ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ପ୍ରଧାନମନ୍ତ୍ରୀ ସାମିଲ ହେବେ
୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପକୁ ଉଦଘାଟନ, ଶିଳାନ୍ୟାସ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ୧୧,୦୦୦ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ଉଦଘାଟନ କରିବେ । ଏଥିରୁ ୭ଟି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଏବଂ ୨ଟି ରାଜ୍ୟ ସରକାରଙ୍କ ପ୍ରକଳ୍ପ । ପ୍ରଧାନମନ୍ତ୍ରୀ ୩୫,୩୦୦ କୋଟି ଟଙ୍କାର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରୁ ଏଥିରୁ ୯ଟି କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଏବଂ ୬ଟି ରାଜ୍ୟ ସରକାରଙ୍କ ପ୍ରକଳ୍ପ ।

କାର୍ଯ୍ୟକ୍ରମରେ ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ନଭନେରା ବ୍ୟାରେଜ, ସ୍ମାର୍ଟ ଇଲେକ୍ଟ୍ରିସିଟି ଟ୍ରାନ୍ସମିସନ ନେଟୱର୍କ ଆଣ୍ଡ ଆସେନ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରକଳ୍ପ, ରେଲୱେ ଭିଲଡି-ସମଦାରି-ଲୁଣି-ଯୋଧପୁର-ମେର୍ତା ରୋଡ-ଦେଗାନା-ରତନଗଡ଼ ସେକ୍ସନର ବିଦ୍ୟୁତୀକରଣ, ଦିଲ୍ଲୀ-ଭଦୋଦରା ଗ୍ରୀନଫିଲ୍ଡ ଆଲାଇନମେଣ୍ଟ (ଏନଏଚ-୧୪୮ଏନ)(ମେଜ ନଦୀ ଉପରେ ଏସଏଚ-୩୭ମ ଜଂକସନ୍ ପର୍ଯ୍ୟନ୍ତ ଏକ ବୃହତ ପୋଲ) ଏବଂ ଅନ୍ୟାନ୍ୟ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁ୍‌ଡ଼ିକ ଲୋକଙ୍କ ଗମନାଗମନକୁ ସୁଗମ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସବୁଜ ଶକ୍ତି ଦୃଷ୍ଟିକୋଣ ଅନୁସାରେ ରାଜ୍ୟର ଶକ୍ତି ଆବଶ୍ୟକତାକୁ ପୂରଣ କରିବ ।

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରାମଗଡ଼ ବ୍ୟାରେଜ ଓ ମହଲପୁର ବ୍ୟାରେଜର ନିର୍ମାଣ କାମ ରହିଛି । ୯,୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଚମ୍ବଲ ନଦୀର ଜଳସେତୁ ଦେଇ ନଭନେରା ବ୍ୟାରେଜରୁ ବିଶାଳପୁର ଡ୍ୟାମ ଏବଂ ଇସାର୍ଦା ଡ୍ୟାମକୁ ଜଳ ପ୍ରବାହ ବ୍ୟବସ୍ଥାର ଶିଳାନ୍ୟାସ ମଧ୍ୟ କରିବେ ।

ସରକାରୀ କୋଠା ଗୁଡ଼ିକର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ, ୨୦୦୦ ମେଗାୱାଟ ସୌରପାର୍କର ବିକାଶ, ପୁଗାଲ (ବିକାନେର)ଠାରେ ୧୦୦୦ ମେଗାୱାଟ ସୌରପାର୍କର ଦୁଇଟି ପର୍ଯ୍ୟାୟ, ସାଇପାଉ (ଢୋଲପୁର) ଠାରୁ ଭରତପୁର-ଦୀଗ-କୁମହେର-ନାଗର-କମନ ଏବଂ ପାହାରୀକୁ ପାନୀୟ ଜଳ ସରବରାହ ଲାଇନ ଏବଂ ଚମ୍ବଲ-ଢୋଲପୁର-ଭରତପୁର-ରେଟ୍ରୋଫିଟିଙ୍ଗ କାମର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଲୁଣି-ସମଦାରି-ଭିଲଡି ଡବଲ ଲାଇନ, ଆଜମେର-ଚାନ୍ଦେରିୟା ଡବଲ ଲାଇନ ଏବଂ ଜୟପୁର-ସୱାଇ ମାଧୋପୁର ଡବଲ ଲାଇନ ରେଳ ପ୍ରକଳ୍ପ ସହିତ ଅନ୍ୟାନ୍ୟ ଶକ୍ତି ପରିବହନ ସମ୍ପର୍କିତ ପ୍ରକଳ୍ପର ମଧ୍ୟ ସେ ଶିଳାନ୍ୟାସ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 13, 2026
September 13, 2026

Confidence on the Stage, Consensus in the Room: India’s BRICS 2026 Under PM Modi

PM Modi’s India: UPI in the Pocket, Solar on the Roof, Freight on the Rail