ଜାମ୍ମୁ ଏବଂ କାଶ୍ମୀରରେ କୃଷି ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ପାଖାପାଖି ୫୦୦୦ କୋଟି ଟଙ୍କାର କାର୍ଯ୍ୟକ୍ରମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ଉତ୍ସର୍ଗୀକୃତ ଦକ୍ଷ କିଷାନ ପୋର୍ଟାଲ ମାଧ୍ୟମରେ ଜାମ୍ମୁ ଓ କାଶ୍ମୀରର ପ୍ରାୟ ୨.୫ ଲକ୍ଷ କୃଷକଙ୍କୁ ଦକ୍ଷତା ବିକାଶରେ ମାଧ୍ୟମରେ ସଶକ୍ତ କରିବ 'ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ'; ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୨୦୦୦ କୃଷକ ଖିଦମତ ଘର ମଧ୍ୟ ପ୍ରତିଷ୍ଠା କରାଯିବ
ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନା ଅଧୀନରେ ୧୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୨ଟି ପର୍ଯ୍ୟଟନ କ୍ଷେତ୍ର ପ୍ରକଳ୍ପର ଶୁଭାରମ୍ଭ କରିବେ
ଶ୍ରୀନଗରର 'ହଜରତବଲ ଧର୍ମସ୍ଥଳୀର ସମନ୍ୱିତ ବିକାଶ' ପାଇଁ ଏହି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ସାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ, ଅଭିଜ୍ଞତା କେନ୍ଦ୍ର, ପରିବେଶ ପର୍ଯ୍ୟଟନସ୍ଥଳୀ ସହିତ ପର୍ଯ୍ୟଟନ ସର୍କିଟ୍ ବିକଶିତ କରାଯିବ
ଆହ୍ୱାନ ଆଧାରିତ ଗନ୍ତବ୍ୟ ସ୍ଥଳ ବିକାଶ ଯୋଜନା ଅଧୀନରେ ଚୟନ ହୋଇଥିବା ପର୍ଯ୍ୟଟନସ୍ଥଳୀ ଗୁଡିକ ସମ୍ପର୍କରେ ଘୋଷଣା କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ 'ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ୨୦୨୪' ଏବଂ 'ଚଲୋ ଇଣ୍ଡିଆ ଗ୍ଲୋ
ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ପହଞ୍ଚିବେ, ଯେଉଁଠାରେ ସେ 'ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର' କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭, ୨୦୨୪ରେ ଶ୍ରୀନଗର , ଜାମ୍ମୁ ଓ କାଶ୍ମୀର ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ପହଞ୍ଚିବେ, ଯେଉଁଠାରେ ସେ 'ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର' କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହି କାର୍ଯ୍ୟକ୍ରମ ଅବସରରେ,  ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରରେ କୃଷି ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ପାଖାପାଖି ୫୦୦୦ କୋଟି ଟଙ୍କାର କାର୍ଯ୍ୟକ୍ରମ - 'ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ (ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ବୃଦ୍ଧି ଅଭିଯାନ) ଯୋଜନା ଅଧୀନରେ ୧୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ , ଶ୍ରୀନଗର ସ୍ଥିତ ହଜରତବଲ ଧାର୍ମିକ ସ୍ଥଳୀର ସାମଗ୍ରିକ ବିକାଶ ମଧ୍ୟ ସାମିଲ୍ ଅଟେ । ପ୍ରଧାନମନ୍ତ୍ରୀ 'ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ଟୁରିଷ୍ଟ ଡେଷ୍ଟିନେସନ୍ ପୋଲ୍‌' ଏବଂ 'ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା କ୍ୟାମ୍ପେନ୍‌'ର ଶୁଭାରମ୍ଭ କରିବେ । ଚ୍ୟାଲେଞ୍ଜ ବେସ୍ଡ ଡେଷ୍ଟିନେସନ ଡେଭଲପମେଣ୍ଟ (ସିବିଡିଡି) / ଆହ୍ୱାନ ଆଧାରିତ ଗନ୍ତବ୍ୟ ସ୍ଥଳୀର ବିକାଶ ଯୋଜନାରେ ଚୟନ ହୋଇଥିବା ପର୍ଯ୍ୟଟନସ୍ଥଳୀ ବିଷୟରେ ମଧ୍ୟ ସେ ଘୋଷଣା କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରର ପ୍ରାୟ ୧୦୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଆଦେଶ ପତ୍ର ବଣ୍ଟନ କରିବେ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ , ଯେଉଁମାନଙ୍କ ମଧ୍ୟରେ ସଫଳତା ହାସଲ କରିଥିବା ମହିଳା, ଲକ୍ଷପତି ଦିଦି, କୃଷକ, ଉଦ୍ୟୋଗୀ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଜାମ୍ମୁ ଓ କାଶ୍ମୀରର କୃଷି ଅର୍ଥ ବ୍ୟବସ୍ଥାକୁ ଏକ ବଡ଼ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ 'ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ' (ଏଚ୍‌ଏଡିପି) କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏଚଏଡିପି ହେଉଛି ଏକ ସମନ୍ୱିତ କାର୍ଯ୍ୟକ୍ରମ ଯେଉଁଥିରେ ଜାମ୍ମୁ ଓ କାଶ୍ମୀରର କୃଷି - ଅର୍ଥନୀତିର ତିନୋଟି ପ୍ରମୁଖ କ୍ଷେତ୍ର ଯଥା ଉଦ୍ୟାନ କୃଷି, କୃଷି ଏବଂ ପଶୁପାଳନ ସମ୍ପର୍କିତ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମ୍ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଉତ୍ସର୍ଗୀକୃତ ଦକ୍ଷ କିଷାନ ପୋର୍ଟାଲ ମାଧ୍ୟମରେ ପ୍ରାୟ ୨.୫ ଲକ୍ଷ କୃଷକଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ କରାଯିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୨୦୦୦ କୃଷକ ଖିଦମତ ଘର ପ୍ରତିଷ୍ଠା କରାଯିବା ସହ କୃଷକଙ୍କ କଲ୍ୟାଣ ପାଇଁ ସୁଦୃଢ଼ ମୂଲ୍ୟ ଶୃଙ୍ଖଳା ସ୍ଥାପନ କରାଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ, ଯାହା ଦ୍ୱାରା ଜାମ୍ମୁ ଓ କାଶ୍ମୀରର ଲକ୍ଷ ଲକ୍ଷ ନାମମାତ୍ର ପରିବାର ଉପକୃତ ହୋଇପାରିବେ ।

ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି ଏହି ସ୍ଥାନ ଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ସୃଷ୍ଟି କରି ଦେଶବ୍ୟାପୀ ପ୍ରମୁଖ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବା । ଏହି କ୍ରମରେ ପ୍ରଧାନମନ୍ତ୍ରୀ  ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନା ଅଧୀନରେ ୧୪୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ  ପ୍ରକଳ୍ପଗୁଡ଼ିକୁ ଉତ୍ସର୍ଗ କରିବେ ତାହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ 'ହଜରତବଲ ଧର୍ମ ସ୍ଥଳୀର ସମନ୍ୱିତ ବିକାଶ' ; ଉତ୍ତର - ପୂର୍ବ ଅଂଚଳରେ ମେଘାଳୟରେ ବିକଶିତ ପର୍ଯ୍ୟଟନ ସୁବିଧା; ବିହାର ଓ ରାଜସ୍ଥାନରେ ଆଧ୍ୟାତ୍ମିକ ସର୍କିଟ୍‌; ବିହାରର ଗ୍ରାମୀଣ ଓ ତୀର୍ଥଙ୍କର ସର୍କିଟ୍ ; ତେଲେଙ୍ଗାନାରେ  ଜୋଗୁଲାମ୍ବା ଗଡ଼ୱାଲ ଜିଲ୍ଲାରେ ଜୋଗୁଲାମ୍ବା ଦେବୀ ମନ୍ଦିରର ବିକାଶ; ଏବଂ ମଧ୍ୟପ୍ରଦେଶର ଅନୁପୁର ଜିଲ୍ଲାର ଅମରକଣ୍ଟକ ମନ୍ଦିରର ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ ।

ହଜରତବଲ ଧର୍ମସ୍ଥଳୀକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ସୁବିଧା ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କର ସାମଗ୍ରିକ ଆଧ୍ୟାତ୍ମିକ ଅଭିଜ୍ଞତା ବୃଦ୍ଧି କରିବା ଉଦ୍ଦେଶ୍ୟରେ 'ହଜରତବଲ ଧର୍ମସ୍ଥଳୀ ସମନ୍ୱିତ ବିକାଶ' ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟଗୁଡିକ ମଧ୍ୟରେ ମନ୍ଦିରର ସୀମା ପାଚେରି ନିର୍ମାଣ ସମେତ ସମଗ୍ର ଧାର୍ମିକ ସ୍ଥଳୀର ବିକାଶ; ହଜରତବଲ ଧର୍ମ ସ୍ଥଳୀର ପରିସରର ଆଲୋକୀକରଣ; ଏହି ଧର୍ମ ସ୍ଥଳୀର ଚାରିପଟେ ଘାଟ ଓ ଦେବରୀ ମାର୍ଗର ଉନ୍ନତି; ସୁଫି ବ୍ୟାଖ୍ୟା କେନ୍ଦ୍ର ନିର୍ମାଣ; ପର୍ଯ୍ୟଟନ ସୁବିଧା କେନ୍ଦ୍ର ନିର୍ମାଣ; ସଙ୍କେତ ଲଗାଇବା; ବହୁସ୍ତରୀୟ ମହଲା କାର୍ ପାର୍କିଂ ବ୍ୟବସ୍ଥା; ଜନସୁବିଧା ବ୍ଲକ ଓ ପ୍ରବେଶ ଦ୍ୱାର ନିର୍ମାଣ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ପ୍ରାୟ ୪୩ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ଯାହା ସମଗ୍ର ଦେଶରେ ବିଭିନ୍ନ ତୀର୍ଥ ଏବଂ ପର୍ଯ୍ୟଟନ ସ୍ଥଳୀର ଏକ ବିସ୍ତୃତ ଶୃଙ୍ଖଳାର ବିକାଶ କରିବ । ଏଥିରେ ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ଆନ୍ନାଭରମ୍ ମନ୍ଦିର ; ତାମିଲନାଡୁର ତାଞ୍ଜାଭୁର ଏବଂ ମାଇଲାଦୁଥୁରାଇ ଜିଲ୍ଲା ଏବଂ ପୁଡୁଚେରୀର କରାଇକାଲ ଜିଲ୍ଲାରେ ନବଗ୍ରହ ମନ୍ଦିର; କର୍ଣ୍ଣାଟକର ମହୀଶୂର ଜିଲ୍ଲାସ୍ଥିତ ଶ୍ରୀ ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିର; ରାଜସ୍ଥାନର ବିକାନେର ଜିଲ୍ଲାର କର୍ଣ୍ଣି ମାତା ମନ୍ଦିର; ହିମାଚଳ ପ୍ରଦେଶର ଉନା ଜିଲ୍ଲାର ମା' ଚିନ୍ତାପୂର୍ଣ୍ଣି ମନ୍ଦିର; ଗୋଆର ବାସିଲିକା ଅଫ୍ ବୋମ ଯୀଶସ୍ ଚର୍ଚ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ରହିଛି । ଏହି ପ୍ରକଳ୍ପ ଗୁଡିକରେ ଅରୁଣାଚଳ ପ୍ରଦେଶର ମେଚୁକା ଆଡଭେଞ୍ଚର ପାର୍କ; ଉତ୍ତରାଖଣ୍ଡର ଗୁଞ୍ଜି, ପିଥୋରାଗଡ଼ରେ ଗ୍ରାମୀଣ ପର୍ଯ୍ୟଟନ କ୍ଲଷ୍ଟର ଅଭିଜ୍ଞତା; ତେଲେଙ୍ଗାନାରେ ଅନନ୍ତଗିରିସ୍ଥିତ ଅନନ୍ତଗିରି ଜଙ୍ଗଲ, ଇକୋ ଟୁରିଜିମ୍ ଜୋନ୍‌; ମେଘାଳୟର ସୋହରା ଠାରେ ମେଘାଳୟ ପୁରୁଣା ଯୁଗର ଗୁମ୍ଫା ଦେଖିବା ଏବଂ ଜଳପ୍ରପାତକୁ ଦେଖିବାର ଅନୁଭୂତି; ଆସାମର ଜୋରହାଟସ୍ଥିତ ସିନମାରା ଚା’ ବଗିତାର ପୁନଃକଳ୍ପନା; ପଞ୍ଜାବର କପୁରଥାଲାସ୍ଥିତ କାଞ୍ଜଲି ଆର୍ଦ୍ରଭୂମିରେ ପରିବେଶ ପର୍ଯ୍ୟଟନ ଅନୁଭୂତି; ଲେହସ୍ଥିତ ଜୁଲି ଲେହ ଜୈବ ବିବିଧତା ପାର୍କ  ପରି ଅନ୍ୟାନ୍ୟ ସ୍ଥାନ ଏବଂ ଅଭିଜ୍ଞତା କେନ୍ଦ୍ରର ବିକାଶ ମଧ୍ୟ ଅନ୍ତର୍ଭୁକ୍ତ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚ୍ୟାଲେଞ୍ଜ ବେସ୍ଡ ଡେଷ୍ଟିନେସନ ଡେଭଲପମେଣ୍ଟ (ସିବିଡିଡି) ଯୋଜନାରେ ଚୟନ ହୋଇଥିବା ୪୨ଟି ପର୍ଯ୍ୟଟନସ୍ଥଳୀ ବିଷୟରେ ଘୋଷଣା କରିବେ । କେନ୍ଦ୍ର ବଜେଟ ୨୦୨୩ - ୨୪ରେ ଘୋଷଣା କରାଯାଇଥିବା ଏହି ଅଭିନବ ଯୋଜନାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନ ସ୍ଥଳୀର ବିକାଶକୁ ପ୍ରୋତ୍ସାହିତ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରି ପର୍ଯ୍ୟଟକଙ୍କ ଅନୁଭୂତି ପ୍ରଦାନ କରିବା । ୪୨ଟି ସ୍ଥାନକୁ ୪ଟି ବର୍ଗରେ ଚିହ୍ନଟ କରାଯାଇଛି (ସଂସ୍କୃତି ଓ ଐତିହ୍ୟ ଗନ୍ତବ୍ୟ ସ୍ଥଳରେ ୧୬ଟି; ଆଧ୍ୟାତ୍ମିକ ଗନ୍ତବ୍ୟ ସ୍ଥଳରେ ୧୧ ଟି; ଇକୋ ଟୁରିଜିମ୍ ଏବଂ ଅମୃତ ଧରୋହରରେ ୧୦; ଏବଂ ଭାଇବ୍ରେଣ୍ଟ ଭିଲେଜରେ ୫ ଟି) । 

