ପ୍ରଧାନମନ୍ତ୍ରୀ ବାଲୋତ୍ରାଠାରେ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଓ ଶିଳାନ୍ୟାସ କରିବେ
ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳବାଇ, ରାସ୍ତା, ନବୀକରଣୀୟ ଶକ୍ତି ଏବଂ ବିଦ୍ୟୁତ୍ ପରିବହନ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ଗୁଡ଼ିକ ପରିବ୍ୟାପ୍ତ
ପ୍ରଧାନମନ୍ତ୍ରୀ ବାଲୋତ୍ରାର ପାଚପଦରାରେ ଭାରତର ପ୍ରଥମ ସବୁଜ କ୍ଷେତ୍ର ସମନ୍ୱିତ ରିଫାଇନାରୀ କମ୍- ପେଟ୍ରୋକେମିକାଲ କମ୍ପ୍ଲେକ୍ସର ଲୋକାର୍ପଣ କରିବେ
ଅତ୍ୟାଧୁନିକ କମ୍ପ୍ଲେକ୍ସ ବିଶୋଧନ ଏବଂ ପେଟ୍ରୋକେମିକାଲ ଉତ୍ପାଦନକୁ ସମନ୍ୱିତ କରେ; ୭୯,୪୫୦ କୋଟି ଟଙ୍କାରୁ ଅଧିକ ନିବେଶରେ ପ୍ରତିଷ୍ଠିତ ହୋଇଛି
ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ
ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାନନ୍ଦରେ ସିଜି ସେମି ଓଏସଏଟି ସୁବିଧାର ଉଦଘାଟନ କରିବେ
ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରିବେ
ସିଜି ସେମି ପ୍ଲାଣ୍ଟରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଆସେମ୍ବ୍ଲି ଓ ପରୀକ୍ଷଣ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ
ସମ୍ପୂର୍ଣ୍ଣ ଭାବେ ବିକଶିତ ହେବା ପରେ ଏହି ସୁବିଧାର ବାର୍ଷିକ ଉତ୍ପାଦନ କ୍ଷମତା ୫ ବିଲିଅନ ସେମି କଣ୍ଡକ୍ଟର ଚିପ୍ସ ହେବ
ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁଲାଇ ୨୦୨୬ରେ ରାଜସ୍ଥାନ ଓ ଗୁଜରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରର ଟର୍ମିନାଲ ବିଲଡିଂ ଉଦଘାଟନ କରି ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହାପରେ, ମଧ୍ୟାହ୍ନ ପ୍ରାୟ ୧୨:୧୫ ମିନିଟ୍‌ରେ ସେ ବାଲୋତ୍ରା ଗସ୍ତ କରି ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ଅବସରରେ ସେ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।

ଏହାପରେ ପ୍ରଧାନମନ୍ତ୍ରୀ ଗୁଜରାଟ ଯାତ୍ରା କରିବେ । ଅପରାହ୍ନ ପ୍ରାୟ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାନନ୍ଦରେ ସିଜି ସେମି ଆଉଟସୋର୍ସଡ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷଣ (OSAT) ସୁବିଧାର ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ଯୋଧପୁରରେ ପ୍ରଧାନମନ୍ତ୍ରୀ ଆଞ୍ଚଳିକ ସଂଯୋଗୀକରଣ ଉପରେ ବିଶେଷ ଧ୍ୟାନ ଦେଇ ବିମାନ ଚଳାଚଳ କ୍ଷେତ୍ରକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ,ପ୍ରଧାନମନ୍ତ୍ରୀ ଯୋଧପୁରରେ ସଂଶୋଧିତ ଉଡାନ ଯୋଜନାର ଶୁଭାରମ୍ଭ କରିବେ । ଏହା ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଏବଂ ‘ଉଡେ ଦେଶ୍ କା ଆମ ନାଗରିକ’ର ଦୃଷ୍ଟିକୋଣକୁ ଆହୁରି ଆଗକୁ ବଢ଼ାଇବ । ଆଗାମୀ ୧୦ ବର୍ଷ ମଧ୍ୟରେ ୨୮,୮୪୦ କୋଟି ଟଙ୍କାର ଆବଣ୍ଟନ ସହିତ, ଏହି ଯୋଜନା ବିମାନ ଚଳାଚଳ ନେତୃତ୍ୱାଧୀନ ବିକାଶର ପରବର୍ତ୍ତୀ ପର୍ଯ୍ୟାୟକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖିଛି । ଏହା ବ୍ୟାପକ ଏବଂ ସ୍ଥାୟୀ ସଂଯୋଗୀକରଣ ସୁନିଶ୍ଚିତ କରିବା ପାଇଁ ଡିଜାଇନ କରାଯାଇଥିବା ଅନେକ ରଣନୈତିକ ଉପାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ।

