“ହଜାର ହଜାର ବର୍ଷର ଉତଥାନପତନର ସାମ୍ନା କରି ମଧ୍ୟ ଭାରତ ମଜଭୁତ ହୋଇ ଛିଡା ହେବାରେ ଆମର ସଭ୍ୟତା ଓ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି”
“ପ୍ରଭୁ ହନୁମାନ ହେଉଛନ୍ତି ଏକ ଭାରତ ଶ୍ରେଷ୍ଠ ଭାରତର ଏକ ମୁଖ୍ୟ ସୂତ୍ର”
“ଆମର ବିଶ୍ୱାସ ଓ ଆମ ସଂସ୍କୃତିର ପ୍ରବାହ ହେଉଛି ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସମାନତା ଓ ଅନ୍ତର୍ଭୁକ୍ତିକରଣ”
“ରାମ କଥା ହେଉଛି ସବକା ସାଥ, ସବକା ପ୍ରୟାସର ଶ୍ରେଷ୍ଠ ଉଦାହରଣ ଓ ପ୍ରଭୁ ହନୁମାନ ଏହାର ମୁଖ୍ୟ ଅଂଶ”

ନମସ୍କାର!

ମହାମଣ୍ଡଳେଶ୍ୱର କଙ୍କେଶ୍ୱରୀ ଦେବୀ ଜୀ ଏବଂ ରାମ କଥାର ଆୟୋଜନ ସହିତ ଜଡ଼ିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଗୁଜରାଟର ଏହି ଧର୍ମସ୍ଥଳୀରେ ଉପସ୍ଥିତ ଥିବା ସମସ୍ତ ସାଧୁ ସନ୍ଥ, ମହନ୍ତ, ଏଚ୍ ସି ନନ୍ଦା ଟ୍ରଷ୍ଟର ସଦସ୍ୟଗଣ, ଅନ୍ୟ ପଣ୍ଡିତମାନେ ଓ ଶ୍ରଦ୍ଧାଳୁଗଣ, ମହିଳା ଓ ସମ୍ମାନିତ ଅତିଥିମାନେ! ହନୁମାନ ଜୟନ୍ତୀର ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭ କାମନା! ଏହି ଶୁଭ ଅବସରରେ ହନୁମାନ ଜୀଙ୍କର ଏହି ମହାନ ପ୍ରତିମା ଆଜି ମୋରବୀ ଠାରେ ଅନାବରଣ ହୋଇଛି । ଦେଶ ତଥା ବିଶ୍ୱର ସମସ୍ତ ହନୁମାନ ଭକ୍ତ, ରାମ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ଅଟେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ!

ସାଥୀମାନେ,

ରାମ ଚରିତ ମାନସରେ କୁହାଯାଇଛି ଯେ- ବିନୁ ହରିକୃପା ମିଲହି ନାହିଁ ସନ୍ତା, ଅର୍ଥାତ ଭଗବାନଙ୍କ କୃପା ବିନା ସାଧୁମାନଙ୍କ ଦର୍ଶନ ଦୁର୍ଲଭ ହୋଇଥାଏ । ଏହା ମୋର ସୌଭାଗ୍ୟ ଯେ ଗତ କିଛିଦିନ ମଧ୍ୟରେ ମୋତେ ମା’ ଅମ୍ବାଜୀ, ଓମିୟା ମାତା ଧାମ, ମା’ ଅନ୍ନପୂର୍ଣ୍ଣା ଧାମର ଆଶୀର୍ବାଦ ପାଇବାକୁ ଏକ ସୁଯୋଗ ପାଇଛି । ଆଜି ମୋତେ ମୋରବୀରେ ହନୁମାନ ଜୀଙ୍କ କାର୍ଯ୍ୟ ସହିତ ଜଡ଼ିତ ହେବାର, ସନ୍ଥଙ୍କ ସମାଗମର ଅଂଶୀଦାର ହେବାର ସୁଯୋଗ ମିଳିଛି ।

ଭାଇ  ଭଉଣୀମାନେ,

ମୋତେ କୁହାଯାଇଛି ଯେ ହନୁମାନ ଜୀଙ୍କ ଏହିପରି ୧ଠ୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଦେଶର ୪ଟି ଅଲଗା ଅଲଗା କୋଣରେ ସ୍ଥାପନ କରାଯାଉଛି । ଶିମଲାରେ ଏପରି ଏକ ବିଶାଳ ପ୍ରତିମର୍ତ୍ତି ଆମେ ଗତ ଅନେକ ବର୍ଷରୁ ଦେଖୁଛୁ । ଆଜି ମୋରବୀରେ ଏହି ଦ୍ୱିତୀୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଅନ୍ୟ ଦୁଇଟି ମୂର୍ତ୍ତିଗୁଡ଼ିକ ଦକ୍ଷିଣରେ ରାମେଶ୍ୱର ଏବଂ ପଶ୍ଚିମବଙ୍ଗରେ ସ୍ଥାପନା କରିବାର କାର୍ଯ୍ୟ ଚାଲିଛି, ଏମିତି ମୋତେ କୁହାଯାଇଛି ।

ସାଥୀମାନେ,

ଏହା କେବଳ ହନୁମାନ ଜୀଙ୍କର ମୂର୍ତ୍ତି ପ୍ରତିଷ୍ଠାର ସଂକଳ୍ପ ନୁହେଁ, ବରଂ ଏହା ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପର ମଧ୍ୟ ଏକ ଅଂଶ । ହନୁମାନ ଜୀ ନିଜର ଭକ୍ତି ଦ୍ୱାରା ନିଜର ସେବା ଭାବ ସହିତ ସମଙ୍କୁ ଯୋଡ଼ି ଥାନ୍ତି । ସମସ୍ତେ ହନୁମାନ ଜୀଙ୍କ ଠାରୁ ପ୍ରେରଣା ପାଇଥାନ୍ତି । ହନୁମାନ ହେଉଛନ୍ତି ଏହି ଶକ୍ତି ଏବଂ ସମ୍ବଳ ଅଟନ୍ତି, ଯିଏ ସମସ୍ତ ବନବାସୀ ପ୍ରଜାତିମାନଙ୍କ ସହ ଏବଂ ଜଙ୍ଗଲ ବନ୍ଧୁମାନଙ୍କ ମାନ ଏବଂ ସମ୍ମାନର ଅଧିକାର ସେମାନଙ୍କୁ ଦେଇଛନ୍ତି । ସେଥିପାଇଁ ଏକ ଭାରତ ଶ୍ରେଷ୍ଠ ଭାରତରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଅଛି ।

ଭାଇ  ଭଉଣୀମାନେ,

ସେହି ଭଳି ରାମ କଥାର ଆୟୋଜନ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ନିରନ୍ତର ଭାବେ ଅନୁଷ୍ଠିତ ହୋଇଥାଏ । ଭାଷା-ଉପଭାଷା ଯାହା ବି ହେଉ, କିନ୍ତୁ ରାମ କଥାର ଭାବନା ସମସ୍ତଙ୍କୁ ଏକତ୍ରିତ କରିଥାଏ, ପ୍ରଭୁ ଭକ୍ତି ସହିତ ଏକାକାର କରିଥାଏ । ଏହା ଭାରତୀୟ ବିଶ୍ୱାସର, ଆମ ଆଧ୍ୟାତ୍ମିକତାର, ଆମ ସଂସ୍କୃତିର, ଆମ ପରମ୍ପରାର ଶକ୍ତି ଅଟେ । ଦାସତ୍ୱର କଠିନ ସମୟରେ ମଧ୍ୟ ଅଲଗା ଅଲଗା ଅଂଶକୁ, ଅଲଗା ଲଗା ବର୍ଗକୁ ଏକତ୍ରିତ କରାଯାଇଛି । ସ୍ୱାଧୀନତାର ରାଷ୍ଟ୍ରୀୟ ସଂକଳ୍ପ ପାଇଁ ମିଳିତ ପ୍ରୟାସକୁ ସଶକ୍ତ କରିଛି । ହଜାରେ ବର୍ଷ ଧରି ପରିବର୍ତ୍ତିତ ଅବସ୍ଥା ସତ୍ତ୍ୱେ ଭାରତର ସଭ୍ୟତା ଅଟଳ ରହିବାରେ ଆମ ସଭ୍ୟତା, ଆମ ସଂସ୍କୃତିର ବଡ଼ ଭୂମିକା ରହିଆସିଛି ।

ଭାଇ  ଭଉଣୀମାନେ,

ଆମର ଆସ୍ଥା, ଆମ ସଂସ୍କୃତିର ଧାରା ସଦଭାବର ଅଟେ, ସ୍ୱଭାବର ଅଟେ । ସମାବେଶର ଅଟେ । ସେଥିପାଇଁ ଯେତେବେଳେ ଖରାପ ଉପରେ ଭଲର ପ୍ରତିଷ୍ଠା କରିବାର କଥା ଆସିଲା ସେତେବେଳେ ପ୍ରଭୁ ରାମ, ସାମର୍ଥ୍ୟ ହେବା ସତ୍ତ୍ୱେ ନିଜେ ସବୁକିଛି କରିବାର ସାମର୍ଥ୍ୟ ଥାଇ ମଧ୍ୟ ସେ ସମସ୍ତଙ୍କୁ ସାଙ୍ଗରେ ନେବାକୁ, ସମସ୍ତଙ୍କୁ ଏକଜୁଟ କରିବାକୁ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଯୋଡ଼ିବାକୁ ଛୋଟ ବଡ଼ ସମସ୍ତ ଦିଗକୁ ସେମାନଙ୍କର ସାହାଯ୍ୟ ନେବା ଏବଂ ସମସ୍ତଙ୍କୁ ଜଡ଼ିତ କରି ସେ ଏହି କାର୍ଯ୍ୟ ସମ୍ପନ୍ନ କଲେ । ଏବଂ ଏହା ହିଁ ହେଉଛି ସବକା ସାଥ, ସବକା ପ୍ରୟାସ । ଏହା ସବକା ସାଥ, ସବକା ପ୍ରୟାସର ହେଉଛି ସର୍ବୋତ୍ତମ ପ୍ରମାଣ । ପ୍ରଭୁ ରାମଙ୍କର ଏହା ଜୀବନ ଲୀଳା ମଧ୍ୟ ଅଟେ, ହନୁମାନ ଜୀ ହେଉଛନ୍ତି ବହୁତ ମହତ୍ୱପୂର୍ଣ୍ଣ ସୂତ୍ର । ସମସ୍ତଙ୍କର ପ୍ରୟାସର ଏହି ଭାବନା ସହିତ ଆମକୁ ସ୍ୱାଧୀନତାର ଅମୃତ କାଳକୁ ଆମକୁ ଉଜ୍ଜ୍ୱଳ କରିବାକୁ ପଡ଼ିବ, ଜାତୀୟ ସଂକଳ୍ପକୁ ସଫଳତା ପାଇଁ ଏକତ୍ରିତ ହେବାକୁ ପଡ଼ିବ ।

