ମହାରାଷ୍ଟ୍ରରେ ୩୦,୫୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ଗମନାଗମନକୁ ସହଜ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁକୁ ଉଦଘାଟନ କରିବେ
ପାଖାପାଖି ୧୭,୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଦୀର୍ଘ ସେତୁ ଏବଂ ଏହା ମଧ୍ୟ ଦେଶର ସବୁଠାରୁ ଦୀର୍ଘ ସମୁଦ୍ର ସେତୁ
ଇଷ୍ଟର୍ଣ୍ଣ ଫ୍ରିୱେର ଅରେଞ୍ଜ ଗେଟ୍‌ରୁ ମେରାଇନ୍ ଡ୍ରାଇଭକୁ ସଂଯୋଗ କରୁଥିବା ଭୂତଳ ସଡ଼କ ଟନେଲର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ରତ୍ନ ଏବଂ ଗହଣା କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସିପ୍ଜ ଏସଇଜେଡରେ 'ଭାରତ ରତ୍ନମ୍‌' ଏବଂ ନୂତନ ଉଦ୍ୟୋଗ ଏବଂ ସେବା ଟାୱାର (ନେଷ୍ଟ) ୦୧ କୁ ଉଦଘାଟନ କରିବେ ।
ରେଳ ଓ ପାନୀୟ ଜଳ ସମ୍ବନ୍ଧୀୟ ଏକାଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ
ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ନମୋ ମହିଳା ସଶକ୍ତିକରଣ ଅଭିଯାନର ଶୁଭାରମ୍ଭ କରିବେ
୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ମହୋତ୍ସବର ବିଷୟବସ୍ତୁ ହେଉଛି ବିକଶିତ ଭାରତ @୨୦୪୭ : ଯୁବକ ମାନଙ୍କ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨, ୨୦୨୪ରେ ମହାରାଷ୍ଟ୍ର ଗସ୍ତରେ ଯିବେ । ଅପରାହ୍ନ ପ୍ରାୟ ୧୨ ଟା ୧୫ରେ ପ୍ରଧାନମନ୍ତ୍ରୀ ନାସିକରେ ପହଞ୍ଚିବେ, ଯେଉଁଠାରେ ସେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁର ଉଦଘାଟନ କରିବେ ଓ ଏହା ଉପରେ ଯାତ୍ରା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ।

ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁ

ସହରାଞ୍ଚଳ ପରିବହନ ଭିତ୍ତିଭୂମି ଏବଂ ଯୋଗାଯୋଗକୁ ସୁଦୃଢ଼ କରି ନାଗରିକ ମାନଙ୍କ 'ସହଜ ଗତିଶୀଳତା' ରେ ଉନ୍ନତି ଆଣିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଦୃଷ୍ଟିକୋଣକୁ ଆଖି ଆଗରେ ରଖି ମୁମ୍ବାଇ ଟ୍ରାନ୍ସହାର୍ବର ଲିଙ୍କ୍ (ଏମ୍‌ଟିଏଚ୍‌ଏଲ୍‌) ନିର୍ମାଣ କରାଯାଇଛି, ଯାହାର ନାମ ଏବେ 'ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁ' ରଖାଯାଇଛି । ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ ମଧ୍ୟ କରିଥିଲେ ।

ମୋଟ ୧୭,୮୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଟଳ ସେତୁ । ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ପର୍ଯ୍ୟନ୍ତ ଦୀର୍ଘ ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ଲମ୍ବ ବିଶିଷ୍ଟ ଏହି ସେତୁ ହେଉଛି ପ୍ରାୟ ୨୧.୮ କିଲୋମିଟର ଲମ୍ବ ୬ ଲେନ୍ ବିଶିଷ୍ଟ ସେତୁ । ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ ମଧ୍ୟ ଅଟେ । ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଦ୍ରୁତ ସଂଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟର ପରିମାଣ ମଧ୍ୟ ହ୍ରାସ କରିବ । ଏହା ଦ୍ୱାରା ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହେରୁ ବନ୍ଦର ମଧ୍ୟରେ ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିବ ।