ସାରା ଦେଶରେ ବିମାନ ଚଳାଚଳ ଭିତ୍ତିଭୂମି ବିସ୍ତାର କରିବା ପାଇଁ ୧୨ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ଦ୍ୱାରା ସମର୍ଥିତ ବିଦ୍ୟମାନ ଅଣସେବାପ୍ରାପ୍ତ ଏୟାରଷ୍ଟ୍ରିପଗୁଡ଼ିକରୁ ୧୦୦ଟି ଏରୋଡ୍ରମ ବିକାଶ ଉପରେ ଏକ ପ୍ରମୁଖ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଆଞ୍ଚଳିକ ବିମାନବନ୍ଦରଗୁଡ଼ିକର କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବା ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ (O&M) ସହାୟତା ପାଇଁ ୨୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି । ଦୂରବର୍ତ୍ତୀ ଏବଂ କଷ୍ଟକର ଅଞ୍ଚଳ ଗୁଡ଼ିକରେ ପହଞ୍ଚିବାର ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିବା ପାଇଁ, ଏହି ଯୋଜନାରେ ୨୦୦ଟି ଆଧୁନିକ ହେଲିପ୍ୟାଡ ବିକାଶର ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ଏହି ଯୋଜନାରେ ଏୟାରଲାଇନ୍ସ ପାଇଁ ୧୦ ହଜାର କୋଟିରୁ ଅଧିକ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଙ୍ଗ (VGF) ସହାୟତା ଜାରି ରହିଛି, ଯାହା ଧୀରେ ଧୀରେ ବାଣିଜ୍ୟିକ କାର୍ଯ୍ୟକ୍ଷମତାକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ଆଞ୍ଚଳିକ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବ । ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆହୁରି ମଜବୁତ କରି, ଏହି ପଦକ୍ଷେପରେ ଏଚଏଏଲ ଧ୍ରୁବ ଏବଂ ଡୋର୍ନିୟର ପ୍ଲାଟଫର୍ମ ଭଳି ସ୍ୱଦେଶୀ ବିମାନ ଏଂ ହେଲିକପ୍ଟର କ୍ରୟ ଅନ୍ତର୍ଭୁକ୍ତ, ଯାହା ଦ୍ୱାରା ଅନୁନ୍ନତ ଅଞ୍ଚଳରେ ସଂଯୋଗ ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ ।

କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଯୋଧପୁର ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠାର ମଧ୍ୟ ଉଦଘାଟନ କରିବେ । ଏହି ପ୍ରକଳ୍ପଟି ୪୮୦ କୋଟି ଟଙ୍କାରେ ବିକଶିତ ହୋଇଛି । ୨୩ ହଜାର ବର୍ଗମିଟରରୁ ଅଧିକ ଅଞ୍ଚଳରେ ବିସ୍ତାରିତ,ନୂତନ ଟର୍ମିନାଲ କୋଠା ବାର୍ଷିକ ୨୦ ଲକ୍ଷ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଡିଜାଇନ କରାଯାଇଛି । ଏକ ସୁଗମ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ଏହା ଆଧୁନିକ ଯାତ୍ରୀ ସୁବିଧା ସହ ସଜ୍ଜିତ ।