ଏବଂ ଆଜି ଯେତେବେଳେ ମୋରବୀ ଠାରେ କେଶବାନନ୍ଦ ବାପୁଜୀଙ୍କ ତପ ଭୂମିରେ ଆପଣ ସମସ୍ତଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି । ସେଥିପାଇଁ ମୁଁ ସୌରାଷ୍ଟ୍ରରେ ଦିନରେ ପ୍ରାୟ ୨୫ ଥର ଶୁଣିଥିବି ଯେ ଆପଣଙ୍କର ଏହି ସୌରାଷ୍ଟ୍ରର ଭୂମି ସନ୍ଥଙ୍କ ଭୂମି, ସୂରାର ଭୂମି, ଦାତାଙ୍କ ଭୂମି, ସନ୍ଥ, ସୂରା ଏବଂ ଦାତାର ଭୂମି । ଆମର ଏହି କାଠିଆୱାଡର, ଗୁଜରାଟ ପକ୍ଷରୁ ଏକ ପ୍ରକାରରେ ଆମ ଭାରତର ପରିଚୟ ମଧ୍ୟ ଅଟେ । ମୋ ପାଇଁ ଖୋକରା ହନୁମାନ ଧାମ ହେଉଛି ମୋ ନିଜ ଘର ଭଳି ସ୍ଥାନ । ଏହା ସହିତ ମୋର ସମ୍ବନ୍ଧ ମର୍ମ ଏବଂ କର୍ମର ରହିଛି । ଏକ ପ୍ରେରଣାର ସମ୍ପର୍କ ରହିଛି, ବହୁବର୍ଷ ପୂର୍ବରୁ ଯେତେବେଳେ ମଧ୍ୟ ମୋରବୀ ଆସିବାର ହୋଇଥାଏ, ସେଠାରେ ସବୁବେଳେ କାର୍ଯ୍ୟକ୍ରମ ଚାଲିଥାଏ ଏବଂ ସନ୍ଧ୍ୟାରେ ମନ ହୋଇଥାଏ ଚାଲ ଟିକେ ହନୁମାନ ଧାମ ବୁଲି ଆସିବା । ପୂଜ୍ୟ ବାପୁଙ୍କ ନିକଟରେ ୫-୧୫ ମିନିଟ ବିତାଇଥାଏ । ତାଙ୍କ ହାତରୁ କିଛି ପ୍ରସାଦ ନେଇଯିବି ଏବଂ ଯେତେବେଳେ ମଚ୍ଛୁ ଡ୍ୟାମର ଦୁର୍ଘଟଣା ହେଲା ସେତେବେଳେ ଏହି ହନୁମାନ ଧାମ ଅନେକ ଗତିବିଧିମାନଙ୍କର କେନ୍ଦ୍ର ହୋଇଥିଲା ଏବଂ ଏହି କାରଣରୁ ମୋର ସ୍ୱାଭାବିକ ଭାବରେ ବାପୁଙ୍କ ସହ ଘନିଷ୍ଠ ସମ୍ପର୍କ ହେଲା । ଏବଂ ସେହିଦିନମାନଙ୍କରେ ଚାରି ପାଖରେ ଯେତେବେଳେ ଲୋକମାନେ ସେବାଭାବ ନେଇ ଆସୁଥିଲେ ସେତେବେଳେ ଏହିସବୁ ସ୍ଥାନଗୁଡ଼ିକ କେନ୍ଦ୍ର ହୋଇଗଲା । ଯେଉଁଠାରୁ ମୋରବୀର ଘରେ ଘରେ ସାହାଯ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଥିଲା । ଗୋଟିଏ ସାମାନ୍ୟ ସ୍ୱୟଂସେବକ ହୋଇଥିବା କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ସହିତ ରହି ସେହି ଅସୁବିଧା ସମୟରେ ଆପଣଙ୍କ ପାଇଁ ଯାହା କିଛି କରାଯାଉଥିଲା । ସେଥିରେ ସାମିଲ ହେବାକୁ ମୋତେ ସୌଭାଗ୍ୟ ମିଳିଲା ଏବଂ ସେହି ସମୟରେ ପୂଜ୍ୟ ବାପୁଙ୍କ ସହିତ ଯେଉଁ କଥାବାର୍ତ୍ତା ହେଉଥିଲା ସେଥିରେ ମୋରବୀକୁ ଭବ୍ୟ ସୁନ୍ଦର କରିବା ପାଇଁ କଥାବାର୍ତ୍ତା, ଈଶ୍ୱରଙ୍କ ଇଚ୍ଛା ଥିଲା । ଏବଂ ଆପଣଙ୍କ କଷଟି ହୋଇଯାଉଥିଲେ ବୋଲି ଏହା ବାପୁ କହୁଥିଲେ ଏବଂ ବର୍ତ୍ତମାନ ଆମକୁ ଆଉ  ରହିବାକୁ ହେବ ନାହିଁ । ସମସ୍ତଙ୍କୁ ଲାଗିପଡ଼ିବାକୁ ହେବ । ବାପୁ କମ କହୁଥିଲେ, ପରନ୍ତୁ ସରଳ ଭାଷାରେ ଆଧ୍ୟାତ୍ମିକ ଦୃଷ୍ଟିରେ ମଧ୍ୟ ମାର୍ମିକ କଥା କରିବାରେ ପୂଜ୍ୟ ବାପୁଙ୍କର ବିଶେଷତା ରହିଥିଲା । ତା’ପରେ ମଧ୍ୟ ବହୁତ ଥର ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି ଏବଂ ଯେତେବେଳେ ଭୂଜ-କଚ୍ଛ ଠାରେ ଭୂକମ୍ପ ଆସିଥିଲା ମୁଁ ଏହିପରି କହିପାରିବି ଯେ ମୋରବୀର ଦୁର୍ଘଟଣାରେ ଯିଏ ପାଠ ପଢ଼ିଥିଲା, ଯିଏ ଶିକ୍ଷା ଗ୍ରହଣ କରିଥିଲା, ଏଭଳି ସ୍ଥିତିରେ କେଉଁଭଳି କାମ ଦରକାର, ତାହାର ଯେଉଁ ଅନୁଭବ ଥିଲା, ସେହି ଭୂକମ୍ପ ସମୟରେ କାମ କରିବାରେ ଉପଯୋଗୀ ହୋଇଥିଲା ଏବଂ ଏଥିପାଇଁ ମୁଁ ଏହି ପବିତ୍ର ଭୂମିର ବିଶେଷ ଋଣୀ ଅଟେ । କାରଣ ଯେତେବେଳେ ମଧ୍ୟ ବଡ଼ ସେବା କରିବାର ସୌଭାଗ୍ୟ ମିଳିଲା ସେତେବେଳେ ମୋରବୀର ଲୋକମାନେ ଆଜି ମଧ୍ୟ ସେହି ସେବା ଭାବ ସହିତ କାମ କରିବାକୁ ପ୍ରେରଣା ଦେଇଥାନ୍ତି । ଏବଂ ଭୂକମ୍ପ ପରେ କଚ୍ଛର ଯେମିତି ସୌନ୍ଦର୍ଯ୍ୟ ବଢ଼ିଚାଲିଛି ଏମିତି ଅବସ୍ଥାକୁ ସୁଯୋଗକୁ ଗୁଜୁରାଟୀମାନଙ୍କ ମଧ୍ୟରେ ଯେଉଁ ଶକ୍ତି ଅଛି ତାହାକୁ ମୋରବୀ ମଧ୍ୟ କହିଛି । ଆଜି ଆପଣ ଚାଇନାର ମୂର୍ତ୍ତିକା ଉତ୍ପାଦନ, ଟାଇଲ ତିଆରି କାର୍ଯ୍ୟ, ଘଣ୍ଟା ତିଆରି କାର୍ଯ୍ୟ ଦେଖନ୍ତୁ, କୁହନ୍ତୁ ତେବେ ମୋରବୀ ଏପରି ଏକ ଶିଳ୍ପ କାର୍ଯ୍ୟକଳାପର ମଧ୍ୟ କେନ୍ଦ୍ର ପାଲଟିଛି । ଅନ୍ୟଥା ମଚ୍ଛୁ ଡ୍ୟାମର ଚତୁଃପାଶ୍ୱର୍ରେ ଇଟାଭାଟି ବ୍ୟତୀତ କିଛି ଦେଖା ଯାଉ ନ ଥିଲା । ବଡ଼ ବଡ଼ ଚିମିନି ଏବଂ ଇଟାଭାଟି ଆଜି ମୋରବୀର ଗର୍ବ ଏବଂ ଗୌରବର ସହ ଛିଡ଼ା ହୋଇଛି ଏବଂ ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଗୋଟିଏ ପଟେ ମୋରବୀ, ଅନ୍ୟପଟେ ରାଜକୋଟର ଇଞ୍ଜିନିୟରିଂ ଉଦ୍ୟୋଗ ଏବଂ ମୋରବୀର ଘଣ୍ଟାର ଉଦ୍ୟୋଗ କହୁଛି ଯେ ସେରାମିକର ଉଦ୍ୟୋଗ କୁହନ୍ତୁ... ଯଦି ଆମେ ଏହି ତିନୋଟିର ତ୍ରିକୋଣକୁ ଦେଖିବା ସେତେବେଳେ ଦେଖିବା ଯେ ଏହି କଥା ଆମର ଏକ ନୂଆ ମିନି ଜାପାନ ସାକାର ହେଉଛି । ଏବଂ ଏହି କଥା ଆଜି ମୁଁ ଏଠାରେ ଦେଖିପାରୁଛି । ସୌରାଷ୍ଟ୍ର ମଧ୍ୟରେ ଏମିତି ତ୍ରିକୋଣ ଦଣ୍ଡାୟମାନ ଏବଂ ଏଥିରେ ପଛରେ ଠିଆ ହୋଇଥିବା କଚ୍ଛ ମଧ୍ୟ ଭାଗୀଦାର ହୋଇଯାଇଛି । ଏହାର ଯେତିକି ଉପଯୋଗ କରିବେ ଏବଂ ଯେଭଳି ଭାବରେ ମୋରବୀରେ ଭିତ୍ତିଭୂମିର ବିକାଶ ହେଉଛି ସେ ମୁଖ୍ୟ ଭାବରେ ସମସ୍ତଙ୍କ ସହିତ ଯୋଡ଼ି ହୋଇଯାଇଛନ୍ତି । ଏହି ଅର୍ଥରେ ମୋରବୀ, ଜାମନଗର, ରାଜକୋଟ ଏବଂ ଏ ପାଖରେ କଚ୍ଛ, ଗୋଟିଏ ଭାବେ କହିବାକୁ ଗଲେ ନୂତନ ରୋଜଗାର ସୃଷ୍ଟି କରୁଥିବା ଏକ ସାମର୍ଥ୍ୟବାନ, ଛୋଟ ଛୋଟ ଉଦ୍ୟୋଗ ଦ୍ୱାରା ଚାଲୁଥିବା କେନ୍ଦ୍ର ନିର୍ମାଣ ହେବାରେ ଲାଗିଛି । ଏବଂ ଦେଖୁ ଦେଖୁ ମୋରବୀ ଏକ ବଡ଼ ସହରର ରୂପ ନେବାରେ ଲାଗିଲା, ଏବଂ ମୋରବୀ ନିଜର ନିଜସ୍ୱ ପରିଚୟ ସୃଷ୍ଟି କଲା, ଏବଂ ଆଜି ବିଶ୍ୱରେ ଅନେକ ଦେଶ ମଧ୍ୟରେ ମୋରବୀର ପ୍ରଡକ୍ଟ ପହଂଚିବାରେ ଲାଗିଛି । ଯେଉଁ କାରଣ ମୋରବୀର ଅଲଗା ଛାପ ହୋଇପାରିଛି, ଏବଂ ଏହି ଛାପ ପୃଥିବୀ ଉପରେ ସନ୍ଥ, ମହନ୍ତ, ମହାତ୍ମାମାନଙ୍କୁ କିଛି ନା କିଛି ଯେତେବେଳେ ସାମାନ୍ୟ ଜୀବନ ଥିଲା ସେତେବେଳେ ମଧ୍ୟ ସେମାନେ ତପସ୍ୟା କରିଥିଲେ । ଆମକୁ ପଥ ଦେଖାଇଲେ ଏବଂ ଏହାର ଏହା ହିଁ ପରିଣାମ ଅଟେ । ଏବଂ ଆମର ଗୁଜରାଟ ଯେଉଁଠିକୁ ଦେଖିବେ ସେଠାରେ ଶ୍ରଦ୍ଧା ଏବଂ ଆସ୍ଥାର କାର୍ଯ୍ୟ ହିଁ ଚାଲିଥାଏ । ଦାତାମାନଙ୍କର କୌଣସି ଅଭାବ ନାହିଁ । କୌଣସି ଶୁଭ କାର୍ଯ୍ୟ ନେଇ ବାହାରିବେ ତେବେ ଦାତାମାନଙ୍କର ଗୋଟିଏ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ ଏବଂ ଏକ ପ୍ରକାରରେ ସ୍ପର୍ଦ୍ଧା ହୋଇଯାଇଥାଏ । ଏବଂ ଆଜି କାଠିଆୱାଡ଼ ଏକ ପ୍ରକାରରେ ଯାତ୍ରା ଧାମ କେନ୍ଦ୍ର ହୋଇଯାଇଛି, ଏହା କହିପାରିବି, କୌଣସି ଜିଲ୍ଲା ବାକି ନାହିଁ, ଯେଉଁଠି ମାସରେ ହଜାରରୁ ଅଧିକ ମାତ୍ରାରେ ଲୋକେ ଏଠାକୁ ଆସନ୍ତି ନାହିଁ । ଯଦି ହିସାବ କରିବା, ଗୋଟିଏ ଭାବେ ଯାତ୍ରା କହିବା ପର୍ଯ୍ୟଟନକୁ, ଏଥିରେ କାଠିଆୱାଡ଼ ଗୋଟିଏ ନୂତନ ଶକ୍ତି ଛିଡ଼ା କରିଛି । ଆମର ସମୁଦ୍ର କୂଳ ମଧ୍ୟ ଏବେ ଗୁଞ୍ଜରି ଉଠିବାରେ ଲାଗିଲାଣି, ମୋତେ କାଲି ଉତ୍ତର ପୂର୍ବର ଭାଇମାନଙ୍କୁ ମିଶିବାର ସୌଭାଗ୍ୟ ମିଳିଲା, ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକର ଭାଇମାନଙ୍କୁ ମିଶିବାର ସୌଭାଗ୍ୟ ମିଳିଲା, ଉତ୍ତର-ପୂର୍ବୀୟର ରାଜ୍ୟଗୁଡ଼ିକର ଭାଇମାନେ ସିକିମ୍, ତ୍ରିପୁରା, ମଣିପୁରର ଲୋକମାନଙ୍କ ସହ ଭେଟିବାର ସୌଭାଗ୍ୟ ମିଳିଲା । ସେମାନେ ସମସ୍ତେ କିଛିଦିନ ପୂର୍ବରୁ ଗୁଜରାଟ ଆସିଥିଲେ ଏବଂ ଝିଅର ବାହାଘର କରିବା ପାଇଁ ସାଜ ଜିନିଷର ଭାଗୀଦାର ହେଲେ । ଶ୍ରୀକୃଷ୍ଣ ଏବଂ ରୁକୁମିଣିଙ୍କ ବିବାହରେ ରୁକୁମିଣିଙ୍କ ପକ୍ଷରୁ ସମସ୍ତେ ଆସିଥିଲେ ଏବଂ ଏହି ଘଟଣା ଆମକୁ ନିଜକୁ ଶକ୍ତି