 ପ୍ରଧାନମନ୍ତ୍ରୀ 'ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ୨୦୨୪' ଆକାରରେ ପର୍ଯ୍ୟଟନ କ୍ଷେତ୍ରରେ ଦେଶର ବାସ୍ତବତାକୁ ଚିହ୍ନିବା ପାଇଁ ପ୍ରଥମ ଦେଶବ୍ୟାପୀ ପଦକ୍ଷେପର ଶୁଭାରମ୍ଭ କରିବେ । ୫ଟି ପର୍ଯ୍ୟଟନ ବର୍ଗ, ଯଥା : ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହ୍ୟ, ପ୍ରକୃତି ଓ ବନ୍ୟପ୍ରାଣୀ, ଦୁଃସାହସିକତା ଏବଂ ଅନ୍ୟାନ୍ୟ ଭଳି ବର୍ଗରେ ସର୍ବାଧିକ ପସନ୍ଦର ପର୍ଯ୍ୟଟନ ଆକର୍ଷଣ ଚିହ୍ନଟ କରିବା ଏବଂ ପର୍ଯ୍ୟଟକଙ୍କ ବିଚାରକୁ ଜାଣିବା ପାଇଁ ନାଗରିକମାନଙ୍କ ସହ ଯୋଗାଯୋଗ କରିବା ଏହି ସର୍ଭେର ଉଦ୍ଦେଶ୍ୟ । ୪ଟି ମୁଖ୍ୟ ବର୍ଗ ବ୍ୟତୀତ , 'ଅନ୍ୟାନ୍ୟ' ବର୍ଗରେ ଜଣେ ନିଜ ବ୍ୟକ୍ତିଗତ ପସନ୍ଦର ସ୍ଥାନକୁ ଭୋଟ୍ ଦେଇ ଭାଇବ୍ରେଣ୍ଟ ବର୍ଡର ଭିଲେଜ୍ (ସ୍ଫୁର୍ତ୍ତିଶୀଳ ସୀମାନ୍ତ ଗ୍ରାମ),  ୱେଲନେସ୍ ଟୁରିଜିମ୍ (କଲ୍ୟାଣ ପର୍ଯ୍ୟଟନ) , ୱେଡିଂ ଟୁରିଜିମ୍ (ବିବାହ ପାଇଁ ପର୍ଯ୍ୟଟନସ୍ଥଳୀ) ଆଦି ଅଜଣା ପର୍ଯ୍ୟଟନ ଆକର୍ଷଣ ଓ ଗନ୍ତବ୍ୟସ୍ଥଳ ଆକାରରେ ଲୁଚି ରହିଥିବା ପର୍ଯ୍ୟଟନ ରତ୍ନକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିପାରିବ । ଭାରତ ସରକାରଙ୍କ ନାଗରିକ ଯୋଗଦାନ ପୋର୍ଟାଲ ମାଇଁ ଗଭ ପ୍ଲାଟଫର୍ମରେ ଏହି ପୋଲ୍ ଆୟୋଜନ କରାଯାଉଛି ।

ପ୍ରବାସୀ ଭାରତୀୟଙ୍କୁ ଅତୁଳନୀୟ ଭାରତର ରାଷ୍ଟ୍ରଦୂତ ହେବା ପାଇଁ ପ୍ରେରିତ କରିବା ଏବଂ ଭାରତର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ 'ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା ଅଭିଯାନ'ର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଉଛି, ଯେଉଁଥିରେ ସେ ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସମସ୍ତେ ଅତି କମ୍‌ରେ ୫ ଜଣ ଲେଖାଏଁ ଅଣ  ଭାରତୀୟ ବନ୍ଧୁଙ୍କୁ ଭାରତ ଭ୍ରମଣ ପାଇଁ ଉତ୍ସାହିତ କରନ୍ତୁ । ୩ କୋଟିରୁ ଅଧିକ ପ୍ରବାସୀ ଭାରତୀୟ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରି ଭାରତୀୟ ପର୍ଯ୍ୟଟନ ପାଇଁ ଏକ ଶକ୍ତିଶାଳୀ ଉତ୍ ପ୍ରେରକ ଭାବରେ କାର୍ଯ୍ୟ କରିପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 06, 2026
August 06, 2026

New India Defies the Storm: Multi-Front Progress Under PM Modi