ରାଜସ୍ଥାନର ରାଜକୀୟ ଐତିହ୍ୟ ଦ୍ୱାରା ଅନୁପ୍ରାଣୀତ, ଟର୍ମିନାଲଟି ସମସାମୟିକ ଡିଜାଇନ ସହିତ ତୋରଣ ଏବଂ ଝରୋଖା ଭଳି ପାରମ୍ପରିକ ଉପାଦାନ ଗୁଡ଼ିକୁ ସୁଗମ ଭାବେ ମିଶ୍ରଣ କରେ । ଟର୍ମିନାଲରେ ଡିଜାଇନର ଏକ ଅବିଚ୍ଛେଦ୍ୟ ଅଂଶ ହେଉଛି ସ୍ଥାୟିତ୍ୱ, ଯେଉଁଥିରେ ଶକ୍ତି ଦକ୍ଷ ପ୍ରଣାଳୀ, ଜଳ ସଂରକ୍ଷଣ ପଦକ୍ଷେପ ଏବଂ ୫ ଷ୍ଟାର ଗ୍ରିହ (GRIHA) ରେଟିଂ ହାସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସବୁଜ ନିର୍ମାଣ ଅଭ୍ୟାସ ଭଳି ବୈଶିଷ୍ଟ୍ୟ ରହିଛି । ଯୋଧପୁର ବିମାନବନ୍ଦରରେ ନୂତନ ଟର୍ମିନାଲ କୋଠାର ଉଦଘାଟନ ଏହି ଅଞ୍ଚଳରେ ପର୍ଯ୍ୟଟନ, ବାଣିଜ୍ୟ ଏବଂ ନିଯୁକ୍ତି ସୃଷ୍ଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ପ୍ରଦାନ କରିବ ।

 

ବାଲୋତ୍ରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବାଲୋତ୍ରାରେ ପ୍ରାୟ ୧.୦୬ ଲକ୍ଷ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳବାଇ, ରାସ୍ତା, ନବୀକରଣୀୟ ଶକ୍ତି ଏବଂ ବିଦ୍ୟୁତ୍ ପରିବହନ ସମେତ ବହୁବିଧ କ୍ଷେତ୍ରକୁ ବ୍ୟାପିଛି ।

ପ୍ରଧାନମନ୍ତ୍ରୀ ବାଲୋତ୍ରାର ପାଚପଦରାରେ ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଦେଶକୁ ଉତ୍ସର୍ଗ କରିବେ, ଯାହା ଦେଶର ଶକ୍ତି ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ଏକ ଐତିହାସିକ ସଫଳତା ।

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟମ ଭାବରେ ବିକଶିତ, ୭୯,୪୫୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ପ୍ରତିବର୍ଷ ୯ ନିୟୁତ ମେଟ୍ରିକ ଟନ୍ (MMTPA) ଗ୍ରୀନଫିଲ୍ଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସ ପ୍ରତିଷ୍ଠିତ ହୋଇଛି ।

ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ୨.୪ MMTPA ପେଟ୍ରୋକେମିକାଲ କ୍ଷମତା ସହିତ ବିଶୋଧନ ଏବଂ ପେଟ୍ରୋକେମିକାଲ ଉତ୍ପାଦନକୁ ସମନ୍ୱିତ କରେ । ଏହି ରିଫାଇନାରୀରେ ନେଲସନ ଜଟିଳତା ସୂଚକାଙ୍କ ୧୭.୦ ଏବଂ ପେଟ୍ରୋକେମିକାଲ ଉତ୍ପାଦନ ୨୬% ରୁ ଅଧିକ ରହିଛି, ଯାହା ଦକ୍ଷତା ଏବଂ ସ୍ଥାୟିତ୍ୱ ପାଇଁ ବିଶ୍ୱ ମାନଦଣ୍ଡ ସହିତ ସମାନ ।

ଏହି ପ୍ରକଳ୍ପ ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା,ପେଟ୍ରୋକେମିକାଲ ଆତ୍ମନିର୍ଭରତା ବୃଦ୍ଧି କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଆଗେଇନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ଏହା ଏହି ଅଞ୍ଚଳରେ ଏକ ପେଟ୍ରୋକେମିକାଲ ଏବଂ ପ୍ଲାଷ୍ଟିକ ପାର୍କ ବିକାଶ ପାଇଁ ଏକ ଆଙ୍କର ଶିଳ୍ପ ଭାବେ କାର୍ଯ୍ୟ କରିବ, ଡାଉନଷ୍ଟି୍ରମ ଶିଳ୍ପ ଏବଂ ସହାୟକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ଏହା ସହିତ, ଏହି ରିଫାଇନାରୀ ଏହି ଅଞ୍ଚଳର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେଇ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରସ୍ତୁତ ।

ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ପର୍ଯ୍ୟାୟ-୨ ପାଇଁ ଶିଳାନ୍ୟାସ କରିବେ, ଯାହାର ମୋଟ ମୂଲ୍ୟ ୧୩ ହଜାର କୋଟି ଟଙ୍କାରୁ ଅଧିକ । ପର୍ଯ୍ୟାୟ-୨ ଅଧୀନରେ ପ୍ରହ୍ଲାଦପୁରାରୁ ଟୋଡି ମୋଡ ପର୍ଯ୍ୟନ୍ତ ଏକ ୪୧ କିଲୋମିଟର ଉତ୍ତର-ଦକ୍ଷିଣ ମେଟ୍ରୋ କରିଡର ବିକଶିତ କରାଯିବ, ଯାହା ସୀତାପୁରା ଏବଂ ବିଶ୍ୱକର୍ମା ଶିଳ୍ପ କ୍ଷେତ୍ର (VKI)ର ଶିଳ୍ପ ଏବଂ ଆବାସିକ ଅଞ୍ଚଳକୁ ୩୬ଟି ଷ୍ଟେସନ ମାଧ୍ୟମରେ ସଂଯୋଗ କରିବ । ଏହି କରିଡର ସୀତାପୁରା ଶିଳ୍ପ କ୍ଷେତ୍ର, ଭିକେଆଇ,ଜୟପୁର ବିମାନବନ୍ଦର, ଟୋଙ୍କ୍ ରୋଡ, ଏସଏମଏସ ହସପିଟାଲ,ଏସଏମଏସ ଷ୍ଟାଡିୟମ, ଅମ୍ବାବାରୀ ଏବଂ ବିଦ୍ୟାଧର ନଗର ସମେତ ପ୍ରମୁଖ ସ୍ଥାନଗୁଡ଼ିକୁ ସୁଗମ ସଂଯୋଗ ପ୍ରଦାନ କରିବ । ଏହି ପ୍ରକଳ୍ପ ଜୟପୁରର ପ୍ରମୁଖ ଶିଳ୍ପ ଏବଂ ଆବାସିକ ଅଞ୍ଚଳଗୁଡ଼ିକୁ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ଯାହା ବାସିନ୍ଦାଙ୍କୁ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ସୁବିଧାଜନକ ସାର୍ବଜନୀନ ପରିବହନ ପ୍ରଦାନ କରିବ । ପର୍ଯ୍ୟାୟ-୧ ଅଧୀନରେ ୧୧ଟି ଷ୍ଟେସନ ସହିତ ୧୧.୬୪ କିଲୋମିଟର ମେଟ୍ରୋ କରିଡର ପୂର୍ବରୁ କାର୍ଯ୍ୟକ୍ଷମ ହୋଇଛି ।

ପ୍ରଧାନମନ୍ତ୍ରୀ ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚୁରୁ-ସାଦୁଲପୁର (୫୮ କିଲୋମିଟର) ଏବଂ ଚୁରୁ-ରତନଗଡ଼ (୪୬ କିଲୋମିଟର) ରେଳ ଦୋହରୀକରଣ ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ମୋଟ ୧୦୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ଗୁଡ଼ିକ ଉତ୍ତର-ପଶ୍ଚିମ ରାଜସ୍ଥାନରେ ରେଳ ସଂଯୋଗକୁ ସୁଦୃଢ଼ କରିବ । ଏହା ରେଳ ନେଟୱର୍କରେ ଭିଡ଼ କମ୍ କରିବା ସହିତ ଯାତ୍ରୀ ଏବଂ ମାଲବାହୀ ଟ୍ରେନ ଗୁଡ଼ିକୁ ସୁଗମ, ସୁରକ୍ଷିତ ଏବଂ ସମୟାନୁବର୍ତ୍ତୀ ଭାବରେ ପରିଚାଳନା କରିବା ପାଇଁ ରେଳ ଲାଇନ କ୍ଷମତା ବୃଦ୍ଧି କରିବ । ଏହି ପ୍ରକଳ୍ପ ଗୁଡ଼ିକ ଏହି ଅଞ୍ଚଳରେ ନିବେଶ, ନିଯୁକ୍ତି ସୃଷ୍ଟି ଏବଂ ଶିଳ୍ପ ବିକାଶକୁ ମଧ୍ୟ ପ୍ରେରଣା ଦେବ ।

ପ୍ରଧାନମନ୍ତ୍ରୀ ଏନଏଚ-୧୨୫ଏ, ଯୋଧପୁର ରିଙ୍ଗ ରୋଡ ସେକ୍ସନ-୨ (କରୱାର ଡାଙ୍ଗିଆୱାସ)ର ଚାରି ଲେନ୍ ନିର୍ମାଣ କାର୍ଯ୍ୟର ମଧ୍ୟ ଉଦଘାଟନ କରିବେ । ପ୍ରାୟ ୭୪୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ପ୍ରକଳ୍ପ ଯୋଧପୁର ଆଖପାଖରେ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବ ଏବଂ ଯାତ୍ରାକୁ ସୁଗମ ଏବଂ ସୁରକ୍ଷିତ କରିବ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୫,୫୦୦ କୋଟି ଟଙ୍କା ନିବେଶରେ ବିକଶିତ ଏସଜେଭିଏନ ଲିମିଟେଡର ୧ ହଜାର ମେଗାୱାଟ ବିକାନେର ସୌରଶକ୍ତି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ଘରୋଇ ଭାବରେ ନିର୍ମିତ ୨୪.୨୨ ଲକ୍ଷ ସୌର ମଡେଲ ବ୍ୟବହାର କରାଯାଇଛି । ପ୍ରଧାନମନ୍ତ୍ରୀ ଏନଏଚପିସିର ୩୦୦ ମେଗାୱାଟ କର୍ଣ୍ଣିସର ବିକାନେର ସୌର ଶକ୍ତି ପ୍ଲାଣ୍ଟକୁ ମଧ୍ୟ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ପ୍ରାୟ ୭.୭୫ ଲକ୍ଷ ଘରୋଇ ଭାବରେ ନିର୍ମିତ ସୌର ପିଭି ସେଲ୍ ଏବଂ ମଡ୍ଯୁଲ ବ୍ୟବହାର କରାଯାଇଛି ।

ପ୍ରଧାନମନ୍ତ୍ରୀ ରାଜସ୍ଥାନ ନବୀକରଣୀୟ ଶକ୍ତି କ୍ଷେତ୍ର (REZ)ରୁ ବିଦ୍ୟୁତ୍ ନିଷ୍କାସନ ପାଇଁ ୧,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ଟ୍ରାନ୍ସମିସନ ଲାଇନର ଉଦଘାଟନ କରିବେ ଏବଂ ରାଜସ୍ଥାନ ଆରଇଜେଡ ପାଇଁ ୫୩୦ କିଲୋମିଟର ଲମ୍ବା ବିଦ୍ୟୁତ୍ ପରିବହନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପରିବହନ ବ୍ୟବସ୍ଥା ରାଜସ୍ଥାନରେ ଉତ୍ପାଦିତ ନବୀକରଣୀୟ ଶକ୍ତି ନିଷ୍କାସନକୁ ସହଜ କରିବ ଏବଂ ରାଜ୍ୟରେ ଏକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତ ପ୍ରାୟ ୫୪ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ । ନିଯୁକ୍ତିପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଶିକ୍ଷା, ଶକ୍ତି, ଗୃହ, ପଞ୍ଚାୟତିରାଜ, ପରିବହନ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଯୋଜନା, କୃଷି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଶାସନିକ ସଂସ୍କାର ବିଭାଗର କର୍ମଚାରୀ ଅନ୍ତର୍ଭୁକ୍ତ ।

ସାନନ୍ଦରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗୁଜରାଟର ସାନନ୍ଦଠାରେ 'ସିଜି ସେମି ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ ଟେଷ୍ଟ' ସୁବିଧାର ଉଦଘାଟନ କରିବେ। ଏହି ସୁବିଧାରେ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବା ସହିତ, ଏହି ଉଦଘାଟନ ଭାରତର ସେମିକଣ୍ଡକ୍ଟର ନିର୍ମାଣ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିବ। ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳରେ ଭାରତର ସ୍ଥିତିକୁ ମଜବୁତ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ଏହି ପ୍ରକଳ୍ପଟି 'ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ' (ଆଇଏସଏମ୍) ଅଧୀନରେ ଅନୁମୋଦିତ ପ୍ରଥମ ଚାରୋଟି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ଏବଂ ଏହାକୁ ୭,୫୦୦ କୋଟିରୁ ଅଧିକ ଟଙ୍କାର ମୋଟ ପୁଞ୍ଜିନିବେଶ ସହିତ ବିକଶିତ କରାଯାଇଛି।

ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ, ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୫ ବିଲିୟନ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ହେବ ଏବଂ ଏହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଓ ହାଇ-ପରଫର୍ମାନ୍ସ କମ୍ପ୍ୟୁଟିଂର ଦ୍ରୁତ ଅଗ୍ରଗତି ଯୋଗୁଁ ମେମୋରୀ ଏବଂ ଷ୍ଟୋରେଜ୍ ସଲ୍ୟୁସନ୍ସ ପାଇଁ ବଢୁଥିବା ବିଶ୍ୱସ୍ତରୀୟ ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରିବ। ଏହି ସୁବିଧା ଅଟୋମୋବାଇଲ୍, ଇଣ୍ଡଷ୍ଟ୍ରିଆଲ୍, ଟେଲିକମ୍ୟୁନିକେସନ୍, ୫ଜି ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ କ୍ଷେତ୍ରର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବ। ସିଜି ସେମି ସୁବିଧାଟି ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟିଂର ସମ୍ପୂର୍ଣ୍ଣ ସେବା ପ୍ରଦାନ କରେ, ଯେଉଁଥିରେ ୱେଫର୍ ସର୍ଟିଂ, ଆସେମ୍ବଲି, ଟେଷ୍ଟିଂ, ପ୍ୟାକେଜ୍ ଡିଜାଇନ୍, ଫେଲ୍ୟୁଅର୍ ଆନାଲିସିସ, ଟେଷ୍ଟ ପ୍ରୋଗ୍ରାମ୍ ଡେଭଲପମେଣ୍ଟ, ପ୍ରୋଡକ୍ଟ କ୍ୟାରେକ୍ଟରାଇଜେସନ୍ ଏବଂ ଲଜିଷ୍ଟିକ୍ସ ସପୋର୍ଟ ସାମିଲ ଅଛି।

ଏହି ସୁବିଧାର କାର୍ଯ୍ୟକ୍ଷମତା ଭାରତର ଏକ ବିଶ୍ୱସ୍ତ ଏବଂ ଆତ୍ମନିର୍ଭରଶୀଳ ସେମିକଣ୍ଡକ୍ଟର ଉତ୍ପାଦନ ଗନ୍ତବ୍ୟସ୍ଥଳ ଭାବରେ ଉଦୟକୁ ଗୁରୁତ୍ୱ ଦିଏ ଏବଂ ଦେଶରେ ଏକ ସ୍ଥିର ଏବଂ ଆତ୍ମନିର୍ଭରଶୀଳ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ ଗଠନ କରିବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire tragedy in Birbhum, West Bengal
August 17, 2026
Prime Minister announces ex-gratia from PMNRF for the victims of the mishap in Birbhum, West Bengal

Prime Minister Shri Narendra Modi today expressed deep anguish over the loss of lives due to a fire tragedy in Birbhum, West Bengal.

The Prime Minister extended his condolences to those who have lost their loved ones and prayed for the early recovery of the injured. He added that the local administration is actively assisting those affected in the mishap.

In a post on X, the Prime Minister's Office shared:

"Anguished to hear about the loss of lives due to a fire tragedy in Birbhum, West Bengal. I extend my condolences to those who have lost their loved ones. May the injured recover soon. The local administration is assisting those affected in the mishap: PM @narendramodi"

Prime Minister Shri Narendra Modi has announced an ex-gratia from the Prime Minister's National Relief Fund (PMNRF) of Rs. 2 lakh for the next of kin of each deceased, along with Rs. 50,000 for those injured in the mishap in Birbhum, West Bengal.

In a post on X, the Prime Minister's Office shared:

"In the wake of the mishap in Birbhum, West Bengal, PM @narendramodi has announced Rs. 2 lakh from PMNRF for the next of kin of each deceased and Rs. 50,000 for those injured."