ଦେଇଥାଏ । ଯେଉଁ ଧରିତ୍ରୀ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କର ବିବାହ ହୋଇଥିଲା ସେହି ମାଧବପୁରର ମେଳାରେ ପୂରା ଉତ୍ତର-ପୂର୍ବ ଅମଡ଼ାପଡ଼ା ପୂର୍ବ ଏବଂ ପଶ୍ଚିମର ଅଦଭୁତ ଏକତାର ଏକ ଉଦାହରଣ ଦେଲେ ଏବଂ ସେଠାରୁ ଆସିଥିବା ଲୋକଙ୍କ ହସ୍ତନ୍ତରର ବିକ୍ରୟ ଉତ୍ତର ପୂର୍ବ ପାଇଁ ଏକ ବଡ଼ ଉତ୍ସବ ସୃଷ୍ଟି କରିଛି, ଏବଂ ବର୍ତ୍ତମାନ ମଁ ଅନୁଭବ କରିୁଛି ଯେ ଏହି ମାଧବପୁର ମେଳା ଗୁଜରାଟ ଅପେକ୍ଷା ପୂର୍ବ ଭାରତରେ ଅଧିକ ପ୍ରସିଦ୍ଧ ହେବ । ଅର୍ଥନୈତିକ କାର୍ଯ୍ୟପଳାପ ଯେତିକି ବଢ଼ିଥାଏ ଆମର ଏଠାରେ କଛର ରଣରେ ରଣତେତ୍ସାବର ଆୟୋଜନ କରାଗଲା, ଏବଂ ଯେତେବେଳେ ତାହା ରଣତ୍ସୋବ ଜଣାଗଲା ସେତେବେଳେ ୱାୟା ମୋମରବୀ ଯିବାକୁ ପଡ଼ିଲା । ଅର୍ଥାତ ମୋରବୀ ଯିବା ମାତ୍ରେ ଏହାର ଲାଭ ମିଳିଥାଏ, ଆମର ମୋରବୀର ରାଜପଥରେ ଆଖପାଖରେ ଅନେକ ହୋଟେଲ ନିର୍ମାଣ କରାଯାଇଛି, କାରଣ କଚ୍ଛରେ ଲୋକମାନେ ଏକାଠି ହୋଇଥିଲେ ତା’ପରେ ମୋରବୀକୁ ଏହାର ଲାଭ ମିଳିଲା । ଏବଂ ଯେତେବେଳେ ବିକାଶ ଘଟେ ଏବଂ ଏହିପରି ଭାବରେ ମୌଳିକ ବିକାଶ ହୋଇଥାଏ । ତା’ପରେ ଏହା ଦୀର୍ଘସ୍ଥାୟୀ ପର୍ଯ୍ୟନ୍ତ ସୁଖର କାରଣ ହୋଇଯାଏ । ଏହା ଦୀର୍ଘ ସମୟ ଧରି ବ୍ୟବସ୍ଥାର ଏକ ଅଂଶ ହୋଇ ଯାଇ ଥାଏ । ଏବଂ ବର୍ତ୍ତମାନ ଆମେ ଗୀରନାରରେ ଏକ ରୋପ ୱେ ତିଆରି କଲୁ । ଆଜି ଯେଉଁ ବରିଷ୍ଠ ଲୋକମାନେ ଜୀବନରେ ସ୍ୱପ୍ନ ଦେଖୁଥିଲେ ଗୀରନାରକୁ ଯାଇପାରି ନାହାନ୍ତି, କଷ୍ଟକର ଚଢ଼ିବା ହେତୁ ବର୍ତ୍ତମାନ ରୋପ୍ ୱେ ତିଆରି ହୋଇଛି । ଏବେ ମୋତେ ସମସ୍ତେ କହୁଛନ୍ତି ଯେ ୮ଠ-୯ଠ ବର୍ଷର ବୟସ୍କ ଲୋକମାନେ ସେମାନଙ୍କର ପିଲାମାନେ ନେଇ ଆସୁଛନ୍ତି ଏବଂ ସେମାନେ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି ।  କିନ୍ତୁ ଏହା ସହିତ ଶ୍ରଦ୍ଧା ଅଛି, କିନ୍ତୁ ଅନେକ ଉତ୍ସ ତାଙ୍କ ମଧ୍ୟରେ ଜନ୍ମ ନେଇଥାଏ । ରୋଜଗାର ଉପଲବ୍ଧ ହେଉଛି ଏବଂ ଭାରତର ଏତେ ବଡ଼ ଶକ୍ତି ଅଛି ଯେ ଆମେ କୌଣସି ଋଣ ନ ନେଇ ବିକାଶ କରିପାରିବା । ଏହାକୁ ସଠିକ୍ ଅର୍ଥରେ ପ୍ରସାରିତ-ପ୍ରଚାରିତ କରିବା ଏବଂ ଏଥିପାଇଁ ପ୍ରଥମ ସର୍ତ୍ତ ହେଉଛି ଯେ ସମସ୍ତ ତୀର୍ଥ ସ୍ଥାନରେ ଏପରି ପରିଷ୍କାର ପରିଚ୍ଛନ୍ନତା ରହିବା ଉଚିତ୍ । ଯାହା ଫଳରେ ଲୋକଙ୍କୁ ସେଠାରୁ ପରିଷ୍କାର ପରିଚ୍ଛନ୍ନତା ଶିକ୍ଷା ମିଳିବା ଉଚିତ ।