ନଭି ମୁମ୍ବାଇରେ ସାର୍ବଜନୀନ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ସାର୍ବଜନୀନ କାର୍ଯ୍ୟକ୍ରମରେ ୧୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିବେ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ  କରିବେ ଏବଂ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଇଷ୍ଟର୍ଣ୍ଣ ଫ୍ରିୱେର ଅରେଞ୍ଜ ଗେଟ୍‌ରୁ ମେରାଇନ୍ ଡ୍ରାଇଭକୁ ସଂଯୋଗ କରୁଥିବା ଭୂତଳ ସଡ଼କ ଟନେଲର ଶିଳାନ୍ୟାସ କରିବେ । ୯.୨ କିଲୋମିଟର ଦୀର୍ଘ ସୁଡ଼ଙ୍ଗ ୮୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବ ଏବଂ ଏହା ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ହେବ ଯାହା ଅରେଞ୍ଜ ଗେଟ୍ ଏବଂ ମେରାଇନ୍ ଡ୍ରାଇଭ୍ ମଧ୍ୟରେ ଯାତ୍ରା ସମୟକୁ ହ୍ରାସ କରିବ ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଆଞ୍ଚଳିକ ମେଗା ପାନୀୟ ଜଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୧୯୭୫ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ଏହି ପ୍ରକଳ୍ପ ମହାରାଷ୍ଟ୍ରର ପାଲଘର ଓ ଥାନେ ଜିଲ୍ଲାକୁ ପାନୀୟ ଜଳ ଯୋଗାଣ କରିବ ଏବଂ ପ୍ରାୟ ୧୪ ଲକ୍ଷ ଲୋକ ଉପକୃତ ହେବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏଥିରେ  'ଉରାନ - ଖାରକୋପର ରେଳ ଲାଇନର ଦ୍ୱିତୀୟ ପର୍ଯ୍ୟାୟ' ର ଲୋକାର୍ପଣ ଅନ୍ତର୍ଭୁକ୍ତ , ଯାହା ନଭି ମୁମ୍ବାଇକୁ ଯୋଗାଯୋଗ ବୃଦ୍ଧି କରିବ , କାରଣ ନେରୁଲ  / ବେଲାପୁରରୁ ଖାରକୋପର ମଧ୍ୟରେ ଚାଲୁଥିବା ଉପନଗରୀ ସେବାଗୁଡିକ ବର୍ତ୍ତମାନ ଉରାନ ପର୍ଯ୍ୟନ୍ତ ବିସ୍ତାର କରାଯିବ । ପ୍ରଧାନମନ୍ତ୍ରୀ ଉରାନ ରେଳ ଷ୍ଟେସନରୁ ଖାରକୋପର ପର୍ଯ୍ୟନ୍ତ ଇଏମୟୁ ଟ୍ରେନର ଉଦଘାଟନୀ ଯାତ୍ରାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଅନ୍ୟ ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଥାନେ - ବାସି / ପାନଭେଲ ଟ୍ରାନ୍ସ- ହାର୍ବର ଲାଇନରେ ଏକ ନୂତନ ଉପନଗରୀ ଷ୍ଟେସନ 'ଦୀଘା ଗାଁ' ଏବଂ ଖାର ରୋଡ୍ ଏବଂ ଗୋରେଗାଓଁ ରେଳ ଷ୍ଟେସନ ମଧ୍ୟରେ ନୂତନ ଷଷ୍ଠ ରେଳଲାଇନ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ମୁମ୍ବାଇର ହଜାର ହଜାର ଦୈନିକ ଯାତ୍ରୀ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ସାନ୍ତାକ୍ରୁଜ୍ ଇଲେକ୍ଟ୍ରୋନିକ୍ ଏକ୍ସପୋର୍ଟ ପ୍ରୋସେସିଂ ଜୋନ୍ - ସ୍ପେଶାଲ ଇକୋନୋମିକ୍ ଜୋନ୍ (ଏସ୍‌ଇଇପିଜେଡ୍ ଏସ୍‌ଇଜେଡ୍‌) ରେ ରତ୍ନ ପଥର ଏବଂ ଗହଣା କ୍ଷେତ୍ର ପାଇଁ  'ଭାରତ ରତ୍ନମ୍‌' (ବୃହତ୍ ସାଧାରଣ ସୁବିଧା କେନ୍ଦ୍ର)କୁ ଉଦଘାଟନ କରିବେ, ଯାହା କି ଭାରତରେ ୩ଡି ମେଟାଲ୍ ପ୍ରିଣ୍ଟିଂ ସମେତ ବିଶ୍ୱର ସର୍ବୋତ୍ତମ ଉପଲବ୍ଧ ମେସିନ୍ ସହିତ ଭାରତରେ ପ୍ରଥମ ହେବ । ଏଥିରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମେତ ଏହି କ୍ଷେତ୍ର ପାଇଁ କର୍ମଚାରୀଙ୍କ ଦକ୍ଷତା ନିମନ୍ତେ ଏକ ପ୍ରଶିକ୍ଷଣ ବିଦ୍ୟାଳୟ ରହିବ । ବୃହତ୍ ସିଏଫସି ରତ୍ନ ଏବଂ ଗହଣା ବ୍ୟବସାୟରେ ରପ୍ତାନି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଘରୋଇ ଉତ୍ପାଦନକୁ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଏସ୍‌ଇଇପିଜେଡ୍ - ସେଜ୍ ଠାରେ ନୂତନ ଉଦ୍ୟୋଗ ଏବଂ ସେବା ଟାୱାର (ନେଷ୍ଟ) -୦୧କୁ ଉଦଘାଟନ କରିବେ । ନେଷ୍ଟ - ୦୧ ମୁଖ୍ୟତଃ ରତ୍ନ ଏବଂ ଗହଣା କ୍ଷେତ୍ର ୟୁନିଟ୍ ଗୁଡିକ ପାଇଁ ଅଟେ ଯାହା ବର୍ତ୍ତମାନର ଷ୍ଟାଣ୍ଡାର୍ଡ ଡିଜାଇନ ଫ୍ୟାକ୍ଟ୍ରି - ୧ରୁ ସ୍ଥାନାନ୍ତରିତ କରାଯିବ । ଶିଳ୍ପର ଚାହିଦା ଅନୁଯାୟୀ ବ୍ୟାପକ ଉତ୍ପାଦନ ପାଇଁ ଏହି ନୂତନ ଟାୱାରକୁ ଡିଜାଇନ୍ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନମୋ ମହିଳା ସଶକ୍ତିକରଣ ଅଭିଯାନର ଶୁଭାରମ୍ଭ କରିବେ । ମହାରାଷ୍ଟ୍ର ରାଜ୍ୟରେ ମହିଳା ମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଏବଂ ଉଦ୍ୟମିତା ବିକାଶର ପ୍ରଦର୍ଶନ  ପ୍ରଦାନ କରି ସଶକ୍ତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଏହି ଅଭିଯାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହିଳା ଉନ୍ନୟନ କାର୍ଯ୍ୟକ୍ରମର ସମନ୍ୱୟ ଓ ସଂତୃପ୍ତି ଦିଗରେ ପ୍ରୟାସ କରିବ ।

