ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ଦୈର୍ଘ୍ୟର ୪ ଲେନ୍ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଏନଏଚ-୩୪ରେ ୧୭.୬ କି.ମି ବିିଶିଷ୍ଟ ବରସାତ-ବାରାଜଗୁଲି ସେକ୍ସନ ୪ ଲେନ୍ କାମର ଶିଳାନ୍ୟାସ କରିବେ
ପ୍ରକଳ୍ପ ଗୁଡ଼ିକ କୋଲକାତା-ସିଲିଗୁଡ଼ି ମଧ୍ୟରେ ସଂଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧.୧୫ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ରାଣାଘାଟ ଠାରେ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଉପସ୍ଥିତ ଜନସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୩୨୦୦ କୋଟି ଟଙ୍କାର ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏନଏଚ-୩୪ରେ ୬୬.୭ କିମି ବିଶିଷ୍ଟ ୪ ଲେନ ବିଶିଷ୍ଟ ବାରାଜଗୁଲି-କ୍ରିଷ୍ଣାନଗର ସେକ୍ସନର ଉଦଘାଟନ କରିବେ । ଏହା ସହ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଏନଏଚ-୩୪ରେ ୧୭.୬ କି.ମି ଦୈର୍ଘ୍ୟ ବିିଶିଷ୍ଟ ବରସାତ-ବାରାଜଗୁଲି ସେକ୍ସନ ୪ ଲେନ୍ କାମର ଶିଳାନ୍ୟାସ କରିବେ ।

ଏହି ପ୍ରକଳ୍ପ ଗୁଡ଼ିକ କୋଲକାତା ଓ ସିଲିଗୁଡ଼ି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ବ୍ୟବସ୍ଥା ଭାବେ କାମ କରିବ । ଏହାଦ୍ୱାରା ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ହ୍ରାସ ପାଇବ ଏବଂ ଗାଡ଼ି ଗୁଡ଼ିକ ନିର୍ବିଘ୍ନରେ କମ୍ ଟ୍ରାଫିକରେ ଦ୍ରୁତ ଓ ନିରାପଦରେ ଯାତାୟାତ କରିପାରିବେ । ଗାଡ଼ି ଚଳାଚଳର ଖର୍ଚ୍ଚହ୍ରାସ ପାଇ କୋଲାକାତା ଓ ପଶ୍ଚିମବଙ୍ଗର ଅନ୍ୟାନ୍ୟ ଜିଲ୍ଲା ସମେତ, ପଡ଼ୋଶୀ ଦେଶ ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଉନ୍ନତ ହୋଇପାରିବ । ପ୍ରକଳ୍ପ ଗୁଡ଼ିକ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବ ଏବଂ ଅଞ୍ଚଳରେ ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହନ ମିଳିପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India