PM to launch various initiatives related to the agricultural and animal husbandry sector worth around Rs 23,300 crore in Washim
Celebrating the rich heritage of the Banjara community, PM to inaugurate Banjara Virasat Museum
PM to inaugurate and lay foundation stone of various projects worth over Rs 32,800 crore in Thane
Key focus of the projects: Boosting urban mobility in the region
PM to inaugurate Aarey JVLR to BKC section of Mumbai Metro Line 3 Phase – 1
PM to lay foundation stones of Thane Integral Ring Metro Rail Project and Elevated Eastern Freeway Extension
PM to lay foundation stone of Navi Mumbai Airport Influence Notified Area (NAINA) project

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୫ ରେ ମହାରାଷ୍ଟ୍ର ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ପୋହରାଦେବୀସ୍ଥିତ ଜଗଦମ୍ବା ମାତା ମନ୍ଦିରରେ ଦର୍ଶନ କରିବେ। ୱାଶିମରେ ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧିସ୍ଥଳରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରି ବଞ୍ଜାରା ବିରାସତ୍ ସଂଗ୍ରହାଳୟକୁ ଉଦଘାଟନ କରିବେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ରେ ବିକେସି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆରେ ଜେଭିଏଲଆର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବିକେସି ଏବଂ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିବେ।

ୱାଶିମରେ ପ୍ରଧାନମନ୍ତ୍ରୀ

କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ । ୧୮ତମ କିସ୍ତି ଜାରି ହେବା ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରୁଥିବା ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ୧୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। କଷ୍ଟମ୍ ହାୟରିଂ ସେଣ୍ଟର, ପ୍ରାଥମିକ ପ୍ରକ୍ରିୟାକରଣ ୟୁନିଟ୍, ଭଣ୍ଡାରଣ ଗୃହ, ସର୍ଟିଂ ଓ ଗ୍ରେଡିଂ ୟୁନିଟ୍, ଶୀତଳ ଭଣ୍ଡାର ପ୍ରକଳ୍ପ, ଅମଳ ପରବର୍ତ୍ତୀ ପରିଚାଳନା ପ୍ରକଳ୍ପ ଆଦି ପ୍ରମୁଖ ପ୍ରକଳ୍ପ ରହିଛି।

ପ୍ରାୟ ୧୩୦୦ କୋଟି ଟଙ୍କାର ମିଳିତ କାରବାର କରୁଥିବା ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗୃହପାଳିତ ପଶୁ ମାନଙ୍କ ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ଏବଂ ସ୍ୱଦେଶୀ ସେକ୍ସ-ସର୍ଟେଡ୍ ସିମେନ୍ ଟେକ୍ନୋଲୋଜିର ଶୁଭାରମ୍ଭ କରିବେ । କୃଷକମାନଙ୍କୁ ସୁଲଭ ମୂଲ୍ୟରେ ସେକ୍ସ-ସର୍ଟେଡ୍ ସିମେନ୍ ଉପଲବ୍ଧତା ବୃଦ୍ଧି କରିବା ଏବଂ ଡୋଜ୍ ପିଛା ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ ହ୍ରାସ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଜେନୋଟାଇପିଂ ସେବା ସହିତ ଦେଶୀ ଗୋରୁମାନଙ୍କ ପାଇଁ ୟୁନିଫାଏଡ୍ ଜିନୋମିକ୍ ଚିପ୍, ଗୌଚିପ୍ ଏବଂ ମଇଁଷିମାନଙ୍କ ପାଇଁ ମହିଷଚିପ୍ ବିକଶିତ କରାଯାଇଛି। ଜେନୋମିକ ଚୟନ କାର୍ଯ୍ୟକାରୀ ହେବା ଦ୍ୱାରା ଉନ୍ନତ ମାନର ଗୃହପାଳିତ ପଶୁଙ୍କୁ କମ୍ ବୟସରେ ଚିହ୍ନଟ କରାଯାଇପାରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସୌର କୃଷି ବାହିନୀ ଯୋଜନା - ୨.୦ ଅଧୀନରେ ସମଗ୍ର ମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୌର ପାର୍କ କୁ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମାଝୀ ଲଡକି ବାହିନ ଯୋଜନାର ହିତାଧିକାରୀଙ୍କୁ ସମ୍ମାନିତ କରିବେ।