୨୭ତମ ଜାତୀୟ ଯୁବ ମହୋତ୍ସବ

ଦେଶର ବିକାଶ ଯାତ୍ରାରେ ଯୁବବର୍ଗଙ୍କୁ ଏକ ପ୍ରମୁଖ ଅଂଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଏହି ପ୍ରୟାସ ଅନୁଯାୟୀ ପ୍ରଧାନମନ୍ତ୍ରୀ ନାସିକ ଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବ (ଏନୱାଇଏଫ୍‌) କୁ ଉଦଘାଟନ କରିବେ ।

ପ୍ରତି ବର୍ଷ ଜାନୁଆରୀ ୧୨ ରୁ ୧୬ ତାରିଖ ପର୍ଯ୍ୟନ୍ତ ଜାତୀୟ ଯୁବ ମହୋତ୍ସବ ଆୟୋଜନ କରାଯାଏ, ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅଟେ । ଚଳିତ ବର୍ଷ ଉତ୍ସବର ଆୟୋଜକ ରାଜ୍ୟ ହେଉଛି ମହାରାଷ୍ଟ୍ର । ଚଳିତ ବର୍ଷର ମହୋତ୍ସବର ବିଷୟବସ୍ତୁ ହେଉଛି ବିକଶିତ ଭାରତ  @୨୦୪୭ :  ଯୁବକ ମାନଙ୍କ ପାଇଁ, ଯୁବକ ମାନଙ୍କ ଦ୍ୱାରା

ଏନୱାଇଏଫ୍ ଏକ ମଞ୍ଚ ସୃଷ୍ଟି କରିବାକୁ ଚାହୁଁଛି ଯେଉଁଠାରେ ଭାରତର ବିଭିନ୍ନ ଅଞ୍ଚଳର ଯୁବକମାନେ ସେମାନଙ୍କର ଅଭିଜ୍ଞତା ବଂଟନ କରିପାରିବେ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାରେ ଏକ ମିଳିତ ରାଷ୍ଟ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିପାରିବେ । ନାସିକ ମହୋତ୍ସବରେ ସାରା ଦେଶରୁ ପ୍ରାୟ ୭୫୦୦ ଯୁବ ପ୍ରତିନିଧି ଅଂଶଗ୍ରହଣ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱଦେଶୀ କ୍ରୀଡ଼ା, ବକ୍ତୃତା ଓ ବିଷୟବସ୍ତୁ ଭିତ୍ତିକ ଉପସ୍ଥାପନା, ଯୁବ କଳାକାର ଶିବିର, ପୋଷ୍ଟର ମେକିଂ, କାହାଣୀ ଲିଖନ, ଯୁବ ସମ୍ମିଳନୀ, ଖାଦ୍ୟ ମହୋତ୍ସବ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways PSU to deliver first 20-coach train rake to Bangladesh in 2 months

Media Coverage

Indian Railways PSU to deliver first 20-coach train rake to Bangladesh in 2 months
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”