ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଅମରାବତୀରେ ପିଏମ୍ ମିତ୍ର ପାର୍କର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଆଚାର୍ଯ୍ୟ ଚାଣକ୍ୟ କୌଶଳ ବିକାଶ ଯୋଜନା ଓ ପୂଣ୍ୟଶ୍ଳୋକ ଅହଲ୍ୟାବାଇ ହୋଲକାର ମହିଳା ଷ୍ଟାର୍ଟ-ଅପ୍ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ସେପ୍ଟେମ୍ବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧.୩୦ରେ ସେ ‘ନ୍ୟାସନାଲ ପିଏମ୍ ବିଶ୍ୱକର୍ମା’ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ପିଏମ୍ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ପ୍ରମାଣ ପତ୍ର ଓ ଋଣ ବଣ୍ଟନ କରିବେ । ଏହି ଯୋଜନାରେ କଳାକାରମାନଙ୍କୁ ସହାୟତାର ପ୍ରତୀକ ସ୍ୱରୂପ ପ୍ରଧାନମନ୍ତ୍ରୀ ପିଏମ୍ ବିଶ୍ୱକର୍ମା ଅଧୀନରେ ୧୮ ପ୍ରକାରର ବ୍ୟବସାୟରେ ୧୮ ଜଣ ବ୍ୟବସାୟୀଙ୍କୁ ଋଣ ବଣ୍ଟନ କରିବେ । ସେମାନଙ୍କ ପରମ୍ପରା ଏବଂ ସମାଜ ପ୍ରତି ଥିବା ଅବଦାନକୁ ସମ୍ମାନ ଦେଇ ପିଏମ୍ ବିଶ୍ୱକର୍ମାର ଏକ ବର୍ଷ ପୂର୍ତ୍ତି ପାଇଁ ପ୍ରଧାନମନ୍ତ୍ରୀ ଏକ ସ୍ମରଣିକା ଡାକଟିକଟ ଉନ୍ମୋଚନ କରିବେ ।

ମହାରାଷ୍ଟ୍ରର ଅମରାବତୀରେ ପ୍ରଧାନମନ୍ତ୍ରୀ ପିଏମ୍ ମେଗା ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ରିଜନ୍ସ ଆଣ୍ଡ ଆପାରେଲ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିବେ । ରାଜ୍ୟ ସରକାରଙ୍କ ସଂସ୍ଥା ଭାବେ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଏମ୍‌ଆଇଡିସି) ୧୦୦୦ ଏକର ବିଶିଷ୍ଟ ପାର୍କର ବିକାଶ କରୁଛି । ବୟନ ଶିଳ୍ପ କ୍ଷେତ୍ରରେ ୭ଟି ପିଏମ୍ ମିତ୍ର ପାର୍କ ପ୍ରତିଷ୍ଠା ସକାଶେ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି । ବୟନ ଶିଳ୍ପ କ୍ଷେତ୍ରରେ ନିର୍ମାଣ ଓ ରପ୍ତାନି କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତକୁ ଏକ ହବ୍‌ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ପିଏମ୍ ମିତ୍ର ପାର୍କଗୁଡ଼ିକୁ ପ୍ରତିଷ୍ଠା କରାଯାଉଛି । ଏହା ବୟନ କ୍ଷେତ୍ରରେ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଭିତ୍ତିଭୂମି ପ୍ରତିଷ୍ଠା ସହ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ସମେତ ବିପୁଳ ନିବେଶ ଟାଣିବ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ସରକାରଙ୍କ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ ଯୋଜନା’ର ଶୁଭାରମ୍ଭ କରିବେ । ୧୫ରୁ ୪୫ ବର୍ଷର ଯୁବକମାନଙ୍କୁ ଆତ୍ମନିର୍ଭର ହେବା ସହ ବିଭିନ୍ନ ନିଯୁକ୍ତି ସୁଯୋଗର ଫାଇଦା ନେବା ସକାଶେ ରାଜ୍ୟର କେତେକ ପ୍ରତିଷ୍ଠିତ କଲେଜରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ବର୍ଷ ରାଜ୍ୟରେ ୧,୫୦,୦୦୦ ଜଣ ଯୁବକ ମାଗଣା ଦକ୍ଷତା ବିକାଶ ପ୍ରଶିକ୍ଷର ପାଇବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ‘ପୂଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକାର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିବେ । ଏହି ଯୋଜନାରେ ମହାରାଷ୍ଟ୍ରରେ ମହିଳାଙ୍କ ଦ୍ୱାରା ପ୍ରତିଷ୍ଠିତ ଷ୍ଟାର୍ଟ-ଅପ୍ ଗୁଡ଼ିକୁ ପ୍ରାରମ୍ଭିକ ସହାୟତା ପ୍ରଦାନ କରାଯିବ । ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯୋଜନାର ୨୫% ପଛୁଆ ବର୍ଗ ଏବଂ ଆର୍ଥିକ ଦୁର୍ବଳ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହା ଯୋଗୁ ମହିଳାଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟ-ଅପ୍ ଗୁଡ଼ିକ ଆତ୍ମନିର୍ଭର ଓ ସ୍ୱାଧୀନ ହୋଇପାରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi