ହେଉଛି ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସମାନତା ଓ ଅନ୍ତର୍ଭୁକ୍ତିକରଣ”
“ରାମ କଥା ହେଉଛି ସବକା ସାଥ, ସବକା ପ୍ରୟାସର ଶ୍ରେଷ୍ଠ ଉଦାହରଣ ଓ ପ୍ରଭୁ ହନୁମାନ ଏହାର ମୁଖ୍ୟ ଅଂଶ”

ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୋରବୀଠାରେ ଆଜି ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଅଭାସୀ ମାଧ୍ୟମରେ ଅନାବରଣ କରିଛନ୍ତି । ଏହି ଅବସରରେ ମହାମଣ୍ଡଳେଶ୍ୱର ମା କନକେଶ୍ୱରୀ ଦେବୀ ଜୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ହନୁମାନ ଜୟନ୍ତୀ ଅବସରରେ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋରବୀଠାରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରଭୁ ହନୁମାନଙ୍କ ପ୍ରତିମୂର୍ତ୍ତି ବିଶ୍ୱର ପ୍ରତ୍ୟେକ ହନୁମାନ ଭକ୍ତ ନିମନ୍ତେ ଏକ ଆନନ୍ଦମୟ କ୍ଷଣ । ନିକଟରେ ଆଧ୍ୟାତ୍ମିକ ଗୁରୁ ଓ ଭକ୍ତଗଣଙ୍କ ମେଳରେ ଅନେକ ଥର ରହିପାରିଥିବାରୁ ସେ ଗଭୀର ଭାବେ ଆନନ୍ଦିତ ବୋଲି କହିଥିଲେ । ନିକଟରେ ଅଳ୍ପଦିନ ବ୍ୟବଧାନ ମଧ୍ୟରେ ଉକୀଆ ମା, ମାତା ଅମ୍ବାଜୀ ଓ ଅନ୍ନପୂର୍ଣ୍ଣା ଧାମ ସହିତ ଉପସ୍ଥିତ ସଂଯୋଗ ସେ ପାଇଥିବା କହିବା ସହ ଏହାକୁ ସେ ହରିକୃପା ବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଥିଲେ ।

ଦେଶର ଚାରିକୋଣରେ ଏହି ପ୍ରକଳ୍ପ ଅଧୀନରେ ଏହିଭଳି ଚାରିଟି ପ୍ରତିମୂର୍ତ୍ତି ସ୍ଥାପନା ହେଉଛି ଓ ଏହା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଭୁ ହନୁମାନ ସମସ୍ତଙ୍କୁ ଏକାଠି କରନ୍ତି ତାଙ୍କର ସେବା ଉତ୍ସାହରେ ଓ ସମସ୍ତେ ତାଙ୍କ ଦ୍ୱାରା ଉତ୍ସାହିତ ହୋଇଥାନ୍ତି ବୋଲି ସେ କହିଥିଲେ । ପ୍ରଭୁ ହନୁମାନ ହେଉଛନ୍ତି ଶକ୍ତିର ପ୍ରତୀକ ଯେଉଁଥି ପାଇଁ ଜଙ୍ଗଲରେ ବସବାସ କରୁଥିବା ଗୋଷ୍ଠୀ ମର୍ଯ୍ୟାଦାପୂର୍ଣ୍ଣ ସେ ସଶକ୍ତ ହୋଇଥାନ୍ତି । ହନୁମାନ ଜୀ ଏକ ଭାରତ ଶ୍ରେଷ୍ଠ ଭାରତର ମୁଖ୍ୟ ସୂତ୍ର ବୋଲି ସେ କହିଥିଲେ ।

 

