ଲକ୍ଷ୍ନୌ ଠାରେ ୮୦,୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୧୪୦୬ ଟି ପ୍ରକଳ୍ପର ଭୂମି ପୂଜନ ସମାରୋହ ୩.୦ ଯୋଗଦେବେ ପ୍ରଧାନମନ୍ତ୍ରୀ
କାନପୁରର ପାରାଉଙ୍ଖ ଗାଁରେ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଜୁନ୍ ୨୦୨୨ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ ଯେଉଁଠାରେ ସେ ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀର ଭୂମି ପୂଜନ ସମାରୋହ ୩.୦ ରେ ଯୋଗଦେବେ । ଅପରାହ୍ନ ପ୍ରାୟ ୧.୪୫ ସମୟରେ ପ୍ରଧାନମନ୍ତ୍ରୀ କାନପୁରର ପାରାଉଙ୍ଖ ଗାଁରେ ପହଞ୍ଚିବେ, ଯେଉଁଠାରେ ସେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସହିତ ପଥରୀ ମାତା ମନ୍ଦିର ପରିଦର୍ଶନ କରିବେ । ତା\'ପରେ, ଅପରାହ୍ନ ପ୍ରାୟ ୨ ଟା ସମୟରେ ସେମାନେ ଡକ୍ଟର ବି ଆର ଆମ୍ବେଦକର ଭବନ ଗସ୍ତ କରିବେ, ଯାହା ପରେ ଅପରାହ୍ନ ୨.୧୫ ରେ ମିଳନ କେନ୍ଦ୍ର ଯିବେ । ଏହି କେନ୍ଦ୍ର ହେଉଛି ମାନ୍ୟବର ରାଷ୍ଟ୍ରପତିଙ୍କ ପୈତୃକ ଘର, ଯାହାକୁ ସାଧାରଣ ବ୍ୟବହାର ପାଇଁ ଦାନ କରାଯାଇଥିଲା ଏବଂ ଏକ ଗୋଷ୍ଠି କେନ୍ଦ୍ର (ମିଳନ କେନ୍ଦ୍ର) ରେ ରୂପାନ୍ତରିତ ହୋଇଥିଲା । ପରବର୍ତ୍ତୀ ସମୟରେ, ସେମାନେ ଅପରାହ୍ନ ୨. ୩୦ ରେ ପାରାଉଙ୍ଖ ଗ୍ରାମରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ ।

ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀ ୮୦,୦୦୦ କୋଟିରୁ ଅଧିକ ମୂଲ୍ୟର ୧୪୦୬ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡିକରେ କୃଷି ଏବଂ ସହଯୋଗୀ, ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ, ଏମ୍‌ଏସ୍‌ଏମ୍‌ଇ, ଉତ୍ପାଦନ, ନବୀକରଣ ଯୋଗ୍ୟ ଶକ୍ତି, ଔଷଧ, ପର୍ଯ୍ୟଟନ, ପ୍ରତିରକ୍ଷା ଏବଂ ମହାକାଶ, ହସ୍ତତନ୍ତ ଏବଂ ବୟନଶିଳ୍ପ ଇତ୍ୟାଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ । ଏହି ସମାରୋହରେ ଦେଶର ପ୍ରମୁଖ ଶିଳ୍ପପତିମାନେ ଯୋଗଦେବେ ।

ଉତ୍ତରପ୍ରଦେଶ ନିବେଶକ ସମ୍ମିଳନୀ ୨୦୧୮, ୨୧-୨୨ ଫେବୃଆରୀ ୨୦୧୮ ରେ ଅନୁଷ୍ଠିତ ହୋଇଥିଲା, ପ୍ରଥମ ଭୂମି ପୂଜନ ସମାରୋହ ୨୯ ଜୁଲାଇ, ୨୦୧୮ ରେ ଏବଂ ଦ୍ୱିତୀୟ ଭୂମି ପୂଜନ ସମାରୋହ ୨୮ ଜୁଲାଇ ୨୦୧୯ ରେ ହୋଇଥିଲା । ପ୍ରଥମ ଭୂମି ପୂଜନ ସମାରୋହରେ ୬୧,୫୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୮୧ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଦ୍ୱିତୀୟ ଭୂମି ପୂଜନ ସମାରୋହରେ ୬୭,୦୦୦ କୋଟିରୁ ଅଧିକ ନିବେଶ ସହିତ ୨୯୦ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership