ପ୍ରଧାନମନ୍ତ୍ରୀ ସିକିମ @ ୫୦ରେ ଭାଗ ନେବେ: ଯେଉଁଠି ପ୍ରଗତି ଉଦେ୍ଦଶ୍ୟରେ ମିଳିଥାଏ ଏବଂ ପ୍ରକୃତି ବିକାଶକୁ ବଢ଼ାଇଥାଏ
ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କୁଚବିହାର ଓ ଆଲିପୁରଦ୍ୱାର ଜିଲ୍ଲାରେ ସହରାଞ୍ଚଳ ଗ୍ୟାସ୍ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ
ବିହାର କାରାକାଟ ଠାରେ ପ୍ରଧାନମନ୍ତ୍ରୀ ୪୮,୫୨୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
ଉତ୍ତର ପ୍ରଦେଶର କାନପୁର ନଗରଠାରେ ପ୍ରଧାନମନ୍ତ୍ରୀ ୨୦,୯୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୯ ଓ ୩୦ରେ ସିକିମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତରେ ଯିବେ ।

ପ୍ରଧାନମନ୍ତ୍ରୀ ମେ ୨୯ ତାରିଖରେ ସିକିମ ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟାରେ ‘ସିକିମ @ ୫୦:ଯେଉଁଠି ପ୍ରଗତି ଉଦେ୍ଦଶ୍ୟରେ ମିଳିଥାଏ ଏବଂ ପ୍ରକୃତି ବିକାଶକୁ ବଢ଼ାଇଥାଏ’ (Sikkim @ 50: Where Progress meets purpose and nature nurtures growth) କାର୍ଯ୍ୟକ୍ରମରେ ଯୋଗଦେବେ । ସେ ମଧ୍ୟ ସିକିମରେ ଅନେକଗୁଡ଼ିଏ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ସହ ଏକ ଜନସମାବେଶକୁ ସମ୍ବୋଧିତ କରିବେ ।

ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଅପରାହ୍ଣ ପ୍ରାୟ ୨ଟା ୧୫ ମିନିଟରେ ଆଲିପୁରଦ୍ୱାର ଓ କୁଚବିହାର ଜିଲ୍ଲା ପାଇଁ ସହରାଞ୍ଚଳ ଗ୍ୟାସ୍ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଇ ଅପରାହ୍ଣ ପ୍ରା୍ରୟ ୫ଟା ୪୫ରେ ପାଟନା ବିମାନବନ୍ଦରଠାରେ ନୂତନ ଟର୍ମିନଲ କୋଠାର ଉଦଘାଟନ କରିବେ ।

ମେ ୩୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ବିହାରର କାରାକାଟ ଠାରେ ୪୮,୫୨୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଦେଶ ଉଦେ୍ଦଶ୍ୟରେ ଲୋକାର୍ପଣ କରିବେ । ଏହି ଅବସରରେ ଏକ ଜନସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଏହା ପରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଗସ୍ତରେ ଯିବେ ଏବଂ ଅପରାହ୍ଣ ପ୍ରାୟ ୨ଟା ୪୫ରେ କାନପୁର ନଗରଠାରେ ୨୦,୯୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ଅବସରରେ ଏକ ଜନସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ସିକିମରେ ପ୍ରଧାନମନ୍ତ୍ରୀ

ରାଜ୍ୟ ମାନ୍ୟତାର ଗୌରବଶାଳୀ ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ‘ସିକିମ @ ୫୦:ଯେଉଁଠି ପ୍ରଗତି ଉଦେ୍ଦଶ୍ୟରେ ମିଳିଥାଏ ଏବଂ ପ୍ରକୃତି ବିକାଶକୁ ବଢ଼ାଇଥାଏ’ କାର୍ଯ୍ୟକ୍ରମରେ ଯୋଗ ଦେବେ । ସିକିମର ସାଂସ୍କୃତିକ ସମୃଦ୍ଧି, ପରମ୍ପରା, ପ୍ରାକୃତିକ ବୈଭବ ଏବଂ ଇତିହାସର ଉତ୍ସବ ପାଳନ ପାଇଁ ସିକିମ ସରକାର ‘ସୁନାଉଲୋ, ସମ୍ରିଦ୍ଧ ଏବଂ ସମର୍ଥ ସିକିମ’ ଶୀର୍ଷକରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ସିକିମରେ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ନାମଚି ଜିଲ୍ଲାରେ ୭୫୦ କୋଟି ଟଙ୍କାରେ ପ୍ରତିଷ୍ଠିତ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ, ଗ୍ୟାଲସିଙ୍ଗ ଜିଲ୍ଲାରେ ସାଙ୍ଗଚୋଏଲିଙ୍ଗ ଏବଂ ପେଲିଙ୍ଗଠାରେ ପାସେଞ୍ଜର ରୋପ୍ୱେ, ଗାଙ୍ଗଟକ ଜିଲ୍ଲା ସାଙ୍ଗଖୋଲାର ଅଟଳ ଅମ୍ରିତ ଉଦ୍ୟାନଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ।

ରାଜ୍ୟ ମାନ୍ୟତାର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ମାରକ ମୁଦ୍ରା, ସ୍ମାରକୀ ମୁଦ୍ରା, ଡାକଟିକଟ ଉନ୍ମୋଚନ କରିବେ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ

ଭାରତରେ ସହରାଞ୍ଚଳ ଗ୍ୟାସ ଯୋଗାଣ (ସିଜିଡି) ନେଟୱର୍କର ବିସ୍ତାର ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଓ କୁଚବିହାର ଜିଲ୍ଲାରେ ସିଜିଡି ପ୍ରକଳ୍ପର ଶିଳାନ୍ୟାସ କରିବେ । ୧୦୧୦ କୋଟିରୁ ଅଧିକ ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ଅଢ଼େଇ ଲକ୍ଷ ଘରକୁ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ (ପିଏନଜି) ଯୋଗାଣ ଲକ୍ଷ୍ୟ ରହିଛି । ଏଥିସହ ୧୦୦ରୁ ଅଧିକ ବାଣିଜି୍ୟକ ପ୍ରତିଷ୍ଠାନ ଏବଂ ଉଦ୍ୟୋଗକୁ ମଧ୍ୟ ଗ୍ୟାସ୍ ଯୋଗାଣ ଯୋଜନା ରହିଛି । ସରକାରଙ୍କ ମିନିମମ୍ ୱାର୍କ ପ୍ରୋଗ୍ରାମ (ଏମଡବ୍ଲୁପି) ଲକ୍ଷ୍ୟ ହାସଲ ପାଇଁ ୧୯ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା କରାଯାଇ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ୍ (ସିଏନଜି) ଯୋଗାଣ ମଧ୍ୟ କରାଯିବ । ଏସବୁ ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସୁବିଧାଜନକ, ବିଶ୍ୱସନୀୟ, ପରିବେଶ ଅନୁକୂଳ ଏବଂ କମ୍ ମୂଲ୍ୟରେ ଜାଳେଣି ଯୋଗାଇପାରିବ ।

ବିହାରରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମେ ୨୯ ତାରିଖରେ ପାଟନା ବିମାନବନ୍ଦରରେ ନବନିର୍ମିତ ପାସେଞ୍ଜର ଟର୍ମିନଲ କୋଠାକୁ ଉଦଘାଟନ କରିବେ । ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଟର୍ମିନଲରେ ବାର୍ଷିକ ୧ କୋଟି ଯାତ୍ରୀ ଯାତାୟାତ କରିପାରିବେ । ପ୍ରଧାନମନ୍ତ୍ରୀ ୧୪୧୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବାକୁ ଥିବା ବିହତା ବିମାନବନ୍ଦରର ନୂତନ ସିଭିଲ ଏନକ୍ଲେଭ ପାଇଁ ଶିଳାନ୍ୟାସ କରିବେ । ପାଟନା ନିକଟରେ ଗଢ଼ି ଉଠୁଥିବା ଏଜୁକେସନାଲ ହବ୍ ପାଇଁ ବିହତା ବିମାନବନ୍ଦର ସେବା ଯୋଗାଇବ, ଯେଉଁଠାରେ ପାଟନା ଆଇଆଇଟି ଅଛି ଏବଂ ଏନଆଇଟି ପାଟନା କ୍ୟାମ୍ପସର ପ୍ରସ୍ତାବ ରହିଛି ।

ମେ ୩୦ ତାରିଖରେ ପ୍ରଧାନମନ୍ତ୍ରୀ କାରାକାଟ ଠାରେ ୪୮,୫୨୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ।

ଶକ୍ତି କ୍ଷେତ୍ରରେ ମୌଳିକ ଭିତ୍ତିଭୂମିକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଔରଙ୍ଗାବାଦ ଜିଲ୍ଲାରେ ୨୯,୯୩୦ କୋଟି ଟଙ୍କାରେ ହେବାକୁ ଥିବା ନବିନଗର ସୁପର ଥର୍ମାଲ ପାୱାର ପ୍ରୋଜେକ୍ଟ ଷ୍ଟେଜ-୨ର (୩ ଗୁଣନ ୮୦୦ ମେଗାୱାଟ) ଶିଳାନ୍ୟାସ କରିବେ । ଯାହାକି ବିହାର ଏବଂ ପୂର୍ବ ଭାରତର ଶକ୍ତି ଯୋଗାଣକୁ ସୁନିଶ୍ଚିତ କରିବ । ଏହା ଔଦ୍ୟୋଗିକ ଅଭିବୃଦ୍ଧିକୁ ବଢ଼ାଇବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅଞ୍ଚଳରେ ସୁଲଭ ମୂଲ୍ୟରେ ବିଜୁଳି ଉପଲବ୍ଧ କରିବ ।

ଅଞ୍ଚଳରେ ସଡ଼କ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଅନେକ ଗୁଡ଼ିଏ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହା ମଧ୍ୟରେ ରହିଛି ଜାତୀୟ ରାଜପଥ-୧୧୯ଏ ର ପାଟନା-ଆରା-ସାସାରାମ ସେକ୍ସନକୁ ଚାରି ଲେନ୍ କରିବା, ବାରାଣସୀ-ରାଞ୍ଚି-କୋଲକାତା ରାଜପଥ (ରାଜପଥ-୩୧୯ବି) ଏବଂ ରାମନଗର-କାଚି ଦରଗାହ ସେକ୍ସନ (ରାଜପଥ-୧୧୯ଡି) କୁ ୬ ଲେନ୍ କରିବା ଏବଂ ବକ୍ସର ଓ ଭରଉଲି ମଧ୍ୟରେ ଗଙ୍ଗା ନଦୀରେ ନୂତନ ପୋଲ ନିର୍ମାଣ । ଏହି ପ୍ରକଳ୍ପ ଗୁଡ଼ିକ ଅଞ୍ଚଳରେ ବାଧା ବିହୀନ ହାଇସ୍ପିଡ କରିଡର ସୃଷ୍ଟି କରିବା ସହ ବାଣିଜ୍ୟ ଓ ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥାକୁ ଦୃଢ଼ କରିବ । ସେ ମଧ୍ୟ ୫୫୨୦ କୋଟି ଟଙ୍କାରେ ନିର୍ମିତ ଜାତୀୟ ରାଜପଥ-୨୨ର ୪ ଲେନ୍ ବିଶିଷ୍ଟ ପାଟନା-ଗୟା-ଦୋଭି ସେକ୍ସନ ଏବଂ ଜାତୀୟ ରାଜପଥ-୨୭ର ଗୋପାଳଗଞ୍ଜଠାରେ ଚାରି ଲେନ୍ ବିଶିଷ୍ଟ ଏଲିଭେଟେଡ ହାଇୱେ ଏବଂ ଗ୍ରେଡ ବିକାଶକୁ ଉଦଘାଟନ କରିବେ ।

ଦେଶରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୧୩୩୦ କୋଟି ଟଙ୍କାରେ ନିର୍ମିତ ସୋନ ନଗର-ମହମ୍ମଦ ନଗର ତୃତୀୟ ରେଳ ଲାଇନ ଦେଶ ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନେକ ଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ୨୧୨୦ କୋଟିରୁ ଅଧିକ ଟଙ୍କା ନିବେଶରେ ନିର୍ମିତ କାନପୁର ମେଟ୍ରୋ ରେଳ ପ୍ରୋଜେକ୍ଟର ଚୁନ୍ନିଗଞ୍ଜ ମେଟ୍ରୋ ଷ୍ଟେସନରୁ କାନପୁର ସେଣ୍ଟ୍ରାଲ ମେଟ୍ରୋ ଷ୍ଟେସନ ପର୍ଯ୍ୟାୟର ସେ ଉଦଘାଟନ କରିବେ । ଏହି ସେକ୍ସନରେ ୫ଟି ଭୂତଳ ଷ୍ଟେସନ ସମେତ ୧୪ଟି ଷ୍ଟେସନ ରହିବ ଯାହାକି ସହରର ପ୍ରମୁଖ ସ୍ଥାନ ଏବଂ ବାଣିଜି୍ୟକ କେନ୍ଦ୍ରଗୁଡ଼ିକୁ ମେଟ୍ରୋ ସହ ସଂଯୋଗ କରିବ । ଏଥିସହ ସେ ଜିଟି ରୋଡ ସଡ଼କ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟର ମଧ୍ୟ ଉଦଘାଟନ କରିବେ ।

ଅଞ୍ଚଳରେ ବିଜୁଳି ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟରେ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ଅଞ୍ଚଳର ବିଜୁଳି ଚାହିଦାକୁ ପୂରଣ କରିବା ପାଇଁ ଗୌତମବୁଦ୍ଧ ନଗରର ଯମୁନା ଏକ୍ସପ୍ରେସୱେ ଔଦ୍ୟୋଗିକ ବିକାଶ ପ୍ରାଧିକରଣ (ୱାଇଇଆଇଡିଏ)ର ସେକ୍ଟର-୨୮ରେ ୨୨୦ କେଭି ସବଷ୍ଟେସନର ଶିଳାନ୍ୟାସ କରିବେ । ସେ ଗ୍ରେଟର ନୋଇଡ଼ାର ଇକୋଟେକ୍-୮ ଓ ଇକୋଟେକ୍-୧୦ରେ ୩୨୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ୧୩୨ କେଭି ସବଷ୍ଟେସନର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ କାନପୁରରେ ୮୩୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପନକି ଥର୍ମାଲ ପାୱାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ, ଯାହାଦ୍ୱାରା ଉତ୍ତର ପ୍ରଦେଶର ବିଜୁଳି ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । ସେ ୯୩୩୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ଘାଟମପୁର ଥର୍ମାଲ ପାୱାର ପ୍ରକଳ୍ପର ୬୬୦ ମେଗାୱାଟ  ୟୁନିଟର ଉଦଘାଟନ କରିବେ, ଯାହାଦ୍ୱାରା ବିଜୁଳି ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ କାନପୁରର କଲ୍ୟାଣପୁର ପନକୀ ମନ୍ଦିରରେ ପନକୀ ରୋଡସ୍ଥିତ ପନକୀ ପାୱାର ହାଉସ ରେଲୱେ କ୍ରସିଂ ଏବଂ ପନକୀ ଧାମ କ୍ରସିଂରେ ରେଳ ଓଭରବ୍ରିଜର ଉଦଘାଟନ କରିବେ । ଏହାଦ୍ୱାରା ପନକୀ ଥର୍ମାଲ ପାୱାର ଏକ୍ସଟେନ୍ସନ ପ୍ରୋଜେକ୍ଟକୁ କୋଇଲା ଓ ତେଲ ପରିବହନର ସୁବିଧା ମିଳିବା ସହିତ ଯାତାୟାତ ଭିଡ଼ ମଧ୍ୟ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ କାନପୁରର ବିଙ୍ଗୱାନଠାରେ ୨୯୦ କୋଟିରୁ ଅଧିକ ଟଙ୍କାରେ ପ୍ରତିଷ୍ଠିତ ୪୦ ଏମଏଲଡି (ଦୈନିକ ୪୦ ମିଲିଅନ ଲିଟର) ତୃତୀୟକ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟନ କରିବେ । ଏହାଦ୍ୱାରା ବ୍ୟବହୃତ ସିୱେଜ ଜଳ ପୁନଃବ୍ୟବହାରକ୍ଷମ ହୋଇପାରିବ ଏବଂ ଅଞ୍ଚଳରେ ଜଳ ସଂରକ୍ଷଣ ଓ ସ୍ଥିର ଜଳ ପରିଚାଳନାକୁ ପ୍ରୋତ୍ସାହନ ମିଳିପାରିବ ।

ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କାନପୁର ନଗର ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଗଉରିଆ ପାଲି ମାର୍ଗର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ । କାନପୁର ନଗର ଜିଲ୍ଲାର ଡିଫେନ୍ସ କରିଡର ଅନ୍ତର୍ଗତ ପ୍ରୟାଗରାଜ ରାଜମାର୍ଗର ନରୱାଲ ମୋଡ (ଏଏଚ-୧) ସହିତ କାନପୁର ଡିଫେନ୍ସ ମୋଡ (୪ ଲେନ୍)କୁ ଯୋଡ଼ିବା ପାଇଁ ସଡ଼କ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ କାର୍ଯ୍ୟର ଶିଳାନ୍ୟାସ କରିବେ । ଏହାଦ୍ୱାରା ଡିଫେନ୍ସ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ହେବ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ବୟ ବନ୍ଦନା ଯୋଜନା, ରାଷ୍ଟ୍ରୀୟ ଆଜୀବିକା ମିଶନ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ପ୍ରମାଣପତ୍ର ଓ ଚେକ୍ ବଣ୍ଟନ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”