ସେହିପରି ଦେଶର ବିଭିନ୍ନ ଅନୁକୋଣେ ଓ ବିଭିନ୍ନ ଭାଷାରେ ଆୟୋଜିତ ରାମକଥା କାର୍ଯ୍ୟକ୍ରମ ସମସ୍ତଙ୍କୁ ଈଶ୍ୱରଙ୍କ ସହ ଏକତା ସୂତ୍ରରେ ବାନ୍ଧି ରଖେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାହିଁ ଆମ ଆଧ୍ୟାତ୍ମିକ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ଶକ୍ତି ଯାହାକି ଦେଶର ଭିନ୍ନ ଭିନ୍ନ ଅଂଶକୁ ଦାସତ୍ୱ କାଳରେ ମଧ୍ୟରେ ଏକାଠି କରି ରଖିଥିଲା । ସ୍ୱାଧୀନତାର ଜାତୀୟ ସଂକଳ୍ପ ନିମନ୍ତେ ଏହା ହିଁ ସମସ୍ତଙ୍କୁ ଏକତ୍ରିତ କରିବାକୁ ଶକ୍ତି ଯୋଗାଇ ଥିଲା । ହଜାର ହଜାର ବର୍ଷର ଉତଥାନ ପତନର ସାମ୍ନା କରି ମଧ୍ୟ ଭାରତ ବର୍ଷ ମଜବୁତ ହୋଇ ରହିବାରେ ଆମର ସଭ୍ୟତା ଓ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ବିଶ୍ୱାସ ଓ ସଂସ୍କୃତିର ପ୍ରବାହ ହେଉଛି ଶାନ୍ତିପୂର୍ଣ୍ଣ ସହବାସ୍ଥାନ, ସମାନତା ଓ ଅନ୍ତର୍ଭୁକ୍ତିକରଣ । ଭଗବାନ ରାମ ପ୍ରତ୍ୟେକ କାର୍ଯ୍ୟ ନିମନ୍ତେ ସମର୍ଥ ହୋଇ ସୁଦ୍ଧା ତାଙ୍କ କାର୍ଯ୍ୟ ପୂରଣ ପାଇଁ ଅନ୍ୟମାନଙ୍କ ଶକ୍ତି ଉପରେ ବିଶ୍ୱାସ ରଖିଥିଲେ ଓ ଏହା ଆମ ସଂସ୍କୃତିର ପ୍ରତିଫଳିତ ହୋଇଛି । ରାମକଥା ହେଉଛି ସବକା ସାଥ, ସବକା ପ୍ରୟାସର ଶ୍ରେଷ୍ଠ ଉଦାହରଣ ଓ ପ୍ରଭୁ ହନୁମାନ ଏହାର ମୁଖ୍ୟ ନାୟକ । ସଂକଳ୍ପକୁ ସାକାର କରିବା ନିମନ୍ତେ ସବକା ପ୍ରୟାସ ଉତ୍ସାହପ୍ରଦ ବୋଲି ମୋଦି କହିଥିଲେ ।

ଗୁଜରାଟୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋରବୀ ସହ କେଶବାନନ୍ଦ ବାପୁଙ୍କ ପୁରୁଖା ସମ୍ପର୍କର ସ୍ମୃତିଚାରଣ କହିଥିଲେ । ମଛଧାମ ଦୁର୍ଘଟଣା ସହ ସେ ହନୁମାନଧାମର ଭୂମିକାର ସ୍ମୃତିଚାରଣ ମଧ୍ୟ କରିଥିଲେ । ଦୁର୍ଘଟଣାରେ ଯେଉଁ ଅଭିଜ୍ଞତା ହୋଇଥିଲା ତାହା କଚ୍ଛ ଭୂମିକମ୍ପ ସମୟରେ ମଧ୍ୟ କାମ ଦେଇଥିଲା । ସେ ବର୍ତ୍ତମାନ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ଉଠିଥିବା ମୋରବୀର ନମନୀୟତା ଉପରେ କହିଥିଲେ । ଆମେ ଯଦି ଜାମନଗରର କଂସା, ରାଜକୋଟର ଯାନ୍ତ୍ରିକ ଜ୍ଞାନ ଓ ମୋରବୀର ଘଡି ଶିଳ୍ପ କଥା ଦେଖିବା ତେବେ ଏହା ଏକ ମିନି ଜାପାନ ଚିତ୍ର ଦେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯାତ୍ରାଧାମ ଆଜି କାଠିଆୱାଡ଼ ପର୍ଯ୍ୟଟନର ପେଣ୍ଠସ୍ଥଳୀ ବନାଇ ଦେଇଛି । ମୋରବୀଙ୍କୁ ପ୍ରଚୁର ସୁବିଧା ଦେଇଥିବା ମାଧବପୁର ମେଳା ଓ ରାଜ ଉତ୍ସବର ସେ ଅବତାରଣା କରିଥିଲେ ।

ଶେଷରେ ସ୍ୱଚ୍ଛତା ଓ ଭୋକାଲଫର ଲୋକାଲ ଅଭିଯାନ ନିମନ୍ତେ ସେ ଭକ୍ତ ଓ ସନ୍ଥ ସମାଜର ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ ।

ଦେଶରେ ହନୁମାନ ଚାରିଧାମ ପ୍ରକଳ୍ପର ଅଂଶ ବିଶେଷ ଭାବେ ଏହି ପ୍ରତିମୂର୍ତ୍ତି ଦ୍ୱିତୀୟ । ପଶ୍ଚିମରେ ମୋରବୀର ପରମପୂଜ୍ୟ କେଶବାନନ୍ଦଜୀଙ୍କ ଆଶ୍ରମରେ ଏହା ପ୍ରତିଷ୍ଠା କରାଯାଇଛି ।

ଉତ୍ତରରେ ଏହି ପ୍ରକଳ୍ପର ପ୍ରଥମ ପ୍ରତିମୂର୍ତ୍ତି ୨୦୧୦ ମସିହାରେ ସିମଳାରେ ପ୍ରତିଷ୍ଠା କରାଯାଇଛି । ଦକ୍ଷିଣରେ ରାମେଶ୍ୱରଠାରେ ତୃତୀୟ ପ୍ରତିମୂର୍ତ୍ତି କାର୍ଯ୍ୟ ଆରମ୍ଭ ହୋଇଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy