ପ୍ରଧାନମନ୍ତ୍ରୀ ଜାନୁଆରୀ ୧୧ରେ ରାଜକୋଟ ଗସ୍ତ କରିବା ସହ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳ ପାଇଁ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଭାଗ ନେବେ । ଦ୍ୱିପ୍ରହର ପ୍ରାୟ ୧ଟା ୩୦ରେ ସେ ସମ୍ମିଳନୀରେ ବାଣିଜ୍ୟ ପ୍ରଦର୍ଶନୀ ଉଦଘାଟନ କରିବେ । ପ୍ରାୟ ୨ ଟା ସମୟରେ, ପ୍ରଧାନମନ୍ତ୍ରୀ ରାଜକୋଟର ମାରୱାଡି ବିଶ୍ୱବିଦ୍ୟାଳୟରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳ ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦଘାଟନ କରି, ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ୧୪ଟି ଗ୍ରୀନଫିଲ୍ଡ ସ୍ମାର୍ଟ ଗୁଜରାଟ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଜିଆଇଡିସି) ଇଷ୍ଟେଟର ବିକାଶ ସମ୍ପର୍କରେ ଘୋଷଣା କରି, ରାଜକୋଟରେ ଜିଆଇଡିସିର ମେଡିକାଲ ଡିଭାଇସ ପାର୍କର ଉଦଘାଟନ କରିବେ ।
ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଆସନ୍ତା ଜାନୁଆରୀ ୧୧ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ଯାହାକି କଚ୍ଛ ଓ ସୌରାଷ୍ଟ୍ର କ୍ଷେତ୍ରର ୧୨ଟି ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିବ । ବିଶେଷ ଭାବେ ଏହି କ୍ଷେତ୍ର ପାଇଁ ସମର୍ପିତ, ଏହି ସମ୍ମିଳନୀର ଉଦ୍ଦେଶ୍ୟ ପଶ୍ଚିମ ଗୁଜରାଟରେ ନିବେଶ ଏବଂ ଔଦ୍ୟୋଗିକ ବିକାଶକୁ ନୂଆ ଗତି ପ୍ରଦାନ କରିବା । ସମ୍ମିଳନୀରେ ମୁଖ୍ୟ କ୍ଷେତ୍ରରେ ମାଟି ଶିଳ୍ପ, ଇଞ୍ଜିନିୟରିଂ,ବନ୍ଦର ଓ ଲଜିଷ୍ଟିକ୍ସ, ମତ୍ସ୍ୟପାଳନ, ପେଟ୍ରୋକେମିକାଲ୍ସ,, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଖଣି,ସବୁଜ ଶକ୍ତି ଇକୋସିଷ୍ଟମ, ଦକ୍ଷତା ବିକାଶ, ଷ୍ଟାର୍ଟ ଅପ୍, ଏମଏସଏମଇ, ପର୍ଯ୍ୟଟନ ଏବଂ ସଂସ୍କୃତି ରହିଛି । ଜାପାନ, ଦକ୍ଷିଣ କୋରିଆ,ରୁଆଣ୍ଡା ଏବଂ ୟୁକ୍ରେନ ଏହି ସମ୍ମିଳନୀ ପାଇଁ ଭାଗିଦାର ଦେଶ ହେବେ ।
ଭାଇବ୍ରାଣ୍ଟ ଗୁଜରାଟର ସଫଳ ମଡେଲର ପହଞ୍ଚ ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବା ପାଇଁ, ସାରା ରାଜ୍ୟରେ ଚାରୋଟି ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଉତ୍ତର ଗୁଜରାଟ ଅଞ୍ଚଳ ପାଇଁ ଆଞ୍ଚଳିକ ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦୨୫ ଅକ୍ଟୋବର ୯ରୁ ୧୦ ତାରିଖରେ ମେହସଣାରେ ଆୟୋଜିତ ହୋଇଥିଲା । ବର୍ତ୍ତମାନର ସଂସ୍କରଣ କଛ ଓ ସୌରାଷ୍ଟ୍ର ଅଞ୍ଚଳ ପାଇଁ ଅନୁଷ୍ଠିତ ହେଉଛି । ଏହାପରେ ଦକ୍ଷିଣ ଗୁଜରାଟ (୨୦୨୬ ଏପ୍ରିଲ ୯-୧୦) ଏବଂ ମଧ୍ୟ ଗୁଜରାଟ (୨୦୨୬ ଜୁନ୍ ୧୦-୧୧) ଅଞ୍ଚଳ ପାଇଁ ଆଞ୍ଚଳିକ ସମ୍ମିଳନୀ ଯଥାକ୍ରମେ; ସୁରତ ଏବଂ ଭଦୋଦରାରେ ଆୟୋଜନ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ @୨୦୪୭ର ଦୃଷ୍ଟିକୋଣ ସହିତ ସମନ୍ୱିତ ଏବଂ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ସଫଳତା ଓ ଐତିହ୍ୟ ଉପରେ ନିର୍ମାଣ କରି, ଏହି ଆଞ୍ଚଳିକ ସମ୍ମିଳନୀଗୁଡ଼ିକ କ୍ଷେତ୍ର-ନିର୍ଦ୍ଦିଷ୍ଟ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା, ବିଭିନ୍ନ କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବା ଏବଂ ବିଶ୍ୱସ୍ତରୀୟ ସମ୍ପର୍କକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ କ୍ଷେତ୍ରଗୁଡ଼ିକର ନିକଟତର କରି, ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ବିକେନ୍ଦ୍ରୀକୃତ ବିକାଶ, ବ୍ୟବସାୟ କରିବାର ସହଜତା, ନବସୃଜନ-ଚାଳିତ ଅଭିବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରେ।
ଏହି ଆଞ୍ଚଳିକ ସମ୍ମିଳନୀଗୁଡ଼ିକ କେବଳ ଆଞ୍ଚଳିକ ସଫଳତା ପ୍ରଦର୍ଶନ ଏବଂ ନୂତନ ପଦକ୍ଷେପ ଘୋଷଣା କରିବା ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ ନାହିଁ ବରଂ ଆଞ୍ଚଳିକ ଅର୍ଥନୀତିକୁ ସଶକ୍ତ, ନବସୃଜନକୁ ପ୍ରୋତ୍ସାହିତ ଏବଂ ରାଜ୍ୟର ପ୍ରତ୍ୟେକ ଭାଗରେ ରଣନୈତିକ ନିବେଶକୁ ସହଜ କରି ଗୁଜରାଟର ଅଭିବୃଦ୍ଧି କାହାଣୀକୁ ସହ-ସୃଷ୍ଟି କରିବା ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରିବ। ଜାନୁଆରୀ ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ଶିଖର ସମ୍ମିଳନୀର ପରବର୍ତ୍ତୀ ସଂସ୍କରଣରେ ଆଞ୍ଚଳିକ ସମ୍ମିଳନୀର ସଫଳତା ପ୍ରଦର୍ଶିତ ହେବ।
The Prime Minister, Shri Narendra Modi recalled the transformative journey of the Unified Payments Interface (UPI), which was rolled out a decade ago and marked a major turning point in India’s digital payments journey.
Highlighting the scale and reach achieved by UPI over the past ten years, Shri Modi said that its remarkable journey is something every Indian can be proud of. The Prime Minister invited citizens to share their experiences of using UPI and how it has impacted their daily lives.
The Prime Minister posted on X:
A decade ago, UPI was rolled out, marking a major turning point in India’s digital payments journey.
The sheer scale and reach of UPI are something every Indian must be proud of.
Tell me about your UPI experience and how it impacted your life...
#10YearsOfUPI
A decade ago, UPI was rolled out, marking a major turning point in India’s digital payments journey.
— Narendra Modi (@narendramodi) August 25, 2026
The sheer scale and reach of UPI are something every Indian must be proud of.
Tell me about your UPI experience and how it impacted your life... #10YearsOfUPI pic.twitter.com/Xtto6V6gpU