ଥାନେରେ ପ୍ରଧାନମନ୍ତ୍ରୀ

ଏହି ଅଞ୍ଚଳରେ ସହରୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରମୁଖ ମେଟ୍ରୋ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ପ୍ରାୟ ୧୪,୧୨୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ଲାଇନର ବିକେସିରୁ ଆରେ ଜେଭିଏଲଆର ସେକ୍ସନକୁ ଉଦଘାଟନ କରିବେ । ଏହି ସେକ୍ସନରେ ୧୦ଟି ଷ୍ଟେସନ ରହିବ, ସେଥିମଧ୍ୟରୁ ୯ଟି ଅଣ୍ଡରଗ୍ରାଉଣ୍ଡ ରହିବ । ମୁମ୍ବାଇ ମେଟ୍ରୋ ଲାଇନ୍ - ୩ ହେଉଛି ଏକ ପ୍ରମୁଖ ସାର୍ବଜନୀନ ପରିବହନ ପ୍ରକଳ୍ପ ଯାହା   ମୁମ୍ବାଇ ସହର ମଧ୍ୟରେ ଯାତାୟତରେ ଉନ୍ନତି ଆଣିବ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଲାଇନ୍ -୩ ଦୈନିକ ପ୍ରାୟ ୧୨ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବ ବୋଲି ଆଶା କରାଯାଉଛି।

ପାଖାପାଖି ୧୨,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ଇଣ୍ଟିଗ୍ରାଲ ରିଂ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ୨୦ଟି ଏଲିଭେଟେଡ୍ ଏବଂ ୨ଟି ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ସହିତ ଏହି ପ୍ରକଳ୍ପର ସମୁଦାୟ ଦୈର୍ଘ୍ୟ ୨୯ କିଲୋମିଟର। ମହାରାଷ୍ଟ୍ରର ଏକ ପ୍ରମୁଖ ଶିଳ୍ପ ଏବଂ ବାଣିଜ୍ୟିକ କେନ୍ଦ୍ର ଥାନେର ବଢୁଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ଛେଡା ନଗରରୁ ଥାନେର ଆନନ୍ଦ ନଗର ପର୍ଯ୍ୟନ୍ତ ପ୍ରାୟ ୩,୩୧୦ କୋଟି ଟଙ୍କା ମୂଲ୍ୟର ଏଲିଭେଟେଡ୍ ଇଷ୍ଟର୍ଣ୍ଣ ଫ୍ରିୱେ ଏକ୍ସଟେନସନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଦକ୍ଷିଣ ମୁମ୍ବାଇରୁ ଥାନେ କୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୫୫୦ କୋଟି ଟଙ୍କା ବ୍ୟୟରେ ନଭି ମୁମ୍ବାଇ ଏୟାରପୋର୍ଟ ଇନଫ୍ଲୁଏନ୍ସ ନୋଟିଫାଏଡ୍ ଏରିଆ (ଏନଏଆଇଏନଏ) ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପରେ ମୁଖ୍ୟ ରାସ୍ତା, ବ୍ରିଜ, ଫ୍ଲାଏଓଭର, ଅଣ୍ଡରପାସ୍ ଏବଂ ସମନ୍ୱିତ ୟୁଟିଲିଟି ଭିତ୍ତିଭୂମି ନିର୍ମାଣ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ପାଖାପାଖି ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଶିଳାନ୍ୟାସ କରିବେ । ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଆଧୁନିକ ପ୍ରଶାସନିକ କୋଠା ଥାନେର ଅଧିକାଂଶ ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଗୋଟିଏ ସ୍ଥାନରେ ରଖି ନାଗରିକମାନଙ୍କୁ ସୁବିଧା ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.