ଅନ୍ୟଥା ଆମେ ଆଗରୁ ଜାଣୁ ଯେ ମନ୍ଦିରରେ ପ୍ରସାଦ ହେତୁ ବହୁତ ଅସୁବିଧା ହେଉଛି ଏବଂ ଯେତେବେଳେ ମୁଁ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ  କହିଲି, ବର୍ତ୍ତମାନ ମନ୍ଦିରଗୁଡ଼ିକ ପ୍ଲାଷ୍ଟିରେ ପ୍ରସାଦ ଦିଅନ୍ତି ନାହିଁ । ଯେଉଁଥିରେ ଗୁଜୁରାଟ ମନ୍ଦିରଗୁଡ଼ିକ ବହୁ ପରିମାଣରେ ପ୍ଲାଷ୍ଟିକ୍ରେ ପ୍ରସାଦ ଦିଅନ୍ତି ନାହିଁ, ଏହାର ଅର୍ଥ ହେଉଛି ଯେ ସମାଜ ମନ୍ଦିର ଏବଂ ସାଧୁ, ମହନ୍ତଙ୍କ ଭଳି ମହାତ୍ମାଙ୍କ ଦ୍ୱାରା ପରିବର୍ତ୍ତନ ହୋଇଥାଏ । ସେମାନଙ୍କର ଆବେଗ ବଦଳି ଯାଇଥାଏ ଏବଂ ସେହି ଆବେଗ ଅନୁଯାୟୀ ସେବା କରିବା ପାଇଁ ସେମାନେ ନିରନ୍ତର କାର୍ଯ୍ୟ କରନ୍ତି ଏବଂ ପରିବର୍ତ୍ତନ ଆଣିବା ଜାରି ରଖିଥାନ୍ତି ଏବଂ ଆମର କାମ ହେଲା ଯେ ଏଥିରୁ ଆମେ ଶିଖିବା, ଆମ ଜୀବନରେ ପ୍ରୟୋଗ କରିବା ଏବଂ ଆମ ଜୀବନରେ ସର୍ବାଧିକ ଲାଭ ପାଇପାରିବା । ସ୍ୱାଧୀନତାର ଅମୃତ ମହୋତ୍ସବର ସମୟ, ଅନେକ ମହାପୁରୁଷ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି । କିନ୍ତୁ ଏହା ପୂର୍ବରୁ ଗୋଟିଏ କଥା ମନେ ରଖିବା ଉଚିତ ଯେ ୧୮୫୭ ପୂର୍ବରୁ ସ୍ୱାଧୀନତାର ଯେଉଁ ସମ୍ପୂର୍ଣ୍ଣ ପୃଷ୍ଠଭୂମି ପ୍ରସ୍ତୁତ ହୋଇଥିଲା, ଯେଉଁ ଆଧ୍ୟାତ୍ମିକ ଚେତନାର ପରିବେଶ ସୃଷ୍ଟି ହୋଇଥିଲା । ଏହି ଦେଶର ସାଧୁ, ମହନ୍ତ, ସାଧୁ- ମୁନି, ଭକ୍ତମାନେ, ଆଚାର୍ଯ୍ୟମାନେ ଏବଂ ଯେଉଁ ଭକ୍ତି ଯୁଗର ଆରମ୍ଭ ହୋଇଥିଲା, ସେହି ଭକ୍ତି ଯୁଗ ଭାରତର ଚେତନାକୁ ପ୍ରଜ୍ୱଳିତ କରିଥିଲା ଏବଂ ଏଥିରୁ ସ୍ୱାଧୀନତା ଆନେ୍ଦାଳନକୁ ଏକ ନୂତନ ଶକ୍ତି ମିଳିଲା । ଆମର ଏଥିରେ ସାଧୁ ଶକ୍ତି, ସାଂସ୍କୃତିକ ଐତିହ୍ୟର ଏକ ଶକ୍ତି ଅଛି, ଯିଏ ସର୍ବାଦ ଲୋକଙ୍କ ହିତ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ ସାମାଜିକ ଜୀବନରେ କିଛି ନା କିଛି କାର୍ଯ କରି ଆସୁଛନ୍ତି । ତେଣୁ ହନୁମାନ ଜୀଙ୍କୁ ମନେ ରଖିବା ଅର୍ଥ ହେଉଛି ସେବା ଭାବ, ହନୁମାନ ଜୀ ଏଠାରେ ଏହି ଶିକ୍ଷା ଦେଇଛନ୍ତି, ହନୁମାନ ଜୀ ଭକ୍ତି ସେବା ପୂର୍ତ୍ତିର ସ୍ୱରୂପ ଥିଲେ । ହନୁମାନ ଜୀଙ୍କ ଭକ୍ତି ଆତ୍ମ ସମର୍ପଣ ରୂପରେ ଥିଲା ମାତ୍ର କର୍ମ କାଣ୍ଡ ଭଳି ଭକ୍ତି ହନୁମାନ ଜୀ କଦାପି କରି ନ ଥିଲେ, ହନୁମାନ ଜୀ ନିଜକୁ ଶେଷ କରି, ସାହସ ଏବଂ ପରାକ୍ରମ କରି ନିଜ ସେବାର ଉଚ୍ଚତାକୁ ବଢ଼ାଇବାକୁ ଲାଗିଲେ । ଆଜି ବି ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ ସେତେବେଳେ ଆମ ଭିତରେ ସେବାର ଭାବ ଯେତେ ଅଧିକ ହେବ, ଯେତେ ପରୋପକାରୀ ହେବ, ଯେତେ ଅଧିକ ସମାଜ ଜୀବନକୁ ଯୋଡ଼ିବା ବାଲା ହେବେ ଏହି ରାଷ୍ଟ୍ର ସେତେ ଅଧିକ ଶକ୍ତିଶାଳୀ ହେବ ଏବଂ ଆଜି ଏହା ଟିକିଏ ମଧ୍ୟ ହେବ ନାହିଁ । ଏବଂ ବର୍ତ୍ତମାନ ଆମେ ଜାଗ୍ରତ ରହିଥାଉ ଅବା ଶୋଇଥାଉ  କିନ୍ତୁ ଆଗକୁ ନ ଯାଇ କୌଣସି ରାସ୍ତା ନାହିଁ। ଦୁନିଆର ଅବସ୍ଥା ଏହିପରି ହୋଇଯାଇଛି । ଆଜି ସମଗ୍ର ବିଶ୍ୱ କହୁଛି ହେ ଆମକୁ ଆତ୍ମନିର୍ଭର ହେବାକୁ ପଡ଼ିବ । ବର୍ତ୍ତମାନ ଯେତେବେଳେ ମୁଁ ସାଧୁମାନଙ୍କ ମଧ୍ୟରେ ବସିଛି, ତା’ହେଲେ ଆମେ ଲୋକଙ୍କୁ ଶିକ୍ଷା ଦେବା ଉଚିତ ନୁହେଁ, ଲୋକାଲ ପାଇଁ ଭୋକାଲ ହୁଅନ୍ତୁ, ଭୋକାଲ ଫର ଲୋକାଲ ଏହିକଥା ସବୁବେଳେ କହିବା ଉଚିତ ନୁହେଁ । ଆମ ଦେଶରେ ନିର୍ମିତ, ଆପଣଙ୍କ ଲୋକଙ୍କ ଦ୍ୱାରା ନିର୍ମିତ, ନିଜର କଠିନ ପରିଶ୍ରମ ଦ୍ୱାରା ପ୍ରସ୍ତୁତ ଜନିଷ ହିଁ ଘରେ ବ୍ୟବହାର କରନ୍ତୁ  । ଏପରି କଲେ ଯେଉଁ ପରିବେଶ ସୃଷ୍ଟି ହେବ ଆପଣ ଚିନ୍ତା କରନ୍ତୁ ସମସ୍ତ ଲୋକଙ୍କୁ ରୋଜଗାର ମିଳିବ । ବାହାରୁ ଆଣିବାକୁ ଭଲ ଲାଗେ । କିଛି ଅଳ୍ପ ବହୁତର ପାର୍ଥକ୍ୟ ଥାଇପାରେ ।  କିନ୍ତୁ ଯଦି ଏହା ଭାରତର ଲୋକମାନଙ୍କ ଦ୍ୱାର ତିଆରି ହୁଏ, ଭାରତର ଟଙ୍କା ଦ୍ୱାରା ତିଆରି ହୁଏ, ଯଦି ଏହା ଭାରତର ଝାଳର ବାସ୍ନା ଆସିବ, ଭାରତ ଭୂମିର ମହକ ଥିବ, ତାହାର ଗର୍ବ ଏବଂ ଆନନ୍ଦ ଅଲଗା ହୋଇଥାଏ । ଏବଂ ତାହା ଦ୍ୱାରା ସାଧୁ ଓ ସନ୍ଥମାନେ ଯୁଆଡ଼େ ଯିବେ ସେମାନେ ଭାରତରେ ନିର୍ମିତ ଜିନିଷ କିଣିବାକୁ ସେମାନେ ଆଗ୍ରହ ପ୍ରକାଶ କରନ୍ତୁ । ଏହାସତ୍ତ୍ୱେ ଭାରତ ମଧ୍ୟରେ ଜୀବନ ନିର୍ବାହ ପାଇଁ କୌଣସି ପ୍ରକାର ସମସ୍ୟା ହେବା ଉଚିତ ନୁହେଁ । ଏପରି ଦିନ ଆସିବା ଉଚିତ ଏବଂ ଯେତେବେଳେ ଆମେ ହନୁମାନ ଜୀଙ୍କ ପ୍ରଶଂସା କରୁଛୁ ଯେ ହନୁମାନ ଜୀ ଏହା କରିଛନ୍ତି, ସେ ତାହା କଲେ । କିନ୍ତୁ ହନୁମାନ ଜୀ କ’ଣ କରିଛନ୍ତି ତାହା ଆମ ଜୀବନରେ ପ୍ରେରଣା ଦେଇଛି । ହନୁମାନ ଜୀ ସର୍ବଦା କୁହନ୍ତି- “ସୋ ତବ ସବ ପ୍ରତାପ ରଘୁରାହୀ, ନାଥ ନ କଚ୍ଛୁ ମୋରୀ ପ୍ରଭୁ ଦାୟୀ” ଅର୍ଥାତ ଆପଣଙ୍କ ସବୁ କାର୍ଯ୍ୟ ପ୍ରତ୍ୟେକ ସଫଳତାର ଶ୍ରେୟ ସେ ସବୁବେଳେ ପ୍ରଭୁ ରାମଙ୍କୁ ଦେଇଥିଲେ । ସେ ଏହା କେବେହେଲେ କହି ନ ଥିଲେ ଯେ ଏହା ମୋ ହେତୁ ହୋଇଛି, ଯାହା କିଛି ଘଟିଛି ପ୍ରଭୁ ରାମଙ୍କ କାରଣରୁ ହୋଇଛି । ଆଜି ବି ଭାରତ ଯେଉଁଠାରେ ପହଂଚିଛି ଆଗକୁ ଯେଉଁଠାରେ ସଂକଳ୍ପ ନେବାକୁ ଚାହୁଁଛି ତାହାର କେବଳ ଗୋଟିଏ ଉପାୟ ଅଛି, ଆମେ ସମସ୍ତେ ଭାରତର ନାଗରିକ... ଏବଂ ତାହା ହେଉଛି ଶକ୍ତି । ମୋ ପାଇଁ ୧୩ଠ କୋଟି ମୋର ଦେଶବାସୀ ସେମାନେ ହିଁ ହେଉଛନ୍ତି ରାମଙ୍କର ସ୍ୱରୂପ । ତାଙ୍କ ସଂକଳ୍ପକୁ ନେଇ ଦେଶ ଆଗକୁ ତାଙ୍କଳ ଆଶୀର୍ବାବ ଯୋଗୁଁ ଦେଶ ଅଗ୍ରଗତି କରୁଛି । ଚାଲନ୍ତୁ ସେହି ଭାବନା ସହିତ ଚାଲିବା, ଏହି ଭାବନା ସହିତ ମୁଁ ପୁଣିଥରେ ଏହି ଶୁଭ ଅବସରରେ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି । ମୁଁ ହନୁମାନ ଜୀଙ୍କ ପାଦ ତଳେ ପ୍ରଣାମ କରୁଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tax Bill 2026 clears tax hurdles for electronics manufacturing and boosts India's global supply chain competitiveness

Media Coverage

Tax Bill 2026 clears tax hurdles for electronics manufacturing and boosts India's global supply chain competitiveness
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.